ଜ୍ଞାନବ୍ୟାପୀରେ ହିନ୍ଦୁଙ୍କୁ ପୂଜା ଅନୁମତି

ନନ୍ଦିଘୋଷ ବ୍ୟୁରୋ: ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ବାରଣାସୀ କୋର୍ଟ । ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛି । ବ୍ୟାସ ତହଖାନାରେ ହିନ୍ଦୁ ପକ୍ଷମାନେ ପୂଜା କରିପାରିବେ ବୋଲି କୋର୍ଟ କହିଛନ୍ତି । ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜେନା କହିଛନ୍ତି ତହଖାନାରେ ପୂଜା ପାଠ ପାଇଁ ଅନୁମତି ଦିଆଯାଇଛି । ହିନ୍ଦୁ ପକ୍ଷ ତଳ ମହଲାରେ ପୂଜା କରିବା ପାଇଁ ଅନୁମତି ମାଗିଥିଲେ । ସୋମନାଥ ଭାୟାସଙ୍କ ପରିବାର ୧୯୯୩ ପର୍ଯ୍ୟନ୍ତ ତଳ ମହଲାରେ ପୂଜା କରୁଥିଲେ । ୧୯୯୩ ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତଳ ମହଲାରେ ପୂଜା ବନ୍ଦ ହୋଇଯାଇଥିଲା । କାଶୀ ବିଶ୍ବନାଥ ମନ୍ଦିରର ପୂଜାରୀ ଆସି ପୂଜା କରିପାରିବେ ବୋଲି କୋର୍ଟ କହିଛନ୍ତି। ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଶଙ୍କର କହିଛନ୍ତି ଏହା ଆମ ପାଇଁ ବଡ଼ ବିଜୟ । ୧୯୯୨ ମସିହା ପର୍ଯ୍ୟନ୍ତ ନିୟମିତ ପୂଜା କରାଯାଉଥିବା । ମାତ୍ର ବାବରି ମସଜିଦ ବିବାଦ ପରେ ୬ ଡିସେମ୍ବର ୧୯୯୨ ମସିହାଠାରୁ ପୂଜା ବନ୍ଦ ରହିଥିଲା ।