ଟି-୨୦ ବିଶ୍ବକପ ପୂର୍ବରୁ ପାକିସ୍ତାନ ଟିମର ବ୍ୟାଟିଂ ଏବଂ ବୋଲିଂକୁ ନେଇ ଏମିତି କହିଲେ ସାହିଦ ଆଫ୍ରିଦ୍

1 min read

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପାକିସ୍ତାନ ଅଧିନାୟକ ସାହିଦ ଆଫ୍ରିଦ ପିସିବିକୁ ଏକ ଖାସ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି କି, ତିନୋଟି ଯାକ ଫର୍ମାଟରେ ପାକିସ୍ତାନ ଜଣେ ଅଧିନାୟକ ରଖିବା ଉଚିତ । ଏପରିକି ବ୍ୟାଟିଂକ୍ରମକୁ ନେଇ ମଧ୍ୟ ଆଫ୍ରିଦ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ୨୦୨୩ ଦିନିକିଆ ବିଶ୍ବକପରେ ପାକିସ୍ତାନର ଖରାପ ପ୍ରଦର୍ଶନକୁ ନେଇ ସବୁଠି ସମାଲୋଚନା କରାଯାଇଛସି । ତେବେ ଏହି ଭୁଲକୁ ସୁଧାରି ୨୦୨୪ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ଭଲ ପ୍ରଦର୍ଶନ କରିବା ପାଇଁ ସନ୍ଦେଶ ଦେଇଛନ୍ତି ଆଫ୍ରିଦ । ଏବେ ସାହିନ ଆଫ୍ରିଦ ଟି-୨୦ ଦଳର ଅଧିନାୟକ ରହିଥିବାବେଳେ ସାନ ମସୁଦ ଟେଷ୍ଟ ଦଳର ଅଧିନାୟକ ରହିଛନ୍ତି । ଏଣୁ ସାହିଦ କହିଛନ୍ତି କି, ତିନୋଟି ଯାକ ଫର୍ମାଟରେ ଜଣେ ଅଧିନାୟକ ରହିବା ଉଚିତ । ଏବଂ ଉପଅଧିନାୟକ ରହିବା ଅନୁଚିତ ।

ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ପାଳି ଆରମ୍ଭ କରୁଥିବାବେଳେ ଏହାକୁ ନିଜର ପ୍ରତିକ୍ରିୟାରେ ସାହିଦ ଆଫ୍ରିଦ କହିଛନ୍ତି କି, ଉଭୟ ଧିମା ଖେଳୁଛନ୍ତି । ଯାହାକି ଟି-୨୦ରେ ଦଳ ଉପରେ ବହୁତ ପ୍ରଭାବ ପକାଉଛି । ଏଣୁ ଟି-୨୦ରେ ଓପନିଂ ଯୋଡ଼ି ବଦଳାଇବାକୁ ପଡ଼ିବ ।ଫକର ଜମନ ଏବଂ ସାମ ଆୟବୁ ଓପନିଂ କରିବା ଉଚିତ୍ । ଅନ୍ୟପଟେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ବକପରେ ସମସ୍ତ ଦଳ ଦମଦାର ଫର୍ମରେ ରହିଥିବାବେଳେ ଏହା ବେଶ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି । ଏଣୁ ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ ନହେବା ଭଲ ।