spot_img
Home Blog Page 2250

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜ ପଦରୁ ଇସ୍ତଫା ଦେଇଛନ୍ତି  । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  । ହରିୟାଣାରେ ଏବେ ବିଜେପି ନିଜ ଦମ୍‌ରେ ସରକାର ଗଠନ କରିବ  । ଏହା ସହ ଖଟ୍ଟରଙ୍କ କ୍ୟାବିନେଟ ବି ଇସ୍ତଫା ଦେଇଛନ୍ତି  ।

ମଙ୍ଗଳବାର ସକାଳ ୧୧ଟାରେ ବିଜେପି ବିଧାୟକ ଦଳ ସହ ବୈଠକ କରିଛନ୍ତି ମନୋହର ଲାଲ ଖଟ୍ଟର  । ଏହାପରେ ହରିୟାଣା ରାଜ୍ୟପାଲଙ୍କୁ ଭେଟିବା ପାଇଁ ସେ ବାହାରିଥିଲେ  । ଆଜି ସନ୍ଧ୍ୟା ସୁଦ୍ଧା ହରିୟାଣାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ ହେବ  । ରାଜଭବନରେ ଶପଥ ଗ୍ରହଣକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ମୁଖ୍ୟମନ୍ତ୍ରୀ କିଏ ହେବେ ଏ ସସପେନ୍ସରୁ ପରଦା ହଟିନି  ।

 

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମାଟିତଳେ ପୋତିଦେଲେ

ନବରଙ୍ଗପୁର: ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ କାନଝରନ ଗାଁରେ ଅଭାବନୀୟ ଘଟଣା। ମାଟିତଳୁ ବାହାରିଲା ବୃଦ୍ଧାଙ୍କ ମୃତଦେହ। ଗୁଣିଗାରେଡି ସନ୍ଦେହରେ ଜଣେ ୫୦ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି।

ତିନି ଦିନ ହେବ ବୃଦ୍ଧାଙ୍କୁ କିଛି ଲୋକ କୁଆଡେ ନେଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧା ରଇବାରୀ ସାନ୍ତାଙ୍କ ପରିବାର ଲୋକ। ଏନେଇ ବୃଦ୍ଧାଙ୍କ ଝିଅ କେନ୍ଦୁଗୁଡା ଗ୍ରାମର ସାରଧି ସାନ୍ତା, କଜୁଳୀ ସାନ୍ତା, ମୁଗୁରି ସାନ୍ତା ଓ ଚମ୍ପା ସାନ୍ତାଙ୍କ ନାଁରେ ଝରିଗାଁ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଦୁଇ ଜଣ ଝରିଗାଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ବୃଦ୍ଧାଙ୍କୁ ହତ୍ୟା ପରେ ଗାତରେ ପୋତି ଦେଇଥିଲେ ବୋଲି ପୋଲିସକୁ କହିଥିଲେ। ସୂଚନା ଆଧାରରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହ ଜବତ କରିତଦନ୍ତ ଜାରି ରଖିଛି।

ବିଏମସି ଅଫିସ୍ ଘେରିଲେ ସଫେଇ କର୍ମଚାରୀ, ମେୟରଙ୍କ ସହ ଆଲୋଚନା ବିଫଳ

ଭୁବନେଶ୍ୱର: ଦ୍ବିତୀୟ ଦିନରେ ମହାନଗର ନିଗମର ସଫେଇ କର୍ମଚାରୀମାନଙ୍କ ଆନ୍ଦୋଳନ। ଆଜି ସଫେଇ ବନ୍ଦ କରି ରାଜମହଲ ଓଭରବ୍ରିଜ୍ ତଳୁ ହଜାର ହଜାର ସଫେଇ କର୍ମଚାରୀ ବିଶାଳ ପଦଯାତ୍ରା କରି ବିଏମସି ଅଫିସ୍ ଘେରାଉ କରିଛନ୍ତି ।

୯ ହଜାର ଟଙ୍କା ରୁ ୧୫ ହଜାର ଟଙ୍କା ଦରମା ବୃଦ୍ଧି, ସଫେଇ କର୍ମଚାରୀମାନେ ଅଳିଆ ଆବନା ପୃଥକୀକରଣ ନ କରିବା , ଚାକିରୀରୁ ଛଟେଇ ପାଇଁ ବିଭିନ୍ନ ସମୟରେ ଧମକ ଦେଉଛନ୍ତି ଅଧିକାରୀ ତେଣୁ ଚାକିରୀ ସହ ସାମାଜିକ ସୁରକ୍ଷା ପ୍ରଦାନ ଦାବି ନେଇ ବିଏମସି ଘେରିଲେ ସଫେଇ କର୍ମଚାରୀ।

ବହୁ ଦିନରୁ BMC ନିକଟରେ ଦାବି ଜଣେଇ ଆସୁଥିଲେ ମଧ୍ୟ ଦାବି ପୂରଣ ନହେବାରୁ ଏବେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ସଫେଇ କର୍ମଚାରୀ। ସହର ସଫେଇ ବାଧାପ୍ରାପ୍ତ ହେଉଛି । ବିଭିନ୍ନ ଓ୍ବାର୍ଡରେ ରାସ୍ତା କଡ଼ରେ ଅଳିଆ ଆବର୍ଜ୍ଜନା ପଡି ରହିଛି । ଗତ କାଲି ମେୟର ସୁଲୋଚନା ଦାସଙ୍କ ଆଲୋଚନା ବିଫଳ ହେବା ପରେ ଆଜି ସଫେଇ କର୍ମଚାରୀମାନେ ବିଏମସି ଅଫିସ୍ ଘେରାଉ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସହର ସଫେଇ ବନ୍ଦ ରହିବ ଓ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଫେଇ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।

ହରିୟାଣାରେ ଭାଙ୍ଗିଲା ବିଜେପି ଜେଜେପି ମେଣ୍ଟ, ଅମିତ ଶାହାଙ୍କୁ ଭେଟିବେ ଦୁଷ୍ୟନ୍ତ

ଚଣ୍ଡିଗଡ: ହରିୟାଣାରେ ଭାଙ୍ଗିଲା ବିଜେପି ଜେଜେପି ମେଣ୍ଟ  । ମଙ୍ଗଳବାର ସକାଳେ ଏନେଇ ବଡ ଘୋଷଣା କରିଛନ୍ତି ଦୁଷ୍ୟନ୍ତ ଚୌଟାଲା  । ସୁତ୍ର ଅନୁସାରେ ବିଜେପିର କିଛି ମନ୍ତ୍ରୀ ଇସ୍ତଫାଦେଇ ପାରନ୍ତି  । ଏଭଳି କ୍ଷେତ୍ରରେ ନିର୍ଦ୍ଦଳୀୟ ବିଧାୟକଙ୍କ ଲଟେରୀ ଲାଗିପାରେ  । ସେମାନଙ୍କୁ ହରି୍ୟାଣା ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ସମ୍ଭାବନା ରହିଛି  । ସେପଟେ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର  ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେଇପାରନ୍ତି  । ଜନତା ଜନନାୟକ ପାର୍ଟି (ଜେଜେପି) ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଦିଲ୍ଲୀରେ ବିଧାୟକ ଦଳ ବୈଠକ ଡାକିଛନ୍ତି  । ଜେଜେପିର ୫ ବିଧାୟକ ବର୍ତ୍ତମାନ ଚଣ୍ଡିଗଡରେ ଅଛନ୍ତି  । ସେମାନେ ବୈଠକରେ ସାମିଲ ହେବେନି  । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବା ପରେ ଜଣେ ନିର୍ଦ୍ଦଳୀୟ ବିଧାୟକ କହିଛନ୍ତି ଯେ ହବିଜେପି ଜେଜେପି ମେଣ୍ଟ ଭାଙ୍ଗିବାକୁ ଯାଉଛି  । ଏଭଳି ପରିସ୍ଥିତିରେ ସମସ୍ତ ୧୦ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି  ।

ଶୁଣିବାକୁ ମିଳୁଛି ଯେ ଡେପୁଟି ସିଏମ ଦୁଷ୍ୟନ୍ତ ଚୌଟାଲା ମଙ୍ଗଳବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଚି ପାରନ୍ତି  । ଏହା ପୂର୍ବରୁ ଦୁଷ୍ୟନ୍ତ ଚୌଟାଲା ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିଥି୍ଲେ  । ଲୋକସଭା ନିର୍ବାଚନରେ ଏକରୁ ଦୁଇଟି ସିଟ୍‌ ପାଇଁ ବିଜେପି ନିକଟରେ ଦାବି ରଖିଥିଲା ଜେଜେପି  । କିନ୍ତୁ ଭାଜପା ଦୁଇଟି ସିଟ୍‌ ଦେବା ପାଇଁ ମନା କରିଛି  ।

ଦେଶର ୧୦ଟି ସ୍ଥାନକୁ ଗଡିଲା ବନ୍ଦେ ଭାରତ, ବିଶାଖାପାଟଣାରୁ ଭୁବନେଶ୍ବରକୁ ଗଡ଼ିଲା

ଭୁବନେଶ୍ବର: ଓଡ଼ିଶାକୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ବିଶାଖାପାଟଣାରୁ ଭୁବନେଶ୍ବରକୁ ଗଡ଼ିଲା ବନ୍ଦେ ଭାରତ। ଓଡ଼ିଶା ସମେତ ଦେଶରେ ୧୦ଟି ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ବନ୍ଦେ ଭାରତ ଏକ୍ସପ୍ରେସ ସହ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।

ରେଳବାଇ ଭିତ୍ତିଭୂମିର ଅଭିବୃଦ୍ଧି ଓ ଭାରତୀୟ ରେଳ ସଂଯୋଗୀକରଣ ପ୍ରକ୍ରିୟାର ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ୨୭୪ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ୮୫ ହଜାର କୋଟି ଟଙ୍କାର ୬ ହଜାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ୧୦ଟି ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହା ଭିତରେ ରହିଛି ଭୁବନେଶ୍ବର ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶାବାସୀଙ୍କ ପାଇଁ ତୃତୀୟ ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ବିଶାଖାପାଟଣା ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ୍ ଓ ବିଜୟନଗରମ ଠାରେ ରହିବ । ଶନିବାରକୁ ଛାଡ଼ି ଅନ୍ୟ ସମସ୍ତ ଦିନ ଏହି ଟ୍ରେନ ଚାଲିବ ।

ବରଯାତ୍ରୀରୁ ଫେରିବା ବେଳେ ଅଘଟଣ, ୩୦ ଫୁଟ ତଳକୁ ଖସିଲା କାର

ଆନନ୍ଦପୁର: କେନ୍ଦୁଝରରେ ଭାରସାମ୍ଯ ହରାଇ ୩୦ ଫୁଟ୍ ତଳକୁ ଖସିଲା କାର୍। ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଦୁର୍ଘଟଣା । ୨ ଜଣ ଗୁରୁତର ଥିବା ବେଳେ ଅନ୍ଯ ୩ ଜଣ ସାମାନ୍ଯ ଆହତ ହୋଇଛନ୍ତି। ସମସ୍ତ ଆହତ ପଦ୍ମପୁରର ବୋଲି ଜଣାପଡିଛି।

ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବରଯାତ୍ରୀ ଯାଇ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ବଲାଙ୍ଗୀରରେ ମିଳିଲା କଳାହାଣ୍ଡି ଯୁବକଙ୍କ କ୍ଷତାକ୍ତ ମୃତଦେହ

ବଲାଙ୍ଗୀର: ଯୁବକଙ୍କ ସନ୍ଦେହଜନକ ମୃତ୍ଯୁ। ବଲାଙ୍ଗୀର କଣ୍ଟାବାଞ୍ଜି ଝୁପଡିପଡା ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଭବାନୀପାଟଣାର ଜଗନ୍ନାଥ ଗହୀର। ଜଗନ୍ନାଥ ଝୁପଡିପଡା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।

ରକ୍ତାକ୍ତ ଅବସ୍ଥାରେ ସମ୍ପର୍କୀୟ ଡାକ୍ତରଖାନା ଆଣିଥିବା ବେଳେ, ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଜଗନ୍ନାଥଙ୍କ ମୃତ୍ୟୁ କେମିତି ହେଲା ତାର କାରଣ ଅସ୍ପଷ୍ଟ ରହିଛି । କଣ୍ଟାବାଞ୍ଜି ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

ଘରୁ ମିଳିଲା ୨୫ ଖପୁରୀ, ବସିବା ଶୋଇବା ପାଇଁ ଘରେ ବିଛାଇଥିଲେ ଅସ୍ଥିଶଯ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାମନଗର ଜିଲ୍ଲାରେ ମାନବ ଖପୁରୀ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି  । ଜିଲ୍ଲାର ଜୋଗାନାହଲ୍ଲୀ ଗାଁର ଏକ ଫାର୍ମ ହାଉସରେ ୨୫ଟି ମାନବ ଖପୁରୀ ମିଳିଛି। ବଳରାମ ନାମକ ଜଣେ ବ୍ୟକ୍ତି ଖପୁରୀ ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ବଳରାମ କୋଟିଆଦୀଶ ମାନବ ଖପୁରୀ ସଂଗ୍ରହ କରି ତନ୍ତ୍ରରେ ବ୍ୟବହାର କରୁଥିଲା।  ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ବଳରାମଙ୍କୁ ଗିରଫ କରାଯାଇଛି ।

ଏହି ଖପୁରୀ ଉପରେ କମଳା ଏବଂ ଧଳା ରଙ୍ଗ ପ୍ରୟୋଗ କରାଯାଇଥିଲା  ।  ମାମଲାରେ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।FSL ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି। ଗତ ୪ ରୁ ୫ ବର୍ଷ ଧରି ଖପୁରୀ, ହାତ ଏବଂ ପାଦର ହାଡ ସଂଗ୍ରହ କରାଯାଇଥିବାର ସନ୍ଦେହ କରାଯାଉଛି  ।

ପୋଲିସ ବଳରାମଙ୍କୁ ଗିରଫ କରିଛି।  ସେ ତାଙ୍କ ଜମିରେ ଏକ ଶେଡ ନିର୍ମାଣ କରିଛନ୍ତି। ସେହି ଶେଡର ନାମ ଶ୍ରୀ ଶ୍ୟାମଶନ୍ ପୀଠ ରଖାଯାଇଛି  । ଅଭିଯୁକ୍ତ ବ୍ୟକ୍ତି କବର ସ୍ଥାନରୁ ଏକ ଖପୁରୀ ଆଣି ଏହାକୁ ପୂଜା କରନ୍ତି।

ବସିବା ଏବଂ ଶୋଇବା ପାଇଁ ଅସ୍ଥି ଶଯ୍ୟା

ଅନୁସନ୍ଧାନ କରିବାକୁ ଯାଇ ପୋଲିସ ଦେଖିଥିଲା ଯେ ସେଠାରେ ଅନେକ ଗୁଣ୍ଡ ମାନବ ହାଡ ପଡ଼ିଛି। ଏହା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସମଗ୍ର ଘରେ ପୋକ ସାଲୁବାଲୁ ହେଉଥିଲେ  । ଅଭିଯୁକ୍ତ ବଳରାମ ବସିବା ଓ ଶୋଇବା ପାଇଁ ମାନବ ଶରୀରର ହାଡର ଏକ ଶଯ୍ୟା ତିଆରି କରିଥିଲା  । ଅନ୍ୟ ଏକ ତଦନ୍ତକାରୀ ଟିମ୍ ଜୋଗ୍ରାଡୋଡି ନିକଟ ଫାର୍ମ ହାଉସ୍ ପରିଦର୍ଶନ କରିଥିଲେ  । ଯେଉଁଠାରେ ଆହୁରି ଅଧିକ ମାନବ ହାଡ ରହିଥିଲା  । ଶେଡରେ ୫୦ରୁ ଅଧିକ ହାଡ ଥିବା FSL ଦଳ କହିଛି। ଅଧିକାରୀମାନେ ସମଗ୍ର ଅଞ୍ଚଳକୁ ସିଲ୍ କରିଛନ୍ତି। ସମଗ୍ର ସନ୍ଦିଗ୍ଧ ଅଞ୍ଚଳର ଅନୁସନ୍ଧାନ କରାଯାଉଛି।

 

IPL ୨୦୨୪, ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡିପାରନ୍ତି ସୂର୍ଯ୍ୟକୁମାର ଯାଦବ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ ଦିନ ପାଖଉ ଥିବାବେଳେ ସୂର୍ଯ୍ୟକୁମାରଙ୍କୁ ନେଇ ସସପେନ୍ସ ବଢି ଚାଲିଛି  । ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ଦୁଇଟି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ବାହୁଡା ନେଇ ଏବେ ଅନେକ ପ୍ରଶ୍ନ  ।

ସୂର୍ଯ୍ୟକୁମାର ଯାଦବଙ୍କୁ ନିକଟରେ ପ୍ରାକ୍ଟିସ କରିବାଦେଖିବାକୁ ମିଳିଛି ।  ସୋସିଆଲ ମିଡିଆରେ ମଧ୍ୟ ସେ ସକ୍ରିୟ  । ପ୍ରତିଦିନ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବା ସହ ଇନଷ୍ଟା କାହାଣୀ ମାଧ୍ୟମରେ ସାଥୀ ଖେଳାଳିଙ୍କ ମନୋବଳ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି  । ହେଲେ ଆଇପିଏଲ୍ 2024 ରେ ସେ ଖେଳିବା ନେଇ ସସପେନ୍ସ ଖଣ୍ଡା କାହିଁକି ତାଙ୍କ ଉପରେ ଝୁଲିଛି? କାହିଁକି କୁହାଯାଉଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରାରମ୍ଭିକ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବ?  କାରଣ ସେ ଏପର୍ଯ୍ୟନ୍ତ ଏନସିଏରୁ ଫିଟନେସ ପ୍ରମାଣପତ୍ର ପାଇନାହାଁନ୍ତି।

 

୨୨ ମାର୍ଚ୍ଚରୁ IPL ୨୦୨୪ ଆରମ୍ଭ ହେଉଛି  । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୪ ରବିବାର ଠାରୁ ଗୁଜୁରାଟ ଟାଇଟାନ୍ସ ବିରୋଧରେ ଅଭିଯାନ ଆରମ୍ଭ କରିବ।  ବଡ ପ୍ରଶ୍ନ ହେଉଛି ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଟି -20 ରେ ଖେଳିବେ କି? ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ୍ ଖେଳିପାରିବେ ନାହିଁ  । କେବଳ ଏତିକି ନୁହେଁ, ଏହା ପରେ ସେ ପରବର୍ତ୍ତୀ ମ୍ୟାଚ୍ ମଧ୍ୟ ଖେଳି ପାରିବେ ନାହିଁ। କାରଣ, ସେ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ କି ନାହିଁ ତାହା କହିବା କଷ୍ଟକର।

 

ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀରେ ରହିଛନ୍ତି। ଏକ ସର୍ଜରୀ ପରେ ସେ ଏବେ ଆରାମ କରୁଛନ୍ତି  । ଯାହା ଦେଖାଯାଉଛି ଯେ ସେ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଠାରୁ ଖେଳିବାକୁ ପ୍ରସ୍ତୁତ  । କିନ୍ତୁ ବିସିସିଆଇ ସୂତ୍ରରୁ ପିଟିଆଇ ଯାହା ଲେଖିଛି ତାହା ସନ୍ଦେହଜନକ।

 

ବିସିସିଆଇ ସୂତ୍ର ଅନୁଯାୟୀ, ଏନସିଆର ସ୍ପୋର୍ଟସ ସାଇନ୍ସ ଏବଂ ମେଡିକାଲ ଟିମ୍ ସୂର୍ଯ୍ୟକୁମାର ଯାଦବଙ୍କ ଫିଟନେସ ଉପରେ ନିଶ୍ଚିତ କିଛି କହି ନାହାଁନ୍ତି। ବିଶେଷକରି ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ, ଯାହା ମାର୍ଚ୍ଚ ୨୭ ରେ ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରହିଛି  । ହେଲେ ବର୍ତ୍ତମାନସୁଦ୍ଧା  ଏନସିଏ ତାଙ୍କ ଫିଟନେସ୍ ନିଶ୍ଚିତ ନକରିବା ପର୍ଯ୍ୟନ୍ତ ସୂର୍ଯ୍ୟକୁମାର କିପରି ଖେଳିବେ ତାହାକୁ ନେଇ ଅନେକ ପ୍ରଶ୍ନ  ।

ବରଯାତ୍ରୀଙ୍କ ଉପରେ ମାଡିଗଲା ଡମ୍ଫର, ୬ ମୃତ ୧୦ ଆହତ

ଭୋପାଳ: ବାହାଘର ରୋଷଣୀ ବେଳେ ଅଘଟଣ  । ବରଯାତ୍ରୀଙ୍କ ଉପରେ ମାଡିଗଲା ଡମ୍ଫର  । ଘଟଣାସ୍ଥଳରେ ପ୍ରାଣ ହରାଇଲେ ୬  । ସେହିପରି ୧୦ରୁ ଊର୍ଦ୍ଧ୍ବ ଦୁର୍ଘଟଣାରେ ଆହତ ହୋଇଛନ୍ତି

ମଧ୍ୟ ପ୍ରଦେଶର ଖାମରିଆ ଗାଁରେ ବାହାଘର ପ୍ରୋସେସନ ଚାଲିଥିଲା  । ଠିକ ଏହି ସମୟରେ ଏକ ଡମ୍ଫର ଭିଡ ଭିତରକୁ ମାଡି ଆସିଥିଲା  । ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି  । ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିବାରେ ସଫଳ ହୋଇଛି  । ଟ୍ରକଟି ରାଜସ୍ଥାନର ହୋଇଥିବାବେଳେ ଏହା ଭୋପାଳରୁ ବାହାରିଥିଲା  ।

ପୋଲିସର ଘଟଣାର ତଦନ୍ତ ଚଳାଇଛି  । ଖୁବଶୀଘ୍ର ଟ୍ରକ ଡ୍ରାଇଭରକୁ ଧରିବା ପାଇଁ ଛାନବିନ ଚଳାଇଛି ପୋଲିସ  ।