ନନ୍ଦିଘୋଷ ବ୍ୟୁରୋ: ଗୁଗୁଲର ବଡ଼ ଆକ୍ସନ । ଭାରତୀୟ କମ୍ପାନୀଙ୍କ ବିରୋଧରେ ଗୁଗୁଲର ଆକ୍ସନ୍ । ଦେଶର ୧୦ ଲୋକପ୍ରିୟ କଂପାନୀଙ୍କ ଆପ୍ ହଟାଇଲା ଗୁଗୁଲ୍ । ସାଦି ଡଟ୍ କମ୍ ଓ ଭାରତ ମ୍ୟାଟ୍ରିମୋନିର ଆପ୍ ହଟାଇଲା । ଏହାସହ ୯୯ ଏକର୍ସ, କୁକୁ ଏଫଏମ୍, ଅଲଟ୍ ବାଲାଜିର ଆପ୍ ହଟିଛି । ସେପଟେ ଅନେକ ପ୍ରତିଷ୍ଠିତ କଂପାନୀଙ୍କ ଆପ୍ ହଟାଇବାକୁ ନେଇ ବିବାଦ ଆରମ୍ଭ ହୋଇଛି । ସେବା ଦେୟକୁ ନେଇ ବିବାଦ ଉପୁଜିବା ପରେ ଗୁଗୁଲର ନିଷ୍ପତ୍ତି । କିଛି ଷ୍ଟାର୍ଟ ଅପ୍ ବିଲ୍ ପେମେଣ୍ଟର ହାଇ ଚାର୍ଜକୁ ବିରୋଧ କରିଥିଲେ । ପୂର୍ବ ନୀତିରେ ପରିବର୍ତ୍ତନ ହେବା ପରେ ଗୁଗୁଲ୍ ଅଧିକ ଚାର୍ଜ କରିଥିଲା । ଏହାକୁ ବିରୋଧ କରିଛନ୍ତି ପ୍ରତିଷ୍ଠିତ କଂପାନୀର ପରିଚାଳନା କର୍ତ୍ତୃପକ୍ଷ । ସରକାର ଗୁଗୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ।
୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ । ୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ସୁନ୍ଦରଗଡ ସରକାରୀ ମେଡିକାଲ୍ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦଘାଟନ କରିଛନ୍ତି ନବୀନ । ସେହିଭଳି କେନ୍ଦୁଝର ଧରଣୀ ଧର ମେଡିକାଲ୍ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ମଧ୍ୟ ଉଦଘାଟିତ ହୋଇଛି । ୨ ହଜାର କୋଟିରୁ ଅଧିକ ଟଙ୍କାରେ ଏହି ମେଡିକାଲ ଗୁଡିକ ନିର୍ମାଣ କରାଯାଇଛି ।
ସେହିଭଳି କଟକ ଏ.ଏଚ୍.ପି.ଜି.ଆର.ସିର ସମ୍ପ୍ରସାରଣ, ବ୍ରହ୍ମପୁରର ଏମ୍.କେ.ସି.ଜି., ଏମ୍.ସି.ଏଚ୍ର ସମ୍ପ୍ରସାରଣ, ରାଉରକେଲା ଆର୍.ଜି.ଏଚ୍ ର ସମ୍ପ୍ରସାରଣ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନର ସମ୍ପ୍ରସାରଣ ପାଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ପାଇଁ ୩ ହଜାର ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି,ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜୁ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରଠାରୁ ଶୁଭାରମ୍ଭ କରିବେ । ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତାବ ଓ ଅଭିଯୋଗ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ଖୁବ୍ ଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନ ।
ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏଏସଆଇ
କଟକ: ଲାଞ୍ଚ ନେଇ ପୋଲିସ ଏଏସଆଇ ଗିରଫ। କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଏଏସଆଇ ଆଲୋକ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ପୋଲିସ ଏଏସଆଇ ଆଲୋକ ଷଡ଼ଙ୍ଗୀ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
କଟକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏକ ମାମଲାରେ କୋହଳ ଦଫା ଲଗାଇବା ପାଇଁ ନହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତ ନାମକ ବ୍ୟକ୍ତିଙ୍କଠାରୁ ଭଦ୍ରେଶ୍ୱର ଥାନା ଏଏସଇ ଆଲୋକ ଷଡ଼ଙ୍ଗୀ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସର ଦୁଇ ଜଣିଆ ଟିମ ତାଙ୍କୁ ଗିରଫ କରିଛି l

