spot_img
Home Blog Page 2143

ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଆହତ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଆହତ। ତାଙ୍କ କପାଳରେ କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ନେଇ ସୂଚନା ଦେଇଛି ତୃଣମୂଳ କଂଗ୍ରେସ। ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ କପାଳରୁ ରକ୍ତ ବାହାରିବା ଦେଖାଯାଉଛି। ବର୍ଦ୍ଧମାନରୁ କୋଲକାତା ଫେରିବା ବାଟରେ ଏକ କାର୍ ଦୁର୍ଘଟଣାରେ ସେ ଆହତ ହୋଇଛନ୍ତି। ତାଙ୍କ କାର୍ ଦ୍ରୁତ ଗତିରେ ଆସୁଥିବାବେଳେ ସାମନାକୁ ଏକ କାର୍ ଆସିଯିବା ଯୋଗୁ ଡ୍ରାଇଭର ବ୍ରେକ ମାରିଥିଲେ। ଫଳରେ କାରରେ ଥିବା ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଭାରତରେ ଏହି କୁକୁର ବ୍ୟାନ୍ ! ଆଉ ରଖିପାରିବେନି ଏହି ୨୩ ପ୍ରଜାତିର କୁକୁର

ନନ୍ଦିଘୋଷ ବ୍ୟୁରୋ: କୁକୁର ଆକ୍ରମଣର ଖବର ଗତ କିଛି ଦିନ ହେବ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆକ୍ରମଣ ଯୋଗୁଁ ପ୍ରତିଦିନ କିଛି ଜୀବନ ଅକାଳରେ ଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରାୟ ୨୩ ବିପଜ୍ଜନକ ପ୍ରଜାତିର କୁକୁର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଆମେରିକୀୟ ବୁଲଡଗ୍, ରୋଟୱିଲର୍, ପିଟବୁଲ୍ ସହିତ ଅନ୍ୟ କୁକୁରମାନଙ୍କ ପାଇଁ ଲାଇସେନ୍ସ ଆଉ ଉପଲବ୍ଧ ହେବ ନାହିଁ । ଏମାନେ ଆଉ ଗୃହପାଳିତ ହୋଇ ରହିପାରିବେ ନାହିଁ। ସମସ୍ତ ମିଶ୍ରିତ ଏବଂ କ୍ରସ୍ ପ୍ରଜାତି ପାଇଁ ଏହି ନିୟମ ଲାଗୁ ହେବ ବୋଲି ପଶୁପାଳନ ମନ୍ତ୍ରଣାଳୟ କହିଛି। ବିଦେଶୀ ପ୍ରଜାତିର କୁକୁର ବିକ୍ରି, ପ୍ରଜନନ ଓ ଗୃହପାଳିତକୁ ବାରଣ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

କୁକୁରମାନେ ଆମ ମାନବଙ୍କର ସର୍ବୋତ୍ତମ ବନ୍ଧୁ ଭାବରେ ବିବେଚିତ ହୋଇଥିଲେ । କିନ୍ତୁ ଏବେ ଚିନ୍ତାର ବିଷୟ ହେଉଛି ଯେ ଆମର ଏହି ବନ୍ଧୁମାନେ କିପରି ହଠାତ୍ ଆମର ଶତ୍ରୁ ପାଲଟିଗଲେ । ଏହାର କାରଣ ହେଲା ଜଙ୍ଗଲୀ କୁକୁରଙ୍କୁ ଘରେ ପୋଷିବା । ଫଳରେ କ୍ରସ୍ ପ୍ରଜନନ ହୋଇ ବିଭିନ୍ନ ପ୍ରଜାତିର କୁକୁର ଉତ୍ପାଦନ ଆରମ୍ଭ ହୋଇଥିଲା । ଯେଉଁ କୁକୁରଙ୍କ ଠାରେ ଉଭୟ ଜଙ୍ଗଲୀ ଏବଂ ଘରୋଇ ଗୁଣ ଥିଲା । ମଣିଷମାନେ ଗୋଟିଏ କୁକୁର ଠାରେ ଉଭୟ ଶିକାରୀ ଏବଂ ବନ୍ଧୁ ଖୋଜିବା ଆରମ୍ଭ କଲେ ।

ନିକଟରେ କେନ୍ଦ୍ର ସରକାରଙ୍କ ବ୍ୟାନ କରିଥିବା ଏହି କୁକୁରମାନେ ଜନଗହଳିପୂର୍ଣ୍ଣ ସ୍ଥାନରେ ରହିବା ପାଇଁ ଅଭ୍ୟସ୍ତ ନୁହନ୍ତି । ସେମାନେ ଖାଲି ସ୍ଥାନରେ ରହିବାକୁ ପସନ୍ଦ କରନ୍ତି । ହେଲେ ଆଜିର ଦୈନନ୍ଦିନ କାର୍ଯ୍ୟରେ ଲୋକେ ଏପରି ବିପଜ୍ଜନକ ପ୍ରଜାତିର କୁକୁରମାନଙ୍କୁ କେବଳ ସ୍ଥିତିର ପ୍ରତୀକ ଭାବରେ ବ୍ୟବହାର କରନ୍ତି ।ଫଳରେ  ଏହି ପ୍ରଜାତିର କୁକୁର ମାନେ ପାଣିପାଗ ଯୋଗୁଁ ଅନେକ ସମୟରେ ଅସୁସ୍ଥ ହୋଇପଡନ୍ତି ।

ଏଭଳି ସମସ୍ୟାର ସମାଧାନ କଣ ? ସର୍ବପ୍ରଥମେ, ଆପଣ ଯେକୌଣସି ପ୍ରାଣୀ କିଣୁଛନ୍ତି, ସେ କୁକୁର ହେଉ କିମ୍ବା ଅନ୍ୟ କୌଣସି ପ୍ରାଣୀ ପ୍ରଥମେ ଏହାର ପ୍ରଜାତି ଜାଣି ନିଅନ୍ତୁ । ଏହା ଆପଣଙ୍କ ଘରେ ରହିବା ପାଇଁ ଉପଯୁକ୍ତ କି ନୁହେଁ ।  ଏହା ବ୍ୟତୀତ କୁକୁରଙ୍କୁ ତାଲିମ ମଧ୍ୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହା ଦ୍ବାରା ଆପଣଙ୍କର କୁକୁର କିପରି ବ୍ୟବହାର କରିବେ ଜାଣନପାରିବେ। ତାଙ୍କୁ ବାହ୍ୟ ଜଗତ ଏବଂ ଅନ୍ୟ ମଣିଷ ସହିତ ପରିଚିତ କରାଇବା ଜରୁରୀ ଅଟେ। ଯାହା ଦ୍ବାରା ସେମାନେ ଭୟଭୀତ ନ ହୋଇ ସାମନା ଲୋକକୁ ବିପଦ ଭାବିବେ।

ଯେଉଁମାନଙ୍କର ଏହି ପ୍ରଜାତିର କୁକୁର ଅଛନ୍ତି ସେମାନେ କ’ଣ କରିବେ?

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ, ଏହି ପ୍ରଜାତିର କୁକୁର ଥିବା ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି। କାରଣ ଯଦି ସରକାର ଏହି କୁକୁରମାନଙ୍କୁ ହଟାଇବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଏହା ସେହି କୁକୁର ମାନଙ୍କ ପାଇଁ ଅନ୍ୟାୟ ହେବ।ତେଣୁ ସେମାନଙ୍କୁ ନିଜ ପରିବାରଠାରୁ ଅଲଗା କରିବା ଅର୍ଥାତ ସେମାନଙ୍କର ମାନସିକ ଅବସ୍ଥା ଉପରେ ଗଭୀର ପ୍ରଭାବ ପକାଇବ । ଏହା ମଧ୍ୟ ସମ୍ଭବ ଯେ ସେମାନେ ଅଧିକ ଭୟଙ୍କର ହୋଇପାରନ୍ତି । ତେବେ  ଏତେ ସଂଖ୍ୟକ କୁକୁର ରଖିବା ପାଇଁ ଦେଶରେ ପର୍ଯ୍ୟାପ୍ତ ପଶୁ ଆଶ୍ରୟ ଗୃହ ନାହିଁ । ଏଭଳି ପରିସ୍ଥିତିରେ ସରକାରଙ୍କୁ ମଧ୍ୟ ଏହି ଦିଗରେ ଗଭୀର ଭାବରେ ଚିନ୍ତା କରିବାକୁ ପଡ଼ିବ।

ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା

ନନ୍ଦିଘୋଷ ବ୍ୟୁରୋ: ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା। ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ। ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ତଥା ଦେଶ ବାହାରେ ପରିଚୟ ଦେବା ପାଇଁ ସରକାରଙ୍କ ଭିନ୍ନ ପ୍ରୟାସ । ଓଡ଼ିଶାର ଲୋକକଳା ଓ କଳାକାରଙ୍କ ପ୍ରତିଭାକୁ ମିଳିଛି ପରିଚୟ । ଦୁବାଇରେ ଓଡିଆ ଜନଜାତି ଶିଳ୍ପୀ ଦେଖାଇଛନ୍ତି କମାଲ । ବିଦେଶ ମାଟିରେ ପ୍ରଥମ ଥର ପାଇଁ ରାଜ୍ଯ ସରକାରଙ୍କ ଓଡିଆ ଭାଷା ସାହିତ୍ଯ ଏବଂ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ପ୍ରଦର୍ଶନୀ ଆୟୋଜିତ । ଦୁବାଇର ହୟାତ ପ୍ଲେସ ଏଆଇ ରିଗ୍ଗାରେ ଏହି ପ୍ରଦର୍ଶନୀ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଭାରତର କନସୁଲ୍ ଜେନେରାଲ୍ ସତୀଶ କୁମାର ଶିବମ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଓଡିଆ ଜନଜାତିର ବଛା ବଛା ୧୫ ଜଣ ଚିତ୍ରଶିଳ୍ପୀ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ରଙ୍ଗତୂଳୀରେ କାନଭାସରେ ଜୀବନ୍ତ ହୋଇଉଠିଛି ପେଣ୍ଟିଂ।  ସଉରା, ସାନ୍ତାଳୀ, କୋହ୍ଲ, କନ୍ଧ ଏବଂ ପରଜା ଆଦିବାସୀଙ୍କ ଜୀବନ ଓ ଜୀବିକା ଏହି ପେଣ୍ଟିଂ ମାଧ୍ୟମରେ ଜୀବନ୍ତ ହୋଇଛି।। ରାୟଗଡ଼ା,କୋରାପୁଟ, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛନ୍ତି ଏହି କଳାକାର। ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଛନ୍ତି।

ନିର୍ବାଚନ ଲଢ଼ିବେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଫିଲ୍ମମେକର ରାମ ଗୋପାଲ ବର୍ମା ଓହ୍ଲାଇବେ ରାଜନୀତି ମଇଦାନକୁ । ନିର୍ବାଚନ ଲଢ଼ିବେ ରାମ ଗୋପାଲ । ଏନେଇ ନିଜେ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି ରାମ ଗୋପାଲ । ଆସନ୍ତା ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରୁ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଠ କରିଛନ୍ତି । ତେବେ ଟ୍ବିଟ କରିବା ପରେ ଏହା ବେଶ ଭାଇରାଲ ହେଉଥିବାବେଳେ ଫ୍ୟାନ୍ସମାନେ ଶୁଭକାମନା ଜଣାଉଛନ୍ତି ।

ନବୀନ ନିବାସରେ ସରିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ନବୀନ ନିବାସରେ ସରିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ଜିଲ୍ଲାଓ୍ବାରୀ ପର୍ଯ୍ୟବେକ୍ଷକମାନେ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଲେ। ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳୀୟ ସ୍ଥିତିକୁ ନେଇ ବୈଠକରେ ତର୍ଜମା କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଏଥିରେ ଦଳର ସବୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଟପ୍ ନେତାମାନେ ସାମିଲ ହୋଇଥିଲେ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି  ଉପସ୍ଥିତ ଥିଲେ। ସେହିପରି ଦେବୀ ମିଶ୍ର, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ପଦ୍ମନାଭ ବେହେରା, ପ୍ରଦୀପ ଅମାତ, ଶାରଦା ନାୟକ, ଦେବେଶ ଆଚାର୍ଯ୍ୟ, ରବୀନ୍ଦ୍ର ଜେନା, ସଞ୍ଜୟ ଦାସ ବର୍ମା, ଗୌତ୍ତମବୁଦ୍ଧ ଦାସ ଓ ବିଜୟ ନାୟକ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

କାଲିଠୁ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ

ଭୁବନେଶ୍ବର: କମିଲା ତାତି । କାଲିଠୁ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଭୁବନେଶ୍ବର ଓ କଟକରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଗାଙ୍ଗେଟି ଓ୍ବେଷ୍ଟବେଙ୍ଗଲ ଠାରୁ ଓଡ଼ିଶା ମଧ୍ୟ ଦେଇ ଉତ୍ତର ଆନ୍ଧ୍ର ଉପକୂଳ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ପାଗ ମେଘୁ୍ଆ ରହିବା ସହ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜି ଉତ୍ତର-ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଖରା ଛାଇର ଖେଳ ଦେଖିବାକୁ ମିଳିଛି । ଆସନ୍ତାକାଲି ଠାରୁ ପାଗ ଆହୁରି ବଦଳିବା ସହ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବ । ପଶ୍ଚିମା ଝଡ ପ୍ରଭାବରେ କାଲି ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ସତର୍କତା ଜାରି କରାଯାଇଛି ।

୧୬ ତାରିଖରୁ ବର୍ଷାର ବିସ୍ତୃତି ବଢିବ । ଉପକୂଳ ଓଡ଼ିଶାର କେନ୍ଦ୍ରାପଡା, ଯାଜପୁର ସମେତ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ୧୭ ତାରିଖରେ ମଧ୍ୟ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ  ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ବାକି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରାଯାଇନଥିବା ଜିଲ୍ଲା ଗୁଡିକରେ ତାତି ଜାରି ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୩୭ ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ । ଗତକାଲି ରାଜ୍ୟରେ ପ୍ରଥମ ଥର ପାଇଁ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୩୯.୫ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ଭାବରେ ରକର୍ଡ କରିଥିଲା । ଭବାନୀପାଟଣାରେ ୩୯.୪ ଡିଗ୍ରୀ ତାପମାତ୍ରା ରହିଥିଲା । ଆଜି ମଧ୍ୟ ଉପକୂଳ ଓଡ଼ିଶାରେ ସାମାନ୍ୟ ତାତି ସହ ଗୁଳୁଗୁଳି ଅନୁଭୁତ ହୋଇଛି ।

ରାଜଧାନୀରେ ଉଦଘାଟିତ ହେଲା ପେଟ୍ ପାର୍କ

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ଭରତପୁର ଜିଏ କଲୋନୀରେ ଭରତପୁର ନେଚର ପାର୍କ ଉଦଘାଟିତ । ଉତ୍ତର ବିଧାୟକ ସୁସାନ୍ତ ରାଉତ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହାକୁ ଉଦଘାଟନ କରିଛନ୍ତି। ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଉପସ୍ଥିତ ଥିଲେ। ୫ ଏକର ଜମିରେ ଏହି ନେଚର ପାର୍କଟି ନିର୍ମାଣ ହୋଇଛି। ଏଥିରେ ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାରର ଦୋଳି ରହିଛି, ଚଲା ପଥ, ମୁକ୍ତାକାଶ ବ୍ୟାୟାମ ଶାଳା, ପାଠାଗାର, ଫୁଡ୍ କୋର୍ଟ, ଯୋଗ ମଣ୍ଡପ, ଓଡ଼ିଶାରେ ପ୍ରଥମ ଥର ପାଇଁ  ପୋଷା କୁକୁରଙ୍କ ଖେଳିବା ପାଇଁ ସ୍ବତନ୍ତ୍ର ପାର୍କ ରହିଛି । ପାର୍କ ଭିତରେ ସୁନ୍ଦର ଫୁଲ ବଗିଚା ସହ ସବୁଜିମାରେ ପରିପୂର୍ଣ୍ଣ ହୋଇଛି ପାର୍କ। ପାର୍କ ଉଦଘାଟନ ପରେ ପିଲାମାନେ ପାର୍କରେ ଖେଳୁଛନ୍ତି। ଏହି ପାର୍କ ଟି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ମାଣ କରାଯାଇଛି । ପାର୍କରେ ସୁନ୍ଦର ବ୍ୟବସ୍ଥା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସାରା ବିଶ୍ବରେ ବଢୁଛି କିଡନୀ ରୋଗୀ ସଂଖ୍ଯା, ରାଜ୍ଯ ସରକାରଙ୍କ ପ୍ରୟାସରୁ ଭଲ ସ୍ଥିତିରେ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ଆଜି ବିଶ୍ୱ କିଡନୀ ଦିବସ । ୨୦୦୬ରୁ ସାରା ବିଶ୍ୱରେ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର କୁ ଏହି ଦିବସ ରୂପରେ ପାଳନ କରାଯାଇ ଆସୁଛି । କିଡନୀର ଯତ୍ନ ତଥା ସୁରକ୍ଷା ପାଇଁ  ସରଳ ଜୀବନଚର୍ଯ୍ୟାର ବାର୍ତ୍ତା ନେଇ ଆଜି ଏସସିବି ବଡମେଡିକାଲ ନେଫରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ଏହି ରୋଗ ବ୍ୟୟବହୁଳ ତଥା ସମୟ ସାପେକ୍ଷ ହୋଇଥିବା ବେଳେ ରାଜ୍ଯ ସରକାରଙ୍କ ଯୋଗୁଁ ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଏଥିପାଇଁ ସାରା ବିଶ୍ବରେ ଭଲ ସ୍ଥିତିରେ ଅଛି ଓଡ଼ିଶା ।

ସାରା ବିଶ୍ବରେ ବଢୁଛି କିଡନୀ ରୋଗୀ ସଂଖ୍ଯା । ଅସନ୍ତୁଳିତ ଖାଦ୍ଯ ଓ ଜୀବନଚର୍ଯ୍ଯା ବଢାଇଛି ସମସ୍ଯା । ରାଜ୍ଯ ସରକାରଙ୍କ ପ୍ରୟାସରୁ ଭଲ ସ୍ଥିତିରେ ଓଡ଼ିଶା । ସାରାବିଶ୍ୱ ପାଳୁଛି ବିଶ୍ୱ କିଡନୀ ଦିବସ । କଟକ ଏସସିବି ମେଡିକାଲ ବୃକକ ବିଭାଗ ପକ୍ଷରୁ ଏହି ଦିବସର ଅନୁଚିନ୍ତାକୁ ନେଇ ହୋଇଛି ସଚତେତନତା ପଦଯାତ୍ରା । ସୁସ୍ଥ କିଡନୀ ସମସ୍ତଙ୍କ ପାଇଁ ଜରୁରୀ । ଏହାର ସୁରକ୍ଷା ଓ ଯତ୍ନ ପାଇଁ ଶୃଙ୍ଖଳିତ ଜୀବନଚର୍ଯ୍ୟା ପାଳନ କରିବାକୁ ଆଜି ଦିନରେ ସମସ୍ତେ ସକଳ୍ପ ନେବା ଆବଶ୍ଯକ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ବିଶ୍ୱରେ ପ୍ରତି 10 ଜଣରେ ଜଣେ କିଡନୀ ରୋଗୀ ଚି଼ହ୍ନଟ ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଢୁଛି ଚିନ୍ତା । ଏହାର ଚିକିତ୍ସା ବ୍ଯୟବହୁଳ ଓ ସମୟସାପେକ୍ଷ । ତେବେ ରାଜ୍ଯ ସରକାରଙ୍କ ପ୍ରୟାସରୁ ଓଡ଼ିଶାର ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଏଥିପାଇଁ ବରଦାନ ସାଜିଛି କଟକ ଏସସିବି ମେଡିକାଲ । ମଧୁମେହ ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ରୋଗ ଅଧିକ ଦେଖା ଦେଉଥିବାରୁ ଲୋକଙ୍କ ସଚେତନ କରିଛନ୍ତି ବିଶେଷଜ୍ଞ । ନିୟମିତ ଖାଦ୍ୟ ଗ୍ରହଣ, ଅଯଧା ପେନ କିଲର ସେବନ ନକରି ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ।

ଏଟିଏମକୁ ଯାଉଥିବା ବେଳେ ହୋଇଯାନ୍ତୁ ସାବଧାନ!

ଭୁବନେଶ୍ବର: ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହୋଇଯାଉଛି ଟଙ୍କା  । ଏଟିଏମକୁ ଯାଉଥିବା ବେଳେ ହୋଇଯାନ୍ତୁ ସାବଧାନ । ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର । ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର ହୋଇଥିଲେ । ଚିନ୍ମୟ ଏଟିଏମକୁ ଟଙ୍କା କାଢ଼ିବାକୁ ଯାଇଥିବା ବେଳେ, ଏଟିଏମ ରେ କାର୍ଡ ଲାଖି ରହି ଯାଇଥିଲା । ପାଖରେ ଛିଡା ହୋଇଥିବା ଜଣେ ଅଜଣା ଵ୍ୟକ୍ତି ଏନେଇ ତାଙ୍କୁ ଗାଇଡ଼ କରିବା ଆରମ୍ଭ କରି ଦେଇଥିଲେ । ଏଟିଏମ ଭିତରେ ପୂର୍ବରୁ ଲାଗିଥିବା ଏକ ଫେକ ହେଲ୍ପ ଲାଇନ ନମ୍ବରରେ କଲ କରିବା ପାଇଁ କହିଥିଲେ । ଚିନ୍ମୟ ହେଲ୍ପ ଲାଇନକୁ କଲ କରିବା ପରେ ଠକ ମାନେ କାର୍ଡର ଡାଟା ମାଗିବା ସହ, ପିନ କୋଡ ମଧ୍ୟ ଏଣ୍ଟ୍ରି କରିବାକୁ କହିଥିଲେ । ଏହାପରେ ଘରକୁ ଆସି ଦେଖିଲା ବେଳକୁ ମୋବାଇଲକୁ ଗୋଟିଏ ପରେ ଗୋଟିଏ ମେସେଜ ଆସିଥିଲା । ହଠାତ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା । ତେବେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ବିହାରୀ ଗ୍ୟାଙ୍ଗ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଉ ଟିକିଏ ସୁଯୋଗ ପାଇଲେ ଟଙ୍କା ଲୁଟି ନେଉଛନ୍ତି । ଏମାନେ ବିଶେଷକରି ରିମୋଟ କଣ୍ଟ୍ରୋଲ ଡିଭାଇସକୁ ଏଟିଏମରେ ଲଗାଇ ଦେଉଛନ୍ତି । ଯେଉଁଠାରେ କାର୍ଡ ଭର୍ତ୍ତି କରିବା ମାତ୍ରେ ସେଠାରେ କାର୍ଡଟି ଲାଖିଯାଏ । ଆଉ ତା ସାହାଯ୍ୟରେ ଲୁଟି ନିଅନ୍ତି ଟଙ୍କା । ଘଟଣାରେ ଅଭିଯୁକ୍ତ ଅସଦ ଅଲ୍ଲୀକୁକୁ ଗିରଫ କରାଯାଇଛି । ତାଠାରୁ ୪୦ ହଜାର ସହ atm କାର୍ଡ ଜବତ କରାଯାଇଛି  । ତେଣୁ ଏଟିଏମକୁ ଯାଉଥିବା ବେଳେ ଯଦି ଆପଣମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ କେବେ ହେଲେ ଅଜଣା ବ୍ୟକ୍ତିର ସାହାଯ୍ଯ ନ ନେବାକୁ ପୋଲିସ ପରାମର୍ଶ ଦେଇଛି ।

ଆଣ୍ଟି ରାବିସ୍ ଟିକାକରଣ ପରେ ଯୁବତୀଙ୍କ ମୃତ୍ଯୁ

ନନ୍ଦିଘୋଷ ବ୍ୟୁରୋ: ଆଣ୍ଟି ରାବିସ୍ ଟିକାକରଣ ପରେ ଯୁବତୀଙ୍କ ମୃତ୍ଯୁ । ମହାରାଷ୍ଟ୍ର କୋହ୍ଲାପୁରର ଘଟଣା । କୁକୁର କାମୁଡ଼ାର ଶିକାର ହେବା ପରେ ଆଣ୍ଟି ରାବିସ୍ ଟିକା ନେଇଥିଲେ । ଆଣ୍ଟି ରାବିସ୍ ଟିକାର ସମ୍ପୂର୍ଣ୍ଣ କୋର୍ସ ନେଇଥିଲେ । ଟିକାକରଣର ତିନିଦିନ ପରେ ତାଙ୍କର ମୃତ୍ଯୁ ହୋଇଛି । ଏକ ବୁଲା କୁକୁର ଗତ ତିନି ତାରିଖରେ ୨୦ ଜଣଙ୍କୁ କାମୁଡ଼ିଥିଲା । କୁକୁର କାମୁଡ଼ାର ଶିକାର ଯୁବତୀ ମଧ୍ଯ ଶିକାର ହୋଇଥିଲେ । କୁକୁର କାମୁଡ଼ିବା ଦ୍ବାରା ହୋଇଥାଏ ରାବିସ୍ ସଂକ୍ରମଣ । କୁକୁର କାମୁଡ଼ିବାର ୨୪ ଘଣ୍ଟା ମଧ୍ଯରେ ଆଣ୍ଟି ରାବିସ ଭ୍ଯାକ୍ସିନ୍ ନେବା ଜରୁରୀ । ନିୟମିତ ଭାବେ ପୋଷା କୁକୁରର ଟିକାକରଣ ଆବଶ୍ଯକ ।