spot_img
Home Blog Page 2130

ପଞ୍ଜାବର ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆପ୍

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ପାଖଉଥିବାବେଳେ ରାଜନୈତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି । ତେବେ ପଞ୍ଜାବ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବ ଆପ । ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପଞ୍ଜାବର ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ଏଭଳି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଭଗବନ୍ତ ମାନଙ୍କ ସହ ରାଜନୈତିକ ଆଲୋଚନା ମଧ୍ୟ କରିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି କି, ଦୁଇବର୍ଷ ପୂର୍ବେ ଯେଭଳି ଆମକୁ ଆଶୀର୍ବାଦ କରିଥିଲେ ଏଥରକ ମଧ୍ୟ ସେଭଳି ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ।

୨ ବର୍ଷ ପୂର୍ବରେ ୧୧୭ ଆସନରୁ ୯୨ ଆସନରେ ଆଶିର୍ବାଦ କରିଥିଲେ । ଏଣୁ ଆସନ୍ତା ୧୫ ଦିନ ମଧ୍ୟ ୧୪ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ଏବଂ ଏଥିରେ ପୁଣିଥରେ ଆଶୀର୍ବାଦ କରିବାକୁ ଜନତାଙ୍କୁ ନିବେଦନ କରିଛନ୍ତି । ୨ ମାସ ମଧ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ଏଭଳି ଲୋକଙ୍କୁ ନିବେଦନ କରିଛନ୍ତି । ସେପଟେ କଂଗ୍ରେସ ଅଲଗା ନିର୍ବାଚନ ଲଢ଼ିବାକୁ ଥିଲାବେଳେ ଆପ ମଧ୍ୟ ଅଲଗା ନିର୍ବାଚନ ଲଢ଼ିବ । ଇଣ୍ଡିଆ ମେଣ୍ଟର ବୈଠକରେ ହୋଇଥିବା ଆଲୋଚନା ଏବଂ ଏବେ ସମସ୍ତ ରାଜ୍ୟର ଦୃଶ୍ୟ କିଛି ଅଲଗା । ଆସନକୁ ନେଇ ହୋଇଥିବା ବୁଝାମଣାକୁ ନେଇ ଏବେ ଅଲଗା ସଂଖ୍ୟା ଦେଖା ଦେଉଥିବାବେଳେ ପୁଣିଥରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

 

ବଢ଼ିଲା ଭତ୍ତା ଟଙ୍କା, ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି

ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି  ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ଫେବୃଆରୀ ମାସରୁ ପାଇବେ।

ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ  ୧୦୦୦, ୧୨୦୦ ଓ  ୧୪୦୦ ଟଙ୍କା ପାଇବେ । ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ଶନିବାର ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବୃଆରୀ ମାସର ପେନସନ ଫେବୃଆରୀ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ଲୋକ ମାନେ ଏହି ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରିଛନ୍ତି।ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ  ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡ୍‌ସ ସେଲ ଦ୍ୱାରା ଚିହ୍ନଟକୃତ  ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, transgender, କୋଭିଡ ଦ୍ୱାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି। ଏହି ଯୋଜନାରେ ଛୋଟ  ପିଲା  ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି।

ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ। ବର୍ତ୍ତମାନ ସମସ୍ତେ ବର୍ଦ୍ଧିତ ଭତ୍ତା ପାଇବେ ।

ଲୁଟେରାଙ୍କ ନୂଆ ଚାଲ୍

ଭୁବନେଶ୍ବର: ସମ୍ଭ୍ରାନ୍ତ ବେଶରେ ବାହାଘର ଓ ରିସେପ୍ସନକୁ ଯାଉଛନ୍ତି । ଫୁଲତୋଡା ଦେଉଛନ୍ତି । ପରିବାର ସଦସ୍ୟଙ୍କୁ ଭେଟୁଛନ୍ତି । ତାପରେ କଳାକନା ବୁଲାଉଛନ୍ତି । ରାଜଧାନୀରେ ଏଭଳି ମାତିଛନ୍ତି ବାହାଘର ଲୁଟେରା । ଗହଳିର ସୁଯୋଗ ଦେଖି ଆସୁଛନ୍ତି । ରିସେପ୍ସନ ପାର୍ଟିରେ ବନ୍ଧୁ ଓ ବାହାଘରରେ ବରଯାତ୍ରୀ ବେଶରେ ଆସି କନିଆକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ ଲୁଟି ନେଉଛନ୍ତି । ବଡଗଡ ଥାନା  ଅଂଚଳରେ ଥିବା ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟି ନେଇ ଚାଲି ଯାଇଛି ଲୁଟେରା । ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହାର ଏକ୍ସକ୍ଲୁସିଭ ଭିଡିଓ । ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡୁଛି ଚୋର ଓ ଲୁଟେରାଙ୍କ କାରନାମା । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ ହୋଇଛି । ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।

ମୁସଲିମ୍ ବହୁଳ ଆସନରେ ମୁସଲିମ୍ ନେତାଙ୍କୁ ହରାଇ ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ନେତା

ଇସଲାମବାଦ: ପାକିସ୍ତାନରେ ହିନ୍ଦୁ ନେତାଙ୍କ ବିଜୟ । ମୁସଲିମ ବହୁଳ ଆସନରେ ହିନ୍ଦୁ ନେତାଙ୍କ ବିଜୟକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ବଡ଼ ବ୍ୟବଧାନରେ ମୁସଲିମ ନେତାଙ୍କୁ ହରାଇଛନ୍ତି ଏହି ହିନ୍ଦୁ ନେତା । ପାକିସ୍ତାନ ପିପୁଲ୍ସ ପାର୍ଟିର ହିନ୍ଦୁ ନେତା ମହେଶ କୁମାର ମଲାନି ଦକ୍ଷିଣ ସିନ୍ଧ ଅଞ୍ଚଳର ଥାରପାରକର ଆସନରେ ଅତି ସହଜରେ ବିଜୟ ହାସଲ କରିଛନ୍ତି । ସେ ୧ ଲକ୍ଷ ୧୩ ହଜାର ୩୪୬ ଭୋଟରେ ଡେମେକ୍ରେସି ଆଲାଏନ୍ସର ଅରବାବ ଗୁଲାମ ରହିମଙ୍କୁ ପରାସ୍ତ କରିଛନ୍ତି । ଦଳର ଜଣେ ପୁରୁଖା ନେତା ଭାବେ ଜଣାଶୁଣା ମହେଶ କୁମାର ୨୦୧୮ ମସିହାରେ ମଧ୍ୟ ବିଜୟ ହାସଲ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ମୁସଲିମଙ୍କ ସଂଖ୍ୟା ଅଧିକ ରହିଥିଲେ ସୁଦ୍ଧା ତାଙ୍କର ବହୁ ଲୋକପ୍ରିୟତା ରହିଛି । ମୁସଲିମ ସଂପ୍ରଦାୟର ଲୋକେ ତାଙ୍କୁ ବେଶ ଭଲ ପାଉଥିବାବେଳେ ଏହା ଭୋଟରେ ମଧ୍ୟ ପରିଣତ ହୋଇଛି ।

ପିପିପିର ବରିଷ୍ଠ ନେତା ହେଉଛନ୍ତି ମହେଶ କୁମାର ମଲାନି । ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟୋଙ୍କ ସମୟରୁ ଦଳ ସହ ଜଡିତ ରହିଛନ୍ତି । ମଲାନି ବ୍ରାହ୍ମଣ ସଂପ୍ରଦାୟର । ପାକିସ୍ତାନର ଦକ୍ଷିଣ ପ୍ରାନ୍ତର ଥାରପାରକର ହେଉଛି ସବୁଠାରୁ ବଡ଼ ଜିଲ୍ଲା । ଏଠାରେ ହିନ୍ଦୁ ସଂଖ୍ୟାଲଘୁ ସଂପ୍ରଦାୟ ହୋଇଥିବାବେଳେ ଉଭୟଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ମଲାନି । ଏଣୁ ଏହା ତାଙ୍କ ବିଜୟର ମୁଖ୍ୟ କାରଣ ବୋଲି କୁହାଯାଇପାରେ ।

ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ କିଏ ସରକାର ଗଢ଼ିବ ତାକୁ ନେଇ ଦ୍ବନ୍ଦ ଲାଗି ରହିଛି । ଏହି ନିର୍ବାଚନରେ ବହୁ ଓଲଟ ପାଲଟ ହୋଇଛି । ଦେଶରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ଏଣୁ ସରକାର ଗଠନ ପାଇଁ ସ୍ବାଧୀନ ନେତାଙ୍କ ଗୁରୁତ୍ବ ରହିଛି । ତେବେ ନିର୍ବାଚନ ପୂର୍ବରୁ ଏଭଳି ଲାଗୁଥିଲା କି, ପାକିସ୍ତାନ ମୁସଲିମ ଲିଗ-ନବାଜ (ପିଏମଏଲ)ର ବିଜୟ ସୁନିଶ୍ଚିତ ହେବ । ଏଭଳି ଲାଗୁଥିଲା କି, ପୁଣିଥରେ ନଓ୍ବାଜ ସରିଫ ପୁଣିଥରେ ସରକାର ଗଢ଼ିବେ । କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଯାଇଛି । ସମୁଦାୟ ୨୬୬ ଆସନରୁ ୯୯ ଆସନରେ ସ୍ବାଧୀନ ବିଧାୟକ ଜିତିଛନ୍ତି । ଯେଉଁମାନେ ଇମ୍ରାନ ଖାନଙ୍କ ସମର୍ଥିତ । ଏଣୁ ସମସ୍ତଙ୍କ ନଜର ଏହି ବିଧାୟକଙ୍କ ଉପରେ । ପିଏମଏଲ ପକ୍ଷରୁ ନଓ୍ବାଜ ସରିଫ ସରକାର ଗଠନ ପାଇଁ ଦାବି କରିଥିବାବେଳେ ସେପଟେ ଇମ୍ରାନ ଖାନଙ୍କ ପିଟିଆଇ ମଧ୍ୟ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ।

ଜାଣନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ଆକାଶ ଦୀପଙ୍କ ସମ୍ପର୍କରେ ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି ଭାରତ । ପ୍ରଥମ ୨ଟି ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡ ୧-୧ ବିଜୟ ହୋଇଛନ୍ତି । ବାକି ତିନୋଟି ମ୍ୟାଚ ପାଇଁ ଦଳ ଘୋଷଣା ହୋଇଛି । ଏହି ଦଳରେ ଯୁବ ବୋଲର ଆକାଶ ଦୀପଙ୍କୁ ସ୍ଥାନ ମିଳିଛି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ଆକାଶ ଦୀପ ଟେଷ୍ଟ ଦଳରେ ସ୍ଥାନ ପାଇଥିବାବେଳେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଦଳର ସଦସ୍ୟ ରହିଛନ୍ତି । ପ୍ରଥମଥର ପାଇଁ ଟେଷ୍ଟ ସିରିଜରେ ସ୍ଥାନ ପାଇଥିବାବେଳେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି ।

ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ଆକାଶ ଦୀପଙ୍କ ଘର ବିହାରରେ । ରୋହତାସ ଜିଲ୍ଲାରେ ୧୯୯୬ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ଆକାଶ । ତାଙ୍କକ ପିତା କେବେ ମଧ୍ୟ ଚାହୁଁ ନଥିଲେ କି, ପୁଅ କ୍ରିକେଟର ବନୁ । କିନ୍ତୁ ୨୦୦୭ ଟି-୨୦ ବିଶ୍ବକପରେ ଭାରତର ବିଜୟ ପରେ ଆକାଶ କ୍ରିକେଟ ପ୍ରତି ନିଜର ଆଗ୍ରହ ବଢ଼ାଇଥିଲେ । ଘର ବିହାରରେ ହୋଇଥିଲେ ସୁଦ୍ଧା ସେ ପଶ୍ଚିମବଙ୍ଗ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଛନ୍ତି । ତାଙ୍କ ଘାତକ ବୋଲିଂ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ମଧ୍ୟ ହାର ମାନିଥାନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପକ୍ଷରୁ ଖେଳନ୍ତି ଆକାଶ ଦୀପ । ବିରାଟ କୋହଲି ତାଙ୍କ ଫେବରାଟ ଖେଳାଳି । ତେବେ ଆଇପିଏଲରେ ମଧ୍ୟ ଦମଦାର ପ୍ରଦର୍ଶନ କରୁ୍‌ଥିବା ଆକାଶ ଦୀପ ଆଗକୁ ନିୟମିତ ଭାରତୀୟ ଦଳରେ ଖେଳିବାର ଆଶା ରଖିଥିବା କୁହନ୍ତି ।

ଜାଣନ୍ତୁ କାହିଁକି ୧.୪ ଲକ୍ଷ ମୋବାଇଲ ଏବଂ ୩ ଲକ୍ଷ ସିମ ବନ୍ଦ କଲେ ସରକାର

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ସାଇବର ଠକେଇ ସଂଖ୍ୟା ବଢ଼ୁଥିବାବେଳେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସାଇବର ଠକେଇ ରୋକିବା ପାଇଁ ୧.୪ ଲକ୍ଷ ମୋବାଇଲ ବନ୍ଦ କରାଯାଇଥିବାବେଳେ ୩ ଲକ୍ଷ ସିମ ବ୍ଲକ କରାଯାଇଛି । ସେପଟେ ୫୦୦ ଲୋକଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ସାଇବର ଠକାମିକୁ ରୋକିବା ଉପରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା । ଏପଆଇ ଏକୀକରଣ ମାଧ୍ୟମରେ (CFCFRMS) ପ୍ଲାଟଫର୍ମରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଅନବୋର୍ଡିଂ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା  । ବିବୃତ୍ତି ଅନୁଯାୟୀ, CFCFRMS ପ୍ଲାଟଫର୍ମକୁ ଜାତୀୟ ସାଇବର କ୍ରାଇମ ସୂଚନା ପୋର୍ଟାଲ (NCRP) ସହିତ ସଂଯୋଗ କରାଯିବ। ଏହା ପୋଲିସ, ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ମଧ୍ୟରେ ଉତ୍ତମ ସମନ୍ୱୟକୁ ସକ୍ଷମ କରିବ |

 

 

 

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କୋଲକାତା: ବଲିଉଡର ନାମୀ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ମେଡିକାଲରେ ଭର୍ତ୍ତି। ଛାତିରେ ଯନ୍ତ୍ରଣା ଯୋଗୁ ମିଥୁନଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳ ୧୦ ସମୟରେ ଛାତିରେ କଷ୍ଟ ଅନୁଭବ କରିଥିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି ଏ ନେଇ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ନିକଟରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ସରକାର। ପୁରସ୍କାର ପାଇବା ପରେ ଖୁସି ପ୍ରକାଶ କରିବା ସହ ଏହି ସମ୍ମାନକୁ ନିଜର ପ୍ରଶଂସକଙ୍କ ଉଦ୍ଦେଶ୍ଯରେ ସମର୍ପିତ କରିଥିଲେ। ୭୩ ବର୍ଷୀୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଚକ୍ରବର୍ତ୍ତୀ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ହିନ୍ଦୀ ଫିଲ୍ମ ଡିସ୍କୋ ଡାନ୍ସର ତାଙ୍କୁ ରାତାରାତି ସୁପରଷ୍ଟାର ପରିଚୟ ଦେଇଥିଲା। ବଲିଉଡର ଜଣେ ଆଗଧାଡ଼ିର ଲୋକପ୍ରିୟ ଅଭିନେତା ହେଉଛନ୍ତି ମିଥୁନ ଚକ୍ରବର୍ତ୍ତୀ। ଗତବର୍ଷ ତାଙ୍କର ବଂଗଳା ଭାଷାରେ ଫିଲ୍ମ କାବୁଲିଵାଲା ଆସିଥିଲା। ମିଥିୁନ ଚକ୍ରବର୍ତ୍ତୀଙ୍କ ଆଶୁଆରୋଗ୍ଯ କାମନା କରିଛନ୍ତି ତାଙ୍କର ହଜାର ହଜାର ସଂଖ୍ଯାରେ ପ୍ରଶଂସକ ।

ରାଜନୈତିକ ହଟଚମଟ ଭିତରେ ମୁହଁ ଖୋଲିଲେ ପାକିସ୍ତାନ ସେନାମୁଖ୍ୟ

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୈତିକ ହଟଚମଟ ଭିତରେ ମୁହଁ ଖୋଲିଲେ ସେନାମୁଖ୍ୟ। ଏକ ବିବୃତିରେ ଜେନେରାଲ ସୟିଦ ଅସିମ ମୁସିର କହିଛନ୍ତି ଅରାଜକତା ଓ ଧ୍ରୁବୀକରଣଭିତ୍ତିକ ରାଜନୀତିରୁ ପାକିସ୍ତାନ ମୁକୁଳିବାର ଆବଶ୍ଯକତା ରହିଛି। ଦେଶରେ ସାଧାରଣ ନିର୍ବାଚନ ସରିଥିଲେ ବି କୌଣସି ଦଳ ସ୍ପଷ୍ଟ ବହୁମତ ପାଇନାହାନ୍ତି। ସେପଟେ ସରକାର ଗଠନ ପ୍ରକ୍ରିୟା ନେଇ ଅନିଶ୍ଚୟତା ଜାରି ରହିଛି। ୧୯୪୭ରେ ଦେଶ ସ୍ବାଧୀନତା ଲାଭ ପରଠାରୁ ଅଧିକାଂଶ ସମୟ ପାକିସ୍ତାନ ରାଜନୀତିରେ ସାମରିକ ପ୍ରଭାବ ରହିଆସିଛି। ଜେନେରାଲ ମୁସିରଙ୍କ ଏହି ବୟାନ ଭିନ୍ନ କିଛି ଇଙ୍ଗିତ କରୁଛି। ସେ ଆହୁରି କହିଛନ୍ତି- ନିର୍ବାଚନ କେବଳ ହାର ଜିତର ଏକ ପ୍ରକ୍ରିୟା ନୁହେଁ। ଜନମତକୁ ନିର୍ଦ୍ଧାରଣ କରିବା ଲାଗି ଏହା ଏକ ପ୍ରକ୍ରିୟା। ଆତ୍ମସ୍ବାର୍ଥଠାରୁ ଦୂରେଇ ରହିବାକୁ ସେ ଦେଇଛନ୍ତି ପରାମର୍ଶ ।

କଟକ ନରାଜରେ JSW ତିଆରି କରିବ EV, ସ୍ବାକ୍ଷର ହେଲା MoU

ଭୁବନେଶ୍ବର: ଓଡ଼ିଶାରେ ଇଭି ଓ ବ୍ଯାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏଥିପାଇଁ ଆଜି ଜେଏସଡବ୍ଲୁ ଓ ରାଜ୍ଯ ସରକାରଙ୍କ ମଧ୍ଯରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମ ଥର ପାଇଁ ପାଦ ଥାପିବ ଜେଏସଡବ୍ଲୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବାବେଳେ ଜେଏସଡବ୍ଲୁ କଟକ ନରାଜରେ ପ୍ରତିଷ୍ଠା କରିବ ଏହି ପ୍ରକଳ୍ପ । ରାଜ୍ୟରେ ଉତ୍ପାଦନ ହେବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଯାନ । ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଇଲେକ୍ଟ୍ରିକ ଭେହିକଲ କମ୍ପୋନେଣ୍ଟ ତିଆରି କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ଇଭି ପାଇଁ ନରାଜ ଠାରେ କମ୍ପାନୀ ୯ଶହ ଏକର ଜମି ଯୋଗାଇ ଦିଆଯାଇଛି । ସେହିପରି ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ଯାଟେରୀ ନିର୍ମାଣ କରିବ । ବ୍ଯାଟେରୀ ପାଇିଁ କମ୍ପାନୀ ଚିଲିରୁ କପର ଆଣିବ । ଅଷ୍ଟ୍ରେଲିଆରୁ ଆଣିବ ଲିଥିଅମ । ବ୍ଯାଟେରୀ ପାରାଦୀପରୁ ଆଣି ନରାଜରେ ଇଭିରେ ଫିଟିଂ କରିବ କମ୍ପାନୀ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି ।

ବଢ଼ିଲା EPFO ସୁଧହାର, ଲାଭ ପାଇବେ ୬ କୋଟି କର୍ମଚାରୀ

ନୂଆଦିଲ୍ଲୀ: ୬ କୋଟିରୁ ଅଧିକ ଥିବା EPFO କର୍ମଚାରୀଙ୍କ ଲାଗି ଖୁସି ଖବର। ବଢିଲା ଇପିଏଫ ସୁଧହାର। ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ଇପିଏଏଫ୍ ସୁଧହାର ବୃଦ୍ଧି କରାଯାଇଛି। ସୁଧହାର ୮. ୨୫କୁ ବୃଦ୍ଧି ହୋଇଛି। ପୂର୍ବ ତୁଳନାରେ ଇପିଏଫ ସୁଧହାରରେ ୦. ୧୦ ପ୍ରତିଶତ ବଢାଯାଇଛି। କର୍ମଚାରୀ ଭବିଷ୍ଯ ନିଧି ସଂଗଠନ ଇପିଏଫଓ ଏବଂ ସିବିଟି ତରଫରୁ ଏହି ସୁଧହାର ବୃଦ୍ଧି କରାଯାଇଛି।  ଗତ ବର୍ଷ ମାର୍ଚ୍ଚରେ ଇପିଏଫଓ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୮. ୧୫ ପ୍ରତିଶତ ଘୋଷଣା ହୋଇଥିଲା। ଏହା ପୂର୍ବରୁ ୨୦୨୨ ଆର୍ଥିକ ବର୍ଷ ଲାଗି ଇପିଏଫଓ ସୁଧହାର ୮. ୧୦ ପ୍ରତିଶତ ରହିଥିଲା। ଇପିଏଫଓ ସୁଧହାର ବୃଦ୍ଧି ଫଳରେ ଏହାର ଲାଭ କୋଟି କୋଟି କର୍ମଚାରୀଙ୍କୁ ମିଳିବ ।