spot_img
Home Blog Page 2131

୫ମାସ ପରେ ଖୋଲିଲା ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି

ରାୟଗଡା: ଖୋଲିଲା ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି। କଡ଼ା ସୁରକ୍ଷା ବଳୟରେ ଚାଲିଛି ଗଣତି । ୫ମାସ ପରେ ମାଆଙ୍କ ଦାନ ହୁଣ୍ଡି ଖୋଲିଛି। ପୋଲିସର କଡା ସୁରକ୍ଷା ଓ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ହୁଣ୍ଡି ଖୋଲାଯାଇ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଗଣତି କାର୍ଯ୍ୟରେ କୋରାପୁଟ ପଞ୍ଚବଟି ବ୍ୟାଙ୍କ ମୁଖ୍ୟ ଶାଖାର ଅଧିକାରୀ ଏବଂ କର୍ମ କମକର୍ତ୍ତାଙ୍କ ସହ ୨ ଶହ ମହିଳା ସାମିଲ ଅଛନ୍ତି।

ଶେଷଥର ଦାନ ଅକାରରେ ମୋଟ ୬୮ ଲକ୍ଷ ୭୪ ହଜାର ୧୪୦ ଟଙ୍କା ସମେତ ବହୁ ସୁନା, ରୂପା ମିଳିଥିଲା। ତେବେ ଗଣତି କାର୍ଯ୍ୟ ସଂଧ୍ୟା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ଦେଲେ ମନ୍ଦିର କମିଟି ଅଧ୍ଯକ୍ଷ ରାଇସିଙ୍ଗ ବିଡିକା।

ନବୀନ ନିବାସକୁ ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ  ଡକରା, ନିର୍ବାଚନ ରଣନୀତି ନେଇ ବୈଠକ

ନବୀନ ନିବାସକୁ ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ ଡକରା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ। ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ବୈଠକରେ ଉପସ୍ଥିତ ଅଛନ୍ତି। ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ନେତା ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଅଛନ୍ତି । ନିର୍ବାଚନ ରଣନୀତି ନେଇ ଚାଲିଛି ବୈଠକ।

WPL 2024 ଫାଇନାଲ୍ : RCBର ବିଜୟ ପରେ ଭିଡିଓ କଲରେ ଏମିତି କହିଲେ କୋହଲି

ବ୍ୟୁରୋ ରିପୋର୍ଟ:  ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଭିଡିଓ କଲ କରି ଖୁସିରେ ଝୁମିଲେ ବିରାଟ କୋହଲି। ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ସ୍ମୃତି ମନ୍ଦନାଙ୍କ ଅଧିନାୟକତ୍ୱରେ ଆରସିବିର ରୋମାଞ୍ଚକର ବିଜୟ। ଦିଲ୍ଲୀ କ୍ଯାପିଟାଲ୍ସକୁ ହରାଇ ଆରସିବି ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ଚାମ୍ପିଅନ ହୋଇଛି।  ଆରସିବି ଚାମ୍ପିୟନ ହେବା ପରେ ବିରାଟ କୋହଲି ଭିଡିଓ କଲ କରି ମହିଳା ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଆରସିବି ମହିଳା ଦଳର ବିଜୟରେ ବିରାଟ କୋହଲି ବହୁତ ଖୁସି ଥିବାର ନଜର ଆସିଥିଲେ ।

ମହିଳା ଦଳର ଅଧିନାୟକ ସ୍ମୃତି ମନ୍ଦନା ଭିଡିଓ କଲରେ ହୋଇଥିବା ବାର୍ତ୍ତାଳାପକୁ ନେଇ କହିଛନ୍ତି ଯେ, ସେ କୋଳାହଳ ଯୋଗୁଁ ବିରାଟ କୋହଲିଙ୍କ କଥା ଶୁଣି ପାରିନାହାନ୍ତି। ସେ ବହୁତ ଖୁସି ନଜର ଆସୁଥିଲେ। ବିରାଟ କୋହଲିଙ୍କ ଭିଡିଓ କଲର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଯେଉଁଥିରେ ସେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି।

କହିରଖୁଛୁ କି, ବିରାଟ କୋହଲି ଗତ ୧୬ ବର୍ଷ ଧରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏକ ଅଂଶ ହୋଇ ଆସୁଛନ୍ତି। ସେ ଆଇପିଏଲରେ ଆରସିବି ପୁରୁଷ ଦଳ ପାଇଁ ୧୬ ଟି ସିଜନ୍ ଖେଳିଛନ୍ତି ଏବଂ ଏଥର ସେ ୧୭ ତମ ସିଜିନ ପାଇଁ ପଡିଆକୁ ଓହ୍ଲାଇବେ। କିନ୍ତୁ ଆରସିବି ପୁରୁଷ ଦଳ କୌଣସି ଟାଇଟଲ ଜିତି ନାହିଁ। ଏପରି ପରିସ୍ଥିତିରେ କୋହଲି ଆରସିବିର ପ୍ରଥମ ଟାଇଟଲ୍ ଜିତିବା ଦେଖି ଖୁସି ହୋଇଥିଲେ।

ସୂଚନା ଅନୁଯାୟା, ମହିଳା ପ୍ରିମିୟର ଲିଗର ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ଆରସିବିର ରୋମାଞ୍ଚକର ବିଜୟ ହାସଲ କରିଛି। ଦିଲ୍ଲୀ କ୍ଯାପିଟାଲ୍ସକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ WPL ଚାମ୍ପିଅନ ହୋଇଛି ଆରସିବି । ଏହା ସହିତ ଦିଲ୍ଲୀ କ୍ଯାପାଟାଲ୍ସର ପ୍ରଥମ ଟାଇଟଲ ଆଶା ଧୂଳିସାତ ହୋଇଛି।

ନବୀନଙ୍କ ଫୋକସରେ ଜନଜାତି ସମ୍ପ୍ରଦାୟ, ସାମଗ୍ରିକ ବିକାଶକୁ ଗୁରୁତ୍ବ : ବିଜେଡି

ଭୁବନେଶ୍ୱର: ନବୀନଙ୍କ ଫୋକସରେ ଜନଜାତି ସମ୍ପ୍ରଦାୟ। ଏନେଇ ପ୍ରସମିଟ୍ କରି ସୂଚନା ଦେଇଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର । ସେ କହିଛନ୍ତି, ଜନଜାତି ସମ୍ପ୍ରଦାୟ ବହୁତ୍ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଜନସଂଖ୍ୟାରେ ଏମାନଙ୍କ ସଂଖ୍ଯା ୨୨ ଦଶମିକ ୮ ପ୍ରତିଶତ ବା  ୧ କୋଟି ରହିଛି। ଏମାନଙ୍କ ସଂସ୍କୃତି, ଜ୍ଞାନ, ବନ୍ଯ ଉତ୍ପାଦନ, ଔଷଧ, ଜୀବନ ଶୈଳୀ ହିଁ ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛି। ରାଜ୍ୟର ୩୧୪ଟି ବ୍ଲକରେ ୬୪ ପ୍ରକାର ଜନଜାତି ଅଛନ୍ତି। ଏମାନେ ୭୪ଟି ଉପଭାଷା ବ୍ଯବହାର କରନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ସମୟରେ ଜନଜାତିଙ୍କ ଆବଶ୍ୟକତା ପୂରଣ ପାଇଁ ଚିନ୍ତା କରୁଛନ୍ତି। ଏ ସମ୍ପର୍କରେ ବିଜୁ ଜନତା ଦଳ ଜନଜାତିଙ୍କୁ ଅର୍ଥନୈତିକ ସୁରକ୍ଷା ଦେବା ସହ ସେମାନଙ୍କ ଶିକ୍ଷା, ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

ସେହିପରି ଆଦିବାସୀ ବହୁଳ ଅଞ୍ଚଳରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଆଦିବାସୀ ଅଞ୍ଚଳରେ ୨ ହଜାର ୫ଶହ ସ୍କୁଲ 5T ଉପକ୍ରମରେ ରୂପାନ୍ତର ହୋଇଛି। ୩ ହଜାର ୩ ଶହଟିର ରୂପାନ୍ତର ଚାଲିଛି। ସୁବିଦ୍ୟା ଦ୍ୱାରା ଆବସିକ ସ୍କୁଲ ପାଇଁ କାମ ହୋଇଛି।  ୧ ହଜାର ୭୩୪ ସୁବିଦ୍ୟା ସ୍କୁଲ, ୫ ଲକ୍ଷ ୭୦ ହଜାର ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି। ମୋଟ ଅଛନ୍ତି ୧୫ ଲକ୍ଷ ଛାତ୍ରଛାତ୍ରୀ।  ସେମାନଙ୍କୁ  ବୃତ୍ତି ଦିଆଯାଉଛି। ହଷ୍ଟେଲ ନିର୍ମାଣ କରାଯାଇଛି । ଅନ୍ଵେଷା ଜରିଆରେ ୧୭  ଜିଲ୍ଲାର ୨୧ ହଜାର ୬୮୨  ପିଲା ବାହାରେ ପାଠ ପଢୁଛନ୍ତି। ମଡେଲ ଆବାସିକ ସ୍କୁଲ ଏକଲବ୍ୟ ଜରିଆରେ ଚାଲିଛି। ୨୧ ଭାଷାର ସଂରକ୍ଷଣ ଓ ବିସ୍ତାର ପାଇଁ କାମ ଚାଲିଛି। ଆଦିବାସୀଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାକୁ ଉଦ୍ଯମ ହେଉଛି। ଅର୍ଥନୈତିକ ସ୍ୱାଧୀନତା ପାଇଁ  କରାଯାଇଛି ଲାଭ ଯୋଜନା । ୯୯ ଲକ୍ଷ ଆଦିବାସୀ ଲୋକ ସୁବିଧା ପାଇଛନ୍ତି। ଫାଇଭ-ଟି ଅଧୀନରେ ଇ-ପ୍ରୋକ୍ଯୁରମେଣ୍ଟ କରାଯାଇ ମଧ୍ୟସ୍ଥିଙ୍କ ମନମାନି ରୋକାଯାଇଛି। ଆଦିବାସୀ ଯୁବକଙ୍କ ଖେଳ ପାଇଁ ରାଉରକେଲାରେ ବିଶ୍ଵସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କରାଯାଇଛି। ସୁନ୍ଦରଗଡ଼ରେ କରାଯାଇଛି ୧୭ ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ। ପ୍ରାଚୀନ ସଂସ୍କୃତିର ସୁରକ୍ଷା ପାଇଁ ବାଦ୍ୟ ଯନ୍ତ୍ର ତିଆରି କରାଯାଇଛି। ଆଦିବାସୀଙ୍କ ପାଇଁ ୨୨୨ ସାଂସ୍କୃତିକ କ୍ଲବ,  ଆଦିବାସୀ  ମ୍ଯୁଜିୟମ, ଏକାଡେମୀ, ୨୩ଟି SDC ଜରିଆରେ ଉନ୍ନତି କରାଯାଉଛି। ଟ୍ରାଇବାଲ ଡେଭଲପମେଣ୍ଟ ସୋସାଇଟି ଜରିଆରେ ଚାକରି ପାଇଁ ଟ୍ରେନିଂ, ଶହେ କୋଟି ଟଙ୍କାରେ ଭୁବନେଶ୍ୱରରେ ଆଦିବାସୀ ଭବନ ପାଇଁ ୫ ଏକର ଜମି ଦିଆଯାଇଛି ବୋଲି କହିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ।

ଖୋର୍ଦ୍ଧା ଜେଲ ଭିତରେ ଅପରାଧୀଙ୍କ ଗଣ୍ଡଗୋଳ, ଜଣେ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜେଲ ଭିତରେ ଅପରାଧୀଙ୍କ ଗଣ୍ଡଗୋଳ, ଜଣେ ଆହତ। ଥାନାରେ ଏତଲା ଦେଲେ ଜେଲର। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଅପରାଧୀକୁ ଆଉ କିଛି ଅପରାଧୀ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ଜେଲ ସୁପରିଟେଣ୍ଡେଟ୍ ଖୋର୍ଦ୍ଧା ଆଦର୍ଶ ଥାନାରେ ୭ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

କିଛିଦିନ ତଳେ ଜେଲ ଭିତରୁ ମୋବାଇଲ ମିଳିବା ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲା। ମୋବାଇଲ ଜବତ କରିବା ପରେ ପୋଲିସ ଇନ୍ଫର୍ମର ସନ୍ଦେହରେ କୁଖ୍ୟାତ ନିଶା ମାଫିଆ ଗ୍ୟାଙ୍ଗଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଅନ୍ୟ ଏକ ଅଭିଯୁକ୍ତ।

ଆପ୍ ନେତା ସତ୍ୟନ୍ଦ୍ର ଜୈନଙ୍କୁ ତୁରନ୍ତ ଆତ୍ମସମର୍ପଣ ପାଇଁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପ୍ ନେତା ସତ୍ୟନ୍ଦ୍ର ଜୈନଙ୍କୁ ଝଟକା। ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଆମ୍ ଆଦମୀ ଦଳର ନେତା ସତ୍ୟନ୍ଦ୍ରଙ୍କୁ ଲାଗିଛି ବଡ ଝଟକା। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅର୍ଥାତ୍ ସୁପ୍ରିମକୋର୍ଟ ତାଙ୍କର ସମସ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।  ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ପୂର୍ବତନ ଆମ୍ ଆଦମୀ ଦଳର ମନ୍ତ୍ରୀଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସତ୍ୟନ୍ଦ୍ର ଜୈନ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ଠାରୁ ସମୟ ମାଗିଥିଲେ ମଧ୍ୟ କୋର୍ଟ ଏହିକୁ ଗ୍ରହଣ କରିନଥିଲେ।

ସୂଚନା ଅନୁଯାୟୀ, ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ  ୩୦ ମେ’ ୨୦୨୨ ରେ ଇଡି ଗିରଫ କରିଥିଲା । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା । ଫେବୃଆରୀ ୨୦୧୪ ରୁ ମେ ୨୦୧୭ ମଧ୍ୟରେ ବିଭିନ୍ନ ନାମରେ ବିଭିନ୍ନ ସମ୍ପତ୍ତି କିଣିବା ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ନିଖୋଜ ନାବାଳିକାର ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ରାୟଗଡା: ରାୟଗଡା ମୁନିଗୁଡା ଥାନା ବାଇନିବସା ନର୍ସରି ନିକଟରୁ ନାବାଳିକାଙ୍କ ମୃତଦେହ ମିଳିଛି । ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବାଇନିବସା ଗାଁର ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ଗତ ୧୨ଦିନ ହେବ ନିଖୋଜ ଥିଲେ। ପରିବାର ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା।  ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ପରିବାର।  ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ନାବାଳିକାଙ୍କ ପରିବାରକୁ ଖବର ଦିଆଯାଇଥିଲା।  ଖବରପାଇ ପରିବାର ଲୋକେ ମୃତଦେହର ପୋଷାକ ଦେଖି ନିଜ ଝିଅ ବୋଲି ଜାଣିପାରିଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରୁଛି। ନାବାଳିକାଙ୍କୁ କେହି ଘରୁ ଉଠାଇଆଣି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।


 

ଭୁବନେଶ୍ଵର ସହରାଞ୍ଚଳରେ ସେଫ ସିଟି ଡ୍ରାଇଭ ଅଭିଯାନ, ମଦୁଆ ଡ୍ରାଇଭରଙ୍କ ବିରୋଧରେ ଧରପଗଡ

ଭୁବନେଶ୍ୱର:  ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଭୁବନେଶ୍ବର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ପଦକ୍ଷେପ। ସେଫ ସିଟି ଡ୍ରାଇଭ” ଅଭିଯାନ କ୍ରମରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ ଚାଲୁ ରହିଛି। ଏହି ଧରପଗଡ ଅଭିଯାନରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନକୁ ଯାଞ୍ଚ କରାଯିବା ସହିତ ଡ୍ରଗ୍ସ,, ବେଆଇନ ଅସ୍ତ୍ରଶସ୍ତ୍ର, ଚୋରା ହୋଇଥିବା ଗାଡି, ଚୋରୀ ହୋଇଥିବା ସମ୍ପତ୍ତି ଓ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ ଉପରେ ନଜର ରଖାଯାଉଛି । ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ମଧ୍ୟ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଗାଡି ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଅଛି।

ଗତକାଲି ରାତିରେ ଭୁବନେଶ୍ବର ସହରାଞ୍ଚଳରେ ଥିବା ସମସ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଟ୍ରାଫିକ ଥାନା-୧ ଏବଂ ୨ ର ମିଳିତ ସହଯୋଗରେ ସହରର ଭିନ୍ନଭିନ୍ନ ସ୍ଥାନ ଯଥା- କ୍ୟାପିଟାଲ ଥାନା ଅନ୍ତର୍ଗତ ଗୋପବନ୍ଧୁ ଛକ ଗଭର୍ନର ହାଉସ ଛକ ମଧ୍ୟରେ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ ଛକ,  ହାଉସିଂ ବୋର୍ଡ ଛକରୁ ରାମମନ୍ଦିର ଛକ ମଧ୍ୟରେ, ସୁନ୍ଦରପଡା ଛକ ଆଦି ସ୍ଥାନରେ ପୋଲିସ ଯାଞ୍ଚ କରୁଛି।  ସମ୍ପୃକ୍ତ ଛକରେ ଜଣେ ଲେଖାଏଁ ପୁଲିସ ଅଧିକାରୀ, ଥାନା କର୍ମଚାରୀଙ୍କ ସମତେ ଗୋଟିଏ ଲେଖାଏଁ ସେକ୍ସନ ପୁଲିସ ଫୋର୍ସ ସାମିଲ ଅଛନ୍ତି। ଖାରବେଳନଗର ଥାନାରେ ୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ,ଗୋଟିଏ ଗାଡି ଜବତ କରାଯାଇଛି।

ସେହିପରି ଜଟଣୀ ଥାନାତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୨ଟି ମୋଟରସାଇକେଲ ଜବତ କରାଯାଇ ୨ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ସେହିପରି ତମାଣ୍ଡୋ ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୨ଟି କାର ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଅଟକ ରଖାଯାଇଛି। ଇନ୍ଫୋଭ୍ୟାଲି ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୨ଟି ମୋଟର ସାଇକେଲ ସହିତ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ସ୍ଥଳେ ବଡଗଡ ଥାନାରେ ୨ ଜଣ ବ୍ୟକ୍ତିଙ୍କୁ ଡ୍ରଙ୍କେନ୍ ଡ୍ରାଇଭରେ ଅଟକ ରଖାଯାଇ ୨ଟି ଗାଡି ଜବତ ହୋଇଛି। ଅନୁରୂପ ଭାବେ ଲକ୍ଷ୍ମୀସାଗର ଥାନା ତରଫରୁ ୬ଟି ଚାରିଚକିଆ ଯାନ ଜବତ କରାଯାଇଥିବା ବେଳେ ୬ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ବେଳେ ଇନ୍ଫୋସିଟି ଥାନାରେ ୧୦ଟି କାର ଓ ଗୋଟିଏ ବାଇକ୍ ଜବତ କରାଯାଇ ୧୧ ଜଣଙ୍କୁ ଅଟକ ରଖାଯାଇଛି। ଚନ୍ଦ୍ରଶେଖରପୁର ଥାନାରେ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୯ଟି କାର ଓ ୨ଟି ମୋଟରସାଇକେଲ ଜବତ କରାଯାଇ ୧୧ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ବେଳେ ଏୟାରପୋର୍ଟ ଥାନାରେ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୩ଟି ବାଇକ୍ ଜବତ କରାଯାଇ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

ସେହିପରି ଧଉଳି ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୨ଟି ମୋଟରସାଇକେଲ ସହ ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଖଣ୍ଡଗିରି ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭରେ ୨ଟି ଗାଡି ଜବତ କରାଯାଇ ୨ ଜଣଙ୍କୁ ଅଟକ ରଖାଯାଇଛି। ଗତ ରାତିରେ ଭରତପୁର ଥାନା ତରଫରୁ ଗୋଟିଏ ମଦଗାଡିକୁ ଅଟକ ରଖାଯାଇଥିବା ବେଳେ ପାହାଳ ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ଗୋଟିଏ ଗାଡି ସହିତ ଜଣଙ୍କୁ ଅଟକ ରଖାଯାଇଛି।

ସେହିପରି ଶହୀଦନଗର ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭରେ ୨ଟି ଗାଡି ସହିତ ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମୈତ୍ରୀବିହାର ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ଗୋଟିଏ ଗାଡି ସହିତ ଜଣଙ୍କୁ ଅଟକ ରଖାଯାଇଛି। ଭୁବନେଶ୍ବର ସହରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଥାନା ତରଫରୁ ମଦ୍ୟପାନ ଜନିତ ଗାଡି ଚାଳନା ବିରୋଧରେ କରାଯାଇଥିବା ଅଭିଯାନ ମାଧ୍ୟମରେ ମୋଟ ୫୩ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଟ୍ରାଫିକ ଥାନା ତରଫରୁ ୧୫ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଭୁବନେଶ୍ବର ସହରାଞ୍ଚଳର ସମସ୍ତ ଥାନା ତରଫରୁ ସମୁଦାୟ ୬୭ଟି ଚାରିଚାକିଆ ଓ ଦୁଇଚକିଆ ଯାନ ଜବତ କରାଯାଇଛି ।

ରାଜସ୍ଥାନ ଆଜମେରରେ ସୁପରଫାଷ୍ଟ ଟ୍ରେନ ଦୁର୍ଘଟଣା, ଇଞ୍ଜିନ ସମେତ ୪ ବଗି ଲାଇନଚ୍ୟୁତ

ନୂଆଦିଲ୍ଲୀ: ରାଜସ୍ଥାନ ଆଜମେରରେ ସୁପରଫାଷ୍ଟ ଟ୍ରେନ ଦୁର୍ଘଟଣା। ସାବରମତୀ-ଆଗ୍ରା ସୁପରଫାଷ୍ଟ ଟ୍ରେନର ଇଞ୍ଜିନ ସମେତ ୪ ବଗି ଲାଇନଚ୍ୟୁତ। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି। ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ରାଜସ୍ଥାନ ଆଜମେର ମଦାର ରେଳଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି।

ରେଳ ବିଭାଗର ଲୋକସମ୍ପର୍କ ଅଧିକାରୀ ଶଶି କିରଣ କହିଛନ୍ତି, ” ଟ୍ରେନ ନମ୍ବର 12548 ସାବରମତୀ ଆଗ୍ରା କ୍ୟାଣ୍ଟ ଟ୍ରେନ ଦୁର୍ଘଟଣା ହୋଇଛି । ବିଳମ୍ବିତ ରାତି ପ୍ରାୟ 1.04 ମିନିଟରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ଦୁର୍ଘଟଣା ପରେ ଟ୍ରେନରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଥିଲା । ଏହି ଦୁର୍ଘଟଣାରେ କୌଣସି ଜନଜୀବନ କ୍ଷତିଗ୍ରସ୍ତ ହୋଇ ନାହିଁ । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ମାଲବାହୀ ଟ୍ରେନ୍ ସହିତ ସାବରମତି-ଆଗ୍ରା କ୍ୟାଣ୍ଟ ସୁପରଫାଷ୍ଟ ଏକ୍ସପ୍ରେସ  ଧକ୍କା ହେବାରୁ ଇଞ୍ଜିନ ସହିତ ସାଧାରଣ କୋଚର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା। ରାତି ପ୍ରାୟ ଗୋଟାଏ ବେଳେ ଦୁର୍ଘଟଣା ଘଟିଥିବା ଟ୍ରେନ୍ ଯାତ୍ରୀ କହିଛନ୍ତି।। ଯାତ୍ରୀମାନେ ଆହୁରୀ ମଧ୍ୟ କହିଛନ୍ତି ଯେ,  ହଠାତ୍ ଏକ ଉଚ୍ଚ ଶବ୍ଦ ଶୁଣି ସେମାନେ ଭୟଭୀତ ହୋଇଯାଇଥିଲେ। ଏହା ପରେ ବଗି ଗୁଡ଼ିକ ରେଳ ଲାଇନରୁ ଖସି ଯାଇଥିଲା।

ବର୍ତ୍ତମାନ ରେଳ ଚଳାଚଳ ସ୍ବାଭାବିକ ଥିବା ନେଇ କୁହାଯାଇଛି। ଦୁର୍ଘଟଣା ପାଇଁ ୫ଟି ଟ୍ରେନର ଚଳାଚଳ ବାତିଲ କରାଯାଇଛି। ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ତେବେ ଦୁର୍ଘଟଣାଗସ୍ତ ଟ୍ରେନରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଅଜମେର ଷ୍ଟେସନରେ ପହଞ୍ଚା ଯାଇଛି ।

https://x.com/NWRailways/status/1769490398836072554?s=20

ବରଯାତ୍ରୀ କାରକୁ ଧକ୍କା ଦେଲା ଟ୍ରାକ୍ଟର, ୭ ମୃତ

ପାଟନା: ବିହାରରେ ମର୍ମନ୍ତୁଦ ଦୁର୍ଘଟଣା, ୭ ଜଣଙ୍କ ମୃତ୍ୟୁ ହୋଇଛି। ବିହାରର ଖଗାଡ଼ିଆ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବରଯାତ୍ରୀ କାର୍ ସହ ଟ୍ରାକ୍ଟର ଧକ୍କା ହୋଇଛି। ଫଳରେ କାରରେ ଥିବା ୩ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତ ରାତିରେ ମୋହନପୁର ଅଞ୍ଚଳରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେଇ ଏକ ପରିବାରର ୭ ଜଣ ସଦସ୍ୟ କାର୍‌ ଯୋଗେ ମଡୈୟା ବିଠଲା ଗାଁକୁ ଫେରୁଥିଲେ। ମାତ୍ର ପସରାହା ଥାନା ଅଞ୍ଚଳ ଏନଏଚ ୩୧ରେ କାରଟି ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହାତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ୪ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।