spot_img
Home Blog Page 2118

ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ

ଲେବାନନ: ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ । ନାବାତି ଗଭର୍ଣ୍ଣରେଟ ଅଞ୍ଚଳରେ ଏହି ଏୟାରଷ୍ଟ୍ରାଇକ ହୋଇଛି । ଏହି ଆକ୍ରମଣରେ କୋଠାବାଡି ନଷ୍ଟ ହୋଇଥିବାବେଳେ ୪ ଜଣ ପ୍ରାଣ ହରାଇବା ସହ ୧୧ ଜଣ ଆହତ ହୋଇଛନ୍ତି ବୋଲି କହିଛି ଲେବାନନ ସିଭିଲ ଡିଫେନସ ।

ମାନଚିତ୍ରରୁ ଇସ୍ରାଏଲକୁ ହଜାଇ ଦେବା ଲାଗି ହେଜବୁଲ୍ଲା ମୁଖ୍ଯ ହାସନ ନସରଲ୍ଲା ଧମକ ଦେବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି। ଖାଁ ୟୁନିସସ୍ଥିତ ଅଲ ଅମାଲ ହସ୍ପିଟାଲରେ ଜୋରଦାର ବୋମାମାଡ ହୋଇଥିବା ସୂଚନା ମିଳିଛି। ତେଣେ ଇସ୍ରାଏଲର ଆକ୍ରମଣ ଜୋରଦାର ହେବା ପରେ ନାସେର ହସ୍ପିଟାଲରେ ଆଶ୍ରୟ ନେଇଥିବା ପାଲେଷ୍ଟିନୀୟମାନେ ପଳାୟନ କରିଛନ୍ତି। ଗତ ଅକ୍ଟୋବର ୭ ପରଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ପହଞ୍ଚିଛି ୨୮ ହଜାର ୫୭୬ରେ।

ପୁଣି ମାତିଲେ ନକ୍ସଲ, ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଳମତୁମ୍ପା ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପ ଉପରେ ଚଢଉ ବେଳେ ଆହତ ହୋଇଛନ୍ତି ଦୁଇ ଏସଓଜି ଯବାନ। ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣ ଯୋଗୁଁ ଦୁଇ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି।  ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ମାଓବାଦୀମାନେ ସକ୍ରିୟ ଥିବା ସୂଚନା ରହିଥିଲା। ତେଣୁ SOG ଓ DVF ପକ୍ଷରୁ ଆଜି ସର୍ଚ୍ଚ ଅପରେସନ କରାଯାଉଥିଲା। ସର୍ଚ୍ଚ ଅପରେସନ ସମୟରେ  ଘଟିଥିଲା  ଅଘଟଣ।

ବୌଦ୍ଧ ଜିଲ୍ଲାରେ କିଛିଦିନ ହେଲା ମାଓ ଗତିବିଧି ବଢିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପୋଲିସ, DVF, SOG ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ ସମୟରେ ମାଓ କ୍ୟାମ୍ପ ଉପରେ ଚଢଉ କରି ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

‘ସରକାରଙ୍କ ନୀତିରେ ନିରନ୍ତରତା ପାଇଁ ରାଜ୍ୟରେ ନିବେଶ ବଢ଼ିଛି’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ହୋଇଛି। ଅନ୍ୟ ରାଜ୍ୟ ସହ ୫ ମାନଦଣ୍ଡରେ ବିଚାର କରାଯାଇ ଏହି ଫଳାଫଳ ସାମ୍ନାକୁ ଆସିଛି । ଓଡ଼ିଶାର ସବୁ କ୍ଷେତ୍ରରେ ସବୁ ଅଞ୍ଚଳରେ ବିକାଶ ହୋଇଛି । ମୁଖ୍ଯମନ୍ତ୍ରୀଙ୍କ ସ୍ଥିର ନେତୃତ୍ବ, ଦୂରଦୃଷ୍ଟି, ଏବଂ ଦୃଢ ଇଛାଶକ୍ତି ପାଇଁ ଏହା ସମ୍ଭବ ହୋଇପାରିଛି । ଭିତ୍ତିଭୂମୀ ବିକାଶ କାରଣରୁ ମଧ୍ୟ ନିବେଶ ବଢିଛି ।

ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଭଳି ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାକୁ ଯେଉଁ ନୂଆ ନିବେଶ ଆସୁଛି ସେମାନେ ଓଡ଼ିଶାରୁ ନିଯୁକ୍ତି ଦେଉଛନ୍ତି। ନିରପେକ୍ଷ ସଂସ୍ଥା ଓଡ଼ିଶାରେ ନିବେଶର ଭବିଷ୍ୟତକୁ ନେଇ ଭଲ ରିପୋର୍ଟ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ଉପରେ ବିଶ୍ୱାସ କାରଣରୁ ବାହାରୁ ନିବେଶ ଆସୁଛି । ବିଗତ ୭ ବର୍ଷରେ ୧ ଲକ୍ଷ ୮୫ ହଜାର କୋଟିର ନିବେଶ ହୋଇଛି । ଏକ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଖୋର୍ଦ୍ଧାରେ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଖୋର୍ଦ୍ଧା ପରେ ଯାଜପୁରର ସ୍ଥାନ। ଯାଜପୁର ପରେ ବାଲେଶ୍ୱରର ସ୍ଥାନ ରହିଛି।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ପରେ ଓଡ଼ିଶାରେ ଦେଶରେ ଅଧିକ ନିବେଶ ହୋଇଛି । ୨୦ ଲକ୍ଷ କୋଟି ନିବେଶ ଓଡ଼ିଶାରେ ହୋଇଛି । ଅପରପକ୍ଷେ ଟେକ୍ସଟାଇଲ୍ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ ଅଛନ୍ତି । ଏରୋସ୍ପେସ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ନିବେଶ ହୋଇଛି।

ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ, ଲଗାଇଲେ ରୋକ୍

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ସାଧାରଣ ନିର୍ବାଚନ ପୂର୍ବରୁ ବଣ୍ଡ ବ୍ଯବସ୍ଥା ଉପରେ କଟକଣା ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ଐତିହାସିକ ରାୟରେ କୋର୍ଟ କହିଛନ୍ତି- ନାଗରିକଙ୍କ ସୂଚନା ଅଧିକାରକୁ ବଣ୍ଡ ବ୍ଯବସ୍ଥା ଉଲ୍ଲଂଘନ କରୁଛି। ଏହା ଅସାମ୍ବିଧାନିକ। ଏହାର ଆଇନଗତ ବୈଧତାକୁ ଚାଲେଞ୍ଜ କରି ଆଗତ କେତେକ ପିଟିସନର ଶୁଣାଣି ପରେ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏହି ବଣ୍ଡ ବ୍ଯବସ୍ଥା ଅସାମ୍ବିଧାନିକ। ରାଜନୈତିକ ଦଳଙ୍କୁ ପାଣ୍ଠି ପ୍ରଦାନରେ ଏହା ଏକ ବିବାଦୀୟ ବ୍ଯବସ୍ଥା। ଏହା ସହ ତୁରନ୍ତ ଇଲେକ୍ଟୋରାଲ ବଣ୍ଡ ପ୍ରଦାନ ବନ୍ଦ ଲାଗି ସୁପ୍ରିମ କୋର୍ଟ ଷ୍ଟେଟବ୍ଯାଙ୍କକୁ ଦେଇଛନ୍ତି ନିର୍ଦ୍ଦେଶ। ଏହି ବ୍ଯବସ୍ଥା ସମ୍ବିଧାନର ଧାରା ୧୯(୧)କୁ କ୍ଷୁଣ୍ଣ କରୁଛି। ରାଜନୈତିକ ଦଳ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ଯ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଲାଗି ଷ୍ଟେଟବ୍ଯାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରମିକୋର୍ଟ।

୨୦୧୮ ଜାନୁଆରୀ ୨ର ଏହି ଯୋଜନା ଅନୁସାରେ ଆର୍ଥିକ ପ୍ରତିଷ୍ଠାନ କିମ୍ବା ବ୍ଯକ୍ତିବିଶେଷ ବ୍ୟାଙ୍କରୁ ବଣ୍ଡ କ୍ରୟ କରି କୌଣସି ରାଜନୈତିକ ଦଳକୁ ତାର ବ୍ୟବହାର ଉଦ୍ଦେଶ୍ୟରେ ଦେଇପାରିବେ। ରାଜନୈତିକ ଦଳଗୁଡିକୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ରାଜନୈତିକ ଦଳକୁ ନଗଦ ଅର୍ଥ ପ୍ରଦାନ ବଦଳରେ ଏହି ବ୍ୟବସ୍ଥା ଏକ ବିକଳ୍ପ ଥିଲା । ବିଭିନ୍ନ ଆବେଦନର ୩ ଦିନ ଧରି ଶୁଣାଣି କରି ସୁପ୍ରିମକୋର୍ଟ ଗତ ୨୦୨୩ ନଭେମ୍ବର ୨ରେ ନିଜ ରାୟ ସଂରକ୍ଷିତ ରଖିଥିଲେ।

ନିଜର ଯୁକ୍ତି ଦର୍ଶାଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦର୍ଶାଇଥିଲେ- ବ୍ୟାଙ୍କ ଜରିଆରେ ରାଜନୈତିକ ଦଳକୁ ପାଣ୍ଠି ଯୋଗାଣ ସ୍ବଚ୍ଛତା ଉପାୟରେ କରାଯିବା ଲାଗି ଏହି ବ୍ଯବସ୍ଥା ହୋଇଛି। ଏହା ସହ ଆକ୍ରୋଶର ଶିକାର ହେବା ଆଶଙ୍କା କରି ଦାତାମାନଙ୍କ ନାମକୁ ଗୋପନ ରଖାଯିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ- ଯଦି ସୁପ୍ରିମକୋର୍ଟ ଚାହାଁନ୍ତି ତେବେ ଇଲେକ୍ଟୋରାଲ ବଣ୍ଡ ଇସ୍ଯୁ ଲାଗି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବଦଳରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ କ୍ଷମତା ପ୍ରଦାନ କରିପାରନ୍ତି । ଶୁଣାଣି ସମୟରେ ଇଲେକ୍ଟୋରାଲ ବଣ୍ଡଗୁଡିକର ସ୍ବଚ୍ଛତା ସମ୍ପର୍କରେ ପ୍ରଶ୍ନ ଉଠିଥିଲା । ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ- ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାରେ ଜାଲ୍ କମ୍ପାନି ସୃଷ୍ଟିକୁ ପ୍ରତିରୋଧ କରିଥାଏ ଏବଂ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିଥାଏ ।

ସେପଟେ ପିଟିସନରମାନେ ଯୁକ୍ତି ଦର୍ଶାଇଥିଲେ- ଇଲେକ୍ଟୋରାଲ ବଣ୍ଡ ଜନସାଧାରଣଙ୍କ ସୂଚନା ପାଇବାର ଅଧିକାରକୁ କ୍ଷୁଣ୍ଣ କରୁଛି ଦେଶରେ ଦୁର୍ନୀତି ବଢ଼ାଇବା ଦିଗରେ ଏହା କାର୍ଯ୍ୟ କରୁଛି। କଂଗ୍ରେସ ନେତା ଜୟ ଠାକୁରଙ୍କୁ ପ୍ରତିନିଧିତ୍ବ କରି ବରିଷ୍ଠ ଆଡଭୋକେଟ କପିଳ ସିବଲ ଯୁକ୍ତି ଦର୍ଶାଇଥିଲେ- ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥା ତ୍ରୁଟିସମ୍ପନ୍ନ ଏବଂ ସୁଧମୁକ୍ତ ବଣ୍ଡଗୁଡିକରେ କୌଣସି ଘୋଷଣା ହୋଇ ନଥାଏ ତଥା ଅର୍ଥର ଉତ୍ସ ନେଇ ରାଜନୈତିକ ଦଳ ପ୍ରକାଶ କରିବାକୁ ବାଧ୍ୟ ନୁହନ୍ତି । ତେଣେ ଦାତାମାନଙ୍କ ତଥ୍ୟ ଓ ସେମାନେ କାହାକୁ କେତେ ଦାନ କଲେ ତାହାର ତଥ୍ୟ ପ୍ରକାଶ କରୁନଥିବାରୁ ନିର୍ବାଚନ କମିଶନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ।

ଆମ ବସଷ୍ଟାଣ୍ଡ ଯୋଜନା; ୧୩ ଜିଲ୍ଲାରେ ୨୦ ନୂଆ ବସଷ୍ଟାଣ୍ଡକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପରିବହନ କ୍ଷେତ୍ରରେ ନୂଆ ମାଇଲଷ୍ଟୋନ୍। ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକି ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ସାଜିବ। ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ରୂପେ ଏହାକୁ ନିର୍ମାଣ କରାଯାଇଛି।

ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ରହିଛି। ଏ ସମସ୍ତ ବସଷ୍ଟାଣ୍ଡ ଦ୍ବାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ। ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ। ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ରାଜ୍ଯ ସରକାର ‘ଆମ ବସଷ୍ଟାଣ୍ଡ’ ଯୋଜନା ମାଧ୍ଯମରେ ଅତ୍ଯାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରୁଛନ୍ତି। ପୂର୍ବରୁ ଗତ ଅଗଷ୍ଟ ମାସରେ ୨୧ଟି ନୂଆ ବସଷ୍ଟାଣ୍ଡ ଲୋକାର୍ପଣ କରିଥିଲେ ମୁଖ୍ଯମନ୍ତ୍ରୀ।

ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଛନ୍ତି, ଯୋଗାଯୋଗ ହେଉଛି ବିକାଶର ଆଧାର । ଅର୍ଥନୀତିର ମୁଖ୍ଯ ଶକ୍ତି । ଗାଁଠାରୁ ସହର ସବୁଠି ଯୋଗାଯୋଗକୁ ଉନ୍ନତ କରିବାକୁ ରାଜ୍ଯ ସରକାର ଗୁରୁତ୍ବ ଦେଉଛନ୍ତି । ଫାଇଭ-ଟି ଉପକ୍ରମରେ ଯୋଗାଯୋଗ ଓ ପରିବହନ ବ୍ଯବସ୍ଥା ସୃଦୃଢ ହୋଇଛି । ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ ଗଡ଼ୁଥିବାବେଳେ ଭୁବନେଶ୍ବରରେ ମେଟ୍ରୋ କାର୍ଯ୍ଯ ଆରମ୍ଭ ହୋଇଛି।

ଆହୁରି ମଧ୍ୟ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ, ନୂତନ ବସଷ୍ଟାଣ୍ଡ ଦ୍ବାରା ଚାଷୀ, ଛାତ୍ରଛାତ୍ରୀ ଆଦି ସମସ୍ତ ବର୍ଗ ଉପକୃତ ହେବେ। ଯୋଗାଯୋଗରେ ଉନ୍ନତି ହେବା ସହ ଆମ ଅର୍ଥନୀତି ସୁଦୃଢ ହେବ। ଲୋକଙ୍କ ରୋଜଗାର ବୃଦ୍ଧି ପାଇବ। ନୂଆ ବସଷ୍ଟାଣ୍ଡ ଗୁଡ଼ିକରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏହି ଅବସରରେ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ବସଷ୍ଟାଣ୍ଡ ଏକ ସହରର ପରିଚୟ। ତେଣୁ ଏହି ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣରେ ସହରବାସୀ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି।

ନାମାଙ୍କନ ଦାଖଲ କଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ୱର: ନାମାଙ୍କନ ଦାଖଲ କରିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ। ଅଶ୍ବିନୀ ବୈଷ୍ଣବ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସମର୍ଥନ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମର୍ଥନ ଘୋଷଣା କରିଛି ବିଜେଡି।

ତେବେ ଓଡ଼ିଶାର ସ୍ଵାର୍ଥ ସହ କୌଣସି ସାଲିସ କରାଯିବନି। ସଂଘୀୟ ବ୍ଯବସ୍ଥାରେ ବିକାଶ ପ୍ରକ୍ରିୟା ଜାରି ରହିବ। ଏହି କାରଣରୁ ଅଶ୍ଵିନୀଙ୍କୁ ସମର୍ଥନ କରିବାକୁ ମୁଖ୍ଯମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ଯ । ରାଜ୍ଯରେ ରେଳ ଓ ଟେଲିକମ ସେବାର ବୃହତ୍ତର ବିକାଶ ପାଇଁ ଦଳ ସମର୍ଥନ କରିଛି। ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଅବଶ୍ଯ ସଂଖ୍ଯା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ବିଧାୟକ ଅଛନ୍ତି ।

୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ବିନୀ। ୨୦୨୧ ମସିହା ଜୁଲାଇ ମାସରେ ମୋଦି ସରକାରଙ୍କ କ୍ୟାବିନେଟ୍ ଅଦଳବଦଳରେ ଅଶ୍ବିନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଏଥିସହ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ତଥା ଇଲେକଟ୍ରୋନିକ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ।

କାଲିଠୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା । ନାମ, ଧ୍ବନି, ସଂର୍କୀତ୍ତନରେ କୋଳାହଳ ହେବ ଖଣ୍ଡଗିରି ଗୁମ୍ଫା । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ । ରାଜ୍ଯ ତଥା ରାଜ୍ଯ ବାହରର ସାଧୁସନ୍ଥ ଏବେ ଭୁବନେଶ୍ବରରେ ଡେରା ପକାଇଲେଣି । ପାହଡର ପାଦ ଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌନ୍ଦଯ୍ଯକରଣ, ସ୍ବଚ୍ଛତା ଉପରେ ଫୋକସ କରିଛି ବିଏମସି । ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି ।

ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତି କିଭଳି ଭିଡ ନ ହେବ ସେ ନେଇ ପୋଲିସ ସହିତ ଆଲୋଚନା ହୋଇଛି। ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି । ଏକ ହଜାରରୁ ଅଧିକ ସାଧୁସନ୍ଥ ଆସିବା ନେଇ ଯୋଜନା ହୋଇଛି । ବାବା ଓ ସାଧୁସନ୍ଥଙ୍କ ସ୍ବତନ୍ତ୍ର ଭାବରେ ଟେଣ୍ଟ ବନ୍ଧା ହୋଇଛି। ପାହାଡ଼ ଉପରେ ଥିବା ଦେବସଭା ଅଞ୍ଚଳ ସାଧୁ ମାନେ ସଫା କରିଛନ୍ତି ।

ଉତ୍କଳ ପଞ୍ଚଶାଖା ଭାଗବତ ଆଖଡା ପକ୍ଷରୁ ୯ ଦିନ ଧରି ହେବାକୁ ଥିବା ମେଳାରେ ଏକ ହଜାରରୁ ଅଧିକ ସାଧୁସନ୍ଥ ଯୋଗ ଦେଇ ଆଧ୍ଯାତ୍ମିକ ଦିଗଦର୍ଶନ, ଐତିହ, ସଂସ୍କୃତି ଓ ପରମ୍ପରାର ଉପରେ ଜନ ସଚେତନା ସୃଷ୍ଟି କରିବେ। ବେଦପାଠ ସହିତ ଜାଗମରା ଠାରୁ ଖଣ୍ଡଗିରି ପଯ୍ଯନ୍ତ ସଂର୍କୀତନ ଓ କଳସ ଶୋଭାଯାତ୍ରା କରାଯିବ। ପ୍ରତିଦିନ ସନ୍ଧ୍ଯା ଧର୍ମ ଆଲୋଚନା, ପ୍ରବଚକ, ବିଶିଷ୍ଟ ଗବେଷକଙ୍କ ଦ୍ବାରା ପ୍ରବଚନ ଅନୁଷ୍ଠିତ ହେବ।

ଇଲେକ୍ଟୋରାଲ ବଣ୍ଡ ନେଇ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

0

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ନେଇ ଆଜି ସୁପ୍ରିମ କୋର୍ଟଙ୍କ ଆସିବ ରାୟ । ଏହାର ଆଇନଗତ ବୈଧତାକୁ ଚାଲେଞ୍ଜ କରି ଆଗତ କେତେକ ପିଟିସନର ଶୁଣାଣି ପରେ ଆଜି ଚୂଡ଼ାନ୍ତ ରାୟ ଶୁଣାଇବେ  ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇବେ । 2018 ଜାନୁଆରୀ 2ର ଏହି ଯୋଜନା ଅନୁସାରେ ଆର୍ଥିକ ପ୍ରତିଷ୍ଠାନ କିମ୍ବା ବ୍ଯକ୍ତିବିଶେଷ ବ୍ୟାଙ୍କରୁ ବଣ୍ଡ କ୍ରୟ କରି କୌଣସି ରାଜନୈତିକ ଦଳକୁ ତାର ବ୍ୟବହାର ଉଦ୍ଦେଶ୍ୟରେ ଦେଇପାରିବେ । ରାଜନୈତିକ ଦଳଗୁଡିକୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ରାଜନୈତିକ ଦଳକୁ ନଗଦ ଅର୍ଥ ପ୍ରଦାନ ବଦଳରେ ଏହି ବ୍ୟବସ୍ଥା ଏକ ବିକଳ୍ପ ଥିଲା । ବିଭିନ୍ନ ଆବେଦନର 3 ଦିନ ଧରି ଶୁଣାଣି କରି ସୁପ୍ରିମକୋର୍ଟ ଗତ 2023 ନଭେମ୍ବର 2ରେ ନିଜ ରାୟ ସଂରକ୍ଷିତ ରଖିଥିଲେ । ନିଜର ଯୁକ୍ତି ଦର୍ଶାଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦର୍ଶାଇଥିଲେ- ବ୍ୟାଙ୍କ ଜରିଆରେ ରାଜନୈତିକ ଦଳକୁ ପାଣ୍ଠି ଯୋଗାଣ ସ୍ବଚ୍ଛତା ଉପାୟରେ କରାଯିବା ଲାଗି ଏହି ବ୍ଯବସ୍ଥା ହୋଇଛି । ଏହା ସହ ଆକ୍ରୋଶର ଶିକାର ହେବା ଆଶଙ୍କା କରି ଦାତାମାନଙ୍କ ନାମକୁ ଗୋପନ ରଖାଯିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ- ଯଦି ସୁପ୍ରିମକୋର୍ଟ ଚାହାଁନ୍ତି ତେବେ ଇଲେକ୍ଟୋରାଲ ବଣ୍ଡ ଇସ୍ଯୁ ଲାଗି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବଦଳରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ କ୍ଷମତା ପ୍ରଦାନ କରିପାରନ୍ତି । ଶୁଣାଣି ସମୟରେ ଇଲେକ୍ଟୋରାଲ ବଣ୍ଡଗୁଡିକର ସ୍ବଚ୍ଛତା ସମ୍ପର୍କରେ ପ୍ରଶ୍ନ ଉଠିଥିଲା । ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ- ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାରେ ଜାଲ୍ କମ୍ପାନି ସୃଷ୍ଟିକୁ ପ୍ରତିରୋଧ କରିଥାଏ ଏବଂ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିଥାଏ । ସେପଟେ ପିଟିସନରମାନେ ଯୁକ୍ତି ଦର୍ଶାଇଥିଲେ- ଇଲେକ୍ଟୋରାଲ ବଣ୍ଡ ଜନସାଧାରଣଙ୍କ ସୂଚନା ପାଇବାର ଅଧିକାରକୁ କ୍ଷୁଣ୍ଣ କରୁଛି ଦେଶରେ ଦୁର୍ନୀତି ବଢ଼ାଇବା ଦିଗରେ ଏହା କାର୍ଯ୍ୟ କରୁଛି । କଂଗ୍ରେସ ନେତା ଜୟ ଠାକୁରଙ୍କୁ ପ୍ରତିନିଧିତ୍ବ କରି ବରିଷ୍ଠ ଆଡଭୋକେଟ କପିଳ ସିବଲ ଯୁକ୍ତି ଦର୍ଶାଇଥିଲେ- ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥା ତ୍ରୁଟିସମ୍ପନ୍ନ ଏବଂ ସୁଧମୁକ୍ତ ବଣ୍ଡଗୁଡିକରେ କୌଣସି ଘୋଷଣା  ହୋଇ ନଥାଏ ତଥା ଅର୍ଥର ଉତ୍ସ ନେଇ ରାଜନୈତିକ ଦଳ ପ୍ରକାଶ କରିବାକୁ ବାଧ୍ୟ ନୁହନ୍ତି । ତେଣେ ଦାତାମାନଙ୍କ ତଥ୍ୟ ଓ ସେମାନେ କାହାକୁ କେତେ ଦାନ କଲେ ତାହାର ତଥ୍ୟ ପ୍ରକାଶ କରୁନଥିବାରୁ ନିର୍ବାଚନ କମିଶନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ଏହା ସହ 2023 ସେପ୍ଟେମ୍ବର 30 ସୁଦ୍ଧା ସମସ୍ତ ତଥ୍ଯଦାଖଲ ଲାଗି ଇସିଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ନିର୍ବାଚନ କମିଶନଙ୍କ ପକ୍ଷରୁ ନିଯୁକ୍ତ ଓକିଲ କହିଥିଲେ କେବଳ 2019 ଯାଏ ଏହି ତଥ୍ଯ ସଂଗୃହୀତ ହୋଇଛି । ଏହି ବଣ୍ଡଗୁଡିକ 1 ହଜାର ଟଙ୍କାରୁ 1 କୋଟି ଟଙ୍କା ଯାଏ ଉପଲବ୍ଧ ହୋଇଥାଏ ଏବଂ ଷ୍ଟେଟ ବ୍ଯାଙ୍କରୁ ମିଳିଥାଏ । 2023 ନଭେମ୍ବରରେ ଏହି ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟଙ୍କ ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି କହିଥିଲେ ପାଣ୍ଠିର ଉତ୍ସ ସମ୍ପର୍କରେ ଜାଣିବା ନେଇ ନାଗରିକଙ୍କ ଅଧିକାର କ୍ଷୁଣ୍ଣ କରୁଛି ଏହି ବ୍ୟବସ୍ଥା । ଗତ 2019ରେ ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥା ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଥିଲେ । ପରନ୍ତୁ ଏକ ସ୍ବଚ୍ଛ ବ୍ଯବସ୍ଥା ଲାଗି ବ୍ୟାପକ ଶୁଣାଣି ଜରୁରୀ ବୋଲି କହିଥିଲେ । କଂଗ୍ରେସ ନେତା ଜୟ ଠାକୁର, ସିପିଏମ ଓ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ପକ୍ଷରୁ ପିଟିସନ ଦାୟର ହୋଇଥିଲା।

ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଦଶପଲ୍ଲା: ଦମ୍ପତିଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଶିମିଳିସାହି ଅଂଚଳରେ ଘଟିଛି ଅଭାବନୀୟ ଘଟଣା। ଭୋର ସମୟରେ ୪ ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିବା ସହ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଭୋର ସମୟରେ କବାଟ ଭାଙ୍ଗି ପ୍ରମୋଦ ପ୍ରଧାନଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ।

ଏହି ସମୟରେ ପ୍ରମୋଦ ଓ ତାଙ୍କ ପତ୍ନୀ ଟିକିନା ଉଠିପଡ଼ିବାରୁ ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଦମ୍ପତିଙ୍କ ପାଟିଶୁଣି ପଡ଼ୋଶୀ ଆସିଯିବାରୁ ଘଟଣାସ୍ଥଳରୁ ଲୁଟେରାମାନେ ଚମ୍ପଟ ମାରିଥିଲେ। ସ୍ବାମୀ-ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାରେ ଲୋକାର୍ପିତ ହେବ ୨୦ ନୂଆ ବସଷ୍ଟାଣ୍ଡ

ଭୁବନେଶ୍ୱର: ରାଜ୍ୟ ପରିବହନ କ୍ଷେତ୍ରରେ ନୂଆ ମାଇଲଷ୍ଟୋନ୍ । ଆଜି ଆମ ବସଷ୍ଟାଣ୍ଡ ଯୋଜନାରେ ୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକି ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ସାଜିବ । ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ରୂପେ ଏହାକୁ ନିର୍ମାଣ କରାଯାଇଛି ।

ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ରହିଛି। ଏ ସମସ୍ତ ବସଷ୍ଟାଣ୍ଡ ଦ୍ବାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ। ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ। ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ରାଜ୍ଯ ସରକାର ଆମ ବସଷ୍ଟାଣ୍ଡ ଯୋଜନା ମାଧ୍ଯମରେ ଅତ୍ଯାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରୁଛନ୍ତି। ପୂର୍ବରୁ ଗତ ଅଗଷ୍ଟ ମାସରେ ୨୧ଟି ନୂଆ ବସଷ୍ଟାଣ୍ଡ ଲୋକାର୍ପଣ କରିଥିଲେ ମୁଖ୍ଯମନ୍ତ୍ରୀ।