ମୋହନା : ମହୁମାଛି ଆକ୍ରମଣରେ ୧୪ ଆହାତ। ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିମେରା ଗାଁର ଘଟିଛି ଏଭଳି ଦୁର୍ଘଟଣା। ସକାଳେ ଗାଁର କିଛି ଲୋକେ ବଗଡ ସଫା କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ରୋଷେଇ କରିବା ପାଇଁ ଏକ ଗଛ ମୂଳରେ ନିଆଁ ଲଗାଇବାବେଳେ ଗଛରେ ବସା ବାନ୍ଧିଥିବା ଜଙ୍ଗଲି ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ଗ୍ରାମବାସୀ ସମସ୍ତ ଆହାତଙ୍କୁ ଉଦ୍ଧାର କରି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଆଇଏସଆଇଏସ-କେ ସଂଗଠନ କଣ, କାହିଁକି କରୁଛି ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ : ମସ୍କୋ କନସର୍ଟ ହଲରେ ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସଆଇଏସ-କେ । ଇସଲାମିକ ଷ୍ଟେଟର ଆଫଗାନ ଶାଖା ହେଉଛି ଆଇଏସଆଇଏସ-କେ । ଇରାନ, ତୁର୍କମନେିସ୍ତାନ ଓ ଆଫଗାନିସ୍ତାନରେ କାର୍ଯ୍ୟରତ ଏହି ସଂଗଠନ ହେଉଛି ଇସଲାମିକ ଷ୍ଟେଟ ଖୋରାସାନ ବା ISIS-K । ଅତ୍ୟଧିକ ହିଂସା ଲାଗି କୁଖ୍ୟାତ ଏହି ସଂଗଠନ ୨୦୧୪ରେ ପ୍ରତିଷ୍ଠା ହୋଇଥିଲା । ତେବେ ୨୦୧୮ ପରଠାରୁ ଏହି ସଂଗଠନର ସଦସ୍ୟ ସଂଖ୍ୟା ହ୍ରାସ ପାଇଥିଲା । ତାଲିବାନ ଓ ଆମେରିକୀୟ ବାହିନୀର ପ୍ରଭାବ ଯୋଗୁ ଏହି ସଂଗଠନକୁ ବେଶୀ କ୍ଷତି ପହଞ୍ଚିଥିଲା । ତେବେ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ISIS-Kର ପ୍ରଭାବ ବଢ଼ିଥିଲା । ଆଫଗାନିସ୍ତାନର ବିଭିନ୍ନ ମସଜିଦ ଉପରେ ଆକ୍ରମଣ କରିବା ସହ ଏହି ସଂଗଠନ ଦେଶ ବାହାରେ ବି ନିଜର କାୟା ବିସ୍ତାର କରିଛି ।
୨୦୨୪ ପ୍ରଥମ ଭାଗରେ ଇରାନରେ ଦୁଇଟି ବିସ୍ଫୋରଣ ପଛରେ ଏହାର ହାତ ଥିଲା ଯେଉଁଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୦୨୨ ସେପ୍ଟେମ୍ବରରେ କାବୁଲସ୍ଥିତ ଋଷ ଦୂତାବାସରେ ISIS-K ଆତଙ୍କୀ ହମଲା କରିଥିଲେ । ସେହିପରି ୨୦୨୧ରେ କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦରରେ ବି ଏହି ସଂଗଠନ ଆକ୍ରମଣ କରିଥିଲା ଯେଉଁଥିରେ ୧୩ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । କିଛି ବର୍ଷ ଧରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରିଆସୁଥିଲା ISIS-K । ଋଷର ବିଭିନ୍ନ ନୀତିକୁ ସଂଗଠନ କରୁଥିଲା ବିରୋଧ । ମୁସଲମାନଙ୍କ ବିରୋଧରେ ଋଷ କାର୍ଯ୍ୟ କରୁଥିବା ଥିଲା ସଂଗଠନର ଅଭିଯୋଗ । କେନ୍ଦ୍ରୀୟ ଏସୀୟ ଆତଙ୍କବାଦୀ ସଂଗଠନଗୁଡିକ ସହ ନିଜର ପ୍ରଭାବ ବିସ୍ତାର ଲାଗି ଉଦ୍ୟମ କରୁଛି ସଂଗଠନ । ଋଷ ଉପରେ ଆତଙ୍କୀ ହମଲା ହେବା ନେଇ ଆଗୁଆ ସୂଚନା ଦେଇଥିଲା ଆମେରିକା ।
ଗୋଟିଏ ରାତିର କାହାଣୀକୁ ନେଇ ଯାଯାବର 2.0
ଭୁବନେଶ୍ୱର : ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ଯାଯାବର 2.0 । ଆଓ ନେକ୍ସଟ ବ୍ୟାନରରେ ଯାଯାବର 2.0 ସାରା ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ଏହି ଅବସରରେ ଭୁବେନଶ୍ବରର ସିନେମାର ପ୍ରିମିଅର ହୋଇଛି। ଗୋଟିଏ ରାତିର କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି। ଦୁଇ ଜଣ ଅପରିଚିତ ବ୍ୟକ୍ତି ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ପରସ୍ପରକୁ କୁହନ୍ତି l ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣକ ଏଥିରୁ ମୁକ୍ତି ଖୋଜେ l ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ ଟାଇମ କଣ୍ଟ୍ରାକ୍ଟ କିଲର। ଏଭଳି କାହାଣୀକୁ ନେଇ ଫିଲ୍ମ ଗତିଶୀଳ।
ଫିଲ୍ମରେ ପ୍ରଯୋଜନା କରିଛନ୍ତି କୌଶିକ ଦାସ ଏବଂ ରାମ ପଟ୍ଟନାୟକ। ଅଭିଷେକ ଦାସଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ପ୍ରତିଭାଶାଳୀ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ। ବିଭିନ୍ନ ଭୂମିକାରେ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ମାନସ ରଞ୍ଜନ ମୁଦୁଲି ପ୍ରମୁଖ l ଯାଯାବର ଫିଲ୍ମରେ ଅଭିନୟ କରିଥିଲେ ଶ୍ରୀରାମ ପଣ୍ଡ॥ ଓଡିଶାର ଜଣେ ଲୋକପ୍ରିୟ ଅଭିନେତା ଶ୍ରୀରାମ ପଣ୍ଡା । ଯିଏକି ପରେ ସନ୍ୟାସୀ ଜୀବନ ଗ୍ରହଣ କରିଥିଲେ l
ଯୁବ ସଶକ୍ତୀକରଣ ଏବଂ ବିକାଶକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟରେ ଯୁବ ସଶକ୍ତିକରଣ ଏବଂ ବିକାଶକୁ ଅଗ୍ରାଧିକାର । ଯୁବ ପିଢିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ନବୀନ ସରକାର । ୨୦୨୧ରେ ଯୁବପିଢ଼ିଙ୍କ ପାଇଁ ଏକାଧିକ ଯୋଜନା କରିଛନ୍ତି ସରକାର । ଏହାସହ ଯୁବପିଢ଼ିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଯେମିତିକି ଆଇଟି, ବିପିଓ କ୍ଷେତ୍ର ପାଇଁ ଯୋଜନା କରିଛନ୍ତି ସରକାର । ନାସକମ ଓ ଡିଲଏଟ ଭଳି ସଂସ୍ଥା ଭୁବନେଶ୍ୱରକୁ ବାଛିଛନ୍ତି । ବହୁ ବଡ଼ ବଡ଼ ଆଇଟି ଓ ବିପିଓ କମ୍ପାନୀ ଓଡ଼ିଶା ଆସିଛନ୍ତି । 5Tର ଗୋଟିଏ T ହେଉଛି ଟେକ୍ନୋଲୋଜି । ନୂଆ-ଓ ଛାତ୍ରବୃତ୍ତି ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ।
ନୂଆ-ଓ ଅଭିଳାଷାରେ ଯୁବପିଢ଼ି ଓ ପିଲାଙ୍କୁ ଉଦ୍ୟୋଗୀ କରାଇବାକୁ WSCରେ ଟ୍ରେନିଂ ଦିଆଯାଉଛି । ବିଭିନ୍ନ କମ୍ପାନୀ ସହଯୋଗରେ ଡିଜିଟାଲ ଟ୍ରେନିଂ ସୁବିଧା ଆରମ୍ଭ କରି ଭାରତ ବାହାରେ ଚାକିରି ପାଇଁ ମଧ୍ୟ ଓଡ଼ିଆ ପିଲା ଯାଇପାରିବେ । ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ଏକାଧିକ ଷ୍ଟାଡିୟମ ନିର୍ମାଣ । ନୂଆ-ଓ ଜରିଆରେ ୫୫ହଜାର ଟିମ ପଞ୍ଜୀକରଣ କରିଥିବ ଶଂଖ ଭବନରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ।
ସମ୍ବଲପୁରରେ ଝାଡାବାନ୍ତିରେ ୪୫ ଜଣ ଆକ୍ରାନ୍ତ
ସମ୍ବଲପୁର : ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି। ଝାଡାବାନ୍ତିରେ ୪୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। । ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ୪୦ ଜଣଙ୍କୁ ହୀରାକୁଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୫ ଜଣଙ୍କୁ ବୁର୍ଲା ଭୀମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି l
ନୂଆ ଜିଲ୍ଲାପାଳ ଓ ୨ ଏସପିଙ୍କୁ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଅମୃତ ଋତୁରାଜ ଢେଙ୍କାନାଳର ନୂଆ ଜିଲ୍ଲାପାଳ। ୨୦୧୫ ବ୍ୟାଚର ଆଇଏଏସ୍ ଅମୃତ ଋତୁରାଜ। ଅମୃତ ଋତୁରାଜଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ନିଯୁକ୍ତି ପାଇଲେ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପି। ଅନୁପମା ଜେମ୍ସ ଦେବଗଡ଼ ଏସପି ହୋଇଥିବା ବେଳେ, ଏଲ ଦିବ୍ୟା ହୋଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି। ନିଯୁକ୍ତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟେ ଭିଜିଲାନ୍ସ ଏସପି ଭାବେ କାର୍ଯ୍ୟ କରୁଥିଲେ। ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଖୁବ୍ ଶୀଘ୍ର ଦୂର ହୋଇପାରେ ଗାଜା ପଣବନ୍ଦୀ ସମସ୍ୟା
ନନ୍ଦିଘୋଷ ବ୍ୟୁରୋ : ଖୁବ୍ ଶୀଘ୍ର ଦୂର ହୋଇପାରେ ଗାଜା ପଣବନ୍ଦୀ ସମସ୍ୟା । ତୁରନ୍ତ ଏଦିଗରେ ସାମୂହିକ ପଦକ୍ଷେପ ନେବାକୁ ଏକ ଚିଠା ପ୍ରସ୍ତାବକୁ ଉପସ୍ଥାପନ କରିଛି ଆମେରିକା । ଜାତିସଂଘ ନିରାପତ୍ତା ପରିଷଦରେ ବାଇଡେନ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରସ୍ତାବରେ ଗାଜାଷ୍ଟ୍ରିପରେ ପଣବନ୍ଦୀ ସମସ୍ଯାର ଅବସାନ ଲାଗି କାର୍ଯ୍ୟ କରିବା ସକାଶେ ଆହ୍ବାନ ଦିଆଯାଇଛି । ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟପ୍ରାଚ୍ୟ ଗସ୍ତ କାଳରେ ବିଭିନ୍ନ ରାଷ୍ଟ୍ର ସହ ଏନେଇ ଆଲୋଚନା ହୋଇଛି ।
ସେପଟେ ପଣବନ୍ଦୀଙ୍କୁ ମୁକ୍ତି ନେଇ କତାର ପକ୍ଷରୁ ମଧ୍ୟସ୍ଥତା ଜରିଆରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଜିଡାରେ ସେ ସାଉଦି ରାଜା ମହମ୍ମଦ ବିନ ସଲମାନ ଓ ବୈଦେଶିକ ମନ୍ତ୍ରୀ ଫୈଜଲବିନ ଫାରହାନଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେଣେ ଆମେରିକା କଂଗ୍ରେସରେ ଉଦବୋଧନ ଦେବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଅନୁରୋଧ କରାଯାଇପାରେ ବୋଲି କହିଛନ୍ତି ବାଚସ୍ପତି ମାଇକ ଜନସନ । ନେତାନ୍ୟାହୁଙ୍କ ନେତୃତ୍ବକୁ ଡେମୋକ୍ରାଟିକ ଦଳ ସମାଲୋଚନା କରୁଥିବାବଳେ ତାଙ୍କ ପ୍ରତି ରିପବ୍ଲିକାନ ସଦସ୍ୟଙ୍କ ସମର୍ଥନ ବଢୁଥିବା ସୂଚନା ମିଳିଛି । ସେପେ ଓ୍ବେଷ୍ଟ ବ୍ୟାଙ୍କର ନୁର୍ ସାମସ ଶରଣାର୍ଥୀ ଶିବିରରେ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ ହୋଇଥିବା ସୂଚନା ମିଳିଛି ।
ବିଶ୍ୱ ଆର୍ଥ ଆଓ୍ବାର ଦିବସର ବାଲୁକା କଳା ମାଧ୍ୟମରେ ଜନସଚେତନତା ବାର୍ତ୍ତା
ପୁରୀ : ଆଜି ବିଶ୍ୱ ଆର୍ଥ ଆଓ୍ବାର ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖ ଦିନ ଏହି ଦିବସ ଟିକୁ ବିଶ୍ଵବ୍ୟାପୀ ପାଳନ କରାଯାଇଥାଏ। ଏହି ଦିନ ପ୍ରତ୍ୟେକ ଘରେ ଘରେ ରାତି ୮ଟା୩୦ ରୁ ୯ଟା୩୦ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ପାଇଁ ଶକ୍ତି ସଞ୍ଚୟ ଉଦ୍ଦେଶ୍ୟରେ ବିଦ୍ୟୁତ କାଟ କରାଯାଏ। ଏହି ମହତ୍ କାର୍ଯ୍ୟକୁ ନେଇ ଜନସଚେତନତା ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ପୁରୀ ବେଳା ଭୂମିରେ ନିର୍ମାଣ ହୋଇଛି ବାଲୁକା କଳା।
ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ସାଥି କଳାକାରମାନଙ୍କ ଦ୍ୱାରା ଏହି ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରାଯାଇଛି। । ଶକ୍ତି ସଞ୍ଚୟ ଦ୍ୱାର ପରିବେଶ ସନ୍ତୁଳନ ଦିଗରେ ସହାୟକ ହେବ ବୋଲି କୁହାଯାଇଛି। ଏହି ଅଭିଯାନରେ ସମେସ୍ତ ସାମିଲ ହେବାକୁ ଅନୁରୋଧ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ମସ୍କୋ ଆତଙ୍କବାଦୀ ଆକ୍ରମଣ ଉପରେ ଆମେରିକାର ପ୍ରତିକ୍ରିୟା କ’ଣ ଜାଣନ୍ତୁ ?
ନନ୍ଦିଘୋଷ ବ୍ୟୁରୋ : ମସ୍କୋର ସପିଂ ମଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ଆମେରିକା ନିଜକୁ ଦୂରେଇ ରଖିଛି। ଯେତେବେଳେ ଆମେରିକାର ଦୂତାବାସ ସତର୍କତା ବିଷୟରେ ହ୍ୱାଇଟ୍ ହାଉସର ମୁଖପାତ୍ର ଜନ୍ କିର୍ବିଙ୍କୁ ପଚରାଗଲା, ସେ କହିଥିଲେ ଯେ ଏହି ଆକ୍ରମଣ ସହିତ ଆମର କୌଣସି ସମ୍ପର୍କ ନାହିଁ। ଜନ୍ କିର୍ବି କହିଛନ୍ତି ଯେ ଏହା ଏକ ହିଂସାତ୍ମକ ଘଟଣା | ଏହା ବିଷୟରେ ଅଧିକ ସୂଚନା ନାହିଁ | ଆମେ ଅଧିକ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ | କିନ୍ତୁ ଆକ୍ରମଣର ଚିତ୍ର ଅତ୍ୟନ୍ତ ଭୟାନକ ଏବଂ ଦେଖିବା କଷ୍ଟକର | ଏହି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସହ ଆମର ସହାନୁଭୂତି ଅଛି।
ହ୍ୱାଇଟ ହାଉସର ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଆମର ଦୂତାବାସ ମସ୍କୋରେ ଥିବା ସମସ୍ତ ଆମେରିକୀୟଙ୍କୁ କୌଣସି ବଡ଼ ସମାବେଶ, କନ୍ସର୍ଟ ଏବଂ ସପିଂ ମଲରୁ ଦୂରେଇ ରହିବାକୁ ନୋଟିସ ଜାରି କରିଛି। ସେମାନେ ଯେଉଁଠାରେ ଅଛନ୍ତି ସେମାନଙ୍କୁ ରହିବାକୁ କୁହାଯାଇଛି। ଆମେ ଆପଣଙ୍କୁ କହିବୁ ଯେ ପ୍ରାୟ ୧୫ଦିନ ପୂର୍ବେ ଆମେରିକା ଋଷକୁ ଚେତାବନୀ ଦେଇଥିଲା ଯେ ୪୮ ଘଣ୍ଟା ମଧ୍ୟରେ ମସ୍କୋ ଉପରେ ଏକ ବଡ଼ ଆକ୍ରମଣ ହେବ। କିନ୍ତୁ ସେହି ସମୟରେ ଏହି ଆକ୍ରମଣ ହୋଇନଥିଲା, କିନ୍ତୁ ମସ୍କୋରେ ହୋଇଥିବା ଏହି ଆକ୍ରମଣକୁ ଆମେରିକାର ସେହି ବିବୃତ୍ତି ସହିତ ଯୋଡି ୧୫ ଦିନ ପରେ ମଧ୍ୟ ଲୋକମାନେ ମନେ ରଖିଛନ୍ତି।
BRS ନେତ୍ରୀ କେ. କବିତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କୁ ଝଟକା। ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ। ନିମ୍ନକୋର୍ଟକୁ ଯିବା ଲାଗି ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କୋର୍ଟ କହିଛନ୍ତି- ସମ୍ବିଧାନର ଧାରା ୩୨ ଅନୁସାରେ ରିଲିଫ ପିଟିସନକୁ ଗ୍ରହଣ କରିପାରିବେ ନାହିଁ ଅଦାଲତ। କବିତାଙ୍କ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଏମଏମ ସୁନ୍ଦରେଶ ଓ ବେଳା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ। ଗିରଫ ବିରୋଧରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତା ସୁପ୍ରିମକୋର୍ଟଙ୍କ ହୋଇଥିଲେ ଦ୍ବାରସ୍ଥ।
ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ବିନା କାରଣରେ ଗିରଫ କରାଯାଇଛି ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଥିଲେ କବିତା । ନିଜ ପିଟିସନରେ ସେ ଦର୍ଶାଇଥିଲେ ତାଙ୍କ ବିରୋଧରେ ଥିବା ରିମାଣ୍ଡ ଅର୍ଡର ଧାରା ୧୪୧ର ଉଲ୍ଲଂଘନ କରୁଛି । ସୁପ୍ରିମକୋର୍ଟଙ୍କ ଦ୍ବାରା ଘୋଷିତ ଧାରା ୧୪୧ ଦେଶର ସମସ୍ତ କୋର୍ଟ ଲାଗି ପ୍ରଯୁଜ୍ୟ । ମାତ୍ର ତାଙ୍କ କ୍ଷେତ୍ରରେ ଏହା ପାଳନ ହୋଇନାହିଁ । ସେହିପରି ପିଏମଏଲଏ ଆଇନର ଧାରା ୧୯-୧ ମଧ୍ୟ କବିତା ଚାଲେଞ୍ଜ କରିଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ଗତ ୧୫ ତାରିଖରେ ହାଇଦ୍ରାବାଦସ୍ଥିତ ନିଜ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବାରମ୍ବାର ସମନ ସତ୍ତ୍ବେ ସେ ହାଜର ନ ହେବାରୁ ତାଙ୍କୁ ଗିରଫ କରିଥିଲା ଇଡି ।

