ଖୁବ୍ ଶୀଘ୍ର ଦୂର ହୋଇପାରେ ଗାଜା ପଣବନ୍ଦୀ ସମସ୍ୟା

ନନ୍ଦିଘୋଷ ବ୍ୟୁରୋ : ଖୁବ୍ ଶୀଘ୍ର ଦୂର ହୋଇପାରେ ଗାଜା ପଣବନ୍ଦୀ ସମସ୍ୟା । ତୁରନ୍ତ ଏଦିଗରେ ସାମୂହିକ ପଦକ୍ଷେପ ନେବାକୁ ଏକ ଚିଠା ପ୍ରସ୍ତାବକୁ ଉପସ୍ଥାପନ କରିଛି ଆମେରିକା । ଜାତିସଂଘ ନିରାପତ୍ତା ପରିଷଦରେ ବାଇଡେନ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା  ପ୍ରସ୍ତାବରେ ଗାଜାଷ୍ଟ୍ରିପରେ ପଣବନ୍ଦୀ ସମସ୍ଯାର ଅବସାନ ଲାଗି କାର୍ଯ୍ୟ କରିବା ସକାଶେ ଆହ୍ବାନ ଦିଆଯାଇଛି । ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟପ୍ରାଚ୍ୟ ଗସ୍ତ କାଳରେ ବିଭିନ୍ନ ରାଷ୍ଟ୍ର ସହ ଏନେଇ ଆଲୋଚନା ହୋଇଛି ।

ସେପଟେ ପଣବନ୍ଦୀଙ୍କୁ ମୁକ୍ତି ନେଇ କତାର ପକ୍ଷରୁ ମଧ୍ୟସ୍ଥତା ଜରିଆରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଜିଡାରେ ସେ ସାଉଦି ରାଜା ମହମ୍ମଦ ବିନ ସଲମାନ ଓ ବୈଦେଶିକ ମନ୍ତ୍ରୀ ଫୈଜଲବିନ ଫାରହାନଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେଣେ ଆମେରିକା କଂଗ୍ରେସରେ ଉଦବୋଧନ ଦେବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଅନୁରୋଧ କରାଯାଇପାରେ ବୋଲି କହିଛନ୍ତି ବାଚସ୍ପତି ମାଇକ ଜନସନ । ନେତାନ୍ୟାହୁଙ୍କ ନେତୃତ୍ବକୁ ଡେମୋକ୍ରାଟିକ ଦଳ ସମାଲୋଚନା କରୁଥିବାବଳେ ତାଙ୍କ ପ୍ରତି ରିପବ୍ଲିକାନ ସଦସ୍ୟଙ୍କ ସମର୍ଥନ ବଢୁଥିବା ସୂଚନା ମିଳିଛି । ସେପେ ଓ୍ବେଷ୍ଟ ବ୍ୟାଙ୍କର ନୁର୍ ସାମସ ଶରଣାର୍ଥୀ ଶିବିରରେ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ ହୋଇଥିବା ସୂଚନା ମିଳିଛି ।