BRS ନେତ୍ରୀ କେ. କବିତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

1 min read

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କୁ ଝଟକା। ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ। ନିମ୍ନକୋର୍ଟକୁ ଯିବା ଲାଗି ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କୋର୍ଟ କହିଛନ୍ତି- ସମ୍ବିଧାନର ଧାରା ୩୨ ଅନୁସାରେ ରିଲିଫ ପିଟିସନକୁ ଗ୍ରହଣ କରିପାରିବେ ନାହିଁ ଅଦାଲତ। କବିତାଙ୍କ ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଏମଏମ ସୁନ୍ଦରେଶ ଓ ବେଳା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ। ଗିରଫ ବିରୋଧରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତା  ସୁପ୍ରିମକୋର୍ଟଙ୍କ ହୋଇଥିଲେ ଦ୍ବାରସ୍ଥ।

ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ବିନା କାରଣରେ ଗିରଫ କରାଯାଇଛି ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଥିଲେ କବିତା । ନିଜ ପିଟିସନରେ ସେ ଦର୍ଶାଇଥିଲେ ତାଙ୍କ ବିରୋଧରେ ଥିବା ରିମାଣ୍ଡ ଅର୍ଡର ଧାରା ୧୪୧ର ଉଲ୍ଲଂଘନ କରୁଛି । ସୁପ୍ରିମକୋର୍ଟଙ୍କ ଦ୍ବାରା ଘୋଷିତ ଧାରା ୧୪୧ ଦେଶର ସମସ୍ତ କୋର୍ଟ ଲାଗି ପ୍ରଯୁଜ୍ୟ । ମାତ୍ର ତାଙ୍କ କ୍ଷେତ୍ରରେ ଏହା ପାଳନ ହୋଇନାହିଁ । ସେହିପରି ପିଏମଏଲଏ ଆଇନର ଧାରା ୧୯-୧ ମଧ୍ୟ କବିତା ଚାଲେଞ୍ଜ କରିଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ଗତ ୧୫ ତାରିଖରେ ହାଇଦ୍ରାବାଦସ୍ଥିତ ନିଜ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବାରମ୍ବାର ସମନ ସତ୍ତ୍ବେ ସେ ହାଜର ନ ହେବାରୁ ତାଙ୍କୁ ଗିରଫ କରିଥିଲା ଇଡି ।