ଆଇଏସଆଇଏସ-କେ ସଂଗଠନ କଣ, କାହିଁକି କରୁଛି ଆକ୍ରମଣ

1 min read

ନନ୍ଦିଘୋଷ ବ୍ୟୁରୋ : ମସ୍କୋ କନସର୍ଟ ହଲରେ ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସଆଇଏସ-କେ । ଇସଲାମିକ ଷ୍ଟେଟର ଆଫଗାନ ଶାଖା ହେଉଛି ଆଇଏସଆଇଏସ-କେ । ଇରାନ, ତୁର୍କମନେିସ୍ତାନ ଓ ଆଫଗାନିସ୍ତାନରେ କାର୍ଯ୍ୟରତ ଏହି ସଂଗଠନ ହେଉଛି ଇସଲାମିକ ଷ୍ଟେଟ ଖୋରାସାନ ବା ISIS-K । ଅତ୍ୟଧିକ ହିଂସା ଲାଗି କୁଖ୍ୟାତ ଏହି ସଂଗଠନ ୨୦୧୪ରେ ପ୍ରତିଷ୍ଠା ହୋଇଥିଲା । ତେବେ ୨୦୧୮ ପରଠାରୁ ଏହି ସଂଗଠନର ସଦସ୍ୟ ସଂଖ୍ୟା ହ୍ରାସ ପାଇଥିଲା । ତାଲିବାନ ଓ ଆମେରିକୀୟ ବାହିନୀର ପ୍ରଭାବ ଯୋଗୁ ଏହି ସଂଗଠନକୁ ବେଶୀ କ୍ଷତି ପହଞ୍ଚିଥିଲା । ତେବେ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ISIS-Kର ପ୍ରଭାବ ବଢ଼ିଥିଲା । ଆଫଗାନିସ୍ତାନର ବିଭିନ୍ନ ମସଜିଦ ଉପରେ ଆକ୍ରମଣ କରିବା ସହ ଏହି ସଂଗଠନ ଦେଶ ବାହାରେ ବି ନିଜର କାୟା ବିସ୍ତାର କରିଛି ।

୨୦୨୪ ପ୍ରଥମ ଭାଗରେ ଇରାନରେ ଦୁଇଟି ବିସ୍ଫୋରଣ ପଛରେ ଏହାର ହାତ ଥିଲା ଯେଉଁଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୦୨୨ ସେପ୍ଟେମ୍ବରରେ କାବୁଲସ୍ଥିତ ଋଷ ଦୂତାବାସରେ  ISIS-K ଆତଙ୍କୀ ହମଲା କରିଥିଲେ ।  ସେହିପରି ୨୦୨୧ରେ କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦରରେ ବି ଏହି ସଂଗଠନ ଆକ୍ରମଣ କରିଥିଲା ଯେଉଁଥିରେ ୧୩ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । କିଛି ବର୍ଷ ଧରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରିଆସୁଥିଲା  ISIS-K । ଋଷର ବିଭିନ୍ନ ନୀତିକୁ ସଂଗଠନ କରୁଥିଲା ବିରୋଧ । ମୁସଲମାନଙ୍କ ବିରୋଧରେ ଋଷ କାର୍ଯ୍ୟ କରୁଥିବା ଥିଲା ସଂଗଠନର ଅଭିଯୋଗ । କେନ୍ଦ୍ରୀୟ ଏସୀୟ ଆତଙ୍କବାଦୀ ସଂଗଠନଗୁଡିକ ସହ ନିଜର ପ୍ରଭାବ ବିସ୍ତାର ଲାଗି ଉଦ୍ୟମ କରୁଛି ସଂଗଠନ । ଋଷ ଉପରେ ଆତଙ୍କୀ ହମଲା ହେବା ନେଇ ଆଗୁଆ ସୂଚନା ଦେଇଥିଲା ଆମେରିକା ।