spot_img
Home Blog Page 2054

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଅଥବା ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇ ଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆସନ୍ତାକାଲି ସନ୍ଧ୍ୟା ପ୍ରାୟ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାରି ଘଣ୍ଟା ଦର୍ଶନ ବନ୍ଦ ରହିବ।

ଧୋନୀଙ୍କୁ ନେଇ ଏମିତି ମଜା କଲେ ଜାଡେଜା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ସୋମବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ୭ ଓ୍ବିକେଟରେ ଚେନ୍ନାଇ ଏହି ମ୍ୟାଚ୍ ଜିତିଥିଲା । ତେବେ ଏମଏସ ଧୋନୀ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇବା ପୂର୍ବରୁ ଜାଡେଜା ଆସିଥିଲେ । ଏବଂ ପରେ ପୁଣିଥରେ ଫେରି ଯାଇଥିଲେ । ଶିଭମ ଦୁବେ ଆଉଟ୍ ହେବା ପରେ ଧୋନୀ ବ୍ୟାଟିଂ ଆସିଥିଲେ । ତେବେ ଏହା ପୂର୍ବରୁ ମଜା କରି ଜାଡେଜା ଆଗକୁ ଆସିଥିଲେ । ପ୍ରଶଂସକମାନେ ଧୋନୀ ଧୋନୀ କହି ଚିୟରଅପ ସେତେବେଳେ ଏଭଳି ମଜା କରିଥିଲେ ଜାଡେଜା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସେପଟେ ଷ୍ଟାଡିୟମରେ ଧୋନୀ ଧୋନୀ କହି ଦର୍ଶକମାନେ ଏଭଳି ଭାବେ ଶବ୍ଦ କରିଥିଲେ କି, ରସେଲଙ୍କୁ କାନ ବନ୍ଦ କରିବାକୁ ପଡ଼ିଥିଲା   । ବାଉଣ୍ଡୁରୀ ଲାଇନରେ ଫିଲ୍ଡି କରୁଥିବା ରସେଲ କାନ ବନ୍ଦ କରିଥିବାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଅନ୍ୟପଟେ ମ୍ୟାଚ୍ ସରିବା ପରେ ଧୋନୀ ଏବଂ ଗମ୍ଭୀର ଉଭୟଙ୍କ ହାତ ମିଳାଇଥିଲେ ।

ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ବାଙ୍କୀ: ବାଙ୍କୀ ଡମପଡ଼ା ବ୍ଲକ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ।  ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା । ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ବିଳମ୍ବିତ ରାତିରେ ଗୟଳବାଙ୍କ ଗାଁ ର ମନୋରଞ୍ଜନ ସାହୁ ବାରି ପଟକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା ।  ଘଟଣାସ୍ଥଳରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ପ୍ରଦାନ ଦାବିରେ ହାତୀ ଘଉଡ଼ାଇବାକୁ ଆସିଥିବା ବନ କର୍ମଚାରୀଙ୍କୁ  ଅଟକ ରଖିଲେ ଗୟଳବାଙ୍କ ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ଓ ଡମପଡା ବନାଞ୍ଚଳ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ସରକାର ଙ୍କର ଯାହା ବ୍ୟବସ୍ଥା ରହିଛି ସେହି ଅନୁସାରେ ସହାୟତା ପ୍ରଦାନ କରାଯିବା ସହ  ମୃତକଙ୍କ ପତ୍ନୀଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ବନ ବିଭାଗ କର୍ମଚାରୀଙ୍କୁ ଛାଡିଛନ୍ତି ଗ୍ରାମବାସୀ।

ଚନ୍ଦନେଶ୍ଵର ପୀଠରେ ଜମୁଛି ବିଶ୍ବ ପ୍ରସିଦ୍ଧ ଚଡ଼କ ଯାତ୍ରା

ଜଳେଶ୍ବର: ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡ଼କ ଯାତ୍ରା। ଚନ୍ଦନେଶ୍ଵର ପୀଠରେ ଜମିବାରେ ଲାଗିଛି ଲକ୍ଷାଧିକ ଭକ୍ତଙ୍କ ଗହଳି । ବାବାଙ୍କ ଆଶୀର୍ବାଦ ପାଇଁ ବ୍ଯାକୁଳ ଭକ୍ତ । ପ୍ରତିବର୍ଷ ଚୈତ୍ରମାସରେ ଚଡ଼କ ପର୍ବ ପାଳନ ହୋଇଥାଏ।  ଏହି ଚୈତ୍ର ମାସରେ ବାବା ଚନ୍ଦନେଶ୍ଵର ପ୍ରତ୍ୟକ୍ଷ ଭାବରେ ଅବସ୍ଥାନ କରନ୍ତି। ଏବଂ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ବିଶ୍ବାସ ରହିଛି । ୧ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଚଡ଼କ ଯାତ୍ରା। ଆଜି ହେଉଛି ଚତୁର୍ଥ ଅର୍ଘ୍ୟ। ଏହି ଚତୁର୍ଥ ଅର୍ଘ୍ୟରେ ୧ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବା। ଚଡ଼କ ଯାତ୍ରାର ମୁଖ୍ୟ ପର୍ବ ହେଉଛି ନୀଳ କାମିନା ବିବାହ, ନୀଳ ପର୍ବ, ପାଟ ପର୍ବ। ଏହି ନୀଳ ଓ ପାଟ ପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ରଖି ୨୧ ପ୍ଲାଟୁନ ପୋଲିସ ଫୋର୍ସ , ସିସିଟିଭି ବ୍ୟବସ୍ଥା କରାଯାଇଛି।

କୋଲକାତା ନାଇଟ୍ ରାଇଡର୍ସ ବିଜୟରେ ରୋକ୍ ଲଗାଇଲା ଚେନ୍ନାଇ ସୁପର କିଙ୍ଗ୍ସ

ନନ୍ଦିଘୋଷ ବ୍ୟୁରୋ: ଚଳିତ ଆଇପିଏଲ ସିଜିନରେ କୋଲକାତା ନାଇଟ ରାଇଡର୍ସ ଦମଦାର ପ୍ରଦର୍ଶନ କରିବା ସହ ନିଜର ପ୍ରଥମ ତିନୋଟି ମ୍ୟାଚ୍ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚରେ ସିଏସକେ ବିପକ୍ଷରେ ଖେଳିଥିବାବେଳେ ବିଜୟରେ ବ୍ରେକ୍ ଲାଗିଛି । ସୋମବାର ଖେଳାଯାଇଥିବା ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ କୋଲକାତା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଛି । ଚେନ୍ନାଇ ୧୪ ବଲ୍ ପୂର୍ବରୁ ୭ ୱିକେଟ୍‌ରେ ବିଜୟୀ ହୋଇ ନିଜ ପୁରୁଣା ଫର୍ମ ଫେରିପାଇଛି। ୫ଟି ମ୍ୟାଚରୁ ତୃତୀୟ ବିଜୟ ହାସଲ କରିଛି ଚେନ୍ନାଇ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଚେନ୍ନାଇ କୋଲକାତାକୁ ୧୩୭ ରନରେ ସୀମିତ ରଖିଥିଲା । ବଡ଼ ବଡ଼ ସଟ୍ ଖେଳୁଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟ୍ସମ୍ୟାନଙ୍କ ହାତ ଖୋଲିବାକୁ ଦେଇନଥିଲେ ଚେନ୍ନାଇ ବୋଲର । ଜାଡେଜା ଏବଂ ତୁଷାର ଦେଶ ପାଣ୍ଡେ ତିନୋଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସେପଟେ ୧୩୮ ରନର ବିଜୟ ଲକ୍ଷକୁ ୧୪ ବଲ ପୂର୍ବରୁ ପୂରଣ କରିଥିଲା ଚେନ୍ନାଇ । ଅଧିନାୟକ ଋତୁରାଜ ଗାଏକ୍ବାଡ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସମର୍ଥ ହୋଇଥିଲେ ।

ତୃତୀୟ ଚୈତ୍ର ମଙ୍ଗଳବାରରେ ମା’ ତାରା ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ଼

ବ୍ରହ୍ମପୁର: ଚଳଚଞ୍ଚଳ ଗଞ୍ଜାମର ରତ୍ନଗିରି ପାହାଡ଼ । ମାଆ ତାରା ତାରିଣୀଙ୍କର ଆଜି ତୃତୀୟ ଚୈତ୍ର ମଙ୍ଗଳବାର । ମାଆଙ୍କ ଦର୍ଶନ ପାଇଁ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରାଜ୍ଯ ତଥା ରାଜ୍ଯ ବାହାରୁ ତାରାତାରିଣୀ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।  ମନସ୍କାମନା ପୂର୍ଣ୍ଣ ହେବା ଲାଗି ମାନସିକଧାରୀ ମାନେ ମୁଣ୍ଡନ କରିବା ସହ ଅନେକ ଭକ୍ତ ୯୯୯ ପାହାଚ ଚଢ଼ି ମାଆଙ୍କୁ ଦର୍ଶନ କରୁଛନ୍ତି । ଚୈତ୍ର ଯାତ୍ରା ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ। ଭୋରରୁ ଦ୍ବାରଫିଟା ସହ ଅନ୍ୟାନ୍ୟ ନୀତି ପରେ ଆରମ୍ଭ ହୋଇଛି।  ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଭକ୍ତଙ୍କ ନିମନ୍ତେ ପାନୀୟ ଜଳ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପାହାଡ ଉପରକୁ ଯାଇ ମାଆଙ୍କୁ ଦର୍ଶନ କରିବା ନିମନ୍ତେ ୨୦ରୁ ଅଧିକ ସିଟି ବସର ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀ ମୁଖ୍ଯମନ୍ତ୍ରୀ କେଜରିୱାଲଙ୍କୁ ଜେଲ ନା ବେଲ ? ଗିରଫକୁ ଚ୍ଯାଲେଞ୍ଜ କରି ହୋଇଥିବା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଳିବ ବେଲ୍ ନା ଯିବେ ଜେଲ। ଦିଲ୍ଲୀ ମଦ ନୀତି ମାମଲାରେ କେଜରିୱାଲଙ୍କୁ ଇଡିର ଗିରଫକୁ ଚ୍ଯାଲେଂଜ କରି ହୋଇଥିବା ମାମଲାରେ ଆଜି ଶୁଣାଣି ହେବ। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ପୂର୍ବରୁ ଗତ ୩ ତାରିଖରେ ମାମଲାର ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ ଜଷ୍ଟିସ ସ୍ଵର୍ଣ୍ଣକାନ୍ତା। ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଚ୍ଯାଲେଂଜ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଇଡିର ରିମାଣ୍ଡରେ ନେବା ଘଟଣାକୁ ନେଇ ମଧ୍ୟ କେଜରିୱାଲ କୋର୍ଟରେ ଆବେଦନ କରିଥିଲେ। ପୂର୍ବରୁ ହାଇକୋର୍ଟରେ ହୋଇଥିବା ଶୁଣାଣିରେ ଆସନ୍ତା ନିର୍ବାଚନକୁ ତାଙ୍କୁ ଦୂରରେ ରଖିବାକୁ ଏହି ଗିରଫ କରାଯାଇଛି ବୋଲି ଅଭିଯୋଗ କରିଥିଲେ କେଜରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି। ମାମଲାରେ ୨୦୨୨ରେ ଇଡି ଯାଞ୍ଚ ଆରମ୍ଭ କରିଥିବାବେଳେ ଦେଢ ବର୍ଷ ପରେ ଗିରଫକୁ ନେଇ ପ୍ରଶ୍ନ ଉଠାଇଥିଲେ ସିଂହଭି। ତେବେ ଇଡି ବିରୋଧରେ ଆଣିଥିବା ଅଭିଯୋଗକୁ ଅସ୍ଵୀକାର କରିଥିଲେ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ। ଏହି ମାମଲାରେ ପୂର୍ବରୁ ଗତ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କେଜରିୱାଲଙ୍କୁ ଇଡି ରିମାଣ୍ଡରେ ପଠାଇବାକୁ ଅନୁମତି ଦେଇଥିଲେ ସ୍ଵତନ୍ତ୍ର କୋର୍ଟ। ମାମଲାରେ ଗତ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ କେଜରିୱାଲ। ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ଦିଲ୍ଲୀର ରାଉଜ ଆଭେନ୍ଯୁ କୋର୍ଟ କେଜରିୱାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

ମା’ ତାରା ତାରିଣୀଙ୍କ ପୀଠରେ 5T ଅଧ୍ୟକ୍ଷ, ମନ୍ଦିର ବେଢା ବୁଲି ଉନ୍ନୟନ କାର୍ଯ୍ୟର କଲେ ଅନୁଧ୍ୟାନ

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ହେଉଛି ଚୈତ୍ର ମାସର ତୃତୀୟ ମଙ୍ଗଳବାର । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଚାଲିଛି ମାଆଙ୍କ ଚୈତ୍ର ଯାତ୍ରା । ଏହି ଅବସରରେ ଆଜି ଭୋରରୁ ପୀଠରେ ପହଞ୍ଚି ମାଆଙ୍କ ପୂଜାର୍ଚ୍ଚନା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ମା’ଙ୍କର ଆଜି ସରସ୍ବତୀ ବେଶ ଅନୁଷ୍ଠିତ ହୋଇଥିବା ବେଳେ, ବେଶ ଦର୍ଶନ କରି ଆଶିଷ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହାପରେ ମନ୍ଦିର ବେଢ଼ା ବୁଲିବା ସହ ମନ୍ଦିର ପରିସରରେ ହୋଇଥିବା ଉନ୍ନୟନ କାର୍ଯ୍ୟକୁ ଦେଖିଥିଲେ । ମନ୍ଦିରର ପୂଜକ, ପରିଚାଳନା କମିଟି ସହ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ପୂଜାର୍ଚ୍ଚନା, ଭକ୍ତ ମାନଙ୍କ ମନ୍ଦିରରେ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଦୀର୍ଘ ୧୬ ବର୍ଷ ହେଲା ମା’ଙ୍କ ଚୈତ୍ର ଯାତ୍ରା ସମୟରେ ସେ ମାଆଙ୍କ ଦର୍ଶନ ପାଇଁ ପୀଠକୁ ଆସନ୍ତି । ଆଜି ମାଆଙ୍କ ସରସ୍ବତୀ ବେଶ ଦର୍ଶନ କରି ଆନନ୍ଦିତ ଥିବା କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଭୋଟ୍ ଦେଲେ କମାଇଦେବୁ ମଦ ଦାମ୍; ପ୍ରତିଶ୍ରୁତି ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ଉଠୁଛୁ ପଡୁଛି। ନେତା ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ପୁଳା ପୁଳା ପ୍ରତିଶ୍ରୁତି। ଏହି କ୍ରମରେ ଏବେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭୋଟର୍ଙ୍କୁ ଦେଖାଇଛନ୍ତି ଲୋଭ।

ଆନ୍ଧ୍ରପ୍ରଦେଶର ନିଜ ନିର୍ବାଚନୀ ମଣ୍ଡଳି କୁପ୍ପମjl ଏକ ରାଲିକୁ ସମ୍ବୋଧିତ କରି ଚନ୍ଦ୍ରବାବୁ ନାଇଡୁ ଭୋଟରଙ୍କୁ ଭଲ ମଦ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ‘ନିର୍ବାଚନ ଜିତିଲେ ତଥା ୪୦ ଦିନ ପରେ କମ୍ ଦାମ୍ରେ କ୍ୱାଲିଟି ତଥା ଭଲ ମଦ ଦିଆଯିବ। ମୋର ଛୋଟ ଭାଇମାନେ ମଦର ଦାମ୍ କମ୍ କରିବାକୁ ଦାବି କରୁଛନ୍ତି। କେବଳ ସେତିକି ନୁହେଁ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀ ଓ ତାଙ୍କ ଦଳ ଓ୍ୱାଆର୍ଏସ୍ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। ୨୦୧୯ରେ ଦକ୍ଷିଣର ରାଜ୍ୟଗୁଡିକରେ ମଦ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦେଇଥିବା ପ୍ରତିଶ୍ରୁତିରୁ ପଛକୁ ହଟିଥିବା ନେଇ ସେ ଜଗନ୍ନ ମୋହନ୍ନ ରେଡ୍ଡୀଙ୍କୁ ଟାର୍ଗେଟ୍ କରିଛନ୍ତି । ମଦ ସମେତ ପ୍ରତ୍ୟେକ ଜିନିଷର ଦାମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ଗୋଟିଏ ୧୮୦ ଏମ୍ଏଲ୍ ମଦର ଦାମ୍ ୬୦ ଟଙ୍କା ଥିବା ବେଳେ ଏହାକୁ ଜଗନ୍ନ ସରକାର ୨୦୦ ଟଙ୍କା ବଢ଼ାଇ ଦେଇଛନ୍ତି। ଏଥିରୁ ୧୦୦ ଟଙ୍କା ସିଧାସଳଖ ସରକାରଙ୍କ ପକେଟକୁ ଯାଉଥିବା ଚନ୍ଦ୍ରବାବୁ ନାଇଡୁ କହିଛନ୍ତି। ଏଥର ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ହେବ।

ଚଳିତ ଥର ଟିଡିପି-ଏନ୍ଡିଏ-ଜନସେନା ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି। ନିକଟରେ ଏମାନଙ୍କ ମଧ୍ୟ ସିଟ୍ ଭାଗବଣ୍ଟା ଅଙ୍କ ମଧ୍ୟ ଛିଣ୍ଡିଛି। ବିଜେପି ଯେଉଁଠି ୬ ଲୋକସଭା ଓ ୧୦ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ସେଠି ଜନସେନା ପାର୍ଟିକୁ ୨ଟି ଲୋକସଭା ଓ ୨୧ଟି ବିଧାନସଭା ଆସନ ମିଳିଛି। ଟିଡିପି ନିଜ ପାଖରେ ୧୭ଟି ଲୋକସଭା ଓ ୧୪୪ଟି ବିଧାନସଭା ଆସନ ରଖିଛି।

ନିର୍ବାଚନ ମଇଦାନକୁ ଓହ୍ଲାଇବେ କି ସଞ୍ଜୟ ଦତ୍ତ?

ନୂଆଦିଲ୍ଲୀ: ଏଥର ନିର୍ବାଚନ ଲଢ଼ିବେ ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ସେ କଂଗ୍ରେସ ଟିକେଟରେ ହରିଆଣାର ଯୁମାନଗର ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଦୀର୍ଘ ଦିନ ହେବ ଏଭଳି କିଛି ଚର୍ଚ୍ଚା ଲାଗିଛି। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଖୋଦ୍ ଅଭିନେତା ସଞ୍ଜୟ ଦତ୍ତ ।

ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଖବରକୁ ସଞ୍ଜୟ ଦତ୍ତ ଖଣ୍ଡନ କରିଛନ୍ତି। ସେ ନିର୍ବାଚନ ଲଢ଼ିବା ଖବର ସତ ନୁହେଁ । ଏହା କେବଳ ଏକ ଗୁଜବ ବୋଲି ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘X’ରେ କହିଛନ୍ତି, ‘କୌଣସି ବି ଦଳରେ ମୁଁ ସାମିଲ ହେବାକୁ ଯାଉନାହିଁ। ଯଦି ମୁଁ ରାଜନୀତିରେ ଏଣ୍ଟ୍ରି କରିବି ତେବେ ମୁଁ ନିଜେ ଏନେଇ ଘୋଷଣା କରିବି। ଦୟାକରି ଏଭଳି ଗୁଜବଠାରୁ ଦୂରେଇ ରହୁନ୍ତୁ। ଉଡା ଖବର ତଥା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟଙ୍କ ବିରୋଧରେ ସେଲେବ୍ରିଟି କାର୍ଡ ଖେଳିପାରେ। ଏଥିପାଇଁ ହାଇକମାଣ୍ଡ ସଞ୍ଜୟ ଦତ୍ତଙ୍କ ନାଁ ଉପରେ ମୋହର ମାରି ସାରିଛନ୍ତି’’।

ସଞ୍ଜୟ ଦତ୍ତଙ୍କ ବାପା ଦିବଙ୍ଗତ ସୁନୀଲ ଦତ୍ତ ମୁମ୍ବାଇରୁ ସାଂସଦ ଓ ମନ୍ତ୍ରୀ ଥିଲେ। ତାଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ସାଂସଦ ଥିଲେ। ହରିଆଣା ସହ ସଞ୍ଜୟ ଦତ୍ତଙ୍କ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଏଠାକାର ଯମୁନାନଗରରେ ତାଙ୍କ ପୈତୃକ ଘର ଅଛି। ତେଣୁ ଏଠୁ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା।