spot_img
Home Blog Page 2041

ରାଜ୍ୟରେ ଚାଲିଛି ଜୋରଦାର ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ । ଗାଁ ଗାଁରେ ପ୍ରାର୍ଥୀ ଚଳାଇଛନ୍ତି ଜୋରସୋରରେ ପ୍ରଚାର। ନିଜ ନିଜର ମୁଲ୍ୟବାନ୍ ଭୋଟ୍ ବିଜୁ ଜନତା ଦଳ ସପକ୍ଷରେ ଦେବା ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି ନେତା ଓ କର୍ମୀ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ସିନ୍ଦ୍ରିଗାଁ ଠାରେ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସିନ୍ଦ୍ରିଗାଁ ଓ କୁଟିକିଆ ପଞ୍ଚାୟତର ୧୫ଶହରୁ ଅଧିକ କର୍ମୀ ଓ ନେତା କାର୍ଯ୍ଯକ୍ରମରେ ସାମିଲ୍ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ରାଜ୍ୟର ବିକାଶ ଧାରାକୁ ଆଗେଇ ନେବା ପାଇଁ ସମସ୍ତେ ଶପଥ ନେଇଛନ୍ତି ।

ଚାନ୍ଦବାଲି ନିର୍ବାଚନମଣ୍ଡଳିରେ ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ପ୍ରଚାର । ପ୍ରାର୍ଥିପତ୍ର ଦାଖଲ ପରେ ବ୍ୟୋମକେଶ ରାୟ ଆରମ୍ଭ କରିଛନ୍ତି ପ୍ରଚାର।  ଲଗାତାର ଦୁଇ ଥର ଜିତିବା ପରେ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ବ୍ୟୋମକେଶ। ବିଜୟନଗର ଓ  ଭାଟପଡା ପଞ୍ଚାୟତରେ ବିଶାଳ ବାଇକ ରାଲିରେ ପଞ୍ଚାୟତର ସମସ୍ତ ଗାଁ ପରିକ୍ରମା କରିଥିଲେ। ବାଇକ ରାଲିରେ ଶହ ଶହ ସଂଖ୍ୟାରେ ଯୁବକ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ବ୍ୟୋମକେଶ ରାୟ ସମସ୍ତ ପଞ୍ଚାୟତ ବାସୀଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ  ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଉକ୍ତ ବାଇକ ରାଲିରେ ବିଜୟନଗର ସରପଞ୍ଚ ଦିଲ୍ଲୀପ ରାଉତ, ଭାଟପଡା ସରପଞ୍ଚଙ୍କ ପ୍ରତିନିଧି ପ୍ରଭାସ ନାୟକ, ଜିଲ୍ଲା ପରିଷଦ ରଞ୍ଜନ କୁମାର ସାହୁ, ବରିଷ୍ଠ ନେତା ଶରତ ସାହୁ, ନରେଶ ମାଝୀ, ଦିଜ୍ଜବର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

 

ତିହାର ଜେଲକୁ ବମ ପକାଇ ଉଡ଼ାଇବାକୁ ଧମକ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ତିହାର ଜେଲକୁ ବମ ପକାଇ ଉଡ଼ାଇ ଦେବାକୁ ମିଳିଛି ଧମକ । ଖବର ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏନେଇ ତିହାର ଜେଲ ପ୍ରଶାସନ ଦିଲ୍ଲୀ ପୋଲିସକୁ ଖବର ଦେଇଥିବା କୁହାଯାଉଛି । ପୋଲିସ ଏବଂ ଡଗ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ଏକ ମେଲ କରାଯାଇଛି । ଯେଉଁଥିରେ ଲେଖାଯାଇଛି କି, ଜେଲ ଭିତରେ ଏକ ବୋମା ରହିଛି । କିଛି ସମୟରେ ମଧ୍ୟରେ ଏହା ଫାଟିବ । ମେଲ ମିଳିବା ପରେ ଜେଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ପୂର୍ବରୁ ଏଭଳି ମଧ୍ୟ ବହୁ ଧମକ ମିଳିଛି । ତେବେ ମଙ୍ଗଳବାର ଆସିଥିବା ମେଲରେ ଲେଖାଥିଲା କି, ଆପଣଙ୍କ ପାଖରେ ଅଳ୍ପ ସମୟ ଅଛି । ବୋମା ଫୁଟିବ ।

ବ୍ରହ୍ମଗିରିରେ ଜମୁଛି ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଗାଁ ଗାଁରେ ଜମୁଛି ପ୍ରଚାର। ବ୍ରହ୍ମଗିରି ନିର୍ବାଚନମଣ୍ଡଳିରେ ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ଜୋରଦାର ପ୍ରଚାର। ଉମା ପୁରୀ ସଦର ବ୍ଲକର ୧୧ ନମ୍ବର ପଂଚାୟତରେ କ୍ଯାମ୍ପେନିଂ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ଗହଣରେ ବାହାରିଥିଲା ରାଲି। ରାଜ୍ଯ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ମୁଦ୍ଦା କରି ଭୋଟ ଭିକ୍ଷା କରିଥିଲେ ଉମାଶଙ୍କର। ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲୋକଙ୍କୁ ପ୍ରଭାବିତ କରିଛି। ତେଣୁ ଲୋକଙ୍କ ଆଶୀର୍ବାଦ ନବୀନ ପଟ୍ଟନାୟକଙ୍କ ଉପରେ ରହିବ। ବ୍ରହ୍ମଗିରିରେ ବିପୁଳ ଜନ ସମର୍ଥନ ମିଳିବା ନେଇ ଆଶା ପ୍ରକଟ କରିଛନ୍ତି ଉମା।

ଓଡ଼ିଆ ଅସ୍ମିତା କଥା କହୁଥିବା କେନ୍ଦ୍ରମନ୍ତ୍ରୀଙ୍କ ବିହାର ପ୍ରୀତି ଅଧିକ : ଲେନିନ ମହାନ୍ତି

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁରରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରେସମିଟ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମିଛର ଗୁମର ଖୋଲିଲେ ଲେନିନ ମହାନ୍ତି । ବିଜେପି ରାଜ୍ୟରେ ପୋଛି ହୋଇ ହୋଇ ଯାଉଛି ଯେଉଁ କାରଣରୁ ବାରମ୍ବାର ମିଛ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭଗବାନଙ୍କୁ ନେଇ ମିଛ କହୁଛନ୍ତି । ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ମିଛ କହୁଛନ୍ତି । ଜଗନ୍ନାଥଙ୍କୁ ବିକି ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି । ସେପଟେ ପ୍ରତିଦିନ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଗାଳି କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ପଣ ସେ ଆପଣଙ୍କୁ କିଛି କହୁନାହାନ୍ତି । ଆପଣ କେବେ ବି ତାଙ୍କ ସମକକ୍ଷ ନୁହଁନ୍ତି ସେଥିପାଇଁ ସେ ଆପଣଙ୍କ ଉତ୍ତର ରଖୁନାହାନ୍ତି । ସମ୍ବଲପୁରବାସୀ ସ୍ବାଭିମାନୀ । ସେ କେବେହେଲେ ଜଣେ ମିଛୁଆକୁ ଭୋଟ୍ ଦେବେ ନାହିଁ ।

କାହା ଚାପରେ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା?

ନନ୍ଦିଘୋଷ ବ୍ୟୁରୋ: ଏକ ସୂତ୍ରରୁ ପ୍ରକାଶ ପାଇଛି କି, ଖରାପ ଫର୍ମ ପାଇଁ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମରେ ନେବାକୁ ଚାହୁଁନଥିଲେ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ସ୍ଥାନ ପାଇବା ସହ ଉପଅଧିନାୟକ ଭାବେ ଦାୟିତ୍ବ ନେଇଛନ୍ତି । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଏକ ସୂତ୍ରରୁ ପ୍ରକାଶ ପାଇଛି କି, ଚାପରେ ଦଳରେ ତାଙ୍କୁ ଏଭଳି ସୁଯୋଗ ମିଳିଛି । କିନ୍ତୁ କିଏ ଏବଂ କାହିଁକି ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ପାଇଁ ଚାପ ପକାଇଲେ ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି କି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ବ ଦେବା ପରେ ଦଳରେ ସବୁକିଛି ଠିକ୍ ଚାଲିନାହିଁ । ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଠିକ ନଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏପରିକି ନିକଟରେ ରୋହିତ ଶର୍ମା କୋଲକାତା ନାଇଟ ରାଇଡର୍ସ ଡ୍ରେସିଂ ରୁମରେ ନଜର ଆସିଥିଲେ । ଅଭିଶେକ ନାୟାରଙ୍କ ସହ କଥା ହେଉଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରୋହିତ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆସନ୍ତା ବର୍ଷ ଖେଳିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ଏବେ ଉଭୟଙ୍କ ମତଭେଦ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ କିଭଳି ସ୍ଥିତିରେ ରହିଛି ତାହା ସମସ୍ତଙ୍କୁ ବେଶ ଜଣା । ବାସ୍ତବରେ ଯଦି ଉଭୟଙ୍କ ମଧ୍ୟରେ ସେମିତି କିଛି ମତଭେଦ ଥାଏ ଏବଂ ଅଧିନାୟକ- ଉପଅଧିନାୟକଙ୍କ ମଧ୍ୟରେ ଠିକରେ ନପଡ଼େ ତାହେଲେ ଏହାର ପ୍ରଭାବ ମଧ୍ୟ ବିଶ୍ବକପରେ ଭାରତୀୟ ଦଳ ଉପରେ ପଡ଼ିପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବାଇକ- ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ମୃତ ,୩ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଏନଏଚ ୨୦୦ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାରେ ୨ ମୃତ ,୩ ଗୁରୁତର ।  ମୃତକ ହେଲେ ଗୋପାଳପୁର ଗ୍ରାମର ଯଦୁ ମୁଣ୍ଡା ଓ  ତଣ୍ଡ ଡୁମୁରିଆ ଗାଁର ମିତ୍ରଭାନୁ ବେହେରା ।ଯଦୁ ମୁଣ୍ଡା ସ୍କୁଟି ଯୋଗେ ପାଟଣା ଆଡୁ ଆସୁଥିବା ବେଳେ ମିତ୍ରଭାନୁ ବେହେରା ବାଇକ୍ ଯୋଗେ ଢେଙ୍କିକୋଟ ଆଡୁ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

 

ନାମାଙ୍କନ ଭରିଲେ ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା

ନନ୍ଦିଘୋଷ ବ୍ୟୁରୋ: ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ଅଙ୍କିତ ତାଙ୍କ ବାପା ବିଧାୟକ ପ୍ରତାପ ଜେନା ଓ ଶତାଧିକ ସମର୍ଥକ ମାନଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ମାହାଙ୍ଗାରେ ସର୍ବାଙ୍ଗୀନ ବିକାଶ ହୋଇଛି । ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଅଞ୍ଚଳବାସୀ ଅନୁଭବ କରିଛନ୍ତି । ତେଣୁ ମାହାଙ୍ଗାରେ ତାଙ୍କର ଏକ ତରଫା ବିଜୟ ହେବ ବୋଲି ଅଙ୍କିତ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଯୋଜନା ଲୋକଙ୍କ ହିତ ସାଧନ କରିଥିବା ବେଳେ ବିଏସକେୱାଇ ଗରିବ ଓ ଅସହାୟଙ୍କ ପାଇଁ ବରଦାନ ସାଜିଛି ।

ବିଶାଳ ସମାବେଶରେ ବିଜେଡିକୁ ସମର୍ଥନ କରିବାକୁ ଘୋଷଣା କଲା କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ମହାସଂଘ

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସହ ରହିଛନ୍ତି ଓଡିଶା କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ମହାସଂଘ । ପଦମପୁରଠାରେ ଆୟୋଜିତ ବିଶାଳ ସମାବେଶରେ ବିଜେଡିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ରାଜ୍ଯର ସମସ୍ତ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ । ନବୀନ ସରକାର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ସବୁ ସୁବିଧା କରିଛନ୍ତି । କାର୍ଯ୍ୟଦିବସ ବୃଦ୍ଧି ସହ, ଦୁଇଗୁଣା ବୋନସ ପ୍ରଦାନ କରୁଛନ୍ତି । ତୋଳାଳି ଓ କର୍ମଚାରୀଙ୍କ ବୟସ ୬୨ ବର୍ଷକୁ ବୃଦ୍ଧି କରିଛନ୍ତି । ଝିଅ ବାହାଘର ନିମନ୍ତେ ୫୦ ହଜାର ଟଙ୍କା ସହ ସାଇକେଲ ମଧ୍ଯ ମିଳୁଛି ।

କେନ୍ଦ୍ରର ବିଜେପି ସରକାର ୧୮ ପ୍ରତିଶତ ଜିଏସଟି ନେଉଥିବାବେଳେ ରାଜ୍ଯ ସରକାର ସହାୟତା ପ୍ରଦାନ କରୁଛନ୍ତି । ଏଥିପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, 5T  ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମସ୍ତେ କୃତଜ୍ଞତା ଜଣାଇବା ସହ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଇଛନ୍ତି । ଏହାଛଡ଼ା ଜିଏସଟି ପ୍ରତ୍ଯାହାର ନକଲେ ଆଗକୁ କେନ୍ଦ୍ର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ସମାବେଶରେ ୧୦ ହଜାରରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଯୋଗଦେଇ ପଦମପୁର ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜୟୀ କରିବାକୁ ଶପଥ ନେଇଥିଲେ । ସମାବେଶରେ ବିଧାୟିକା ପ୍ରାର୍ଥୀ ବର୍ଷା ସିଂ ବରିହା, ରାଜୁ ଘିବେଲା, ଚିରାଗ ସିଂ ଦେଓ, ମୌସମ ମିଶ୍ର , ଚିତ୍ରସେନ ବଗର୍ତ୍ତି, ଭାଗର୍ବ ବଢେଇ, ନାରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରଦୀପ ଦାସଙ୍କୁ ପଚରାଉଚରା କଲା ପୋଲିସ

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ କରିବା ମାମଲା । ସହିଦନଗର ଥାନାରେ ପ୍ରକାଶ ଦାସଙ୍କୁ ପଚରାଉଚରା କରିଛି ପୋଲିସ । ମିଛ ଆରଟିଆଇ ଭାଇରାଲ ମାମଲାରେ ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ ପଚରାଉଚୁରା କରାଯାଉଛି । ଦଫା 419, 420, 465, 468, 469, 471, 505 (1) (a)(b)/34 ରେ ମାମଲା ରୁଜୁ ହୋଇଥିଲା । ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ କାଲି କାଲି ଜେରା କରାଯିବ ବୋଲି ସୂଚନା ମିଳିଛି । ଅଭିଯୋଗ ଅନୁସାରେ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ ଓ ପ୍ରକାଶ ଦାସ କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିବା ଏକ RTI କାଗଜପତ୍ର ଭାଇରାଲ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ମିଥ୍ୟା ତଥ୍ୟ ବୋଲି କହିଥିଲା କମିଶନରେଟ ପୋଲିସ ।

ଆସନ୍ତା ୧୬ ତାରିଖ ରାଜଧାନୀରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ନବୀନ ଶୋ । ବିଶାଳ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଙ୍ଗନଗର ଛକରୁ ରୁପାଲୀ ଛକ ପର୍ଯ୍ୟନ୍ତ ହେବ ବିଶାଳ ଶୋଭାଯାତ୍ରା । ରୋଡ ଶୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, HDFC ବ୍ୟାଙ୍କ ଛକ, ନୂଆସାହି ,ବେହେରା ସାହି, ନିକୋ ପାର୍କ ଛକ, ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଯିବ ନବୀନଙ୍କ ରୋଡ ଶୋ । ରୋଡ ଶୋ ପାଇଁ କଡ଼ାକଡ଼ି ହେବ ସୁରକ୍ଷା ବ୍ଯବସ୍ଥା । ଭୁବନେଶ୍ବର ଡିସିପିଙ୍କ ସୂଚନା ଅନୁସାରେ, ବ୍ଯାରିକେଡ ବ୍ଯବସ୍ଥା ହେବା ସହ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି କର୍ଡନ ଉପରେ ଅଧିକ ଗୁରୁତ୍ବ ଦିଆଯିବ । ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ଯବସ୍ଥା ଦାୟିତ୍ବରେ ରହିବେ । ଉଚ୍ଚ କୋଠାମାନଙ୍କରେ ବି ସୁରକ୍ଷା କର୍ମୀ ନିୟୋଜିତ ହେବେ ।