ନନ୍ଦିଘୋଷ ବ୍ୟୁରୋ: ପରାଜୟ ଭୟରେ ରକ୍ତମୁଖା ପାଲଟୁଛି ବିଜେପି । ବିଜେପି ପ୍ରାର୍ଥୀଙ୍କୁ ପ୍ରଶ୍ନ କଲେ ଲୋକଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ବିଜେପି କର୍ମୀ ଧମକ ଦେଉଥିବା ଅଭିଯୋଗ ହୋଇଛି । ଆଠଗଡ ଅନନ୍ତପୁର ଗାଁରେ ଆଜି ବିଜେପି ପ୍ରାର୍ଥୀ ପ୍ରଚାର କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ବିରୋଧ କରିଥିଲେ । ନିର୍ବାଚନ ଆସିବାରୁ ବିଜେପି ପ୍ରାର୍ଥୀଙ୍କ ଦେଖାମିଳିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖବାକୁ ମିଳିଥିଲା । ଏନେଇ ରାଲିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ ଲୋକେ । ଫଳରେ ବିଜେପି ପ୍ରାର୍ଥୀ ଫେରିଯାଇ ଅନନ୍ତପୁର ଥାନରେ ଆକ୍ରମଣ ହୋଇଥିବା ମିଛ ଏଫଆଇ ଆର ଦେଇଥିବା ଅଭିଯୋଗ ହୋଇଥିଲା । ସେହି ସମୟରେ ଗ୍ରାମବାସୀ ଏବଂ କିଛି ବିଜେଡି କର୍ମୀ ଥାନାରେ ପହଞ୍ଚି ପାଲଟା ଅଭିଯୋଗ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ବିଜେପି କର୍ମୀ କିଛି ସାଧାରଣ ଲୋକ ଏବଂ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ବିଜେପି କର୍ମୀଙ୍କ ଢେଲା ମାଡ଼ରେ ଦୁଇଜଣ ଆହତ ହୋଇଛନ୍ତି । ବିଜେପି କର୍ମୀ ମାନେ ବିଜେଡି କର୍ମୀଙ୍କ ଆଠରୁ ଅଧିକ ଗାଡି ଭାଙ୍ଗିଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ କଟକ ଜିଲ୍ଲା ଅତିରିକ୍ତ ଏସ୍ପି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି । ଘଟଣାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । …
ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରୁ ଜବତ ହେଲା ପ୍ରାୟ ୪ ଲକ୍ଷ ଟଙ୍କା
ଜଳେଶ୍ବର: ଯାଞ୍ଚ ବେଳେ ଧରା ପଡିଲା ପ୍ରାୟ ୪ ଲକ୍ଷ ଟଙ୍କା । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରୁ ଜବତ କରିଛି SST ଟିମ । ନିର୍ବାଚନ ପାଇଁ ରାଜ୍ୟ ସୀମାରେ ଚେକିଂ କଡାକଡ଼ି କରାଯାଇଛି । ଆଜି ଅପରାହ୍ଣ ପ୍ରାୟ ୫ଟା ସମୟରେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ WB 02 AL 9567 ଫରଚୁନର ଗାଡିକୁ ଯାଞ୍ଚ କରିଥିଲା ଟିମ୍ । ସେଥିରୁ ପ୍ରାୟ ୪ ଲକ୍ଷ ଟଙ୍କା ବାହାରିବା ପରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ଟିମ୍ । SST କୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରାଯାଇଛି ।
ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ
ସୁନ୍ଦରଗଡ଼: ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ । ୪ ଜଣ ସଟ୍ଟା ଖେଳାଳିଙ୍କୁ ଗିରଫ କରିବା ସହ ନଗଦ ୫ ଲକ୍ଷ ୧୭ ହଜାର ଟଙ୍କା ଜବତ କରିଛି ପୋଲିସ୍ । ଏହାସହ ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ, ୩ଟି ବାଇକ୍ ବିଭିନ୍ନ ବ୍ଯାଙ୍କର ଡେବିଟ୍ ଓ କ୍ରେଡିଟ କାର୍ଡ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ଭିତିରିଆପଡ଼ାର ମିଥୁନ ସାହୁ, ସଂଜୟ ସାହୁ, ସଂଜୟ କୁମାର ସାହୁ, ଖମାରୀପଡ଼ାର ସୁବୋଧ ଚୌଧୁରୀ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମହାଦେବପଡ଼ାରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ସୁନ୍ଦରଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ହିମାଂଶୁ ବେହେରା ଓ ଟାଉନଥାନା ଅଧିକାରୀ ଆଦିତ୍ଯ ମହାକୁଡ଼, ଏଏସଆଇ ଅନିଲ କୁମାର ସାମଲ ଚଢ଼ାଉ କରିଥିଲେ ।
ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି
ପୁରୀ: ବୁଧବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି । ବୈଶାଖ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ବ୍ରହ୍ମାଙ୍କ ଦ୍ଵାରା ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୁର୍ତ୍ତୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ପ୍ରମୁଖ ଯାତ୍ରା ମଧ୍ୟରୁ ନିଳାଦ୍ରୀ ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା ହୋଇଥିବାରୁ ବିଶେଷ ନୀତି ଅନୁଷ୍ଠିତ ହେବ ।ସକାଳ ଧୂପ ପରେ ଆଲଟ ଲାଗି ନୀତି ଶେଷ କରାଯାଇ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ଜଳକୁ ରତ୍ନ ସିଂହାସନ ନିକଟକୁ ଅଣାଯିବ । ପୂଜାପଣ୍ଡା ସେବକ ମାନେ ଅଧିବାସ ଜଳକୁ ସଂସ୍କାର କରିବା ପରେ ମହାପ୍ରଭୁଙ୍କ ସମ୍ମୁଖରେ ଦର୍ପଣ ରଖାଯାଇ ମହାସ୍ନାନ ନୀତି କରାଯିବ । ପରେ ନୂଆ ବସ୍ତ୍ର ଲାଗି ହେବାସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ବିଶେଷ ନୀତି କରାଯିବ । ସ୍କନ୍ଦ ପୁରାଣ ଅନୁସାରେ ନିଳାଦ୍ରୀ ମହୋଦୟ ଦିବସରେ ମହାପ୍ରଭୁଙ୍କୁ ସ୍ମରଣ ଓ ପୂଜା ପାଠ କଲେ ଅଶେଷ ପୂଣ୍ଯ ମିଳିବା ସହ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

