ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଣ୍ଡେଇଗୋଡା ଧର୍ମଶାଳାରେ ବିଜେଡିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅର୍ନ୍ତଭୁକ୍ତ ରସୁଲପୁର ବ୍ଲକର ୯ଟି ପଞ୍ଚାୟତର ୮ ହଜାରରୁ ଉର୍ଦ୍ଧ୍ଵ ବିଜେଡ଼ି ନେତା, କର୍ମୀ ଓ ଜନପ୍ରତିନିଧି ଏହି ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ପ୍ରତିଟି ବ୍ଲକସ୍ତରୀୟ କିପରୀଭାବେ ଦଳକୁ ମଜଭୁତ କରିବେ ସେନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ଅତିଥିମାନେ ମନ୍ତ୍ରଣା ଦେଇଥିଲେ। ନିର୍ବାଚନରେ ଯୋଡାଶଙ୍ଖକୁ ଭୋଟଦେବାକୁ ଉପସ୍ଥିତ କର୍ମୀମାନଙ୍କୁ ଅନୁରୋଧ କରିଥିଲେ।
କାନାଡା ପ୍ରତିନିଧିଙ୍କୁ ଭାରତର ସମନ, ସାଧାରଣ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ
ଅଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୁଙ୍କ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ । ଏହାକୁ ନେଇ ତୀବ୍ର ବିରୋଧ କରିଛି ଭାରତ । କାନାଡାର ଡେପୁଟି ହାଇକମିଶନରଙ୍କୁ ସମନ ଜାରି କରିଛି ଭାରତ । ଏହି ଘଟଣା ଭାରତ-କାନାଡା ସମ୍ପର୍କରେ ପ୍ରଭାବ ପକାଇବ ବୋଲି କହିଛି ଭାରତ । ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି କାନାଡାରେ ଘଟିଥିବା ଏହି ଘଟଣା ବିଚ୍ଛିନ୍ନତାବାଦ, ଆତଙ୍କବାଦ ଓ ହିଂସାକୁ ପ୍ରୋତ୍ସାହିତ କରିବ ।
ଖଲାସା ଦିବସ ପାଳନ ଅବସରରେ ଜଷ୍ଟିନ ଭାଷଣ ଦେବା ଲାଗି ଷ୍ଟେଜକୁ ଯିବା ମାତ୍ରେ ଖାଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଶୁଭିଥିଲା । ଶିଖ ଆତଙ୍କବାଦୀ ନେତା ହରଦୀପ ସିଂ ନିଜାର ହତ୍ଯା ଘଟଣାରେ ଭାରତର ସମ୍ପୃକ୍ତି ରହିଛି ବୋଲି ଗତବର୍ଷ ଜଷ୍ଟିନ କହିଥିବାରୁ ଦୁଇ ଦେଶ ମଧ୍ଯରେ କୂଟନୈତିକ ସମ୍ପର୍କ ବାଧାପ୍ରାପ୍ତ ହୋଇଥିଲା ।
ଏହାକୁ ନେଇ କାନାଡାରେ ନିଜ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ଭାରତ ହ୍ରାସ କରିଥିବାବେଳେ ଭାରତରୁ ୪୧ ଜଣ କୂଟନୀତିଜ୍ଞ ଓ ସେମାନଙ୍କ ପରିବାରକୁ ହଟାଇ ନେଇଥିଲା ବ୍ରିଟେନ । ସେପଟେ ନ୍ୟୁୟର୍କ ଷ୍ଟେଟ ଅଫିସକୁ ନିର୍ବାଚିତ ପ୍ରଥମ ପଞ୍ଜାବୀ-ଆମେରିକୀୟ ପ୍ରତିନିଧି ଜେନିଫର ରାଜକୁମାରଙ୍କୁ ନେଇ ଚର୍ଚ୍ଚା । ନ୍ୟୁୟର୍କରେ ଆୟୋଜିତ ଶିଖ୍ ଦିବସ ପରେଡରେ ସେ ଉଦବୋଧନ ଦେବା ସହ ସେ ଶିଖ ସମ୍ପ୍ରଦାୟକୁ ପ୍ରଶଂସା କରିଥିଲେ । ତେବେ ତାଙ୍କ ସଭାରେ ଖାଲିସ୍ତାନୀ ପତାକା ସ୍ଥାନ ପାଇବାକୁ ନେଇ ଭାରତ ପକ୍ଷରୁ ପ୍ରକାଶ କରାଯାଇଛି ଉଦବେଗ ।
ନ୍ୟୁୟର୍କରେ ଆୟୋଜତି ଶିଖ୍ ଦିବସ ପରେଡ ବା ଖଲାସା ଦିବସ ବା ବୈଶାଖୀ ଉତ୍ସବକୁ ନେଇ ଏବେ ଚର୍ଚ୍ଚା । ଏହି ଉତ୍ସବକୁ ନେଇ ସେ ଯେଉଁ ଫଟୋ ସେୟାର କରିଥିଲେ ସେଥିରେ ଖଲିସ୍ତାନ ପତାକା ଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ସମ୍ପର୍କରେ କେତେକ ବ୍ଯକ୍ତି ମତ ଦେଇଛନ୍ତି- ଖଲିସ୍ତାନୀଙ୍କ ଆତଙ୍କରାଜ କାରଣରୁ ଏୟାଇ ଇଣ୍ଡିଆ ଫ୍ଲାଇଟ 182 ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିଲେ ୩୨୯ ଯାତ୍ରୀ । ଏୟାର ଇଣ୍ଡିଆ ବିମାନ କନିଷ୍କକୁ ୧୯୮୫ ଜୁନ୍ ୨୩ରେ ଆତଙ୍କୀମାନେ ଉଡାଇଦେଇଥିଲେ ।
ନିର୍ବାଚନ ପାଇଁ ମହିଳାଙ୍କୁ ବିଜେପିର ଅସମ୍ମାନ ଗ୍ରହଣୀୟ ନୁହେଁ, ସିଇଓଙ୍କୁ ଫେରାଦ ହେଲା ବିଜେଡି
ଭୁବନେଶ୍ବର: ମହିଳାଙ୍କୁ ବିଜେପି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛି। ମହିଳାଙ୍କ ନାଁରେ ମିଛ ଅଭିଯୋଗ ସହ ସେମାନଙ୍କ ଚରିତ୍ର ସଂହାର କରୁଛି ବିଜେପି । ମହିଳାମାନଙ୍କୁ ଆଗକୁ ନେବା ପାଇଁ ମିଶନ ଶକ୍ତି କାମ କରୁଛି। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସମାଜ ପାଇଁ କାମ କରୁଛନ୍ତି। ନିର୍ବାଚନ ଆସିବ, ଯିବ । ହେଲେ ନିର୍ବାଚନ ପାଇଁ ମହିଳାଙ୍କୁ ବିଜେପି ଲଗାତାର ଅସମ୍ମାନ କରିବା ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିଛି ।
ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଏନେଇ ଅଭିଯୋଗ କରିଛି। ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ମହିଳାବିରୋଧୀ ଆଭିମୁଖ୍ୟ ନେଇ ଅଭିଯୋଗ କରି କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି । ବିଜେଡି ପ୍ରତିନିଧି ଦଳରେ ସାଂସଦ ସୁଲତା ଦେଓ, ମୁଖପାତ୍ର ପ୍ରିୟବ୍ରତ ମାଝୀ, ମହୀକ୍ଷିତା ମିଶ୍ର ଓ ଅନ୍ୟମାନେ ସାମିଲ ଥିଲେ ।
ଭିଡିଓରେ ଲୁଚିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ନାତିର ସେକ୍ସ ସ୍କାଣ୍ଡାଲ
ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନରେ ନିର୍ବାଚନ ପ୍ରଚାର ଚାଲିଥିଲା। ଏପ୍ରିଲ ୨୬ରେ ମତଦାନ ହେବ। ଜେଡିଏସ୍ ପ୍ରାର୍ଥୀ ପ୍ରଜ୍ବଲ ରେଭାନ୍ନାଙ୍କ ଉପରେ ଏଭଳି ବିପଦ ମାଡି ଆସିବ ବୋଲି ସେ କେବେ ଚିନ୍ତା ବି କରିନଥିଲେ । ଏପ୍ରିଲ୍ ୨୪ ରେ ରେଭାନ୍ନାଙ୍କ ଏକ ଅଶ୍ଳୀଳ ଭିଡିଓ ହଠାତ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ଲାଗିଲା । ଏହା ପରେ ରାଜ୍ୟ ମହିଳା ଆୟୋଗରେ ଏକ ଚିଠି ପହଞ୍ଚିଛି। ଯାହା ସହିତ ଏକ ପେନ୍ଡ୍ରାଇଭ ମଧ୍ୟ ଥିଲା । ଏହା ପରେ ଜଣେ ୪୭ ବର୍ଷ ବୟସ୍କା ମହିଳା ରେଭାନ୍ନା ପରିବାରର ସତ ସାମନାକୁ ଆଣିଥିଲେ ।
ପ୍ରଜ୍ଜ୍ବଲ ରେଭାନ୍ନା ବର୍ତ୍ତମାନ ବିଦେଶରେ ଅଛନ୍ତି । କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିଛନ୍ତି। ପ୍ରଜ୍ଜ୍ବଲଙ୍କ ବାପା ଏଚଡି ରେଭାନ୍ନା ଏହି ଘଟଣାକୁ ଏକ ଷଡଯନ୍ତ୍ରର ରୂପ ଦେଇଛନ୍ତି। ତେଣୁ ତାଙ୍କ ଭାଇ କୁମାରସ୍ୱାମୀ ଦାବି କରିଛନ୍ତି ଯେ ଯିଏ ଭୁଲ୍ କରିଛି ତାଙ୍କୁ ଦଣ୍ଡ ଦିଆଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡାଙ୍କ ନିର୍ଦ୍ଦେଶରେ ପ୍ରଜ୍ଜ୍ବଳଙ୍କୁ ମଧ୍ୟ ଦଳରୁ ବିଦା କରିଦିଆଯାଇଛି ।
ଏପ୍ରିଲ୍ ୨୪ ରେ, ପ୍ରଜୱାଲଙ୍କ ଭିଡିଓ ଭାଇରାଲ ହେବା ପରେ ୪୭ ବର୍ଷୀୟା ମହିଳା ହୋଲେନାରସିପୁରରେ ଏକ ମାମଲା ଦାୟର କରିଥିଲେ। ଏଚଡି ରେଭାନ୍ନା ଏବଂ ତାଙ୍କ ପୁଅ ପ୍ରଜୱାଲଙ୍କୁ ବିରୋଧରେ ସେ ଅଭିଯୋଗ କରିଥିଲେ ।୨୦୧୯ ରେ ମହିଳା ଜଣଙ୍କ କାମ କରିବାକୁ ରେଭାନ୍ନାଙ୍କ ଘରକୁ ଆସିଥିଲେ। ସେତେବେଳେ ତାଙ୍କ ଘରେ ୬ ଜଣ ପୁରୁଷ କର୍ମଚାରୀ ଏବଂ ୬ ଜଣ ମହିଳା କର୍ମଚାରୀ ଥିଲେ।
ଚାରିମାସ ପରେ ଯେତେବେଳେ ରେଭାନ୍ନାଙ୍କ ପତ୍ନୀ ଘରେ ନଥିଲେ ସେ କିଛି ବାହାନା କରି ତାଙ୍କୁ ଡାକିଲେ ଏବଂ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ରେଭାନା ମଧ୍ୟ ତାଙ୍କ ଝିଅକୁ ଫୋନ କରି ଅଶ୍ଳୀଳ ଭାଷାରେ କଥା ହୋଇଥିଲେ। ଏହା ପରେ ତାଙ୍କ ନମ୍ବରକୁ ବ୍ଲକ୍ କରିଦିଆଯାଇଥିଲା। ମହିଳା ଜଣକ କହିଛନ୍ତି ଯେ ଯେତେବେଳେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ହଠାତ୍ ପ୍ରଜୱାଲଙ୍କ ଭିଡିଓ ସାମ୍ନାକୁ ଆସିଲା ସେତେବେଳେ ସ୍ୱାମୀ ସନ୍ଦେହ କରିବା ଆରମ୍ଭ କରିଥିଲେ। ଏହା ପରେ ହଠାତ୍ ମହିଳା ଜଣକ ଆଗକୁ ଆସି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୋଲିସର ସୁରକ୍ଷା ମାଗିଥିଲେ।
ଗତ ଡିସେମ୍ବରରେ ବିଜେପି ନେତା ଦେବରାଜ ଗୌଡା କର୍ଣ୍ଣାଟକ ବିଜେପିର ସଭାପତି ଷଷ୍ଠ ବିଜୟନ୍ଦ୍ରଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ କୁହାଯାଇଥିଲା ଯେ ଦେବ ଗୌଡାଙ୍କ ପରିବାର ବିରୋଧରେ ଗୁରୁତର ଅଭିଯୋଗ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପେଣ୍ଡ୍ରାଇଭରେ ସମୁଦାୟ ୨୯୭୬ ଟି ଭିଡିଓ ଅଛି ଯାହା ଅତ୍ୟନ୍ତ ଆପତ୍ତିଜନକ । ଏପରିକି ଏହି ଚିଠିରେ ଦାବି କରାଯାଇଛି ଯେ ଏକ ପେଣ୍ଡ୍ରାଇଭ୍ କଂଗ୍ରେସ ନେତାଙ୍କ ନିକଟରେ ମଧ୍ୟ ପହଞ୍ଚିଛି।
ଏହି ଭିଡିଓ ଭାଇରାଲ ପରେ ଏଚଡି ରେଭାନ୍ନା ଏହି ମାମଲାକୁ ସମ୍ପୂର୍ଣ୍ଣ ଷଡଯନ୍ତ୍ର ବୋଲି କହିଛନ୍ତି। ତେବେ ସେ କହୁଛନ୍ତି ଯେ ଭିଡିଓଟି ୪ ରୁ ୫ ବର୍ଷ ପୁରୁଣା। ରେଭାନ୍ନା ଏହା ମଧ୍ୟ କହିଛନ୍ତି ଯେ ସେ ଭୟଭୀତ ହୋଇ ପଡ଼ିଆ ଛାଡିବା ଳୋକ ନୁହଁନ୍ତି। ବିଶେଷ କଥା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡାଙ୍କ ନିର୍ଦ୍ଦେଶରେ ପ୍ରଜ୍ଜ୍ବଲଙ୍କୁ ଜେଡିଏସରୁ ବହିଷ୍କାର କରାଯାଇଛି।
ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ, ଚାପି ହୋଇଗଲେ ୩ ଛାତ୍ର
ଢ଼େଙ୍କାନାଳ: ସନ୍ଥପୁର ବ୍ରିଜରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ। ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଛାତ୍ର ଟ୍ରକ ତଳେ ଫଶି ହୋଇ ରହିଥିବା ଜଣାପଡିଛି।
ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଥିବାରୁ ଟ୍ରକକୁ ଉଠାଯାଇ ପାରୁନି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଅଷ୍ଟମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି।

