spot_img
Home Blog Page 2025

ଜାଗର ପାଇଁ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ନୀତିକାନ୍ତି ସମୟ ଜାଣନ୍ତୁ

ଭୁବନେଶ୍ୱର : ରାତି ପାହିଲେ ମହାଶିବରାତ୍ରି । ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର ।  ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ। କାଲି ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହେବ । ରାତି ୧୦ରୁ ୧୧ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରିକରିଛି । ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ସେହିପରି ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ୨ ମନ୍ଦିରର ନୋଡାଲ୍ ଅଫିସର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ୩ଟି ସିଫ୍ଟରେ ପୂରା ଏକାମ୍ର କ୍ଷେତ୍ରରେ ସଫେଇ କରାଯିବ । ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ଵର ମନ୍ଦିର ଅଞ୍ଚଳରେ ଅତିରିକ୍ତ ସଫେଇକର୍ମୀ ନିୟୋଜିତ କରିବାକୁ ବିଏମ୍ସି ଘରୋଇ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି । ସେହିପରି ବିନ୍ଦୁସାଗର ଘାଟ ସଫା କରିବାକୁ ସଫେଇ ସଂସ୍ଥାକୁ କୁହାଯାଇଥିବାବେଳେ ଆଜି ସୁଦ୍ଧା ସଫେଇ ଶେଷ କରିବାକୁ କୁହାଯାଇଛି। ବିନ୍ଦୁସାଗରର ଆଲୋକୀକରଣ କରିବାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ଚାରିପଟେ ଲିଚୁ ମାଳ ପକାଯାଇ ସୌନ୍ଦର୍ଯ୍ୟକରଣ କରାଯାଉଛି । Maha Shivratri: 'Mahadeepa' lifted atop Lingaraj Temple in Bhubaneswar – ThePrint – ANIFeed

ଏଥିଲାଗି ବିଏମସିର ଇଲେକ୍ଟ୍ରିକାଲ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ମେୟରଙ୍କ ନିର୍ଦ୍ଦେଶ ମୁତାବକ ୪୦ ହଜାର ଟଙ୍କା ବ୍ୟୟରେ ମନ୍ଦିର ମୁଖଶାଳାର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଖାଲି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ପଚେରି, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ସୌନ୍ଦର୍ଯ୍ୟକରଣ କରାଯିବ। ମେକାନିକାଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ୨ଟି ପାଣି ଟ୍ୟାଙ୍କର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଏକ ଭ୍ରାମ୍ୟମାଣ ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୯ ତାରିଖ ସକାଳ ଯାଏଁ ୩ ସିଫ୍ଟରେ ସ୍ବଚ୍ଛତା କର୍ମୀଙ୍କୁ ନିୟୋଜିତ କରାଯିବ, ଯେଉଁମାନେ କି ନିୟମିତ ଭ୍ରାମ୍ୟମାଣ ଶୌଚାଳୟକୁ ସଫା ରଖିବେ । ମେଡିସିନ୍, ଆମ୍ବୁଲାନ୍ସ ଓ ଫାଷ୍ଟଏଡ କିଟ୍ ମହଜୁଦ ରଖିବାକୁ ବିଏମସି ହସ୍ପିଟାଲକୁ ନିର୍ଦ୍ଦେଶ ମିଳିଛି । ଜୋନାଲ ଡେପୁଟି କମିସନର ନିୟମିତ କ୍ଷେତ୍ରସ୍ତରୀୟ ଯାଞ୍ଚ କରିବେ ।

କୁଆଡ଼େ ସ୍ଥାନାନ୍ତର ହେବ ଭୁବନେଶ୍ୱରର ଝାରପଡା ଜେଲ ଜାଣନ୍ତୁ ?

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଜାମୁଝରି ମୁକ୍ତାକାଶ ଜରାଶ୍ରମ ପରିସର ଓ ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମୀ ଛତାବର ଠାରେ ରାଜ୍ୟର ଏକ ମଡେଲ ଜେଲ ନିର୍ମାଣ କରାଯିବ। ଭୁବନେଶ୍ୱରର ଝାରପଡା ଜେଲ ସ୍ଥାନାନ୍ତର କରାଯିବ। ଏହି ଉଦେଶ୍ୟରେ ଆସନ୍ତା ୧୨ ତାରିଖରେ ମଡେଲ ଜେଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏନେଇ ଆଜି ଜେଲ ଡିଜିଏମ ଏମ. ପ୍ରସାଦ ସେହି ଅଞ୍ଚଳ ପରିଦର୍ଶନ କରିଥିଲେ। ମଡେଲ ଜେଲର ପରିସୀମା 35 ଦଶମିକ 2ଏକର ରହିଥିବାବେଳେ ୨ ହଜାର ୫୦୦ କଏଦୀ ରହିବା ଲାଗି ବ୍ୟବସ୍ଥା ହୋଇଛି। ଏହା ୬ ମହଲା ବିଶିଷ୍ଟ ହେବ ଏବଂ ୨ ବର୍ଷ ମଧ୍ଯରେ ଏହାର ନିର୍ମାଣ ସରିବ।

ଲାଞ୍ଚନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସରକାରୀ କର୍ମଚାରୀ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ I ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟଳୟର ବ୍ଲକ ରିସୋସ କୋଡ଼ିନେଟର-ବିଆରଏସଙ୍କୁ ଧରିଛି ଭିଜିଲାନ୍ସ ।  ୫ ହଜାର ଟଙ୍କା ଲାଞ୍ଚନେବା ବେଳେ ମଧୁସୂଦନ ପଟେଲଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି ଭିଜିଲାନ୍ସ  I ପାଇଖାନା ନିର୍ମାଣ ବିଲ ପାଇଁ ମହମ୍ମଦ ଆଶିଷଙ୍କ ଠାରୁ ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରାଯାଇଛି  ।

ବିଆରଏସ ମଧୁସୂଦନ ପଟେଲଙ୍କ ଘର ପୁଇନ୍ତଲା ବ୍ଲକ୍ କୁରୁଲ୍ ଗାଁରେ ବୋଲି ଭିଜିଲାନ୍ସ DSP ପୂଲସ୍ତି ଛତ୍ରୀୟା ସୂଚନା ଦେଇଛନ୍ତି I ମଧୁସୂଦନ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ ।

ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି। ସରକାରୀ କାର୍ଯ୍ୟାଳୟରେ ସର୍ଭିସ ପ୍ରୋଭାଇଡର ସଂସ୍ଥା ଜରିଆରେ ବିଭିନ୍ନ ବିଭାଗରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣି ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ ରହିଛି। ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ। ତଦ୍‌ନୁଯାୟୀ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଉଟସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି। ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍‌ ସମୟରେ ପାଇପାରିବେ ଏହା ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର ଏଜେନ୍ସି ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍ ଆଉଟସୋର୍ସିଂ ଓମ୍ବୁସମ୍ଯାନ୍ ଗଠନ ହୋଇଛି।  ଅଭିଜ୍ଞତା ଥିବା କର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ। ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ୧ ହଜାର ଟଙ୍କା ମିଳିବ।

ମହିଳା କର୍ମଚାରୀ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ। ଆଉଟସୋର୍ସିଂ କର୍ମଚାରୀ ତଥା ସର୍ଭିସ ପ୍ରୋଭାଇଡର ଏଜେନ୍ସିଙ୍କର ଅଭିଯୋଗ ଶୁଣାଣି ପାଇଁ ପ୍ରତି ବିଭାଗରେ ଜଣେ  ନୋଡାଲ ଅଫିସର ରହିବେ। ସେମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ GA ଏବଂ PG ଡିପାର୍ଟମେଣ୍ଟ CMGI ଜରିଆରେ ଏକ ସଫ୍ଟୱେଆର ଆପ୍ଲିକେସନ ବିକଶିତ କରାଯିବ। ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍‌ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ।. ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି। ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ।ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡିଂ ଏଜେନ୍ସି  ମାନଙ୍କ ସହିତ ସପ୍ଲିମେଣ୍ଟାରୀ ଏଗ୍ରିମେଣ୍ଟ କରିବେ।

ଚାଲି ଚାଲି ଭାରତ ଭ୍ରମଣ କରୁଛନ୍ତି ୨ ଯୁବକ

ଭୁବନେଶ୍ବର: କାନ୍ଧରେ ବ୍ୟାଗ ଓ ତ୍ରିରଙ୍ଗା ପତାକା। ୨ଯୁବକଙ୍କ ପାଦରେ ଚାଲି ଚାଲି ଭାରତ ଭ୍ରମଣ। ନିଶାଶକ୍ତ ଯୁବପୀଢ଼ିଙ୍କୁ ବାଟକୁ ଆଣିବା ଲକ୍ଷ୍ୟରେ  ଯୁବକଙ୍କ ଭାରତ ଭ୍ରମଣ। ଦେବଭୂମି ଉତ୍ତରାଖଣ୍ଡରୁ ଚାଲି ଚାଲି ଲିଙ୍ଗରାଜ ପହଞ୍ଚିଛନ୍ତି।  ଦେଶର ୧୨ ଜ୍ୟୋର୍ତିଲିଙ୍ଗ ସମେତ, ସମସ୍ତ ଶକ୍ତିପୀଠ ଓ ଚାରି ଧାମ ଯାତ୍ରା ରେ ବାହାରିଛନ୍ତି  ରଣବୀର। ବିଏ ପାସ। ନିଜ ଜିଲ୍ଲା ଉତ୍ତରାଖଣ୍ଡ ରୁ ଯାତ୍ରା ଆରମ୍ଭ କରି ସୋମନାଥ, ଉଜ୍ଜେନ୍, ରାମେଶ୍ଵରମ, ଭୀମାଶଙ୍କର ଙ୍କ ସମେତ ୯ ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିସାରିଛନ୍ତି। ପ୍ରାୟ ୯ ହାଜର କିଲୋମିଟର ଯାତ୍ରା କରି ଓଡ଼ିଶା ପହଂଚିଛନ୍ତି। ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ବୈଦ୍ୟନାଥ ଓ କେଦାରନାଥ ଦର୍ଶନ ପାଇଁ ବାହାରିବେ। ସେହିଭଳି ଏସ.କେ  ଘର ବିହାର।। ବି.କମ ପାଠ ପଢା ସରିବା ପରେ ଏମ.କମ ଜଏନ କରି ଏକ ସଂସ୍ଥାରେ ଆକାଉଣ୍ଟ ସେକ୍ସନ କାମ କରୁଥିଲେ। ଭାରତ ଭ୍ରମଣ ନିଶାରେ ବାହାରି ପ୍ରାୟ ୮ ହଜାର କିଲୋମିଟର ବୁଲିଲେଣି। ବାଟରେ ରଣବିରଙ୍କୁ ଦେଖା ହେବା ପରେ ଉଭୟ ପୁରା ଭାରତ ଭ୍ରମଣ କରିବା ସହିତ ମନ୍ଦିର ବୁଲି ଦର୍ଶନ କରିବେ।

ବନ୍ଦ କୋଠରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଲୋକନାଥପୁର ଶାସନ ଗାଁରେ ଚାଞ୍ଚଲ୍ଯ । ବନ୍ଦ କୋଠରୀରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ,ହତ୍ଯା ସନ୍ଦେହ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ । ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ମାନସିକ ଅନଗ୍ରସର ଭଉଣୀଙ୍କ ସହିତ ଶୋଇଥିବା ବେଳେ ଘଟିଛି ଅଘଟଣ । ଲକ୍ଷ୍ମୀପ୍ରିୟାଙ୍କ ବେକରେ କଟା ଦାଗ ରହିଛି । ତାଙ୍କୁ ହତ୍ୟା ପରେ କେହି ଦୁର୍ବୁତ୍ତ ଛାତ ଉପର କବାଟ ଖୋଲି ଫେରାର ହୋଇଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସମ୍ପର୍କୀୟ ଏବଂ ପଡୋଶୀ। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ବିଶ୍ବବାସୀଙ୍କୁ ଚମକାଇବେ ଋଷ ଓ ଚୀନ, ଚନ୍ଦ୍ରରେ ପ୍ରତିଷ୍ଠା ହେବ ନ୍ୟୁକ୍ଳିୟର ରିଆକ୍ଟର

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରରେ ପ୍ରତିଷ୍ଠା ହେବ ନ୍ୟୁକ୍ଳିୟର ରିଆକ୍ଟର । ଆସନ୍ତା ଦଶନ୍ଧିରେ ଏହି ରିଆକ୍ଟର ପ୍ରତିଷ୍ଠା କରିବା ଲାଗି ଯୋଜନା କରୁଛନ୍ତି ଦୁଇ ସୁପରପାଓ୍ବାର ଋଷ ଓ ଚୀନ । ଏନେଇ ସୂଚନା ଦେଇଛନ୍ତି ଋଷର ମହାକାଶ ଗବେଷଣା ସଂସ୍ଥା ରସକସମସର ସିଇଓ  ୟୁରୀ ବୋରିସୋଭ ।  ସେ କହିଛନ୍ତି ଚନ୍ଦ୍ରରେ ଆଣବିକ ରିଆକ୍ଟର ପ୍ରତିଷ୍ଠା ନିମନ୍ତେ ଗବେଷଣା ଜାରି ରହିଛି। ଆବଶ୍ଯକୀୟ ପ୍ରଯୁକ୍ତିଭିତ୍ତିକ କାର୍ଯ୍ୟକଳାପ ବି ପ୍ରସ୍ତୁତ ହୋଇଛି। ଆସନ୍ତା ୨୦୩୩ରୁ ୨୦୩୫ ମଧ୍ଯରେ ଚନ୍ଦ୍ରରେ ଏକ ନ୍ୟୁକ୍ଲିୟର ରିଆକ୍ଟର ପ୍ରତିଷ୍ଠା ଲାଗି ଆଭିମୁଖ୍ଯ ରଖାଯାଇଛି। ଏନେଇ ଦୁଇ ଦେଶ ମଧ୍ଯରେ ସହଭାଗିତା ଭିତ୍ତିରେ ଗବେଷଣା ଜାରି ରହିଛି। ପୂର୍ବରୁ ଗତ ୨୦୨୧ ମାର୍ଚ୍ଚରେ ରସକସମସ ଓ ଚୀନର ନ୍ଯାସନାଲ ସ୍ପେସ ଆଡମିନିଷ୍ଟ୍ରେସନ ବା ସିଏନଏସ ମଧ୍ଯରେ ଆନ୍ତର୍ଜାତିକ ଚନ୍ଦ୍ର ଗବେଷଣା ଷ୍ଟେସନ ବା ଆଇଏଲଆରଏସ ପ୍ରତିଷ୍ଠା ଲାଗି ବୁଝାମଣା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ପ୍ରକଳ୍ପ ଅନୁସାରେ ଆସନ୍ତା ୨୦୨୬ରେ ଚୀନ ଚନ୍ଦ୍ରକୁ ଚାଙ୍ଗ ୬, ଚାଙ୍ଗ ୭ ଓ ଚାଙ୍ଗ ୮ ନାମକ ୩ଟି ଯାନ ପଠାଇବ।

ପୁଣି ଚାଇନିଜ୍ ଆପକୁ ଲାଗିପାରେ ଝଟକା, ଆମେରିକାରେ ବ୍ୟାନ ହେବ ଟିକଟିକ!

ନନ୍ଦିଘୋଷ ବ୍ୟୁରୋ: ଚୀନ ସହ ସମ୍ପର୍କ ଖରାପ ହେବା ପରେ ଭାରତରେ ଚାଇନିଜ୍ ଆପ ଟିକଟକ ବ୍ୟାନ ହୋଇଥିଲା । ଏବେ ଭାରତ ରାସ୍ତାରେ ଆମେରିକା । ଆମେରିକାରେ ମଧ୍ୟ ଟିକଟକ ବ୍ୟାନ୍ ହେବା ନେଇ ମିଳିଛି ସୂଚନା । ସଂସଦରେ ସାଂସଦ ଏକ ପ୍ରସ୍ତାବ ଉଠାଇଛନ୍ତି କି, ଆମେରିକାର ସୁରକ୍ଷା ଦୃଷ୍ଟିରୁ ଟିକଟକକୁ ବ୍ୟାନ କରାଯାଉ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଚୀନର କମ୍ୟୁନିଷ୍ଟ ପାର୍ଟି ସହ ଟିକଟକର ସମଦ୍ଧ ଥିବାରୁ ଏହା ରାଷ୍ଟ୍ରୀୟ ସୁରକ୍ଷାରେ ଅସୁବିଧା ଉପୁଯାଇପାରେ । ଏହାସହ  ଟିକଟକ କମ୍ପାନୀକୁ ଚେତାବନୀ ମଧ୍ୟ ଚେତାବନି ଦିଆଯାଇଥିବା କୁହାଯାଉଛି । ତେବେ ଆମେରିକାରେ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଲ ପାରିତ କରିବା ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଯୋଜନା କରାଯାଇଥିଲା । ଆମେରିକାର ଶତୃ ଦେଶଙ୍କ କଣ୍ଟ୍ରୋଲରେ ଥିବା ଦେଶ ମାନଙ୍କରେ ପ୍ରତିବନ୍ଧକ ଲଗାଇବା ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି ।

ଉପସ୍ଥାପିତ ବିଲରେ ଟିକ୍-ଟକ୍ ବାବଦରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି। ଆମେରିକାର ଶତ୍ରୁ ଦେଶ ଦ୍ୱାରା ନିୟନ୍ତ୍ରିତ ପ୍ଲାଟଫର୍ମକୁ ନିଷେଧ କରିବା ପାଇଁ ଏହି ବିଲ୍ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିଥାଏ । ୱାଶିଂଟନ୍ ଦ୍ଵାରା ଶତ୍ରୁ ଦେଶ ଭାବରେ ନାମିତ ଦେଶଗୁଡିକ ମଧ୍ୟରେ ଚୀନ୍, ରୁଷ, ଇରାନ, ଉତ୍ତର କୋରିଆ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ ।

ତିଲେଇବଣି ପାଇଁ ୧୨୫ କୋଟି ଟଙ୍କା ଅନୁମୋଦନ

ନନ୍ଦିଘୋଷ ବ୍ୟୁରୋ: ଆଜି ଯାହା ଦରଖାସ୍ତ ମିଳିଛି ସେ ନେଇ କାଲି ସକାଳେ ଖୁସି ଖବର ପାଇବେ । ମନ୍ଦିର, ମସଜିଦ, ଚର୍ଚ୍ଚ, ଓ କମ୍ଯୁନିଟି ସେଣ୍ଟର ପାଇଁ କାଲି ସକାଳ ସୁଦ୍ଧା ଟଙ୍କା ଅନୁମୋଦନ ହୋଇ କାମ ଆରମ୍ଭ ହେବ । ଦେବଗଡ଼ ତିଲେଇବଣି ସାଧାରଣ ସଭାକୁ ସମ୍ବୋଧନ କରି ଏହା କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତଥର ଜୁଲାଇରେ ଆସି ଅନେକ ଗୁଡିଏ ଦରଖାସ୍ତ ପାଇଥିଲେ । ଏହା ଉପରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାଯକ ବିଚାର କରି ପ୍ରାୟ ସବୁ ଦରଖାସ୍ତକୁ ଅନୁମୋଦନ କରି ତିଲେଇବଣି ପାଇଁ ୧୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି 5T ଅଧ୍ଯକ୍ଷ । ମୁଖ୍ଯମନ୍ତ୍ରୀଙ୍କ ହଠାତ କାମ ଆସିବାରୁ ସେ ତିଲେଇବଣି ଯାଇପାରିନାହାଁନ୍ତି । କିନ୍ତୁ ବିକାଶର ହିସାବ ଦେଇ କହିଥିଲେ, ଝାଡେଶ୍ବର ମନ୍ଦିରର ଉନ୍ନତି ପାଇଁ ୩କୋଟି ୧୦ ଲକ୍ଷ ଟଙ୍କା ଦିଆଯାଇଛି । ଦେବଗଡ଼ରେ ସର୍ବାଧିକ ସିସି ରୋଡ ଥିବାବେଳେ ୮୦ଟି CC ରୋଡ ପାଇଁ ୭ କୋଟି ମଂଜୁର କରାଯାଇଛି । ଟିକିରା ଏନଏଚ ଉପରେ ତିଲେଇପୋଷି ଓ ବୁଦାପୋଲ ରାସ୍ତାରେ ସେତୁ ପାଇଁ ୨୦ କୋଟି, ଗୋହିରା ଡ୍ଯାମ କେନାଲକୁ କଂକ୍ରିଟ କରିବା ପାଇଁ ୧୭ କୋଟି ୬୦ ଲକ୍ଷ, ତିଲେବଣିରେ ସିନ୍ଥେଟିକ ହକି ଟର୍ଫ ଓ ଟ୍ରେନିଂ ସେଣ୍ଟର ନିର୍ମାଣ ଲାଗି ୧୧.୯୦ କୋଟି ଟଙ୍କା ମୁଖ୍ଯମନ୍ତ୍ରୀ ଅନୁମୋଦନ କରିଛନ୍ତି । ଶରଧାପାଲି ଗାଁରେ ଏହି ସେଣ୍ଟର ନିର୍ମାଣ କରାଯିବ । ଏହାସହ ମମତା ଯୋଜନା, ମିଶନ ଶକ୍ତି ପାଇଁ ଋଣ ସୀମା ବୃଦ୍ଧି ବିଷୟରେ 5T ଅଧ୍ଯକ୍ଷ ସଚେତନ କରାଇଥିଲେ । ଏକ ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ଲାଗି ସେ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଲୋଡିଥିଲେ ।

ଜୟା ବଚ୍ଚନ କହିଲେ କାହିଁକି ସୋସିଆଲ ମିଡିଆଠାରୁ ରୁହନ୍ତି ଦୂରରେ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ନିଜର କଡ଼ା ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତେବେ ସୋସିଆଲ ମିଡିଆ କମ ବ୍ୟବହାର କରନ୍ତି ଜୟା । ଯାହାକି ସେ ନିଜେ କହିଛନ୍ତି । ସୋସିଆଲ ମିଡିଆଠାରୁ କାହିଁକି ଦୂରେଇ ରୁହନ୍ତି ସେ ସମ୍ପର୍କରେ କହିଛନ୍ତି ଜୟା । ଏବେ ସାଧାରଣତଃ ସୋସିଆଲ ମିଡିଆ ଏକକ ବଡ଼ ମାଧ୍ୟମ ପାଲଟିଯାଇଛି । କିନ୍ତୁ ଜୟା କହିଛନ୍ତି କି, ତାଙ୍କ ପରିବାରର କେବଳ ସେ ଏକା ଏଥିରୁ ଦୂରେଇ ରୁହନ୍ତି । ନାତୁଣୀ ନବ୍ୟା କରୁଥିବା ଏକ ପୋଡକାଷ୍ଟ ସୋ’ରେ ନଜର ଆସିଥିଲେ ଜୟା । ଏହାସହ ନବ୍ୟା ମା’ ଶ୍ବେତା ମଧ୍ୟ ଏହି ସୋ’ରେ ଭାଗ ନେଇଥିଲେ । ଅଭିନୟ ଦୁନିଆରୁ ନୂରେଇ ଏବେ ସୋ’ କରୁଥିବା ନବ୍ୟାଙ୍କ ଏହି ସୋ’ ଦର୍ଶକଙ୍କ ପସନ୍ଦ ଆସୁଥିବା ମଧ୍ୟ ରିଭ୍ୟୁ ମିଳୁଛି । ତେବେ ନଭ୍ୟାଙ୍କ ଏହି ସୋ’ର ନାମ ହେଉଛି ’ହ୍ବାଟ ଦ ହେଲ୍ ନଭ୍ୟା’ ।

ନଭ୍ୟା ସୋ’ର ନୂଆ ପ୍ରୋମୋ ରିଲିଜ ହୋଇଛି । ଯାହାକି ସେ ନିଜର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଯେଉଁଥିରେ ଜୟା କହିଛନ୍ତି କି, ମୋତେ ନିଜ ସମ୍ପର୍କରେ ଅଧିକ କିଛି କହିବାର ନାହିଁ । ଦୁନିଆ ଆମ ସମ୍ପର୍କରେ ଜାଣିଛି । ମୁଁ ଯେତେବେଳେ ଛୋଟଥିଲି ସେତେବେଳେ ମୁଁ କଲବୁକ କରେ । ଗୋଟିଏ ନର୍ମାଲ ଏବଂ ଅନ୍ୟଟି ଏମରଜେନ୍ସିଂ ରହିଥିଲା । ଯଦି ତୁମେ ତୁମ ବୟଫ୍ରେଣ୍ଡକୁ କଲ କରୁଛ ତାହେଲେ ଏହା ଏକ ଏମରଜେନ୍ସି କଲ ରହୁଥିଲା । ଏଭଳି ଥଟ୍ଟା ମଜା କରୁଥିବା ଏହି ସୋ’ରେ ଦେଖିବାକୁ ମିଳିଛି ।