ଆସିଲା ବମ୍ଫର ଅଫର !, ଏହି ଦ୍ବୀପରେ ଯିଏ ଛେଳି ଧରିବ ସିଏ ନେବ

ନନ୍ଦିଘୋଷ ବ୍ୟୁରୋ: ଇଟଲିର ଏହି ଦ୍ବୀପରେ ଲାଗିଛି ଅଜବ ଗଜବ ଅଫର୍ । ଇଟଲିର ଏଲିକୁଡ଼ିରେ ଏଭଳି ଅଫର ରହିଛି । ତେବେ ଏହି ଦ୍ବୀପ ୧୦୦ ଛେଳି, ୧୦୦ ଲୋକଙ୍କ ଦ୍ବୀପଭାବେ ବେଶ ପରିଚିତ । ତେବେ ଚଳିତ ବର୍ଷ ଏହି ଦ୍ବୀପରେ ଛେଳିଙ୍କ ସଂଖ୍ୟା ୬ ଗୁଣା ବଢ଼ି ଯାଇଛି । ତେବେ ଏଠାକାର ଛେଳି ଗୁଡ଼ିକ ମଧ୍ୟ ଲୋକମାନଙ୍କ ଉପରେ ଆକ୍ରମଣ କରିଥାନ୍ତି । ସଂଖ୍ୟା ବଢ଼ିବା ଫଳରେ ଏଗୁଡ଼ିକ ବିପଦ ସୃଷ୍ଟି କରିପାରନ୍ତି । ଛେଳି ଗୁଡ଼ିକ ଘରେ ପଶିଯିବା ସହ ବହୁ କ୍ଷତି ମଧ୍ୟ କରିଥାନ୍ତି । ଏଣୁ ଏମାନଙ୍କ ସଂଖ୍ୟା କମାଇବା ପାଇଁ କୁହାଯାଇଛି । ମୁଖ୍ୟତଃ ଆମେ ଛେଳିଙ୍କୁ ଘରେ ପାଳିଥାଉ । ମାତ୍ର ଏଠାରେ ଛେଳି ଗୁଡ଼ିକ ଖୋଲାରେ ବୁଲିଥାନ୍ତି ।  ୨୦ ବର୍ଷ ପୂର୍ବେ ଏଠାକାର ଲୋକେ ଛେଳି ଗୁଡ଼ିକ ଆଣିଥିଲେ । ଏବେ ଖୋଲାରେ ଛାଡ଼ିଥିଲେ । ଛେଳି ଗୁଡ଼ିକ ଏହି ପ୍ରଜାତି କାହାର ମାଲିକାନାରେ ନାହାନ୍ତି ।