spot_img
Home Blog Page 202

ସରକାର ଋଣଭାରରେ ରାଜ୍ୟବାସୀଙ୍କୁ ବୁଡ଼େଇ ଦେଲେଣି: ବିଜେଡି

ବଜେଟକୁ ନେଇ ଗତକାଲି ହିଁ ପ୍ରତିକ୍ରିୟା ଦେଇସାରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗୋଟିଏ ବାକ୍ୟରେ ଉତ୍ତର ଦେଇ ସେ ସବୁକିଛି ସ୍ପଷ୍ଟ କରିଦେଇଛନ୍ତି । ବଜେଟର ଆକାର ବଢ଼େଇଛନ୍ତି ବୋଲି ସରକାର ବାହାସ୍ଫୋଟ ମାରୁଛନ୍ତି ବୋଲି କହିଛି ବିଜେଡି । ଏହା ବିଜେପି ସରକାରର ୩ୟ ବଜେଟ। ସରକାର ଋଣଭାରରେ ରାଜ୍ୟବାସୀଙ୍କୁ ବୁଡ଼େଇ ଦେଲେଣି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଲାବେଳେ ଓଡିଶା ଋଣଭାରରେ ବୁଡିଥିଲା। ହେଲେ ଏହାକୁ ବଦଳାଇ ଦେଇଥିଲେ ନବୀନ। ବିଜେପି ସରକାରକୁ ଏକ ସୁସ୍ଥ ଅର୍ଥନୀତି ଦେଇଥିଲେ । ହେଲେ ଏ ସରକାର ଦାୟିତ୍ୱ ଛାଡିଲା ବେଳେ ଏକ ଅସୁସ୍ଥ ଅର୍ଥନୀତି ଦେଇଥିବେ ଏଥିରେ ସନ୍ଦେହ ନାହିଁ । ବିଜେଡି ୨୪ ବର୍ଷ ଭିତରେ ୭୮ ହଜାର କୋଟି ଥିଲା ଋଣଭାର । ଏବେ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା ଋଣଭାର ହୋଇଗଲା । ଏମିତି ଚାଲିଲେ ରାଜ୍ୟ ଅନ୍ଧକାର ଭିତରକୁ ଚାଲିଯିବ। ଏ ବଜେଟରେ କୃଷକଙ୍କ ପାଇଁ କିଛି ନାହିଁ। ସ୍ୱାସ୍ଥ୍ୟ ବିଭାଗର ଅନୁଦାନ କମିଛି । ବେକାରୀ ସମସ୍ୟାର ସମାଧାନ ପାଇଁ କୌଣସି ବଜେଟ ନାହିଁ। ଏ ବଜେଟ ନିରାଶା ଜନକ ବଜେଟ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛି ବିଜେଡି । ଏହା କେବଳ ପ୍ରଚାର ସର୍ବସ୍ୱ ବଜେଟ। ରାଜ୍ୟ ବଜେଟକୁ ଖର୍ଚ୍ଚ କରି ପାରୁ ନାହାନ୍ତି ସରକାର। କେନ୍ଦ୍ରୀୟ ଅନୁଦାନ କମୁଛି । କୃଷି ବଜେଟ କମୁଛି। ଆଜି ରାଜ୍ୟର ଅର୍ଥନୀତି ରେଡ ଜୋନକୁ ପ୍ରବେଶ କରୁଛି । ରାଜ୍ୟର ଅଭିବୃଦ୍ଧି କମୁଛି ଓ ଋଣଭାର ବଢିଛି। ଖୋଲା ବଜାରରୁ ୪୦ ପ୍ରତିଶତ ଋଣ କରାଯାଇଛି ବୋଲି କହି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି ।

ରାଜ୍ୟସଭା ନିର୍ବାଚନ ନେଇ ୟୁ-ଟର୍ଣ୍ଣ ନେଲେ ଭକ୍ତ

ରାଜ୍ୟସଭା ନିର୍ବାଚନ ନେଇ ୟୁ-ଟର୍ଣ୍ଣ ନେଲେ ଭକ୍ତ। ରାଜ୍ୟସଭା ପ୍ରାର୍ଥୀ ଦେବା ପ୍ରସଙ୍ଗକୁ ଏଡ଼ାଇ ଗଲେ। କହିଲେ, ସମୟ ଆସିଲେ ଜଣାପଡିବ। ପୂର୍ବରୁ କହୁଥିଲେ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ। ତେବେ ସେ ଆଜି ଆଗ କହିଥିଲେ ଯେ, କଂଗ୍ରେସ ପକ୍ଷରୁ ନିଶ୍ଚିତ ଭାବରେ ଜଣେ ପ୍ରାର୍ଥୀ ଦିଆଯିବ। କଂଗ୍ରେସ ପାଖରେ ଜିତିବା ପାଇଁ ଯେତିକି ସଂଖ୍ୟାବଳ ଦରକାର ତାହା ନାହିଁ । କିନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କଂଗ୍ରେସ ବିରୋଧୀ ଦଳର କର୍ତ୍ତବ୍ୟ ନିଶ୍ଚୟ ତୁଲାଇବ । ଯଦି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମୟ ଦେବେ, ତେବେ କଂଗ୍ରେସ ଏ ବାବଦରେ ଆଲୋଚନା କରିବାକୁ ପ୍ରସ୍ତୁତ। ରାଜ୍ୟର ହିତ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଦେବାକୁ ପଛାଇବ ନାହିଁ । ଯଦି ବିଜେଡି ସମର୍ଥନ କରେ, ତେବେ ଆମେ ଜଣେ ନିର୍ଦ୍ଧାରିତ ପ୍ରାର୍ଥୀ ଦେବୁ। କିନ୍ତୁ ଯଦି ବିଜେଡି ସମର୍ଥନ ନକରେ, ତେବେ ପାର୍ଟି ଯାହାକୁ ଚୟନ କରିବ, ଆମେ ସେହି ରାଜନୈତିକ ବ୍ୟକ୍ତିଙ୍କୁ ହିଁ ପ୍ରାର୍ଥୀ କରିବୁ ବୋଲି ଆଗ କହିଥିଲେ ଭକ୍ତ । ହେଲେ ପରେ ସେ ଏହାକୁ ଏଡାଇ ଦେଇ ସମୟର ଆଳ ଦେଖାଇଛନ୍ତି ।

ଟି-୨୦ ବିଶ୍ବକପ: ଗୋଟିଏ ବି ମ୍ୟାଚ୍ ଜିତି ନଥିଲେ ବି ଏହି ଟିମ ପାଇବେ କୋଟି କୋଟି ଟଙ୍କା

ଟି-୨୦ ବିଶ୍ବକପ: ଗୋଟିଏ ବି ମ୍ୟାଚ୍ ଜିତି ନଥିଲେ ବି ଏହି ଟିମ ପାଇବେ କୋଟି କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ୍ ଟକ୍କର ଚାଲିଛି । ସୁପର-୮ରେ ମୁହାଁମୁହିଁ ହେଉଛନ୍ତି ୮ଟି ସୁପର ପାଓ୍ବାର । କିଛି ଟିମ୍ ଦମଦାର ପ୍ରଦର୍ଶନ କରିଥିବା ବେଳେ କିଛି ଟିମଙ୍କୁ ନିରାଶ ହେବାକୁ ପଡ଼ିଛି । ଟୁର୍ଣ୍ଣାମେଣ୍ଟରେ ୨୦ ଟିମ୍ ଭାଗ ନେଇଥିବା ବେଳେ ଗ୍ରୁପ୍ ପର୍ଯ୍ୟାୟରେ ୧୨ ଟିମ୍ ବାହାର ହୋଇଟାଇଛନ୍ତି । ଏମାନଙ୍କ ମଧ୍ୟରେ ଏମିତି ତିନୋଟି ଟିମ୍ ଅଛନ୍ତି, ଯେଉଁମାନେ ଖାତା ବି ଖୋଲି ପାରିନାହାନ୍ତି । ଏସବୁ ଟିମ୍ ସିନା ଫିଲ୍ଡରେ କମାଲ କରିପାରିନାହାନ୍ତି, ହେଲେ ଘରକୁ ଖଶଲି ହାତରେ ଫେରିବେ ନାହିଁ । ଏହି ସବୁ ଦେଶ ଆଇସିସି ପ୍ରାଇଜ୍ ମନି ଭାବରେ କୋଟି କୋଟି ଟଙ୍କା ପାଇବାକୁ ଯାଉଛନ୍ତି । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା ସେହି ତିନୋଟି ଟିମ୍ ସମ୍ପର୍କରେ ଯେଉଁମାନେ ବିଜୟର ଖାତା ଖୋଲି ପାରି ନଥିଲେ ବି କୋଟି କୋଟି ଟଙ୍କା ନେଇ ଘରକୁ ଯିବେ ।

ଗୋଟିଏ ବି ମ୍ୟାଚ୍ ଜିତି ନଥିବା ଟିମ୍

ଟି-୨୦ ବିଶ୍ବକପରେ ଗୋଟିଏ ବି ମ୍ୟାଚ୍ ଜିତି ନଥିବା ଟିମ୍ ହେଲେ ଓମାନ, ନାମିବ୍ୟା ଓ କାନାଡା । ନାମିବ୍ୟା ଟିମ୍ ଗ୍ରୁପ ‘ଏ’ରେ ଥିବା ବେଳେ ଭାରତ, ପାକିସ୍ତାନ, ନେଦରଲାଣ୍ଡ ଓ ୟୁଏସଏ ପାଖରୁ ହାରିଛି । ସେହିପରି କାନାଡ଼ା ଟିମ୍ ବି ଖାତା ଖୋଲିପାରିନି । କାନାଡା ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ୟୁଏଇ ପାଖରୁ ହାରିଛି । ଓମାନକୁ ଜିମ୍ବାଓ୍ବେ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ଆୟରଲାଣ୍ଡ ହରାଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଦଳ ଅତି କମରେ ଗୋଟିଏ ମ୍ୟାଚ୍ ଜିତିଛନ୍ତି ।

ବିନା ବିଜୟରେ କୋଟି କୋଟି ଟଙ୍କାର ପୁରସ୍କାର

ଏହି ଟିମମାନେ ବିଜୟ ଖାତା ଖୋଲି ପାରି ନଥିଲେ ବି ଆଇସିସି ପକ୍ଷରୁ ଏମାନଙ୍କୁ କୋଟି କୋଟି ଟଙ୍କାର ପ୍ରାଇଜ ମନି ମିଳିବାକୁ ଯାଉଛି । ଗତ ଏଡିସନରେ ଆଇସିସି ୯ମରୁ ୧୨ତମ ସ୍ଥାନରେ ଥିବା ଟିମଙ୍କୁ ୨୪୭,୫୦୦ ଡଲାର (ପ୍ରାୟ ୨ କୋଟି ୨୫ ଲକ୍ଷ ଟଙ୍କା) ଦେଇଥିଲା । ସେହିପରି ୧୩ତମରୁ ୨୦ତମ ସ୍ଥାନରେ ଥିବା ଟିମଙ୍କୁ ୨୨୫,୦୦୦ ଡଲାର (ପ୍ରାୟ ୨ କୋଟି ଟଙ୍କା) ଦେଇଥିଲା । ଏମିତିରେ ଏହି ତିନି ଟିମଙ୍କୁ ଅତି କମରେ ୨ କୋଟି ଲେଖାଏଁ ଟଙ୍କା ମିଳିବା ତ ନିଶ୍ଚିତ ।

ସୂଚନାଯୋଗ୍ୟ, ଏମାନେ ଆସୋସିଏଟ ଦେଶ । ଏମାନେ ବଡ଼ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଅନୁଭବ ପାଇଥାନ୍ତି । ଆଇସିସି ପକ୍ଷରୁ ସେମାନଙ୍କୁ ଦିଆଯାଉଥିବା ଅର୍ଥ ରାଶି ଉକ୍ତ ଦେଶର କ୍ରିକେଟ ବିକାଶରେ ସହାୟକ ହୋଇଥାଏ । ଏହାଦ୍ବାରା ସେମାନେ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି, ଖେଳାଳି ଓ କ୍ରିକେଟ ଭିତ୍ତିଭୁମିର ବିକାଶରେ ଖର୍ଚ୍ଚ କରିଥାନ୍ତି ।

ସାଉଦି ଆରବ-ଆମେରିକା ନ୍ୟୁକ୍ଲିୟର ଡିଲ ! ପରଦା ପଛରେ ଟ୍ରମ୍ପ କ’ଣ କରିବାକୁ ଚାହୁଁଛନ୍ତି ?

ସାଉଦି ଆରବ-ଆମେରିକା ନ୍ୟୁକ୍ଲିୟର ଡିଲ ! ପରଦା ପଛରେ ଟ୍ରମ୍ପ କ’ଣ କରିବାକୁ ଚାହୁଁଛନ୍ତି ?

ନନ୍ଦିଘୋଷ ବ୍ୟୁରୋ: ଇରାନ-ଆମେରିକା ମୁହାଁମୁହିଁ । ଯେକୌଣସି ସମୟରେ ଇରାନ ଉପରେ ଆମେରିକା କରିପାରେ ଆକ୍ରମଣ । ଆଉ ଏମିତି ସ୍ଥିତିରେ ସାଉଦି ଆରବ ସହ ଆମେରିକା ବ୍ୟୁକ୍ଲିୟର ଡିଲ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ଚିନ୍ତା ବଢ଼ିଯାଇଛି । ଆମେରିକା କଂଗ୍ରେସର ହସ୍ତାବେଜ ଓ ଓ୍ବାସିଂଟନ ସ୍ଥିତ ଆର୍ମ୍ସ କଣ୍ଟ୍ରୋଲ ଆସୋସିଏସନ ପକ୍ଷରୁ କୁହାଯାଇଛି, ଏହି ଚୁକ୍ତି ଜରିଆରେ ସାଉଦି ଆରବକୁ ନିଜ ଦେଶରେ ୟୁରାନିୟମ ସଂବର୍ଦ୍ଧନ ପାଇଁ ଅନୁମତି ମିଳିପାରେ । ବିଶେଷଜ୍ଞଙ୍କ ମତରେ ଭବିଷ୍ୟତରେ ପରମାଣୁ ଅସ୍ତ୍ର ନିର୍ମାଣ କରିବାର ରାସ୍ତା ଖୋଲିଯିବ ।

ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ସାଉଦି ଆରବ ସହ ପରମାଣୁ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ । ଉଦ୍ଦେଶ୍ୟ ଥିଲା ଆମେରିକା ଟେକ୍ନୋଲଜିର ପ୍ରସାର କରିବା । ହେଲେ ଚିନ୍ତାର କାରଣ ହେଲା ସାଉଦି ଆରବ ଯଦି ନିଜ ଦେଶରେ ସେଣ୍ଟ୍ରୀଫ୍ୟୁଜ ଚଲାଇବ ତେବେ ଅଭିଷ୍ୟତରେ ପରମାଣୁ ଅସ୍ତ୍ର ବନାଇବା ଦିଗରେ ବି ପଦକ୍ଷେପ ନେଇପାରେ । ପୂର୍ବରୁ ସାଉଦି ପ୍ରୀନ୍ସ ମୋହମ୍ମଦ ବିନ୍ ସଲମାନ କହି ସାରିଛନ୍ତି, ଯଦି ଇରାନ ପରମାଣ ବୋମା ବନାଇଲା, ତେବେ ତାଙ୍କ ଦେଶ ବି ଏହି ଦିଗରେ ଆଗକୁ ବଢ଼ିବ ।

ପାକିସ୍ତାନ ସହ ବି ସାଉଦି କରିଛି ଡିଲ୍

ଗତବର୍ଷ ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ଅପୋଷ ରକ୍ଷା ଚୁକ୍ତି ହୋଇଥିଲା । ଏହାପରେ ପାକିସ୍ତାନ ରକ୍ଷାମନ୍ତ୍ରୀ କହିଥିଲେ, ଆବଶ୍ୟକ ପଡ଼ିଲେ ଆମର ପରମାଣୁ କାର୍ଯ୍ୟକ୍ରମ ସାଉଦି ଆରବ ପାଇଁ ଉବଲବ୍ଧ କରାଯିବ । ଏହାକୁ ଇସ୍ରାଏଲ ପ୍ରତି ଚେତାବନୀ ଭାବେ ଦେଖାଯାଉଛି ।

ଟ୍ରମ୍ପଙ୍କ ପ୍ଲାନ କ’ଣ ?

ଆମେରିକା କଂଗ୍ରେସ ରିପୋର୍ଟ ଅନୁସାରେ ଟ୍ରମ୍ପ ପ୍ରଶାସନ ବିଶ୍ବର ୨୦ ଦେଶ ସହ ପରମାଣୁ ବୁଝାମଣା କରିବାକୁ ଚାହୁଁଛି । ଯେଉଁ ଲିଷ୍ଟରେ ସାଉଦି ଆରବ ବି ରହିଛି । ଏହି ଚୁକ୍ତି କୋଟଇ କୋଟଇ ଡଲାରର ହୋଇପାରେ । ଏହାଦ୍ବାରା ଦୁଇ ଦେଶ ସଂଯୁକ୍ତ ରାଷ୍ଟ୍ରର ପରମାଣୁ ତଦାରଖ ସଂସ୍ଥା ଇଣ୍ଟରନ୍ୟାସନାଲ ଆଟୋମିକ ଏନର୍ଜି ଏଜେନ୍ସି (IAEA) ସହ ସୁରକ୍ଷା ଓ ତଦାରଖ ବୁଝାମଣା କରିବେ । ଏଥିରେ ଅନରିଚମେଣ୍ଟ, ତେଲ ପ୍ରସ୍ତୁତି ଓ ରି ପ୍ରୋସେସିଂ ପରି ସମ୍ପେଦନଶିଳ କ୍ଷେତ୍ର ଉପରେ ତଦାରଖ କରାଯିବ ।

IAEA ପକ୍ଷରୁ କୁହାଯାଇଛି, ଆମେ ଦୁଇ ଦେଶ ସହ ସମ୍ପର୍କରେ ରହିଛୁ, ଆବଶ୍ୟକ ପଡ଼ିଲେ ଯାଞ୍ଚ କରାଯିବ । ବିଶେଷଜ୍ଞଙ୍କ ମତରେ କେବଳ ଇନରିଚମେଣ୍ଟ ଦ୍ବାରା ତୁରନ୍ତ ପରମାଣୁ ବୋମା ପ୍ରସ୍ତୁତ ହୋଇପାରିବ ନାହିଁ । ଏଥିପାଇଁ ଆଡୁରି ବି ଟେକ୍ନୋଲଜିର ଆବଶ୍ୟକତା ରହିଛି । ହେଲେ, ଏହା ପରମାଣୁ ଅସ୍ତ୍ର ବନାଇବା ଦିଗରେ ଏକ ବଡ଼ ପଦକ୍ଷେପ ହେବ । ଏହି କାରଣରୁ ୟୁରୋପୀୟ ଦେଶ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଚିନ୍ତାରେ ଅଛନ୍ତି । କାରଣ ଇରାନ ୬୦ ପ୍ରତିଶତ ପର୍ଯ୍ୟନ୍ତ ୟୁରାନିୟମ ସଂବର୍ଦ୍ଧନ କରିସାରିଛି । ଆଉ ପରମାଣୁ ବୋମା ପ୍ରସ୍ତୁତ କରିବାକୁ ହେଲେ ୯୦ ପ୍ରତିଶତ ସଂବର୍ଦ୍ଧନର ଆବଶ୍ୟକତା ରହିଛି ।

ପୁଣି ଗୁରୁ ନାଁରେ କଳଙ୍କ ! ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଲଜ୍ଜା। ପୁଣି ଗୁରୁ ନାଁରେ କଳଙ୍କ ! ଜଣେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳର। ଛାତ୍ରୀ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ, ସ୍କୁଲର ୪ ଜଣ ଶିକ୍ଷକ ଦୀର୍ଘ ଦିନ ହେବ ବଳପୂର୍ବକ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ସ୍କୁଲର ଖେଳ ଛୁଟି ସମୟରେ ଛାତ ଉପରକୁ ଡାକି ନେଇ ଏଭଳି ଘୃଣ୍ୟ କାମ କରିଆସୁଥିଲେ ଶିକ୍ଷକ। ଏପରିକି ୪ ଜଣ ଶିକ୍ଷକଙ୍କୁ ସହଯୋଗ କରୁଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ।

ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ମାଙ୍କ ଆଗରେ ସବୁ କଥା କହିଲା ପରେ ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଏକ ଚାରି ଜଣିଆ ଟିମ ପୀଡ଼ିତାଙ୍କ ଘରେ ପହଂଚିବା ପରେ ତାଙ୍କ ବୟାନ ରେକର୍ଡ କରିଛନ୍ତି ।

ବିକାଶର ବିକଳ ଚିତ୍ର ; ମାଟ୍ରିକ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର

କନ୍ଧମାଳ : ମାଟ୍ରିକ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର । କନ୍ଧମାଳ ଜିଲ୍ଲା କ.ନୁଆଗାଁ ଅଞ୍ଚଳର ଏ ଘଟଣା । ଏହାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କ.ନୂଆଗାଁ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ ।

ଅତି ବିପଦପୂର୍ଣ୍ଣ ଭାବରେ ଟ୍ରାକ୍ଟର ଡ଼ାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଦୃଶ୍ୟକୁ ନେ଼ଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ।

ସୁପର ସନ ଡେ’ରେ ଡବଲ ଧମାକା: ଦକ୍ଷିଣ ଆଫ୍ରିକା ସହ ବାଂଲାଦେଶକୁ ଟକ୍କର ଦେବ ଟିମ୍ ଇଣ୍ଡିଆ

ସୁପର ସନ ଡେ’ରେ ଡବଲ ଧମାକା: ଦକ୍ଷିଣ ଆଫ୍ରିକା ସହ ବାଂଲାଦେଶକୁ ଟକ୍କର ଦେବ ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୨୨ ତାରିଖ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ବହୁତ ରୋମାଞ୍ଚକ ହେବାକୁ ଯାଉଛି । ଏହାକୁ ସୁପର ସନ୍ ଡେ’ ସୁପର ମୁକାବିଲା ବୋଲି କୁହାଯାଉଛି । ଏହିଦିନ ଟିମ୍ ଇଣ୍ଡିଆ ଦୁଇ ଦୁଇଟି ବଡ଼ ଓ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ । ଯାହାର ମଜା ଟିମ୍ ଇଣ୍ଡିଆର ପ୍ରଶଂସକମାନେ ନେଇପାରିବେ । ଗୋଟିଏରେ ୨୦୨୬ ଟି-୨୦ ବିଶ୍ବକପରେ ଭାରତୀୟ ପୁରୁଷ ଦଳ ନିଜର ଦବଦବା ବଜାଇ ରଖିବାକୁ ପଡ଼ିଆକୁ ଓହ୍ଲାଇବ । ଦ୍ବିତୀୟଟିରେ ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ଚମକିବାକୁ ଯାଉଛି । ଦୁଇଟି ଯାକ ମ୍ୟାଚ୍ ଭିନ୍ନ ଭିନ୍ନ ସମୟରେ ହେଉଥିବାରୁ ଦର୍ଶକଙ୍କ ରବିବାର ମଜା ଡବଲ ହେବାକୁ ଯାଉଛି ।

ଟିମ୍ ଇଣ୍ଡିଆର ସୁପର-୮ ମୁକାବିଲା ଆରମ୍ଭ

ଟି-୨୦ ବିଶ୍ବକପରେ ୨୨ ତାରିଖରୁ ଭାରତର ସୁପର-୮ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ଏହିଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର ହେବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଖେଳାଯିବ । ଭାରତ ଗ୍ରୁପ୍ ଷ୍ଟେଜରେ ସମସ୍ତ ମ୍ୟାଚ୍ ଜିତି ସପର-୮କୁ ଆସିଛି । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ଦମଦାର ଫର୍ମରେ ରହିଛି । ଆଉ ଦୁଇ ଟିମ୍ ମଧ୍ୟରେ ଏହି ଟକ୍କର ଦର୍ଶକଙ୍କ ପାଇଁ ବେଶ ମଜାଦାର ହେବାକୁ ଯାଉଛି ।

ଟ୍ରଫି ହାତେଇବାକୁ ଓହ୍ଲାଇବ ମହିଳା ଟିମ୍

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପୂର୍ବରୁ ଭାରତ ଆଉ ଏକ ବଡ଼ ମ୍ୟାଚ୍ ଖେଳିବାକୁ ଯାଉଛି । ଭାରତୀୟ ମହିଳା ଏ ଟିମ୍ ଏସିସି ମହିଳା ଏସିଆ କପ ରାଇଜିଂ ଷ୍ଟାର ୨୦୨୬ ଫାଇନାଲ ଖେଳିବାକୁ ଯାଉଛି । ଆଉ ଏହି ସନ ହେ’ ଫାଇନାଲରେ ଭାରତୀୟ ଟିମ୍ ବାଲାଂଦେଶକୁ ଭେଟିବାକୁ ଯାଉଛି । ଭାରତୀୟ ସମୟ ଅପରାହ୍ଣ ସାଢ଼େ ୧୨ଟାରେ ଖେଳାଯିବ । ଭାରତୀୟ ଏ ଟିମ୍ ଲଗାତର ଦ୍ବିତୀୟ ଥର ଟ୍ରଫି ଜିତିବାକୁ ପଡ଼ିଆକୁ ଓହ୍ଲାଇବ । ଟିମ୍ ଇଣ୍ଡିଆ ସାନଦାର ଖେଳ ପ୍ରଦର୍ଶନ କରି ଫାଇନାଲକୁ ଆସିଛି । ସେହିପରି ବାଂଲାଦେଶ ପାକିସ୍ତାନକୁ ଓହ୍ଲାଇ ଫାଇନାଲ ଟିକେଟ୍ ପାଇଛି ।

ଭାରତୀୟ ଫ୍ୟାନ୍ସ ଆସନ୍ତାକାଲିର ମ୍ୟାଚ୍ ଡବଲ ଧମାଲ ହେବାକୁ ଯାଉଛି । ଅପରାହ୍ଣରେ ଦର୍ଶକ ମହିଳା ଏ ଦଳର ଫାଇନାଲ ମ୍ୟାଚ୍ ମଜା ନେବା ପରେ ସନ୍ଧ୍ୟାରେ ଟି-୨୦ ବିଶ୍ବକପରେ ଭାରତର ସୁପର-୮ ମୁକାବିଲାର ମଜା ଉଠାଇବେ ।

ବିଦେଶକୁ ଗଲା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଷ୍ଟ୍ରବେରୀ

ମୟୂରଭଞ୍ଜ : ବିଦେଶକୁ ଗଲା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଷ୍ଟ୍ରବେରୀ। ଯଶିପୁର ଏବଂ ଶୁକୃଳି ବ୍ଲକ ର ଷ୍ଟ୍ରବେରୀ ଲଣ୍ଡନ ଓ ଦୁବାଇକୁ ପଠାଯାଇଛି l ପ୍ରଥମ ପର୍ଯ୍ୟାୟରେ ଏକ କୁଇଣ୍ଟାଲରୁ ଅଧିକ ଷ୍ଟ୍ରବେରୀ ପଠା ଯାଇଛି l ଲଣ୍ଡନ ଏବଂ ଦୁବାଇରେ କରଞ୍ଜିଆ ଅଞ୍ଚଳର ଷ୍ଟ୍ରବେରୀର ଚାହିଦା ଅଧିକ ରହିଛି l ପାଲାଡିଅମ୍ ନାମକ ଏକ ସଂସ୍ଥା ଜରିଆରେ ବିଦେଶକୁ ଗଲା ଷ୍ଟ୍ରବେରୀ l ଗତ ଦୁଇ ବର୍ଷ ହେଲା କରଞ୍ଜିଆ ଅଞ୍ଚଳରେ କୃଷି ଉଦ୍ୟାନ ବିଭାଗର ସହାୟତାରେ ଷ୍ଟ୍ରବେରୀ ଚାଷ କରି ଆସୁଛନ୍ତି ଚାଷୀ l ସ୍ଥାନୀୟ ବଜାରରେ ବିକ୍ରି କରିବା ସହିତ ଜିଲ୍ଲା, ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରେ ବିକ୍ରି କରୁଥିଲେ ଚାଷୀ l

୨୫୦ଗ୍ରାମ ଓଜନର ପ୍ୟାକେଟକୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ l କରଞ୍ଜିଆ ଷ୍ଟ୍ରବେରୀ ବିଦେଶରେ ଅଧିକ ଚାହିଦା ରହିଲେ ଆଗକୁ ଅଧିକ ରପ୍ତାନି ହେବ ଷ୍ଟ୍ରବେରୀ l ପ୍ରଥମ ପର୍ଯ୍ୟାୟରେ ୩୪୦ ପ୍ୟାକେଟ ଷ୍ଟ୍ରବେରୀ ପଠାଯାଇଛି l ପ୍ରତେକ ପ୍ୟାକେଟରେ ୨୫୦ ଗ୍ରାମ ଷ୍ଟ୍ରବେରୀ ରହିଛି l କରଞ୍ଜିଆ ଚାଷୀଙ୍କ ଅମଳ ଷ୍ଟ୍ରବେରୀ ବିଦେଶ ରପ୍ତାନି ହେଉ ଥିବାରୁ ଚାଷୀ ମଧ୍ୟ ଖୁସି ଥିବା ଦେଖିବାକୁ ମିଳିଛି l

ପତ୍ନୀଙ୍କୁ ଗୋଟିଏ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ: ଗୁଜରାଟ ହାଇକୋର୍ଟ

ପତ୍ନୀଙ୍କୁ ଗୋଟିଏ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ: ଗୁଜରାଟ ହାଇକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ହାଇକୋର୍ଟଙ୍କ ଏକ ରାୟ ଏବେ ସାରା ଦେଶେ ଚର୍ଚ୍ଚା ବିଷୟ ହୋଇଛି । କିଛି ଲୋକ ଏହାକୁ ଟିକ୍ କହୁଥିବା ବେଳେ କିଛି ଲୋକ ଭୁଲ କହୁଛନ୍ତି । କୋର୍ଟ ତାଙ୍କ ରାୟରେ କହିଛନ୍ତି, ଯଦି ସ୍ବାମୀ କୌଣସି କାରଣରୁ ପତ୍ନୀଙ୍କୁ ଗୋଟିଏ ଚାପୁଡ଼ା ମାରୁଛନ୍ତି ତେବେ ଏହାକୁ ଶାରୀରିକ ହିଂସା କି ନିଷ୍ଠୁରତା କୁହାଯାଇପାରିବ ନାହିଁ । ଶାରୀରିକ ହିଂସା ମାମଲା ଦାୟର କରିବାକୁ ହେଲେ ପର୍ଯ୍ୟାପ୍ତ ପ୍ରମାଣ ହବୁତ ଜରୁରୀ ।

ତେବେ ପ୍ରଶ୍ନ ଉଠୁଛି ଗୁଜରାଟ ହାଇକୋର୍ଟ ଏମିତି ରାୟ ଦେଲେ କାହିଁକି ? କେଉଁ ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ? ଆପଣଙ୍କୁ କହି ରଖୁଛୁ, ଘଟଣା ୧୯୯୬ ମସିହାର । ଏକ ମାମଲାରେ କୋର୍ଟରେ ରାୟ ପ୍ରକାଶ ପାଇଥିଲା । ୨୦୦୩ରେ କୋର୍ଟରେ ଦିଲୀପଭାଇ ମଙ୍ଗଲାଭାଇ ବରଲି ରାୟକୁ ଚ୍ୟାଲେଞ୍ଜ କରିଥିଲେ । ସେ ସମୟରେ କୋର୍ଟ ରାୟରେ ଦିଲୀପଭାଇଙ୍କୁ ୭ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । କୋର୍ଟ ଆତ୍ମହତ୍ୟା ମାମଲାରେ ତାଙ୍କୁ ଦୋଷୀ ପାଇବା ସହ ଏହି ଦଣ୍ଡାଦେଶ ଶୁଣାଇଥିଲେ ।

ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ

ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା କି ଅଭିଯୁକ୍ତ ପ୍ରତିଦିନ ତାଙ୍କ ଝିଅକୁ ହଇରାଣ କରିବା ସହ ମାରପିଟ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଆତ୍ମହତ୍ୟା କରିଦେଇଥିଲେ । ସ୍ବାମୀ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ଦର୍ଶା ଯାଇଥିଲା । ଅଭିଯୋଗ ଥିଲା ସ୍ବାମୀ ନିଜର ଆୟ ବଢ଼ାଇବାକୁ ରାତିରେ ବେଞ୍ଜୋ ବଜାଇବାକୁ ଯାଉଥିଲେ । ହେଲେ ପତ୍ନୀ ଏହାକୁ ପସନ୍ଦ କରୁନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।

ଜଷ୍ଟିସ୍ ଗୀତା ଗୋପି ତାଙ୍କ ରାୟରେ କହିଛନ୍ତି, ହିଂସା ପ୍ରମାଣିତ କରିବାକୁ ବାରମ୍ବାର ଓ ଅସହନୀୟ ମାରପିଟର ପ୍ରମାଣ ଆବଶ୍ରକ । ଏହି ମାମଲାରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଯାହାକୁ ରଦ୍ଦ କରାଯାଉଛି ।

ପତ୍ନୀଙ୍କୁ ମାରିଥିଲେ ଗୋଟିଏ ଚାପୁଡ଼ା

ସୂଚନାଯୋଗ୍ୟ, ପୂରା ମାମଲା ଗୋଟିଏ ଚାପୁଡ଼ା ମାରିବାକୁ ନେଇ । କୋର୍ଟରେ ଆବେଦନକାରୀ କହିଥିଲେ ପତ୍ନୀ ବିନା କାରଣରେ ବାପଘରକୁ ଚାଲି ଯାଇଥିଲେ । ଏହାଦ୍ବାରା ନା କେବଳ ସେ ବରଂ ଅନ୍ୟ କିଛି ଲୋକ ବି ହଇରାଣ ହେଲେ । ଏହି କାରଣରୁ ସେ ପତ୍ନୀଙ୍କୁ ଗୋଟିଏ ଚାପୁଡ଼ଶ ମାରିଥିଲେ । କୋର୍ଟ ଏହାକୁ ଶାରୀରିକ ହିଂସା ନ ମାନି ପାରିପାର୍ଶ୍ବିକ ସ୍ଥିତି ଅନୁସାରେ ଏକ ପ୍ରକାର ଠିକ୍ ବୋଲି ବିଚାର କରିଛନ୍ତି ।

ଗୃହରେ ପ୍ରବଳ ହଟ୍ଟଗୋଳ ; ୪ଟା ଯାଏ ମୁଲତବୀ ଘୋଷଣା

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ। ଗୃହରେ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ୪ଟା ଯାଏ ମୁଲତବୀ ଘୋଷଣା କରାଯାଇଛି। ସରକାର ଚାଷୀଙ୍କଠାରୁ ଧାନ ନକିଣିବା ଯାଏ ବିଧାନସଭାରେ ଗୃହ ଅଚଳ ରହିବ ବୋଲି କହୁଛନ୍ତି ବିରୋଧୀ। ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗରେ ଗୃହ କମ୍ପୁଥିବା ବେଳେ ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହ ଅଚଳ ରହିଛି ।