spot_img
Home Blog Page 2010

ନୋଏଡାର ଗ୍ୟାଙ୍ଗଷ୍ଟାର ରବି କାନା ଥାଇଲ୍ୟାଣ୍ଡରୁ ଗିରଫ

ନୋଏଡା: ଉତ୍ତର ପ୍ରଦେଶ ପୋଲିସକୁ ବଡ ସଫଳତା  । ସ୍କ୍ରାପ ମାଫିଆ ରବି କାନାକୁ ଥାଇଲାଣ୍ଡର ବ୍ୟାଙ୍କକରୁ ଗିରଫ କଲା ପୋଲିସ  । ଦୀର୍ଘଦିନରୁ ଫେରାର ଥିବା ରବି ଥାଇଲ୍ୟାଣ୍ଡରେ ଲୁଚିଥିଲା  । ଖୁବଶୀଘ୍ର ନୋଏଡା ପୋଲିସ ତାକୁ ଭାରତ ନେଇ ଫେରିବ  ।

 

ଗ୍ୟାଙ୍ଗଷ୍ଟାର ରବି କାନା ବିରୁଦ୍ଧରେ ନୋଏଡା ପୋଲିସର ଅଭିଯାନ ଜାରି ରହିଛି  । ଗତ କିଛି ଦିନ ପୂର୍ବରୁ ପୋଲିସ ତା ସ୍ତ୍ରୀକୁ ଗିରଫ କରିଥିଲା  । ପତ୍ନୀଙ୍କୁ ଗିରଫ କରିବା ପରେ ପୋଲିସ ତାକୁ ଗିରଫ କରିଛି  । ବିଭିନ୍ନ ସ୍ଥାନରେ ଚଢାଉ କରି ଗତ ଦୁଇମାସ ଧରି ପୋଲିସ ତା ସହଯୋଗୀଙ୍କୁ ଗିରଫ କରିଛି  ।

 

ସ୍କ୍ରାପ ବ୍ୟବସାୟ କରୁଥିବା ରବି ଅପରାଧ ଜଗତରେ ବେଶ୍‌ ସକ୍ରିୟ ଥିଲା  । ଗଣଦୁଷ୍କର୍ମ ମାମଲାରେ ବି ରବିର ନାଁ ସାମିଲ ଥିଲା  । ଗତ ଜାନୁଆରୀରେ ରବି ସମେତ ୧୫ ଜଣ ଗ୍ୟାଙ୍ଗଷ୍ଟାର ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ  । ଗତବର୍ଷ ଡିସେମ୍ବରରେ ଦୁଷ୍କର୍ମ ମାଲାରେ ଅଭିଯୁକ୍ତ ଥିଲା ରବି  । ଗାର୍ଡେନ ଗ୍ୟାଲେରିଆ ମଲ୍‌ର ପାର୍କିଂରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ରବିଙ୍କ ନାଁରେ ଅଭିଯୋଗ ହୋଇଥିଲା  ।

ବିବାହ ଋତୁ ଚାଲିଥିବାବେଳେ ୧୪୦୦ ଟଙ୍କା କମିଲା ସୁନା ଦର

ଭୁବନେଶ୍ବର: ଗ୍ରାହକଙ୍କ ପାଇ ଖୁସି ଖବର । କମିଲା ସୁନା ଓ ରୂପା ଦର । ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି । ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି । ଯାହାକି ଭୁବନେଶ୍ଵରରେ ମଧ୍ଯ ଦେଖିବାକୁ ମିଳିଛି ।

ଆଜି ୨୪ କ୍ଯାରେଟ ସୁନା ଦର ୧୦ ଗ୍ରାମ ପିଛା ୧୪ ଶହ ୩୪ ଟଙ୍କାକୁ ହ୍ରାସ ପାଇଛି । ଅର୍ଥାତ ଭାରତୀୟ ବଜାରରେ ୨୪ କ୍ଯାରେଟ ସୁନାର ମୂଲ୍ଯ ୧୦ ଗ୍ରାମ ପିଛା ୭୧ ହଜାର ୭୪୧ ଟଙ୍କାରେ ପହଞ୍ଚିଛି । ଯାହାକି ସୋମବାର ସନ୍ଧ୍ଯା ସୁଦ୍ଧା ୨୪ କ୍ଯାରେଟ ସୁନାର ଦର ୭୨ ହଜାର ୮୭୫ ଟଙ୍କା ଥିଲା । ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୭ ହଜାର ୫୪୦ ଟଙ୍କା ରହିଛି । ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ହ୍ରାସ ପାଇଛି। ସେହିପରି ଆଜି ରୂପା ଦର କିଲୋପିଛା ୭୯ ହଜାର ଟଙ୍କା ରହିଛି ।

ବିଜେପି ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, ଏଥର ଜାମୟାଙ୍ଗଙ୍କ ଟିକେଟ କଟିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଆଉ ଏକ ଲିଷ୍ଟ ଜାରି କରିଛି  । ଏଥର ଲଦାକ୍ଷର ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲଙ୍କୁ ନିରାଶ କରିଚି ବିଜେପି  । ନାମଗ୍ୟାଲଙ୍କ ଟିକେଟ କାଟିଛି ବିଜେପି  । ଏଥର ନାମଗ୍ୟାଲଙ୍କ ସ୍ଥାନରେ ତାଶି ଗ୍ୟାଲସନଙ୍କୁ ଟିକେଟ ମିଳିଛି  । ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମେ ୨୦ରେ ଲଦାକ୍ଷରେ ମତଦାନ ହେବ  ।

ଗତ ୨୦୧୯ ଲୋକସଭା ନିର୍ବାଚନରେ ଜାମୟାଙ୍ଗ ସ୍ବାଧୀନ ପ୍ରାର୍ଥୀ ସଜ୍ଜାଦ ହୁସୈନଙ୍କୁ ୧୦ ହଜାର ୯୩୦ ଭୋଟରେ ହରାଇଥିଲେ  । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ବା ଇଣ୍ଡିଆ ମେଣ୍ଟ ଏପର୍ଯ୍ୟନ୍ତ ଏଁଠାରୁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ  । ଆଜି ବିଜେପି ୧୪ତମ ଲିଷ୍ଟ ଘୋଷଣା କରିଛି  । ଏହା ପୂର୍ବରୁ ପାର୍ଟି ପଞ୍ଜାବ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲାଙ୍ଗାନା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି  ।

ଏହା ସହ ଓଡିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି  । ଗତ ଏପ୍ରିଲ ୧୯ରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି  । ଗତଥର ଭଳି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ମତଦାନ ହେବ  । ଆସନ୍ତା ଜୁନ ୪ରେ ଫଳାଫଳ ଘୋଷଣା ହେବ  ।

ଶଙ୍ଖ ଧରିଲେ କଳାହାଣ୍ଡି ଜିଲ୍ଲାର ୪ଟି ଆଦିବାସୀ ସମ୍ପ୍ରଦାୟର ନେତା ଓ ଶହଶହ ଲୋକ

ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ କଳାହାଣ୍ଡି ଜିଲ୍ଲାର ୪ଟି ଆଦିବାସୀ ସମ୍ପ୍ରଦାୟର ନେତା ଓ ଶହଶହ ଲୋକ। ଆଦିବାସୀ ସଂଘର ଉପସଭାପତି ଦ୍ରୋଣଚାର୍ଯ୍ୟ ମାଝୀ ଓ କନ୍ଧ ସମାଜ ଅଧ୍ଯକ୍ଷ ପଦ୍ମ ସିଂ ମାଝୀଙ୍କ ସମେତ ପୂର୍ବତନ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନର୍ଲା ନିର୍ବାଚନମଣ୍ଡଳୀରେ ଏମାନେ ଆଦିବାସୀ ସମାଜର ବଡ଼ବଡ଼ ଦାୟିତ୍ବରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ସେମାନେ ଆଜି ବିଜେଡିରେ ସାମିଲ ହେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ବିଜେଡି ଆହୁରି ମଜଭୁତ୍ ହେବ। ଆଦିବାସୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ଆଜି ଆମେ ବିଜେଡିରେ ଯୋଗଦେଇଛୁ ବୋଲି କହିଛନ୍ତି କଳାହାଣ୍ଡି ଆଦିବାସୀ ନେତା । ଆଜିର ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଉପସ୍ଥିତି ଥିଲେ।

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସୁପ୍ରିମ ଝଟକା: ୨୦୨୪ ନିର୍ବାଚନ ଲଢି ପାରିବେନି ମୋକିମ

ନନ୍ଦିଘୋଷ ବ୍ୟୁରୋ : ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସୁପ୍ରିମ ଝଟକା । ୨୦୨୪ ନିର୍ବାଚନ ଲଢିପାରିବେନି ମୋକିମ । ଓଆରଏଚଡିସି ଦୁର୍ନୀତି ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ବିରୋଧରେ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ କରିଥିଲେ ମୋକିମ । ସୁପ୍ରିମକୋର୍ଟ ମୋକିମଙ୍କ ଆବେଦନକୁ ଗ୍ରହଣ କରି ଆଜି ଶୁଣାଣି କରିଛନ୍ତି । କିନ୍ତୁ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିନାହାଁନ୍ତି ।

ସ୍ବତନ୍ତ୍ର ଲିଭ ପିଟିସନର ଶୁଣାଣି ସରିବା ଯାଏଁ ଦଣ୍ଡାଦେଶ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଅର୍ଥାତ ଶୁଣାଣି ସରିବା ଯାଏଁ ସେ ଗିରଫ ହେବେ ନାହିଁ । ତେବେ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି ହୋଇନଥିବାରୁ ମୋକିମ ଏଥର ସାଧାରଣ ନିର୍ବାଚନ ଲଢିପାରିବେ ନାହିଁ । ଜନପ୍ରତିନିଧି ଆଇନ ଅନୁଯାୟୀ ଦୁଇ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ଦଣ୍ଡାଦେଶ ହୋଇଥିଲେ କୌଣସି ରାଜନେତା ନିର୍ବାଚନ ଲଢିପାରିବେ ନାହିଁ ।

ଓଆରଏଚଡିସି ଦୁର୍ନୀତି ଅଭିଯୋଗରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଥିଲେ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଏହି ରାୟ ବିରୋଧରେ ମୋକିମ ହାଇକୋର୍ଟରେ ଅପିଲ କରିଥିଲେ । ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ମୋକିମ ସୁପ୍ରିମକୋର୍ଟ ଯାଇଥିଲେ ।

ଦିଲ୍ଲୀ ପରେ ଗୁରୁଗ୍ରାମ ଅଳିଆଗଦାରେ ନିଆଁ, ଅଣନିସ୍ୱାସୀ ହେଲେଣି ଲୋକେ

ନୂଆଦିଲ୍ଲୀ : ଦିଲ୍ଲୀ ଗାଜିପୁର ଆଳିଆଗଦା ନିଆଁ ଥଣ୍ଡା ନହେଉଣୁ ଏବେ ଗୁରୁଗ୍ରାମ ଏବଂ ଫରିଦାବାଦ ଆଳିଆଗଦାରେ ଲାଗିଲାଣି ନିଆଁ । ଗାଜିପୁରରେ ରବିବାରରୁ ଅଳିଆଗଦାରୁ  ଧୂଆଁ ଉଠୁଥିୁବା ଦେଖିବାକୁ ମିଳିଥିଲା  । ସନ୍ଧ୍ୟା ସୁଦ୍ଧା ନିଆଁ ଚାରିଆଡେ ବ୍ୟାପିଥିଲା  । ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ ଆଇଇପି ଏକ୍ସଟେନସନ, ଗାଜିପୁର, ମୟୂର ବିହାର, ଖୋଡା ଓ ଇନ୍ଦିରାପୂରମ ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା  । ସ୍ଥାନୀୟ ବାସିନ୍ଦାଙ୍କୁ ନିଶ୍ବାସ ନେବାରେ ସମସ୍ୟା ହେବା ସହ ଆଖି ଜଳାପୋଡା ମଧ୍ୟ ହେଉଛି  ।

ସୂଚନା ଅନୁସାରେ, ଗାଜିପୁର ପରେ ଏବେ ମଙ୍ଗଳବାର ଭୋରରୁ ଗୁରୁଗ୍ରାମର ବନ୍ଧବାଡୀର ଅଳିଆଗଦାରେ ନିଆଁ ଲାଗି ଚାରିଆଡ ଧୂଆଁମୟ ହୋଇଥିବା ଦେଖିବାକୁ ମିଳିଛି । କୁଢ କୁଢ ଅଳିଆରେ ନିଆଁ ଖୁବ୍ ଶୀଘ୍ର ବ୍ୟାପୁଛି ଓ ଚାରିଆଡ ବିଷାକ୍ତ ଧୂଆଁରେ ଭରିଗଲାଣି । ପବନରେ ଧୂଆଁ ଅନେକ କିମି ଯାଏଁ ବ୍ୟାପି ଯାଉଛି । ଯାହା ଦ୍ୱାରା ସ୍ଥାନୀୟ ଲୋକ ଅନେକ ଅସୁବିଧା ଭୋଗୁଛନ୍ତି । ନିଆଁ ଲାଗିବା ସୂଚନା ପାଇ ଦମକଳ ବାହିନୀର ୧୦ଟି ଗାଡି ପହଞ୍ଚ ନିଆଁକୁ ଆୟତ କରିବାରେ ଲାଗିଛି।

 

ବୃଦ୍ଧାଶ୍ରମରେ ସମୟ ବିତାଇଲେ ମନ୍ମଥ ରାଉତରାୟ, ଅନ୍ତେବାସୀଙ୍କ ସୁଖ ଦୁଃଖ ପଚାରି ବୁଝିଲେ

ଭୁବନେଶ୍ବର : ଭୁବନେଶ୍ବର ଜଗନ୍ନାଥ ନଗରରେ ଥିବା ଗୋପବନ୍ଧୁ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ସମୟ ଅତିବାହିତ କଲେ ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ। ଅନ୍ତେବାସୀଙ୍କୁ ଭେଟି ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ ଦୁଇ ପ୍ରାର୍ଥୀ । ଜୀବନ ଯୁଦ୍ଧରେ ଜିତିବାକୁ ହେଲେ ଏହି ମଣିଷ ରୁପି ଭଗବାନଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ। ପାଣ୍ଡରା ଛକ ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକସଭା ପାର୍ଥୀ ମନ୍ମଥ ରାଉତରାୟ ଓ ଉତ୍ତର ଭୁବନେଶ୍ୱର ବିଧାୟକ ପାର୍ଥୀ ସୁଶାନ୍ତ ରାଉତ ପହଞ୍ଚିବା ପରେ ନୂଆ ଭୋଟରଙ୍କ ସହିତ ଆଲୋଚନା କରିଥିଲେ।

ସୁଧୁରୁ ନାହାନ୍ତି ମ୍ଯାଡାମ ଅପରାଜିତା ଷଡ଼ଙ୍ଗୀ : ବିଜେଡି

ଭୁବନେଶ୍ୱର : ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବ୍ଯବହାର କରୁଛନ୍ତି। ବହୁବାର ଅଭିଯୋଗ ପରେ ବି ଅପରାଜିତା ତାଙ୍କ ଅଭ୍ୟାସ ବଦଳାଉ ନାହାନ୍ତି। ଏନେଇ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି ।

କିଛିଦିନ ତଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଅପରାଜିତା ପ୍ରଚାର କରିବା ବେଳେ ଛୋଟପିଲାଙ୍କ ବେକରେ ବିଜେପି ଉତ୍ତରୀୟ ପକାଇ ବୁଲାଇଥିଲେ । ନିର୍ବାଚନରେ ଛୋଟପିଲାଙ୍କୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ମନା। କିନ୍ତୁ ଅପରାଜିତା ଷଡ଼ଙ୍ଗୀ ଛୋଟପିଲାଙ୍କୁ ନିର୍ବାଚନ ପ୍ରଚାରରେ ବାରମ୍ବାର ବ୍ୟବହାର କରୁଛନ୍ତି। ଗତକାଲି ଜଟଣୀ ଅଞ୍ଚଳରେ ଏଭଳି ଦେଖିବାକୁ ମିଳିଥିଲା। ଅପରାଜିତା ପିଲାଙ୍କୁ ଉତ୍ତପ୍ତ ଖରାରେ ନିର୍ବାଚନ ପ୍ରଚାରରେ ବୁଲାଇଥିଲେ। ଯାହାର ଫଟୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପ୍ରଦାନ କରିଛି। ତେଣୁ ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।

ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା , ଏଥର ଅଦାଲତରେ ନିୟମିତ ହେବେ ହାଜର

ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା । ଟାଟା ମୋଟର୍ସ ଠକେଇ ମାମଲାରେ ସ୍ଥଗିତାଦେଶକୁ ଉଠାଇଦେଲେ କୋର୍ଟ । ଏଣିକି ଅଦାଲତରେ ନିୟମିତ ହାଜର ହେବାକୁ ହେବ । ହାଇକୋର୍ଟଙ୍କ ଆଦେଶକୁ ସେ ନିୟମିତ ଭାବେ ଅବମାନନା କରିଆସୁଥିଲେ । କୋର୍ଟରେ ହାଜର ହେଉନଥିଲେ ପ୍ରଦୀପ । ଯାହାର ବିଚାର କରି ସମସ୍ତ ସ୍ଥଗିତାଦେଶକୁ ହଟାଇ ଦେଇଛନ୍ତି କୋର୍ଟ । ପ୍ରଦୀପଙ୍କ ସହ ଅନ୍ୟ ଅଭିଯୁକ୍ତ ବି ହାଜର ହେବେ ।

ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଅଛନ୍ତି । ତାଙ୍କ ବିରୋଧରେ ମିଛ କହି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲୋକଙ୍କୁ ଠକିଥିଲେ । ଟାଟା ମୋଟର୍ସରେ ପାସେଞ୍ଜର ଡିଭିଜନରେ ଚାକିରି ଦେବେ କହିଥିବା ନେଇ ଅଭିଯୋଗ ହୋଇଥିଲା । ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କଠୁ ଠକିଥିବା ନେଇ ଅଭିଯୋଗ ହୋଇଥିଲା । ଠକେଇରେ ପ୍ରଦୀପଙ୍କ ସହଯୋଗୀ ଥିଲେ ଭାବୀ ଜ୍ବାଇଁ ଆକାଶ ପାଠକ । ଏହାକୁ ନେଇ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ ଅଭିଯୋଗ କରିବା ସହ ଠକେଇର ଶିକାର ଲୋକେ ମଧ୍ଯ ଅଭିଯୋଗ କରିଥିଲେ ।

ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର : ବିଜେଡି

ଭୁବନେଶ୍ୱର :  ଓଡ଼ିଶା ବିଜେପି ସର୍ବଦା ମହିଳା ବିରୋଧୀ। ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପ୍ରିଲ ୨୦୨୪ରେ  ଏସଏଚଜି ମା’ମାନଙ୍କ ଦୁବାଇ ଗସ୍ତ ବାତିଲ କରାଇଛନ୍ତି ଧର୍ମେନ୍ଦ୍ର।ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଚଳିତ ଏପ୍ରିଲ ମାସ ୨୪ ତାରିଖରେ ମା’ମାନଙ୍କର ଦୁବାଇ ଗସ୍ତ ଥିଲା। ଧର୍ମେନ୍ଦ୍ର ଇସିଆଇଙ୍କୁ ଚିଠି ଲେଖି ଏହି ଏକ୍ସପୋଜର ଭିଜିଟ ଉପରେ ରୋକ୍ ଲଗାଇଛନ୍ତି। ମାର୍ଚ୍ଚ ୨୭ରେ ପିଟିସନ ଦାଖଲ କରି ରୋକ ଲଗାଇଛନ୍ତି ଧର୍ମେନ୍ଦ୍ର। ମହିଳାଙ୍କ ପ୍ରଗତିରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛନ୍ତି। ମହିଳା ବିକାଶ, ମହିଳା ସଶକ୍ତିକରଣ ବିରୋଧୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁରରକୁ ଧର୍ମେନ୍ଦ୍ର ବିଜେପି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସାଂସଦ ନିର୍ବାଚିତ ହେଲେ ବୋଧହୁଏ ମିଶନ ଶକ୍ତି ବନ୍ଦ କରି ଦେବେ ବୋଲି ବିଜେଡି ଆଶଙ୍କା ପ୍ରକାଶ କରିଛି। କିନ୍ତୁ ମହିଳାଙ୍କ ଭିତରେ ଫାଟ ସୃଷ୍ଟି କରିବା ଚକ୍ରାନ୍ତରେ ସଫଳ ହେବେ ନାହିଁ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି। ୬ ଲକ୍ଷ ଏସଏଚଜି ଗଠନ ଦ୍ଵାରା ୭୦ ଲକ୍ଷ ମହିଳା ସଶକ୍ତକରଣ ସଶକ୍ତ ହୋଇଛନ୍ତି । ମାଆମାନଙ୍କୁ ସଶକ୍ତ କରି ଉଦ୍ୟୋଗୀ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମହିଳା ଜ୍ଞାନ ଆହରଣ କରିଛନ୍ତି। କିନ୍ତୁ ମହିଳାଙ୍କୁ ପୁଣି ଚାରିକାନ୍ଥରେ ଆବଦ୍ଧ ରଖି ଅନ୍ଧାରକୁ ଠେଲି ଦେବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର। ସେଥିପାଇଁ ଇସିଆଇକୁ ଚିଠି ଲେଖି ଏସଏଚଜି  ମାଆମାନଙ୍କ ଦୁବାଇ ଗସ୍ତ ଉପ ଚଳିତ ନିର୍ବାଚନରେ ଓଡ଼ିଶାର ମା’ମାନେ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି।