spot_img
Home Blog Page 2005

ସାମୁଦ୍ରିକ ଝଡ଼ ‘ରେମାଲ’ ପାଇଁ କୋଲକାତା ବିମାନବନ୍ଦର ୨୧ ଘଣ୍ଟା ବନ୍ଦ

ନନ୍ଦିଘୋଷ ବ୍ୟୁରୋ : ସାମୁଦ୍ରିକ ଝଡ଼ ‘ରେମାଲ’ର ସତର୍କତା ମଧ୍ୟରେ କୋଲକାତାରେ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନାନୁସାରେ, ଏହି ଘୂର୍ଣ୍ଣିବଳୟ ଆସନ୍ତା କିଛି ଘଣ୍ଟା ମଧ୍ୟରେ ପ୍ରବଳ ଘୂର୍ଣ୍ଣିବଳୟରେ ପରିଣତ ହେବ ଏବଂ ୨୬ମେ ମଧ୍ୟରାତ୍ରିରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ। ‘ରେମାଲ୍’ ଯୋଗୁଁ କୋଲକାତା ବିମାନବନ୍ଦର ୨୧ ଘଣ୍ଟା ପାଇଁ ବନ୍ଦ ରହିଛି। କୋଲକାତା ବିମାନବନ୍ଦରରୁ ରବିବାର ମଧ୍ୟାହ୍ନ ୧୨ ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ କୌଣସି ବିମାନ ଉଡ଼ାଣ କରିବ ନାହିଁ। ଏହା ବ୍ୟତୀତ ୧୦ ଟ୍ରେନକୁ ବାତିଲ କରାଯାଇଛି। ‘ରେମାଲ୍’ର ସତର୍କତା ମଧ୍ୟରେ କୋଲକାତାରେ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନାନୁସାରେ, ଏହି ଘୂର୍ଣ୍ଣିବଳୟ ଆସନ୍ତା କିଛି ଘଣ୍ଟା ମଧ୍ୟରେ ପ୍ରବଳ ଘୂର୍ଣ୍ଣିବଳୟରେ ପରିଣତ ହେବ ଏବଂ ୨୬ମେ ମଧ୍ୟରାତ୍ରିରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ। ‘ରେମାଲ୍’କୁ ନେଇ ପାଣିପାଗ ବିଭାଗର ବୈଜ୍ଞାନିକ ଡକ୍ଟର ସୋମନାଥ ଦତ୍ତା କହିଛନ୍ତି ଯେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହୋଇ ବାଂଲାଦେଶ ଏବଂ ଏହାର ଆଖପାଖ ପଶ୍ଚିମବଙ୍ଗ ଉପକୂଳ ଦେଇ ମେ ୨୬ ମଧ୍ୟରାତ୍ରିରେ ଅତିକ୍ରମ କରିବ । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୧୧୦ ରୁ ୧୨୦ କିଲୋମିଟର ବେଗରେ ପବନ ବହିବ ଏବଂ ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୩୫ କିଲୋମିଟର ପର୍ଯ୍ୟନ୍ତ ରହିବ। ବାତ୍ୟା ‘ରେମାଲ୍’ର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ NDRF ଟିମ୍ ନିୟୋଜିତ ହୋଇଛନ୍ତି |

କୋଲକାତା ଏବଂ ଓଡିଶାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ

ଘୂର୍ଣ୍ଣିବଳୟ ‘ରେମାଲ’କୁ ଦୃଷ୍ଟିରେ ରଖି ରବିବାର ଦିନ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଚେତାବନୀ ଦିଆଯାଇଛି। କେତେକ ଅଞ୍ଚଳରେ ବର୍ଷା ମଧ୍ୟ ହେଉଛି। ଉତ୍ତର-ପୂର୍ବ ଭାରତର କେତେକ ଅଞ୍ଚଳରେ ୨୭-୨୮ ମେରେ ପ୍ରବଳ ବର୍ଷା ହୋଇପାରେ । ଯେତେବେଳେ ଏହି ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ, ସେତେବେଳେ ୧.୫ ମିଟର ପର୍ଯ୍ୟନ୍ତ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ହେତୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପାପୁଆ ନ୍ୟୁ ଗିନିରେ ଭୟଙ୍କର ଭୂସ୍ଖଳନ, ୬୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ପାପୁଆ ନ୍ୟୁ ଗିନି ହେଉଛି ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜ, ଯେଉଁଠାରେ ଘଟିଛି ଭୟଙ୍କର ଭୂସ୍ଖଳନ ବୋଲି ମିଳିତ ଜାତିସଂଘର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପାପୁଆ ନ୍ୟୁ ଗିନି ଦେଶରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଭୂସ୍ଖଳନ ଯୋଗୁଁ ୬୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମିଳିତ ଜାତିସଂଘର ସ୍ଥାନାନ୍ତରଣ ଏଜେନ୍ସିର ଅଧିକାରୀ ସେରହାନ ଆପ୍ଟୋପ୍ରାକ୍ କହିଛନ୍ତି ଯେ ଭୂସ୍ଖଳନ ହେତୁ ଏପର୍ଯ୍ୟନ୍ତ ୧୫୦ ରୁ ଅଧିକ ଘର କାଦୁଅରେ ପୋତି ହୋଇ ରହିଛି। ରାଜଧାନୀ ପୋର୍ଟ ମୋରେସବିରେ ରହୁଥିବା ଆପ୍ଟୋପ୍ରାକ୍ କହିଛନ୍ତି ଯେ ଭୂସ୍ଖଳନ ହେତୁ ପରିସ୍ଥିତି ଅତ୍ୟନ୍ତ ଖରାପ କାରଣ ମାଟି ଧସିବାରୁ ଜଳ ପ୍ରବାହିତ ହେଉଛି ଏବଂ ଏହା ଲୋକଙ୍କ ପାଇଁ ବଡ ବିପଦ ସୃଷ୍ଟି କରୁଛି। ସାରା ଦେଶରେ ଆତଙ୍କିତ ଓ ଭୟଭୀତ ଅଛନ୍ତି। ଚାଷ ଜମି ଏବଂ ଜଳ ଯୋଗାଣ ପ୍ରାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଲୋକମାନେ ମାଟି ତଳେ ପୋତି ହୋଇଯାଇଥିବା ମୃତଦେହକୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି ।

ଯେଉଁ ଗାଁରେ ଭୂସ୍ଖଳନ ଘଟିଥିଲା ​​ସେହି ଗାଁରେ ପ୍ରାୟ ୪ହଜାର ଲୋକ ବାସ କରନ୍ତି। ଜାତିସଂଘର ଅଧିକାରୀ ସେରହାନ ଆପ୍ଟୋପ୍ରାକ୍ କହିଛନ୍ତି ଯେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଅଞ୍ଚଳ ତିନିରୁ ଚାରି ଫୁଟ ବଲ୍ କ୍ଷେତ୍ରର ଆକାର ଥିଲା। ଗାଁର କିଛି ଘର ଭୂସ୍ଖଳନରୁ ଉଦ୍ଧାର କରାଯାଇଥିଲା। ଭୂସ୍ଖଳନ ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଭୂସ୍ଖଳନ କେବଳ ଘର ନଷ୍ଟ କରିନାହିଁ ବରଂ ଗଛ ଭାଙ୍ଗିଛି, ଚାଷଜମି ନଷ୍ଟ କରିଦେଇଛି । ସେମାନଙ୍କୁ ହଟାଇବା ପାଇଁ କାର୍ଯ୍ୟ କରାଯାଉଛି | ରବିବାର ଦିନ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ପାପୁଆ ନ୍ୟୁ ଗିନିର ପ୍ରତିରକ୍ଷା ମନ୍ତ୍ରୀ ବିଲି ଜୋସେଫ ଏବଂ ସରକାରଙ୍କ ଜାତୀୟ ବିପର୍ଯ୍ୟୟ କେନ୍ଦ୍ରର ନିର୍ଦ୍ଦେଶକ ଲାସୋ ମାନା ହେଲିକପ୍ଟର ଯୋଗେ ପରିଦର୍ଶନ କରିଛନ୍ତି । ପାପୁଆ ନ୍ୟୁ ଗିନି ହେଉଛି ଏକ ବିବିଧ, ବିକାଶଶୀଳ ଦେଶ ଯେଉଁଥିରେ ୮୦୦ ଭାଷା ଏବଂ ୧୦ ନିୟୁତ ଲୋକ ଅଛନ୍ତି ଯେଉଁମାନେ ପ୍ରାୟତଃ କୃଷକ ଅଟନ୍ତି |

କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ରେମାଲ ଜାଣନ୍ତୁ ?

ନନ୍ଦିଘୋଷ ବ୍ୟୁରୋ : ଘନୀଭୂତ ହୋଇଛି ବାତ୍ଯା ରେମାଲ। ଏହା କ୍ରମଶଃ ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଉଛି। ଆଜି ମଧ୍ଯରାତ୍ରୀରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ଯରେ କରିବ ଲ୍ଯାଣ୍ଡଫଲ। ଏନେଇ ସୂଚନା ଦେଇଛି ଆଇଏମଡି। ପଶ୍ଚିମବଙ୍ଗ ଓ ଉତ୍ତରଓଡିଶାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ। ସାଗର ଦ୍ବୀପ, ନମାକନା ଓ ବଖାଲିରେ ଆକାଶ ମେଘାଚ୍ଛନ୍ନ ରହିଛି। ଉତ୍ତର ଦିଗ ଅଭିମୁଖେ ରେମାନ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛନ୍ତି। ବାଂଲାଦେଶର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଖେପୁପରାରେ ଏହା କେନ୍ଦ୍ରୀଭୂତ ହେଉଛି। ଲ୍ଯାଣ୍ଡଫଲ ବେଳେ ପବନର ଗତି ଘଣ୍ଟାକୁ ୧୧୦ରୁ ୧୨୦ କିଲୋମିଟର ରହିବ। କେତେକାଂଶରେ ଏହା ୧୩୫ କିଲୋମିଟର ହେବ ବୋଲି ସୂଚନା ମିଳିଛି। ସମୁଦ୍ରରେ ଦେଢ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା ରହିଛି। ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ କରାଯାଇଛି। ଭାରତୀୟ ସେନା ଓ ନୌସେନାର ଟିମକୁ ବି ସତର୍କ ରଖାଯାଇଛି। ଚବିଶ ପରଗଣାର ଲୋକଙ୍କୁ ଅଧିକ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ଆସାମ, ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି।

ଦୀଘା ସମୁଦ୍ରକୂଳରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଦୋକାନ ବଜାର ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମୁଦ୍ରରେ ସ୍ନାନ ଲାଗି ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାନ୍ତ ସାଗରଦ୍ବୀପ, ସୁନ୍ଦରବନ ସହ ଖେପପୁରାରେ ବାତ୍ଯା ପ୍ରାକ ପ୍ରଭାବ ଦେଖିବାକୁ ମିଳିଛି।  ଦୀଘା ନିଉ ଦୀଘା, ମନ୍ଦାରମଣି, ଶଙ୍କରପୁର, ତାଳଚେରି ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକକୁ ଦୀଘା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଦୀଘାରେ ସମୁଦ୍ର ଢେଉ ଉଚ୍ଚତା ବଢ଼ିବା ସହ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ଯଜୀବୀଙ୍କୁ ବାରଣ କରାଯାଇଛି। ବାତ୍ଯା ଆଶଙ୍କା ଥିବାରୁ ଏହାର ପ୍ରଭାବ ବିମାନ ବନ୍ଦର ଓ ଷ୍ଟେସନରେ ପଡିଛି। କେତେକ ବିମାନର ଉଡାଣ ବାତିଲ କରାଯାଇଥିବାବେଳେ କିଛି ଟ୍ରେନର ଯାତାୟତକୁ ବାତିଲ କରାଯାଇଛି।

ପ୍ରକାଶ ପାଇଲା ଯୁକ୍ତ ଦୁଇ ଫଳ, ପୁଅଙ୍କ ତୁଳନାର ଝିଅ ଆଗରେ

ଭୁବନେଶ୍ୱର : ଯୁକ୍ତ ଦୁଇ ଫଳରେ ବି ପୁଅ ତୁଳନାର ଝିଅ ଆଗରେ। କଳାରେ ପାସ ହାର ୮୦. ୯୫ ପ୍ରତିଶତ ଥିବାବେଳେ ବିଜ୍ଞାନରେ ପାସ ହାର ରହିଛି ୮୬.୯୩ ପ୍ରତିଶତ। ବାଣିଜ୍ଯରେ ପାସହାର ୮୨.୨୭ ପ୍ରତିଶତ ଥିବାବେଳେ ଧନ୍ଦାମୂଳକ ପାସହାର ରହିଛି ୬୮.୦୨ ପ୍ରତିଶତ। ଗୋଟିଏ ଦିନରେ କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ଫଳ ପ୍ରକାଶ ପାଇଛି। ସବୁ ଷ୍ଟ୍ରିମରେ ପୁଅ ତୁଳନାରେ ଝିଅ ଭଲ କରିଥିବାବେଳେ କୌଣସି ପ୍ରତିଷ୍ଠାନରେ ଜିରୋ ରେଜଲ୍ଟ ହୋଇନାହିଁ। ଡିଜି ଲକରରେ ମାର୍କସିଟ୍ ଉପଲବ୍ଧ ହେଉଥିବାବେଳେ ପୂର୍ବବର୍ଷ ପରି କଲେଜରୁ ବି ଫଳ ଉପଲବ୍ଧ ହୋଇପାରିବ। www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ଚଳିତବର୍ଷ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା ।  ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା  ଦେଇଥିଲେ । ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଥିଲା ।

ବିଜେପିକୁ ଆଇନା ଦେଖାଇଲା ବିଜେଡି, ଓଡ଼ିଶା ଅପେକ୍ଷା ବିଜେପି ଶାସିତ ରାଜ୍ୟରେ ବିଜୁଳି ଦର ଅଧିକ

ଭୁବନେଶ୍ୱର: ବିଜୁଳିକୁ ନେଇ ବିରୋଧୀ ଦଳ ବିଶେଷ କରି ବିଜେପିକୁ ଆଇନା ଦେଖାଇଛି ବିଜେଡି। ଓଡ଼ିଶାରେ ବିଜୁଳି ଉତ୍ପାଦନ ସତ୍ତ୍ବେ ଏଠାରେ ଅଧିକ ଦର ଥିବା ଓ ଅନ୍ଯ ରାଜ୍ଯରେ କମ୍ ଦର ଅଛି ବୋଲି ବିରୋଧୀ ଯେଉଁ ମିଛ କଥା କହୁଛନ୍ତି, ଆଜି ତାର ସତ୍ଯାସତ୍ଯ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର।

ସେ କହିଛନ୍ତି- ଓଡି଼ଶାରେ ବିଜୁଳି ଦର ୟୁନିଟ ପିଛା ୪ ଟଙ୍କା ୬୨ ପଇସା ହୋଇଥିବା ବେଳେ ବିଜେପି ଶାସିତ ରାଜ୍ଯ ମଧ୍ଯପ୍ରଦେଶରେ ଏହା ୫ ଟଙ୍କା ୭୩ ପଇସା, ଆସାମରେ ୭ ଟଙ୍କା ୮୦ ପଇସା, ବିହାରରେ ୯ ଟଙ୍କା ୯୭ ପଇସା ଓ ଉତ୍ତର ପ୍ରଦେଶରେ ଏହା ୯ ଟଙ୍କାରୁ ଅଧିକ। ବିଜୁଳି ବିଲ୍ ଛାଡ଼ ପାଇଁ ମୁଖ୍ଯମନ୍ତ୍ରୀଙ୍କ ଘୋଷଣା ପରେ ବିରୋଧୀ ଛାନିଆ ହୋଇ ଅପପ୍ରଚାର କରୁଛନ୍ତି।

ବିଜେପିର ନେତା ଜାଣିବା କଥା, ବିଜେପି ଶାସିତ ରାଜ୍ଯରେ କେତେ ଅଛି ବିଜୁଳି ଦର। ସଂତୃପ୍ତ ମିଶ୍ର ଏହା ବି ସ୍ପଷ୍ଟ କରିଛନ୍ତି- CAPTIVE POWER PRODUCER ସରକାରଙ୍କଠାରୁ କୋଇଲା ନେଇ ଶକ୍ତି ଉତ୍ପାଦନ କରନ୍ତି। ତାକୁ ଗ୍ରୀଡ୍ କୁ ବିକନ୍ତି । ନ ହେଲେ NTPC ପରି ସଂସ୍ଥାକୁ ଦିଅନ୍ତି । ଓଡ଼ିଶା ଶକ୍ତି ଉତ୍ପାଦନ କରେ ନାହିଁ। ଅନ୍ୟ ରାଜ୍ୟକୁ ବିଜୁଳି ଦେବା ନିଷ୍ପତ୍ତି କେନ୍ଦ୍ର ସରକାର ନିଅନ୍ତି, ଓଡ଼ିଶା ନୁହେଁ। ଶକ୍ତି ନିୟନ୍ତ୍ରଣ କମିଶନ ଦର ନିର୍ଧାରଣ କରନ୍ତି। NTPC ୟୁନିଟ ପିଛା ୨ ଟଙ୍କା ୫୩ ପଇସାରେ ତାମିଲନାଡୁ ପରି ଓଡ଼ିଶାକୁ ବିଜୁଳି ବିକନ୍ତି। ସବୁ ରାଜ୍ୟ ପାଇଁ ଏହା ସମାନ । ସଂତୃପ୍ତ ମିଶ୍ର ଏହା ବି କହିଛନ୍ତି,
NTPC ପରି କେନ୍ଦ୍ରୀୟ ସଂସ୍ଥା ଓଡ଼ିଶାରୁ ଲାଭ ନେଉଛନ୍ତି ହେଲେ ଓଡ଼ିଶା ପାଇଁ କିଛି କରୁ ନାହାନ୍ତି। ନିଯୁକ୍ତିରେ ଓଡ଼ିଆଙ୍କୁ ଅଗ୍ରାଧିକାର ଦେଉ ନାହାନ୍ତି।

ଘନୀଭୂତ ହୋଇଛି ବାତ୍ଯା ‘ରେମାଲ’

ନୂଆଦିଲ୍ଲୀ: ଘନୀଭୂତ ହୋଇଛି ବାତ୍ଯା ରେମାଲ। ଏହା କ୍ରମଶଃ ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଉଛି। ଆଜି ମଧ୍ଯରାତ୍ରୀରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ଯରେ କରିବ ଲ୍ଯାଣ୍ଡଫଲ। ଏନେଇ ସୂଚନା ଦେଇଛି ଆଇଏମଡି। ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ। ସାଗର ଦ୍ବୀପ, ନମାକନା ଓ ବଖାଲିରେ ଆକାଶ ମେଘାଚ୍ଛନ୍ନ ରହିଛି। ଉତ୍ତର ଦିଗ ଅଭିମୁଖେ ରେମାନ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛନ୍ତି।

ବାଂଲାଦେଶର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଖେପୁପରାରେ ଏହା କେନ୍ଦ୍ରୀଭୂତ ହେଉଛି। ଲ୍ଯାଣ୍ଡଫଲ ବେଳେ ପବନର ଗତି ଘଣ୍ଟାକୁ ୧୧୦ରୁ ୧୨୦ କିଲୋମିଟର ରହିବ। କେତେକାଂଶରେ ଏହା ୧୩୫ କିଲୋମିଟର ହେବ ବୋଲି ସୂଚନା ମିଳିଛି। ସମୁଦ୍ରରେ ଦେଢ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା ରହିଛି। ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ କରାଯାଇଛି। ଭାରତୀୟ ସେନା ଓ ନୌସେନାର ଟିମକୁ ବି ସତର୍କ ରଖାଯାଇଛି। ଚବିଶ ପରଗଣାର ଲୋକଙ୍କୁ ଅଧିକ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଆସାମ, ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଦୀଘା ସମୁଦ୍ରକୂଳରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଦୋକାନ ବଜାର ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମୁଦ୍ରରେ ସ୍ନାନ ଲାଗି ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାନ୍ତ ସାଗରଦ୍ବୀପ, ସୁନ୍ଦରବନ ସହ ଖେପପୁରାରେ ବାତ୍ଯା ପ୍ରାକ ପ୍ରଭାବ ଦେଖିବାକୁ ମିଳିଛି। ଦୀଘା ନିଉ ଦୀଘା, ମନ୍ଦାରମଣି, ଶଙ୍କରପୁର, ତାଳଚେରି ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକକୁ ଦୀଘା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଦୀଘାରେ ସମୁଦ୍ର ଢେଉ ଉଚ୍ଚତା ବଢ଼ିବା ସହ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ଯଜୀବୀଙ୍କୁ ବାରଣ କରାଯାଇଛି। ବାତ୍ଯା ଆଶଙ୍କା ଥିବାରୁ ଏହାର ପ୍ରଭାବ ବିମାନ ବନ୍ଦର ଓ ଷ୍ଟେସନରେ ପଡିଛି। କେତେକ ବିମାନର ଉଡାଣ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନର ଯାତାୟତକୁ ବାତିଲ କରାଯାଇଛି।

ବିଜେପି ଉପରେ ବିଜେଡ଼ିର ଶାଣିତ ଆକ୍ରମଣ, ବିଜେପିକୁ ଜମି ମାଫିଆ ଓ ଗୁଣ୍ଡାଙ୍କ ଦଳ କହିଲେ ମୁଖପାତ୍ର ସସ୍ମିତ ପାତ୍ର

ଭୁବନେଶ୍ୱର: ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ବିଜେପିର ଠକ, ଜମି ମାଫିଆ ଓ ଗୁଣ୍ଡା ଶ୍ରେଣୀର ନେତାଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏଭଳି ସଂଗୀନ ଅଭିଯୋଗ ଆଣିଛି ବିଜେଡ଼ି। ରବିବାର ଦିନ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ ମୁଖପାତ୍ର ସସ୍ମିତ ପାତ୍ର। ବିଜେପିକୁ ଜମି ମାଫିଆ, ଠକ ଓ ଗୁଣ୍ଡାଙ୍କ ଦଳ ଭାବେ ବର୍ଣ୍ଣନା କରି ସସ୍ମିତ କହିଛନ୍ତି ଯେ, ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଶୁଆ ଭଳି ସେମାନଙ୍କୁ କୁହାଯାଉଥିବା କଥାକୁ କହୁଛନ୍ତି। ସେମାନେ ଜମି ମାଫିଆ ବିରୋଧରେ କହୁଥିବା ବେଳେ ନିଜ ଦଳରେ ଥିବା ଜମି ମାଫିଆଙ୍କ ପାଇଁ ପ୍ରଚାର କରୁଛନ୍ତି। ସେହିଭଳି ବିଜେପିରେ ଗୁଣ୍ଡାଗର୍ଦ୍ଦିର ପୋଷ୍ଟର ବୟ ଭାବେ ପ୍ରଶାନ୍ତ ଜଗଦ୍ଦେବ ଉଭା ହୋଇଛନ୍ତି ବୋଲି ସେ କହିଛନ୍ତି।

ବୈଜୟନ୍ତ ଜମି ମାଫିଆ
ସସ୍ମିତ ପାତ୍ର ସିଧାସଳଖ ବୈଜୟନ୍ତ ପଣ୍ଡାଙ୍କ ନାମ ନେଇ କହିଛନ୍ତି ଯେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବୈଜୟନ୍ତଙ୍କୁ ପାଖରେ ବସାଇ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କଥା କହୁଛନ୍ତି । କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ, ଖୋଦ ବୈଜୟନ୍ତ ନିଜେ ଜମି ଜବରଦଖଲକାରୀ । ବୈଜୟନ୍ତଙ୍କୁ ସବୁଠାରୁ ବଡ଼ ଜମି ଜବରଦଖଲକାରୀ ଭାବେ ବର୍ଣ୍ଣନା କରି ସେ ପଚାରିଥିଲେ ଯେ, ସାରୁଅ ଜମି ଜବର ଦଖଲ କିଏ କରିଥିଲା ? ସେହିଭଳି ବୈଜୟନ୍ତଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ ବିରୋଧରେ ମଧ୍ୟ ଜମି ଜବରଦଖଲ ମାମଲା ଥିବା ସସ୍ମିତ କହିଥିଲେ ।

ବାହାମାସ ସ୍କାଣ୍ଡାଲ ଭିତରକୁ ବୈଜୟନ୍ତଙ୍କୁ ଟାଣିଲେ
ବୈଜୟନ୍ତଙ୍କ ବିରୋଧ ହାୱାଲା କାରବାରର ଅଭିଯୋଗ ଆଣି ସସ୍ମିତ ବାହାମାସ ସ୍କାଣ୍ଡାଲ କଥା ଉଲ୍ଲେଖ କରିଥିଲେ । କିଛି ବର୍ଷ ତଳେ ବାହାମସା ସ୍କାଣ୍ଡାଲରେ ବୈଜୟନ୍ତଙ୍କ ନାମ କେମିତି ଆସିଥିଲା ସେ କଥା ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ବାହାମାସରେ ଥିବା ତିନୋଟି ଭୂତ କମ୍ପାନୀ ଦ୍ୱାରା ହାୱାଲା ମଧ୍ୟରେ କଳାଟଙ୍କା କାରବାର ହେଉଥିଲା । ଏହିଭଳି ଅନେକ ମାମଲାରେ ବୈଜୟନ୍ତଙ୍କ ନାମ ଆସିବା ପରେ ତାଙ୍କୁ ବିଜେଡି଼ରୁ ବହିଷ୍କାର କରାଯାଇଥିଲା ବୋଲି ସସ୍ମିତ କହିଥିଲେ ।

ଗୁଣ୍ଡାଙ୍କୁ ପାଳୁଛି ବିଜେପି
ବିଜେପି କେମିତି ଗୁଣ୍ଡାମି କରୁଥିବା ନେତାଙ୍କ ଆଶ୍ରୟସ୍ଥଳୀ ପାଲଟିଛି ତାକୁ ନେଇ ମଧ୍ୟ ସସ୍ମିତ ବିଜେପିକୁ ଟାର୍ଗେଟ୍ କରିଥିଲେ । ପ୍ରଶାନ୍ତ ଜଗଦ୍ଦେବଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ, ଗୋଟିଏ ସମୟରେ ପ୍ରଶାନ୍ତ ଜଗଦ୍ଦେବ ମଦ୍ୟପାନ କରି ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ କରିଥିଲେ । ତାଙ୍କର ଏଭଳି ଆଚରଣକୁ ନାପସନ୍ଦ କରି ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । କେବଳ ଏତିକି ନୁହେଁ ଖୋର୍ଦ୍ଧା ଟାଉନ ବିଜେପି ସଭାପତିଙ୍କ ଉପରେ ମଧ୍ୟ ପ୍ରଶାନ୍ତ ଆକ୍ରମଣ କରିଥିଲେ। କିନ୍ତୁ ସେହି ପ୍ରଶାନ୍ତଙ୍କୁ ଏବେ ବିଜେପି କେବଳ କୋଳାଇ ନେଇ ନାହିଁ, ତାଙ୍କୁ ଟିକେଟ୍ ମଧ୍ୟ ଦେଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୁଣ୍ଡାଗର୍ଦ୍ଦିର ପୋଷ୍ଟର ବୟ ଭାବେ ବର୍ଣ୍ଣନା କରି ଶନିବାର ଦିନ ଭୋଟ୍ ବେଳେ ତାଙ୍କ ଆଚରଣକୁ ସସ୍ମିତ ନିନ୍ଦା କରିଥିଲେ। ଏହା ସହିତ କେମିତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ପୋଲିସଠାରୁ ବଂଚାଇବାକୁ ଉଦ୍ୟମ କରିଥିଲେ, ସେବାବଦରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ପ୍ରଦୀପଙ୍କ ଭଳି ଜନବିରୋଧୀଙ୍କୁ ବିଜେପି କୋଳାଇ ନେଇଛି
ସାମ୍ବାଦିକ ସମ୍ମିଳନୀରେ ବିଜେପିର ଦୋମୁହାଁ ନୀତିର ଆଉ ଏକ ଉଦାହରଣ ଦେଇ, ସସ୍ମିତ ପାତ୍ର ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କ କଥା ଉଠାଇଥିଲେ । ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପଙ୍କୁ ନିଜ ଦଳରେ କେମିତି ବିଜେପି ସାମିଲ କରିପାରିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଦୀପ, ବୈଜୟନ୍ତ ଓ ପ୍ରଶାନ୍ତଙ୍କ ଉଦାହରଣ ଦେଇ ସସ୍ମିତ ବିଜେପିକୁ ଠକ, ଜମି ମାଫିଆ ଓ ଗୁଣ୍ଡାଙ୍କ ଦଳ ବୋଲି କହିଛନ୍ତି ।

ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡି ସୁଇପ କରୁଛି। ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ୮୦ରୁ ୮୫ ପ୍ରତିଶତ ଆସନରେ ବିଜୟ ହାସଲ କରିସାରିଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍। ସେ କହିଛନ୍ତି- ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରି ସରକାର କରିବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ସରକାର ଗଠନ କରି ସାରିଛି। ଭୁବନେଶ୍ୱରରେ ରେକର୍ଡ ପୋଲିଂ ହୋଇଛି। ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଓ ଯୁବ ବଜେଟ ଲୋକଙ୍କ ହୃଦୟକୁ ଛୁଇଁଛି। ସବୁଠି ବିଜେଡି ସପକ୍ଷରେ ଜନମତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟବିତ୍ତଙ୍କ ପ୍ଲାନ ଯୋଗୁଁ ଭୋଟ ହାର ବଢ଼ିଛି। ସେହିପରି INDIA ସହ ମେଣ୍ଟ ଆଲୋଚନା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ପାଣ୍ଡିଆନ୍।

ବିଜେପି ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣା କାନ୍ଦୁଛି। ହେଲେ ଲୋକ ଜାଣିଛନ୍ତି ଯେ, ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ କଣ ସବୁ କରିଛନ୍ତି। ଅନ୍ୟପଟେ ସ୍ମୃତି ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି। ଦରଦାମ ଉପରେ କହି ପାରିଥାନ୍ତେ। ରୋଜଗାର ଉପରେ କହିବାରେ ସାହସ ନାହିଁ। LPG, ଡାଲି ରେଟ୍ କଥା କହି ପାରିଲେନି। ବିଜେପି କେବଳ ମିଛ କଥା କହୁଛି। ସେମାନେ ଲୋକଙ୍କ ଲାଗି କିଛି ଗ୍ଯାରେଣ୍ଟି ଦେଇନାହାନ୍ତି। ୧୦ ବର୍ଷରେ ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଥିଲେ ତାହାକୁ କଭର କରିବା ଲାଗି ଏବେ ନାଟକବାଜି କରୁଛନ୍ତି। ମିଛ କହିବାର ସୀମା ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍।

ଆସିଲା ମାଟ୍ରିକ୍ ରେଜଲ୍ଟ, ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର୍ ଅଧିକ

କଟକ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଦିନ ସାଢେ ୧୧ଟା ମଧ୍ୟରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ମଧ୍ଯରେ ଅନଲାଇନ ଓ ୱାଟ୍ସଅପରେ ଡିଜିଟାଲ ମାଟ୍ରିକ ପ୍ରମାଣପାତ୍ର ପାଇପାରିବେ ଛାତ୍ରଛାତ୍ରୀ।

ଚଳିତ ବର୍ଷ ପାସ୍‌ ହାର ୯୬.୦୭ % ରହିଛି । ପୁଅଙ୍କ ତୁଳନାରେ ଝିଅ ଆଗରେ ରହିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୩୯% ରହିଛି । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ। ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୮% ରହିଛି। କଟକରେ ପାସ୍ ହାର ୯୭.୫୮% ରହିଥିବା ବେଳେ ଜଗତସିଂହପୁରରେ ୯୭.୬୦, କେନ୍ଦ୍ରାପଡ଼ାରେ ୯୫.୭୭, ଯାଜପୁରରେ ୯୫.୯୨, ଅନୁଗୋଳରେ ୯୬.୬୩, ଢେଙ୍କାନାଳରେ ୯୫.୧୨, ପୁରୀରେ ୯୬.୭୬, ନୟାଗଡ଼ରେ ୯୬.୨୩, ବାଲେଶ୍ୱରରେ ୯୬.୧, ଭଦ୍ରକରେ ୯୬.୭୩, କେନ୍ଦୁଝରରେ ୯୪.୮, ମୟୂରଭଞ୍ଜରେ ୯୫.୭, ଗଜପତିରେ ୯୭.୦୮, ଗଞ୍ଜାମରେ ୯୭.୦୬, ବୌଦ୍ଧରେ ୯୫.୪୯, କନ୍ଧମାଳରେ ୯୬.୬୦, କଳାହାଣ୍ଡିରେ ୯୫.୮୬, ନୂଆପଡ଼ାରେ ୯୩.୯୧, ବରଗଡ଼ରେ ୯୭.୬୪, ସମ୍ବଲପୁରରେ ୯୬.୭୩, ଦେବଗଡ଼ରେ ୯୬.୭୧, ଝାରସୁଗୁଡ଼ାରେ ୯୭.୨୮, ବଲାଙ୍ଗିରରେ ୯୪.୩୯, ସୁବର୍ଣ୍ଣପୁରରେ ୯୭.୧୧, ସୁନ୍ଦରଗଡ଼ରେ ୯୭.୨୪, କୋରାପୁଟରେ ୯୪.୮୨, ମାଲକାନଗିରିରେ ୯୫.୦୪, ନବରଙ୍ଗପୁରରେ ୯୪.୮୮ ଓ ରାୟଗଡ଼ାରେ ପାସ୍ ହାର ୯୬.୧୬% ରହିଛି।

ଉଲ୍ଲେଖଯୋଗ୍ୟ, ଫଳ ପ୍ରକାଶନର ଏକଘଣ୍ଟା ମଧ୍ଯରେ www.bseodisha.ac.in ସାଇଟରେ ଉପଲବ୍ଧ ହେବ। ଇଣ୍ଟରନେଟ୍ ସମସ୍ୟା ଥିବା ଅଞ୍ଚଳର OR-୧୦-ରୋଲ ନାମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ କଲେ ରେଜଲ୍ଟ ମିଳିପାରିବ। ରି ଚେକିଙ୍ଗ ପାଇଁ ମେ ୨୯ ରୁ ଜୁନ ୧୨ ପର୍ଯ୍ୟନ୍ତ ୧୫ ଦିନ ସମୟ ଦିଆଯାଇଛି । ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ କାଉସିଲରଙ୍କୁ ନେଇ ଖୋଲାଯାଇଛି କଣ୍ଟ୍ରୋଲ ରୁମ। ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୪୧ ହଜାର ବିଦ୍ୟାର୍ଥୀ ରେଗୁଲାର ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥିସହିତ ମାଧ୍ୟମା ଓ ପତ୍ର ବିନିମୟର ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି ।

ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’

ନୂଆଦିଲ୍ଲୀ: ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’। ବର୍ତ୍ତମାନ ଏହା ଉତ୍ତର ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ସାଗର ଆଇଲାଣ୍ଡ ଠାରୁ ୨୯୦ କିଲୋମିଟର, ଖେପୁପରା ଠାରୁ ୩୦୦ କିଲୋମିଟର ଦୂରରେ ରହିଛି।

ଆଜି ମଧ୍ୟରାତ୍ରରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବ। ବାତ୍ୟା ପ୍ରଭାବରେ ରାଜ୍ୟର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବ। ଏହାସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ତେବେ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମସ୍ତ ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।