spot_img
Home Blog Page 2002

ଶିଳ୍ପ ବିକାଶ ଧାରାରେ ଶ୍ରମିକ ମାନଙ୍କର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସମ୍ବଲପୁର : ଦୈନିକ ମଜୁରୀରେ ୩୪୬ ଟଙ୍କାରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।  ୫୦ ବର୍ଷ ମଧ୍ୟରେ ଏକକାଳୀନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ନବୀନ ରଚିଛନ୍ତି ଇତିହାସ । ଏନେଇ ଆଜି ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ମହା ସଚିବ ତଥା କଟକ ମେୟର ସୁବାସ ସିଂହ ପ୍ରକାଶ କରିଛନ୍ତି ।   ଏହାଦ୍ବାରା ସବୁ ସ୍ତରର ପ୍ରାୟ ଏକ କୋଟି ଶ୍ରମିକ ଉପକୃତ ହେବେ।  ବିଶେଷ କରି ମୁନ୍ସିପାଲଟି ରେ କାର୍ଯ୍ୟରତ ଶ୍ରମିକ, ବିଦୂତ ବିଭାଗରେ କାର୍ଯ୍ୟରତ ଶ୍ରମିକ, ପରିବ‌ହନ ବିଭାଗରେ କାର୍ଯ୍ୟରତ ଶ୍ରମିକ, ବିଭିର୍ଣ୍ଣ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ଏହା ଦ୍ବାରା ଉପକୃତ ହେବେ l  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ” ନୂଆ ଓଡିଶା ରାଜ୍ୟ ତମାମ ରୂପାନ୍ତରୀକରଣ, ଶିଳ୍ପ ବିକାଶ ଧାରାରେ ଶ୍ରମିକ ମାନଙ୍କର ଭୂମିକା ସବୁଠାରୁ ପ୍ରଶଂସନୀୟ । ସେମାଙ୍କର ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇବା ସବୁଠାରୁ ଗୁରୁତ୍ବପୂର୍ଣ ପ୍ରସଙ୍ଗ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା “ମା” ମାନଙ୍କ ପାଇଁ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ସୁରକ୍ଷା ପ୍ରଦାନ କରିପାରିଛି । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୨ଲକ୍ଷ ୪୮ ହଜାର ଶ୍ରମିକ ପଂଜିକୃତ ହୋଇଛନ୍ତି ।

ସେମାଙ୍କୁ ବିଭିର୍ଣ୍ଣ ଯୋଜନାରେ ୩ ହଜାର ୫୨୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇପାରିଛି l ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ସବୁ ସ୍ତରରେ ଶ୍ରମିକ ଏପରିକ ଡୋମେସ୍ଟିକ ଶ୍ରମିକ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଅଛି। ଓଡ଼ିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସବୁ ପ୍ରକାର ଚାଳକ ଓ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ବିଭିର୍ଣ୍ଣ ସୁବିଧା ସୁଯୋଗ ପ୍ରଦାନ କରାଯାଇପାରୁଅଛି l କେନ୍ଦୁ ପତ୍ର ତୋଳାଳୀ ଓ ବୁଣାକାର ମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯାଇଛି । ଚଳିତ ବର୍ଷ ୫୦ ଭାଗ ରାଶି ବୃଦ୍ଧି କରାଯାଇ ଅଛି ।

ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ବର: ଆକାଶରୁ ବର୍ଷୁଛି ନିଆଁ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ସାରା ରାଜ୍ଯ । ଲଗାତର ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି। ଗତବର୍ଷର ରେକର୍ଡ ପଛରେ ପକାଇଛି । ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସିଭିୟର ହିଟ୍ଓ୍ବେଭ୍ ପାଇଁ ୨୩ ଜିଲ୍ଲାକୁ ସତର୍କ କରାଯାଇଛି । ତେବେ ୨୧ ଏବଂ ୨୨ ତାରିଖ ବେଳକୁ ସାମୟିକ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ ବର୍ଷା । ଆଜିର ତାପମାତ୍ରାକୁ ଲକ୍ଷ୍ୟକଲେ  ଆଜି ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

କେନ୍ଦୁଝର: 43.5°C                                 ଝାରସୁଗୁଡା: 43.2°C

ସମ୍ବଲପୁର: 42.7°C                              ରାଉରକେଲା: 42.6°C

ହୀରାକୁଦ: 42.6°C                                 ଚାନ୍ଦବାଲି: 41.4°C

ଭୁବନେଶ୍ୱର: 40.5°C                             ବାଲେଶ୍ୱର: 40.2°C

ପୁରୀ: 34.6°C                                        ପାରାଦ୍ୱୀପ: 33.2°C

ଗୋପାଳପୁର: 32.6°C

ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଛି । ସକାଳ ୧୦ଟା ବାଜିବନା ମାତ୍ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି ।

ଏସି ହେଲମେଟ ପିନ୍ଧି ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିବେ ପୋଲିସ କର୍ମୀ

ଭୁବନେଶ୍ବର: ଖରା ପାଇଁ ଏୟାର କୁଲିଙ୍ଗ ହେଲମେଟ ପିନ୍ଧିଲେ ଟ୍ରାଫିକ ପୋଲିସ । ଆଜି ଏହି ହେଲମେଣ୍ଟକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। କମିଶନରେଟ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ କର୍ମଚାରୀ ମାନେ ପ୍ରଚଣ୍ତ ଖରାରୁ ନିସ୍ତାର ପାଇବେ। ସେଥିପାଇଁ ସ୍ୱତନ୍ତ୍ର ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଏସି ହେଲମେଟକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି।

ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପୋଲିସ । ହେଲମେଟରେ ରହିଛି ସ୍ଵତନ୍ତ୍ର ବ୍ୟାଟେରୀ। ଯାହାଫଳରେ ହେଲମେଟ ଚାର୍ଜ ହେବ । ଥରେ ଚାର୍ଜ ହୋଇଗଲେ 8 ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ । ସେପଟେ ଖରା ଦିନେ ଥଣ୍ଡା ପବନ ଦେବା ସହିତ ଶୀତ ଦିନେ ଗରମ ପବନ ଦେବ । ପୋଲିସ କମିଶନର ଏହି ହେଲମେଟକୁ ପରୀକ୍ଷା ମୂଳକ ଭାବେ ଜଣେ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି ।

ସଫଳ ହେଲେ ସବୁ ଟ୍ରାଫିକ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି କହିଛନ୍ତି ପୋଲିସ କମିସନର । ପୂର୍ବରୁ ଗୁଜରାଟ ପୋଲିସ ଏହାର ବ୍ୟବହାର କରିସାରିଛି।

ଖରସ୍ରୋତା ନଦୀରେ ଅଘଟଣ, ଗାଧୋଇବାକୁ ଯାଇ ଭାସିଗଲେ ଦୁଇ ଭାଇ

ଯାଜପୁର: ଯାଜପୁର ରୋଡ୍ ଥାନା ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଅଘଟଣ । ଗାଧୋଉଥିବା ବେଳେ ଭାସିଯାଇ ଦୁଇ ଭାଇ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଦୁଇ ଭାଇ ବ୍ୟାସନଗର ପୌରାଞ୍ଚଳ ସାପଗଡି଼ଆ ଅଞ୍ଚଳର ଶାଶ୍ୱତ ରଞ୍ଜନ ସ୍ୱାଇଁ ଓ ସ୍ବସ୍ତିକ ରଞ୍ଜନ ସ୍ୱାଇଁ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଖୋଜାଖୋଜି କରୁଛି । ନଦୀରେ ଦୁଇ ଭାଇଙ୍କ ୪ ଜଣ ଯୁବକ ଗାଧୋଉଥିବା ସମୟରେ ପ୍ରଥମେ ଶାଶ୍ବତ ଭାସିଯାଇଥିଲେ। ତାଙ୍କ ବଞ୍ଚାଇବାକୁ ଯାଇ ସ୍ବସ୍ତିକ ମଧ୍ଯ ଭାସିଯାଇଥିଲେ । ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ସର୍ଚ୍ଚ ଅପରେସନ ଜାରି ରଖିଛି ।

ରଣପୁରରେ ବଢୁଛି ବିଜେଡି ବଳ, ଶତାଧିକ କର୍ମୀ ନେଇ ମିଶିଲେ ଦୁଇ ଟାଣୁଆ ନେତା

ଭୁବନେଶ୍ବର: ବିଜେଡିରେ ମିଶିଲେ ନୟାଗଡ ଜିଲ୍ଲା ରଣପୁରର ସନ୍ନ୍ୟାସୀ ପ୍ରଧାନ । ସେ ଓଡ଼ଗାଁର ପୂର୍ବତନ ଅଧ୍ୟକ୍ଷ ଓ ସମବାୟ ସମିତିର ନିର୍ଦେଶକ ଅଛନ୍ତି । ସେହିପରି  ନୟାଗଡ଼ ଜିଲ୍ଲା ବିଜେପି ଛାଡି ସ୍ମିତା ସିଂ ମିଶିଲେ । ସେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଥିଲେ । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ।

ନୟାଗଡ ବିଧାୟକ ଅରୁଣ ସାହୁ କହିଛନ୍ତି ସନ୍ନ୍ୟାସୀ ପ୍ରଧାନ ଓ ଅନ୍ୟମାନେ ମିଶିବାରୁ ରଣପୁର ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ବିଜେପି ଗଡ଼ ଗୁଣ୍ଡ ହୋଇଛି  । ଆହୁରି ବଡ଼ ମିଶ୍ରଣ ସେଠି ହେବ । ସନ୍ନ୍ୟାସୀ ପ୍ରଧାନ 1992 ରୁ ସରପଞ୍ଚରୁ ସମବାୟ ବ୍ୟାଙ୍କ ଯାଏଁ ଜିତିଛନ୍ତି । ପଂଚାୟତିରାଜ ଓ ସମବାୟ ଜ୍ଞାନ ଓ କ୍ଷମତା ତାଙ୍କ ପାଖରେ ରହିଛି ।

ସେହିପରି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ଆଜି ଏକ ପବିତ୍ର ଦିନ । ରଣପୁର ବିଜେଡି ପରିବାର ଦୃଢ଼ ହୋଇଛି । ସମସ୍ତଙ୍କୁ ସାଥିରେ ନେଇ ବିଜେଡିକୁ ଜୟଯୁକ୍ତ କରିବାକୁ ଚେଷ୍ଟା ଚାଲିଛି । ରଣପୁର ଆଜି ବିଜେଡି ଗଡ଼ ହୋଇଛି । ଯୋଡି ଶଙ୍ଖ ଜିତିବ । ଏହି ମିଶ୍ରଣ ପର୍ବରେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି ଯେ  ‘‘ସନ୍ନ୍ୟାସୀ ବାବୁଙ୍କ ବିଷୟରେ ବହୁତ ଶୁଣିଥିଲି. ନୟାଗଡ ଓ ରଣପୁର ଉପରେ ମୁଁ ମୁଣ୍ଡ ଖେଳାଉ ନାହିଁ ସବୁ ଅରୁଣ ସାହୁ ଓ ସତ୍ୟ ପ୍ରଧାନଙ୍କ ପକଡ ଅଛି । ସବୁ ଶ୍ରେୟ ଓ ଧନ୍ୟବାଦ କାରଣ ଏହା ପୁରୀ ଲୋକସଭା ଓ ବିଜେଡି ପାଇଁ ବଡ଼ ସଫଳତା ।

ମୁଁ ବିଜୁ ବାବୁଙ୍କୁ ପ୍ରଣାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶତ ଶତ ପ୍ରଣାମ ଜଣାଉଛି । ବିଜେପି ଛାଡି ଆଜି ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି । ଦଳ କିପରି ସୁଦୃଢ ହେବ କାମ କରିବିଯ । ଆମେ ଵି ଡବଲ ଇଂଜିନ କରିବୁ । ବିଜେଡି ବିଧାୟକ ଓ ସାଂସଦ ଜିତାଇବୁ । ମୁଖ୍ୟମନ୍ତ୍ରୀ ନୂତନ ଅଧ୍ୟୟ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ଦଳରେ ମିଶିଥିବା ସନ୍ନ୍ୟାସୀ ପ୍ରଧାନ ।

ବିବାହ କାର୍ଡରେ CSK ଲୋଗୋ, ଧୋନିଙ୍କୁ ବି ଛାଡିଲେନି ପ୍ରଶଂସକ

ନନ୍ଦିଘୋଷ ବ୍ୟୁରୋ: ବିବାହ ଏପରି ଏକ ପରମ୍ପରା ଯେ ଯାହାକୁ ସ୍ୱତନ୍ତ୍ର କରିବା ପାଇଁ ପ୍ରତି ଯୋଡି ଚାହାନ୍ତି  ।  ସୁନ୍ଦର ପୋଷାକ, ଅଳଙ୍କାର, ସାଜସଜ୍ଜା ଏବଂ ଅବସ୍ଥାନ କିମ୍ବା ନିମନ୍ତ୍ରଣ କାର୍ଡ ହେଉ, ଆଜିକାଲି ଏହା ଅତ୍ୟନ୍ତ ସ୍ୱତନ୍ତ୍ର  । ଅନେକ ଥର ଲୋକମାନେ ଏହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି | ଏହିପରି ଏକ ନିମନ୍ତ୍ରଣ କାର୍ଡ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି  ।

ଭାରତରେ ଆଇପିଏଲ୍ କ୍ରେଜ୍ ବହୁତ ଅଧିକ  । ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ଲୋକେ ନିଜକୁ ଟିଭି ପରଦା ସମ୍ମୁଖରେ ରଖନ୍ତି  । ଏହିପରି ଜଣେ ପ୍ରଶଂସକଙ୍କ ନିମନ୍ତ୍ରଣ କାର୍ଡ ଭାଇରାଲ ହେଉଛି। ନବବିବାହିତ ଦମ୍ପତିଙ୍କୁ ଟ୍ରଫି ପରି କଟ-ଆଉଟ୍ ପୋଷ୍ଟର ସହିତ ପୋଜ୍ ଦେଉଛନ୍ତି  । ଏଥିରେ  ସେମାନଙ୍କର ଫଟୋଗ୍ରାଫ୍ ଅଛି, ଯାହା ସ୍ପଷ୍ଟ କରୁଛି ଯେ ଉଭୟେ CSK ପ୍ରଶଂସକ ଅଟନ୍ତି  ।

ତାମିଲନାଡୁର ଏକ ଦମ୍ପତିଙ୍କ ଏହି ଫଟୋ ଭାଇରାଲ୍ ହୋଇଛି  ।ଏଥିରେ ଦୁଇଟି ଛବି ପୋଷ୍ଟ କରାଯାଇଛି  । ପ୍ରଥମରେ, ନବ ବିବାହିତ ଦମ୍ପତି ଟ୍ରଫି ପରି କଟ-ଆଉଟ୍ ପୋଷ୍ଟର ସହିତ ପୋଜ୍ ଦେଉଥିବା ନଜର ଆସିଛନ୍ତି  । ଏହାକୁ ଦେଖିଲେ ଲାଗୁଛି ଯେପରି ସେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଜିତିଛନ୍ତି  । ଏହି ନିମନ୍ତ୍ରଣରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଲୋଗୋ ଅଛି, ଯେଉଁଥିରେ ବର ଏବଂ ବରର ନାମ ଲେଖାଯାଇଛି  । କାର୍ଡରେ ଲେଖାଯାଇଥିବା ନିମନ୍ତ୍ରଣର ବିବରଣୀ ମଧ୍ୟ ସମଗ୍ର କ୍ରିକେଟ୍ ମ୍ୟାଚ୍ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଜଣାପଡିଛି |

ଏହି ଭିଡିଓ ଇନଷ୍ଟାରେ cskfansofficial ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି  । ଇନଷ୍ଟାଗ୍ରାମରେ ହଜାର ହଜାର ଲୋକ ଏହାକୁ ଦେଖି ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିବାର ଏହି ଉପାୟ ଟିକେ କାଜୁଆଲ୍ ନୁହେଁ।’ ଅନ୍ୟ ଜଣେ ଲେଖିଛନ୍ତି, ‘ସୁନ୍ଦର ଭାଗିଦାରୀ ଏବଂ ଆଗାମୀ ଇନିଂସ ପାଇଁ ଅଧିକ ଶୁଭେଚ୍ଛା।’ ଏହା ବ୍ୟତୀତ, ଅନ୍ୟ ଅନେକ ୟୁଜର ଏହା ଉପରେ ମନ୍ତବ୍ୟ ଦେଇ ନିଜର ମତାମତ ରଖିଛନ୍ତି  ।

 

କାଲି ବିଜେଡିରେ ମିଶିଲେ, ଆଜି ବର୍ଷାଙ୍କୁ ଟିକେଟ ଦେଲା ଦଳ

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେଡ଼ି । ମୋଟ ୯ ଜଣଙ୍କ ନାମ ତାଲିକାରେ ଥିବା ବେଳେ ଏଥିରେ ୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏଥର ବଡଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ  । ଗତକାଲି ଶଙ୍ଖ ଭହନେର ବିଜେଡିରେ ମିଶିଥିଲେ ବର୍ଷା  । ଏହାର ଦିନକ ପରେ ଆଜି ବିଜେଡି ପ୍ରାର୍ଥୀ ତାଲିକାରେ ବର୍ଷାଙ୍କ ନାଁ ଦେଖିବାକୁ ମିଳିଛି  ।

ଦୀର୍ଘଦିନରୁ ବର୍ଷା ସମାଜସେବାରେ ଜଡିତ ଅଛନ୍ତି  । ସେହିପରି ବିଜେଡିର ଅଧିକାଂଶ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି ବର୍ଷା  । କିନ୍ତୁ ସିଧାସଳଖ ସେ ରାଜନୀତିରେ ସକ୍ରିୟ ନଥିଲେ  । ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଥିବା ଗତକାଲି ପ୍ରେସମିଟ୍‌ରେ କହିଥିଲେ  । ଏପରିକି ସେ ନବୀନଙ୍କ ଜଣେ ବଡ ପ୍ରଶଂସକ ହୋଇଥିବାରୁ ତାଙ୍କ ଆଧାରିତ ଏକ ସିନେମା ବି ନିର୍ମାଣ କରିଥିଲେ  ।

ବିଜେଡି଼ର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ନୂଆ ମୁହଁ, ୪ ମହିଳା

ଭୁବନେଶ୍ୱର : ବିଧାନସଭା ପାଇଁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେଡ଼ି । ମୋଟ ୯ ଜଣଙ୍କ ନାମ ତାଲିକାରେ ଥିବା ବେଳେ ଏଥିରେ ୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିପରି ତାଲିକାରେ ୪ ନୂଆ ମୁହଁ ରହିଛି । ବର୍ତ୍ତମାନ ସୁଦ୍ଧା ବିଜେଡି ୧୩୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷମା କରିଛି  । ଘୋଷିତ ପ୍ରାର୍ଥୀଙ୍କ ନାମ ହେଉଛି

ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର- ଅଭିମନ୍ୟୁ ସେଠୀ
କରଞ୍ଜିଆ- ବାସନ୍ତି ହେମ୍ବ୍ରମ
ସାରସକଣା- ଦେବାଶିଷ ମାରାଣ୍ଡି
ସିମୂଳିଆ- ସୁଭାଶିନୀ ସାହୁ
କେନ୍ଦ୍ରାପଡା- ଗଣେଶ୍ବର ବେହେରା
ରେମୁଣା- ବିଦ୍ୟାସ୍ମିତା ମହାଳିକ
ବଡଚଣା- ବର୍ଷା ପ୍ରିୟଦର୍ଶିନୀ
ଚମ୍ପୁଆ- ସନାତନ ମହାକୁଡ

୪ ନୂଆ ମୁହଁ

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ଜଣକୁ ପ୍ରଥମ ଥର ପାଇଁ ଟିକେଟ ମିଳିଛି  । ସେମାନେ ହେଲେ ବିଦ୍ୟାସ୍ମିତା ମହାଳିକ, ସୁଭାଶିନୀ ସାହୁ,  ବର୍ଷା ପ୍ରିୟଦର୍ଶିନୀ ଓ ଗଣେଶ୍ବର ବେହେରା  । ରେମୁଣାରୁ ବିଦ୍ୟାସ୍ମିତା ମହାଳିକ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବେ । ସେହିଭଳି ସିମୁଳିଆରେ ମଧ୍ୟ ଦଳ ନୂଆ ମୁହଁ ଉପରେ ଭରସା କରିଛି । ସେଠାରୁ ସୁଭାଶିନୀ ସାହୁ ବିଜେଡ଼ିରୁ ଟିକେଟରେ ନିର୍ବାଚନ ଲଢିବେ । ଜ୍ୟୋତି ପାଣିଗ୍ରାହୀଙ୍କ ଟିକେଟ୍ କଟି ଶୁଭାସିନିଙ୍କୁ ଟିକେଟ ମିଳିଛି । ସେହିଭଳି କେନ୍ଦ୍ରାପଡ଼ା ପାଇଁ ଗଣେଶ୍ୱର ବେହେରାଙ୍କୁ ଟିକେଟ୍ ମିଳିଛି । ବଡ଼ଚଣାରୁ ନୁଆମୁହଁ ଭାବେ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନ ଲଢିବେ । ବାସନ୍ତି ହେମ୍ବ୍ରମଙ୍କୁ ଦଳ କରଞ୍ଜିଆରୁ ପୁଣିଥରେ ପ୍ରାର୍ଥୀ କରିଛି ।

ତାଲିକାରେ ୪ ମହିଳା

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ମହିଳାଙ୍କ ନାମ ରହିଛି । ସେମାନେ ହେଲେ କରଞ୍ଜିଆରୁ ବାସନ୍ତି ହେମ୍ବ୍ରମ, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ ଓ ସିମୂଳିଆରୁ ସୁଭାଶିନୀ ସାହୁ ।

ଇରାନର ଇସଫାନ ବିମାନ ବନ୍ଦରରେ ଆକ୍ରମଣ, ତିନି ବିମାନବନ୍ଦରରୁ ଉଡାଣ ବାତିଲ

ତେହରାନ: ପୁଣି ମଧ୍ଯପ୍ରାଚ୍ୟରେ ଯୁଦ୍ଧର ପଦଧ୍ବନି। ଇସ୍ରାଏଲ ଉପରେ ଇରାନ ଆକ୍ରମଣର ଜବାବ ଦେଲା ଇସ୍ରାଏଲ। ଇରାନର ବିଭିନ୍ନ ବିମାନ ବନ୍ଦର ଉପରେ ହମଲା କରିଛି ଇସ୍ରାଏଲ। ସେପଟେ ଆକ୍ରମଣର ପ୍ରତିରୋଧ ଲାଗି ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରିଛି ଇରାନ। ଦୁଇ ରାଷ୍ଟ୍ର ମଧ୍ଯରେ ଉତ୍ତେଜନା ହ୍ରାସ ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାଲିଛି ଉଦ୍ଯମ। ଇରାନର ଇସଫାନ ବିମାନ ବନ୍ଦର ଉପରେ ଆଜି ସକାଳୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

ବିମାନ ବନ୍ଦରରେ ପ୍ରଚଣ୍ଡ ଶବ୍ଦ ଶୁଭିବା ସହ କିଛି କ୍ଷୟକ୍ଷତି ଘଟିଛି। ଗତ ସପ୍ତାହରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ଜବାବର ପ୍ରତ୍ୟୁତ୍ତର ଦେଇଛି ଇସ୍ରାଏଲ। ବଡ଼କଥା ହେଉଛି ଇରାନର ଇସଫାନ ଅଞ୍ଚଳରେ ନାତାଞ୍ଜ ଆଣବିକ କାରଖାନା ସମେତ ଆଉ କେତେକ ଆଣବିକ ପ୍ଲାଣ୍ଟ ଥିବାରୁ ଏହି ଆକ୍ରମଣକୁ ନେଇ ବଢ଼ିଛି ଚିନ୍ତା। ତେବେ ଇସ୍ରାଏଲର ଅନେକ ଡ୍ରୋନକୁ ଖସାଇଦିଆଯାଇଛି ବୋଲି ଦାବି କରିଛି ଇରାନ। ଆକ୍ରମଣ ପରେ ଇରାନରେ ବଦଳିଛି ବିଭିନ୍ନ ବିମାନର ଗତିପଥ।

ତେହରାନ, ଇସଫାନା, ସିରାଜ ବିମାନବନ୍ଦରରୁ ବିମାନ ଉଡାଣ ବାତିଲ କରାଯାଇଛି। ସେପଟେ ସମସ୍ତ ଆଣବିକ କେନ୍ଦ୍ର ସୁରକ୍ଷିତ ଥିବା ଇରାନ ଦାବି କରିଛି। ଗତ ଏପ୍ରିଲ ୧୩ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ। ଆକ୍ରମଣରେ ୩ଶହରୁ ଅଧିକ ଡ୍ରୋନ ଓ କ୍ଷେପଣାସ୍ତ୍ର ବ୍ଯବହୃତ ହୋଇଥିଲେ ବି ୯୯ ପ୍ରତିଶତ ଅସ୍ତ୍ରକୁ ନଷ୍ଟ କରିଥିଲା ଇସ୍ରାଏଲ। ଇସ୍ରାଏଲକୁ ଆକ୍ରମଣରୁ ନିବୃତ୍ତ ରଖିବା ଲାଗି ଜାତିସଂଘ ନିକଟରେ ଦାବି କରିଥିଲା ଇରାନ।

ଦେବଗଡରେ ବିକାଶ କଥା ଦୋହରାଇଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଦେବଗଡ଼: ଜିଲ୍ଲାବାସୀଙ୍କ ପ୍ରତି ବହୁବର୍ଷ ଧରି ଚାଲିଛି ଧୋକାବାଜି। ବିକାଶ କଥା କେହି ନାଁ ଧରୁ ନାହାନ୍ତି। ନେତାଙ୍କ ବାଟରେ ନେତା ଚାଲିଛନ୍ତି । କେନ୍ଦ୍ର ସରକାରଙ୍କ ବାରମ୍ବାର ଅବହେଳାର ଶିକାର ହୋଇଛି ଦେବଗଡ଼। ଏହାର କଡ଼ା ଜବାବ ଦିଆଯିବା ଦରକାର । ବିକାଶରେ ସାମିଲ ହେବା ପାଇଁ ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ଲାଗି ଦେବଗଡ଼ରେ ଆୟୋଜିତ ବିଜେଡିର ବିଶାଳ କର୍ମୀ ସମ୍ମିଳନୀରେ ଆହ୍ବାନ ଦିଆଯାଇଛି ।

ଦେବଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଗୌତମବୁଦ୍ଧ ଦାସ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏନଏଚ-୫୫ କାମ ସାରିବାରେ ଅକ୍ଷମ। ନିଜ ଅଞ୍ଚଳକୁ ନିଜେ ଭୁଲିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସମ୍ମିଳନୀରେ ଦେବଗଡ ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀ କହିଛନ୍ତି, ଦେବଗଡ଼ ଜିଲ୍ଲା ଲାଗି ବିଜୁ ପଟ୍ଟନାୟକଙ୍କ ଅବଦାନ ଅବିସ୍ମରଣୀୟ। ପଶ୍ଚିମ ଓଡ଼ିଶାର ବିକାଶ ଲାଗି ପ୍ରଣବ ପ୍ରକାଶ ଦାସ ପ୍ରତିଶୃତିବଦ୍ଧ।