ଦେବଗଡରେ ବିକାଶ କଥା ଦୋହରାଇଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

1 min read

ଦେବଗଡ଼: ଜିଲ୍ଲାବାସୀଙ୍କ ପ୍ରତି ବହୁବର୍ଷ ଧରି ଚାଲିଛି ଧୋକାବାଜି। ବିକାଶ କଥା କେହି ନାଁ ଧରୁ ନାହାନ୍ତି। ନେତାଙ୍କ ବାଟରେ ନେତା ଚାଲିଛନ୍ତି । କେନ୍ଦ୍ର ସରକାରଙ୍କ ବାରମ୍ବାର ଅବହେଳାର ଶିକାର ହୋଇଛି ଦେବଗଡ଼। ଏହାର କଡ଼ା ଜବାବ ଦିଆଯିବା ଦରକାର । ବିକାଶରେ ସାମିଲ ହେବା ପାଇଁ ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ଲାଗି ଦେବଗଡ଼ରେ ଆୟୋଜିତ ବିଜେଡିର ବିଶାଳ କର୍ମୀ ସମ୍ମିଳନୀରେ ଆହ୍ବାନ ଦିଆଯାଇଛି ।

ଦେବଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଗୌତମବୁଦ୍ଧ ଦାସ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏନଏଚ-୫୫ କାମ ସାରିବାରେ ଅକ୍ଷମ। ନିଜ ଅଞ୍ଚଳକୁ ନିଜେ ଭୁଲିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସମ୍ମିଳନୀରେ ଦେବଗଡ ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀ କହିଛନ୍ତି, ଦେବଗଡ଼ ଜିଲ୍ଲା ଲାଗି ବିଜୁ ପଟ୍ଟନାୟକଙ୍କ ଅବଦାନ ଅବିସ୍ମରଣୀୟ। ପଶ୍ଚିମ ଓଡ଼ିଶାର ବିକାଶ ଲାଗି ପ୍ରଣବ ପ୍ରକାଶ ଦାସ ପ୍ରତିଶୃତିବଦ୍ଧ।