ରଣପୁରରେ ବଢୁଛି ବିଜେଡି ବଳ, ଶତାଧିକ କର୍ମୀ ନେଇ ମିଶିଲେ ଦୁଇ ଟାଣୁଆ ନେତା

ଭୁବନେଶ୍ବର: ବିଜେଡିରେ ମିଶିଲେ ନୟାଗଡ ଜିଲ୍ଲା ରଣପୁରର ସନ୍ନ୍ୟାସୀ ପ୍ରଧାନ । ସେ ଓଡ଼ଗାଁର ପୂର୍ବତନ ଅଧ୍ୟକ୍ଷ ଓ ସମବାୟ ସମିତିର ନିର୍ଦେଶକ ଅଛନ୍ତି । ସେହିପରି  ନୟାଗଡ଼ ଜିଲ୍ଲା ବିଜେପି ଛାଡି ସ୍ମିତା ସିଂ ମିଶିଲେ । ସେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଥିଲେ । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ।

ନୟାଗଡ ବିଧାୟକ ଅରୁଣ ସାହୁ କହିଛନ୍ତି ସନ୍ନ୍ୟାସୀ ପ୍ରଧାନ ଓ ଅନ୍ୟମାନେ ମିଶିବାରୁ ରଣପୁର ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ବିଜେପି ଗଡ଼ ଗୁଣ୍ଡ ହୋଇଛି  । ଆହୁରି ବଡ଼ ମିଶ୍ରଣ ସେଠି ହେବ । ସନ୍ନ୍ୟାସୀ ପ୍ରଧାନ 1992 ରୁ ସରପଞ୍ଚରୁ ସମବାୟ ବ୍ୟାଙ୍କ ଯାଏଁ ଜିତିଛନ୍ତି । ପଂଚାୟତିରାଜ ଓ ସମବାୟ ଜ୍ଞାନ ଓ କ୍ଷମତା ତାଙ୍କ ପାଖରେ ରହିଛି ।

ସେହିପରି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ଆଜି ଏକ ପବିତ୍ର ଦିନ । ରଣପୁର ବିଜେଡି ପରିବାର ଦୃଢ଼ ହୋଇଛି । ସମସ୍ତଙ୍କୁ ସାଥିରେ ନେଇ ବିଜେଡିକୁ ଜୟଯୁକ୍ତ କରିବାକୁ ଚେଷ୍ଟା ଚାଲିଛି । ରଣପୁର ଆଜି ବିଜେଡି ଗଡ଼ ହୋଇଛି । ଯୋଡି ଶଙ୍ଖ ଜିତିବ । ଏହି ମିଶ୍ରଣ ପର୍ବରେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି ଯେ  ‘‘ସନ୍ନ୍ୟାସୀ ବାବୁଙ୍କ ବିଷୟରେ ବହୁତ ଶୁଣିଥିଲି. ନୟାଗଡ ଓ ରଣପୁର ଉପରେ ମୁଁ ମୁଣ୍ଡ ଖେଳାଉ ନାହିଁ ସବୁ ଅରୁଣ ସାହୁ ଓ ସତ୍ୟ ପ୍ରଧାନଙ୍କ ପକଡ ଅଛି । ସବୁ ଶ୍ରେୟ ଓ ଧନ୍ୟବାଦ କାରଣ ଏହା ପୁରୀ ଲୋକସଭା ଓ ବିଜେଡି ପାଇଁ ବଡ଼ ସଫଳତା ।

ମୁଁ ବିଜୁ ବାବୁଙ୍କୁ ପ୍ରଣାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶତ ଶତ ପ୍ରଣାମ ଜଣାଉଛି । ବିଜେପି ଛାଡି ଆଜି ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି । ଦଳ କିପରି ସୁଦୃଢ ହେବ କାମ କରିବିଯ । ଆମେ ଵି ଡବଲ ଇଂଜିନ କରିବୁ । ବିଜେଡି ବିଧାୟକ ଓ ସାଂସଦ ଜିତାଇବୁ । ମୁଖ୍ୟମନ୍ତ୍ରୀ ନୂତନ ଅଧ୍ୟୟ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ଦଳରେ ମିଶିଥିବା ସନ୍ନ୍ୟାସୀ ପ୍ରଧାନ ।