ବିଜେଡି଼ର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ନୂଆ ମୁହଁ, ୪ ମହିଳା

1 min read

ଭୁବନେଶ୍ୱର : ବିଧାନସଭା ପାଇଁ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେଡ଼ି । ମୋଟ ୯ ଜଣଙ୍କ ନାମ ତାଲିକାରେ ଥିବା ବେଳେ ଏଥିରେ ୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିପରି ତାଲିକାରେ ୪ ନୂଆ ମୁହଁ ରହିଛି । ବର୍ତ୍ତମାନ ସୁଦ୍ଧା ବିଜେଡି ୧୩୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷମା କରିଛି  । ଘୋଷିତ ପ୍ରାର୍ଥୀଙ୍କ ନାମ ହେଉଛି

ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର- ଅଭିମନ୍ୟୁ ସେଠୀ
କରଞ୍ଜିଆ- ବାସନ୍ତି ହେମ୍ବ୍ରମ
ସାରସକଣା- ଦେବାଶିଷ ମାରାଣ୍ଡି
ସିମୂଳିଆ- ସୁଭାଶିନୀ ସାହୁ
କେନ୍ଦ୍ରାପଡା- ଗଣେଶ୍ବର ବେହେରା
ରେମୁଣା- ବିଦ୍ୟାସ୍ମିତା ମହାଳିକ
ବଡଚଣା- ବର୍ଷା ପ୍ରିୟଦର୍ଶିନୀ
ଚମ୍ପୁଆ- ସନାତନ ମହାକୁଡ

୪ ନୂଆ ମୁହଁ

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ଜଣକୁ ପ୍ରଥମ ଥର ପାଇଁ ଟିକେଟ ମିଳିଛି  । ସେମାନେ ହେଲେ ବିଦ୍ୟାସ୍ମିତା ମହାଳିକ, ସୁଭାଶିନୀ ସାହୁ,  ବର୍ଷା ପ୍ରିୟଦର୍ଶିନୀ ଓ ଗଣେଶ୍ବର ବେହେରା  । ରେମୁଣାରୁ ବିଦ୍ୟାସ୍ମିତା ମହାଳିକ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବେ । ସେହିଭଳି ସିମୁଳିଆରେ ମଧ୍ୟ ଦଳ ନୂଆ ମୁହଁ ଉପରେ ଭରସା କରିଛି । ସେଠାରୁ ସୁଭାଶିନୀ ସାହୁ ବିଜେଡ଼ିରୁ ଟିକେଟରେ ନିର୍ବାଚନ ଲଢିବେ । ଜ୍ୟୋତି ପାଣିଗ୍ରାହୀଙ୍କ ଟିକେଟ୍ କଟି ଶୁଭାସିନିଙ୍କୁ ଟିକେଟ ମିଳିଛି । ସେହିଭଳି କେନ୍ଦ୍ରାପଡ଼ା ପାଇଁ ଗଣେଶ୍ୱର ବେହେରାଙ୍କୁ ଟିକେଟ୍ ମିଳିଛି । ବଡ଼ଚଣାରୁ ନୁଆମୁହଁ ଭାବେ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନ ଲଢିବେ । ବାସନ୍ତି ହେମ୍ବ୍ରମଙ୍କୁ ଦଳ କରଞ୍ଜିଆରୁ ପୁଣିଥରେ ପ୍ରାର୍ଥୀ କରିଛି ।

ତାଲିକାରେ ୪ ମହିଳା

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ମହିଳାଙ୍କ ନାମ ରହିଛି । ସେମାନେ ହେଲେ କରଞ୍ଜିଆରୁ ବାସନ୍ତି ହେମ୍ବ୍ରମ, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ ଓ ସିମୂଳିଆରୁ ସୁଭାଶିନୀ ସାହୁ ।