ଶିଳ୍ପ ବିକାଶ ଧାରାରେ ଶ୍ରମିକ ମାନଙ୍କର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

1 min read

ସମ୍ବଲପୁର : ଦୈନିକ ମଜୁରୀରେ ୩୪୬ ଟଙ୍କାରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।  ୫୦ ବର୍ଷ ମଧ୍ୟରେ ଏକକାଳୀନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ନବୀନ ରଚିଛନ୍ତି ଇତିହାସ । ଏନେଇ ଆଜି ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ମହା ସଚିବ ତଥା କଟକ ମେୟର ସୁବାସ ସିଂହ ପ୍ରକାଶ କରିଛନ୍ତି ।   ଏହାଦ୍ବାରା ସବୁ ସ୍ତରର ପ୍ରାୟ ଏକ କୋଟି ଶ୍ରମିକ ଉପକୃତ ହେବେ।  ବିଶେଷ କରି ମୁନ୍ସିପାଲଟି ରେ କାର୍ଯ୍ୟରତ ଶ୍ରମିକ, ବିଦୂତ ବିଭାଗରେ କାର୍ଯ୍ୟରତ ଶ୍ରମିକ, ପରିବ‌ହନ ବିଭାଗରେ କାର୍ଯ୍ୟରତ ଶ୍ରମିକ, ବିଭିର୍ଣ୍ଣ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ଏହା ଦ୍ବାରା ଉପକୃତ ହେବେ l  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ” ନୂଆ ଓଡିଶା ରାଜ୍ୟ ତମାମ ରୂପାନ୍ତରୀକରଣ, ଶିଳ୍ପ ବିକାଶ ଧାରାରେ ଶ୍ରମିକ ମାନଙ୍କର ଭୂମିକା ସବୁଠାରୁ ପ୍ରଶଂସନୀୟ । ସେମାଙ୍କର ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇବା ସବୁଠାରୁ ଗୁରୁତ୍ବପୂର୍ଣ ପ୍ରସଙ୍ଗ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା “ମା” ମାନଙ୍କ ପାଇଁ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ସୁରକ୍ଷା ପ୍ରଦାନ କରିପାରିଛି । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୨ଲକ୍ଷ ୪୮ ହଜାର ଶ୍ରମିକ ପଂଜିକୃତ ହୋଇଛନ୍ତି ।

ସେମାଙ୍କୁ ବିଭିର୍ଣ୍ଣ ଯୋଜନାରେ ୩ ହଜାର ୫୨୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇପାରିଛି l ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ସବୁ ସ୍ତରରେ ଶ୍ରମିକ ଏପରିକ ଡୋମେସ୍ଟିକ ଶ୍ରମିକ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଅଛି। ଓଡ଼ିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସବୁ ପ୍ରକାର ଚାଳକ ଓ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ବିଭିର୍ଣ୍ଣ ସୁବିଧା ସୁଯୋଗ ପ୍ରଦାନ କରାଯାଇପାରୁଅଛି l କେନ୍ଦୁ ପତ୍ର ତୋଳାଳୀ ଓ ବୁଣାକାର ମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯାଇଛି । ଚଳିତ ବର୍ଷ ୫୦ ଭାଗ ରାଶି ବୃଦ୍ଧି କରାଯାଇ ଅଛି ।