spot_img
Home Blog Page 1996

ଯେତେ ଲୁଚେଇଲେ ଲୁଚୁନି ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି

ଖୋର୍ଦ୍ଧା : ଲୁଚିଛି ନା ଗୋଡ଼ ଦିଟା ଦିଶୁଛି । ଯେତେ ଲୁଚେଇଲେ ଲୁଚୁନି ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି । ଅଧା ସିସିଟିଭି ଭିଡିଓ ଛାଡ଼ି ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ସୁରକ୍ଷା ଦେବାକୁ ଉଦ୍ଯମ କରୁଥିଲେ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ହେଲେ ଆମେ ଦେଖାଉଛୁ ଜଗଦ୍ଦେବଙ୍କ ଗୁଣ୍ଡାଗିରିର ଲାଇଭ ଫୁଟେଜ୍ । ଦେଖନ୍ତୁ କିଭଳି ଗଲା ୨୫ ତାରିଖରେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ୧୧୪ ନମ୍ବର ବୁଥରେ ଗୁଣ୍ଡାଗିରି ଚଳାଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଲୋକଙ୍କୁ ଧମକ ଦେବା ସହ ଯିଏ ତାଙ୍କୁ ବାଧା ଦେଉଛି ତାକୁ ଅଶାଳୀନ ଭାଷାରେ ଗାଳି ବି ଦେଉଛନ୍ତି । ଲୋକଙ୍କୁ ଠେଲାପେଲା କରି ପ୍ରିଜାଇଡିଂ ଅଫିସରଙ୍କୁ ଧମକ ଦେଉଛନ୍ତି । ସେଦିନ ଜଗଦ୍ଦେବ କିଭଳି ଗୁଣ୍ଡାଗିରି କରିଥିଲେ ଏହି ଭିଡିଓ ହେଉଛି ତାହାର ପ୍ରମାଣ । ଅଭିଯୋଗ ଅନୁସାରେ ୧୧୪ ନମ୍ବର ବୁଥକୁ ଭୋଟ ଦେବାକୁ ଯାଇଥିଲେ ପ୍ରଶାନ୍ତ । ଲୋକ ଧାଡ଼ିରେ ଠିଆ ହୋଇଥିବାବେଳେ ମନଇଚ୍ଛା ଆଗକୁ ଯାଇ ପ୍ରଥମେ ଭୋଟ ଦେବେ ବୋଲି କହିଥିଲେ । ହେଲେ ଭୋଟର ଏହାକୁ ବିରୋଧ କରିବାରୁ ନାଲିଆଖି ଦେଖାଇଥିଲେ ଜଗଦ୍ଦେବ । ଯିଏ ବିରୋଧ କଲା ତାକୁ ଠେଲାପେଲା କରି ଗାଳିଗୁଲଜ ବି କରିଥିଲେ । ଏପରିକି ପ୍ରିଜାଇଡିଂ ଅଫିସରଙ୍କୁ ବି ଧମକ ଦେଇଥିଲେ ।

ଶେଷରେ ଇଭିଏମ ଫୋପାଡ଼ିବା ଅଭିଯୋଗ ବି ହୋଇଛି । ଏହି ସମୟରେ ସେଠାରେ ଉପସ୍ଥିତ ଭୋଟର ହିଁ ଜଗଦ୍ଦେବଙ୍କ ଗୁଣ୍ଡାଗିରିକୁ ମୋବାଇଲରେ କଏଦ କରିଥିଲେ । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ବୁଥ ଭିତରେ ପଶି ପ୍ରିଜାଇଡିଂ ଅଫିସରଙ୍କୁ ଧମକାଇବା, ଇଭିଏମ ଫୋପାଡିବା, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଆଦି ସଂଗୀନ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ପ୍ରଶାନ୍ତ । ଜଗଦ୍ଦେବଙ୍କ ବିରୋଧରେ ସବୁ ତଥ୍ଯପ୍ରମାଣ ଥିବା ସତ୍ତ୍ବେ ଗୁଣ୍ଡାଗର୍ଦ୍ଦିର ପୋଷ୍ଟରବୟକୁ କର୍ମବୀର ଆଖ୍ଯା ଦେଉଛି ବିଜେପି । ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏଭଳି ଗୁଣ୍ଡାଙ୍କ ପାଇଁ ଦରଦ ଦେଖାଉଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁରକ୍ଷା ଦେବାକୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ହୀନଉଦ୍ଯମ ଚଳାଇଛନ୍ତି । ସିସିଟିଭି ଭିଡିଓକୁ ଏଡିଟ କରି ଜଣେ ଗୁଣ୍ଡାଙ୍କୁ ସଂଗ୍ରାମୀ କହୁଛନ୍ତି । ହେଲେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାନ୍ତଙ୍କ ଅସଲ ଚରିତ୍ର ସହ ଅପରାଜିତାଙ୍କ ମିଛ ଧରାପଡ଼ିଯାଇଛି ।

ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର

ପାରାଦୀପ : ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସରିବ ପ୍ରଚାର। ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀ। ଜଗତସିଂହପୁର ର ପାରାଦୀପ ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ଗୀତାଞ୍ଜଳୀ ରାଉତରାୟ ଆଜି ବିଭିନ୍ନ ପଞ୍ଚାୟତ ବୁଲି ପ୍ରଚାର କରିଛନ୍ତି। ଏହି ଅଞ୍ଚଳ ତାଙ୍କ ଶ୍ବଶୁର ଦାମ ରାଉତଙ୍କ ଗଡ ବୋଲି କୁହାଯାଉଥିବା ବେଳେ ପୂର୍ବରୁ ସ୍ବାମୀ ସମ୍ବିତ ରାଉତରାୟ ବିଧାୟକ ଭାବେ ଲୋକଙ୍କ ସେବା କରିଛନ୍ତି। ଚଳିତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଗୁରୁତ୍ୱ ଦେଇ ପ୍ରାର୍ଥୀ କରିଥିବାରୁ ଅଞ୍ଚଳବାସୀ ବେଶ ଉତ୍ସାହିତ ଅଛନ୍ତି। ଗତ ନିର୍ବାଚନ ଠାରୁ ଏହି ନିର୍ବାଚନ ରେ ଅଧିକ ବ୍ୟବଧାନରେ ଜିତିବେ ବୋଲି ଗୀତାଞ୍ଜଳୀ ଆଶା ରଖିଛନ୍ତି। ଏଠି ବାହାର ରାଜ୍ୟର ଯେତେ ନେତା ଆଶିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶାଳୀନ ମନ୍ତବ୍ୟ ଦେଲେ କିଛି ଫରକ ପଡିବନି। ପାରାଦୀପ ରେ ସମସ୍ତେ ବିଜୁ ପରିବାର। ମୁଖ୍ୟମନ୍ତ୍ରୀ ଙ୍କୁ ସମସ୍ତେ ଭଲପାଆନ୍ତି ବୋଲି ଗୀତାଞ୍ଜଳୀ କହିଛନ୍ତି।

ନୀଳଗିରିରେ ବିଜେଡିର ବିଶାଳ ରୋଡ ସୋ

ବାଲେଶ୍ୱର : ନୀଳଗିରି ବିଜେଡି ବିଧାୟକ ପାର୍ଥି ସୁକାନ୍ତ ନାୟକ  ଓ ବାଲେଶ୍ୱର ସାଂସଦ ପାର୍ଥି ଲେଖାଶ୍ରୀ ଙ୍କ ପାଇଁ ପ୍ରଚାର ମଇଦାନ ରେ ଏବେ ଷ୍ଟାର ପ୍ରଚାରକ ସୈଲେନ୍ଦ୍ର ଏବଂ ସୂର୍ୟମୟି । ହଜାର ହଜାର ସମର୍ଥକ ଙ୍କ ସହ କରିଛନ୍ତି ରୋଡ ସୋ। ଗୁହିରା ବିର୍ଷାମୁଣ୍ଡାଛକ ରୁ ବରହମପୁର ଶନିମନ୍ଦିର ପର୍ଯ୍ୟନ୍ତ କଲେ ବିଶାଳ ରୋଡ ସୋ। ରାସ୍ତାଘାଟ ପାଲଟିଲା ବିଜୁ ଜନତା ଦଳର ସ୍ଳୋଗାନ ରେ ଜନ ସମୁଦ୍ର। ନିର୍ବାଚନ କୁ ଆଉ ହାତରେ ଦୁଇଦିନ ଥିବା ବେଳେ ଖରା କୁ ଖାତିର ନ କରି ବିଜେଡ଼ି ବିଧାୟକ ପାର୍ଥି ସୁକାନ୍ତ ନାୟକ ଓ  ବାଲେଶ୍ୱର ସାଂସଦ ପାର୍ଥିନୀ ଲେଖାଶ୍ରୀ ଙ୍କ ପାଇଁ ରୋଡ ସୋ କରି ବଣସୀମା ଅଞ୍ଚଳରେ ବିଜେଡ଼ି ଦେଖାଇଲା ଦମ୍। ଏ ନେଇ ନୀଳଗିରି ବଣସିମା ଅଞ୍ଚଳରୁ ଅଧିକ ସୂଚନା ଦେଉଛନ୍ତି ଆମ ନୀଳଗିରି ପ୍ରତିନିଧି ସୁକାନ୍ତ ଦାସ।

କୋଣାର୍କରେ ଶେଷ ପର୍ଯ୍ୟାୟରେ ଭୋଟିଂ ଥିବା ବେଲେ ଚାଲିଛି ଜୋରଦାର ପ୍ରଚାର

କୋଣାର୍କ : ପ୍ରଚାର ଶେଷ ପୂର୍ବରୁ ଅଧିକ ନିକଟତର ହେଉଛନ୍ତି ପ୍ରାଥୀ । ବିଜେଡି ବିଧାୟକ ପ୍ରାଥୀ ଙ୍କ ରାତିରେ ଜୋରଦାର ପ୍ରଚାର ଓ କ୍ୟାମ୍ପେନ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଈଁ ଜୋରଦାର ପ୍ରଚାର ଚାଲିଛି । ଜୟ ଜୟକାର ନାରାରେ କମ୍ପୁଛି ମୈଦାନ। ପ୍ରାଥୀଙ୍କ ପ୍ରତିଶୃତି ପାହାଡ଼ରେ ଗଦଗଦ ଭୋଟର । କିଏ ଧନ୍ୟବାଦ ଦେଉଛି ତ କିଏ ଜଣାଉଛି କୃତଜ୍ଞତା । କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିଧାୟକ ପ୍ରାଥୀ ତୁଷାରକାନ୍ତି ବେହେରା ବିଭିନ୍ନ ପଂଚାୟତରେ ବାଇକ ଶୋଭାଯାତ୍ରା ରେ ପ୍ରଚାରକୁ ସରଗରମ କରିବା ସହ ଲୋକଙ୍କ ନିକଟରେ ପହଂଚୁଛନ୍ତି । ନିର୍ବାଚନ ଆଉ ଅଳ୍ପ ଦିନ ଥିବାରୁ ପ୍ରଚାର ମୈଦାନ ଜମୁଛି । ଲୋକଙ୍କ ମନ ଜିଣିବାକୁ ପ୍ରାଥୀଙ୍କ ଜମୁଛି କ୍ୟାମ୍ପେନ ଓ ରୋଡ଼ ସୋ । ଶାସକ ଦଳକୁ ମାତ ଦେବାକୁ ବିରୋଧୀ ଦଳ ପକ୍ଷରୁ କଡା ରଣନୀତି ପ୍ରସ୍ତୁତ କରୁଛନ୍ତି । କାକଟପୁର ନିର୍ବାଚନ ମଣ୍ଡଳୀ କାକଟପୁର ପଂଚାୟତରେ ସନ୍ଧ୍ୟା ସମୟରେ ବିଜେଡି ବିଧାୟକ ପ୍ରାଥୀ ତୁଷାରକାନ୍ତି ବେହେରାଙ୍କ ରୋଡ଼ସୋ । ଏ ସମ୍ପର୍କରେ ତୁଷାରକାନ୍ତି ବେହେରାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କୋଣାର୍କ ପ୍ରତିନିଧି ମାନସ ଖଣ୍ଡୁଆଳ ।

କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରିଛନ୍ତି : ସାଂସଦ ମମତା ମହାନ୍ତ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ସୁଦ୍ଧା ମୁଖ୍ଯମନ୍ତ୍ରୀ ସଂଖ୍ଯା ଗରିଷ୍ଠତା ହାସଲ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ପାଇଁ  ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ଯର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି। ସେମାନେ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ରାଜ୍ଯବାସୀ ସେସବୁ ଜାଣି ସାରିଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । ସେ କହିଛନ୍ତି- କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରିଛନ୍ତି। ରେଳବାଇ କ୍ଷେତ୍ରରେ ରାଜ୍ଯ ବାରମ୍ବାର ଅବହେଳିତ ହୋଇଆସିଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଠାରୁ ଓଡ଼ିଶା ରେଳ ସାନ୍ଧ୍ରତାରେ କମ୍। ରାଜ୍ଯରୁ କୋଟି କୋଟି ଟଙ୍କା କେନ୍ଦ୍ର ସରକାର ରେଳ ରାଜସ୍ବ ବାବଦରେ ପାଉଥିବା ସତ୍ତ୍ବେ ୭ ଜିଲ୍ଲା ରେଳ ସୁବିଧାରୁ ବଞ୍ଚିତ। ବାରିପଦାରୁ କୋଲକାତା ସିଧା ଟ୍ରେନ ନାହିଁ। ରୁପ୍ସାରେ ଇଂଜିନ ବଦଳାଇବା ଲାଗି ଏକ ଘଣ୍ଟା ବିଳମ୍ବ ହେଉଛି। ପୁରୀ ଯାଏଁ ସିଧା ଟ୍ରେନ ନାହିଁ। ସୋନପୁର ସାଲିମର ୭ ଦିନ ଯାଉନାହିଁ।  ବାଙ୍ଗିରିପୋଷି ଘାଟି ପ୍ରଶସ୍ତ ନ କରିବାରୁ ରାଜ୍ୟ ସରକାର ବିକଳ୍ପ ରାସ୍ତା କରୁଛନ୍ତି। ରାଇରଙ୍ଗପୁର ବାଇପାସ ଦାବି ଵି ଶୁଣୁନି କେନ୍ଦ୍ର। ଓଡ଼ିଶା ଜନସଂଖ୍ୟାର ୨୨.୮୫ ପ୍ରତିଶତ ଲୋକ ଆଦିବାସୀ। ହେଲେ ସେମାନଙ୍କ ଲାଗି କେନ୍ଦ୍ର ସରକାର କୌଣସି ବ୍ଯବସ୍ଥା କରୁନାହାନ୍ତି। ହୋ, ଭୂମିଜ, ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ମିଳିନାହିଁ। ପ୍ରଥମ ରାଜ୍ୟ ଭାବେ ୨୩ ଜିଲ୍ଲାରେ ଏସଡିସି କରିଛନ୍ତି ରାଜ୍ୟ ସରକାର। ମୟୂରଭଞ୍ଜ ଠାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ଦାବି ଵି ପୂରଣ ହେଉନି। ଉପକୂଳ ରାଜପଥ ନ ହେବାରୁ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେଉଛି। ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ର ମନ୍ତ୍ରୀ ହେଲେ ଵି ମୟୂରଭଞ୍ଜ ସମସ୍ୟା ସମାଧାନ କରି ନାହାନ୍ତି। ସେଥିଲାଗି ବିଜେପି ତାଙ୍କୁ ଟିକେଟ ଦେଲାନି। ଉଡାଣ ଯୋଜନାରେ ମୟୂରଭଞ୍ଜକୁ ସାମିଲ ପାଇଁ ଦାବି ହେଉଛି। ହେଲେ ଜିଲ୍ଲା ବଞ୍ଚିତ ହେଉଛି। ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ରଖିଛନ୍ତି। ସେ  ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ସାଂସଦ ମମତା।

ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲରେ ୫୦ ଛାତ୍ରୀ ଅଚେତ ହେବା ପରେ ବିହାରରେ ଜୁନ୍ ୮ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ବିହାର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବିହାରରେ ୩୦ ମେ ରୁ ୮ ଜୁନ୍ ପର୍ଯ୍ୟନ୍ତ ବନ୍ଦ ରହିବ। ବାସ୍ତବରେ, ବିହାରରେ ଗ୍ରୀଷ୍ମ ପ୍ରବାହକୁ ହେତୁ ୫୦ଜଣ ଛାତ୍ରୀ ନିଜ ବିଦ୍ୟାଳୟରେ ଅଚେତ ହୋଇପଡ଼ିଥିଲେ ଯାହା ସମସ୍ତଙ୍କ ଚିନ୍ତା ବଢାଇଥିଲା । ଦିଲ୍ଲୀର ତାପମାତ୍ରା ୫୦ଡିଗ୍ରୀ ଅତିକ୍ରମ କରିଥିବାବେଳେ ବିହାରରେ ମଧ୍ୟ ୫୦ ପାଖାପାଖି ଦେଖିବାକୁ ମିଳିଥିଲା । ତେଣୁ ବୁଧବାର ସକାଳେ ପ୍ରବଳ ଗରମ ଯୋଗୁଁ ୫୦ ରୁ ଅଧିକ ଛାତ୍ରୀ ଅଚେତ ହୋଇପଡ଼ିଥିଲେ। ଛାତ୍ରୀ ଅସୁସ୍ଥ ହୋଇପଡିଥିବା ସୂଚନା ପାଇବା ପରେ ବିହାର ସରକାର ବର୍ତ୍ତମାନ ପାଇଁ ବଡ଼ ପଦକ୍ଷେପ ନେଇ ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପରିସ୍ଥିତିକୁ ଅନୁଧ୍ୟାନ କରି ବିହାର ସିଏମ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସୁବର୍ଣ୍ଣପୁର

ସୁବର୍ଣ୍ଣପୁର : ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସୁବର୍ଣ୍ଣପୁର । ଅସହ୍ୟ ଗୁଳୁଗୁଳି ଓ ଟାଣ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଗତକିଛି ଦିନ ହେବ ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ସୁବର୍ଣ୍ଣପୁର ରହୁଥିବା ବେଳେ ଗତକାଲି ରାଜ୍ୟରେ ଦ୍ବିତୀୟ ଉତ୍ତପ୍ତ ସହର ଭାବେ ଚିହ୍ନଟ ହୋଇଛି । ସକାଳ ୮ରୁ ଗୁଳୁଗୁଳିର ପ୍ରଭାବ ଏଭଳି ଅନୁଭୁତ ହେଉଛି ଯେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି ।ବାହାରକୁ ବାହାରୁଥିବା ଲୋକେ ସାଥିରେ ପାଣିବୋତଲ, ଓଦା କପଡା ଓ ଛତା ନେଇ ଯା ଆସ କରୁଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ରାସ୍ତା ଘାଟ ଦୋକାନ ବଜାର ଏକ ପ୍ରକାରର ଠପ ହେଲାଭଳି ଲାଗୁଛି । ସେପଟେ ଘନ ଘନ ବିଦ୍ୟୁତ କାଟ ଜନ ଜୀବନକୁ ଆହୁରି ଅସ୍ତବ୍ୟସ୍ତ କରୁଛି । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରଭାବରୁ ଟିକେ ତ୍ରାହି ପାଇବା ପାଇଁ ଲୋକମାନେ କାଳବୈଶାଖୀକୁ ଚାତକ ଭଳି ଚାହିଁ ରହିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିରୋଧୀ କରୁଛନ୍ତି ହୀନ ରାଜନୀତି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିରୋଧୀ କରୁଛନ୍ତି ହୀନ ରାଜନୀତି। ବିରୋଧୀଙ୍କ ଏ ହୀନ ରାଜନୀତି କାହିଁକି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସହିନପାରି ବିରୋଧୀ ମିଛ ପ୍ରଚାର କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତିର ରଙ୍ଗ ଦେଉଥିବା ନେତା ୧୦ ବର୍ଷ ଯାଏଁ ସେହି ବିଭାଗର ମନ୍ତ୍ରୀ ଥିଲେ। ଯାହା ଅଧିନରେ ମନ୍ଦିର ପରିଚାଳନା କମିଟି ଥିଲା। କିନ୍ତୁ ସେତେବେଳେ ତାଙ୍କୁ ରତ୍ନ ଭଣ୍ଡାର କଥା ମନେ ପଡିଲା ନାହିଁ। ନିର୍ବାଚନ ସମୟରେ ରତ୍ନଭଣ୍ଡାରକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ। ମହାପ୍ରଭୁଙ୍କ ଆଢୁଆଳରେ ହୀନ ରାଜନୀତି କରୁଛନ୍ତି। ବିରୋଧୀଙ୍କ ପାଖରେ  କିଛି ପ୍ରସଙ୍ଗ ନାହିଁ। ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର ବିଷୟରେ ଅପପ୍ରଚାର କରିବା ସହ ଭକ୍ତଙ୍କ ଭାବନା ସହ ଛଳନା କରୁଛନ୍ତି। ଶ୍ରୀମନ୍ଦିରର ଜଗନ୍ନାଥଙ୍କ ଗର୍ଭଗୃହ ପୂର୍ବରୁ ଥିବା ଜଗମୋହନ ମଧ୍ୟରେ ରତ୍ନଭଣ୍ଡାର ଅବସ୍ଥିତ। ରତ୍ନଭଣ୍ଡାର ଭିତରେ ଦୁଇଟି କକ୍ଷ ଅଛି। ପ୍ରଥମ କକ୍ଷ ବାହାର ରତ୍ନଭଣ୍ଡାର  ଓ ଦ୍ଵିତୀୟ କକ୍ଷ ଭିତର ରତ୍ନଭଣ୍ଡାର କୁହାଯାଏ। ବାହାର ରତ୍ନଭଣ୍ଡାର ଖୋଲିଲା ପରେ ହିଁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିବ। ବାହାର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରୀତିନୀତି ପାଇଁ ଆବଶ୍ୟକୀୟ ପରିଧାନ, ସୁନାବେଶ ଭଳି ଦିନଗୁଡିକରେ ବ୍ୟବହୃତ ଅଳଙ୍କାର ଓ ପୂଜାବିଧି ସାମଗ୍ରୀ ରହିଛି। ବାହାର ରତ୍ନଭଣ୍ଡାର ପ୍ରତିବର୍ଷ ଅନେକ ଥର ଖୋଲାଯାଇଥାଏ। ଏହି ଦ୍ଵାର ଖୋଲିବା ପାଇଁ ୩ଟି ଚାବି ଆବଶ୍ୟକ।

ଗଜପତି ମହାରାଜଙ୍କ ପ୍ରତିନିଧି, ମନ୍ଦିର ମୁଖ୍ୟ ପ୍ରଶାସକ ଓ ଭଣ୍ଡାର ମେକାପ ସେବକ ଏହି ଚାବି ଆଣି ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ପ୍ରଧାନ ସେବକଙ୍କ ଉପସ୍ଥିତିରେ ବାହାର ରତ୍ନଭଣ୍ଡାର ଖୋଲିଥାନ୍ତି। ଏହି ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ବିନା ରତ୍ନଭଣ୍ଡାର ଖୋଲିବା ଅସମ୍ଭବ।  ଗତ ୪୦ ବର୍ଷ ହେଲା ୧୯୮୫ରେ ମସିହାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଉପରେ ଉଚ୍ଚ ନ୍ଯାୟାଳୟ ଶୁଣାଣି କରି ଏଥିରେ କୌଣସି ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଚାବି ହଜିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ଵରେ ଗଠିତ କମିଟି  ଚଳିତ ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷ ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବ। ସର୍ବୋଚ୍ଚ ନ୍ଯାୟାଳୟ ଏବଂ କମିଟିର ନିଷ୍ପତ୍ତି ପରେ ବିରୋଧୀଙ୍କ ଏ ହୀନ ରାଜନୀତି କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବିଜେପି କର୍ମୀ ବାଣଫୁଟାଇଲେ ଜଳିଗଲା ଦେକାନ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବିଞ୍ଝାରପୁର : କାଳ ହେଲା ବିଜେପିର ରୋଡ ଶୋ । ବିଜେପି କର୍ମୀଙ୍କ ବାଣଫୁଟାରେ ଜଳିପୋଡି ଗଲା ଦେକାନ ଘର ସମେତ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ । ବିଞ୍ଝାରପୁର ବିଜେପି ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକ ଆଜି ରୋଡ ଶୋ କରିଥିଲେ । ପ୍ରଚାରକୁ ଆକର୍ଷଣୀୟ କରିବାକୁ ବାଣ ଫୁଟାଇଥିଲେ ବିଜେପି କର୍ମୀ । ବିଞ୍ଝାରପୁର ଥାନା ଛକରେ ବବିତାଙ୍କ ପ୍ରଚାର ପହଞ୍ଚିବା ପରେ ବାଣ ଫୁଟାଇଥିଲେ ବିଜେପି କର୍ମୀ । ବାଣ ଫୁଟାଇଥିବା ବେଳେ ବାଣ ଯାଇ ଏକ କାଠ ଦୋକାନରେ ପଡ଼ିଥିଲା । ଚାହୁଁ ଚାହୁଁ ଦୋକାନଟି ସମ୍ପୂର୍ଣ୍ଣ ଜଳିଉଠିଥିଲା । ଖବର ପାଇ ବିଞ୍ଝାରପୁର ଅଗ୍ନିସମ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି ।

ଆହୁରି ୩ ଦିନ ଯାଏଁ କଲବଲ କରିବ ଗରମ ଗୁଳୁଗୁଳି

ଭୁବନେଶ୍ୱର : ଆହୁରି ୩ ଦିନ ଯାଏଁ ଗରମ ଗୁଳୁଗୁଳିର ପ୍ରଭାବ। ରାଜ୍ୟରେ ଏବେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୁତ ହେଉଛି। ପଶ୍ଚିମ ଦିଗରୁ ବହୁଥିବା ଗରମ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ତାତି ଅସମ୍ଭାଳ ହେବାରେ ଲାଗିଛି। ଗତକାଲି ବୌଦ୍ଧରେ ଦିନ ତାପମାତ୍ରା ୪୫.୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ,  ସୋନପୁରରେ ଏବଂ ଟିଟିଲାଗଡ଼ରେ ଯଥାକ୍ରମେ ୪୫.୩ ଓ ୪୫ ଡିଗ୍ରୀ ରେକର୍ଡ଼ କରାଯାଇଥିଲା। ସେହିପରି ୧୦ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ଓ ୧୭ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଦିନ ତାପମାତ୍ରା ଠାରୁ ଆହୁରି ଯନ୍ତ୍ରଣାଦାୟକ ଉଷ୍ମ ରାତି  ଏବଂ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିବା ହେତୁ ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ଭୀଷଣ ଗୁଳୁଗୁଳିର ପ୍ରଭାବ ରହିଛି। ଏପରି ପାଗ ଆହୁରି ୨-୩ ଦିନ ଯାଏଁ ଜାରି ରହିବ। ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ଅନେକ ସହରର ଦିନ ତାପମାତ୍ରା ୪୩. ଡିଗ୍ରୀ ଉପରେ ରହିବା ସହ କେତେକ ସ୍ଥାନରେ ୪୫ ଡିଗ୍ରୀ ମଧ୍ୟ ଅତିକ୍ରମ କରିବା ସହ ଉପକୂଳ ତଥା ଏହାର ସଂଲଗ୍ନ ଜିଲ୍ଲାରେ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି।