spot_img
Home Blog Page 1933

ଅରେଞ୍ଜ କ୍ୟାପ୍ ଲଢ଼େଇ, ଆଜି ବିରାଟ ବନାମ ରିଆନ୍ ପରାଗ

ନନ୍ଦିଘୋଷ ବ୍ୟୁରୋ: ରୋମାଞ୍ଚ ହେଉଛି ଆଇପିଏଲ ଲଢ଼େଇ । ପ୍ରତି ମ୍ୟାଚରେ ଦମଦାର ଲଢ଼େଇ ଦେଖିବାକୁ ମିଳୁଛି । ତେବେ ଅରେଞ୍ଜ କ୍ୟାପ ଏବେ ବିରାଟଙ୍କ ପାଖରେ ଥିବାବେଳେ ରିଆନ ପରାଗ ଆଜିର ମ୍ୟାଚରେ ବଡ଼ ପାଳି ଖେଳିଲେ ସେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇପାରନ୍ତି । ରାଜସ୍ଥାନ ନିଜର ଶେଷ ମ୍ୟାଚ ଖେଳିବା ଅବସରରେ ପରାଗଙ୍କ ପାଖରେ ଅରେଞ୍ଜ କ୍ୟାପ୍ ରହିଥିଲା । ତେବେ କୋହଲି ଏହାକୁ ଅତିକ୍ରମ କରିଛନ୍ତି । ବିରାଟ କୋହଲି ୨୦୩ ରନ ସଗ୍ରଂହ କରି ଅରେଞ୍ଜ କ୍ୟାପ୍ ତାଲିକାରେ ଶୀର୍ଷରେ ରହିଛନ୍ତି । ପରାଗ ୧୮୧ ରନ କରି ଦ୍ବିତୀୟ ସ୍ଥାନରେ ଥିବାବେଳେ ହେନରି କ୍ଲାସନ ୧୭୬ ରନ ସହ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଆଜିର ମ୍ୟାଚରେ ବିରାଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରନ୍ତି ୫୦ ଲକ୍ଷ ଟଙ୍କାରେ କିଣା ହୋଇଥିବା ଖେଳାଳି । ରିଆନ ପରାଗ ୫୦ ଲକ୍ଷ ଟଙ୍କାରେ କିଣା ହୋଇଛନ୍ତି । ସେ ବିରାଟଙ୍କ ସହ ଲଢ଼େଇ କରିବେ ଅରେଞ୍ଜ କ୍ୟାପ ପାଇଁ ।

ବିଜେପି ଛାଡ଼ିଲେ ରଘୁ ମହାନ୍ତି

ଭୁବନେଶ୍ବର: ବାଲେଶ୍ଵର ବିଜେପିକୁ ଶକ୍ତ ଧକ୍କା। ଦଳ ଛାଡ଼଼ିଲେ ବିଜେପି ବରିଷ୍ଠ ନେତା ରଘୁନାଥ ମହାନ୍ତି। ପୂରା ପରିବାର ସହ ରଘୁନାଥ ମହାନ୍ତି ବିଜେପି ଦଳ ଛାଡିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ପଠାଇଲେ ଇସ୍ତଫା ପତ୍ର। ବାଲେଶ୍ଵର ରାଜନୀତିର ପରିଚିତ ଚେହେରା ହେଉଛନ୍ତି ରଘୁନାଥ ମହାନ୍ତି। ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳିରୁ ବିଧାନସଭାକୁ ସେ ୫ ଥର ନିର୍ବାଚିତ ହୋଇଛନ୍ତି ରଘୁନାଥ। ୧୯୯୦ରେ ସେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ଲଗାତାର ୫ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ ଓ ୧୯୯୫ରେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ୨୦୦୦, ୨୦୦୪ ଓ ୨୦୦୯ରେ ସେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ ବିଜେଡିରୁ ଉପସଭାପତି ପଦ ସହ ଢେଙ୍କାନାଳ ଜିଲ୍ଲାର ପର୍ଯ୍ଯବେକ୍ଷକ ଭାବେ ନିଯୁକ୍ତି ହୋଇଥିଲେ।୨୦୧୯ ଏପ୍ରିଲରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ବସ୍ତା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରିଥିଲା। ହେଲେ ସେ ମାତ୍ର ୩୬ ହଜାର ୮୭୪ ଭୋଟ ପାଇ ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ। ମାତ୍ର ୨୧.୫୭ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ରଘୁନାଥ ମହାନ୍ତି । ଶେଷଥର ପାଇଁ ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଜେଡି ପ୍ରାର୍ଥୀ ଭାବେ ଜିତିଥିଲେ। ଲଗାତର ବସ୍ତା ବିଧାନସଭା କ୍ଷେତ୍ରରୁ ପାଞ୍ଚଥର ଜିତିଥିବା ରଘୁନାଥ ମହାନ୍ତି ୧୯୯୦ ଏବଂ ୧୯୯୫ ନିର୍ବାଚନରେ ଜନତା ଦଳରୁ ଲଢି ଜିତିଥିବାବେଳେ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଭାବେ ଜିତିଥିଲେ।…

କରୋନା ଅପେକ୍ଷା ୧୦୦ ଗୁଣ ଅଧିକ ବିପଜ୍ଜନକ ଏହି ଜୀବାଣୁ

ନନ୍ଦିଘୋଷ ବ୍ୟୁରୋ : ପିଟ୍ସବର୍ଗରେ ବାର୍ଡ ଫ୍ଲୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡକ୍ଟର ସୁରେଶ କୁଚିପୁଡି ଚେତାବନୀ ଦେଇଛନ୍ତି । ଯେ H5N1 ଜୀବାଣୁ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ କରିପାରେ। ଡକ୍ଟର ସୁରେଶ କୁଚିପୁଡି ଦାବି କରିଛନ୍ତି ଯେ ଏହି ଭୂତାଣୁ ସେହି ଦିଗରେ ଗତି କରୁଛି ଯେମିତି କି ଏହା ଏକ ମହାମାରୀ ସୃଷ୍ଟି କରିପାରେ। ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ଯେ ବାର୍ଡ ଫ୍ଲୁ ସଂକ୍ରମଣ ଶୀଘ୍ର ମହାମାରୀର ରୂପ ନେଇପାରେ ଏବଂ ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ H5N1 ଜୀବାଣୁ ଏକ ଗୁରୁତର ପରିସ୍ଥିତି ଆଡକୁ ଗତି କରୁଛି ଏବଂ ଏହା ବିଶ୍ୱର ମହାମାରୀ ସୃଷ୍ଟି କରିପାରେ ବୋଲି ଭୟ ରହିଛି। ମିଡିଆ ରିପୋର୍ଟରେ ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି ଯେ କରୋନା ମହାମାରୀ ଅପେକ୍ଷା ବାର୍ଡ ଫ୍ଲୁ ସଂକ୍ରମଣ ଅଧିକ ବିପଜ୍ଜନକ ହୋଇପାରେ।

ବାର୍ଡ ଫ୍ଲୁ କରୋନା ମହାମାରୀ ଅପେକ୍ଷା ୧୦୦ ଗୁଣ ଅଧିକ ବିପଜ୍ଜନକ ବୋଲି ସେ ଦାବି କରିଛନ୍ତି। ବାର୍ଡ ଫ୍ଲୁ ମହାମାରୀରେ ମୃତ୍ୟୁ ହାର କରୋନା ତୁଳନାରେ ବହୁତ ଅଧିକ ହେବ ଏବଂ ଯଦି ଏହା ମଣିଷରେ ପରିବର୍ତ୍ତନ ହେବା ଆରମ୍ଭ କରେ,ତେବେ ଏହା ଗୁରୁତର ହେବାର ଆଶଙ୍କା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ୨୦୦୩ ପରଠାରୁ H5N1 ଜୀବାଣୁ ସଂକ୍ରମିତ ପ୍ରତ୍ୟେକ ୧୦୦ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ, H5N1 ର ମୃତ୍ୟୁ ହାର ୫୦ ପ୍ରତିଶତରୁ ଅଧିକ ଅଟେ | ଯଦି ଆମେ ଏହାକୁ କରୋନା ଜୀବାଣୁ ସହିତ ତୁଳନା କରୁ, ମହାମାରୀ ଆରମ୍ଭରେ କେତେକ ସ୍ଥାନରେ ଏହାର ମୃତ୍ୟୁ ହାର ୨୦ ପ୍ରତିଶତ ଥିଲା, ଯାହା ପରେ ମାତ୍ର ୦.୧ ପ୍ରତିଶତକୁ ଖସି ଆସିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୮୮୭ଟି ବାର୍ଡ ଫ୍ଲୁ ରୋଗ ହୋଇଥିବା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୬୨ ଜଣଙ୍କର ମୃତ୍ୟୁ ହୋଇଛି।

 

ସାମାନ୍ୟ କଙ୍କଡ଼ା ପାଇଁ ହରଡ଼ଘଣାରେ MLA

ନନ୍ଦିଘୋଷ ବ୍ୟୁରୋ : ସାମାନ୍ୟ କଙ୍କଡ଼ା ପାଇଁ ହରଡ଼ଘଣାରେ ଏମଏଲଏ । ଏକ ସାମ୍ବାଦିକ ସମ୍ମିଳନୀରେ ଏନସିପି ଶରଦ ପାଓ୍ବାର ଗୋଷ୍ଠୀର ବିଧାୟକ ରୋହିତ ପାଓ୍ବାର ଏକ କଙ୍କଡାକୁ ଝୁଲାଇବା ଦେଖାଯାଇଥିଲା। ଏହାକୁ ବିରୋଧ କରିଛି ପ୍ରାଣୀ ଅଧିକାର ସଂଗଠନ ପେଟା ।  ରୋହିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏନସିପି ସଭାପତି ଓ ନିର୍ବାଚନ କମିଶନ କର୍ତ୍ତୃପକ୍ଷଙ୍କ ନିକଟକୁ ପତ୍ର ଲେଖିଛି ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲସ ବା ପେଟା । ନିର୍ବାଚନ ପ୍ରଚାର ସମୟରେ କୌଣସି ପ୍ରକାର ପ୍ରାଣୀଙ୍କୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଗତ  ୨୦୧୪ ମାର୍ଚ୍ଚ ୨୪ରେ ମହାରାଷ୍ଟ୍ର ମୁଖ୍ଯ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଥିଲେ । ଏହା ଏକ ମିଡିଆ ଷ୍ଟଣ୍ଟ ଥିଲା ଏବଂ ଅଯଥାରେ ଏକ ନିରୀହ ପ୍ରାଣୀ ପ୍ରତି ନିଷ୍ଠୁର ଆଚରଣ ଥିଲା ବୋଲି କହିଛି ପେଟା । ଗବେଷକଙ୍କ ମତରେ କଙ୍କଡା ଏକ ଜ୍ଞାନୀ ପ୍ରାଣୀ ଏବଂ ସେମାନେ ନିଜ ଚାରିପାଖର ଅବସ୍ଥା ସମ୍ପର୍କରେ ଜାଣିପାରିଥାନ୍ତି ।

ସେମାନଙ୍କ ସ୍ମୃତିଶକ୍ତି ଅଧିକ ଏବଂ ପରସ୍ପର ସହ ଭଲ ଯୋଗାଯୋଗ ରଖିପାରିଥାନ୍ତି । ନିର୍ବାଚନ ପ୍ରଚାର ସମୟରେ ପ୍ରାଣୀଙ୍କୁ ବ୍ୟବହାର ନ କରିବା ଲାଗି ଇସିଆଇ ଗାଇଡଲାଇନ ଜାରି କରିଛନ୍ତି । ୨୦୧୩ରେ ମହାରାଷ୍ଟର ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସମୟରେ ଗଧ, ଷଣ୍ଢ, ହାତୀ, ଗାଈଙ୍କୁ ବ୍ୟବହାର କରିବା ଉପରେ ନିଷେଧାଦେଶ ଜାରି କରିଥିଲେ । ସେହି କଙ୍କଡ଼ାକୁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ହାତରେ ଅର୍ପଣ କରିବା ଲାଗି ରୋହିତଙ୍କୁ ପେଟା ନିର୍ଦ୍ଦେଶ ଦେଇଛି ।

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଓହିଓର କ୍ଲିଭଲ୍ୟାଣ୍ଡରେ ଉମାସତ୍ଯ ସାଇ ଗାଦେ ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଛି ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଆମେରିକାରେ ୯ରୁ ଅଧିକ ଭାରତୀୟ କିମ୍ବା ଭାରତ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଲାଣି । ତେବେ ଉମାସତ୍ଯଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଗତ ମାର୍ଚ୍ଚରେ ମିସୋରୀସ୍ଥିତ ସେଣ୍ଟ ଲୁଇରେ କୋଲକାତାର ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ଯା କରାଯାଇଥିଲା । ସେହିପରି ଗତ ମାର୍ଚ୍ଚରେ ବୋଷ୍ଟନ ୟୁନିଭର୍ସିଟିରେ ଅଧ୍ୟୟନରତ ଆନ୍ଧ୍ରପ୍ରଦେଶର ଜଣେ ୨୦ ବର୍ଷ ବୟସ୍କ ଛାତ୍ର ପାରୁଚୁରି ଅଭିଜିତଙ୍କୁ ହତ୍ଯା କରାଯାଇଥିଲା । ଏକ ଜଙ୍ଗଲରୁ ତାଙ୍କ ମୃତଦେହ ଠାବ ହୋଇଥିଲା । ଗତ ଫେବୃଆରୀ ୫ରେ ପୁର୍ଦୋ ବିଶ୍ବବିଦ୍ୟାଳୟରେ ୨୩ ବର୍ଷ ବୟସ୍କ ସମୀର କାମାଥଙ୍କ ମୃତଦେହ ଠାବ କରାଯାଇଥିଲା । ପୂର୍ବରୁ ବି  ୨୦୧୮ ଜୁଲାଇରେ ଆମେରିକାର କାନସାସର ଏକ ରେଷ୍ଟୁରାଣ୍ଟରେ ୨୬ ବର୍ଷ ବୟସ୍କ ତଥା ମିସୋରୀ କାନସାସ ସିଟି ୟୁନିଭର୍ସିଟିରେ ଅଧ୍ୟୟନରତ ତେଲଙ୍ଗାନାର ସାରଥି କୋପୁଙ୍କୁ ଗୁଳି କରି ହତ୍ଯା କରାଯାଇଥିଲ।

 

ଓଡିଶାରେ ଅଗ୍ନି ବର୍ଷା, ଆଉ ୨୪ ଘଣ୍ଟା ପାଇଁ ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର : ଓଡିଶାରେ ଅଗ୍ନି ବର୍ଷା। ଆଉ ୨୪ ଘଣ୍ଟା ପାଇଁ ହିଟ୍‌ୱେଭ୍‌ ଆଲର୍ଟ ଜାରି ରକାଯାଇଛି। ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ କଟକ, ଭଦ୍ରକ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି। ୮ ଜିଲ୍ଲାରେ ରାତି ଉଷ୍ମତା ଜାରି ନେଇ ମଧ୍ୟ ସତର୍କ ସୂଚନା ଜାରି ହୋଇଛି। କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼ରେ ଉଷ୍ମ ରାତି ସତର୍କତା ହୋଇଛି। ଗଜପତି, ବାଲେଶ୍ବର, ଖୋର୍ଦ୍ଧା, ପୁରୀରେ ଗରମ ସହ ଜାରି ରହିବ ଗୁଳୁଗୁଳି। ଏହାସହ ସୃଷ୍ଟି ହେବ ଅସହ୍ୟ ପାଣିପାଗ ସ୍ଥିତି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ରହିବ। ଏହି ପିକ୍ ଆଓ୍ବାରରେ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି। ଆସନ୍ତାକାଲିଠାରୁ ରାଜ୍ୟରେ ବଦଳିବ ପାଗ। ଅଧିକାଂଶ ଜିଲ୍ଲାରେ କାଳବୈଶାଖି ସମ୍ଭାବନା ଥିବା ବେଳେ, ୨ ରୁ ୩ ଡିଗ୍ରୀ କମିବ ତାପମାତ୍ରା।

ପ୍ରାର୍ଥିତ୍ବକୁ ନେଇ ବଡ଼ମ୍ବା ବିଜେପି ଭାଗ ଭାଗ

ବଡ଼ମ୍ବା : ପ୍ରାର୍ଥିତ୍ବ ନେଇ ବିଜେପିରେ ବିବାଦ ବଢ଼ିବାରେ ଲାଗିଛି। କଟକ ଜିଲ୍ଲା ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରେ ଟିକେଟକୁକୁ ନେଇ ବିଜେପି ଭାଗ ଭାଗ ହୋଇଯାଇଛି। ଟିକେଟ ପାଇଥିବା ସମ୍ବିତ ତ୍ରିପାଠୀଙ୍କୁ ବିରୋଧ କରି ବିଜୟ ଦଳବେହେରାଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।। ବଡ଼ମ୍ବାରେ ପ୍ରାର୍ଥୀଙ୍କୁ ବିରୋଧ କରି ବିଜେପି କର୍ମକର୍ତ୍ତାମାନେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପ୍ରାର୍ଥୀ ବଦଳ ନହେଲେ ବିଜେପି ଛାଡ଼ିବା ସହ ସ୍ୱାଧୀନ ଭବେ ଲଢ଼ିବାକୁ ପଛେଇବେ ନାହିଁ ବୋଲି କହିଛନ୍ତି ବଡ଼ମ୍ବା ବିଜେପି କର୍ମକର୍ତ୍ତା । କେବଳ ବଡ଼ମ୍ବା ନୁହେଁ, ରାଜ୍ଯର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ବ ନେଇ ବିଜେପିରେ ବିବାଦ ଦେଖାଦେଇଛି।  ବିଜେପିରେ ବଢୁଛି ବିଦ୍ରୋହ। ବିଜେପିରେ ଅସନ୍ତୋଷ ବିସ୍ଫୋରଣର ରୂପ ନେବାକୁ ଯାଉଛି। ବିଜେପି ରାଜ୍ଯ ଅଫିସରେ ବାରମ୍ବାର ଗଣ୍ଡଗୋଳ ଘଟୁଥିବା ଦେଖିବାକୁ ମିଳୁଛି।

ଇରାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଆମେରିକାରେ ହାଇଆଲର୍ଟ

ନନ୍ଦିଘୋଷ ବ୍ୟୁରୋ : ଇରାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଆମେରିକାରେ ହାଇଆଲର୍ଟ । ଆମେରିକା କିମ୍ବା ଇସ୍ରାଏଲର ବିଭିନ୍ନ ସ୍ଥାନରେ ଇରାନର ଆକ୍ରମଣ ଯୋଜନା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଆମେରିକା ସଜାଗ । ସିରିଆର ଡାମାସ୍କସସ୍ଥିତ ଇରାନୀୟ ଦୂତାବାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଜବାବରେ ଇରାନ ଏହି ଆକ୍ରମଣ ଯୋଜନା ପ୍ରସ୍ତୁତ କରିଛି । ଏହି ଆକ୍ରମଣରେ ଇରାନ କୁଦସ ଫୋର୍ସର ଜଣେ ତୁଙ୍ଗ କମାଣ୍ଡର ଜେନେରାଲ ମହମ୍ମଦ ରେଜା ଜାହିଦିଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୨୦ରେ ଆମେରିକାର ଡ୍ରୋନ ହମଲାରେ କୁଦସ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନିଙ୍କ ମୃତ୍ୟୁ ପରେ ଏହା ହେଉଛି ଦ୍ବିତୀୟ ହାଇପ୍ରୋଫାଇଲ ମୃତ୍ୟୁ । ସେପଟେ ଇସ୍ରାଏଲ ଭିତରେ ସାମରିକ ଓ ଗୁଇନ୍ଦା ସଂସ୍ଥା ଉପରେ ଇସ୍ରାଏଲର ଟାର୍ଗେଟକୁ ସମାଲୋଚନା କରିଛି ବାଇଡେନ ପ୍ରଶାସନ । ଇରାନର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ଲାଗି ଆମେରିକା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଇରାନ ନିକଟରେ ରହିଥିବା ଦୂରଗାମୀ କ୍ରୁଜ ମିସାଇଲ ଜରିଆରେ ଡ୍ରୋନ କିମ୍ବା ସ୍ଥଳ ହମଲା କରାଯିବା ଆଶଙ୍କା ରହିଛି । ଆସନ୍ତା ସପ୍ତାହରେ ରମଜାନ ସରିବାକୁ ଯାଉଥିବାବେଳେ ତା ପୂର୍ବରୁ ଏହି ଆକ୍ରମଣ ହୋଇପାରେ ବୋଲି ସୂଚନା ମିଳିଛି । ଯଦି ଇସ୍ରାଏଲ ଉପରେ ଇରାନା ସିଧାସଳଖ ଆକ୍ରମଣ କରେ ତେବେ ଇସ୍ରାଏଲ-ହମାସ ଯୁଦ୍ଧର ପରିସର ଅଧିକ ବ୍ୟାପ୍ତ ହେବ ବୋଲି ଆଶଙ୍କା କରାଯାଉଛି । ତେଣେ ଇରାନ ଓ ଇସ୍ରାଏଲର ଦ୍ବିପାକ୍ଷିକ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକାକୁ ଚେତାବନୀ ଦେଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ।

ବିଭିନ୍ନ ରାଷ୍ଟ୍ରରେ ରହିଥିବା ଆମେରିକୀୟ ଦୂତାବାସକୁ ଆମେରିକା ପ୍ରାଧାନ୍ୟ ଦେଇଥାଏ । ଦୂତାବାସ ଉପରେ ଆକ୍ରମଣକୁ ଆମେରିକା ଉପରେ ଆକ୍ରମଣ ବୋଲି ଆମେରିକା ସର୍ବଦା ବିଚାର କରିଆସିଛି । ଗତ ଗୁରୁବାର ଇରାନର ସମ୍ଭାବ୍ୟ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ଯାନାହୁ । ଇରାନଠାରୁ ଇସ୍ରାଏଲ ଉପରେ କୌଣସି ପ୍ରକାର ଆକ୍ରମଣକୁ ବିରୋଧ କରୁଛି ଆମେରିକା । ଇସ୍ରାଏଲର ସୁରକ୍ଷା ଆମେରିକାର ପ୍ରାଥମିକ କର୍ତ୍ତବ୍ୟ ହୋଇଆସିଛି । ସେପଟେ ଇସ୍ରାଏଲ ଉପରେ ଯେକୌଣସି ପ୍ରକାର ହମଲା ଲାଗି ପ୍ରସ୍ତୁତ ଥିବା ସୂଚନା ଦେଇଛି ହେଜବୁଲ୍ଲା ।

 

ବିଜେଡିରେ ସାମିଲ ହେଲେ ବିଶିଷ୍ଟ ଡାକ୍ତର ଦେବାନନ୍ଦ ମହାପାତ୍ର

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ବିଶିଷ୍ଟ ବ୍ୟକ୍ତି ସୁପରିଚିତ ଡାକ୍ତର ଦେବାନନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି । ବିଜେଡିରେ ମିଶିବା ପରେ ସେ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେବାନନ୍ଦ ମହାପାତ୍ରଙ୍କ ଘର କଟକ ଚୌଦ୍ୱାର ସେ SCB ମେଡିକାଲ ପିଜି ଡାକ୍ତର ସଙ୍ଘ ପୂର୍ବତନ ସଭାପତି ହେବା ସହ IMA ର ପୂର୍ବତନ ଉପସଭାପତି ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । ଦେବାନନ୍ଦ ସମାଜ ସେବା ଓ ଓଡିଶାବାସୀଙ୍କ ପାଇଁ ନିଜକୁ ସମର୍ପଣ କରିଛନ୍ତି । କୋଭିଡ ସମୟରେ ବହୁତ ଭଲ କାମ କରିଥିଲେ । ତାଙ୍କର ୩୦ ବର୍ଷର ଡାକ୍ତରୀ ଜୀବନ । ଦେବାନନ୍ଦ ମହାପାତ୍ର କହିଲେ ବିଜେଡିରେ ଛୋଟ କର୍ମୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି । ନବୀନ ପଟ୍ଟନାୟକ ଦିନ ରାତି ପରିଶ୍ରମ କରି ଓଡିଶା ପାଇଁ କିଛି ନା କିଛି ନୂଆ କାମ କରୁଛନ୍ତି ।

ଧନ୍ୟବାଦ ପ୍ରଣବ ପ୍ରକାଶ ଦାସ, କାର୍ତ୍ତିକ ପାଣ୍ଡ୍ୟାନ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଓ ପ୍ରିୟବ୍ରତ ମାଝୀଙ୍କୁ. ବିଜେଡି କର୍ମୀ ୨୪ ଘଣ୍ଟା ଓଡିଶାର ଉନ୍ନତି ପାଇଁ ସେମାନଙ୍କୁ କୃତଜ୍ଞତା । ନବୀନ ପଟ୍ଟନାୟକଙ୍କୁ ନିର୍ମଳ ଭାବମୂର୍ତ୍ତି ରାଜ୍ୟକୁ ବିକାଶ କରିବା ପାଇଁ ଭିଜନ ୨୦୩୬ ନେଇ କାମ କରୁଛନ୍ତି । ଘର, ରାସ୍ତା, ସ୍ଵଚ୍ଛ ପାଣି ଯୋଗାଇବା ସହ ଓଡିଶାବାସୀ ଭଲରେ ରହିବେ ବୋଲି ସେ ସବୁବେଳେ ଚିନ୍ତା କରନ୍ତି । ପୂର୍ବାଞ୍ଚଳର ବଡ଼ ସହର କରିବା ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଆମେ ସହଯୋଗ କରି ଏହାକୁ ପୂରଣ କରିବା । ୩ ରୁ ୧୩ ମେଡିକାଲ କଲେଜ ବଢ଼ିଲାଣି ଅନ୍ୟ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଠାରୁ ଓଡିଶାର ଭଲ । BSKY ପାଇଁ ମାସକୁ ୨୫୦ କୋଟି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ହିଁ ଭିଜନ ମୁଁ ବିଜେଡିର ସାଧାରଣ କର୍ମୀ ହୋଇ ଯାହା ମୋ ପକ୍ଷରେ ସମ୍ଭବ ତାହା କରିବି ।

ଦିଲ୍ଲୀ-ଏନସିଆରରେ ପିଲାଚୋରଙ୍କୁ ଧରିଲା ସିବିଆଇ

ନୂଆଦିଲ୍ଲୀ : ଦିଲ୍ଲୀର ଅନେକ ଅଞ୍ଚଳରେ ସିବିଆଇ ଚଢାଉ କରିଛି। ସିବିଆଇ ସୂତ୍ର ଅନୁଯାୟୀ ଶିଶୁ ଚାଲାଣ ମାମଲାରେ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ଦିଲ୍ଲୀଏନସିଆରର ବିଭିନ୍ନ ଅଞ୍ଚଳରୁ ୭ରୁ ୮ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ନବଜାତ ଶିଶୁ କିଣିବା ଏବଂ ବିକ୍ରି କରିବା ଭଳି ମନେହୁଏ | ବର୍ତ୍ତମାନ ସିବିଆଇ ଟିମ୍ ଏହି ମାମଲାରେ କିଛି ଲୋକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଡାକ୍ତରଖାନା ୱାର୍ଡର ନାବାଳକ ସମେତ କିଛି ମହିଳା ଏବଂ ପୁରୁଷ ଅଛନ୍ତି। ଅନୁସନ୍ଧାନକାରୀ ସଂସ୍ଥା ଏହି ସମସ୍ତ ଲୋକଙ୍କୁ ପଚରାଉଚରା କରୁଛି। ବର୍ତ୍ତମାନ ପିଲାମାନଙ୍କୁ ବିକ୍ରି କରିଥିବା ମହିଳା ଏବଂ ସେମାନଙ୍କୁ କିଣିଥିବା ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ସିବିଆଇ ଟିମ୍। ଏହି ମାମଲାରେ ସିବିଆଇ ଜଣେ ମହିଳାଙ୍କ ସମେତ କିଛି ଲୋକଙ୍କୁ ଅଟକ ରଖିଛି, ଯାହାର ପଚରାଉଚରା ଚାଲିଛି।

 

ଦିଲ୍ଲୀ ଡାକ୍ତରଖାନାରୁ ପିଲାମାନଙ୍କୁ ଚୋରି କରାଯାଉଥିଲା । ସିବିଆଇ ଶୁକ୍ରବାର ଦିନ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ କରିଛି। ଏହି ଚଢାଉ ସମୟରେ ସିବିଆଇ ଦିଲ୍ଲୀର କେଶବପୁରମରେ ଥିବା ଏକ ଘରୁ ଦୁଇ ନବଜାତ ଶିଶୁକୁ ଉଦ୍ଧାର କରିଥିଲା। ସୂଚନାନୁସାରେ, ନିକଟରେ ଦିଲ୍ଲୀର ଡାକ୍ତରଖାନାରୁ ନିଖୋଜ ଶିଶୁଙ୍କ ଖବର ଆସିଥିଲା। ଏହା ପରେ ସିବିଆଇ ପିଲା କିଣିବା ଏବଂ ବିକିବା ବିଷୟରେ ସୂଚନା ପାଇଲା। ଏହାକୁ ଦୃଷ୍ଟିରେ ରଖି ଏହି ଚଢାଉ କରାଯାଥିଲା।