ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଓହିଓର କ୍ଲିଭଲ୍ୟାଣ୍ଡରେ ଉମାସତ୍ଯ ସାଇ ଗାଦେ ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଛି ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଆମେରିକାରେ ୯ରୁ ଅଧିକ ଭାରତୀୟ କିମ୍ବା ଭାରତ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଲାଣି । ତେବେ ଉମାସତ୍ଯଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଗତ ମାର୍ଚ୍ଚରେ ମିସୋରୀସ୍ଥିତ ସେଣ୍ଟ ଲୁଇରେ କୋଲକାତାର ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ଯା କରାଯାଇଥିଲା । ସେହିପରି ଗତ ମାର୍ଚ୍ଚରେ ବୋଷ୍ଟନ ୟୁନିଭର୍ସିଟିରେ ଅଧ୍ୟୟନରତ ଆନ୍ଧ୍ରପ୍ରଦେଶର ଜଣେ ୨୦ ବର୍ଷ ବୟସ୍କ ଛାତ୍ର ପାରୁଚୁରି ଅଭିଜିତଙ୍କୁ ହତ୍ଯା କରାଯାଇଥିଲା । ଏକ ଜଙ୍ଗଲରୁ ତାଙ୍କ ମୃତଦେହ ଠାବ ହୋଇଥିଲା । ଗତ ଫେବୃଆରୀ ୫ରେ ପୁର୍ଦୋ ବିଶ୍ବବିଦ୍ୟାଳୟରେ ୨୩ ବର୍ଷ ବୟସ୍କ ସମୀର କାମାଥଙ୍କ ମୃତଦେହ ଠାବ କରାଯାଇଥିଲା । ପୂର୍ବରୁ ବି  ୨୦୧୮ ଜୁଲାଇରେ ଆମେରିକାର କାନସାସର ଏକ ରେଷ୍ଟୁରାଣ୍ଟରେ ୨୬ ବର୍ଷ ବୟସ୍କ ତଥା ମିସୋରୀ କାନସାସ ସିଟି ୟୁନିଭର୍ସିଟିରେ ଅଧ୍ୟୟନରତ ତେଲଙ୍ଗାନାର ସାରଥି କୋପୁଙ୍କୁ ଗୁଳି କରି ହତ୍ଯା କରାଯାଇଥିଲ।