spot_img
Home Blog Page 1932

ସାଧାରଣ ନିର୍ବାଚନରେ ବିଜୟ ଲାଗି ନବୀନ ଦେଉଛନ୍ତି ଗୁରୁମନ୍ତ୍ର

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ବିଜୟ ଲାଗି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦେଉଛନ୍ତି ଗୁରୁମନ୍ତ୍ର। ଗତକାଲି ଆଉ ୯ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ସୁପ୍ରିମୋ।  ତାଲିକାରେ ଥିବା ଅଧିକାଂଶ ପ୍ରାର୍ଥୀ ପ୍ରଥମ ଥର ପାଇଁ ବିଜେଡି ଟିକେଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ବୃହତ ବିଜୟର ଗୁରୁମନ୍ତ୍ର ନେବାକୁ ପହଞ୍ଚୁଛନ୍ତି ନବୀନ ନିବାସରେ। ବିକାଶର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ନିର୍ଦ୍ଦେଶ ଦେଉଛନ୍ତି ନବୀନ।

ଦିନେ ଥିଲେ ଚରମ ପ୍ରତିଦ୍ବନ୍ଦ୍ବୀ। ଆଜି ଗୋଟିଏ ଦଳରୁ ଲଢିବାକୁ ଯାଉଛନ୍ତି ନିର୍ବାଚନ। ନବୀନ ନିବାସ ବାହାରେ ହାତ ମିଶାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା ଓ ସାଲେପୁର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା। ତେବେ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ ବେହେରାଙ୍କୁ ଖାଲି ହାତରେ ଫେରାଇ ନାହିଁ ଦଳ। ତାଙ୍କୁ ଗୁରୁତ୍ବପୂର୍ଣ୍ଣ କଟକ-ବାରବାଟୀ ଆସନରୁ ପ୍ରାର୍ଥୀ କରିଛି ବିଜେଡି। ୨୦୧୪ରେ କଂଗ୍ରେସ ଟିକେଟରୁ ସାଲେପୁର ବିଧାୟକ ହୋଇଥିଲେ ପ୍ରକାଶ। ସେ ୨୦୧୯ରେ ବିଜେପି ଟିକେଟରୁ ପରାସ୍ତ ବି ହୋଇଥିଲେ। ଏବେ ବିଜେଡିରେ ମିଶିଛନ୍ତି। କଟକ ସଦର ବିଜେପି ସଭାପତି ଥିବା ସମୟରେ ସଂଗଠନ କରିଥିଲେ ପ୍ରକାଶ। ଯାହା ଚଳିତ ନିର୍ବାଚନରେ ତାଙ୍କ ପାଇଁ ବୁଷ୍ଟିଂ ଫ୍ୟାକ୍ଟର। ସମସ୍ତଙ୍କୁ ନେଇ ଚାଲିବା ସହ ମିଳିମିଶି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କିଛିଦିନ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ସୁନ୍ଦରଗଡ଼ରେ ବିଜେଡିର ପ୍ରଦର୍ଶନ ସେତଟା ଭଲ ରହିନି। ଏଥର କିଛି ନୂଆ ଚେହେରା ସହ ଅଭିଜ୍ଞ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଦଳ ପାଇଁ ପୁଞ୍ଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା। ଯାହାର ବାର୍ତ୍ତା ଘରେ ଘରେ ପହଞ୍ଚାଇ ବୃହତ ବିଜୟର ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ। ଲୋକଙ୍କ ପାଖକୁ ଯାଅ। ଲୋକଙ୍କ ସେବା କର। ବିଜୟର ଏହା ହିଁ ଏକ ମାତ୍ର ନବୀନ ମନ୍ତ୍ର। ଏହା ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କ ହୃଦୟରେ ଦେଇଛି ସ୍ଥାନ।

 

ମଇଦାନକୁ ଓହ୍ଲାଇଲେଣି ହେଭିଓ୍ବେଟ୍

ଭୁବନେଶ୍ବର: ଚବିଶ ମହାଲଢ଼େଇ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯୁଦ୍ଧ ପାଇଁ ଯୋଦ୍ଧା ମଇଦାନରେ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି । ଆଗରେ ଅଛି ବିଜେଡି। ହେଭିଓ୍ବେଟମାନେ ସମର୍ଥକଙ୍କ ସହ ଜୋରଦାର ପ୍ରଚାର କଲେଣି । ପ୍ରଥମ ରାଜନୈତିକ ଦଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ଘୋଷଣା କରୁଛନ୍ତି । ଆଗକୁ ସବୁ ଦଳର ପ୍ରଚାର ଜମିବ।

୨୪ ମହାଲଢ଼େଇ ଜୋରଦାର । ଗ୍ରାଉଣ୍ଡରେ ଜମିଲାଣି ପ୍ରଚାର। ମଇଦାନକୁ ଓହ୍ଲାଇଲେଣି ହେଭିଓ୍ବେଟ । ବିକାଶ ପାଇଁ ବିଜେଡି ନେତାଙ୍କୁ ମିଳୁଛି ବିପୁଳ ଆଶୀର୍ବାଦ । ମନ ଜିଣୁଛନ୍ତି ବିଧାୟକ ଓ ସାଂସଦ ପ୍ରାର୍ଥୀ। ଟିକେଟ ପାଇଥିବା ନେତାମାନେ ଗ୍ରାଉଣ୍ଡରେ ଲୋକଙ୍କ ନିକଟତର ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ଓ ବିକାଶମୂଳକ କାର୍ଯ୍ୟ ଫୋକସରେ  ରହିଛି । ବିଜେଡିର ୨୦ ଜଣ ସାଂସଦ ପ୍ରାର୍ଥୀ ନିଜ ନିଜ ସଂସଦୀୟ କ୍ଷେତ୍ରରେ ବିଧାୟକ ପ୍ରାର୍ଥୀଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି । ସମ୍ବଲପୁରରେ ସାଂସଦ ପ୍ରାର୍ଥୀ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ଦେବଗଡ଼ରେ  ପ୍ରଚାର କରିଥିଲେ। ସଭାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା ।  ବିଶେଷକରି ମହିଳାମାନେ ପ୍ରଣବଙ୍କୁ ବିଜୟର ଆଶୀର୍ବାଦ ଦେଇଥିଲେ । ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ଜୋରଦାର ପ୍ରଚାର କରୁଛନ୍ତି  । ଭୁବେନଶ୍ବରରେ ଲୋକଙ୍କ ଆଶୀର୍ବାଦ ନେଉଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ।

୨୦୨୪, ବିଜେଡି ପାଇଁ ରେକର୍ଡର ବର୍ଷ ହେବ ବୋଲି  ଦଳ କହିଛି । ଓଡ଼ିଶାବାସୀ ଉତ୍ସାହର ସହ ବିଜେଡିକୁ  ଏକପାଖିଆ ବିଜୟ ଦେଇ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି ।ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ସବୁ କ୍ଷେତ୍ରରେ ବିକାଶ ମାଧ୍ୟମରେ ବୈପ୍ଲବିକ ପରିବତ୍ତର୍ନ  ଆସିଛି। ଆଗକୁ ସେହିଧାରା  ଜାରି ରହିବ। ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରାଯିବ ।  ଯେଉଁଥି ପାଇଁ  ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀଙ୍କ ପ୍ରତି ଆଶୀର୍ବାଦର ସୁଅ ଛୁଟିଛି ବୋଲି ବିଜେଡି ନେତା କହିଛନ୍ତି  । ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ମଇଦାନ ଆହୁରି ସରଗରମ ହେବ। ତାତିର ପାରଦ ଯେତେ ଉପର ମୁହାଁ ହେଉଛି, ନିର୍ବାଚନୀ ପ୍ରଚାର ତାତି ମଧ୍ୟ ସେତେ ଉଷ୍ମ ହେବାରେ ଲାଗଛି। ବିରୋଧୀ ଶିବିରରେ ପ୍ରାର୍ଥୀ ଚୟନ ବିବାଦ ଉଗ୍ରରୂପ ନେଉଥିବା ବେଳେ ଶାସକ ଦଳ ପ୍ରଚାରରେ ଆଗରେ ଅଛି ।

 

କାରରୁ ଜବତ ହେଲା ୫୫ ଲକ୍ଷ ୨୦ ହଜାର ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ବିନିକା ପୋଲିକୁ ବଡ ସଫଳତା । କାରରୁ ଜବତ ହେଲା ୫୫ ଲକ୍ଷ ୨୦ ହଜାର ଟଙ୍କା । ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ସହରର କଲେଜ ଛକରେ ନାକାବନ୍ଦି କରି ପ୍ରାଟ୍ରୋଲିଂ କରୁଥିବା ସମୟରେ AP05 TC-8181 ନମ୍ବର ଥିବା ଏକ ଇନୋଭା କାରରୁ ୫୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ୍ । ଜବତ ଟଙ୍କାକୁ ବ୍ୟାଙ୍କରେ ଜମା କରାଯାଇଛି I ଏହି ଟଙ୍କା ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାକୁ ଯାଉଥିବା ପୋଲିସ ସୂଚନା ଦେଇଛି । କାରରେ ଥିବା ୬ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ବିନିକା ପୋଲିସ ।

ଚାନ୍ଦପୁରରେ ଧୁମଧାମରେ ପାଳନ ହେଉଛି ଦଶ ଦୋଳ ମେଳଣ

ଟାଙ୍ଗୀ: ନୟାଗଡ ଜିଲ୍ଲା ଚାନ୍ଦପୁରରେ ଧୁମଧାମରେ ପାଳନ ହେଉଛି ଦଶ ଦୋଳ ମେଳଣ । ଚୈତ୍ର ମାସର ଦଶମୀ ତିଥିରେ ସ୍ଥାନୀୟ ଅଞ୍ଚଳର ପ୍ରତ୍ୟକ୍ଷ ଠାକୁରାଣୀ  ମା ରାମଚଣ୍ଡୀଙ୍କୁ ପାଟ ପଟୁଆରରେ ରୋଷଣୀ କରି ଶୋଭାଯାତ୍ରାରେ ପାଛୋଟି ନିଆଯାଇଥାଏ ଦୋଳ ପଡିଆକୁ। ଦୋଳ ପଡିଆରେ ମା ରାମଚଣ୍ଡୀ ପ୍ରଥମେ ବୈଦିକ ରୀତି ନୀତିରେ ଉପବେଷନ ହେବା ପରେ କନ୍ଧ ନୟାଗଡ଼ର ଐସାନେଶ୍ୱର ଦେବ ପାଟ ପଟୁଆରାରେ ଆସି ଦୋଳ ପଡିଆରେ ବିରାଜ ମାନ କରନ୍ତି। ଏହା ପରେ ନିମନ୍ତ୍ରଣ କରାଯାଇଥିବା ୧୩ଟି ମୌଜାର ୨୨ ଠାକୁର ୨୧ ଟି ଦୋଳ ବିମାନରେ ଆସି ବିରାଜ ମାନ କରନ୍ତି । ମେଳଣ ଦେଖିବା ପାଇଁ ଭକ୍ତଙ୍କ ଲାଗିଛି  ସୁଅ । ମେଳଣ ସାଙ୍ଗକୁ ମୀନା ବଜାରର ବେଶ ମଜା ନେଉଛନ୍ତି ଲୋକ । ରଣପୁର ତହସିଲ ପ୍ରଶାସନ ଓ ଦଶଦୋଳ କମିଟି ପକ୍ଷରୁ ପ୍ରତିବର୍ଷ ଏହି ଦୋଳଯାତ୍ରା ଆୟୋଜନ କରାଯାଉଛି।

ଶ୍ରୀକ୍ଷେତ୍ର ବିକାଶର କିଏ ସାଜିବ ସାରଥୀ ?

ପୁରୀ: ରାଜ୍ୟର ଉପକୂଳବର୍ତ୍ତୀ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ ଲୋକସଭା କ୍ଷେତ୍ର ବେଶ ଗୁରୁତ୍ୱପୂର୍ଣ୍ଣ । ଦେଶର ଚାରି ଧାମ ମଧ୍ୟରୁ ଅନ୍ୟତମ ଧାମ ପୁରୀ । ଚଳିତ ନିର୍ବାଚନରେ ଏହି ପବିତ୍ରଧାମ ଉପରେ ରହିଛି ପ୍ରମୁଖ ଦଳର ନଜର । ବିଜେଡି ପାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି । ଟିକେଟ ପାଇବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଏଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ସେପଟେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ଯ ନିଜ ଅଭିଯାନକୁ ଜୋରଦାର କରିଛନ୍ତି । ଏବେ ଅପେକ୍ଷା କଂଗ୍ରେସର ପ୍ରାର୍ଥୀ ଘୋଷଣାକୁ ।

କିଏ ହାତେଇବ ପୁରୀ ? କାହାକୁ ଆଶୀର୍ବାଦ କରିବେ ମହାପ୍ରଭୁ ? ଶ୍ରୀକ୍ଷେତ୍ରର ବିକାଶର କିଏ ସାଜିବ ସାରଥୀ ? ଏପରି ଆଲୋଚନା ପର୍ଯ୍ଯାଲୋଚନା ଭିତରେ ଆରମ୍ଭ ହୋଇଛି ରାଜନୈତିକ ଗୋଟି ଚାଳନା । ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଦଳୀୟ ମହଲରେ ଦେଖାଦେଇଛି ଉତ୍ସାହ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିଜ ପ୍ରଚାର ଅଭିଯାନକୁ ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲପାଇବା ବିଜେଡି ଓ ତାଙ୍କ ସପକ୍ଷରେ ଯିବା ନେଇ ସେ ବେଶ ଆଶାବାଦୀ । ତାଙ୍କ ପ୍ରତିଦ୍ବନ୍ଦ୍ବୀ ଙ୍କ ବିଷୟରେ ସେ କିଛି ଜାଣି ନଥିବା କରିଥିବାବେ ବେଳେ ସେ ଜଣେ ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଓ ତାଙ୍କ ସମ୍ପର୍କରେ ଅଧିକ କିଛି ନ କହିବା ଭଲ ବୋଲି ମତ ରଖିଛନ୍ତି ।

ପୁରୀରେ ଅନେକ ବିକାଶ କାର୍ଯ୍ଯ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ବିମାନ ବନ୍ଦର, ଶ୍ରୀସେତୁ, ଶ୍ରୀଦାଣ୍ଡ ସବୁଠି ଦେଖିବାକୁ ମିଳିଛି ବିକାଶର ଆକାଶଛୁଆଁ ଚିତ୍ର। ବିକାଶକୁ ନେଇ ପୁରୀବାସୀ ଉତ୍ସାହିତ ଥିବବେଳେ ବିଜେପି ମଧ୍ଯ ନିଜ ଦଳର ରିପୋର୍ଟ କାର୍ଡ ଦେଖାଇ ଜନତାଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି । ଦଳୀୟ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏଥର ଜନତାଙ୍କ ଆଶୀର୍ବାଦ ତାଙ୍କ ପ୍ରତି ରହିଥିବା କହିଛନ୍ତି ସମ୍ବିତ। ଦୁଇ ପ୍ରମୁଖ ଦଳ ପୁରୀ ଲୋକସଭା ଆସନ ପାଇଁ ଜୋରଦାର ରଣନୀତି ଆରମ୍ଭ କରିଥିବା ବେଳେ କଂଗ୍ରେସ ଏଠାରେ କାହାକୁ ପାର୍ଥୀ କରିବ ଅପେକ୍ଷା କରିଛନ୍ତି ଦଳୀୟ ନେତା ।

ପ୍ରାଥମିକ ସ୍କୁଲ ପ୍ରଶ୍ନପତ୍ର ଲିକ୍ ଘଟଣା, ସହକାରୀ ଶିକ୍ଷକ ଜଗନ୍ନାଥ କର ଗିରଫ

ନନ୍ଦିଘୋଷ ବ୍ୟୁରୋ: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ମାମଲାରେ ଆସିଷ୍ଟାଣ୍ଟ ଶିକ୍ଷକ ଗିରଫ । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରକୁ ଗିରଫ କଲା  ସାଇବର ଥାନା ପୋଲିସ । ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭାଇରଲ କରିଥିଲେ ଜଗନ୍ନାଥ ।  ସ୍ତ୍ରୀଙ୍କ ସହ ମିଶି ନିଜର ୟୁଟ୍ୟୁବ ଚାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ କରିଥିଲେ । ପ୍ରଶ୍ନପତ୍ର ଲିକ ନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବାର ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ବେଳେ ପ୍ରାଇମେରୀ ସ୍କୁଲ ର କିଛି ପ୍ରଶ୍ନ ପତ୍ର ଲିକ ନେଇ ସୁରାକ ପାଇଥିଲା ପୋଲିସ । ସମୀର ଏଜୁକେସନ ନାମରେ ଏକ ୟୁଟ୍ୟୁବ ଚାନେଲ ଏହି କାମ କରୁଥିବା ପ୍ରମାଣ ପାଇଥିଲା ପୋଲିସ । ଏନେଇ ୟୁଟୁବ ଚ୍ୟାନେଲର ମାଲିକ ଗଂଜାମର ସମୀର ସାହୁଙ୍କୁ ଗିରଫ କରିଥିଲା ପୋଲିସ ।ସମୀରଙ୍କୁ ପଚରାଉଚରା ବେଳେ ପ୍ରୋ ଆନ୍ସର ଚ୍ୟାନେଲ ଲିଙ୍କ ସାମ୍ନାକୁ ଆସିଥିଲା । ପ୍ରୋ ଆନ୍ସର ଚାନେଲ ଜଗନ୍ନାଥ ନିଜ ପତ୍ନୀଙ୍କ ନାମରେ ଚଳାଇ ଥିଲେ । ପରୀକ୍ଷା ପାଇଁ ଓସେପା ପକ୍ଷରୁ ଯେଉଁ ପ୍ରଶ୍ନପତ୍ର ଦିଆଯାଇଥିଲା, ତାକୁ ନେଇ ପତ୍ନୀ ଋତୁପୂର୍ଣା ପତିକୁ ଦେଇଥିଲେ ଜଗନ୍ନାଥ । ୟୁଟ୍ୟୁବର ଚ୍ୟାନେଲର ଭି୍ୟୁ ବଢାଇବା ପାଇଁ ଏଭଳି କାର୍ଯ୍ୟ କରିଥିଲେ ଜଗନ୍ନାଥ । ଜଗନ୍ନାଥ ଗିରଫ ପରେ ମୋବାଇଲ ଫୋନ ଜବତ କରାଯାଇ ଅଧିକ ତଦନ୍ତ କରାଯାଉଛି ।

ଆସନ୍ତା ୨୪ ଘଣ୍ଟା ବଳବତ୍ତର ରହିବ ହିଟ୍ ୱେଭ୍

ଭୁବନେଶ୍ବର: ତାତିରୁ ମିଳିବ ତ୍ରାହି। ଆସନ୍ତା ୨୪ ଘଣ୍ଟା ବଳବତ୍ତର ରହିବ ହିଟ୍ ୱେଭ୍। ନୟାଗଡ଼, ବଲାଙ୍ଗୀର, ଭଦ୍ରକ, ଗଜପତି, ବୌଦ୍ଧ ରେ ହିଟ୍ ୱେବ୍ ରହିବ। ଆଜି ଯଦିଓ ଗତକାଲି ଅପେକ୍ଷା ୨ ଡିଗ୍ରୀ ତାପମାତ୍ରା କମ୍ ରହିବ ତଥାପି ଗରମ ଓ ଗୁଳୁଗୁଳି ଲାଗି ରହିବ। ୨୪ ଘଣ୍ଟା ପରେ ତାତିରୁ ନିସ୍ତାର ମିଳିବ। କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ଫଳରେ ଦିନର ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ। ଆସନ୍ତାକାଲି କିଛି ଜିଲ୍ଲାରେ କୁଆପଥର ବର୍ଷା ନେଇ ଆରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ହୋଇଛି। କେନ୍ଦୁଝରରେ ତାପମାତ୍ରା 38.6 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ 37.4, ସମ୍ବଲପୁରରେ 37.4, ଚାନ୍ଦବାଲିରେ 37.2, ହୀରାକୁଦ 36.9, ରାଉରକେଲା 36.6, ଭୁବନେଶ୍ୱର 36.2, ବାଲେଶ୍ୱରରେ ତାପମାତ୍ରା 36 ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଗୋପାଳପୁରରେ ତାପମାତ୍ରା 32.2 ଡିଗ୍ରୀ ଥିବା ବେଳେ, ପୁରୀରେ 31.8 ଓ ପାରାଦୀପରେ ତାପମାତ୍ରା 31.2 ଡିଗ୍ରୀ ରହିଛି। ପିକ୍ ଆଓ୍ବାରରେ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି।

ରେମୁଣା ବିଜେପିରେ ବିଦ୍ରୋହ

ବାଲେଶ୍ବର: ରେମୁଣା ବିଜେପିରେ ବିଦ୍ରୋହ । ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ଗୋବିନ୍ଦ ଦାସଙ୍କ ନାମ ଘୋଷଣା କରାଯିବା ପରେ ଭିନ୍ନ ଏକ ଗୋଷ୍ଠୀ ବିରୋଧ କରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋ-ହାଲ୍ଲା କରିଛନ୍ତି । ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡ଼ମେମ୍ବର, ପଞ୍ଚାୟତ ସଭାପତିଙ୍କ ସମେତ ଶତାଧିକ କର୍ମୀ ବିଜେପିର ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଥିବା ଗୋବିନ୍ଦ ଦାସଙ୍କୁ ଘୋର ବିରୋଧ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ନିଷ୍ପତ୍ତିକୁ ପରିବର୍ତ୍ତନ କରିବାକୁ କର୍ମୀମାନେ ଦାବି କରିଛନ୍ତି । ଯଦି ଦଳ ନିଷ୍ପତ୍ତିର ପୁନଃବିଚାର ନକରେ, ତେବେ ହଜାର ହଜାର ବିଜେପି କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ଏହି ଘଟଣା ପରେ ରେମୁଣା ବିଜେପିରେ ହଟଚମଟ ଲାଗି ରହିଛି । ଦଳୀୟ କର୍ମୀଙ୍କ ବିରୋଧ ଯୋଗୁ ରେମୁଣାରେ ବିଜେପି ପ୍ରାର୍ଥୀ ଗୋବିନ୍ଦଙ୍କ ନିର୍ବାଚନ ଫଳାଫଳ ପ୍ରଭାବିତ ହେବା ନିଶ୍ଚିତ ବୋଲି କୁହାଯାଉଛି ।

 

ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବଢ଼ୁଛି ଅସନ୍ତୋଷ, ମେଳି କରୁଛନ୍ତି ନିଜ ଦଳର କର୍ମୀ

ଖୋର୍ଦ୍ଧା: ଦିନକୁ ଦିନ ତୀବ୍ର ହେଉଛି ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅସନ୍ତୋଷ । ତାଙ୍କ ବିରୋଧରେ ମେଳି କରୁଛନ୍ତି ତାଙ୍କ ନିଜ ଦଳ ବିଜେପିର କର୍ମୀ। ଜୋତାମାଳ ପିନ୍ଧାଇବାକୁ ଧମକ ଦେଇଛନ୍ତି । ନିର୍ବାଚନ ଯେତିକି ପାଖେଇ ଆସୁଛି, ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କର ସେତିକି ଅଡୁଆ ବଢୁଛି । ୫ ବର୍ଷ ଭୁବନେଶ୍ବର ସାଂସଦ ଥିବା  ଅପରାଜିତା  ଦ୍ବିତୀୟ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏଥର ତାଙ୍କୁ ସବୁ ସ୍ଥାନରେ ତାଙ୍କ ନିଜ ଦଳ ବିଜେପି କର୍ମୀଙ୍କ ବିରୋଧ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ  ବିଭିନ୍ନ ସ୍ଥାନରେ ଅପରାଜିତାଙ୍କ ବିରୋଧରେ ମେଳି ଚାଲୁଛି । ଅପରାଜିତା ଷଡ଼ଙ୍ଗୀଙ୍କୁ ଲୋକ ତୀବ୍ର ବିରୋଧ କରୁଛନ୍ତି। ଇଏ ହେଉଛି ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ ମାଣିତ୍ରୀ ରାମଚଣ୍ଡୀ ପୀଠ । ଏଠି ବହୁ ସଂଖ୍ୟାରେ ମହିଳା ଅପରାଜିତାଙ୍କ ବିରୋଧରେ ଏକାଠି  ହୋଇଥିଲେ। ଅପରାଜିତା ଗୋ ବ୍ୟାକ୍, ଅପରାଜିତା ତୁମ ମନମାନି ଚାଲିବ ନାହିଁ । ନିର୍ବାଚନ ପ୍ରଚାରକୁ ଆସିଲେ ଅପରାଜିତା ଷଡ଼ଙ୍ଗୀଙ୍କୁ ଜୋତାମାଳ ପିନ୍ଧାଇବୁ ବୋଲି ବିଜେପି କର୍ମୀ ଚେତାବନୀ ଦେଇଛନ୍ତି ।

ପ୍ରତିଷ୍ଠା ଦିବସରେ ସମ୍ବଲପୁର ବିଜେପିରେ ଫାଟ

ସମ୍ବଲପୁର: ସମ୍ବଲପୁର ବିଜେପିରେ ଫାଟ। ପ୍ରତିଷ୍ଠା ଦିବସରେ ନାହିଁ ନଥିବା କନ୍ଦଳ। ଶନିବାର ପ୍ରତିଷ୍ଠା ଦିବସ ପାଳନ ପାଇଁ ସଂସଦ ପ୍ରାଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସହ ରେଙ୍ଗାଲି ବିଧାୟକ ନାଉରି ନାଏକ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l ତେବେ ସେଠାରେ ଆରମ୍ଭ ହୋଇଥିଲା ଗୋଷ୍ଠୀ କନ୍ଦଳ।  ଗୋଟିଏ ପଟେ ଜୟ ନାରାୟଣ ଗୋଷ୍ଠୀ ଆଉ ଗୋଟିଏ ପଟେ ଜିଲ୍ଲା ସଭାପତି ଗିରିଶ ପଟେଲ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି।  ଗେଟରେ ଲାଗିଥିବା ପୋଷ୍ଟରରେ ଜିଲ୍ଲା ସଭାପତିଙ୍କ ଫଟୋ ନଥିଲା।  ଜୟନାରାୟଣ ମିଶ୍ରଙ୍କୁ ସ୍ୱାଗତ ପାଇଁ ଗିରିଶ ପଟେଲ ଆସି ନଥିଲେ। ପାର୍ଟି ଅଫିସ ରେ ଗିରିଶ ଏବଂ ତାଙ୍କ ସମର୍ଥକ ମାନେ ଅନ୍ୟ ପଟେ ଛିଡା ହୋଇଥିଲେ l ସେପଟେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୟ ନାରାୟଣ ମିଶ୍ର ଭିତରକୁ ଗଲା ପରେ ଜିଲ୍ଲା ସଭାପତିଙ୍କୁ ଡାକି ନ ଥିଲେ। ଜିଲ୍ଲା ସଭାପତିଙ୍କୁ ତାଙ୍କ ସମର୍ଥକ ମାନେ ଜବରଦସ୍ତି ଭିତରକୁ ଠେଲିଲା ପରେ ଗିରିଶ ଭିତର କୁ ଯାଇଥିଲେ l ସମ୍ବଲପୁର ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ ପୁରୋହି ଙ୍କୁ ମଧ୍ୟ ଭିତରକୁ ଛଡାଯାଇ ନଥିଯିବାରୁ କିଛି ସମୟ ପାଇଁ ସୁଶାନ୍ତ ଏବଂ ତାଙ୍କ ସମର୍ଥକ ସେଠାରେ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା l