ରେମୁଣା ବିଜେପିରେ ବିଦ୍ରୋହ

1 min read

ବାଲେଶ୍ବର: ରେମୁଣା ବିଜେପିରେ ବିଦ୍ରୋହ । ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ଗୋବିନ୍ଦ ଦାସଙ୍କ ନାମ ଘୋଷଣା କରାଯିବା ପରେ ଭିନ୍ନ ଏକ ଗୋଷ୍ଠୀ ବିରୋଧ କରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋ-ହାଲ୍ଲା କରିଛନ୍ତି । ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡ଼ମେମ୍ବର, ପଞ୍ଚାୟତ ସଭାପତିଙ୍କ ସମେତ ଶତାଧିକ କର୍ମୀ ବିଜେପିର ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଥିବା ଗୋବିନ୍ଦ ଦାସଙ୍କୁ ଘୋର ବିରୋଧ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ନିଷ୍ପତ୍ତିକୁ ପରିବର୍ତ୍ତନ କରିବାକୁ କର୍ମୀମାନେ ଦାବି କରିଛନ୍ତି । ଯଦି ଦଳ ନିଷ୍ପତ୍ତିର ପୁନଃବିଚାର ନକରେ, ତେବେ ହଜାର ହଜାର ବିଜେପି କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ଏହି ଘଟଣା ପରେ ରେମୁଣା ବିଜେପିରେ ହଟଚମଟ ଲାଗି ରହିଛି । ଦଳୀୟ କର୍ମୀଙ୍କ ବିରୋଧ ଯୋଗୁ ରେମୁଣାରେ ବିଜେପି ପ୍ରାର୍ଥୀ ଗୋବିନ୍ଦଙ୍କ ନିର୍ବାଚନ ଫଳାଫଳ ପ୍ରଭାବିତ ହେବା ନିଶ୍ଚିତ ବୋଲି କୁହାଯାଉଛି ।