ଭୁବନେଶ୍ୱର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ଶାବଳ ସାହାଯ୍ୟରେ ପିଟି ଯୁବକଙ୍କୁ ହତ୍ୟା । ତମାଣ୍ଡୋ ଥାନା ସିଭି ରମଣ କଲେଜ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ରାସ୍ତାକଡ଼ରେ ଥିବା ଏକ ଘରୁ ମୃତଦେହ ଜବତ କଲା ପୋଲିସ। ମୃତକଙ୍କ ନାଁ ସୁଶାନ୍ତ ଶତପଥୀ । ସେ ରୋଷେୟା ଭାବେ କାମ କରନ୍ତି । ସେହିଠାରେ ଭଡାରେ ରହୁଥିବା ଆଉ ଜଣେ ରାଜମିସ୍ତ୍ରୀ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ହତ୍ୟା କରିଛି । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ତମାଣ୍ଡୋ ଥାନା ପୋଲିସ। ତେବେ ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ୟୁଜିସି ନେଟ୍ ଅନିୟମିତତା, ସିବିଆଇ ରୁଜୁ କଲା ମାମଲା
ନୂଆଦିଲ୍ଲୀ: ୟୁଜିସି ନେଟ ଅନିୟମିତତା ଘଟଣା । ସିବିଆଇ ରୁଜୁ କଲା ମାମଲା । ଆଇପିସିର ଧାରା ୪୨୦, ୧୨୦- ବି ଅନୁସାରେ ରୁଜୁ ହୋଇଛି ମାମଲା । ଗତକାଲି ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ ନେଇଛି ସିବିଆଇ ।
ବିଭିନ୍ନ ସହରରେ ହୋଇଥିବା ୟୁଜିସି ନେଟ ନେଇ ଅନିୟମିତତା ଅଭିଯୋଗ ଆସିବା ପରେ ପୁଣି ଥରେ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା ।
ନିଟ ଅନିୟମିତତାରେ ଜଡିତ ଦୋଷୀଙ୍କୁ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ନିଟ ଅନିୟମିତତାରେ ଜଡ଼ିତ ଦୋଷୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ବିଦ୍ଯାର୍ଥୀଙ୍କ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ସରକାର । ସ୍ବଚ୍ଛତା, ଡାଟା ପ୍ରୋଟୋକଲ ନେଇ ଶିକ୍ଷା ବିଭାଗ ତତ୍ପର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି, ଜିରୋ ଏରର ପରୀକ୍ଷା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ । ବିଦ୍ଯାର୍ଥୀ ଦେଶର ଭବିଷ୍ଯତ । କୌଣସି ପ୍ରକାର ଅପବାଦକୁ ବରଦାସ୍ତ କରାଯିବ ନାହିଁ । କାର୍ଯ୍ୟାନୁଷ୍ଠାନ ଲାଗି ସମସ୍ତ ପ୍ରମାଣ ଖୋଜାଯାଉଛି । ଗମ୍ଭୀରତାର ସହ ଅନିୟମିତତାକୁ ନିଆଯାଇଛି ।
ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ଧାନ କିଣା ବେଳେ କଟଣି ଛଟଣି ମନା
ଭୁବନେଶ୍ବର: ଧାନ କିଣାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡା ନିର୍ଦ୍ଦେଶ । ଚାଷୀଙ୍କ ଧାନ କିଣିଲା ବେଳେ କୌଣସି ମିଲର କରିପାରିବେନି କଟଣି ଛଟଣି । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣାଯିବ ଧାନ । ସେଥିପାଇଁ ଗଠନ ହୋଇଛି କମିଟି । ଚାଷୀଙ୍କୁ ହଇରାଣ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।
ଏଥିସହିତ ସମସ୍ତ ଯୋଗାଣ ଅଧିକାରୀଙ୍କୁ କ୍ୱାଲିଟି ଓ ମାପଦଣ୍ଡ ଉପରେ ମଧ୍ୟ ଗ୍ରାଉଣ୍ଡକୁ ଯାଇ ତଦାରଖ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କୃଷକ ଓ ଖାଉଟି ଯେମିତି ହଇରାଣ ନହେବେ ସେ ନେଇ ମଧ୍ୟ ଯୋଜନା ହୋଇଛି ।
ସେପଟେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ କଡା ଚେତାବନୀ ଶୁଣାଇଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁ ଅସାଧୁ ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ । ଏହି ସମୟରେ କିଛି ଦିନ ପାଇଁ ପନିପରିବା ଦର କମ ବେଶୀ ହୋଇଥାଏ । ତଥାପି ଜାଣିଶୁଣି ଦରବୃଦ୍ଧି କରି ଲୋକଙ୍କୁ ହଇରାଣ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ନିର୍ଦ୍ଦେଶ ।

