spot_img
Home Blog Page 1915

ବିରୂପା ନଦୀରେ ଭାସି ଯାଇ ଦୁଇଜଣଙ୍କ ମୃତ୍ୟୁ

କଟକ: ଜୀବନ ନେଇଗଲା ବିରୂପା । ନଦୀରେ ଗାଧାଇବା ବେଳେ ଭାସିଯାଇ ଦୁଇଜଣଙ୍କ ମୃତ୍ଯୁ ହୋଇଛି । ମୃତକ ହେଲେ ଚୌଦ୍ଵାର ଖୋର୍ଦ୍ଧା ସାହିର ୨୦ ବର୍ଷୀୟ କୃଷ୍ଣ ଚନ୍ଦ୍ର ସାହୁ ଓ ସେହି ସାହିର ୧୮ ବର୍ଷୀୟ ମୟଙ୍କ ସାହୁ । ଆଜି ସକାଳୁ ଗାଧାଇବା ବେଳେ ଅସାବଧାନତା ବସତଃ ଗୋଡ଼ ଖସି ଯାଇଥିଲା । ଫଳରେ ସେମାନେ ନଦୀର ସ୍ରୋତରେ ପଡ଼ିଯାଇଥିଲେ । ଦୁହିଙ୍କୁ ଉଦ୍ଧାର କରି ସ୍ଥାନୀଯ ଲୋକ କଟକ ଏସସିବିକୁ ନେଇଥିଲେ । ତେବେ ସେଠାରେ ଉଭୟଙ୍କ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତଦେହ ଉଦ୍ଧାରର କରି ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ତଦନ୍ତ କରୁଛି ।

ରଖେ ହରି ତ, ମାରେ କିଏ? ମରଣ ମୁହଁରୁ ବଞ୍ଚିଲେ ଦୁଇ ମହିଳା ଶ୍ରମିକ

କେନ୍ଦୁଝର: ‘ରଖେ ହରି, ତ ମାରେ କିଏ ? ଏହାର ଅର୍ଥ ହେଉଛି ଯଦି ଭଗବାନ ପ୍ରାଣୀକୁ ରକ୍ଷା କରିବାକୁ ଚାହିଁବେ, ତେବେ କୌଣସି ଶକ୍ତି ସେହି ପ୍ରାଣୀର ଜୀବନ ନେଇପାରିବ ନାହିଁ। କେନ୍ଦୁଝର ଜିଲ୍ଲା, ବଡ଼ବିଲ ସହର ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଗୁରୁବାର ଘଟିଥିବା ଏକ ଘଟଣା ଉପରୋକ୍ତ ଉକ୍ତିକୁ ପ୍ରମାଣିତ କରିଛି। ଏହି ଘଟଣାର ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଆଖିକୁ ବିଶ୍ୱାସ ନ ହେଲେ ମଧ୍ୟ ସତ। ମାତ୍ର କେଇ ସେକେଣ୍ଡ ମଧ୍ୟରେ ସିଧାସଳଖ ମୃତ୍ୟୁ ମୁଖରୁ ଦୁଇ ଜଣ ମହିଳା କିପରି ବଞ୍ଚିଯାଉଛନ୍ତି,ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଦୁଇଜଣ ମହିଳା ଶ୍ରମିକ ଏହି ରାସ୍ତା ଅତିକ୍ରମ କରୁଛନ୍ତି । କିଛି ସମୟ ପରେ ଉଭୟ ରାସ୍ତା କଡ଼ରେ ଛିଡ଼ା ହୋଇଛନ୍ତି । ତା’ପରେ ହଠାତ୍ ରାସ୍ତାରେ ଯାଉଥିବା ଏକ ହାଇୱା ଟ୍ରକ୍ ଦୃତ ଗତିରେ ତାଙ୍କ ଉପରକୁ ମାଡ଼ିଯାଇ ପଳାଇ ଯାଉଛି । ଜଣେ ମହିଳା ବାମ ପଟକୁ ଛିଟିକି ପଡ଼ିଥିବା ବେଳେ, ଅନ୍ୟ ମହିଳା ଜଣକ ଗାଡ଼ିର ଠିକ୍ ମଝିରେ ପଡ଼ିଯାଉଛନ୍ତି । ଗାଡ଼ିଟି ଚାଲିଗଲା ପରେ ଉଭୟ କିପରି ରାସ୍ତାରୁ ଉଠୁଛନ୍ତି । ସୌଭାଗ୍ୟ ବଶତଃ ଏଭଳି ଭୟଙ୍କର ଦୁର୍ଘଟଣାରୁ ଉଭୟ ମୃତ୍ୟୁ ମୁଖରୁ ବଞ୍ଚିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହାକୁ ଭଗବାନଙ୍କ ଆଶୀର୍ବାଦ କହିଲେ ଭୂଲ୍ ହେବାନାହିଁ ।

ଏହି ଦୁଇ ମହିଳା ଶ୍ରମିକ ପାଖରେ ଥିବା ଏକ ‘ଶୋ’ ରୁମରେ ଝାଡୁ ପୋଛା କାମକରନ୍ତି । ଏମାନେ ହେଲେ, ଠାକୁରାଣୀ ଅଞ୍ଚଳର ଫୁଲମତି କେରକେଟା ଓ ଦାମୁ ହଟିଂ ର ମମତା ପାତ୍ର । ଫୁଲମତିଙ୍କ ଅଣ୍ଟା ପିଠି ଓ ପଞ୍ଜରାରେ ମାଡ଼ ହୋଇଥିଲା ବେଳେ, ମମତା ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗୋଟିଏ ମୋବାଇଲ ଫୋନ ମଧ୍ୟ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି ।   ମହିଳା ଦ୍ବୟ ଏବେ ଚିକିତ୍ସିତ ହେଉଛନ୍ତି । ସେପଟେ ଗାଡ଼ି ମାଲିକ ଏମାନଙ୍କୁ ମାତ୍ର ୧୦ ହଜାର ଟଙ୍କା ଧରେଇ ଦାୟିତ୍ଵ ସାରି ଦେଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଏମାନଙ୍କୁ ଭଲ ଚିକିତ୍ସା ଯୋଗାଇ ଦେବା ସହିତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି । ଏ ନେଇ ବଡ଼ବିଲ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ, ପୋଲିସ୍ ସିସିଟିଭି ଫୁଟେଜ ଆଧାରରେ ନିଜଆଡୁ କେଶ୍ ଦାଏର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମତ ପ୍ରକାଶପାଇଛି ।

ବଲାଙ୍ଗୀରରେ ବିଜେପି ବିଦ୍ରୋହୀ ଗୋଷ୍ଠୀର ଅଭିଶାପ ସମାବେଶ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ବିଜେପି ବିଦ୍ରୋହୀ ଗୋଷ୍ଠୀର ଅଭିଶାପ ସମାବେଶ । ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଉପରେ ବର୍ଷିଲେ ଦଳର ଅନ୍ଯଗୋଷ୍ଠୀ ନେତା ଅନନ୍ତ ଦାସ । ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଅଭିଶାପ ସମାବେଶ କରିଛନ୍ତି ଅନନ୍ତ ଦାସ ଗୋଷ୍ଠୀ । ବିଜେପିର ସାଂସଦ ପ୍ରାର୍ଥୀ ସଂଗୀତା ସିଂହଦେଓ ଏବଂ ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ବିରୋଧରେ ଅନନ୍ତ ଗୋଷ୍ଠୀ ରଣହୁଙ୍କାର ଦେଇଛନ୍ତି । ବଲାଙ୍ଗୀରରେ କଂଗ୍ରେସ ଯୁକ୍ତ ବିଜେପି ଚାଲିଥିବା କହିଛନ୍ତି ନେତା ଓ କର୍ମୀ । କିଛି ମାସ ତଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ସମୟରେ ରଣକ୍ଷେତ୍ର ପାଲଟିଥିଲା ବଲାଙ୍ଗୀର । ସଙ୍ଗୀତାଙ୍କ ଗୋଷ୍ଠୀର ଗୋପାଳଜୀ ପାଣିଗ୍ରାହୀ ଓ ବଳରାମ ସିଂ ଯାଦବଙ୍କ ଗୋଷ୍ଠୀର ଅନନ୍ତ ଦାସଙ୍କ ମଧ୍ୟରେ ରାସ୍ତାରେ ଘଟିଥିଲା ମାରପିଟ । ବିଜେପି ରାଜ୍ୟ ସଭାପତିଙ୍କ ସାମ୍ନାରେ ରାଜରାସ୍ତା ପାଲଟିଥିଲା ରଣକ୍ଷେତ୍ର । ସେବେଠୁ ଅନନ୍ତ ଓ ଗୋପାଳଜୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି। ଗୋପାଳଜୀଙ୍କୁ ବିଜେପି ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିବା ଅନନ୍ତ  ଦାସ ହଜାର ହଜାର କର୍ମୀଙ୍କୁ ନେଇ  ଶକ୍ତି ପ୍ରଦର୍ଶନ କରିଛନ୍ତି । ଅନନ୍ତଙ୍କ ପ୍ରତି ଦଳ ଅବିଚାର କରିଥିବାରୁ ଦଳୀୟ ପ୍ରାର୍ଥୀଙ୍କୁ ପରାଜିତ କରିବା ପାଇଁ ସଂକଳ୍ପ ନିଆଯାଇଛି ବୋଲି ଅସନ୍ତୁଷ୍ଟ ବିଜେପି ନେତା ସୁବାସ ବେହେରା କହିଛନ୍ତି ।

ଜଟଣୀରେ ବଢ଼ିଲା ବିଜେଡି ବଳ

ଭୁବନେଶ୍ବର: ଜଟଣୀରେ ବଢ଼ୁଛି ବିଜେଡିର ଲୋକପ୍ରିୟତା । ବିଜେପି ଏବଂ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ ଏବଂ ନେତା । ବିଜେଡିରେ ସାମିଲ ହେଲେ ପ୍ରମୋଦ ହରିଚନ୍ଦନ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଥିଲେ ପ୍ରମୋଦ । ପ୍ରମୋଦ ବଳିୟାରସିଂ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । କାଉନସିଲର ଅନିତା ମହାପାତ୍ର, ଇତିଶ୍ରୀ ଦାସ, କୃଷ୍ଣଚନ୍ଦ୍ର ନାୟକ, ମେଣ୍ଢ଼ାଶାଳ ସରପଞ୍ଚ କୌଶଲ୍ୟା ବଳିୟାରସିଂ ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଏହି ମିଶ୍ରଣ ପର୍ବରେ ସାଂସଦ ମାନସ ମଙ୍ଗରାଜ, ଜଟଣୀ ବିଜେଡି ବିଧାୟକ ପ୍ରାର୍ଥୀ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ଏବଂ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ।

ଆସିଲା ବମ୍ଫର ଅଫର !, ଏହି ଦ୍ବୀପରେ ଯିଏ ଛେଳି ଧରିବ ସିଏ ନେବ

ନନ୍ଦିଘୋଷ ବ୍ୟୁରୋ: ଇଟଲିର ଏହି ଦ୍ବୀପରେ ଲାଗିଛି ଅଜବ ଗଜବ ଅଫର୍ । ଇଟଲିର ଏଲିକୁଡ଼ିରେ ଏଭଳି ଅଫର ରହିଛି । ତେବେ ଏହି ଦ୍ବୀପ ୧୦୦ ଛେଳି, ୧୦୦ ଲୋକଙ୍କ ଦ୍ବୀପଭାବେ ବେଶ ପରିଚିତ । ତେବେ ଚଳିତ ବର୍ଷ ଏହି ଦ୍ବୀପରେ ଛେଳିଙ୍କ ସଂଖ୍ୟା ୬ ଗୁଣା ବଢ଼ି ଯାଇଛି । ତେବେ ଏଠାକାର ଛେଳି ଗୁଡ଼ିକ ମଧ୍ୟ ଲୋକମାନଙ୍କ ଉପରେ ଆକ୍ରମଣ କରିଥାନ୍ତି । ସଂଖ୍ୟା ବଢ଼ିବା ଫଳରେ ଏଗୁଡ଼ିକ ବିପଦ ସୃଷ୍ଟି କରିପାରନ୍ତି । ଛେଳି ଗୁଡ଼ିକ ଘରେ ପଶିଯିବା ସହ ବହୁ କ୍ଷତି ମଧ୍ୟ କରିଥାନ୍ତି । ଏଣୁ ଏମାନଙ୍କ ସଂଖ୍ୟା କମାଇବା ପାଇଁ କୁହାଯାଇଛି । ମୁଖ୍ୟତଃ ଆମେ ଛେଳିଙ୍କୁ ଘରେ ପାଳିଥାଉ । ମାତ୍ର ଏଠାରେ ଛେଳି ଗୁଡ଼ିକ ଖୋଲାରେ ବୁଲିଥାନ୍ତି ।  ୨୦ ବର୍ଷ ପୂର୍ବେ ଏଠାକାର ଲୋକେ ଛେଳି ଗୁଡ଼ିକ ଆଣିଥିଲେ । ଏବେ ଖୋଲାରେ ଛାଡ଼ିଥିଲେ । ଛେଳି ଗୁଡ଼ିକ ଏହି ପ୍ରଜାତି କାହାର ମାଲିକାନାରେ ନାହାନ୍ତି ।

ବିଜେଡିରେ ସାମିଲ ହେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଝାରସୁଗୁଡ଼ା: ବିଜେଡିରେ ସାମିଲ ହେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ। ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳିଙ୍କ ନେତୃତ୍ବରେ ସେମାନେ  ଶଙ୍ଖ ଧରିଛନ୍ତି । ଝାରସୁଗୁଡ଼ା କିସାନ ଛକରୁ ବେହେରାମାଲ ଯାଏଁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଛି । ଝାରସୁଗୁଡ଼ା ପୌରାଞ୍ଚଳର ୫୦୦ରୁ ଉର୍ଦ୍ଧ୍ବ କର୍ମୀ ରାଲିରେ ଯୋଗଦେବା ସହ ମିଶ୍ରଣ ପର୍ବରେ ସାମଲ ହୋଇଥିଲେ । ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସେମାନଙ୍କୁ ସ୍ବାଗତ କରିବା ସହ  ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶ ଓ ବିକାଶ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ପାଇଁ  ପରାମର୍ଶ ଦେଇଥିଲେ । ଏହାସହ ବିଜେପିକୁ ଟାର୍ଗେଟ କରି କହିଛନ୍ତି ସେମାନେ କଥାରେ ବିଶ୍ବାସ କରନ୍ତି କାର୍ଯ୍ୟରେ ନୁହେଁ । ଏଥର ଝାରସୁଗୁଡ଼ାରେ ଡବଲ ଶଙ୍ଖ ବାଜିବ।

ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ପାଇବେ ସୁବିଧା, BSKY ପ୍ଯାନେଲଭୁକ୍ତ ହସ୍ପିଟାଲରେ ମିଳିବ ଚିକିତ୍ସା

ନନ୍ଦିଘୋଷ ବ୍ୟୁରୋ: ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ଅଧୀନରେ ପ୍ଯାନେଲଭୁକ୍ତ ହୋଇଥିବା ରାଜ୍ଯର ସମସ୍ତ ଘରୋଇ ହସ୍ପିଟାଲଗୁଡିକୁ ରାଜ୍ଯ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗର ଚିଠି। ସାଧାରଣ ନିର୍ବାଚନ ୨୦୨୪ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ଯଦି ଅଂଶୁଘାତରେ ଅସୁସ୍ଥ ହୁଅନ୍ତି ତେବେ ସେମାନଙ୍କୁ କ୍ଯାସଲେସ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଦିଆଯାଇଛି ନିର୍ଦ୍ଦେଶ। ନିର୍ବାଚନକାଳୀନ ଡ୍ଯୁଟି ସଂକ୍ରାନ୍ତ ନିଯୁକ୍ତି ପତ୍ର ଦାଖଲ କରାଯିବା ପରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ। ରାଜ୍ଯର କୋଟି କୋଟି ଲୋକ ବିଏସକେୱାଇ ଜରିଆରେ ଉପକୃତ ହେଉଥିବାବେଳେ ରାଜ୍ଯ ସରକାର ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଏହାକୁ ଉପବଲ୍ଭ କରାଇଛନ୍ତି।

ଭୋଟରଙ୍କୁ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପଦ୍ମଫୁଲ ଚିହ୍ନ ଥିବା ଘଣ୍ଟା ବାଣ୍ଟୁଥିବା ଅଭିଯୋଗ

ପୁରୀ: ପୁରୀ ଲୋକସଭା କ୍ଷେତ୍ରରେ ନିର୍ବାଚନ ଆଚରଣ ବିଧି ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ଭୋଟରଙ୍କୁ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପଦ୍ମଫୁଲ ଚିହ୍ନ ଥିବା ଘଣ୍ଟା ବାଣ୍ଟୁଥିବା ନେଇ ଅଭିଯୋଗ। ଉପହାର ଦେଇ ଭୋଟରଙ୍କ ମନଜିଣିବାକୁ ପ୍ରୟାସ। ପୁରୀ ଲୋକସଭାର ବିଜେପି ପାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବାଣ୍ଟିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି l ଘଣ୍ଟାରେ ସମ୍ବିତ ପାତ୍ର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ବିଜେପି ନିର୍ବାଚନ ସଙ୍କେତ ପଦ୍ମ ଫୁଲ ଚି଼ହ୍ନ ରହିଛି l ଘଣ୍ଟାର ପ୍ରଲୋଭନ ଦେଖାଇ ସମ୍ବିତ ପାତ୍ର ନିଜର ଓ ବିଜେପିର ପ୍ରଚାର ନିମନ୍ତେ ଏହି ଫର୍ମୁଲା ଆପଣେଇଛନ୍ତି  ଯାହା ଆଇନ ବିରୋଧୀ l ନିର୍ବାଚନ ଆଚରଣ ଵିଧି ଲାଗିଥିବାବେଳେ ବିଜେପି ସାଂସଦ ପ୍ରାର୍ଥୀ ନିଜ ଫଟୋ ଥିବା ଘଣ୍ଟା କିପରି ବଣ୍ଟନ କରୁଛନ୍ତି ଯାହାକୁ ନେଇ ଏବେ ପୁରୀରେ ବିରୋଧ ଦେଖାଦେଇଛି l ଏ ଘଟଣା ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପ୍ରଦାନ କରାଯାଇଛି l ସେପଟେ ଏ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ l ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ବିଜେପି ସାଂସଦ ପ୍ରାର୍ଥୀ।  ପୁରୀ ଲୋକମାନଙ୍କୁ ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ ଭୁଁଆ ବୁଲାଉଛନ୍ତି। ଏହାର ଜବାବ ଚଳିତ ସାଧାରଣ ନିର୍ଵାଚନ ରେ ପୁରୀ ଜନସାଧାରଣ ଦେବେ ବୋଲି କହିଛନ୍ତି ଶୁଭାଶିଷ।

୭୫ ହଜାର ଟଙ୍କା ଛୁଇଁଲା ୨୪ କ୍ୟାରେଟ୍ ସୁନାଦର

ନନ୍ଦିଘୋଷ ବ୍ୟୁରୋ: ରକେଟ ବେଗରେ ବଢୁଛି ସୁନା ଦର। ପୁଣି ବଢିଲା ସୁନା । ୨୪ କ୍ୟାରେଟ୍ ସୁନାଦର ୭୫ ହଜାର ଟଙ୍କା ଛୁଇଁଲା । ଆଗକୁ ଆହୁରି ବଢିବ । ପାର କରିବ ୮୦ ହଜାର । ଲଗାତାର ଭାବେ ଦୁଇମାସ ହେଲାଣି ସୁନା ଦର ବଢିଚାଲିଛି । ଆମେରିକାରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବାକୁ ଋଣ ଉପରେ ସୁଧ କଟ୍ କରୁଛନ୍ତି ସେଠାକାର ସେଣ୍ଟ୍ରାଲ୍ ବ୍ୟାଙ୍କ । ମୁଦ୍ରାସ୍ଫୀତି ମୁକାବିଲା କରିବାକୁ ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ଅନ୍ତରାଷ୍ଟ୍ରୀୟ ବଜାରରୁ ସୁନା କିଣିଚାଲିଛି ।  ଆମେରିକାକୁ ଦେଖି ସୁନା କିଣିଚାଲିଛନ୍ତି ଚୀନ୍ ସେଣ୍ଟାଲ୍ ବ୍ୟାଙ୍କ ଓ ଇଉରୋପିୟାନ୍ ସେଣ୍ଟ୍ରାଲ ବ୍ୟାଙ୍କ । ଏହାସହିତ ଇସ୍ରାଏଲ ଓ ଇରାନ୍କୁ ନେଇ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଯୋଗୁ ସୁନା ବଜାରରେ ତାତି ଲାଗି ରହିଛି । ଖାଲି ସେତିକି ନୁହେଁ, ଡଲାର ତୁଳନାରେ କ୍ରମାଗତ ଭାବେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ମଧ୍ୟ ସୁନା ଦର ବଢୁଛି । ଆଜି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୭ ହଜାର ୨୦୦ ଟଙ୍କା ଥିବାବେଳେ ଆଗକୁ ଏହାର ମୂଲ୍ୟ ୭୦ ହଜାର ଛୁଇଁବା ସମ୍ଭାବନା ରହିଛି । ବିବାହ, ବ୍ରତ ପାଇଁ ସୁନା କିଣାରେ ଲୋକ କିଛିଟା ନିରାଶ ହେଉଛନ୍ତି । ଅନ୍ୟପଟେ ସୁନା ଭଲ ରିଟର୍ଣ୍ଣ ଦେଉଥିବାରୁ କେତେକ ସୁନା କିଣିବାକୁ ଆଗ୍ରହ ଦେଖାଉଛନ୍ତି । ସୁନାକୁ ଦେଖି ରୂପା କିଲୋ ବି ୮୮ ହଜାର ଟଙ୍କାରେ ପହଞ୍ଚିଲାଣି ।

’ପୁଷ୍ପା-୨’ର ମ୍ୟୁଜିକ୍ ରାଇଟ୍ସ ଯେତେ ଟଙ୍କାରେ ବିକ୍ରି ହେଲା ସେତିକି ଟଙ୍କାରେ ନିର୍ମାଣ ହୋଇଥିଲା ଅଜୟ ଦେବଗନଙ୍କ ଏହି ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: ସାଉଥ ଇଣ୍ଡିଆନ ଫିଲ୍ମ ’ପୁଷ୍ପା’ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ହିଟ୍ ହେବା ସହ ଦ୍ବିତୀୟ ଭାଗକୁ ଚାହିଁ ରହିଛନ୍ତି । ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯାହାକି ବେଶ ଭାଇରାଲ ହେବା ସହ ଦର୍ଶକେ ଏହାକୁ ବେଶ ପସନ୍ଦ କରିଛନ୍ତି । ଏପ୍ରିଲ୍ ୮ ତାରିଖରେ ଟିଜର ରିଲିଜ୍ ହୋଇଛି । ତେବେ ଫିଲ୍ମର ମ୍ୟୁଜିକ୍ ରାଇଟ୍ସ କିଣିଛି ଟି-ସିରିଜ୍ । ୬୦ କୋଟି ଟଙ୍କାରେ ଫିଲ୍ମର ସମସ୍ତ ଭାଷାର ମ୍ୟୁଜିକ୍ ରାଇଟ୍ସ କିଣିଛି । ତେବେ ଏହି ବଜେଟରେ ଅଜୟ ଦେବଗନଙ୍କ ସୈତାନ ଫିଲ୍ମ ନିର୍ମାଣ ହୋଇଥିଲା । କୁହାଯାଉଛି କି, ଫିଲ୍ମରେ ଦୁଇଟି ଆଇଟମ୍ ସଙ୍ଗ ରହିଛି । ଏହାସହ ଫିଲ୍ମର ଗୀତ ଗୁଡ଼ିକ ବେଶ ହିଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି ।

ସେପଟେ ଫିଲ୍ମରେ ଏଭଳି ଏକ ସିନ୍ ରହିଛି ଯାହାକୁ ସୁଟିଂ କରିବା ପାଇଁ ୧୦ଦିନ ସମୟ ଲାଗିଥିଲା । ଏହି ସିନଟି ମାତ୍ର ୨ ମିନିଟରୁ ୬ ମିନିଟ ମଧ୍ୟରେ ରହିଛି । ତେବେ ଏହି ସିନର ସୁଟିଂ ପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କୁହାଯାଉଛି କି, ଏହା ସବୁଠାରୁ ହାଇ ବଜେଟ୍ ଫିଲ୍ମ ହେବ । ଏପରିକି ଦର୍ଶକଙ୍କ ମହଲରେ ମଧ୍ୟ ପୁଷ୍ପା ୨ ଅପୂର୍ବ ସଫଳତା ହାସଲ କରିବ ।