spot_img
Home Blog Page 1902

ଆଜି ପବିତ୍ର ଶ୍ରୀରାମ ନବମୀ, ସଜେଇ ହୋଇଛି ଦେଶର ସମସ୍ତ ରାମମନ୍ଦିର

ବ୍ୟୁରୋ ରିପୋର୍ଟ: ଆଜି ପବିତ୍ର ଶ୍ରୀରାମ ନବମୀ। ସଜେଇ ହୋଇଛି ଦେଶର ସମସ୍ତ ରାମମନ୍ଦିର। ସବୁଠି ଶୁଭୁଛି ରାମ ନାମ। ପ୍ରଭୁଙ୍କ ଦର୍ଶନ ପାଇଁ ରାମ ମନ୍ଦିରରେ  ଲାଗିଛି ଭକ୍ତଙ୍କ ଭିଡ଼। ଶ୍ରୀରାମ ନବମୀ ଅବସରରେ ସ୍ବତନ୍ତ୍ର ଭାବେ ସଜେଇ ହୋଇଛି ରାଜ୍ୟକ ସମସ୍ତ ରାମ ମନ୍ଦିର। ରାଜଧାନୀର ରାମ ମନ୍ଦିର ସମେତ ସମସ୍ତ ମଠ ମନ୍ଦିରରେ ହୋଇଛି ବ୍ୟାପକ ବ୍ୟବସ୍ଥା।

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହୋଇଛି। ଶ୍ରୀରାମ ଚରିତ ମାନସ ନବାଙ୍ଗ ପାରାୟଣରେ ପୂର୍ଣ୍ଣାହୁତି ହେବା ପରେ ହୋମ ଯଜ୍ଞ କରାଯିବ। ମଧ୍ୟାହ୍ନ ପରେ ଶ୍ରୀରାମଙ୍କ ଜୟନ୍ତୀ ଆଳତି ହେବ। ପରେ ସନ୍ଧ୍ୟା ଆଳତି କରାଯାଇ ରାତିରେ ଭୋଗ ଆଳତି ଅନୁଷ୍ଠିତ ହେବ। ଏହି ଅବସରରେ ଠାକୁରଙ୍କ ପାଖରେ ପାଞ୍ଚ ମେଳା ଓ ଫଳ ଲାଗି ହେବ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ରାମ ନବମୀ ଲାଗି ସଜେଇ ହୋଇଛି ଅଯୋଧ୍ୟା। ୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମ ଲଲାଙ୍କ ଜନ୍ମୋତ୍ସବ। ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ। ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ।

ବ୍ରହ୍ମପୁର MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର

ବ୍ରହ୍ମପୁର: ବ୍ରହ୍ମପୁର MKCGରେ ବିରଳ ଅସ୍ତ୍ରୋପଚାର। ଏକ ୯ ବର୍ଷର ଶିଶୁର ଏହି ଅସ୍ତ୍ରୋପଚାର କରାଯାଇଛି। ଅନ୍ତଃସ୍ରାବି ଗ୍ରନ୍ଥି ଜନିତ ସମସ୍ଯା ନେଇ ୯ ବର୍ଷର ଶିଶୁ  ହସ୍ପିଟାଲକୁ ଆସିଥିଲା। ଶିଶୁଟିର କ୍ରମାଗତ ଭାବେ ଓଜନ ବଢିବା ସହ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡ଼ିତ ଥିଲା। ଏଥିଲାଗି ଶିଶୁଟିର ଅସ୍ତ୍ରୋପଚାର କରି ଆଡ୍ରେନାଲ ଗ୍ରନ୍ଥି ଦୁଇଟିକୁ ବାହାର କରି ଦିଆଯାଇଛି। ଶିଶୁରୋଗ ବିଭାଗ, ୟୁରୋଲଜି, ଆନାସ୍ଥେସିଆ, ଏଣ୍ଡୋକ୍ରାଇନୋଲଜି ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଶିଶୁ ସର୍ଜନ ଡାକ୍ତର ମାନସ ଦାଶଙ୍କ ନେତୃତ୍ଵରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

ଶିଶୁର ଲାପାରୋସ୍କୋପିକ ଅସ୍ତ୍ରୋପଚାର ଜରିଆରେ ଅପରେସନ ସଫଳ ହୋଇଛି। ଶିଶୁଟି କୁସିଙ୍ଗସ୍ ସିଣ୍ଡୋମ ରୋଗରେ ପୀଡ଼ିତ ଥିଲା। ଅସ୍ତ୍ରୋପଚାର ପରେ ଶିଶୁଟି ଧିରେ ଧିରେ ସୁସ୍ଥ ହେଉଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ୯ ବର୍ଷର ଶିଶୁ ହୋଇଥିବାରୁ ଏହି ଅସ୍ତ୍ରୋପଚାର ଚ୍ଯାଲେଂଜି ଥିଲା ବୋଲି କହିଛନ୍ତି ଡାକ୍ତର ଟିମ।

ଇରାନର ଆଣବିକ କେନ୍ଦ୍ରଗୁଡ଼ିକରେ ଇସ୍ରାଏଲ ହମଲା ଆଶଙ୍କ !

ବ୍ୟୁରୋ ରିପୋର୍ଟ: ଇରାନ ବିରୋଧରେ ଜାରି ହେବ ଆମେରିକୀୟ କଟକଣା। ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ କାର୍ଯ୍ୟକ୍ରମ ଉପରେ ନୂଆ କଟକଣା ଲଗାଇବକୁ ଆମେରିକା ଘୋଷଣା କରିଛି। ଗତ ସପ୍ତାହରେ ଇସ୍ରାଏଲ ଉପରେ ଇରାନର ହମଲା ପରେ ଏହି ନିଷ୍ପତ୍ତି ନେଇଛନ୍ତି ବାଇଡେନ ପ୍ରଶାସନ। ସେପଟେ ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ସହଜରେ ଗ୍ରହଣ କରିିପାରୁନି ଇସ୍ରାଏଲ। ଇରାନ ଉପରେ ଆକ୍ରମଣ ଲାଗି ଇସ୍ରାଏଲ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଇସ୍ରାଏଲ ନିକଟରେ ଥିବା F-16, F-15 ଓ F-35 ଫାଇଟର ଜେଟ ଜରିଆରେ ହମଲା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସେପଟେ ଇରାନର ଆଣବିକ କେନ୍ଦ୍ରଗୁଡ଼ିକରେ ଇସ୍ରାଏଲ ହମଲା କରିପାରେ ବୋଲି ଆଶଙ୍କା ବ୍ଯକ୍ତ କରିଛି ଜାତିସଂଘ । ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏ ପକ୍ଷରୁ ଇରାନରେ ଥିବା ଆଣବିକ କେନ୍ଦ୍ରଗୁଡିକର ତଦାରଖ ଆଜିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନିରାପତ୍ତା ଦୃଷ୍ଟିରୁ ଗତ ରବିବାର ଇରାନ ନିଜର ଆଣବିକ କେନ୍ଦ୍ରଗୁଡିକୁ ବନ୍ଦ କରିଥିବା କୁହାଯାଇଛି।  ଇସ୍ରାଏଲର ସାମରିକ ମୁଖ୍ୟ କହିଛନ୍ତି- ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଦି ନିର୍ଦ୍ଦେଶ ଦିଅନ୍ତି ତେବେ ଏହାର ଜବାବ ଦିଆଯିବ।

ସେପଟେ ଇରାନ କହିଛି- ଯଦି ଇସ୍ରାଏଲ କୌଣସି ଆକ୍ରମଣ କରେ ତେବେ କିଛି ସେକଣ୍ଡ ମଧ୍ଯରେ ଏହାର ଜବାବ ଦିଆଯିବ । ଇସ୍ରାଏଲ ସାମରିକ ମୁଖ୍ଯ ହେରିଜି ହାଲେଭି କହିଛନ୍ତି- ଗତ ଏପ୍ରିଲ ୧୩ ତାରିଖର ଆକ୍ରମଣର ଜବାବ ନେଇ ଇସ୍ରାଏଲ ଚିନ୍ତା କରୁଛି। ସେହିପରି ଇରାନ ରାଜନୈତିକ ବ୍ଯାପାର ଉପବୈଦେଶିକ ମନ୍ତ୍ରୀ ଅଲି ବାଘେରି କାନ୍ କହିଛନ୍ତି- ଇସ୍ରାଏଲ ଯଦି ଆକ୍ରମଣ କରେ ତେବେ ଏହାର ଜବାବ କିଛି ସେକଣ୍ଡ ମଧ୍ୟରେ ଦିଆଯିବ। ସେପଟେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦ୍ବିତୀୟ ଓ୍ବାର କ୍ଯାବିନେଟରେ ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିଛନ୍ତି। ତେଣେ ପେଣ୍ଟାଗନ ପ୍ରେସ ସଚିବ ପାଟ୍ ରାଇଡର କହିଛନ୍ତି- ମଧ୍ଯପ୍ରାଚ୍ୟରେ ସ୍ଥିରତା ଆମେରିକା ଚାହେଁ । ସାମାନ୍ୟ ସ୍ଥିରତା ଆସିବା ପରେ ଇସ୍ରାଏଲରେ ଜାରି ଅନେକ କଟକଣାକୁ ହଟାଇ ଦିଆଯାଇଛି। ସ୍କୁଲ ଖୋଲାଯାଇଥିବା ବେଳେ ବଡ ସମାବେଶ ଉପରେ ଲାଗିଥିବା କଟକଣାକୁ କୋହଳ କରାଯାଇଛି।

ଅନ୍ୟପଟେ ଯୁଦ୍ଧ ସଙ୍କଟ ମଧ୍ଯରେ ସମଦୂରତା ବଜାୟ ରଖିବାକୁ ଚେଷ୍ଟା କରିଛି ଜୋର୍ଡାନ। ପ୍ରଶ୍ନ ଉଠୁଛି ଗାଜା ଉପରେ ଆକ୍ରମଣ ପ୍ରସଙ୍ଗରେ ଇସ୍ରାଏଲକୁ ନିନ୍ଦା କରିଥିବା ଜୋର୍ଡାନ କାହିଁକି ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନକୁ ଧ୍ବଂସ କରିବାକୁ ଆଗେଇ ଆସିଲା। ଜୋର୍ଡାନ ରାଜା ଅବଦୁଲ୍ଲା ଦୁଇ କହିଛନ୍ତି ଆତ୍ମରକ୍ଷା ଲାଗି ତାଙ୍କ ଦେଶ ଇରାନ ଡ୍ରୋନକୁ ଖସାଇଥିଲା। ଡୋର୍ଡାନର ପଡୋଶୀ ସିରିଆ ଓ ଇରାକରେ ଇରାନର ବହୁ ପ୍ରକ୍ସି ଶକ୍ତି କାମ କରୁଛନ୍ତି । ୧୯୪୮ରୁ ୧୯୭୩ ମଧ୍ୟରେ ଜୋର୍ଡାନ ଓ ଇସ୍ରାଏଲ ମଧ୍ୟରେ ଚାରିଟି ଯୁଦ୍ଧ ହୋଇଛି। ୧୯୯୪ରେ ସେମାନଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା। ଡୋର୍ଡାନରେ ପ୍ରାୟ ୩୦ ଲକ୍ଷ ପାଲେଷ୍ଟିନୀୟ ରହୁଛନ୍ତି । ଜୋର୍ଡାନରେ ବି ସିରିଆ ଓ ଇରାକର ପ୍ରାୟ ୧୫ ଲକ୍ଷ ଶରଣାର୍ଥୀ ବାସ କରୁଛନ୍ତି । ଡୋର୍ଡାନର ଅର୍ଥନୀତି, ଭିତ୍ତିଭୂମି କ୍ଷେତ୍ରରେ ଇସ୍ରାଏଲର ପ୍ରମୁଖ ଭୂମିକା ରହିଛି। ପାଣି, ଶକ୍ତି, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଇସ୍ରାଏଲ ଉପରେ ନିର୍ଭର କରୁଛି ଜୋର୍ଡାନ। ଏସବୁ ଦୃଷ୍ଟିରୁ ଜୋର୍ଡାନ ସମଦୂରତା ବଜାୟ ରଖିବାକୁ ଶ୍ରେୟ ମଣିଛି।

ଆଜି ବିଜୁ ବାବୁଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକ, ନିରାଡ଼ମ୍ବର ଭାବେ ପାଳନ କରୁଛି ବିଜେଡି

ଭୁବନେଶ୍ୱର: ସେବା, ତ୍ୟାଗ, ଓଡ଼ିଆ ସ୍ବାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ। କୋଟି କୋଟି ଓଡିଆଙ୍କ ଜାତିପ୍ରାଣ । ମହାନ ରାଷ୍ଟ୍ରନୀତିଜ୍ଞ, କଳିଙ୍ଗର ସ୍ବର୍ଣ୍ଣାଭ ସ୍ବାକ୍ଷର ବିଜୁ ବାବୁ। ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ସେବାର ମୂର୍ତ୍ତିମନ୍ତ ପ୍ରତୀକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଇହଲୀଳା ତ୍ୟାଗକୁ ପୂରିଛି ୨୭ ବର୍ଷ। ତିରୋଧାନ ଦିବସକୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିରାଡମ୍ବର ଭାବେ ପାଳୁଛି ବିଜୁ ଜନତା ଦଳ। ଏହି ଅବସରରେ ବିନ୍ଦୁସାଗର କୂଳରେ ବିଜୁ ବାବୁଙ୍କୁ ବିଜୁ ଜନତା ଦଳ ପକ୍ଷରୁ ତିଳ ତର୍ପଣ ପ୍ରଦାନ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ଦଳର କର୍ମୀ ମାନେ ସାମିଲ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସକାଳୁ ସକାଳୁ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତା ଓ କର୍ମୀମାନେ ସଂକଳ୍ପ ନେଇଛନ୍ତି। ଆଗାମୀ ଦିନରେ ଦଳରେ ଶୃଙ୍ଖଳିତ ହୋଇ ନିସ୍ବାର୍ଥପର ଭାବରେ ବିକଶିତ ଏବଂ ସ୍ବାଭିମାନୀ ଓଡିଶା ଗଠନ କରିବା ପାଇଁ ସମସ୍ତେ ଶପଥ ନେଇଛନ୍ତି। ଏହାଛଡ଼ା ବିଭିନ୍ନ ସ୍ଥାନରେ ସ୍ମୃତିସଭା, ରକ୍ତଦାନ ଶିବିର, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଛି।

ବିଜୁ ବାବୁ ୧୯୧୬, ମାର୍ଚ୍ଚ ୫ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଏକାଧାରରେ ଜଣେ ଦକ୍ଷ ରାଜନେତା, ବିମାନ ଚାଳକ ଓ ଶିଳ୍ପପତି ଥିଲେ। ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ।

ଛତିଶଗଡ଼ରେ ବଡ଼ ଧରଣର ମାଓ ଏନକାଉଣ୍ଟର, ୨୯ ନକ୍ସଲ ନିପାତ

ଛତିଶଗଡ଼: ଛତିଶଗଡ଼ରେ ମାଓ ଦମନ ଅପରେସନକୁ ବଡ଼ ସଫଳତା। କାଙ୍କେର ଜିଲ୍ଲା ଛୋଟାବେଥିଆରେ ଗତକାଲିର ଅପରେସନରେ ନିହତ ହୋଇଛନ୍ତି ୨୯ ମାଓବାଦୀ। ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ଟପ୍ ମାଓ ନେତା ଶଙ୍କର। ଦୁଇ ମାଓନେତ୍ରୀ ଲଳିତା ଓ ମାଧବୀକୁ ମଧ୍ୟ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ମାଓନେତା ଶଙ୍କର ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ସରକାର। ଏହି ଅପରେସନ ପରେ ମାଓ ସଂଗଠନକୁ ବଡ଼ ଧକ୍କା ଲାଗିଛି। ନିହତ ଅନ୍ୟ ମାଓବାଦୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଆଉ ଦିନକ ପରେ ଛତିଶଗଡ଼ରେ ସାଧାରଣ ନିର୍ବାଚନର ଭୋଟ ହେବାକୁ ଥିବାବେଳେ ପୋଲିସକୁ ମିଳିଛି ଏ ସଫଳତା। ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୭ଟି ଏକେ-୪୭ ବନ୍ଧୁକ, ଏଲଏମଜି, କାରବାଇନ, ଥ୍ରୀନଟ୍ ଥ୍ରୀ ବନ୍ଧୁକ ଜବତ ହୋଇଛି। DRG ଏବଂ BSFର ମିଳିତ ଅପରେସନରେ ଏହି ସଫଳତା ମିଳିଛି।

ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ। ଛୋଟେବେଟିଆ ଅନ୍ତର୍ଗତ ବିନାଗୁଣ୍ଡା ଏବଂ କୋରନାର ମଝିରେ ଥିବା ହାପାଟୋଲା ଜଙ୍ଗଲରେ ଘଟିଥିଲା ଏ ସଂଘର୍ଷ।  ଏହି ସର୍ଚ୍ଚ ଅପରେସନରେ ୩ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ହେଲିକପଟର ନିୟୋଜିତ ହୋଇଥିଲା। ବିଗତ ୧୦ ବର୍ଷ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଏହା ସବୁଠାରୁ ବଡ଼ ଅପରେସନ। ଏହା ପୂର୍ବରୁ ୨୦୧୬ରେ ଗ୍ରେହାଉଣ୍ଡ କମାଣ୍ଡୋର ଅପରେସନରେ ୩୦ ନକ୍ସଲ ନିହତ ହୋଇଥିଲେ। ୨୦୨୧ରେ ମାଓନେତା ମିଲିନ୍ଦ ସହ ୨୫ ମାଓବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ। ଚଳିତ ବର୍ଷ ବସ୍ତର ଅଂଚଳରେ ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ୭୯ ମାଓବାଦୀ ନିପାତ ହେଲେଣି। କାଙ୍କେର ଜିଲ୍ଲାରେ ଆସନ୍ତା ୨୬ ତାରିଖରେ ଭୋଟଗ୍ରହଣ ହେବ। ବସ୍ତରରେ ଆସନ୍ତା ୧୯ ତାରିଖରେ ନିଆଯିବ ଭୋଟ।

ନୟାଗଡ଼ରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କ ଜୋରଦାର ପ୍ରଚାର

ନୟାଗଡ଼: ନୟାଗଡ଼ରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କ ଜୋରଦାର ପ୍ରଚାର । ଓଡ଼ଗାଁ ବ୍ଲକ ପରେ ନୟାଗଡ଼ ବ୍ଲକରୁ ପ୍ରଚାର ଆରମ୍ଭ କରିଛନ୍ତି ଅରୁଣ । ଭାଟସାହି ପଞ୍ଚାୟତ ଶିଆଳିଖାଲ ଗାଁ ଠାରୁ ପ୍ରଚାର ଆରମ୍ଭ କରି ଡିଆଁପଡା ପର୍ଯ୍ଯନ୍ତ ଗାଁ କୁ ଗାଁ ବୁଲି କରିଛନ୍ତି ପ୍ରଚାର । ଏଥିସହିତ ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଛନ୍ତି । ରାଜ୍ଯ ସରକାରଙ୍କ ପକ୍ଷରୁ ନୟାଗଡରେ ଶିକ୍ଷା ,ସ୍ଵାସ୍ଥ୍ଯ ଗମନାଗମନ ଆଦି କ୍ଷେତ୍ରରେ ବିକାଶ ହୋଇଛି । ପୁଣି ନୟାଗଡ଼ରେ ବିଜେଡିର ବିଜୟ ହେବ ବୋଲି ଅରୁଣ କହିଛନ୍ତି ।

ସମ୍ବଲପୁରରେ ବିଗିଡ଼ିବ ବିଜେପିର ଅଙ୍କ!

ଭୁବନେଶ୍ବର: ଚର୍ଚ୍ଚାରେ ଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ମିଛ ବାହାସ୍ଫଟ ମାରୁଥିବା ବିଜେପିକୁ ଉଚିତ ଜବାବ ଦେବେ ଅରୁନ୍ଧତୀ ଦେବୀ । ଅରୁନ୍ଧତୀ ଦେବୀ ହେଉଛନ୍ତି ସମ୍ବଲପୁର ସାଂସଦ ତଥା ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ । ଅରୁନ୍ଧତୀ ଆଜି ପଦ୍ମକୁ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି । ତାଙ୍କ ପୂତ୍ର ନମନ ଗଙ୍ଗଦେବ ମଧ୍ୟ ମଙ୍ଗଳବାର ବିଜେଡିରେ ସାମିଲ ହୋଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ସମ୍ବଲପୁର ପର୍ଯ୍ୟବେକ୍ଷକ ଥିବା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଅରୁନ୍ଧତୀ ଦେବୀ ଏବଂ ପୁଅ ନମନ ଗଙ୍ଗଦେବ ବିଜେଡିରେ ସାମିଲ ହୋଇଛନ୍ତି । ୨୦୧୯ରେ ସମ୍ବଲପୁର ସାଂସଦଭାବେ ନିର୍ବାଚିତ ହେବାପରେ ନୀତିଶଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା ।

ଯାହାକି ସମ୍ବଲପୁର ରାଜନୈତିକ ମଇଦାନରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦେବଗଡ଼ରୁ ବିଧାୟକ ରହି ସାରିଥିବା ନିତେଶଙ୍କ ସମ୍ବଲପୁର ଏବଂ ଦେବଗଡ଼ରେ ସଂଗଠନ ସୁଦୃଢ଼ ଥିଲା । ଏଣୁ ତାଙ୍କୁ ବିଜେପି ଟିକେଟ ଦେବ ବୋଲି ଆଶା କରାଯାଉଥିଲା । ମାତ୍ର ଦଳ ତାଙ୍କୁ ଏକପ୍ରକାର କୋଣଠେସା ହୋଇ ରହୁଥିଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ନୀତେଶଙ୍କ ପତ୍ନୀ ତଥା ଦେବଗଡ଼ର ରାଣୀ ଅରୁନ୍ଧତୀ ଦେବୀ ମଙ୍ଗଳବାର ନବୀନ ନିବାସରେ ବିଜେଡିରେ ସାମିଲ ହେବା ବିଜେପିର ଅନ୍ଦର ମହଲ ପାଇଁ ବେଶ ଚିନ୍ତାର କାରଣ ପାଲଟିଛି । ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ବିଜେପିର ଅଙ୍କକୁ ବିଗାଡ଼ି ଦେଇଛନ୍ତି ଅରୁନ୍ଧତୀ ଦେବୀ ।

ନୀତେଶଙ୍କ ସହ ଅରୁନ୍ଧତୀଙ୍କର ମଧ୍ୟ ପଶ୍ଚିମ ଓଡ଼ିଶାରେ ବେଶ ଦବଦବା ରହିଛି । ଲୋକ ସମର୍ଥନ ତାଙ୍କ ପରିବାର ପ୍ରତି ରହିଥିବାବେଳେ ବିଜେପି କିନ୍ତୁ ଏହାକୁ ଗୁରୁତ୍ବ ଦେଇନଥିଲା । ଯାହାକି ଏବେ ବିଜେପି ପାଇଁ ବୁମେରାଂ ହେବ । ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଛି । ନିଜର ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି ଅରୁନ୍ଧତୀ । ଆଉ ଏବେ ବିଜେଡିରେ ଅରୁନ୍ଧତୀ ସାମିଲ ହେବା ପରେ ଧର୍ମେନ୍ଦ୍ରଙ୍କ ବିରୋଧରେ କରିବେ ପ୍ରଚାର । ଯାହାକି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହେବ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନୀତେଶଙ୍କ ସହ ଅରୁନ୍ଧତୀଙ୍କ ଲୋକସମ୍ପର୍କ ରହିଥିବାବେଳେ ଏହା ବିଜେଡି ପାଇଁ ପ୍ଲସ ପଏଣ୍ଟ ହେବ । ସମ୍ବଲପୁରରୁ ବିଜେଡି ପ୍ରାର୍ଥୀ ହୋଇଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସପକ୍ଷରେ ପ୍ରଚାର କରିବେ ଅରୁନ୍ଧତୀ ।

ବିଜେଡିରେ ଯୋଗଦେଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ

ଭୁବନେଶ୍ବର: ବିଜୁ ଜନତା ଦଳରେ ସାମିଲ ହେଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ । ସମ୍ବଲପୁର ସାଂସଦ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ମୁଖ୍ଯମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅରୁନ୍ଧତୀଙ୍କ ସହ ତାଙ୍କ ପୁଅ ନମନ ଗଙ୍ଗଦେବ ବି ବିଜେଡିରେ ମିଶିଛନ୍ତି । ଅପରାହ୍ମରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଅନେକଦିନ ଧରି ତାଙ୍କ ସାଂସଦ ସ୍ବାମୀଙ୍କୁ ବିଜେପିରେ ଏକଘରିକିଆ କରାଯାଇଥିବାରୁ ଅସନ୍ତୁଷ୍ଟ ଥିଲେ ଅରୁନ୍ଧତୀ । ଏହାସହ ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା ।

ସମ୍ବଲପୁର ସଂଘର୍ଷରେ କିଏ ହେବ ବିଜୟୀ?

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ସବୁ ସମୟରେ ରାଜ୍ୟରେ ଫୋକସରେ ଥାଏ । କାରଣ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଏହି ନିର୍ବାଚନ ମଣ୍ଡଳୀ ଦୀର୍ଘ ସମୟ ବିଜେପି ଦଳର ବରିଷ୍ଠ ନେତା ଜୟ ନାରାୟଣଙ୍କ ଦବ ଦବା ଏଠାରେ ଦେଖିବାକୁ ମିଳିଥାଏ l ୨୦୧୪ ରେ ବିଜୁ ଜନତା ଦଳ ପ୍ରାର୍ଥୀ ରାସେଶ୍ବରୀ ପାଣିଗ୍ରାହୀ ବିଜେପିର ଗଡକୁ ଧସେଇ ପଶି ବିଜୟର ଧ୍ବଜା ଉଡଇଥିଲେ । ସେପଟେ ୧୯୯୫ ପରଠୁ ଏଠାରେ କଂଗ୍ରେସ ସେତେଟା ଭଲ ରେଜଲ୍ଟ କରିପାରିନଥୁବାବେଳେ ଚଳିତ ନିର୍ବାଚନରେ ବିଜେଡି ବରିଷ୍ଠ ବିଜେଡି ନେତା ପ୍ରଶନ୍ନ ଆଚାଯ୍ୟଙ୍କୁ ପ୍ରାର୍ଥୀ କରିଥିବାରୁ ଗୋଟିଏ ଚର୍ଚା ଏଥର ଜିତିବ ବିଜେଡି।

ସମ୍ବଲପୁର ସହର , ଵୁର୍ଲା ଓ  ହୀରାକୁଦକୁ ନେଇ ୧୯୫୧ ମସିହାରେ ଗଠିତ ହୋଇଥିଲା ସମ୍ବଲପୁର ନିର୍ବାଚନ ମଣ୍ଡଳି । ସମ୍ବଲପୁର ନିର୍ବାଚନ ମଣ୍ଡଳିର  ମୋଟ ଭୋଟର ସଂଖ୍ୟ  ୨ ଲକ୍ଷ ୭୬  ହଜାର ୯୩୭  ଜଣ ଥିବାବେଳେ ପୁରୁଷ ଭୋଟର ହେଉଛନ୍ତି ୧ ଲକ୍ଷ ୩୯ ହଜାର ୧୯୬ । ମହିଳା ଭୋଟର ହେଲେ ୧ ଲକ୍ଷ ୩୭ ହଜାର ୭୪୧ । ୨୦୦୯ ରେ ବିଜେପି ପ୍ରାର୍ଥୀ ଜୟ ନାରାୟଣ  ୩୪ ହଜାର ୧୧୦ ଖଣ୍ଡ ଭୋଟ ପାଇ  କଂଗ୍ରେସ ପ୍ରାର୍ଥୀ ସୁରେଶ୍ବର ମିଶ୍ରଙ୍କୁ ହରାଇ ପୁଣିଥରେ ବିଧାୟକ ହୋଇଥିଲେ ଜୟ ନାରାୟଣ । ମାତ୍ର  ୨୦୧୪ ରେ କାମ କଲାନି ଜୟଙ୍କ ଜାଦୁ କାରଣ ରାଜ୍ୟ ସରକାରଙ୍କ ବିକାଶକୁ ମୁଦ୍ଦାକରି ନିର୍ବାଚନକୁ ଓହ୍ଲାଇଲେ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ସେହିବର୍ଷ ସର୍ବାଧିକ ୪୮ ହଜାର ୩୬୨ ଖଣ୍ଡ ଭୋଟ ପାଇ ବିଜୟ ର ବାନା ଉଡାଇଥିଲା ବିଜୁ ଜନତା ଦଳ । ଜୟ ନାରାୟଣଙ୍କୁ  ମିଳିଥିଲା ମାତ୍ର ୩୮ ହଜାର ୪୦୪ ଖଣ୍ଡ ଭୋଟ ଓ କଂଗ୍ରେସର ଅଶ୍ବିନୀ ପୂଜାରୀ ମାତ୍ର ୧୧ ହଜାର ୬୫୨ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହୋଇଥିଲେ। ଗତ ନିର୍ବାଚନରେ ଯେହେତୁ ଜୟନାରାୟଣ ଲୋକଙ୍କ ପାଖରେ ପହଞ୍ଚି ନାହାନ୍ତି ତେଣୁ ଚଳିତ ନିର୍ବାଚନ ସେଭଳି ଭୁଲ କରିବେନାହି ବୋଲି କୁହନ୍ତି ସହରବାସୀ । ଯାହାର ଦେଖାନାହିଁ ତାକୁ ଭୋଟ ଦେବୁନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ ।

କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ଦମ ଦେଖାଇବ ବିଜୁ ଜନତା ଦଳ କାରଣ ସମ୍ବଲପୁର ନିର୍ବାଚନ ମଣ୍ଡଳିରେ ଲୋକଙ୍କ ପାଖକୁ ଯାଇ ଲୋକଙ୍କ କଥା ବୁଝିଛି ଦଳ ୫ ବର୍ଷ ହୋଇଗଲା ଜୟ ନାରାୟଣ ଜିତିବା ପରେ ଲୋକଙ୍କ ସୁଖ ଦୁଖ ବୁଝିନଥିବାବେଳେ ଏଥର ବିଜେଡିକୁ ଜନ ସମର୍ଥନ ମିଳିବ । ସମ୍ବଲପୁର ବାସୀଙ୍କ ସାମଗ୍ରିକ ବିକାଶ ଦିଗରେ କାମ କରିଛନ୍ତି ରାଜ୍ୟ ସରକାର । ମା  ସମଲେଇ ମନ୍ଦିରର ସୌନ୍ଦଯ୍ୟକରଣ ସମଲେଇ ଯୋଜନା ହେଉ କି ରାସ୍ତାଘାଟ ହେଉ କି ଶିକ୍ଷା ସ୍ବାସ୍ଥ୍ୟ ଓ ଗମନା ଗମନର ବିକାଶ । ସବୁ କ୍ଷେତ୍ରରେ ଅନେକ କାମ କରିଛନ୍ତି ରାଜ୍ୟ ସରକାର ତେଣୁ ଜନ ସମର୍ଥନ ବିଜୁ ନଜତା ଦଳ ଆଡକୁ ଯିବା ବାରି ହୋଇପଡିଲାଣି । ଏଥର ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ଆଚାଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେଡି ତେଣୁ ସବୁଆଡେ ଗୋଟିଏ ଚର୍ଚା ଏଥର ସମ୍ବଲପୁରରେ  ବିଜେଡିର ହେବ ବଡ ବିଜୟ। ସେପଟେ ଚଳିତ ନିର୍ବାଚନ ପାଇ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନକୁ ଓହେଇଛନ୍ତି ଦୁର୍ଗାପ୍ରସାଦ ପାଢୀ ।

ପୋଲସରା ଲଢ଼େଇରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ। ଆସିକା ଲୋକସଭା କ୍ଷେତ୍ରର ବିଧାନସଭା ମଣ୍ଡଳୀ ପୋଲସରା। ଏଠାରେ ଦ୍ବିତୀୟ ପର୍ଯ୍ୟାୟ ତଥା ମେ ୨୦ ତାରିଖରେ ହେବ ମତଦାନ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ଏଠାରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ। ପ୍ରଚାର ମଇଦାନରେ ତିନି ଦଳର ପ୍ରାର୍ଥୀ । ବିଜେଡି ଏଠାରେ ଶ୍ରୀକାନ୍ତ ସାହୁଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରି ତୃତିୟ ଥର ପାଇ ନିର୍ବାଚିତ ଲଢ଼ିବାକୁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ବିଜେପି ମଧ୍ୟ ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ଗୋକୁଳାନନ୍ଦ ମଲ୍ଲିକଙ୍କୁ ରିପିଟ୍ କରିଛି । ହେଲେ କଂଗ୍ରେସ ଦେଇଛି ନୂଆ ମୁହଁ । ଆଇନଜୀବୀ ଅଗସ୍ଥି ବରାଡଙ୍କୁ ପ୍ରାର୍ଥି କରିଛି କଂଗ୍ରେସ । ତିନି ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଥିବା ବେଳେ ବିଜୁ ଜନତାଦଳର ପ୍ରାର୍ଥି ପ୍ରଚାର ରେ ଆଗୁଆ ରହିଛି ।

ଦିର୍ଘ  ୧୦ ବର୍ଷ ଧରି ପୋଲସରା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ଯୋଡି ହୋଇ ରହିବା, ଅଞ୍ଚଳର ବିକାଶର ସାରଥି ହେବା,  ରାଜ୍ଯ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଭଳି କାଯ୍ୟ କରିଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ । ରାଜ୍ୟ ସରକାରଙ୍କର ବିକାଶର କାର୍ଯ୍ୟକୁ ନେଇ ଲୋକଙ୍କ ନିକଟତର ହେଉଛି ବିଜେଡି। ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ୮୦ହଜାର ୪୬୩ ଭୋଟ ପାଇ ବିଜୟୀ ହେଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟିର ଗୋକୁଳା ନନ୍ଦ ମଲ୍ଲିକ ୬୭ହଜାର ୭୨୪ ଭୋଟ ପାଇଥିଲେ । କଂଗ୍ରେସ ହରି ଚରଣ ସ୍ୱାଇଁ ପାଇଥିଲେ ୩ହଜାର ୪୯୩ ଭୋଟ । ପୋଲସରା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୯୮ ହଜାର ୯୧୯ ।