ସମ୍ବଲପୁର ସଂଘର୍ଷରେ କିଏ ହେବ ବିଜୟୀ?

1 min read

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ସବୁ ସମୟରେ ରାଜ୍ୟରେ ଫୋକସରେ ଥାଏ । କାରଣ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଏହି ନିର୍ବାଚନ ମଣ୍ଡଳୀ ଦୀର୍ଘ ସମୟ ବିଜେପି ଦଳର ବରିଷ୍ଠ ନେତା ଜୟ ନାରାୟଣଙ୍କ ଦବ ଦବା ଏଠାରେ ଦେଖିବାକୁ ମିଳିଥାଏ l ୨୦୧୪ ରେ ବିଜୁ ଜନତା ଦଳ ପ୍ରାର୍ଥୀ ରାସେଶ୍ବରୀ ପାଣିଗ୍ରାହୀ ବିଜେପିର ଗଡକୁ ଧସେଇ ପଶି ବିଜୟର ଧ୍ବଜା ଉଡଇଥିଲେ । ସେପଟେ ୧୯୯୫ ପରଠୁ ଏଠାରେ କଂଗ୍ରେସ ସେତେଟା ଭଲ ରେଜଲ୍ଟ କରିପାରିନଥୁବାବେଳେ ଚଳିତ ନିର୍ବାଚନରେ ବିଜେଡି ବରିଷ୍ଠ ବିଜେଡି ନେତା ପ୍ରଶନ୍ନ ଆଚାଯ୍ୟଙ୍କୁ ପ୍ରାର୍ଥୀ କରିଥିବାରୁ ଗୋଟିଏ ଚର୍ଚା ଏଥର ଜିତିବ ବିଜେଡି।

ସମ୍ବଲପୁର ସହର , ଵୁର୍ଲା ଓ  ହୀରାକୁଦକୁ ନେଇ ୧୯୫୧ ମସିହାରେ ଗଠିତ ହୋଇଥିଲା ସମ୍ବଲପୁର ନିର୍ବାଚନ ମଣ୍ଡଳି । ସମ୍ବଲପୁର ନିର୍ବାଚନ ମଣ୍ଡଳିର  ମୋଟ ଭୋଟର ସଂଖ୍ୟ  ୨ ଲକ୍ଷ ୭୬  ହଜାର ୯୩୭  ଜଣ ଥିବାବେଳେ ପୁରୁଷ ଭୋଟର ହେଉଛନ୍ତି ୧ ଲକ୍ଷ ୩୯ ହଜାର ୧୯୬ । ମହିଳା ଭୋଟର ହେଲେ ୧ ଲକ୍ଷ ୩୭ ହଜାର ୭୪୧ । ୨୦୦୯ ରେ ବିଜେପି ପ୍ରାର୍ଥୀ ଜୟ ନାରାୟଣ  ୩୪ ହଜାର ୧୧୦ ଖଣ୍ଡ ଭୋଟ ପାଇ  କଂଗ୍ରେସ ପ୍ରାର୍ଥୀ ସୁରେଶ୍ବର ମିଶ୍ରଙ୍କୁ ହରାଇ ପୁଣିଥରେ ବିଧାୟକ ହୋଇଥିଲେ ଜୟ ନାରାୟଣ । ମାତ୍ର  ୨୦୧୪ ରେ କାମ କଲାନି ଜୟଙ୍କ ଜାଦୁ କାରଣ ରାଜ୍ୟ ସରକାରଙ୍କ ବିକାଶକୁ ମୁଦ୍ଦାକରି ନିର୍ବାଚନକୁ ଓହ୍ଲାଇଲେ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ସେହିବର୍ଷ ସର୍ବାଧିକ ୪୮ ହଜାର ୩୬୨ ଖଣ୍ଡ ଭୋଟ ପାଇ ବିଜୟ ର ବାନା ଉଡାଇଥିଲା ବିଜୁ ଜନତା ଦଳ । ଜୟ ନାରାୟଣଙ୍କୁ  ମିଳିଥିଲା ମାତ୍ର ୩୮ ହଜାର ୪୦୪ ଖଣ୍ଡ ଭୋଟ ଓ କଂଗ୍ରେସର ଅଶ୍ବିନୀ ପୂଜାରୀ ମାତ୍ର ୧୧ ହଜାର ୬୫୨ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହୋଇଥିଲେ। ଗତ ନିର୍ବାଚନରେ ଯେହେତୁ ଜୟନାରାୟଣ ଲୋକଙ୍କ ପାଖରେ ପହଞ୍ଚି ନାହାନ୍ତି ତେଣୁ ଚଳିତ ନିର୍ବାଚନ ସେଭଳି ଭୁଲ କରିବେନାହି ବୋଲି କୁହନ୍ତି ସହରବାସୀ । ଯାହାର ଦେଖାନାହିଁ ତାକୁ ଭୋଟ ଦେବୁନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ ।

କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ଦମ ଦେଖାଇବ ବିଜୁ ଜନତା ଦଳ କାରଣ ସମ୍ବଲପୁର ନିର୍ବାଚନ ମଣ୍ଡଳିରେ ଲୋକଙ୍କ ପାଖକୁ ଯାଇ ଲୋକଙ୍କ କଥା ବୁଝିଛି ଦଳ ୫ ବର୍ଷ ହୋଇଗଲା ଜୟ ନାରାୟଣ ଜିତିବା ପରେ ଲୋକଙ୍କ ସୁଖ ଦୁଖ ବୁଝିନଥିବାବେଳେ ଏଥର ବିଜେଡିକୁ ଜନ ସମର୍ଥନ ମିଳିବ । ସମ୍ବଲପୁର ବାସୀଙ୍କ ସାମଗ୍ରିକ ବିକାଶ ଦିଗରେ କାମ କରିଛନ୍ତି ରାଜ୍ୟ ସରକାର । ମା  ସମଲେଇ ମନ୍ଦିରର ସୌନ୍ଦଯ୍ୟକରଣ ସମଲେଇ ଯୋଜନା ହେଉ କି ରାସ୍ତାଘାଟ ହେଉ କି ଶିକ୍ଷା ସ୍ବାସ୍ଥ୍ୟ ଓ ଗମନା ଗମନର ବିକାଶ । ସବୁ କ୍ଷେତ୍ରରେ ଅନେକ କାମ କରିଛନ୍ତି ରାଜ୍ୟ ସରକାର ତେଣୁ ଜନ ସମର୍ଥନ ବିଜୁ ନଜତା ଦଳ ଆଡକୁ ଯିବା ବାରି ହୋଇପଡିଲାଣି । ଏଥର ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ଆଚାଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେଡି ତେଣୁ ସବୁଆଡେ ଗୋଟିଏ ଚର୍ଚା ଏଥର ସମ୍ବଲପୁରରେ  ବିଜେଡିର ହେବ ବଡ ବିଜୟ। ସେପଟେ ଚଳିତ ନିର୍ବାଚନ ପାଇ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନକୁ ଓହେଇଛନ୍ତି ଦୁର୍ଗାପ୍ରସାଦ ପାଢୀ ।