ବ୍ରହ୍ମପୁର MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର

1 min read

ବ୍ରହ୍ମପୁର: ବ୍ରହ୍ମପୁର MKCGରେ ବିରଳ ଅସ୍ତ୍ରୋପଚାର। ଏକ ୯ ବର୍ଷର ଶିଶୁର ଏହି ଅସ୍ତ୍ରୋପଚାର କରାଯାଇଛି। ଅନ୍ତଃସ୍ରାବି ଗ୍ରନ୍ଥି ଜନିତ ସମସ୍ଯା ନେଇ ୯ ବର୍ଷର ଶିଶୁ  ହସ୍ପିଟାଲକୁ ଆସିଥିଲା। ଶିଶୁଟିର କ୍ରମାଗତ ଭାବେ ଓଜନ ବଢିବା ସହ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡ଼ିତ ଥିଲା। ଏଥିଲାଗି ଶିଶୁଟିର ଅସ୍ତ୍ରୋପଚାର କରି ଆଡ୍ରେନାଲ ଗ୍ରନ୍ଥି ଦୁଇଟିକୁ ବାହାର କରି ଦିଆଯାଇଛି। ଶିଶୁରୋଗ ବିଭାଗ, ୟୁରୋଲଜି, ଆନାସ୍ଥେସିଆ, ଏଣ୍ଡୋକ୍ରାଇନୋଲଜି ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଶିଶୁ ସର୍ଜନ ଡାକ୍ତର ମାନସ ଦାଶଙ୍କ ନେତୃତ୍ଵରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

ଶିଶୁର ଲାପାରୋସ୍କୋପିକ ଅସ୍ତ୍ରୋପଚାର ଜରିଆରେ ଅପରେସନ ସଫଳ ହୋଇଛି। ଶିଶୁଟି କୁସିଙ୍ଗସ୍ ସିଣ୍ଡୋମ ରୋଗରେ ପୀଡ଼ିତ ଥିଲା। ଅସ୍ତ୍ରୋପଚାର ପରେ ଶିଶୁଟି ଧିରେ ଧିରେ ସୁସ୍ଥ ହେଉଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ୯ ବର୍ଷର ଶିଶୁ ହୋଇଥିବାରୁ ଏହି ଅସ୍ତ୍ରୋପଚାର ଚ୍ଯାଲେଂଜି ଥିଲା ବୋଲି କହିଛନ୍ତି ଡାକ୍ତର ଟିମ।