spot_img
Home Blog Page 1901

ବିଜେପି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ବେଳେ ରକ୍ତମୁଖା ହୋଇପଡ଼େ ବିଜେପି। ଏହାର ପ୍ରମାଣ ବିଗତ ଦିନରେ ଅନେକ ବାର ରାଜ୍ୟବାସୀ ଦେଖିଛନ୍ତି। ସେହି ଦଳର ନେତା ହିମାଂଶୁ ଶେଖର ସାହୁ, ଯିଏକି ଦଳରୁ ଟିକେଟ ନପାଇ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି, ସେ ମଧ୍ୟ ଏଭଳି କାମ କରିବାରୁ ବାଦ୍ ପଡ଼ିନାହାନ୍ତି।

ତାଙ୍କ ବିରୋଧରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି। ଗତକାଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକ ଓସରା ଛକ ନିକଟରେ ରାଲିରେ ଯାଉଥିବା ବେଳେ ଏକ ଧଳା ରଙ୍ଗର ସ୍କର୍ପିଓ ଅତର୍କିତ ଭାବେ ସାମ୍ନାପଟୁ ମାଡ଼ିଆସିଥିଲା । କିଛି ବୁଝିବା ପୂର୍ବରୁ ୧୦ରୁ ଅଧିକ ବାଇକ ଉପରେ ମାଡ଼଼ିଯାଇଥିଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ବିଜେଡି କର୍ମୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି।

ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସ୍ୱାଧୀନ ଭାବେ ଲଢ଼ୁଥିବା ହିମାଂଶୁ ଶେଖର ସାହୁ, ଯାହାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଆର୍ମସ ଆକ୍ଟରେ ଅନେକ ଅପରାଧିକ ମାମଲା ରହିଛି । ତାଙ୍କରି ପ୍ରରୋଚନାରେ ଏଭଳି ଘଟଣା ଘଟିଥିବାର ପ୍ରମାଣ ମିଳିଛି। ଏଣୁ ଏଭଳି ଲୋକଙ୍କ ସ୍ଥାନ ବାହାରେ ନୁହେଁ, ଜେଲର ଚାରି କାନ୍ଥ ଭିତରେ ବୋଲି କହିଛି ବିଜେଡି। ଏ ଦିଗରେ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦାବି କରିଛି।

ପଥର ଖଣିରେ ଭୂସ୍ଖଳନ; ୧୦ ମୃତ, ଫସି ରହିଛନ୍ତି ବହୁ ଲୋକ

ଆଇଜଲ: ବାତ୍ୟା ରେମାଲ୍ ପରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ମିଜୋରାମର ଆଇଜଲ ଜିଲ୍ଲାରେ ପଥର ଖଣିରେ ଭୂସ୍ଖଳନ ହୋଇଛି । ଯାହା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ।

ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଉଦ୍ଧାର ପାଇଁ ସମସ୍ତ ଉଦ୍ୟମ ଚାଲିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଅପରେସନ୍ ବାଧାପ୍ରାପ୍ତ ହେଉଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅନିଲ ଶୁକ୍ଲା କହିଛନ୍ତି।

ତେବେ ସମସ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ ରଖାଯାଇଥିବାବେଳେ ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ଭୂସ୍ଖଳନ ଯୋଗୁଁ ଅନେକ ରାଜପଥ ଏବଂ ମୁଖ୍ୟ ରାସ୍ତା ମଧ୍ୟ ବ୍ୟାହତ ହୋଇଛି ବୋଲି ଅଧିକାରୀ କହିଛନ୍ତି। ହଣ୍ଟାର ସ୍ଥିତ ଜାତୀୟ ରାଜପଥ ରେ ଭୂସ୍ଖଳନ ହେତୁ ଆଇଜଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଭୂସ୍ଖଳନ ଯୋଗୁଁ ଅନେକ ରାଜପଥ ଏବଂ ମୁଖ୍ୟ ରାସ୍ତାରେ ମଧ୍ୟ ଚଳାଚଳ ବ୍ୟାହତ ହୋଇଛି।

ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲାଲଡୁହୋମା ଏକ ଜରୁରୀ ବୈଠକ ଡକାଇଛନ୍ତି । ଉଲ୍ଲେଖଯୋଗ୍ୟ, ବାଂଲାଦେଶ ଉପକୂଳରେ ବାତ୍ୟାରେମାଲଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିଥିଲା ଏହି ଘଟଣାରେ ଏଯାବତ୍ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି

ତେବେ ଘଣ୍ଟା ପ୍ରତି ୧୩୦କିମି ବେଗରେ ପବନ ସହ ପଶ୍ଚିମବଙ୍ଗ ବାଂଲା ଉପକୂଳରେ ରଚିଥିଲା ତାଣ୍ଡବ ଘଟଣାରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି। ବାଂଲାଦେଶରେ ପ୍ରାୟଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ରେମାଲ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିବା।

ବିଜେପି ଛାଡ଼ି ବିଜେଡିରେ ମିଶିଲେ ଭଦ୍ରକ ଜିଲ୍ଲା ମହିଳା ସଭାନେତ୍ରୀ ହରପ୍ରିୟା ସାହୁ

ଭୁବନେଶ୍ୱର: ବିଜେଡିରେ ମିଶିଲେ ଭଦ୍ରକ ଜିଲ୍ଲାର ମହିଳା ସଶକ୍ତୀକରଣର ପ୍ରତୀକ ହରପ୍ରିୟା ସାହୁ। ବିଜେପି ଛାଡ଼ି ହରପ୍ରିୟା ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର।

ବିଜେପି ଭଦ୍ରକ ଜିଲ୍ଲା ମହିଳା ସଭାନେତ୍ରୀ ଥିଲେ ହରପ୍ରିୟା ସାହୁ। ତାଙ୍କ ମିଶ୍ରଣ ଦ୍ୱାରା ବିଜେଡି ଭଦ୍ରକ ଜିଲ୍ଲାରେ ଶକ୍ତିଶାଳୀ ହେବା ସହ ସବୁ ସିଟ୍ ଜିତିବ। ବିଜେଡି କନ୍ଧମାଳ ପର୍ଯ୍ୟବେକ୍ଷକ ବିଜୟ ନାୟକ କହିଛନ୍ତି। ବିଜେପିରେ ମହିଳାଙ୍କ ସମ୍ମାନ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ସେ ସାମିଲ ହୋଇଛନ୍ତି।

ବିଜେପିରୁ କାଲି ଇସ୍ତଫା ଦେଇଥିବା କହିଛନ୍ତି ହରପ୍ରିୟା। ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି। ବିଜେପିର କିଛି ବିଚାର ଧାରା ନାହିଁ। ମହିଳାଙ୍କ ସମ୍ମାନ ନାହିଁ। କେବଳ ପ୍ରଚାର ପାଇଁ ମହିଳାଙ୍କୁ ଲଗାଉଛି ବିଜେପି।

ଆସାମ ମୁଖ୍ଯମନ୍ତ୍ରୀ ମୁହଁ ଖୋଲିଲେ ଖାଲି ବକବାସ୍ କରୁଛନ୍ତି: ସସ୍ମିତ ପାତ୍ର

ଭୁବନେଶ୍ୱର: ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ନେଇ ବିଜେପିକୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କଟାକ୍ଷ। ସସ୍ମିତ କହିଛନ୍ତି, ହିମନ୍ତ ବିଶ୍ବଶର୍ମା ରାଜନୀତିର ଜଣେ ଜୋକର। ସେ ସବୁବେଳେ ହାସ୍ଯାସ୍ପଦ କଥା କହୁଛନ୍ତି, ମୁହଁ ଖୋଲିଲା ମାତ୍ରେ ବକ୍ ବାସ୍ କରୁଛନ୍ତି। ସେ ଓଡ଼ିଶାରେ ରହି ଯେତେ ପ୍ରଚାର କରିବେ, ବିଜେପି ସେତେ ବଡ଼ ମାର୍ଜିନରେ ହାରିବ। ଅମାନତ ବି ହରାଇବ।

ବିଜେପିକୁ ଆମର ଆଉ ଥରେ ଅନୁରୋଧ ଯେ, ମେ ୩୦ ଯାଏ ହିମନ୍ତ ବିଶ୍ବଶର୍ମାଙ୍କୁ ଓଡ଼ିଶାରେ ପ୍ରଚାର ପାଇଁ ରଖୁ ବିଜେପି। ଏହା ଦ୍ବାରା ଓଡ଼ିଶାବାସୀଙ୍କ ଆଖିରେ ବିଜେପିର ସ୍ଥିତି ଆହୁରି ତଳକୁ ଖସିବ । ଭୋଟ ମଧ୍ଯ କମିବ।

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ, ଜନତା ଠିକ୍ ଜବାବ ଦେବେ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ଓଡ଼ିଶା ବାସୀ ଜାଣିଛନ୍ତି ଓଡ଼ିଶାରେ ବିଜେପିର ସ୍ଥିତି କିଛି ନାହିଁ। ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶିର୍ବାଦରେ ବିଜେଡ଼ି ବହୁମତ ପାଇ ସାରିଛି। ବିଜେଡ଼ି ସୁଇପ କରିବ, ୯୦-୯୫ ଷ୍ଟାଇକ ରେଟ୍ ହେବ। ଯାଜପୁର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ବିଜେଡି ଭଲ କରିବ।

ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଉପରେ ପାଣ୍ଡିଆନ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଯେ, ଓଡ଼ିଶାକୁ ବାହାରୁ ବହୁତ ନେତା ଆସୁଛନ୍ତି, ଭଲ କଥା। ଓଡ଼ିଶାକୁ ଆସିବା ପାଇଁ ସେମାନଙ୍କୁ ସ୍ଵାଗତ। ହେଲେ ସେମାନେ ଓଡ଼ିଶା ଆସି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ । ମତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ। ମୁଁ ବହୁତ ଖୁସୀ ଅଛି । ମୋତେ ଯଦି ଗାଳି ଦେଲେ ତାହାର ଜବାବ ଓଡ଼ିଶାବାସୀ ଦେବେ । ଓଡିଶାର ସବୁ ଯୋଜନା 5Tରେ ହେଉଛି, ସେମାନେ ଏଇଟା ଜାଣିଛନ୍ତି। ମତେ ଗାଳି ଦେଲେ ଲୋକ ବୁଝିବେ।

୨୦୧୯ ପରଠୁ ଓଡ଼ିଶାରେ ବହୁତ ଭଲ କାମ କରାଯାଇଛି। 5T ଘୋଷଣା ପରେ ସବୁ କାମ ଭଲ ହୋଇଛି। କୋଭିଡ ବେଳେ ଓଡ଼ିଶାବାସୀ ମାଗଣା ଚିକିତ୍ସା ପାଇଛନ୍ତି। ଏହାସହ ଅନେକ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି। ଏବେ ସ୍କୁଲ, କଲେଜଠୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁ କିଛି ରୂପାନ୍ତରିକରଣ ହେଉଛି। ଖାଲି ଏତିକି ନୁହେଁ 5T ଓ ମୋ ସରକାର ଦ୍ୱାରା ଜନତା ଉପକୃତ ହେଉଛନ୍ତି । ବିଜେଡ଼ି ଲୋକଙ୍କ ସରକାର ବୋଲି ସେ ପ୍ରକାଶ କରିଛନ୍ତି ।

ବିଜେପିର ନୀତି ପାଇଁ ମା’ମାନେ କାନ୍ଦୁଛନ୍ତି: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା ମଧ୍ୟ କରିଛନ୍ତି।

ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ। ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ କରି ଗାଳି ଗୁଲଜ କରୁଛନ୍ତି। ଯାହାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି।

ଖାଲି ଏତିକି ନୁହେଁ ମିଶନ ଶକ୍ତିକୁ ବନ୍ଦ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ବିଜେପି ସରକାରକୁ ଆସିଲେ ମିଶନ ଶକ୍ତି ବନ୍ଦ କରିବେ।

BSKY ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ । କିନ୍ତୁ BSKY ଯୋଜନା ସମସ୍ତଙ୍କ ପାଇଁ। ରାଜ୍ୟର ୯୦ ପ୍ରତିଶତ ଲୋକ ସୁବିଧା ପାଉଛନ୍ତି। ଆଗକୁ BSKY ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ।

ଯୁବ କ୍ଷେତ୍ରକୁ ଗୁରୁତ୍ଵ ଦେଇ ନବୀନ ସରକାର 5T ସ୍କୁଲ, 5T କଲେଜ, ଯୁବ ବଜେଟ ବ୍ୟବସ୍ଥା କରିଛନ୍ତି। ୯୮ ପ୍ରତିଶତ ପିଲାଙ୍କ ପାଇଁ ନୂଆ ଓ ଛାତ୍ର ବୃତ୍ତି ଯୋଜନା ଆରମ୍ଭ ହୋଇଛି। ଯୁବକଙ୍କ ପାଇଁ ବିଜେପି ଇସ୍ତାହାରରେ କିଛି ନାହିଁ। ଆଦିବାସୀଙ୍କ ପରିଚୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ SDC ଗଠନ କରିଛନ୍ତି। ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅଧିକ ଆଦିବାସୀ ଥାଇ ବି SDC ଗଠନ କରାଯାଇ ନାହିଁ। ବିଜେପି ସରକାରକୁ ଆସିଲେ SDCକୁ ବନ୍ଦ କରିଦେବ। ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଶାନ୍ତି ନାହିଁ। ଓଡ଼ିଶାରେ ଶାନ୍ତି ଅଛି। ଓଡ଼ିଶାରେ ଦାଦାବଟି ନାହିଁ। କିନ୍ତୁ ବିଜେଡିରୁ ବିଦା ହୋଇଥିବା ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅନେକ ବ୍ୟକ୍ତିଙ୍କୁ ବିଜେପି ସାମିଲ କରିଛି।

ତେବେ ବିଜେଡିର ମାଗଣା ବିଦ୍ୟୁତ୍ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇବା କଥା କହୁଛି। ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇବା କଥା କହି ବାରମ୍ବାର ଦର ବଢ଼ାଇ ଚାଲିଛି। ରନ୍ଧନ ଗ୍ୟାସ ପରି ବିଜେପିର ସୋଲାର ବିଦ୍ୟୁତ୍ ଘୋଷଣା ଏକ ବଡ଼ ଜୁମଲା ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ଚାଷୀଙ୍କ ପାଇଁ ୩୧ ଶହ ଟଙ୍କା MSP ବଡ଼ ଜୁମଲା। ୧୦ ବର୍ଷ ଧରି ଚାଷୀଙ୍କ କଥା ଚିନ୍ତା କରିନଥିଲା ବିଜେପି। ଏବେ ନିର୍ବାଚନ ପାଇଁ ଚାଷୀଙ୍କ କଥା ମନେ ପଡୁଛି।

ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାଉଚର ମହିଳାଙ୍କୁ ଦେବାକୁ ବିଜେପିର ଘୋଷଣା ମଧ୍ୟ ଏକ ଜୁମଲା। ଯଦି ୫୦ ହଜାର ଟଙ୍କା ଦିଆଯାଏ, ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ଅର୍ଥ ଆସିବ କେଉଁଠୁ ବୋଲି କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ୧୫ ଲକ୍ଷ ଆକାଉଣ୍ଟକୁ ଟଙ୍କା ଦେବା ପାଇଁ ଘୋଷଣା କରିବା ବିଜେପିର ଆଉ ଏକ ଜୁମଲା।

ଛାତ ଉପରେ ଶୋଇଥିବାବେଳେ ବ୍ୟକ୍ତିଙ୍କୁ ହତ୍ୟା

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ଥାନା ସହରାଟିକ୍ରା ଅଞ୍ଚଳରେ ଚାଞ୍ଚଲ୍ୟ। ଛାତ ଉପରେ ଶୋଇଥିବାବେଳେ ବ୍ୟକ୍ତିଙ୍କୁ ହତ୍ୟା। ଜଣେ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ମୃତ ବ୍ୟକ୍ତି ଜଣକ ସହରାଟିକ୍ରାର ମଗନିଆ ସେଠ। ମଙ୍ଗଳବାର ସକାଳୁ ଶୋଇଥିବା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

ମଗନିଆ ଘର ଛାତ ଉପରେ ଶୋଇଥିବା ବେଳେ କେହି ତାକୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ତାଙ୍କ ବେକରେ କଳା ଦାଗ ସହ ଆଣ୍ଠୁରେ ଆଘାତ ଚିହ୍ନ ରହିଛି। ଏ ନେଇ ଭେଡେନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ମୃତ ମଗନିଆ ସହରାଟିକ୍ରାରେ ସିମେଣ୍ଟ ଦୋକାନ ଦେଇଥିଲେ।  ତେବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଗୁଜରାଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ରାଜକୋଟ: ଗୁଜରାଟ ରାଜକୋଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧବଲ ଠକ୍କର ଗିରଫ ହୋଇଛି । ରାଜସ୍ଥାନର ଆବୁ ରୋଡ୍‌ରୁ ସୋମବାର ଦିନ ବନାସକାଣ୍ଠା ଲୋକାଲ କ୍ରାଇମ ବ୍ରାଞ୍ଚ ଓ ରାଜକୋଟ ପୋଲିସ ମିଳିତ ଉଦ୍ୟମରେ ଅଭିଯୁକ୍ତକୁ  ଗିରଫ କରିଛି।

ତେବେ ଏହି ଘଟଣାରେ ୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ୧୪ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଯାଇଛି। ଗେମିଂ ଜୋନ୍ ମାଲିକଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ ଦୁଇଜଣ ଏବେ ବି ଫେରାର୍‌ ଅଛନ୍ତି ।

ତେବେ ସେମାନଙ୍କ ବିରୋଧରେ ଆଇପିସି ଧାରା ୩୦୪, ୩୦୮, ୩୩୭, ୩୩୮ ଏବଂ ୧୧୪ ଅଧିନରେ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହୁରି କିଛି ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସେପଟେ ଏହି ଘଟଣାରେ ଗୁଜରାଟ ସରକାର ୬ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ବଦଳି କରିଛନ୍ତି। ବଦଳି ହୋଇଥିବା ଅଫିସରଙ୍କ ମଧ୍ଯରେ ରହିଛନ୍ତି ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ। ଏହି ଭୟାନକ ଘଟଣାରେ ରାଜ୍ଯ ସରକାରଙ୍କୁ ଗୁଜରାଟ ହାଇକୋର୍ଟ ଭର୍ତ୍ସନା କରିବା ପରେ ପରେ ଏହି ବଦଳି କରାଯାଇଛି।

ଗତ ଶନିବାର ଅର୍ଥାତ ମେ ୨୫ ତାରିଖରେ ରାଜକୋଟର ନାନା-ମାଭା ଅଞ୍ଚଳରେ ଥିବା ଟିଆରପି ଗେମ ଜୋନରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଘଟଣାରେ ଏଯାବତ୍ ଅନେକ ଶିଶୁଙ୍କ ସମେତ ୨୭ ଜଣଙ୍କ ପ୍ରାଣ ଯାଇଛି।

ବାତ୍ୟା ‘ରେମାଲ’ ନେଲା ୧୦ ଜୀବନ

ଢାକା: ବାଂଲାଦେଶ ଉପକୂଳରେ ବାତ୍ୟା ‘ରେମାଲ’ ଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିଥିଲା । ଏହି ଘଟଣାରେ ଏଯାବତ୍ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ।

ତେବେ ଘଣ୍ଟା ପ୍ରତି ୧୩୦କିମି ବେଗରେ ପବନ ସହ ପଶ୍ଚିମବଙ୍ଗ ଓ ବାଂଲା ଉପକୂଳରେ ରଚିଥିଲା ତାଣ୍ଡବ । ଘଟଣାରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି। ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ରେମାଲ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିବା।

ଏସବୁ ମଧ୍ୟରେ ଏନଡିଆରଏଫ, ଏସଡିଆରଏଫ୍ ବାତ୍ୟା ପ୍ରଭାବିତ ଅଂଚଳରେ ପହଁଚି ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି। ବାତ୍ୟା ପ୍ରଭାବରେ ଉପୁଡି ପଡିଥିବା ବଡ଼ ବଡ଼ ଗଛ ଏବଂ ବିଜୁଳି ଖୁଣ୍ଟକୁ ଯୁଦ୍ଧକାଳୀନ ଭିତିରେ ମରାମତି କରାଯାଉଛି।  ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ବିଶେଷ ନଥିଲେ ମଧ୍ୟ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇଥିଲା।

ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ, ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ବାରାଣାସୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଆଜି ଦିଲ୍ଲୀ ବିମାନବନ୍ଦରରେ ବୋମା ଧମକ ମିଳିବା ପରେ ଅଧିକାରୀମାନେ ବିମାନ ଯାଞ୍ଚ କରିଥିଲେ।

6E2211 ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ପ୍ରାୟ ଟାରେ ଉଡ଼ାଣ ଭରିବାର ଥିଲା ଏବଂ ବିମାନର କିଛି ମିନିଟ୍ ପୂର୍ବରୁ ରନୱେରେ ଅଟକା ଯାଇଥିଲା। ବୋମାରେ ଉଡାଇଦେବାକୁ ଧମକ ପରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ବିମାନକୁ ତୁରନ୍ତ ଏକ ଆଇସୋଲେସନ ଓ୍ବେକୁ ନିଆଯାଇଛି। । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଯଦିଓ କୌଣସି ସନ୍ଦେହଜନକ ଜିନିଷ ମିଳିପାରିନାହିଁ।

ତେବେ ସମସ୍ତ ଯାତ୍ରୀଙ୍କୁ ଏମିରଜେନ୍ସି ଡୋର୍ ଦେଇ ବାହାରକୁ ବାହାର କରାଯାଇଥିଲା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। କିନ୍ତୁ ବିମାନରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ଏୟାରଲାଇନ୍ସର ସୂଚନା ଅନୁଯାୟୀ, ବିମାନର ଯାଞ୍ଚ ଚାଲିଛି। ସମସ୍ତ ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ବିମାନକୁ ଟର୍ମିନାଲ ଅଣାଯିବ।