spot_img
Home Blog Page 1871

କୋଇଲା ବୋଝେଇ ଟ୍ରେନରେ ନିଆଁ

ନନ୍ଦିଘୋଷ ବ୍ୟୁରୋ: ସୋର ଷ୍ଟେସନରେ ଅଘଟଣ । ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ଟ୍ରେନଟି ତାଳଚେରରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନ ଠାରେ ନିଆଁ ଲାଗିଥିବାର ଗାର୍ଡ ଦେଖିଥିଲେ । ଏହାପରେ ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ଟ୍ରେନଟିକୁ ଅଟକାଇ ସୋର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହେବା ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାପଡିଛି।

 

ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା

ନନ୍ଦିଘୋଷ ବ୍ୟୁରୋ: ନିଜର ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଭରୁଆମୁଣ୍ଡା ଗାଁର ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ ତାଣ୍ଡି ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ମାର୍କ ରଖି ଚର୍ଚ୍ଚାରେ । ଜନ୍ମରୁ ହାତ ଗୋଡ ନ ଥିଲେ ମଧ୍ୟ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ବଳରେ କୃତିତ୍ୱ ଅର୍ଜନ କରି ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି ।

କଠିନ ପରିଶ୍ରମ ଆଗରେ ହାର ମାନିଛି ଅକ୍ଷମତା , କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ସଫଳତାର ସିଡି ଚଢାଏ । ଏହି ଉକ୍ତିକୁ ମର୍ମେ ମର୍ମେ ପ୍ରମାଣିତ କରିଛନ୍ତି ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଭରୁଆମୁଣ୍ଡା ଗାଁର ଦିବ୍ଯାଙ୍ଗ ଛାତ୍ର ଜଗନ୍ନାଥ ତାଣ୍ଡି ।  ସେ ଜନ୍ମରୁ ଦିବ୍ଯାଙ୍ଗ, ଦୁଇ ହାତ ନାହିଁ କି ଠିକ ସେ ଚାଲିପାରନ୍ତି ନାହିଁ । ହେଲେ ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ମାର୍କ ରଖି ଅନ୍ଯପାଇଁ ଉଦାହରଣ ସାଜିଛନ୍ତି । ସକଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଟ୍ରିକ ପରୀକ୍ଷାରେ ୪୪୭ ମାର୍କ ରଖି ବରଗଡ଼ ଜିଲ୍ଲା ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଜଗନ୍ନାଥ ।

ଜଗନ୍ନାଥଙ୍କର ଜନ୍ମରୁ ଦୁଇହାତ ନାହିଁ କି ଗୋଡ଼ ନାହିଁ , ହେଲେ ଦିନ ମଜୁରିଆ ବାପା ପୁଅକୁ ପାଠ ପଢ଼ାଇ ବଡ଼ମଣିଷ କରିବାରେ କୌଣସି ଊଣା କରି ନଥିଲେ । ଗୃହିଣୀ ମା ଜେମା ତାଣ୍ଡି ଘର କାମ ସହ ଦିବ୍ୟାଙ୍ଗ ପୁଅର ନିତ୍ୟକର୍ମ କରାଇ ସ୍କୁଲ ପଠାଇବା ସହ ସବୁ କାମରେ ସାଥ ଦେଇଛନ୍ତି । ପିତାମାତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଜଗନ୍ନାଥ ମଧ୍ୟ ପାଠପଢ଼ାକୁ ପ୍ରାଥମିକତା ଦେଇଥିଲେ । ଯାହା ତାଙ୍କୁ ଆଜି ସଫଳତାର ସ୍ୱାଦ ଚଖାଇ ୭୪ ପ୍ରତିଶତ ମାର୍କରେ ଉତ୍ତୀର୍ଣ୍ଣ କରିବାରେ ସହାୟକ ହୋଇପାରିଛି । ଭବିଷ୍ୟତରେ ଜଣେ ଶିକ୍ଷକ ହେବା ଲକ୍ଷ୍ୟ ରଖିଥିବା ଜଗନ୍ନାଥଙ୍କ ଏହି ସଫଳତାରେ ପରିବାର ସମେତ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି  ।

କଠିନ ପରିଶ୍ରମ ଓ ଦୃଢ ମନୋବଳ ଆଗରେ ଅସଫଳତା ହାର ମାନେ , ଯାହାକୁ ଜଗନ୍ନାଥ ପ୍ରମାଣିତ କରିବା ସହିତ ଅନ୍ଯମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ବରଗଡ଼ରୁ ହିମାଂଶୁ ଶେଖର ନନ୍ଦଙ୍କ ରିପୋର୍ଟ ନନ୍ଦିଘୋଷ ଟିଭି।

 

ଆସୁଛି ରଜ, ଜୋରଦାର ସାଜିଛି ଆୟୋଜନ

ନନ୍ଦିଘୋଷ ବ୍ୟୁରୋ: ରଜ ପାଇଁ ଜୋରସୋରରେ ଚାଲିଛି ଆୟୋଜନ। କେମିତି ଧୁମଧାମରେ ରଜ ପାଳନ କରାଯିବ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁରେ କରାଯାଉଛି ପ୍ରସ୍ତୁତି। ଆଖଡା ଘରେ ପିଲାଙ୍କୁ ଦିଆଯାଉଛି ନାଚଗୀତର ପ୍ରଶିକ୍ଷଣ। ପିଲାଠୁ ବୁଢା ସମସ୍ତେ ରଜକୁ ଅପେକ୍ଷା କରିଛନ୍ତି।

ଆଉ ଦିନ କେଇଟା ପରେ ରଜ। କିନ୍ତୁ ଏବେଠୁ ଉତ୍ସବ ମୁଖର ହେଲାଣି  ସାରା ସହର। ଗାଁ ଠୁ ସହର ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ସଜେଇ ହେଲାଣି ଆଖଡା ଘର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁରେ ଆରମ୍ଭ ହୋଇଯାଇଛି ରଜ ପାଇଁ ପ୍ରସ୍ତୁତି । ଛୋଟ ଛୋଟ ପିଲାମାନଙ୍କୁ ନାଚର ପ୍ରଶିକ୍ଷଣ ଦିଆଯାଉଛି । ରଜ ତିନି ଦିନ ଧରି ଗାଁର ଛୋଟ ପିଲାଠାରୁ ଆରମ୍ଭ କରି ବଡ ପିଲାମାନେ ନାଚରେ ଭାଗ ନେଇଥାନ୍ତି । ନାଚଗୀତ ସାଙ୍ଗକୁ ପୁଚି ଖେଳ ହୁଏ, ଦୋଳି ଖେଳ ହୁଏ । ପିଠା ଖାଇ ଦୋଳି ଖେଳି ସମସ୍ତେ ରଜ ପାଳିଥାନ୍ତି । ୧୦ ରୁ ୧୨ ବର୍ଷ ହେବ ନିଆରା ଢଙ୍ଗରେ ଏଠାରେ ରଜ ପାଳନ କରାଯାଉଛି।

ଓଡିଶାର ଗଣ ପର୍ବ ରଜ, ଖାସ୍ କରି ଏହା ହେଉଛି ଝିଅମାନଙ୍କ ପର୍ବ। ଗୋପପୁର ଗାଁର ଛୋଟ ଛୋଟ କୁନି ଝିଅ ନିଜର କଳା ପ୍ରତିଭାକୁ ରଜରେ ଦେଖାଇଥାନ୍ତି l ରଜ ପର୍ବ ପାଇଁ ଏଠାରେ ସ୍ଵତନ୍ତ୍ର ଆଖଡା ଘର ରହିଛି । ଯେଉଁଠାରେ ଗାଁର ୫୦ ରୁ ୬୦ ପିଲା ପ୍ରତିଦିନ ନାଚ ଶିଖୁଛନ୍ତି । ପ୍ରତି ଦିନ ୩ ରୁ ୪ ଘଣ୍ଟା ପର୍ଯ୍ଯନ୍ତ ଅଭ୍ଯାସ କରୁଛନ୍ତି। ବିଭିନ୍ନ ପ୍ରକାର ଖେଳ ବି ପ୍ରାକଟିସ୍ କରାଯାଉଛି।

 

 

ପୁରୁଣା ସିନେମାର ରହିଛି ସ୍ବତନ୍ତ୍ର ଆକର୍ଷଣ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଜୟଦେବ ଭବନରେ ଆରମ୍ଭ ହୋଇଛି ୩ ଦିନିଆ ଫିଲ୍ମ ଫେଷ୍ଟିଭାଲ । ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ଆୟୋଜିତ ଏହି ଫେଷ୍ଟିଭାଲରେ ସମୁଦାୟ ୧୫ ଟି ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ପ୍ରଥମ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଛି ଫିଲ୍ମ ମାୟା ମିରିଗ, ଛ ମାଣ ଆଠଗୁଣ୍ଠ, ଭିଜା ମାଟିର ସ୍ବର୍ଗ, ରୀମେମ୍ବର ପ୍ରମୋଦ ପତି ଓ ହେଲୋ ଆର୍ସି । ୮୮ ବର୍ଷରେ ସିନେମା ଶିଳ୍ପ ପାଦ ଥାପିଥିଲେ ମଧ୍ୟ ଏବେବି ପୁରୁଣା ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଆକର୍ଷଣ ରହିଛି ବୋଲି କହିଛନ୍ତି ସିନେପ୍ରେମୀ ।

୮୮ ବର୍ଷରେ ପାଦ ଦେଇଛି ଚଳଚ୍ଚିତ୍ର ଜଗତ । ଏହାରି ଭିତରେ ଆସିଛି ଅନେକ ପରିବର୍ତ୍ତନ । ତଥାପି ପୁରୁଣା ସିନେମାର ରହିଛି ସ୍ବତନ୍ତ୍ର ଆକର୍ଷଣ । ଏହାକୁ ନଜରରେ ରଖି ଭୁବନେଶ୍ବର ଜୟଦେବ ଭବନରେ ଆରମ୍ଭ ହୋଇଛି ଫିଲ୍ମ ଫେଷ୍ଟିଭାଲ । ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ଆୟୋଜିତ ଏହି ଫେଷ୍ଟିଭାଲରେ ସମୁଦାୟ ୧୫ ଟି ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ପ୍ରଥମ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଛି ଫିଲ୍ମ ମାୟା ମିରିଗ, ଛ ମାଣ ଆଠଗୁଣ୍ଠ, ଭିଜା ମାଟିର ସ୍ବର୍ଗ, ରିମେମ୍ବର ପ୍ରମୋଦ ପତି ଓ ହେଲୋ ଆର୍ସି । ଚଳଚ୍ଚିତ୍ର ହେଉଛି ଆମ ସଂସ୍କୃତି ଏବଂ ସମୟର ପ୍ରତିଫଳନ । ପରମ୍ପରାର ପ୍ରସାର ପାଇଁ ଏହାର ଭୂମିକା ଅତୁଳନୀୟ । ଚଳଚ୍ଚିତ୍ର ନିର୍ମାଣବେଳେ ବ୍ୟବସାୟ ସହିତ ପାରମ୍ପରୀକ ରୀତିନୀତିକୁ ଧ୍ଯାନ ଦେବାକୁ ପଡ଼ିଥାଏ ବୋଲି କହିଛନ୍ତି ସିନେ ନିର୍ମାତା ।

ଫେଷ୍ଟିଭାଲରେ ମୁଖ୍ୟ ଅତିଥିଭାବେ ବଲିଉଡ ନିର୍ଦେଶକ କେତନ ମେହଟ୍ଟା, ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦ, ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ, ବଲିଉଡ ଅଭିନେତ୍ରୀ ତଥା ନିର୍ମାତା ଦୀପା ସାହୁ, ପ୍ରସିଦ୍ଧ ନିର୍ଦ୍ଦେଶକ ଅପୁର୍ବ କିଶୋର ବୀର ଯୋଗଦେଇ ସିନେମା ଶିଳ୍ପର ଅଗ୍ରଗତି ସମ୍ପର୍କରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବରିଷ୍ଠ ସିନେ ସାମ୍ବାଦିକ ତଥା ଉତ୍ସବର ଅନ୍ୟତମ ଆୟୋଜକ ଅଶୋକ ପାଲିତ । ଭୁବନେଶ୍ବର ଫିଲ୍ମ ସର୍କଲ ବ୍ୟାନରରେ ଆୟୋଜିତ ଏହି ଉତ୍ସବ ୩ ଦିନ ଧରି ଚାଲିବ।

୧୯୩୬ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଆସିଥିଲା । ଏହାରି ଭିତରେ ଅନେକ ପରିବର୍ତ୍ତନ ଧାରା ଦେଇ ଗତି କରିଛି ସିନେ ଜଗତ। ଏଭଳି ଫେଷ୍ଟିଭାଲ ନୂତନ ପିଢ଼ିର କଳାକାରଙ୍କୁ ପ୍ରେରଣା ଦେବା ସହ ହଜି ଯାଉଥିବା ଚଳଚ୍ଚିତ୍ରର ପୂନଃଉଦ୍ଧାର ହୋଇପାରିବ ବୋଲି ସଭିଏଁ ମତ ଦେଇଛନ୍ତି ।

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର

ନନ୍ଦିଘୋଷ ବ୍ୟୁରୋ: ଦେବ ଦମ୍ପତିଙ୍କ ବିବାହ ପାଇଁ ଉସବମୁଖର ସମ୍ବଲପୁର l ନନ୍ଦପଡ଼ାର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପରେ ଆରମ୍ଭ ହୋଇଛି ନୃସିଂହ ନିଉତା । ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବାହାଘର ନିମନ୍ତ୍ରଣ ନେଇ ବାହାରିଛନ୍ତି ଭଗବାନ ନୃସିଂହ । ବାବା ବାଲୁଙ୍କେଶ୍ବରଙ୍କ ପତରପେଣ୍ଡି ପରେ ଝାଡୁଆପଡା, ମୁଦିପଡ଼lର ଏବଂ ଅନ୍ୟ ସମସ୍ତ ଯାତ୍ରା କମିଟିର କନିଆ ଖୋଜା କରାଯାଇଛି ।

ଦେବ ଦମ୍ପତିଙ୍କ ବିବାହ ପାଇଁ ଉସବମୁଖର ସମ୍ବଲପୁର l ନନ୍ଦପଡ଼ାର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପରେ ଆରମ୍ଭ ହୋଇଛି ନୃସିଂହ ନିଉତା । ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବାହାଘର ନିମନ୍ତ୍ରଣ ନେଇ ବାହାରିଛନ୍ତି ଭଗବାନ ନୃସିଂହ । ବାବା ବାଲୁଙ୍କେଶ୍ବରଙ୍କ ପତରପେଣ୍ଡି ପରେ ଝାଡୁଆପଡା, ମୁଦିପଡ଼lର ଏବଂ ଅନ୍ୟ ସମସ୍ତ ଯାତ୍ରା କମିଟିର କନିଆ ଖୋଜା କରାଯାଇଛି ।

ପାରମ୍ପରିକ ବାଦ୍ଯ ସାଙ୍ଗକୁ ବାଣ ରୋଷଣୀରେ କମ୍ପୁଛି ପରିବେଶ । ବିଶାଳ ପଟୁଆରେ ବାହାରିଛନ୍ତି ଭଗବାନ ନୃସିଂହ । ଶୀତଳଷଷ୍ଠୀରେ ଦେବୀ ପାର୍ବତୀଙ୍କୁ ବିବାହ କରିବେ ଦେବଦେବ ମହାଦେବ । ଲଗ୍ନ ନିର୍ଦ୍ଧାରଣ ହୋଇସାରିଛି । ସର୍ଗୀପତ୍ର ଦେଇ କନିଆ ଘରେ ବିବାହ ସ୍ଥିର କରିଛନ୍ତି ସପ୍ତଋଷି ।

ବମ ବରାଡ଼ ବାବା ବାଲୁଙ୍କେଶ୍ବରଙ୍କୁ ପତରପେଣ୍ଡି ପରେ ଆରମ୍ଭ ହୋଇଛି ବିବାହ ନିମନ୍ତ୍ରଣ । ଦେବ ବିବାହରେ ସାମିଲ ହେବେ ସମସ୍ତ ଦେବଦେବୀ । ତେଣୁ ଆରମ୍ଭ ହୋଇଛି ନୃସିଂହ ନିଉତା । ବିଶାଳ ପଟୁଆରରେ ସଜେଇ ହୋଇ ଦେବଦେବୀଙ୍କୁ ନିମନ୍ତ୍ରଣ କରିବାକୁ ବାହାରିଛନ୍ତି ଭଗବାନ ନୃସିଂହ । ଏଥିପାଇଁ ଉତ୍ସବମୁଖର ହୋଇଛି ପରିବେଶ ।

ନନ୍ଦପଡ଼ାରେ କାହି କୋଉ କାଳରୁ ଭୈରଭା ନିଉତା ଦେବାପାଇଁ ଯାଉଥିଲେ l ଦିନେ ନଈବଢି ସମୟରେ ନୃସିଂହ ଦେବ ପାଣିରେ ଭାସି ଆସି ନନ୍ଦପଡ଼ା ଘାଟରେ ଲାଗିଥିଲେ l ସେଠୁ ତାଙ୍କୁ ଅଣାଯାଇ ପ୍ରାଣ ପ୍ରତିଷ୍ଠା କରାଯାଇ ପୂଜା କରାଯାଉଛି । ମହାଦେବଙ୍କ ବଡଭାଇ ଶ୍ରୀବିଷ୍ଣୁଙ୍କ ଅବତାର ନୃସିଂହ । ତେଣୁ ବିବାହ ନିଉତା ଦେବାକୁ ଯାଇଛନ୍ତି ।

ତେବେ ଅନ୍ୟ କମିଟି ମାନଙ୍କରେ ହନୁମାନ ନିଉତା ଦେବାର ପରମ୍ପରା ରହିଛି l ବାବା ବାଲୁଙ୍କେଶ୍ବରଙ୍କ ପତରପେଣ୍ଡି ପରେ ଝାଡୁଆପଡା, ମୁଦିପଡ଼lର ଏବଂ ଅନ୍ୟ ସମସ୍ତ ଯାତ୍ରା କମିଟିର କନିଆ ଖୋଜା କରାଯାଇଛି ।

 

କଲରାପତରିଆ ବାଘ ଆକ୍ରମଣ ରେ ୩ରୁ ଉର୍ଦ୍ଧ ଗୁରୁତର !

ନନ୍ଦିଘୋଷ ବ୍ୟୁରୋ: କଲରାପତରିଆ ବାଘ ଆକ୍ରମଣ ରେ ୩ରୁ ଉର୍ଦ୍ଧ ଗୁରୁତର । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  l ବାଘକୁ ଦେଖି ଭୟଭୀତ ଅଂଚଳବାସୀ l ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଡ଼ ଗ୍ରାମରେ ଆଜି ସତ୍ୟଭାମା ନାୟକ ନିଜ ବାଡ଼ିରେ ରୋଷେଇ ପାଇଁ କାଠ ଆଣିବାକୁ ଯାଇଥିବା ବେଳେ ଆଗରୁ ଲୁଚି ଥିବା ଏକ ବାଘ ସତ୍ୟଭାମା ଉପରେ ଝାମ୍ପିପଡ଼ିଥିଲା l ସତ୍ୟଭାମା ଚିତ୍କାର କରିବାରୁ ବାଘଟି ଛାଡି ପାଖ ଜଙ୍ଗଲକୁ ଦୌଡ଼ି ପଲାଇ ଯାଇଥିଲା l ଗ୍ରାମବାସୀ  ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ ପହଁଚି ତଦନ୍ତ କରୁଛନ୍ତି l ପୁଣି କିଛି ସମୟ ପରେ ଅର୍ଜୁନପୁର ଗଡ଼ ଆଦି ଗ୍ରାମ ରେ 3 ରୁ ଉର୍ଦ୍ଧ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ଆହତଙ୍କ ମଧ୍ୟରୁ 2 ଜଣ କଟକ ଆଉ କିଛି ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  l ଯଥାଶୀଘ୍ର ବାଘକୁ ଧରିବା ପାଇଁ ବନ ବିଭାଗ ଉଦ୍ଯମ ଜାରି ରଖିଛି l

 

ରାୟବରେଲି ରଖି ଓ୍ବାଇନାଡ଼ ସାଂସଦ ପଦ ଛାଡିବେ ରାହୁଲ !

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟବରେଲି ଓ ଓ୍ବାଇନାଡରୁ ସାଂସଦ ଭାବେ ପ୍ରାର୍ଥୀ ହୋଇଥିଲେ । ଆଉ ଉଭୟ ଆସନରେ ମଧ୍ୟ ଜିତିଛନ୍ତି । ଏବେ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିବ । ତେବେ ରାହୁଲ କେଉଁ ଆଓନ ଛାଡିବେ ଓ କେଉଁ ଆସନ ରଖିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଛି । ଏମିତି ସ୍ଥିତିରେ ରାହୁଲ ଓ୍ବାଇନାଡ ଆସନ ଛାଡି ରାୟବରେଲି ଆସନ ନିଜ ପାଖରେ ରଖିବେ ବୋଲି ଶୁଣିବାକୁ ମିଳୁଛି ।  କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏନେଇ ଆଲୋଚନା ହୋଇଛି । ୧୭ ଜୁନ ପୂର୍ବରୁ ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ତେବେ ବୈଠକରେ ରାହୁଲ କେଉଁ ଆଓନରେ ରଖିବେ ଓ କେଉଁ ଆସନ ଛାଡିବେ ତାକୁ ନେଇ ସରଗରମ ଆଲୋଚନା ହୋଇଥିଲା ।  କେରଳର କଂଗ୍ରେସ ସାଂସଦ କେ. ସୁରେଶ କହିଥିଲେ, ରାହୁଲ ଦ୍ବିତୀୟ ଥର ଓ୍ବାଇନାଡରୁ ବିଜୟୀ ହୋଇଛନ୍ତି । ଏଠିକାର ଲୋକେ ତାଙ୍କୁ ସେମାନଙ୍କ ପ୍ରତିନିଧି ଭାବେ ଦେଖିବାକୁ ଚାହୁଁଛନ୍ତି । ସେପଟେ ଉତ୍ତର ପ୍ରଦେଶର ନେତ୍ରୀ ଆରାଧନା ମିଶ୍ରା ରାହୁଲଙ୍କୁ ରାୟବରେଲି ଆସନ ନିଜ ପାଖରେ ରଖିବାକୁ କହିଥିଲେ । ସେ କହିଥିଲେ, ଏହା ତାଙ୍କ ପରିବାରର ପାରମ୍ପରିକ ଆସନ । ଏହାସହ ୟୁପିରେ ୮୦ ଆସନ ଥିବାରୁ ରାହୁଲ ଏହି ସିଟ ରଖିଲେ, ରାଜ୍ୟରେ କଂଗ୍ରେସ ପୁଣି କ୍ଷମତାକୁ ଫେରିପାରିବ ।

ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ

ନନ୍ଦିଘୋଷ ବ୍ୟୁରୋ: କଟକ – ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ପ୍ରତାପନଗରୀ ଠାରେ ଦୁର୍ଘଟଣା । ମୋ ବସକୁ ପଛରୁ ଧକ୍କା ଦେଲା ଏକ ଦ୍ରୁତଗାମୀ ଟ୍ରକ ।  ବସଟି ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ଫଳରେ ଅନେକ ଯାତ୍ରୀ ଭିତରେ ଚାପି ହୋଇ ରହିଯାଇଥିଲେ । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ଓ ପଥଚାରୀମାନେ ବସ ମଧ୍ୟରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଦ୍ବାରା କଟକ ବଡ଼ ମେଡିକାଲକୁ ପଠାଯାଇଛି । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।ମୋ ବସ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ କଟକ ଏସସିବିରେ ଭେଟିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋଷ। ମୋଟ 16 ଜଣଙ୍କ ମଧ୍ଯରୁ ୨ରୁ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମେଡିକାଲ ପକ୍ଷରୁ ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଛି। ଘଟଣାସ୍ଥଳରେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋଷ।

ବାପା ଚାଷୀ, ଝିଅ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ୬୬୩ ନମ୍ବର ରଖି କୃତକାର୍ଯ୍ୟ

ଆନନ୍ଦପୁର: ଚାଷୀର ଝିଅ ହେବ ଡାକ୍ତର। ସର୍ବଭାରତୀୟ ନିଟ୍ ପରୀକ୍ଷାରେ ମୋଟ ୬୬୩ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ତାମ୍ପଳା ଗାଁର ଚାଷୀ ଅଜୟ ବେହେରାଙ୍କ ଝିଅ ଅମ୍ରିତା । ଅମ୍ରିତାଙ୍କ ପାଠପଢାରେ ଆର୍ଥିକ ଅନଟନ ସାଜି ପାରିନି ବାଧକ। ବନ୍ଧୁବାନ୍ଧବଙ୍କ ସହ ସ୍କୁଲ ଶିକ୍ଷକଙ୍କ ଆର୍ଥିକ ସହଯୋଗରେ ପାଠ ପଢିଛନ୍ତି ଅମ୍ରିତା। ନିଜ ଗାଁ ରୁ ସେ ହେବେ ପ୍ରଥମ ଡାକ୍ତରୀ ଛାତ୍ର। ଏଥିପାଇଁ ସେ ନିଜ ବାପା ମା,  ସ୍କୁଲ ଶିକ୍ଷକ ଓ ଜୋଜେ ବାପାଙ୍କୁ ଶ୍ରେୟ ଦେଇଛନ୍ତି। ଆଗକୁ ଜଣେ ଭଲ ଡାକ୍ତର ହୋଇ ଆର୍ଥିକ ଅନଗ୍ରସର ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ନିଟରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ ସହ ଏନସିଆରଟି ବହିକୁ ଫଲୋ କରିବାକୁ ପଡିବ ବୋଲି କହିଛନ୍ତି ଅମ୍ରିତା।

ଭୁବନେଶ୍ବରରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତୀୟ ସିନେମା, ପ୍ରିଣ୍ଟ, ଟେଲିଭିଜନ ଏବଂ ଡିଜିଟାଲ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ତଥା ଈନାଡୁ, ଈଟିଭି ଏବଂ ଈଟିଭି ଭାରତ ଭଳି ପ୍ରମୁଖ ମିଡିଆର ପ୍ରତିଷ୍ଠାତା ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ରାମୋଜୀ ରାଓଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଭାରତୀୟ ସିନେମା ଜଗତର ଜଣେ ପରିଚିତ ନିର୍ମାତା ଓ ପ୍ରଯୋଜକ ଥିଲେ ରାମୋଜୀ ରାଓ। ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସେ ଅନେକ ସୁପରହିଟ୍ ସିନେମା ଦେଇଛନ୍ତି। ବିଶେଷକରି, ରାମୋଜୀ ଫିଲ୍ମ ସିଟି ଭଳି ଦେଶର ଏକ ଅଭିନବ ଫିଲ୍ମ ଷ୍ଟୁଡିଓ ପ୍ରତିଷ୍ଠା କରି ସେ ଆମ ସିନେ ଜଗତକୁ ଏକ ବହୁତ ବଡ଼ ଭେଟି ଦେଇଥିଲେ।

ଭାରତୀୟ ନ୍ୟୁଜ ମିଡିଆରେ ଏକ ନୂଆ ଯୁଗ ଆରମ୍ଭ କରିଥିଲେ ରାମୋଜୀ ରାଓ। ତେଲୁଗୁ ଭାଷାରେ ସେ ଈନାଡୁ ଭଳି ଏକ ବହୁ ସଂସ୍କରଣ ବିଶିଷ୍ଟ ପ୍ରଭାବଶାଳୀ ଖବରକାଗଜ ଠିଆ କରିଥିଲେ। ପରବର୍ତ୍ତୀ ସମୟରେ ଈନାଡୁ ନେଟୱର୍କ ଅଧୀନରେ ବିଭିନ୍ନ ଭାରତୀୟ ଭାଷାରେ ଟେଲିଭିଜନ ଚ୍ୟାନେଲ ଖୋଲି ସେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ।

ଭାରତର ଆଞ୍ଚଳିକ ଟେଲିଭିଜନର ପ୍ରସାର କ୍ଷେତ୍ରରେ ଈଟିଭି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଉଭୟ ମନୋରଞ୍ଜନ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଦେଶରେ ଏକ ବିପ୍ଲବ ଆଣିଥିଲା ଏହି ମିଡିଆ ନେଟୱର୍କ।

ଓଡ଼ିଶାର ଗଣମାଧ୍ୟମ ବିଶେଷକରି, ମନୋରଞ୍ଜନ ଏବଂ ନ୍ୟୁଜ ମିଡିଆ ଉଭୟର ପ୍ରସାର କ୍ଷେତ୍ରରେ ରାମୋଜୀ ରାଓଙ୍କ ଭୂମିକା ସ୍ମରଣୀୟ। ସେ ଆମକୁ ୨୦୦୨ ମସିହା ଜାନୁଆରୀ ୨୭ ତାରିଖରେ ପ୍ରଥମ ଓଡ଼ିଆ ୨୪ ଘଣ୍ଟିଆ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଉପହାର ଦେଇଥିଲେ। ଈଟିଭି ଓଡ଼ିଆ ତିଆରି କରିଥିବା ଶହ ଶହ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର, ଟେକ୍ନିସିଆନ, ଆଙ୍କର ଏବଂ ସାମ୍ବାଦିକ ଆଜି ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟ ପରିସରକୁ ସମୃଦ୍ଧ କରୁଛନ୍ତି।