spot_img
Home Blog Page 1871

ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମାଲୋଚନା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡାଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମାଲୋଚନା। ଗୋଟିଏ ମଞ୍ଚରେ ନଡ୍ଡା ଓ ପ୍ରଦୀପ ପାଣିଗ୍ରାହୀ ଏକାଠି ବସିବା ଆଶ୍ଚର୍ଯ୍ଯଜନକ। ଚାକିରି ପାଇଁ ଲୋକଙ୍କୁ ଠକି ଜେଲ ଯାଇଛନ୍ତି ପ୍ରଦୀପ। ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କ ସହ ମଞ୍ଚରେ ବସୁଛନ୍ତି ନଡ୍ଡା।

ଭୃଗୁ କହିଛନ୍ତି, ଏକ ଭିନ୍ନ ଆଭିମୁଖ୍ଯର ଦଳ ଭାବି ବିଜେପିରେ ଯୋଗ ଦେଇଥିଲି। ୨୩ ବର୍ଷ ଧରି ବିଜେପିକୁ ମୁଁ ଝାଳ ଓ ରକ୍ତ ଦେଇଛି। କିନ୍ତୁ ପ୍ରଦୀପଙ୍କ ଭଳି ଜଣେ ଅପରାଧିଙ୍କୁ ଦଳରେ ଗ୍ରହଣ କରିବା ଉଦବେଗଜନକ। ଏହା ବିଜେପିର ତୃଣମୂଳ କ୍ଯାଡରଙ୍କୁ କ୍ଷୁବ୍ଧ କରିଛି। ଅପରାଧିଙ୍କୁ ସାଙ୍ଗରେ ରଖି ବିଜେପି କିଭଳି ଭିନ୍ନ ଆଭିମୁଖ୍ଯର ଦଳ ?

ପ୍ରଦୀପ ଓ ପ୍ରଶାନ୍ତଙ୍କ ଭଳି ଅପରାଧି ଓଡିଆ ଅସ୍ମିତାର ପରିଚୟ କି ? ବିଜେପିର ଓଡିଆ ଅସ୍ମିତାର ଏହି ଦୁଇ ନେତା ପୋଷ୍ଟର ବୟ କି ? ବ୍ରହ୍ମପୁର ଓ ଓଡିଶାବାସୀ ବିଜେପି ଉପରେ ହସୁଛନ୍ତି। ବିଜେପିର ଏହିଭଳି ଛଳନା ମୋତେ ଆଶ୍ଚର୍ଯ୍ଯ କରିଛି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର।

ସିଙ୍ଗାପୁରରୁ ଇଣ୍ଟର୍ଣ୍ଣସିପ୍ ସାରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ସାରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱର ବିମାନବନ୍ଦରଠାରେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ କମ୍ପାନିରେ କାମ କରିବାର ଅନୁଭୂତି ଦେବା ଲାଗି ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ଲାଗି ପ୍ରତିବର୍ଷ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚରୁ ଗତ ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନେ ଆଜି ଭୁବନେଶ୍ୱର ଫେରି ଆସିଛନ୍ତି।

ସିଙ୍ଗାପୁରର ଏହି ଅନୁଭୂତି ସେମାନଙ୍କ ଭବିଷ୍ୟତ କ୍ୟାରିୟରକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ବିଶେଷ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ ମତ ପ୍ରକାଶ କରିଛନ୍ତି। ‘‘ସିଙ୍ଗାପୁରର ଗୁଡଉଡ୍‌ ପାର୍କ ହୋଟେଲରେ ୬ ମାସ ଧରି ମୁଁ କାମ କରିବାର ସୁଯୋଗ ପାଇଲି। ପ୍ରଥମ ଦରମାରେ ମୁଁ ନୂଆ ଫୋନ୍‌ କିଣିବା ସହ ଘରକୁ ମଧ୍ୟ ଟଙ୍କା ପଠାଉଥିଲି। ତା’ଛଡ଼ା ଏଠାରେ ମୁଁ ନୂଆ ନୂଆ କାମ ବିଷୟରେ ଜାଣିବାକୁ ପାଇଲି। ଏହା ମୋ’ କ୍ୟାରିୟରକୁ ଆଗକୁ ନେବାରେ ସାହାଯ୍ୟ କରିବ’’, କହନ୍ତି ସୋନାଲିକା ସେଠୀ। ସୋନାଲିକା ବିଶ୍ୱ ଦକ୍ଷତା କେନ୍ଦ୍ରରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌ ବିଷୟରେ ତାଲିମ ନେଇ ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍‌ କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିଲେ।

‘‘ସିଙ୍ଗାପୁର ସହରରେ ଏକ ପ୍ରମୁଖ କମ୍ପାନିରେ କାମ କରିବା ପାଇଁ ମୁଁ ଦିନେ ସ୍ୱପ୍ନ ଦେଖିଥିଲି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ମେକାଟ୍ରୋନିକ୍ସ ବିଷୟରେ ତାଲିମ ନେବା ଫଳରେ ମୋର ସ୍ୱପ୍ନ ପୂରଣ ହୋଇଛି। ସିଙ୍ଗାପୁରରୁ ମୁଁ ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଛି। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ’’ ବୋଲି କହିଥିଲେ ଛାତ୍ର ଅଜୟ ମଙ୍ଗରାଜ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି। ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଅନୁଭୂତି ଦେବା ଲାଗି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଦୁଇ ସପ୍ତାହ ଲାଗି ସିଙ୍ଗାପୁର ପଠାଯାଉଛି।

ମେ ୨୫ରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ; ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ମେ ୨୫ରେ ଦେଶରେ ଷଷ୍ଠ ଓ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଦେଶର ମୋଟ ୫୭ ଆସନରେ ହେବ ଭୋଟ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ମେ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ।

ବିଜ୍ଞପ୍ତି ଅନୁଯାୟୀ, ମେ ୭ ତାରିଖରେ ଯାଞ୍ଚ ଓ ୯ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ଯାହାରର ସୁଯୋଗ ରହିଛି। ତୃତୀୟ ପର୍ଯ୍ୟାୟ ଓଡ଼ିଶାର ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ। ଏହି ଲୋକସଭା କ୍ଷେତ୍ର ଅଧିନ ୪୨ଟି ବିଧାନସଭା କ୍ଷେତ୍ରରେ ବି ଭୋଟ ଗ୍ରହଣ ହେବ।

ତୃତୀୟ ପର୍ଯ୍ୟାୟରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ।

ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲିକୁଦା: ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ବସ୍। ଜଗତସିଂହପୁର-ବାଲିକୁଦା ଶୋଭାଠାରେ ଦୁର୍ଘଟଣା। ୧୦ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା।

ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜଗତସିଂହପୁର ମେଡିକାଲ, ପରେ କଟକ ସ୍ଥାନାନ୍ତର କରାଯାଇଛି। ଧନୁହର ବେଲାରିରୁ ବୁଦ୍ଧି ସାହି ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ।

କାଶ୍ମିରୀ ବଂଶୋଦ୍ଭବ ଇସ୍କ-ଦର ହେଲେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ

ଲଦାଖ: ପାକିସ୍ତାନ ରାଜନୀତିରେ ହଟଚମଟ। ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍, ବୈଦେଶିକ ମନ୍ତ୍ରୀ ଇସ୍କ ଦରଙ୍କୁ ଉପ-ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି କାଶ୍ମିରୀ ବଂଶୋଦ୍ଭବ ଜଣକ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ନିକଟତମ ବ୍ୟକ୍ତି ଭାବେ ଜଣାଶୁଣା । ସେ ଏହା ପୂର୍ବରୁ ୪ଥର ପାଇଁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଶହବାଜ ସରିଫଙ୍କ ସରକାରରେ ଇସ୍କ ଦରଙ୍କୁ ଉପ-ପ୍ରଧାନମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ୟାବିନେଟ୍ ଡିଭିଜନ ଦ୍ୱାରା ଜାରି ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ବୈଦେଶିକ ବ୍ୟାପାର ମନ୍ତ୍ରୀ ମହମ୍ମଦ ଇସ୍କ ଦରଙ୍କୁ ଉପ-ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଶାହବାଜ ସରିଫ ବିଶ୍ୱ ଅର୍ଥନୀତି ଫୋରମରେ ଭାଗ ନେବାକୁ ସାଉଦି ଆରବ ଗସ୍ତରେ ଥିବାବେଳେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି।

୭୩ ବର୍ଷିୟ ଇସ୍କ ଦର ବୃତ୍ତିରେ ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଥିଲେ। ସେ ପୂର୍ବରୁ ୧୯୯୭-୯୯ ମଧ୍ୟରେ ଫେଡେରାଲ କର୍ମସ ଓ ଇନଭେଷ୍ଟମେଣ୍ଟ ଭାବରେ କାର୍ଯ୍ୟ କରିଥିଲେ। ସେ ସମୟରେ ପାକିସ୍ତାନ ସରକାରରେ ନୱାଜ ସରିଫ ପ୍ରଧାନମନ୍ତ୍ରୀ ଥିଲେ। ପରେ ସେ ୧୯୯୭ରୁ ୧୯୯୯ ପର୍ଯ୍ୟନ୍ତ ଏବଂ ୨୦୦୮ରେ କେନ୍ଦ୍ର ଅର୍ଥ ଏବଂ ପରିସଂଖ୍ୟାନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

କାରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ୯ ମୃତ

ଛତିଶଗଡର ବେମତାରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ମହିଳା ଏବଂ ୩ ଶିଶୁ ରହିଛନ୍ତି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ ହୋଇଥିବା ନେଇ ଜଣାପଡିଛି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବେମତାରା ଥାନା ସ୍ଥିତ କାଠିଆ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ପାର୍କ ହୋଇଥିବା ଏକ କାର ପିକଅପ୍ ଭ୍ୟାନ ଧକ୍କା ଦେଇଥିଲା। ପିକଅପ୍ ଭ୍ୟାନରେ ଥିବା ସମସ୍ତ ଲୋକ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାଁକୁ ଫେରୁଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ । ପରେ ଆହତଙ୍କୁ ଚିକିତ୍ସା ପାଇଁ ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗୁଜରାଟ ଉପକୂଳରୁ ଧରାପଡ଼ିଲା ବିପୁଳ ପରିମାଣର ନିଶାଦ୍ରବ୍ୟ, ୧୪ ପାକିସ୍ତାନ ନାଗରିକ ଗିରଫ

ଅହମ୍ମଦାବାଦ: ଗୁଜରାଟ ଉପକୂଳରୁ ଧରାପଡ଼ିଲା ବିପୁଳ ପରିମାଣର ନିଶାଦ୍ରବ୍ୟ। ୮୬ କେଜି ଓଜନର ନିଶାଦ୍ରବ୍ୟ ଧରିଛି କୋଷ୍ଟଗାର୍ଡ ସହ ଏଟିଏସ ଓ ଏନସିବିର ମିଳିତ ଟିମ। ଜବତ ନିଶାଦ୍ରବ୍ୟର ବଜାର ମୂଲ୍ୟ ପ୍ରାୟ ୬ଶହ କୋଟି ହେବ। ଏକ ପାକିସ୍ତାନୀ ଡଙ୍ଗା ମଧ୍ୟ ଧରାପଡ଼ିଛି। ଡଙ୍ଗାରେ ଥିବା ୧୪ ଜଣ ପାକିସ୍ତାନ ନାଗରିକଙ୍କୁ ଗିରଫ କରିଛି କୋଷ୍ଟଗାର୍ଡ।

ତଟରକ୍ଷୀ ବାହିନୀର ଜାହାଜ ରାଜରତନ ସହାୟତାରେ ଗୁଜରାଟ ଏଟିଏସ ଏବଂ ଏନସିବିର ମିଳିତ ଅପରେସନରେ ଏହି ସଫଳତା ମିଳିଛି। ପୋରବନ୍ଦରର ପଶ୍ଚିମ ଉପକୂଳ ଆରବସାଗରରେ ପାକିସ୍ତାନୀ ଡଙ୍ଗାକୁ ଧରିଥିଲା କୋଷ୍ଟଗାର୍ଡ। ଗୁପ୍ତ ସୂଚନା ପାଇ ରେଡ୍ କରିଥିଲା କୋଷ୍ଟଗାର୍ଡର ଏହି ମିଳିତ ଟିମ୍। ଅପରେସନରେ ଏକ ଜାହାଜ ସହ ବିମାନ ମୁତୟନ ହୋଇଥିଲା।

ତେବେ ଜାହାଜରେ କୋଷ୍ଟଗାର୍ଡ ସହ ଏଟିଏସ ଟିମ ମୁତୟନ ଥିଲେ। ପୂର୍ବରୁ ରବିବାର ସକାଳେ ଏନସିବି ଏବଂ ଏଟିଏସ ୩ଶହ କୋଟିର ନିଶାଦ୍ରବ୍ୟ ଜବତ କରିଥିଲା। ପୂର୍ବରୁ ଗତ ମାର୍ଚ୍ଚରେ ଗୁଜରାଟ ଏବଂ ରାଜସ୍ଥାନରେ ମୋଟ ୯୩୨ କୋଟି ମୂଲ୍ୟର ନିଶାଦ୍ରବ୍ୟ ଧରିଥିଲା ତଟସୁରକ୍ଷା ବାହିନୀ।

କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର, ହସ୍ପିଟାଲରେ ଭର୍ତ୍ତି

କାମାକ୍ଷାନଗର: ନିର୍ବାଚନ ପୂର୍ବରୁ ଢେଙ୍କାନାଳ ପୋଲିସର ବଡ ଆକ୍ସନ। କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର। ଏନକାଉଣ୍ଟରରେ ଗୁରୁତର ସୁବାସକୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ।

ସୂଚନା ଅନୁଯାୟୀ, ସୁବାସର ଗୋଡରେ ବାଜିଛି ଗୁଳି। ଏହି କୁଖ୍ୟାତ ଅପରାଧୀ ନାଁରେ ରହିଛି ୧୮ଟି ମାମଲା। ଦୁଇଟି ହତ୍ୟା ଓ ଡକାୟତି ସହ ଦାଦାବଟି ଭଳି ରହିଛି ସଙ୍ଗୀନ ଅଭିଯୋଗ। ଏହାସହ ସୁବାସ ଠାରୁ ବନ୍ଧୁକ ଜବତ କରିଛି ପୋଲିସ।

ତେବେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଛି। ଏକ ବଡ ଧରଣର ଅପରାଧ ଘଟାଇବା ପାଇଁ କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ସଦସ୍ୟମାନେ ଯୋଜନା କରୁଥିଲେ। ନିର୍ବାଚନ ସମୟରେ କିଛି ଅଘଟଣ ଘଟାଇଥାନ୍ତେ। ମାସକୁ ୩୦ ଲକ୍ଷରୁ ଅଧିକ ବଟି ଆଦାୟ କରୁଥିଲେ ଏହି ଗ୍ୟାଙ୍ଗ। ବାଲିଘାଟଠାରୁ ଆରମ୍ଭ କରି ବଡ ବ୍ୟବସାୟ ଓ ଠିକାଦାରଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ। ଦୀର୍ଘ ଦିନ ଧରି କାମାକ୍ଷାନଗର ଅଞ୍ଚଳରେ ଆତଙ୍କରାଜ ଚଳାଉଥିବା ସୁବାସ ଖୁଣ୍ଟିଆ ଏନକାଉଣ୍ଟର ପରେ କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଛତ୍ରଭଙ୍ଗ ଦେଇଛନ୍ତି।

ଦାଦାବଟି, ରାହାଜାନି, ଲୁଟ, ହତ୍ୟା ଭଳି ସଙ୍ଗୀନ ଅପରାଧ ଘଟାଉଥିବା ସୁବାସ ଖୁଣ୍ଟିଆ ଓ ତାଙ୍କ ଗ୍ରୁପ ଆଗାମୀ ନିର୍ବାଚନରେ ଅପ୍ରୀତିକିର ପରିସ୍ଥିତି ସୃଷ୍ଟି କରିବା ପାଇଁ ଖୁଣ୍ଟାପଶି-ଗୁଣ୍ଡିଚାନାଳୀ ଜଙ୍ଗଲ ଭିତରେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ପୋଲିସକୁ ଦେଖି କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ସଦସ୍ୟ ମାନେ ବୋମା ପକାଇବା ସହ ପୋଲିସ ଉପରକୁ ଗୁଳିଚାଳନା କରୁଥିବା ବେଳେ ପାଲଟା ଆକ୍ରମଣରେ ପୋଲିସ ଏନକାଉଣ୍ଟର କରିଥିଲା। ଫଳରେ ସୁବାସ ଖୁଣ୍ଟିଆର ଡାହାଣ ଗୋଡରେ ଗୁଳି ବାଜିବା ସହ ଅନ୍ୟ ତିନି ଅପରାଧୀ ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରୁ ଖଣ୍ଡା, ଦେଶୀ ବନ୍ଧୁକ, ଗୁଳି ଇତ୍ୟାଦି ଜବତ କରିଛି ପୋଲିସ।

ଡହଡହ ଖରାରେ ସିଜୁଛି ସାରା ଓଡିଶା, ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ଆକାଶରୁ ଅଗ୍ନି ବର୍ଷା। ଡହ ଡହ ଖରାରେ ସିଜୁଛି ସାରା  ଓଡିଶା। ଆଜି ଓ କାଲି ସର୍ବାଧିକ ଗ୍ରୀଷ୍ମ ପ୍ରବାହ ହେବ। ୧୩ ଦିନ ଧରି ଚାଲିଥିବା ଅହସ୍ଯ ତାପମାତ୍ରା ବୃଦ୍ଧି ଏହି ଦୁଇଦିନରେ ପିକ୍ ଛୁଇଁବ। ଏହାପରେ ବାୟୁ ଚଳାଚଳରେ ପରିବର୍ତ୍ତନ ଯୋଗୁ ଧୀରେ ଧୀରେ ତାପମାତ୍ରା କମିବ। କିନ୍ତୁ ପାରଦ ୪୦ ଡିଗ୍ରୀ ପାର କରିବ।

ଏଣୁ ମେ ପହିଲା ଯାଏ ରାଜ୍ଯର କେତେକ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ଯପଟେ ୭୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ଅସମ୍ଭାଳ ହୋଇଛି।  ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବୌଦ୍ଧ, କେନ୍ଦୁଝର, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ତେବେ ଆବଶ୍ୟକ ନଥିଲେ ଦିନ ୧୧ ଟାରୁ  ୩ଟା ପର୍ଯ୍ୟନ୍ତ ପିକ୍ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳା, ହୃଦ ରୋଗୀ, ଛୋଟପିଲା, ବୟସ୍କ ବିଶେଷ ଯତ୍ନବାନ ହେବାସହ ଜମିରେ ପାଣି ସିଞ୍ଚନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

ମେ’ ୨୫ରେ ଦେଶରେ ୬ଷ୍ଠ ଓ ଓଡ଼ିଶାରେ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ; ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ମେ ୨୫ରେ ଦେଶରେ ଷଷ୍ଠ ଓ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଦେଶର ମୋଟ ୫୭ ଆସନରେ ହେବ ଭୋଟ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଆରମ୍ଭ ହେବ।

ମେ ୬ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ୭ତାରିଖରେ ଯାଞ୍ଚ ଓ ୯ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ଯାହାରର ସୁଯୋଗ ରହିଛି। ତୃତୀୟ ପର୍ଯ୍ୟାୟ ଓଡ଼ିଶାର ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ। ଏହି ଲୋକସଭା କ୍ଷେତ୍ର ଅଧିନ ୪୨ଟି ବିଧାନସଭା କ୍ଷେତ୍ରରେ ବି ଭୋଟ ଗ୍ରହଣ ହେବ।

ତୃତୀୟ ପର୍ଯ୍ୟାୟରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣି, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ରେ ଭୋଟ୍ ଗ୍ରହଣ ହେବ ।