spot_img
Home Blog Page 1857

ଚିକିତ୍ସା କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ମେଡିକାଲ

କଟକ : ଚିକିତ୍ସା କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ମେଡିକାଲ। ଏସସିବି ଲିଭର ପ୍ରତିରୋପଣ ୟୁନିଟରେ ଓଡ଼ିଶାର ପ୍ରଥମ ଲିଭର ପ୍ରତିରୋପଣ ସଫଳତାର ସହିତ କରାଯାଇଛି। ଏନେଇ ଆଜି ଏସସିବି କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

କଟକ ତିଗିରିଆ ଅଞ୍ଚଳର ଜଣେ ବ୍ୟକ୍ତି ୨ବର୍ଷ ହେଲା ଲିଭର ରୋଗରେ ପୀଡ଼ିତ ଥିଲେ। ଏକ ବର୍ଷ ହେଲା ଏସସିବିରେ ନିୟମିତ ଚିକିତ୍ସା ହେଉଥିଲେ। ତେବେ ତାଙ୍କ ଲିଭର ସମ୍ପୂର୍ଣ ଖରାପ ହୋଇଯାଇଥିବାରୁ ପ୍ରତିରୋପଣ ଆବଶ୍ୟକତା ପଡିଥିଲା। ଏଥିପାଇଁ ସେ ମାର୍ଚ୍ଚ ମାସରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆସିଆନ ଇନିଷ୍ଟିଚ୍ୟୁଚ ଅଫ ଗ୍ୟାଷ୍ଟ୍ରୋଲୋଜିର ଅଭିଜ୍ଞ ଡାକ୍ତର ଓ ଏସସିବି ଲିଭର ପ୍ରତିରୋପଣର ଟିମ ଅଫ ଡକ୍ଟର ଏପ୍ରିଲ ୩ରେ ଉକ୍ତ ବ୍ୟକ୍ତିଙ୍କ ସଫଳ ଲିଭର ପ୍ରତିରୋପଣ କରିଥିଲେ। ତାଙ୍କ ପତ୍ନୀ ଲିଭର ଦାନ କରିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।

ନେପାଳ ୧୦୦ଟଙ୍କିଆ ନୋଟରେ ଭାରତ ଅଞ୍ଚଳ

ନୂଆଦିଲ୍ଲୀ: ନେପାଳରେ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟ୍। କିନ୍ତୁ  ଏଥିରେ ଭାରତର କିଛି ଅଞ୍ଚଳକୁ ନେପାଳ ନିଜର ବୋଲି ଦର୍ଶାଇ ନୂଆ ନୋଟ୍ରେ ଛାପିଥିବା ଜଣାପଡିଛି ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍ଛପାଯିବା ନେଇ ଘୋଷଣା କରାଯାଇଥିଲା। ଏହି ନୋଟରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣି ଆଦି ଅଞ୍ଚଳର ଫଟୋ ସ୍ଥାନିତ କରାଯାଇଛି। ଯେଉଁଗୁଡ଼ିକ ଭାରତର ଅଞ୍ଚଳ। ଏହି ଭୂଭାଗକୁ ନେଇ ଭାରତ ନେପାଳ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିବା ବେଳେ ନେପାଳର ଏଭଳି କାମକୁ କୃତ୍ରିମ ବିସ୍ତାର ଏବଂ ସରକାରଙ୍କ ଅସ୍ଥିରତା ବୋଲି ଭାରତ କହିଛି

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦହଲଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ନେପାଳର ନୂଆ ନକ୍ସା ଛପାଯିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣିକୁ ୧୦୦ ଟଙ୍କିଆ ନୋଟରେ ସାମିଲ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ସୂଚନା ଅନୁଯାୟୀ, ସୂଚନା ପ୍ରସାରଣ ବିଭାଗ ମନ୍ତ୍ରୀ ରେଖା ଶର୍ମା କହିଛନ୍ତି, ଗତ ଏପ୍ରିଲ ୨୫ ଏବଂ ମେ ୨ରେ ନେପାଳ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୧୦୦ ଟଙ୍କିଆ ନୋଟକୁ ପୁନର୍ବାର ଡିଜାଇନ କରିବା ସହିତ ଏହା ପଛପଟେ ଛପାଯାଇଥିବା ପୁରୁଣା ମାନଚିତ୍ରକୁ ବଦଳାଇବା ପାଇଁ ଅନୁମତି ଦେଇଥିଲା।

୨୦୨୦ ଜୁନ ୧୮ ତାରିଖରେ ନେପାଳ ସରକାର ସମ୍ବିଧାନ ସଂଶୋଧନ କରିଥିଲେ। ଏଥିରେ ନେପାଳର ରାଜନୈତିକ ମାନଚିତ୍ରକୁ ପରିବର୍ତ୍ତନ କରାଯାଇଥିଲା ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣୀ ଭଳି ବିବାଦୀୟ ସ୍ଥାନକୁ ନିଜର ବୋଲି ଦର୍ଶାଇଥିଲା ନେପାଳ। ଏହାକୁ ନେଇ ଭାରତ ସରକାର କଡ଼ା ଜବାବ ଦେଇଥିଲେ

 

ପୁଣି ଅଡୁଆରେ ୟୁଟ୍ୟୁବର ଏଲଭିଶ ଯାଦବ, ମନି ଲଣ୍ଡ୍ରିଂରେ ମାମଲା ଦାୟର କଲା ଇଡି

ନୋଏଡ଼ା : ଦିନକୁ  ଦିନ ବଢୁଛି ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡୁଆ । ପୁଣି ଏଲଭିଶଙ୍କ ନାଁରେ ମନି ଲଣ୍ଡ୍ରିଂ ମାମଲା ଦାୟକ କଲା ଇଡି । ଇଡି ମୁଖ୍ୟାଳୟ ନିର୍ଦ୍ଦେଶାନୁଯାୟୀ ଲକ୍ଷ୍ନୌ ଜୋନ କାର୍ଯ୍ୟାଳୟରେ ଏହି ମାମଲା ନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି । ଖୁବ୍ ଶୀଘ୍ର ଏଲଭିଶ ଯାଦବଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯିବ ନେଇ ସୂଚନା ମିଳିଛି । ତେବେ ପୂର୍ବରୁ ନୋଏଡା ପୋଲିସ ଦ୍ୱାରା ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଥିଲା  । କିନ୍ତୁ ବର୍ତ୍ତମାନ ସେ ଜାମିନରେ ବାହାରେ ଅଛନ୍ତି ।

ତେବେ ପିପୁଲ୍ସ ଫର୍ ଅନିମଲ୍ସର ଅଧିକାରୀ ଗୌରବ ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ  ଗତବର୍ଷ ନଭେମ୍ୱର ୨ରେ  ଏଲଭିଶ ଯାଦବଙ୍କ ସମେତ ୬ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା  ।  ଏହି ଅଭିଯୋଗ ଅନୁଯାୟୀ ପୋଲିସ ଏଲଭିଶଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲେ  । । କିନ୍ତୁ ବର୍ତ୍ତମାନ ସମସ୍ତେ ଜାମିନରେ ବାହାରେ ଅଛନ୍ତି । ମାମଲାରେ ନୋଏଡା ପୋଲିସ ୧୨୦୦ ପେଜର ଚାର୍ଜସିଟ୍ ଦାଖଲ କରିସାରିଛି ।

ବର୍ତ୍ତମାନ ଇଡି ଏହି ମାମଲାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରୁଛି । ପ୍ରାରମ୍ଭ ପର୍ଯ୍ୟାୟରେ ଏନସିଆରର ଜଣାଶୁଣା ହୋଟେଲ, କ୍ଲବ୍ , ରିସୋର୍ଟ ଏବଂ ଫାର୍ମହାଉସ ଆଦିର ପାର୍ଟିରେ ସାପ ବିଷ କାରବାର ହୋଉଥିବା ଜଣାପଡିଥିଲା । ଏଥି ସହିତ ଜଡିତ ସଂଚାଳକଙ୍କୁ ଖୋଜି ପୋଲିସ ପଚରାଉଚରା  କରିବା ସହ ଏଲଭିଶଙ୍କ ପାଖରେ ଥିବା ଅନେକ ସୌଖିନୀ ଗାଡି ପଛର କାରଣ ଜାଣିବା ପାଇଁ ପଚରାଉଚରା କରିବ ପୋଲିସ ।

ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି,କୋରାପୁଟରୁ ନବୀନଙ୍କ ଶାଣିତ ଆକ୍ରମଣ

ଜୟପୁର : କୋରାପୁଟ ସଭାରେ ବିରୋଧୀଙ୍କ ଉପରେ ନବୀନଙ୍କ ଶାଣିତ ଆକ୍ରମଣ । ବିରୋଧୀଙ୍କୁ ନିଶାନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳଙ୍କ ବିରୋଧରେ ମିଥ୍ୟା କଥା କହିବାର ଅଭିଯୋଗ କରିଛନ୍ତି । ସଭାରେ ଉଦବୋଧନ ଦେଇ ସେ କହିଥିଲେ ଯେ, ବିରୋଧୀ ଦଳ ମିଛ କଥା କହୁଛନ୍ତି । ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣାମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନକୁ ଆର୍ଶିବାଦ କରନ୍ତୁ । ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ।

ବିରୋଧୀଙ୍କ ଉପରେ ଆକ୍ରମଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିଜୁ ଜନତା ଦଳ ସରକାରର ଉପଲବ୍ଧି ସକ୍ଷେପରେ କହିଥିଲେ । ସେ ସଭାରେ ଥିବା ଭୋଟରଙ୍କୁ ସରକାରୀ ଯୋଜନା ବାବଦରେ ପଚାରି ବୁଝିଥିଲେ ଯେ,ଯୋଜନା ଗୁଡିକ ଭଲ କି ନାହିଁ । ଠିକ୍ ଭାବରେ ଯୋଜନା ଦ୍ୱାରା ସେମାନେ ଉପକୃତ ହୋଇଛନ୍ତି କି ନାହିଁ ।

ଭାଷଣ ଆରମ୍ଭରେ ସେ ଭୋଟରଙ୍କୁ ପଚାରିଥିଲେ ଯେ, ବିଏସକେୱାଇ ଭଲ କି ? ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ପିଲା ମାନଙ୍କୁ ଦିଆଯାଉଥିବା ବୃତ୍ତି ଭଲ ଯୋଜନା କି ? କାଳିଆ ସ୍କିମ୍ ଭଲ କି ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରିଥିଲେ ।

ସରକାରଙ୍କ ୭ ଫ୍ଲାଗସିପ୍ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କ ମତ ନେଇ ସେ ଦକ୍ଷୀଣ ଓଡ଼ିଶାରୁ ବିରୋଧୀ ଦଳଙ୍କ ବିରୋଧରେ ଜୋରଦାର ଆକ୍ରମଣ କରିଛନ୍ତି । ବିରୋଧୀ ନେତା କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହି ନବୀନ ଆଗକୁ ଲଢେଇ ଜୋରଦାର ହେବାର ସଂକେତ ଦେଇଛନ୍ତି ।

ଭାରୀ ପଡିଲା ସନାତନ ଧର୍ମକୁ ନେଇ ଟିପ୍ପଣୀ , ସ୍ୱାମୀ ପ୍ରସାଦଙ୍କ ଉପରକୁ ଜୋତା ମାଡ଼

ନୂଆଦିଲ୍ଲୀ :  ଶୋଷିତ ସମାଜ ପାର୍ଟିଙ୍କ ରାଷ୍ଟୀୟ  ଅଧ୍ୟକ୍ଷ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ଼ । ଆଗ୍ରା ଫତେହାବାଦର ଏକ ସଭାରେ ତାଙ୍କ ଭାଷଣ ଚାଲିଥିବ ବେଳେ ଜଣେ ଯୁବକ ତାଙ୍କ ଉପରକୁ ଜୋତା ମାଡ଼ କରିଥିବା ସୂଚନା ମିଳିଛି । ସେ ଫତେହାବାଦରେ ସତୀ ମନ୍ଦିରକୁ ନେ ନିଜ ଦଳୀୟ ପ୍ରାର୍ଥୀ ହୋତମ ସିଂହଙ୍କ ସପକ୍ଷରେ ଜନତାଙ୍କୁ ସମ୍ବୋଧିକ କରିବାକୁ ଆସିଥିଲେ  । ସେଥିରେ ସେ ସତାତନ ଧର୍ମକୁ ନେଇ ଏକ ଟିପ୍ପଣୀ ଦେଇଥିଲେ  । ଯାହାକୁ ଶୁଣି ଯୁବ ବିଗ୍ରେଡର ଜଣେ ସଦସ୍ୟ କ୍ରୋଧିତ ହୋଇ ତାଙ୍କ ଉପରୁ ଜୋତା ଫୋପାଡି ଥିଲେ  । ଏହା ପରେ ପୋଲିସ ତୁରନ୍ତୁ ସେହି ବ୍ୟକ୍ତିକୁ ଗିରଫ କରି ନେଇଥିଲେ ।

ଜାତି ପ୍ରଘଟ ଡରରେ ଆତ୍ମହତ୍ୟା କରିଥିଲେ ରୋହିତ ଭେମୁଲା : ପୋଲିସ

ନୂଆଦିଲ୍ଲୀ : ରୋହିତ ଭେମୁଲା ମୃତ୍ୟୁ ମମଲାରେ ସବୁ ଅଭିଯୁକ୍ତଙ୍କୁ କ୍ଲିନ୍ ଚିଚ୍ ଦେଲା ତେଲେଙ୍ଗାନା ପୋଲିସ । କୋର୍ଟରେ ଦିଆଯାଇଛି କ୍ଲୋଜର ରିପୋର୍ଟ । ଏଥିରେ କୁହାଯାଇଛି କି ରୋହିତ ଦଳିତ ନଥିଲେ । ତାଙ୍କ ପ୍ରକୃତ ଜାତି ସମସ୍ତଙ୍କୁ ଜଣାପଡିଯିବା ଡର ହିଁ ତାଙ୍କ ମୃତ୍ୟୁର କାରଣ  । ସେ ୨୦୧୬ ଜାନୁଆରୀ ୧୭ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ  ।

ତେଲେଙ୍ଗାନା ପୋଲିସ ରୋହିତ ଭେମୁଲା ମୃତ୍ୟୁ ମାମଲାରେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛନ୍ତି । ସେ ରାଜନୈତିକ କାର୍ଯ୍ୟରେ ଅତ୍ୟନ୍ତ ସକ୍ରିୟ ଥିଲେ  ।  ଏଥି ପାଇଁ ତାଙ୍କ ଏକାଡେମିକ୍ ପ୍ରଦର୍ଶନ ଭଲ ନଥିଲା  । ଏଥି ସହିତ ନିଜ ଜାତି ଅନ୍ୟମାନେ ଜାଣିଦେବା ଡର ଆଦି ତାଙ୍କ ମୃତ୍ୟୁର କାରଣ ବୋଲି ପୋଲିସ ଦର୍ଶାଇଛି ।

ରୋହିତ ଭେମୁଲା ହାଇଦ୍ରାବାଦର ସେଣ୍ଟ୍ରାଲ ୟୁନିଭର୍ସିଟିର ହଷ୍ଟେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ  । ସେତେବେଳେ ସେ ସାମାଜିକ ବିଜ୍ଞାନରେ  ପିଏଚଡି କରୁଥିଲେ  । ଅନ୍ୟପଟେ ପୋଲିସର କ୍ଲୋଜର ରିପୋର୍ଟକୁ ନେଇ ଅସନ୍ତୁଷ୍ଠ ହୋଇ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।  ସେମାନେ ରିପୋର୍ଟ ପ୍ରତ୍ୟାହାର ସହ ପୁନର୍ବାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଦାବି କରିଛନ୍ତି ।

ଶବ ସତ୍କାର କରିବାକୁ ଆସି ହେଲେ ମହୁମାଛିଙ୍କ ଆକ୍ରମଣର ଶିକାର, ୬ଜଣ ଗୁରୁତର

ଜଳେଶ୍ୱର : ଶବ ସତ୍କାର କରିବାକୁ ଶ୍ମଶାନକୁ ଆସି ମହୁମାଛି ଆକ୍ରମଣରେ ୬ ଗୁରୁତର। ଜଳେଶ୍ଵର ବ୍ଲକ ଡେମୁରିଆ ଗାଁର ଘଟଣା। ଗାଁର ଅନନ୍ତ ଜେନାଙ୍କ ମୃତ୍ଯୁ ପରେ ଶବ ସତ୍କାର ପାଇଁ ଶ୍ମଶାନରେ ପହଞ୍ଚିଲେ ପରିବାର। ହଠାତ୍ ମହୁ ମାଛି ଆକ୍ରମଣ କରିଥିଲା । ମୃତଦେହ ରଖି ଚମ୍ପଟ ମାରିଲେ ଲୋକେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି। ଖବର ପାଇ ନାମ୍ପୋ ଫାଣ୍ଡି , କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭରତପୁର ଥାନା ଅଧୀନ ଏକ ବସ୍ତିରେ ଘଟିଛି ଏଭଳି ଘଟଣା। ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ। ସେ ଅନ୍ୟ ଜଣେ ଯୁବତୀଙ୍କ ସହ ଭଡାରେ ରହୁଥିଲେ। ଗତ ଗୁରୁବାର ଦିନ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ବେଳେ ଗତକାଲି ରାତିରେ ମୃତଦେହ ଠାବ ଜବତ ହୋଇଛି।

ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଥିବା ଅଭିଯୋଗ। ତେବେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରୁଛି ଭରତପୁର ଥାନା ପୋଲିସ। କିନ୍ତୁ ହତ୍ୟା ଘଟଣାକୁ ଖଣ୍ଡନ କରିଛି ଭରତପୁର ଥାନା ପୋଲିସ। ଏହା ଏକ ଆତ୍ମହତ୍ୟା ବୋଲି ସୂଚନା ଦେଇଛନ୍ତି ଭରତପୁର ଥାନା ଆଇଆଇସି।

କନେଷ୍ଠବଳ ଚାକିରି ସହ UPSC ପାଇଁ ପ୍ରସ୍ତୁତି, ୭ଥର ଫେଲ ପରେ ପାଇଲେ ସଫଳତା

ନୂଆଦିଲ୍ଲୀ : ପେଶାରେ ପୋଲିସ କନେଷ୍ଠବଳ । କିନ୍ତୁ ନିଜ ନିଷ୍ଠା ଓ ପରିଶ୍ରମ ବଳରେ ୟୁପିଏସସି ଭଳି କଠିନ ପରୀକ୍ଷାରେ ସଫଳତା ହାସଲ କରିପାରିଛନ୍ତି । ୧୬ ଏପ୍ରିଲ ୨୦୨୪ରେ UPSC ରେଜଲ୍ଟ  ଜାରି ହେବା ପରେ ସାମ୍ନାକୁ ଆସିଲା ଜଣେ ସଫଳ ପରୀକ୍ଷାର୍ଥୀଙ୍କ କାହାଣୀ । ନିଜ ଆର୍ଥିକବସ୍ଥା ସଙ୍ଗୀନ ହେବା ସର୍ତ୍ତ୍ୱେ , ବାରମ୍ୱାର ବିଫଳ ହେବା ପରେ ବି ନିଜ ସ୍ୱପ୍ନ ସାକାର କରିବାକୁ ସେ କେବେ ପଛଘୁଞ୍ଚା ଦେଇ ନଥିଲେ ସେ ।

ଏ ହେଉଛନ୍ତି ରାଜସ୍ଥାନ ଦୌସା ଜିଲ୍ଲାର ରାମ ଭଜନ । ବାପା, ମା ଦୁହେଁ ଦିନ ମଜୁରିଆ । ପିଲା ଦିନରୁ ସେ ମଧ୍ୟ ପଥର ଭାଙ୍ଗି ୨ ପଇସା ରୋଜଗାର କରୁଥିଲେ  । ପରେ ସେ ନିଜ ପ୍ରଚେଷ୍ଠା ବଳରେ ଦିଲ୍ଲୀ ପୋଲିସରେ କନେଷ୍ଠବଳ ଚାକିରି ପାଇଲେ । ଏହା ପରେ ବହୁ ପରିଶ୍ରମ ଏବଂ ୭ଥର ବିଫଳତା ପରେ ଦୁନିଆର ସବୁଠୁ କଠିନ ପରୀକ୍ଷା ପାସ୍ କରିପାରିଛନ୍ତି । ଏବେ ତାଙ୍କ ସଫଳତାକୁ ନେଇ ସେ ସବୁଠି ଚର୍ଚ୍ଚାରେ ।

ପୋଲିସରେ ଚାକିରି କରିବା ସହିତ ସେ UPSC ପାଇଁ ପ୍ରସ୍ତୁତି କରୁଥିଲେ  । ହେଲେ ୭ ଥର ବିଫଳ ହେବା ପରେ ମଧ୍ୟ ସେ ନିଜ ମନୋବଳକୁ ଦୃଢ କରି ୮ମ ଥର ପାଇଁ ପରୀକ୍ଷା ଦେଇଥିଲେ ଏବଂ ଶେଷରେ ସଫଳତା ହାସଲ କରିଥିଲେ  । ନିଜେ ଡ୍ୟୁଟି ପରେ ସେ ପ୍ରତିଦିନ ୭ ରୁ ୮ ଘଣ୍ଟା ପଢୁଥିବା ସେ କହିଛନ୍ତି । ପରିବାରର ଭରଣାପୋଷଣ ଏବଂ ପୋଲିସ ଚାକିରି ସହ UPSC ପାଇଁ ପ୍ରସ୍ତୁତି ହେବା ସହଜ ନଥିଲା  । ଏଥିପାଇଁ ତାଙ୍କ ପତ୍ନୀଙ୍କ ବଡ଼ ସହଯୋଗ ରହିଛି ବୋଲି ସେ କହିଛନ୍ତି ।

ଡିଭାଇଡରରେ ପିଟିହେଲା ଯାତ୍ରୀବାହୀ ବସ୍ , ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ

ବାଲେଶ୍ୱର : ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ଯାତ୍ରୀବାହୀ ବସ୍। ୬୦ ନଂ ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ଦୁର୍ଘଟଣା। ବାଲେଶ୍ବରରୁ କୋଲକାତା ଅଭିମୁଖେ ଯାଉଥିବା ଦାକ୍ଷାୟାନୀ ନାମକ ଘରୋଇ ଯାତ୍ରୀବାହୀ ବସ୍। ମଧ୍ଯ ରାତ୍ରିରେ ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟକୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅନ୍ୟ ଏକ ବସ୍ ଯୋଗେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି ସମସ୍ତ ଯାତ୍ରୀ। ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ବସର ସମସ୍ତ କର୍ମଚାରୀ ଫେରାର ଅଛନ୍ତି। ଘଟଣାସ୍ଥଳରେ  ବସ୍ତା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।