spot_img
Home Blog Page 1847

ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବଢିଲା ଅଡୁଆ । ୨୦୨୦ରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସମେତ ଖଗେନ୍ଦ୍ର ସାହୁ, ସୁଜିତ ଦଳେଇଙ୍କ ବିରୁଦ୍ଧରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ରଦ୍ଦ କରିବା ପାଇଁ ଅନୁଭବ ଏମପି ଏମଏଲଏ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ । ସରକାରଙ୍କ ପକ୍ଷରୁ ଏହି ମାମଲାରେ ତଦନ୍ତକାରୀ ପୋଲିସ ଅଧିକାରୀ ଅଭିଯୋଗର ସତ୍ୟାସତ୍ୟ ଥିବା ନେଇ ଚାର୍ଜସିଟ ଦାଖଲ କରିଛନ୍ତି । ତେଣୁ ମାମଲା ଚାଲୁ ରଖିବା ସହିତ ମୁଦାଲାଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ପାଇଁ ଆବେଦନ କରିଥଲେ । କୋର୍ଟ ଆଜି ଅନୁଭବଙ୍କ ଆବେଦନକୁ ଖାରଜ କରିବା ସହିତ ସରକାରୀ ପକ୍ଷର ନିବେଦନକୁ ଗ୍ରହଣ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୧୦ତାରିଖକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

ପୁଂଛ୍ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନୀ ସେନାର ପୂର୍ବତନ କମାଣ୍ଡୋ

ନନ୍ଦିଘୋଷ ବ୍ୟୁରୋ: ଶନିବାର ଜମ୍ମୁ-କାଶ୍ମୀରର ପୁଂଛରେ ଭାରତୀୟ ବାୟୂସେନା ଉପରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହୀଦ ହୋଇଛନ୍ତି । ଏହି ଆକ୍ରମଣରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ୩ ଜଣଙ୍କ ନାମ ସାମନାକୁ ଆସିଛି । ଏଥିରେ ଜଣେ ପାକିସ୍ତାନର ଜଣେ ପୂର୍ବତନ କମାଣ୍ଡୋ ରହିଛନ୍ତି । ତାଙ୍କ ନାମ ହେଉଛି ଇଲିଆସ ଏବଂ କୋଡ ନାମ ଫଉଜି ।

ତେବେ ଏହି ଆତଙ୍କବାଦୀ ହମଲାରେ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି । ଅନେକ ସନ୍ଦିଗ୍ଧଙ୍କୁ ଧରା ହୋଇଥିବାବେଳେ ଏମାନଙ୍କର ଏହି ୩ଜଣଙ୍କ ସହ ଲିଙ୍କ୍ ରହିଥିବା କୁହାଯାଉଛି ।

ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ, ମୋଦୀଙ୍କୁ କଂଗ୍ରେସର ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଜାରି ରହିଛି ନିର୍ବାଚନୀ ଉଷ୍ମତା । ଉଭୟ ସରକାର ଏବଂ ବିରୋଧୀ ଦଳ ସରକାର ଗଢ଼ିବା ପାଇଁ ପରସ୍ପରକୁ କଡ଼ା ସମାଲୋଚନା କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି କି, ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାହୁଲ କାହିଁକି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ନାମ ନେଉ ନାହାନ୍ତି । ପୂର୍ବରୁ ଏମାନଙ୍କ ନାମ ନେଇ ବାରମ୍ବାର ସମାଲୋଚନା କରୁଥିବା ରାହୁଲ ହଠାତ କାହିଁକି ଏଭଳି ଏହି ପ୍ରସଙ୍ଗରେ ଚୁପ୍ ହୋଇ ଯାଇଛନ୍ତି । ତେବେ ମୋଦୀଙ୍କ ଏହି ପ୍ରତିକ୍ରିୟା ପରେ ଟ୍ବିଟ୍ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲେଖିଛନ୍ତି କି, ବନ୍ଧୁ ଏବେ ବନ୍ଧୁ ନୁହେଁ । ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ନିଜ ବନ୍ଧୁଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଉନାହାନ୍ତି । ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ନିଜ ଆସନ ଏବେ ଟଳମଳ ହେଉଛି । ସେପଟେ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ମୋଦୀଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଏବେ ରାଜେନୖତିକ ମାହୋଲ ବେଶ ଚର୍ଚ୍ଚା ହେଉଛି ।

କହି ରଖୁଛୁ କି, ତେଲେଙ୍ଗାନାରେ ଏକ ସାଧାରଣ ସଭାରେ ମୋଦୀ ନିଜର ଅଭିଭାଷଣରେ କହିଥିଲେ କି, ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ବାରମ୍ବାର ଆଦାନୀ ଏବଂ ଅମ୍ବାନୀଙ୍କ ନାମକୁ ଘୋଷୁଥିଲେ । କିନ୍ତୁ ଏବେ ଆଉ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ତେବେ ରାହୁଲ ସେମାନଙ୍କଠାରୁ କିଛି ଟଙ୍କା ଆଣିଛନ୍ତି ବୋଧେ । ଏଭଳିଭାବେ ମୋଦୀ ରାହୁଲଙ୍କୁ ଟାର୍ଗେଟ କରିଥିଲେ ।

ଅତାବିରାରେ କାର୍ତ୍ତିକ ପାଣ୍ଡଆନଙ୍କ କ୍ୟାମ୍ପେନ, କହିଲେ ଏଠାକାର ଜନସମୁଦ୍ର ଦେଖିଲେ ବିରୋଧୀଙ୍କ ମନୋବଳ ଭାଙ୍ଗିଯିବ

ନନ୍ଦିଘୋଷ ବ୍ୟୁରୋ: ଭେଡେନ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର । ସାଧାରଣ ସଭାରେ ପାଣ୍ଡିଆନଙ୍କ ଉଦବୋଧନ । କହିଲେ ଏଭଳି ଜନସମୁଦ୍ର ଦେଖିଲେ ବିରୋଧୀଙ୍କ ମନୋବଳ ଭାଙ୍ଗିଯିବ । ବହୁ ନେତା ନିର୍ବାଚନ ଆସିଲେ ଏଭଳି ଆସିବେ ଏବଂ ପ୍ରତିଶୃତି ଦେଇ ଚାଲିଯିବେ । ପରେ ସେମାନଙ୍କ ଦେଖା ମିଳିବନି । କିନ୍ତୁ ନବୀନ ସରକାର ବିକାଶ କରୁଛନ୍ତି । ଆମେ ସବୁବେଳେ ହିସାବ ଦେଇଥାଉ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ ଏବେ ସମ୍ବଲପୁରରେ ବ୍ୟସ୍ତ ଅଛନ୍ତି । ଏହାସହ ବିଜେପିର ଇସ୍ତାହାରକୁ ନେଇ ମଧ୍ୟ ଟାର୍ଗେଟ କରିବା ସହ ଭେଡେନ ଅତାବିରାର ବିକାଶର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

୩୫ କୋଟି ‘ଘରୋଇ ସହାୟକ’ଙ୍କ ତଦନ୍ତ କେଉଁଠି ପହଂଚିଲା ?

ନନ୍ଦିଘୋଷ ବ୍ୟୁରୋ: ଝାରଖଣ୍ଡର ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମଙ୍କ ନିଜି ସଚିବ ସଞ୍ଜୟ କୁମାର ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲମଙ୍କ ଘରୁ ୩୫ କୋଟି ମିଳିବା ଘଟଣା ସାରା ଦେଶରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ଇଡି ଗ୍ରାମୀଣ ବିକାଶ ମନ୍ତ୍ରାଳୟରେ ରେଡ୍ କରିଥିଲା । ଯାଞ୍ଚ ଅଧିକାରୀ ନିଜ ସହ ଆରୋପି ସଞ୍ଜିବ ଲାଲଙ୍କୁ ନେଇ ପ୍ରଜେକ୍ଟ ଭବନରେ ପହଞ୍ଚିଥିଲେ । ଯେଉଁଠି ଗ୍ରାମୀଣ ବିକାଶ ରହିଛି । ତେବେ ଦୁଇଦିନ ପୂର୍ବରୁ ଇଡି ରେଡ୍ କରିଥିବାବେଳେ ୩୫ କୋଟିରୁ ଅଧିକ ଟଙ୍କା ମିଳିଥିଲା । ତେବେ ଇଡି ପକ୍ଷରୁ କୁହାଯାଇଛି କି, ଗ୍ରାମୀଣ ବିକାଶର ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଜଡ଼ିତ ରହିଛନ୍ତି । ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗୀର ଆଲମଙ୍କ ସଚିବ ଲାଲ ଏବଂ ଜାହାଙ୍ଗୀରଙ୍କୁ ଅଲାଦଲରେ ଦ୍ବାରସ୍ଥ କରାଯାଇଛି । ତେବେ ଇଡି ଏମାନଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ନେଇଛି ।

 

ଟି-୨୦ ବିଶ୍ବକପରେ ଭାରତର ପ୍ଲେଇଙ୍ଗ ୧୧ରେ କାହାକୁ ମିଳିବ ସ୍ଥାନ?

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପାଇଁ ଆରମ୍ଭ ହୋଇ ଯାଇଛି କାଉଣ୍ଟଡାଉନ୍ । ସମସ୍ତ ଦଳ ୧୫ ଜଣିଆ ସାମ୍ଭବ୍ୟ ଦଳ ଘୋଷଣା କରିଛନ୍ତି । ତେବେ ଭାରତ ନିଜର ୧୫ ଜଣିଆ ଦଳ ଘୋଷଣା କରିଥିବାବେଳେ ଦୁଇ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିଛି । ତେବେ ଏମାନଙ୍କ ମଧ୍ୟରୁ ଓ୍ବିକେଟକିପର ଭାବେ ପ୍ଲେଇଙ୍ଗ ୧୧ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ବିଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।

ତେବେ ବିସିସିଆଇର ଏକ ସୂତ୍ରରୁ ମିଳିଥିବା ଖବର ମୁତାବକ ମ୍ୟାନେଜମେଣ୍ଟର ପ୍ରଥମ ପସନ୍ଦ ହେଉଛନ୍ତି ଋଷଭ ପନ୍ଥ । ଜଣେ ଭଲ ଓ୍ବିକେଟ କିପର ବ୍ୟାଟ୍ସମ୍ୟନ ସାଙ୍ଗକୁ ବାମହାତୀ । ଦଳରେ ବାମହାତୀ ଖେଳାଳୀଭାବେ ତାଙ୍କୁ କମ୍ବିନେସନ ପାଇଁ ସ୍ଥାନ ମିଳିପାରେ । ସେପଟେ ସଞ୍ଜୁ ସାମସନ ପ୍ରଥମଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରାରେ ସ୍ଥାନ ପାଇଛନ୍ତି । ଋଷଭ ପନ୍ଥଙ୍କ ଏହା ତୃତୀୟ ଟି-୨୦ ବିଶ୍ବକପ ହେବ । ଏଣୁ ଅଭିଜ୍ଞତା ଦୃଷ୍ଟିରୁ ପନ୍ଥଙ୍କୁ ଦଳରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ ରହିଛି । ମଙ୍ଗଳବାର ଋଷଭ ପନ୍ଥଙ୍କ ଅଧିନାୟକରେ ଦିଲ୍ଲୀ ଏବଂ ସାମସନଙ୍କ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା । ଯଦିଓ ରାଜସ୍ଥାନ ଏହି ମ୍ୟାଚଟି ପରାଜୟ ବରଣ କରିଥିଲା ତଥାପି ସାମସନ ପନ୍ଥଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲେ ।

ସେପଟେ ଅଷ୍ଟ୍ରେଲିଆର ପୂର୍ବତନ ଦିଗଜ କ୍ରିକେଟର ମାଥ୍ୟୁ ହେଡେନ କହିଛନ୍ତି କି, ସାମସନ ଜଣେ ଭଲ ବ୍ୟାଟ୍ସମ୍ୟାନ । ସେ ସ୍ପିନର ଏବଂ ପେସରଙ୍କ ବିପକ୍ଷରେ ସମାନ ଷ୍ଟ୍ରାଇକ ରେଟରେ ଖେଳନ୍ତି । ଚଳିତ ସିଜିନରେ ମଧ୍ୟ ତାଙ୍କର ପ୍ରଦର୍ଶନ ବେଶ ଦମଦାର ରହିଛି । ସାମସନ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳୁଥିବାବେଳେ ଓ୍ବେଷ୍ଟଇଣ୍ଡିଜର ମନ୍ଥର ପିଚରେ ସାମସନ ଟିମ ପାଇଁ ମୁଖ୍ୟ ବିକଳ୍ପ ହେବେ ବୋଲି କୁହାଯାଉଛି ।

ବିଜେପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍

ନନ୍ଦିଘୋଷ ବ୍ୟୁରୋ: କୁଆଡେ ଗଲା ଏମଏସପି ଦୁଇଗୁଣା କରିବାର ପ୍ରତିଶୃତି ? କୁଆଡେ ଗଲା ବରପାଲି ଷ୍ଟେସନକୁ ରେଲୱେ ଜଙ୍କସନ କରିବାର ପ୍ରତିଶୃତି ? କୁଆଡେ ଗଲା କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ଘୋଷଣା ? କେବଳ ନିର୍ବାଚନ ଆସିଲେ ବିରୋଧୀ ଦଳର ଚାଷୀଙ୍କ କଥା ମନେପଡେ । ବରଗଡ଼ ବିଜେପୁରରୁ ବିରୋଧୀଙ୍କୁ ଏମିତି ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିଜେପୁରରେ ବରଗଡ ବିଜେଡି ପ୍ରାର୍ଥୀ ପରିଣିତା ମିଶ୍ର ଓ ବିଜେପୁର ବିଧାୟକ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ସବୁ ନିର୍ବାଚନମଣ୍ଡଳିରୁ ଦାବି ହେଉଛି । କାରଣ ମୁଖ୍ୟମନ୍ତ୍ରୀ ଯେଉଁଠୁ ପ୍ରାର୍ଥୀ ହେବେ ସେହି ନିର୍ବାଚନମଣ୍ଡଳିର ଚିତ୍ର ବଦଳିଯିବ । ବିଜେପୁର ତାର ଏକ ଜ୍ବଳନ୍ତ ଉଦାହାରଣ । ବରଗଡ଼ ଜିଲ୍ଲାର ଜଳସେଚନ ସମସ୍ୟା ଦୂର କରିବାକୁ ୩୦ ମିଟର ତଳୁ ପାଣି ଉଠାଇ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୮୦ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହେଉଛି । ତିନି ବର୍ଷରେ ଏହି କାମ ଶେଷ ହୋଇଛି । ରୂପାନ୍ତରଣ କଣ ବିରୋଧୀ ଆସି ଏହି ପ୍ରକଳ୍ପକୁ ଦେଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଗତ ଉପନିର୍ବାଚନ ଓ ୨୦୧୯ରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଆସି ଏମଏସପି ଦୁଇଗୁଣା ହେବ ବୋଲି କହିଥିଲେ । କିନ୍ତୁ ଏଯାଏଁ କଲେ ନାହିଁ । ଏବେ ପୁଣି ନିର୍ବାଚନ ଆସିଛି, ସେ ଆସିବେ ଆଉ ବଡ ବଡ ପ୍ରତିଶୃତି ଦେଇ ଚାଲିଯିବେ । ବରପାଲୀ ରେଳଷ୍ଟେସନକୁ ରେଲୱେ ଜଙ୍କସନ କରିବାକୁ ପ୍ରତିଶୃତି ଦେଇଥିଲେ । ଏଯାଏଁ ପ୍ରତିଶୃତି ପାଳନ କଲେ ନାହିଁ । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ କହିଥିଲେ । କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ପାଉଥିବା ଜିଏସଟି ଭାଗକୁ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି । ଏହା ହେଉଛି ବରଗଡବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା । ଫସଲ ବୀମା ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ବିରୋଧୀ ଦଳର ନେତାମାନେ ।

ଫେଲ ମାରିଲେ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ନିଜେ ବହନ କଲେ । ଗଙ୍ଗାଧର ମେହେରଙ୍କ ଜନ୍ମମାଟି ଓ ମ୍ୟୁଜିୟମ ପାଇଁ କୋଟିଏ ୨୦ ଲକ୍ଷ ଓ ଦୁଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଓଡିଶାର ବରପୁତ୍ର ଓ ଅସ୍ମିତା କଥା କହୁଥିବା କେନ୍ଦ୍ରମନ୍ତ୍ରୀ ଗଙ୍ଗାଧର ମେହେରଙ୍କ ଗୋଟିଏ ବି ପ୍ରତିମୂର୍ତ୍ତି କରିନାହାଁନ୍ତି । ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ଦେଶର ସବୁ ପେଟ୍ରୋଲ ପମ୍ପରେ ନିଜର ଫଟୋ ମାରିଲେ । କିନ୍ତୁ ବରଗଡର ଗର୍ବ ଗଙ୍ଗାଧର ମେହେରଙ୍କୁ ଭୁଲିଗଲେ । ଖରାଦିନେ ଥଣ୍ଡା ଜାଗାକୁ ବୁଲିଯିବା ଭଳି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତାମାନେ ଟୁରିଷ୍ଟ ଭଳି ଆସିବେ ବଡ ବଡ ପ୍ରତିଶୃତି ଓ ମିଠା ମିଠା କଥା କହି ଚାଲିଯିବେ । ବିଜେପୁରର ବିକାଶଧାରାକୁ ଜାରି ରଖିବାକୁ ନବୀନ ପଟ୍ଟନାୟକଙ୍କୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଅପିଲ କରିଛନ୍ତି ।

ପୁଣି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଫେରାଦ ହେଲା ବିଜେଡ଼ି। ଟାଙ୍ଗୀ ବ୍ଲକର ଏମବିକେ ମହିଳାଙ୍କୁ ଧମକ ଚମକ ଦେଉଛନ୍ତି ପ୍ରଶାନ୍ତ । ଫୋନ ଯୋଗେ ଧମକ ଦେଉଛନ୍ତି ପ୍ରଶାନ୍ତ। ଗତକାଲି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ପରେ ବି ପ୍ରଶାନ୍ତ ଧମକେଇଛନ୍ତି। ବିଜେଡ଼ି ବାରମ୍ବାର ଅଭିଯୋଗ କଲେ ବି ପ୍ରଶାନ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବିଜେପି ପ୍ରାର୍ଥୀଙ୍କ ଲାଗି ଅଲଗା ନିୟମ କି ବୋଲି ଅଭିଯୋଗ କରିଛି ବିଜେଡି। ପୂର୍ବରୁ ମଧ୍ୟ ସାମ୍ବାଦିକଙ୍କୁ ପ୍ରଶାନ୍ତ ଆକ୍ରମଣ କରିଥିଲେ। ଅଭିଯୋଗ ପରେ ବି ପ୍ରଶାନ୍ତଙ୍କୁ ନୋଟିସ ବି ଦିଆଗଲା ନାହିଁ। ସେପଟେ ଏମବିକେ ମହିଳା ମା ମାନକୁ ଆଶ୍ଵସନା ଦେଇଛି ବିଜେଡ଼ି। ଆପଣ ମାନକ ସହିତ ବିଜେଡ଼ି ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଅଛନ୍ତି। ସେଥିପାଇଁ ଜଣେ ଗୁଣ୍ଡା କୁ ନ ଡରି ଜବାବ୍ ଦିଅନ୍ତୁ।

ମହାପ୍ରଭୁଙ୍କ ରଥ ନିର୍ମାଣ ନିମନ୍ତେ ରେଢ଼ାଖୋଲରୁ ଗଲା ରଥକାଠ

ସମ୍ୱଲପୁର : ରଥପାଇଁ ରେଢ଼ାଖୋଲରୁ ଗଲା ରଥକାଠ। ରେଢ଼ାଖୋଲରୁ ତୃତୀୟ ଥର ଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ କାଠ ଯାଇଛି।ରେଢ଼ାଖୋଲ ବନଖଣ୍ଡରୁ ୧୭୩ ଖଣ୍ଡ ରଥକାଠ ପୁରୀ ଯାଇଛି। ଖୋଲଗଡ ଜଙ୍ଗଲରୁ ୪୦ ଫୁଟର ୩୫ ଖଣ୍ଡ, ଧଉରା ଓ ଅସନ କାଠ ଓ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ସଡ଼ଠାରୁ ୧୩୮ ଖଣ୍ଡ ୧୨ଫୁଟ ଓ ୩ ଫୁଟର କାଠ ଯାଇଛି। ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି କାଠ ପଠାଇଥିଲେ। ରଥକାଠ ଗଲାବେଳେ ରେଢ଼ାଖୋଲରେ ନାମ ସଂକୀର୍ତ୍ତନ ସହିତ ହୁଳହୁଳିରେ ପ୍ରକମ୍ପିତ ହେଉଥିଲା

ସଙ୍କଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର

ନନ୍ଦିଘୋଷ ବ୍ୟୁରୋ :ସଂକଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର ସଂକଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର। ୩ ସ୍ଵାଧୀନ ବିଧାୟକ ସରକାରଙ୍କ ସମର୍ଥନ ଛାଡିବା ପରେ ବଢିଲା ଅଡୁଆ।ସମର୍ଥନ ଛାଡିଥିବା ୩ ସ୍ଵାଧୀନ ବିଧାୟକ କଂଗ୍ରେସକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ୩ ବିଧାୟକଙ୍କ ଏହି ଘୋଷଣା ପରେ ବିଜେପି ନେତୃତ୍ଵାଧୀନ ସରକାରର ସଂକଟ ବଢିଛି। ୩ ସ୍ଵାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ ଏବଂ ଧର୍ମପାଲ ଗୋନ୍ଦର।

ହରିଆଣାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସି ହୁଡ୍ଡା ଏବଂ ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। ୩ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ବିଜେପି ସଂଖ୍ୟାଲଘୁ ସରକାର ହୋଇଥିବା ଦାବି କରିଛନ୍ତି ହରିଆଣା କଂଗ୍ରେସ ମୁଖ୍ୟ ଉଦୟ ଭାନ। ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ବର୍ତ୍ତମାନ ୮୮ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପିର ୪୦ ବିଧାୟକ ରହିଛନ୍ତି। ବିଜେପି ସରକାରକୁ ପୂର୍ବରୁ ଜେଜେପି ଏବଂ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ରହିଥିଲା।

ପୂର୍ବରୁ ଜେଜେପି ସମର୍ଥନ ପ୍ରତ୍ଯାହାର କରିଥିବାବେଳେ ଏବେ ୩ ସ୍ଵାଧୀନ ବିଧାୟକ ସମର୍ଥନ ଫେରାଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ। ବିଜେପି ମୋଟ ୪୭ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛି। ଜଣେ HLP, 3 JJP ଏବଂ ୩ ସ୍ଵାଧୀନ ବିଧାୟକ ସରକାରକୁ ସମର୍ଥନ ଦେଇଥିଲେ।