ନନ୍ଦିଘୋଷ ବ୍ୟୁରୋ: ଉଦ୍ଧାର ହେଲା ନାବାଳକ । ଭୁବନେଶ୍ବର ୟୁନିଟ୍-୩ ଅଞ୍ଚଳରୁ ଭାସି ଯାଇଥିବା ନାବାଳକ ଲକ୍ଷ୍ମୀସାଗର ମେଳନ ପଡ଼ିଆ ଅଞ୍ଚଳରୁ ଉଦ୍ଧାର । ତେବେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସରେ ପିଲାଟିକୁ ଉଦ୍ଧାର କରି ମେଡିକାଲ ନିଆଯାଇଛି । ତେବେ ସ୍ବାସ୍ଥ୍ୟବସ୍ଥା କିଭଳି ରହିଛି ତାହା ସ୍ପଷ୍ଠ ଜଣାପଡ଼ିନାହିଁ ।
ନିଟ୍ ଜାଲିଆତି ମାମଲାରେ ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିଟ୍ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ। ଯଦି ଟିକିଏ ବି କେଉଁଠି କାହାର ଭୁଲ ହୋଇଥାଏ, କଡ଼ା କାର୍ଯ୍ଯାନୁଷ୍ଠାନ ହେବା ଉଚିତ। ନିଟ ଜାଲିଆତି ଓ ପ୍ରଶ୍ନପତ୍ର ଲିକ୍ ମାମଲାର ଶୁଣାଣି କରି ଏନଟିଏ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ସୁପ୍ରିମକୋର୍ଟ । ଜବାବ ମଧ୍ଯ ମାଗିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି ପରୀକ୍ଷା ପରିଚାଳନାରେ କିଛି ତ୍ରୁଟି ରହିଛି, ଏନଟିଏ ତାକୁ ମାନିବା ଉଚିତ। ଏବଂ କହିବା ଦରକାର ଯେ, ତ୍ରୁଟି ସୁଧାରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଏପରି ହେଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମନରେ ଏନଟିଏ ପ୍ରତି ଭରସା ବଢ଼ିବ। ମେଡିକାଲ ସିଟ୍ ଟେ ପାଇବା ପାଇଁ ପିଲାମାନେ କେତେ ଯେ ପରିଶ୍ରମ କରୁଛନ୍ତି, ତାହା ଏନଟିଏ ବୁଝିବା ଉଚିତ। ଯଦି ଜାଲିଆତି କରି ଜଣେ ଡାକ୍ତର ହେବ, ସମାଜ ପାଇଁ ତାହା କେତେ ଯେ କ୍ଷତିକାରକ ତାହା ବୁଝନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ଗତ ସପ୍ତାହରେ ୧୫୬୩ ପିଲାଙ୍କ ଗ୍ରେସ୍ ମାର୍କକୁ ବାତିଲ କରାଯାଇଥିଲା। ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେଇପାରିବେ କିମ୍ବା ପୁରୁଣା ସ୍କୋର ଲାଗୁ କରାଯିବ ବୋଲି ରାୟ ଦେଇଥିଲେ ସୁପ୍ରିମକୋର୍ଟ। ଏହି ୧୫୬୩ ପିଲାଙ୍କ ପାଇଁ ଜୁନ ୨୩ରେ ପୁଣି ଥରେ ନିଟ୍ ହେବ। ଗ୍ରେସ୍ ମାର୍କକୁ ନେଇ ବିବାଦ ହେବା ପରେ ସୁପ୍ରିମକୋର୍ଟ ଗତ ସପ୍ତାହରେ ୧୫୬୩ ପିଲାଙ୍କ ଗ୍ରେସ୍ ମାର୍କକୁ ବାତିଲ କରିଥିଲେ। ଏହି ଗ୍ରେସ୍ ମାର୍କକୁ ନେଇ ବିବାଦ ହେବା ସହିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପୁରା ବ୍ଯବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମୁଁ କିଛି ଶୁଣି ପାରୁନାହିଁ, ଅଳକା ୟାଗନିକଙ୍କୁ ବିରଳ କର୍ଣ୍ଣ ରୋଗ
ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗ୍ନିକ ବିରଳ ନ୍ୟୁରୋ ଡିସଅର୍ଡର ରୋଗରେ ପୀଡିତ । ସୋସିଆଲ ମିଡିଆରେ ଏନେଇ ସେୟାର କରିବା ପରେ ଚିନ୍ତିତ ହୋଇପଡିଛନ୍ତି ଫ୍ୟାନ୍ସ । ଦିନେ ବିମାନ ଯାତ୍ରା କରି ଆସିବା ପରେ ତାଙ୍କୁ ଏଭଳି ସମସ୍ୟା ଅନୁଭବ ହୋଇଥିଲା । ସେ କିଛି ଶୁଣି ପାରୁନଥିବା ଅନୁଭବ କରିଥିଲେ । ନିଜ ସୋସିଆଲ ସାଇଟ୍ରେ ସେୟାର କରିବା ପରେ ତାଙ୍କ ପ୍ରଶଂସକ ମାନେ ଅଲକାଙ୍କ ସୁସ୍ଥତା କାମନା କରିଛନ୍ତି । ଲାଉଡ୍ ମ୍ୟୁଜିକ ଠୁ ଦୂରେଇ ରହିବା ପାଇଁ ଫ୍ୟାନ୍ସ ମାନେ ତାଙ୍କୁ ନିବେଦନ କରିଛନ୍ତି ।
ସେ ଇନଷ୍ଟାରେ ଏକ ଫଟୋରେ ସେୟାର କରି ଲେଖିଛନ୍ତି ମୋର ବନ୍ଧୁ, ପ୍ରଶଂସକ ଓ ଶୁଭଚିନ୍ତକଙ୍କୁ କହିବାକୁ ଚାହୁଁଛି କିଛି ଦିନ ପୂର୍ବରୁ ଯେତେବେଳେ ମୁଁ ବିମାନରେ ଯାତ୍ରା କରି ବାହାରିଲି ମୋତେ ଅଚାକ କିଛି ଶୁଣା ଯାଇନଥିଲା । ବହୁତ ଧୈର୍ଯ୍ୟ ଧରି ମୁଁ ଏବେ ପ୍ରଶ୍ଂସକଙ୍କ ସହ ଏକଥା ସେୟାର କରୁଛି । ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଜଣାପଡିଲା ଯେ ବିରଳ ନ୍ୟୁରୋ ନର୍ଭ ହିଅରିଂ ଲସ୍ ହୋଇଛି । ଭାଇରାଲ କାରଣରୁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି ।
ଅଚାନକ ଏଭଳି ଘଟଣା ପାଇଁ ମୁଁ ସ୍ତବ୍ଧ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ମୋ ପାଇଁ ପ୍ରାର୍ଥନା କରନ୍ତୁ । ମୋ ପ୍ରଶ୍ଂସକ ମାନଙ୍କୁ ନିବେଦନ କରିବି ଦୟାକରି ବହୁ ଜୋର ଶବ୍ଦ ହେଉଥିବା ମ୍ୟୁଜିକରୁ ଦୂରେଇ ରୁହନ୍ତୁ । ଏହା ସହ ଅତ୍ୟଧିକ ହେଡ୍ ଫୋନ ବ୍ୟବହାରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଅଲକା । ଗୋଟିଏ ଦିନରେ ଆପଣ ମାନଙ୍କ ସହ ଏତେ ବଡ କଥା ସେୟାର କରି ମନ ହାଲୁକା ଲାଗୁଛି । ଏଭଳି କଠିନ ସମୟରେ ଆପଣଙ୍କ ସହଯୋଗ ମୋ ପାଇଁ ସବୁକିଛି ବୋଲି କହିଛନ୍ତି ଅଲକା ।
ଇଟାଲୀରେ ଜାହାଜ ବୁଡି ୧୧ ପ୍ରବାସୀ ମୃତ, ୬୪ରୁ ଊର୍ଦ୍ଧ୍ବ ନିଖୋଜ
ରୋମ: ଇଟାଲୀର ଦକ୍ଷିଣ ତଟରେ ଜାହାଜ ବୁଡି ୬୪ ଜଣ ନିଖୋଜ ହୋଇଯାଇଛନ୍ତି । ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ କେଲବ୍ରିଆନ ସହରକୁ ଅଣାଯାଇଛି । ସେହିପରି ଆଉ ଏକ ଅଘଟଣରେ ୧୧ ଜଣଙ୍କ ଶବ ମିଳିଛି । ଇଟାଲୀର ଲାମ୍ପେଡୁସା ଦ୍ବୀପ ନିକଟରେ ଏହି ଦୁର୍ଘଟଣା ଘଟିଛି ।
କେଲାବ୍ରିଆ ଠୁ ୨୦୦ କିଲୋମିଟର ଦୂରରେ ପ୍ରଥମ ଦୁର୍ଘଟଣା ଘଟିଥିଲା । ଆଠ ଦିନ ପୂର୍ବରୁ ତୁର୍କୀରୁ ଯାତ୍ରା ଆରମ୍ଭ କରିଥିବା ଏକ ଡଙ୍ଗାରେ ନିଆଁ ଲାଗିବାରୁ ଏହା ଓଲଟି ଯାଇଥିଲା । ଡଙ୍ଗା ତଳୁ ସନ୍ଦିଗ୍ଧ ପ୍ରବାସୀଙ୍କ ମୃତଦେହ ମିଳିଛି । ମୃତକ ମାନେ ଇରାନ, ସିରିଆ ଓ ଇରାକର ହୋଇଥିବା ଜଣାପଡିଛି ।
ଇଟାଲୀ ନୌସେନା ଉଦ୍ଧାରକାର୍ଯ୍ୟ ପାଇଁ ଦୁଇଟି ଜାହାଜକୁ ଘଟଣାସ୍ଥଳକୁ ପଠାଇଛି ।

