spot_img
Home Blog Page 163

ବର୍ଷା ହେଲେ ବଢୁଛି ଭୁସ୍ଖଳନ ଭୟ : ଗଜପତି ଜିଲ୍ଲାର ୧୩୯ଟି ସ୍ଥାନକୁ ଭୁସ୍ଖଳନ ସମ୍ଭାବ୍ୟ ଅଞ୍ଚଳ ଭାବେ ଚିହ୍ନଟ

ନନ୍ଦିଘୋଷ ବ୍ୟୁରୋ : ବର୍ଷା ହେଲେ ବଢୁଛି ଭୁସ୍ଖଳନ ଭୟ। ଘାରୁଛି ପାହାଡ଼ ଧସିବା ଭୟ। ଆତଙ୍କରେ ରାତି କାଟୁଛନ୍ତି ହଜାର ହଜାର ଆଦିବାସୀ ପରିବାର। ଲୋକଙ୍କୁ ସ୍ଥାୟୀ ସୁରକ୍ଷା ଦେବାରେ ବିଫଳ ସରକାର। ରାଜ୍ୟର ସର୍ବାଧିକ ଭୁସ୍ଖଳନ ପ୍ରବଣ ଜିଲ୍ଲା ମଧ୍ୟରେ ଗଜପତି ଅନ୍ୟତମ। ଜିଲ୍ଲାର ୧୩୯ଟି ସ୍ଥାନକୁ ଭୁସ୍ଖଳନ ସମ୍ଭାବ୍ୟ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ପ୍ରତିବର୍ଷ ଲଗାଣ ବର୍ଷା ପ୍ରଭାବରେ ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ଘଟି ଅନେକ କ୍ଷୟକ୍ଷତି ହେବା ସହ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ। ଗତ କିଛି ବର୍ଷ ହେବ ଜିଲ୍ଲାରେ ଭୂସ୍ଖଳନ ଜନିତ କ୍ଷୟକ୍ଷତି ବଢ଼ି ଚାଲିଥିବା ନେଇ ପ୍ରଶାସନିକ ତଥ୍ୟ କହୁଛି। ତେଣୁ ସ୍ଥାୟୀ ସୁରକ୍ଷା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।

ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପୂର୍ବ ସରକାର ଯୋଜନା କରିଥିଲେ। ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ ତତ୍କାଳୀନ ସରକାର ଭୂତତ୍ତ୍ୱବିତଙ୍କ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ। ସମ୍ବେଦନଶୀଳ ପାହାଡ଼ିଆ ଗାଁ ଗୁଡ଼ିକରେ ସର୍ଭେ କରିଥିଲେ। ଲୋକଙ୍କୁ ସମତଳ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। କିଛି ଆଦିବାସୀ ପରିବାରକୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା। ହେଲେ ସରକାର ପରିବର୍ତ୍ତନ ପରେ ଏବେ ଏହି ପ୍ରକ୍ରିୟା ଠପ୍ ହୋଇଯାଇଛି। ଅନ୍ୟପଟେ ସମସ୍ତ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ପ୍ରଶାସନର ନଜର ରହିଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି।

ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଆଦିବାସୀ ପରିବାର ଗୁଡ଼ିକୁ ସ୍ଥାୟୀ ସୁରକ୍ଷା ମିଳିବ ତ ? କେବେ ପ୍ରଶାସନର ନିଦ ଭାଙ୍ଗିବ? କେବେ ବିପଦସଙ୍କୁଳ ଅଞ୍ଚଳରୁ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବେ?

ତେଜୁଛି ରେଭେନ୍ସା ବିବାଦ : ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ

0

ନନ୍ଦିଘୋଷ ବ୍ୟୁରୋ : ତେଜୁଛି ରେଭେନ୍ସା ବିବାଦ । ଓ୍ବାର୍ଡେନଙ୍କୁ ଅଶାଳୀନ ବ୍ୟବହାର ପାଇଁ ସର୍ବସାଧାରଣରେ କ୍ଷମା ମାଗନ୍ତୁ ସଦର ବିଧାୟକ । ଦାବି କରି ପ୍ରତିବାଦକୁ ଓହ୍ଲାଇଲେ ରେଭେନ୍ସା ପୁରାତନ ଛାତ୍ରଛାତ୍ରୀ। ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ । ସେପଟେ ଗତକାଲି ରାତିରେ ଶିକ୍ଷକ ସଂଘ କହିଛି ଯେ ବିଧାୟକ ବର୍ତ୍ତମାନ ପର୍ଯ୍ୟନ୍ତ ସିନେଟ ସଦସ୍ଯ ହୋଇ ନାହାନ୍ତି । କାରଣ ସିନେଟ ଗଠନ ପ୍ରକ୍ରିୟା ସରିନି। ତେଣୁ ସେ ବିଶ୍ବବିଦ୍ୟାଳୟ କଥାରେ ମୁଣ୍ଡ ଖେଳାଇବା ତାଙ୍କର ପରିସର ଭିତରେ ଯାଉନି। ତଥାପି ଆମେ ତାଙ୍କର ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ଦାବି ଆଉ ରଖୁ ନାହୁଁ। ସେ କେବଳ ଆମର ପ୍ରଫେସର ଓ ଚିଫ ୱାଡେନଙ୍କ ନାଁରେ ବାଚସ୍ପତିଙ୍କୁ ଦେଇ ଥିବା ଚିଠି ପ୍ରତ୍ୟାହାର କରି ନିଅନ୍ତୁ । ତାପରେ ଆଲୋଚନା ସମ୍ଭବ ହେବ।  ଶନିବାର ମଧ୍ୟରାତ୍ରିରେ ହୋଷ୍ଟେଲର କିଛି ଅନ୍ତେବାସୀ ଫ୍ରେଣ୍ଡସିପ୍ ଡେ’ ପାଳନ ପାଇଁ ଏକାଠି ହୋଇଥିଲେ। ମାତ୍ର ଚିଫ୍ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କ ନିକଟରେ ରାଗିଂ ହେଉଥିବା ନେଇ ଖବର ପହଞ୍ଚିଥିଲା। ଗଣ୍ଡଗୋଳ ସୃଷ୍ଟି ହେବା ଆଶଙ୍କା କରି ୱାର୍ଡେନ୍ ପର ଦିନ ହୋଷ୍ଟେଲର ଦୁଇଟି ରୁମ୍ ବନ୍ଦ କରିଦେଇଥିଲେ, ଯାହାକୁ ନେଇ ଛାତ୍ରମାନେ ଆନ୍ଦୋଳନରେ ବସିଥିଲେ। ତେବେ ସୋମବାର ଦିନ କୁଳପତି ନିଜେ ଚିଫ୍ ୱାର୍ଡେନ୍, ୱାର୍ଡେନ୍ ଏବଂ ୩ ଜଣ ସିନିୟର ଅଧ୍ୟାପକଙ୍କୁ ନେଇ ହୋଷ୍ଟେଲକୁ ଯାଇଥିଲେ। ସେଠାରେ କରିଡର, ବାଥରୁମ୍ ଓ ଭିତ୍ତିଭୂମିର ଅସୁବିଧା ସମ୍ପର୍କରେ ଛାତ୍ରମାନଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିଲା। ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ପିଲାମାନେ ସନ୍ତୁଷ୍ଟ ହୋଇ ଆନ୍ଦୋଳନରୁ ଓହରିଥିଲେ । ତେବେ ଆଲୋଚନା ଶେଷ ହେବା ପାଖାପାଖି ସମୟରେ ସଦର ବିଧାୟକ ସେଠାରେ ପହଞ୍ଚିଥିଲେ। ମାତ୍ର ୧୫ ରୁ ୨୦ ସେକେଣ୍ଡ ଭିତରେ କଥା କଟାକଟି ହୋଇ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଥିବା କୁଳପତି କହିଛନ୍ତି। ଏବେ ବିବାଦର ଆପୋଷ ସାମାଧାନ ପାଇଁ ଉଦ୍ୟମ ଚାଲିଛି। ବିଧାୟକ କେବଳ ଗୋଟିଏ ହୋଷ୍ଟେଲର ଡେପୁଟି ୱାର୍ଡେନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ କୁଳପତି ଏହାକୁ ବ୍ୟକ୍ତିଗତ ନ କରି ସାର୍ବଜନୀନ ନିଷ୍ପତ୍ତି ନେଇଛନ୍ତି । କୌଣସି ଜଣେ ବ୍ୟକ୍ତି କିମ୍ବା ହୋଷ୍ଟେଲ ଉପରେ ଫୋକସ୍ ନକରି, ସମସ୍ତ ୧୩ଟି ହୋଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କୁ ସମ୍ପୂର୍ଣ୍ଣ ଅଦଳବଦଳ କରାଯିବ ବୋଲି କୁଳପତି ସ୍ପଷ୍ଟ କରିଛନ୍ତି। ରେଭେନ୍ସା ବିବାଦ ଆହୁରି ଖରାପ ସ୍ଥିତିକୁ ଯିବା ପୂର୍ବରୁ ତାର ସମାଧାନ ପାଇଁ ବୁଦ୍ଧିଜୀବୀଙ୍କ ମତ ରଖିଛନ୍ତି ।

ଜାତୀୟ ହସ୍ତତନ୍ତ ଦିବସ :୪୦ କିମି ଦୂରରେ ଥିବା କର୍ଡୋଲା ଗାଁ ଏବେ ବୁଣାକାର ଗାଁ ଭାବେ ପାଇଛି ସ୍ବତନ୍ତ୍ର ପରିଚୟ

ନନ୍ଦିଘୋଷ ବ୍ୟୁରୋ : ଆଜି ଜାତୀୟ ହସ୍ତତନ୍ତ ଦିବସ l ଦେଶର ପରମ୍ପରା ଓ ବୁଣାକାରଙ୍କୁ ସମ୍ମାନ ଦେବାର ଦିନ l ଆଜି ଆମେ ଆପଣଙ୍କୁ ନେଇଯିବୁ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲାର କର୍ଡୋଲା ଗାଁକୁ l ଯେଉଁଠି ପ୍ରାୟ ୫୦ ପ୍ରତିଶତ ଲୋକ ଆଜି ବି ହସ୍ତତନ୍ତ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି l କିନ୍ତୁ ସମ୍ବଲପୁରୀ ଶାଢ଼ୀକୁ ବିଶ୍ୱ ଦରବାରକୁ ପହଞ୍ଚାଉଥିବାଏଇ ବୁଣାକାରଙ୍କ ପାଖରେ କ’ଣ ସରକାରୀ ଯୋଜନା ପହଞ୍ଚୁଛି କି ? କେମିତି ପିଢ଼ି ପରେ ପିଢ଼ି ସମ୍ବଲପୁରୀ ଶାଢ଼ୀ ବୁଣି ପରିବାର ଚଳାଉଛନ୍ତି ଏହି ବୁଣାକାର ? ଜୀବନ ବଞ୍ଚିବାର ରାହା ସାଜିଛି ହସ୍ତତନ୍ତ । ସୁନ୍ଦର ସୁନ୍ଦର ଶାଢି ବୁଣି ଗୁଜୁରାଣ ମେଣ୍ଟାଉଛନ୍ତି ଗାଁର ୫୦ ପ୍ରତିଶତ ପରିବାର । ସମ୍ବଲପୁର ସହରରୁ ୪୦ କିମି ଦୂରରେ ଥିବା କର୍ଡୋଲା ଗାଁ ଏବେ ବୁଣାକାର ଗାଁ ଭାବେ ପାଇଛି ସ୍ବତନ୍ତ୍ର ପରିଚୟ । ଏହା ଗୋଟେ ଗାଁ ନୁହେଁ ଏହି ଗାଁ ଏକ ଜୀବନ୍ତ କାରଖାନା l ଶହ ଶହ ବର୍ଷ ହେଲା ପିଢ଼ି ପରେ ପିଢ଼ି ଏଠାକାର ଲୋକ ସମ୍ବଲପୁରୀ କଳା ଓ ସଂସ୍କୃତିକୁ ଆପଣେଇ ଆସୁଛନ୍ତି l ଘରର ସବୁଠୁ ଛୋଟ ସଦସ୍ୟଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ କାମରେ ଲାଗିଥାନ୍ତି l ଗୋଟେ ଶାଢ଼ୀ ତିଆରି କରିବାକୁ ଲାଗେ ୧୨ ରୁ ୧୫ ଦିନ l ସୂତା ବାନ୍ଧିବା, ରଙ୍ଗ କରିବା, ଲୁମରେ ବୁଣିବା ।  ସବୁ କାମ ହାତରେ କରନ୍ତି । ଫଳରେ ଆଜି ପୁରା କରଡୋଳା ଗାଁ ଆଜି ବୁଣାକାର ଗାଁ ଭାବେ ପରିଚିତ ହୋଇଛି ସମ୍ବଲପୁରୀ ବସ୍ତ୍ର ବୁଣିବା ପାଇଁ ପୁରା ପରିବାର ଦିନ ରାତି କାମ କରୁଛନ୍ତି ।ହେଲେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା କହିଛନ୍ତି ବୁଣାକାର ପରିବାର l ସୂତା କିଣିବା ଠୁ ଆରମ୍ଭ କରି ସୂତାରେ ରଙ୍ଗଦେବା, ସୂତାକୁ ବାନ୍ଧିବା ସହିତ ଶାଢ଼ୀ ତିଆରି ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ ହାତରେ କରିଥାନ୍ତି ପୁରା ପରିବାର l ସବୁଠାରୁ ବଡ଼କଥା ହେଲା ଉପଯୁକ୍ତ ମାର୍କେଟିଙ୍ଗ ବ୍ୟବସ୍ଥା ନଥିବାରୁ ପରିଶ୍ରମର ଉଚିତ୍ ଦର ପାଉନାହାନ୍ତି ବୁଣାକାର । ତେଣୁ ସରକାର ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ।

ଲଗ୍ନ ନିର୍ଣ୍ଣୟ ହେବା ପରେ ଆଜିଠୁ ଘରେ ଘରେ ଆରମ୍ଭ ହୋଇଛି ନୁଆଁଖାଇ ପ୍ରସ୍ତୁତି 

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଭାଇଚାରାର ଗଣପର୍ବ ନୂଆଖାଇ।  ଏହି କୃଷିଭିତ୍ତିକ ମହାନ ପର୍ବକୁ ଧୁମଧାମରେ ପାଳନ କରିବାକୁ ଉତ୍ସବମୁଖର ହୋଇପଡେ ପୁରପଲ୍ଲୀ ନୂଆଁଖାଇ ପାଇଁ ଆଜି ଜ୍ୟୋତିଷ ପଣ୍ଡିତ ମହାସଭାରେ ଲଗ୍ନ ନିର୍ଣ୍ଣାୟକ ହେବା ପରେ ଉତ୍ସବ ମୁଖର ହୋଇଛି ବଲାଙ୍ଗୀର ଜିଲ୍ଲା । ଲଗ୍ନ ନିର୍ଣ୍ଣୟ ହେବା ପରେ ଆଜିଠୁ ଘରେ ଘରେ ଆରମ୍ଭ ହୋଇଛି ନୁଆଁଖାଇ ପ୍ରସ୍ତୁତି  । ଚାଷୀର ବର୍ଷଯାକର ପରିଶ୍ରମର ନୂଆ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଲାଗି ହେବ ନୂଆଖାଇ ପର୍ବ ପାଇଁ ଆରମ୍ଭ ହୋଇଛି ସଜବାଜ ।   ଶୈଳଶ୍ରୀ ପ୍ୟାଲେସ ଲୋକନାଥ ମନ୍ଦିର ଠାରେ ପଣ୍ଡିତ ମହାସଭା ବୈଠକରେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି ।  ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ଦିନ ଲଗ୍ନ ଧାର୍ଯ୍ୟ ହୋଇଛି ।  ପାଟଣା ମହାରାଜଙ୍କ ରାଜପଣ୍ଡିତ ସନ୍ତୋଷ ଦାସଙ୍କ ନିର୍ଦ୍ଦେଶରେ ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଲଗ୍ନ ନିର୍ଦ୍ଧାରିତ ହୋଇଛି । ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟଣେଶ୍ୱରୀ ଓ ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ବିଶୁଦ୍ଧ ତୁଳା ଲଗ୍ନରେ ନୂଆଖାଇ ପାଳନ କରାଯିବ । ଦିବା ୯ ଘଣ୍ଟା ୩୬ ମିନିଟରୁ ୧୦ ଘଣ୍ଟା ୧୦ ମିନିଟ୍ ମଧ୍ୟରେ ଲାଗି ହେବ ନବାନ୍ନ । ଇଷ୍ଟ ଦେବୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବେ ।ପଶ୍ଚିମ ଓଡ଼ିଶାର ଏହା ମୁଖ୍ୟପର୍ବ । ଏନେଇ ନୂଆଖାଇକୁ ଗଣପର୍ବ କହାଯାଇଥାଏ । ନୂଆଖାଇରେ ବିଶେଷ କରି ଚାଷୀ ପରିବାରରେ ବେଶ୍ ଉତ୍ସାହ ଦେଖା ଦେଇଥାଏ । ନୂଆଖାଇ ପାଇଁ ଲଗ୍ନ ନିର୍ଣ୍ଣୟ ପରେ ମହିଳା ମାନେ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ନୂଆଁଖାଇ ଦିନ ମାଆ ଅନ୍ନପୂର୍ଣା ଘରକୁ ଆସିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ସମସ୍ତେ ଘରକୁ ସଫାସୁତରା କରିଥାନ୍ତି । ସେହିପରି ଏହି ଦିନ ଦେବାଦେବୀ ମନ୍ଦିର ଗୁଡିକୁ ମଧ୍ୟ ସୁସଜ୍ଜିତ କରାଯାଇଥାଏ । ଭୋର୍ ସକାଳୁ ଗୁପ୍ତ ପୂଜା ଓ ନୀତିକାନ୍ତି ପରେ ଲଗ୍ନ ଅନୁସାରେ ଇଷ୍ଟଦେବୀଙ୍କ ଠାରେ ନୂଆଁ ଲାଗି କରାଯାଇଥାଏ ।

ଖୋଲା ଆକାଶ ତଳେ ପଡିଛି ଏକ୍ସପାଏରୀ ମେଡିସିନ

0

ନନ୍ଦିଘୋଷ ବ୍ୟୁରୋ: ଔଷଧ ଗୋଦାମ ନିକଟରେ କୁଢ଼ କୁଢ଼ ଔଷଧ । ଖୋଲା ଆକାଶ ତଳେ ପଡିଛି ଏକ୍ସପାଏରୀ ମେଡିସିନ । କଳାହାଣ୍ଡି ଜିଲ୍ଲା ଔଷଧ ଗୋଦାମରେ ଅବ୍ୟବସ୍ଥା । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ଆଶଙ୍କା । ଏ ହେଉଛି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାର ମେଦିନୀପୁର ଛକ ନିକଟ ୱେୟାର ହାଉସ୍’ ପରିସରର ଦୃଶ୍ୟ। ଯେଉଁଠାରୁ ସମସ୍ତ ଡାକ୍ତରଖାନାକୁ ଔଷଧ ଯୋଗାଣ ହୋଇଥାଏ। ହେଲେ ଏବେ ସେହି ୱେୟାର ହାଉସ୍ ପରିସର ଏକ ବିଷାକ୍ତ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ଗୋଟିଏ କି ଦୁଇଟି ବସ୍ତା ନୁହେଁ, ପ୍ରାୟ ୩ ଟ୍ରକ୍ ରୁ ଅଧିକ ଏକ୍ସପାୟର ଓ ମାନଦଣ୍ଡ ହାସଲ ନ କରିଥିବା ସାଲାଇନ୍ ବୋତଲ, ସାନିଟାରୀ ନ୍ୟାପକିନ୍, କାଚ ବୋତଲ ଓ ଅନେକ ଔଷଧ ଏଠାରେ ଖୋଲାରେ ଗଦା ହୋଇଛି। ବର୍ଷା ପାଣି ପଡ଼ି ଏହିସବୁ ପଚିବା ସହ ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପୁଛି। ଯାହା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ବିପଦ ସାଜିଛି।

ନିୟମ ଅନୁସାରେ ଏକ୍ସପାଏରୀ ଔଷଧ ଓ ମେଡିକାଲ ବର୍ଜ୍ୟବସ୍ତୁକୁ ଉପଯୁକ୍ତ ପ୍ରକ୍ରିୟାରେ ନଷ୍ଟ କରାଯିବା କଥା। ଏଥିପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ହସପିଟାଲରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ୱେୟାର ହାଉସରେ ଗଦା କରେ । ପରେ ବଡ଼ ଗାଡ଼ି ଆଣି ନଷ୍ଟ କରିବା ପାଇଁ ବଲାଙ୍ଗୀର ନେଇଥାଏ। ମାତ୍ର ଅଭିଯୋଗ ହେଉଛି, ଗତ କିଛି ମାସ ହେବ ଏହି ସଂସ୍ଥାର ବକେୟା ବିଲ୍ ପୈଠ ହୋଇନଥିବାରୁ, ଆଉ ବର୍ଜ୍ୟବସ୍ତୁ ଉଠାଉ ନାହାନ୍ତି। ଫଳରେ ମାସ ମାସ ଧରି ଔଷଧ ଗୋଦାମ ପରିସରରେ ଏହିସବୁ ଗଦା ହୋଇ ରହିଛି। ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ୧୫ ଦିନ ଭିତରେ ସଫା କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ଦୁଷ୍କର୍ମ ମାମଲାରେ ବରିଷ୍ଠ ସାମ୍ଵାଦିକ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

ନନ୍ଦିଘୋଷ ବ୍ୟୁରୋ: ଦୁଷ୍କର୍ମ ମାମଲାରେ ବରିଷ୍ଠ ସାମ୍ଵାଦିକ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ। ବମ୍ଵେ ହାଇକୋର୍ଟଙ୍କ ଗୋଆ ଖଣ୍ଡପୀଠ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଟ୍ରାଏଲ କୋର୍ଟଙ୍କ ରାୟକୁ ଖାରଜ କରି ତରୁଣ ତେଜପାଲଙ୍କୁ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେହେଲକା ମ୍ୟାଗାଜିନର ପୂର୍ବତନ ସଂପାଦକ ଦୁଷ୍କର୍ମ କରିଥିବାର ତାଙ୍କର ଜୁନିଅର ସହକର୍ମୀ ଅଭିଯୋଗ କରିଥିଲେ। ଗୋଆରେ ମ୍ୟାଗାଜିନର ଏକ କନକ୍ଲେଭ ଚାଲିଥିବା ବେଳେ ୨୦୧୩ ନଭେମ୍ବର ୭ରେ ଏହି ଘଟଣା ଘଟିଥିବାର ଅଭିଯୋଗ ହୋଇଥିଲା। ୨୦୧୩ରେ ଏହି ଘଟଣା ସେତେବେଳେ ସାରା ଦେଶକୁ ହୁଲସ୍ତୁଲ କରିଥିଲା। ପରେ ପରେ ଆରମ୍ଭ ହୋଇଥିଲା ମି ଠୁ କ୍ଯାମ୍ପେନ। ମେଲ୍ ଲେଖି ପୀଡ଼ିତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ ତରୁଣ । କିନ୍ତୁ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ହାଇକୋର୍ଟରେ ଅପିଲ କରିଥିଲେ ପୀଡ଼ିତା। ଗତ ଜୁଲାଇ ୩୦ରେ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ।ଆଜି ରାୟ ପ୍ରକାଶ ପାଇଛି ଏବଂ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। …

ନିଟ୍ ପେପର ଲିକ୍ ମାମଲା :ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ନନ୍ଦିଘୋଷ ବ୍ୟୁରୋ: ନିଟ୍ ପେପର ଲିକ୍ ମାମଲାରେ ସମସ୍ତ ୧୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ଦିଲ୍ଲୀ ରାଉଜ୍ ଆଭେନ୍ଯୁ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ସିବିଆଇ। କୋର୍ଟ ତରଫରୁ ଅଭିଯୁକ୍ତଙ୍କ ଓକିଲକୁ ଦିଆଯାଇଛି ସଫଟ କପି। ଆସନ୍ତାକାଲି କୋର୍ଟ ଚାର୍ଜସିଟ ଉପରେ ନିଜର ମତ ରଖିପାରନ୍ତି। ସେପଟେ ସେପଟେ ଅଗଷ୍ଟ ୧୮ ତାରିଖ ଯାଏ ଦିନେଶ ବିୱାଲ, ବିକାଶ ବିୱାଲଙ୍କ ଜାମିନ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ସେପଟେ ନିଟ ପ୍ରଶ୍ନପତ୍ର ପ୍ରସଙ୍ଗରେ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଦେବେ ଉତ୍ତର। ପ୍ରିଣ୍ଟିଂ ପ୍ରେସରୁ ପରୀକ୍ଷା ହଲ ଯାଏ ପ୍ରଶ୍ନପତ୍ର ପରିବହନ ସମ୍ପର୍କରେ ଆଜି ସବିଶେଷ ଦିବରଣୀ ଦେବେ। ଏସଂକ୍ରାନ୍ତ ସମସ୍ତ ତଥ୍ୟ ରଖିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ନିଟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ବ୍ୟାପିଥିବାବେଳେ ପ୍ରଶ୍ନପତ୍ର ପରିବହନ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ। ସରକାର ପ୍ରଶ୍ନପତ୍ର ଓ ପରୀକ୍ଷା ପ୍ରସଙ୍ଗରେ କି କି ସଂସ୍କାର କରିଛନ୍ତି ସେ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ଅଦାଲତ। ନିଟ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିରାପଦ ବ୍ୟବସ୍ଥା ସମ୍ପର୍କିତ ଦାୟର କେତେକ ପିଟିସନର ଶୁଣାଣି କରିବାକୁ ସହମତ ହୋଇଥିଲେ ଜଷ୍ଟିସ ପିଏସ ନରସିହ୍ମା ଓ ଜଷ୍ଟିସ ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ। ପରୀକ୍ଷା ପରିଚାଳନା ସମ୍ପର୍କରେ ସରକାର ସମସ୍ତ ପ୍ରକ୍ରିୟା ଅବଗତ କରାଇବାକୁ ପ୍ରସ୍ତୁତ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କରିଥିଲେ ଅବଗତ। ଏନେଇ ଆଜି ଏକ ସତ୍ୟପାଠ ବି ଦାଖଲ କରାଯିବ। ଗତ ମେ ୩ ତାରିଖରେ ହୋଇଥିବା ନିଟ୍ ପିଜିରେ ପ୍ରଶ୍ନପତ୍ର ଲିକ୍ ହେବା ପରେ ବାତିଲ ହୋଇଥିଲା ପରୀକ୍ଷା। ଏହାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ଆନ୍ଦୋଳନ। ଏହି ଘଟଣାର ତଦନ୍ତ ଜାରି ରଖିଛି ସିବିଆଇ।..

ବର୍ଷାଦିନେ କାହିଁକି ବଢ଼େ ଗଣ୍ଠିବାତ ବ୍ୟଥା? ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ

ନନ୍ଦିଘୋଷ ବ୍ୟୁରୋ: ବର୍ଷା ଋତୁ ଆସିବା ସହିତ ଅନେକଙ୍କଠାରେ ଗଣ୍ଠିବାତ ସମସ୍ୟା ବଢ଼ିଯାଏ। ବିଶେଷକରି ଆଣ୍ଠୁ, ଅଣ୍ଟା, କାନ୍ଧରେ ବ୍ୟଥା ଭାବ ଅନୁଭୂତ ହୁଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା କେବଳ ଧାରଣା ନୁହେଁ, ବରଂ ଏହା ପଛରେ ବୈଜ୍ଞାନିକ କାରଣ ରହିଛି।  ଚିକିତ୍ସକମାନେ ଗଣ୍ଠିର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।

ଅର୍ଥୋପେଡିକ୍ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ବର୍ଷା ଦିନରେ ବାୟୁମଣ୍ଡଳୀୟ ଚାପ (Barometric Pressure) କମିଯାଏ। ଏହାର ପ୍ରଭାବ ଯୋଡ଼ର ଟିସ୍ୟୁ ଉପରେ ପଡ଼ିଥାଏ। ଯେଉଁମାନଙ୍କର ପୂର୍ବରୁ ଗଣ୍ଠିବାତରେ ସମସ୍ୟା ରହିଛି, ସେମାନଙ୍କର ବ୍ୟଥା ଅଧିକ ବଢ଼ିପାରେ। ଅନେକ ରୋଗୀ ବର୍ଷା ଆରମ୍ଭ ପୂର୍ବରୁ ମଧ୍ୟ ଯୋଡ଼ରେ ଭାରିପଣ କିମ୍ବା ବ୍ୟଥା ଅନୁଭବ କରନ୍ତି।

ବର୍ଷା ଋତୁରେ ବାୟୁରେ ଆର୍ଦ୍ରତା ବଢ଼ିଯିବାରୁ ମାଂସପେଶୀ ଓ ଲିଗାମେଣ୍ଟ ଅଧିକ କଠିନ ଅନୁଭୂତ ହୁଏ। ଫଳରେ  ଚାଲିବା, ବସିବା କିମ୍ବା ଉଠିବାରେ ଅସୁବିଧା ହୁଏ। ବିଶେଷକରି ସକାଳେ ଉଠିବାବେଳେ ଆଣ୍ଠୁ କିମ୍ବା ଅଣ୍ଟାରେ ବ୍ୟଥା ଭାବ ଅଧିକ ଅନୁଭୂତ ହୁଏ।

ବର୍ଷା ଦିନରେ ଶାରୀରିକ କାର୍ଯ୍ୟକଳାପ କମିଯିବା ମଧ୍ୟ ଏହାର ଏକ ପ୍ରମୁଖ କାରଣ। ଘରେ ଅଧିକ ସମୟ ରହିବା ଓ ବ୍ୟାୟାମ ନ କରିବା ଯୋଗୁଁ  ମାଂସପେଶୀ ଦୁର୍ବଳ ହୋଇପଡ଼େ। ଏହାଛଡ଼ା ସୂର୍ଯ୍ୟକିରଣ କମ୍ ମିଳିବାରୁ ଶରୀରରେ ଭିଟାମିନ୍–ଡିର ଅଭାବ ଦେଖାଦେଇ ହାଡ଼ ଓ ମାଂସପେଶୀର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ବର୍ଷା ଋତୁ କୌଣସି ନୂଆ ରୋଗ ସୃଷ୍ଟି କରେନାହିଁ, କିନ୍ତୁ ପୂର୍ବରୁ ଥିବା ସମସ୍ୟାର ଲକ୍ଷଣକୁ ଅଧିକ ସ୍ପଷ୍ଟ କରିଦିଏ। ଅଷ୍ଟିଓଆର୍ଥରାଇଟିସ୍, ରିଉମାଟଏଡ୍ ଆର୍ଥରାଇଟିସ୍, ପୁରୁଣା ହାଡ଼ ଭାଙ୍ଗିବା, ଖେଳ ସମୟରେ ଲାଗିଥିବା ଆଘାତ କିମ୍ବା ନି–ରିପ୍ଲେସମେଣ୍ଟ କରାଇଥିବା ରୋଗୀମାନେ ଏହି ସମୟରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ବର୍ଷା ଋତୁରେ ଯୋଡ଼ର ଯତ୍ନ ପାଇଁ ପରାମର୍ଶ:

  • ପ୍ରତିଦିନ ୩୦ରୁ ୪୦ ମିନିଟ୍ ହାଲୁକା ଚାଲିବା କିମ୍ବା ବ୍ୟାୟାମ କରନ୍ତୁ।
  • ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରୁହନ୍ତୁ ନାହିଁ।
  • ଯୋଡ଼କୁ ଥଣ୍ଡା ଓ ଆର୍ଦ୍ର ପରିବେଶରୁ ସୁରକ୍ଷିତ ରଖନ୍ତୁ।
  • କ୍ୟାଲସିୟମ୍ ଓ ଭିଟାମିନ୍–ଡି ଯୁକ୍ତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ।
  • ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଫିଜିଓଥେରାପି କରନ୍ତୁ।

ଯଦି ବ୍ୟଥା ସହିତ  ଜ୍ୱର କିମ୍ବା ଚାଲିବାରେ ଗୁରୁତର ଅସୁବିଧା ଦେଖାଦିଏ, ତେବେ ଏହାକୁ କେବଳ ପାଣିପାଗର ପ୍ରଭାବ ବୋଲି ଅବହେଳା କରନ୍ତୁ ନାହିଁ। ତୁରନ୍ତ ଅର୍ଥୋପେଡିକ୍ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ସମୟୋପଯୋଗୀ ଚିକିତ୍ସା, ନିୟମିତ ବ୍ୟାୟାମ ଏବଂ ସକ୍ରିୟ ଜୀବନଶୈଳୀ ଯୋଡ଼କୁ ସୁସ୍ଥ ରଖିବାର ସବୁଠୁ ପ୍ରଭାବଶାଳୀ ଉପାୟ।

ଲାଲ ସାଗରରେ ଭାରତୀୟ ମାଲବାହୀ ଜାହାଜ ଉପରେ ଆକ୍ରମଣ; ସମସ୍ତ ୧୪ ନାବିକ ସୁରକ୍ଷିତ ଉଦ୍ଧାର

 ନନ୍ଦିଘୋଷ ବ୍ୟୁରୋ :  ୟେମେନର ପଶ୍ଚିମ ଉପକୂଳ ନିକଟ ଲାଲ ସାଗରରେ ଭାରତୀୟ ପତାକା ବହନ କରୁଥିବା ବ୍ୟବସାୟିକ ମାଲବାହୀ ଜାହାଜ MSV ‘ଫୈଜ ନୂରେ ଓଲିୟା’ ଉପରେ ପ୍ରୋଜେକ୍ଟାଇଲ୍ ଆକ୍ରମଣ ହେବା ପରେ ଜାହାଜଟି ସମୁଦ୍ରରେ ବୁଡ଼ି ଯାଇଛି। ତେବେ ଜାହାଜରେ ଥିବା ସମସ୍ତ ୧୪ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାରୁ ବଡ଼ ଧରଣର ଅଘଟଣ ଟଳିଯାଇଛି।

ୟେମେନ ସରକାର ସମର୍ଥିତ ନ୍ୟାସନାଲ୍ ରେଜିଷ୍ଟାନ୍ସ ଫୋର୍ସେସ୍ (NRF) ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣ ପରେ କୋଷ୍ଟ ଗାର୍ଡ ଏବଂ ନୌସେନା ମିଳିତ ଭାବେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ସମସ୍ତ ନାବିକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣି ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏହି ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ।

ଘଟଣାକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କଡ଼ା ନିନ୍ଦା କରିଛନ୍ତି। ବିନା ଉକ୍ତାନିରେ ଏକ ବ୍ୟବସାୟିକ ଜାହାଜ ଉପରେ ହୋଇଥିବା ଏହି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ଭାରତୀୟ ନାବିକଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ଦୋହରାଇଛନ୍ତି।

ସେ ଡାଇରେକ୍ଟର ଜେନେରାଲ୍ ଅଫ୍ ମାରିଟାଇମ୍ ଆଡମିନିଷ୍ଟ୍ରେସନ୍ (DGMA)ଙ୍କୁ ପ୍ରଭାବିତ ଅଞ୍ଚଳରେ ଭାରତୀୟ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଉଦ୍ଧାର ହୋଇଥିବା କ୍ରୁ ସଦସ୍ୟଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱରରେ ଆଜିଠାରୁ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ୧୩ତମ ବୈଠକ

ନନ୍ଦିଘୋଷ ବ୍ୟୁରୋ :ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ବ୍ରିକ୍ସ (BRICS) ଶିକ୍ଷା ମନ୍ତ୍ରୀମାନଙ୍କ ୧୩ତମ ବୈଠକ ଆରମ୍ଭ ହେଉଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କର ଶିକ୍ଷା ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ମଧ୍ୟ ଉପସ୍ଥିତ ରହିବେ। ତାଙ୍କ ନେତୃତ୍ୱରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି, ନୀତିଗତ ସମନ୍ୱୟ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମତବିନିମୟ ହେବ।

ବୈଠକରେ ଦକ୍ଷତା ବିକାଶ, ଶୈକ୍ଷିକ ନେତୃତ୍ୱ, ଉଚ୍ଚଶିକ୍ଷାର ଗୁଣବତ୍ତା, ଡିଜିଟାଲ୍ ଶିକ୍ଷା, ଗବେଷଣା, ନବସୃଜନ ଏବଂ ଆନ୍ତର୍ଜାତୀୟ ସହଯୋଗ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା ହେବ। ଏହା ସହ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଯୁବପିଢ଼ିଙ୍କୁ ଦକ୍ଷ ଓ ସକ୍ଷମ କରିବା ନିମନ୍ତେ ସାମୂହିକ ରଣନୀତି ପ୍ରସ୍ତୁତ କରାଯିବ।

ବ୍ରିକ୍ସ ମଞ୍ଚ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଅନୁଭୂତି ବିନିମୟ, ଜ୍ଞାନର ଆଦାନପ୍ରଦାନ ଏବଂ ନୂତନ ଉଦ୍ଭାବନକୁ ପ୍ରୋତ୍ସାହନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରୁଛି।

ଭୁବନେଶ୍ୱରରେ ଏଭଳି ଏକ ଆନ୍ତର୍ଜାତୀୟ ସ୍ତରର ବୈଠକର ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ। ଏହା ମାଧ୍ୟମରେ ରାଜ୍ୟ ନିଜର ସଂଗଠନ ଦକ୍ଷତା, ଆଧୁନିକ ଭିତ୍ତିଭୂମି ଏବଂ ଆତିଥ୍ୟ ପରମ୍ପରାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାର ସୁଯୋଗ ପାଇବ।