spot_img
Home Blog Page 1557

ରିୟଲ ଇଷ୍ଟେଟକୁ ନେଇ ଜଣେ ଗ୍ରାହକ କିପରି ନିଜର ସ୍ଵପ୍ନର ଘର କିଣି ପାରିବ

ଭୁବନେଶ୍ବର: ନନ୍ଦିଘୋଷ ଟିଭି ରିୟଲ ଇଷ୍ଟେଟ କନକ୍ଲେଭର ଦ୍ଵିତୀୟ ସେସନରେ ପ୍ରସଙ୍ଗ ଥିଲା ମେକିଂ କନଜ୍ୟୁମର ଦ କିଙ୍ଗ । ରିୟଲ ଇଷ୍ଟେଟ କନକ୍ଲେଭର ଦ୍ଵିତୀୟ ସେସନରେ ଅତିଥି ଭାବେ ଯୋଗ ଦେଇଥିଲେ ଯୁବ ଉଦ୍ୟୋଗୀ ତଥା ସାମାଜିକ କର୍ମୀ ଡକ୍ଟର ଅବିନାଶ ସାମଲ, ଲେଖକ ତଥା ପୂର୍ବତନ ପ୍ରଫେସର ତପନ କୁମାର ପଣ୍ଡା ଓ ପ୍ରପର୍ଟି କନସଲଟାଣ୍ଟ ସ୍ଵରୂପ ରଂଜନ ମହାପାତ୍ର । ରିୟଲ ଇଷ୍ଟେଟକୁ ନେଇ ଜଣେ ଗ୍ରାହକ କିପରି ନିଜର ସ୍ଵପ୍ନର ଘର କିଣି ପାରିବ । ଘରର ମାଲିକ ହୋଇପାରିବ ସେ ନେଇ ହୋଇଥିଲା ଆଲୋଚନା ।

ରିୟଲ ଇଷ୍ଟେଟରେ ଗ୍ରାହକମାନେ କିପରି ସ୍ଵଚ୍ଛ କାରବାର କରିପାରିବେ । ଯେପରି କୌଣସି ଠକାମୀର ଶିକାର ହୋଇପାରିବେନି । ନିଜର ସ୍ଵପ୍ନର ଘର କରିବାକୁ ଜଣେ ତା’ର ଜୀବନର ଉପାର୍ଜିତ ଅର୍ଥ ଲଗାଇ ଦେଇଥାଏ । ତେବେ ସେ ଏହି ଘରକୁ କିପରି ସ୍ଵଚ୍ଛତାର ସହ ଆପଣାର କରିପାରିବ ସେ ନେଇ ମତପ୍ରକାଶ କରିଥିଲେ ବିଶେଷଜ୍ଞ ।

ଓଡ଼ିଶାର ଗ୍ରାହକ ଏବଂ ବାହାର ରାଜ୍ୟର ଗ୍ରାହକଙ୍କ ମଧ୍ୟରେ ଫରକ କ’ଣ । କେମିତି ଜଣେ ଗ୍ରାହକ ଦଲାଲଙ୍କ ଠକାମୀର ଶିକାର ହୋଇଥାଏ । ଘର କିଣିବା ପୂର୍ବରୁ ଜଣେ ଗ୍ରାହକ ସମସ୍ତ ତଥ୍ୟ ଯାଞ୍ଚ କରି କିପରି ଘର କିଣିପାରିବ ସେ ଉପରେ ଆଲୋକପାତ କରିଥିଲେ ଅତିଥୀ ।

ଘର କିଣିବା ଆଗରୁ ସମସ୍ତ ତଥ୍ୟ ସଂଗ୍ରହ, ବିକ୍ରେତାଙ୍କ ବିଷୟରେ ଯାଞ୍ଚ କରିବା ସହ ଆଇନର କ’ଣ ସବୁ ଦିଗ ରହିଛି ସେ ପ୍ରତି ସଚେତନତା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ସୂଚନା ପ୍ରଦାନ କରିଥିଲେ । ଗ୍ରାହକ ନିଜେ ସଚେତନ ହେଲେ ଠକାମୀରୁ ବଞ୍ଚି ପାରିବେ । କେମିତି ଗ୍ରାହକ ସଚେତନ ହେବେ ? ଗ୍ରାହକ କେତେବେଳେ ହଇରାଣ ହୁଏ ? ସ୍ଵପ୍ନର ଘର କରିବାର କ’ଣ ରହିଛି ଟିପ୍ସ ? ସେ ବିଷୟରେ ଆଲୋଚନା ହୋଇଥିଲା ।

ଗ୍ରାହକ ସମସ୍ତ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ । ଯିଏ ବିକ୍ରି କରୁଛି ତାଙ୍କ ସହ ମଧ୍ୟ ସମ୍ପର୍କ ରଖିବା ଦରକାର । ବିକ୍ରି କରୁଥିବା ବ୍ଯକ୍ତିଙ୍କ ତଥ୍ୟ ମଧ୍ୟ ଯାଞ୍ଚ କରିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା ।

ସରକାର ଓ ରିଅଲ ଇଷ୍ଟେଟ ମଧ୍ଯରେ ତାଳମେଳ ଓ ନୀତି ନିର୍ଦ୍ଧାରଣ ଆବଶ୍ଯକ

ଭୁବନେଶ୍ବର:  ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ରିଅଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡସର ପ୍ରଥମ ଅଧିବେଶନରେ ଟପିକ ଥିଲା ଓଡ଼ିଶା ରିଅଲ ଇଷ୍ଟେଟ ପ୍ରମିସେସ ପୋଟେନସିଆଲ ଆଣ୍ଡ ପ୍ରସ୍ପରିଟି । ଏହି ସେସନରେ ଭାଗ ନେଇ ନିଜର ମତ ରଖିଥିଲେ ଓରେରାର ସଦସ୍ଯ ପ୍ରଦୀପ ବିଶ୍ବାଳ, SPD କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଚିରାଗ ଖଇତାନ, ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୌସ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ।

ଗୋଟିଏ ସହରର ପରିଚୟ ହେଉଛି ଏହାର ବିଲ୍ଡିଂ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ଏହାକୁ ଅଧିକ ସହଜ କରିପାରିବ । ପ୍ରପର ମାଷ୍ଟର ପ୍ଲାନ ହେବା ଆବଶ୍ଯକ । ମୌଳିକ ସମସ୍ଯାର ସମାଧାନ ହେଲେ ଲୋକେ ଅଧିକ ସୁବିଧା ପାଇବେ ବୋଲି କହିଥିଲେ ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୌସ । ଏଥିପାଇଁ ସରକାର ଓ ରିୟଲ ଇଷ୍ଟେଟ ମଧ୍ଯରେ ତାଳମେଳ ଓ ନୀତି ନିର୍ଦ୍ଧାରଣ ଆବଶ୍ଯକ । ଇନଫ୍ରାଷ୍ଟ୍ରକ୍ଚରରେ ଉନ୍ନତି ହେଲେ ଭୁବନେଶ୍ବର ଉପରେ ଚାପ କମିବ ବୋଲି ସେ ମତ ରଖିଥିଲେ ।

ସେହିପରି ବିଲଡରର ମାନେ ବ୍ଯକ୍ତିଗତ କାମରୁ ବାହାରି ସାମୂହିକ ଚିନ୍ତା କଲେ ଏହି ସେକ୍ଟରକୁ ଏମଏସଏମଇର  ମାନ୍ଯତା ମିଳିପାରିବ ବୋଲି କହିଥିଲେ ଓରେରାର ସଦସ୍ଯ ପ୍ରଦୀପ ବିଶ୍ବାଳ । ଏହାଦ୍ବାରା ପ୍ରାଇଭେଟ ଇନଭେଷ୍ଟମେଣ୍ଟ ବଢିବ, ଘର କଷ୍ଟ କମିବ, ରିୟଲ ଇଷ୍ଟେଟର ଭବିଷ୍ଯତ ଉଜ୍ବଳ ହେବ ବୋଲି ସେ ମତ ଦେଇଥିଲେ ।

ଓଡ଼ିଶାରେ ଆଫର୍ଡେବଲ ହାଉସ ସମ୍ଭବ କି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ଘରର କ୍ବାଲିଟିକୁ ମହତ୍ବପୂର୍ଣ୍ଣ ବୋଲି ମତ ଦେଇଥିଲେ । ଲୋକେ ବିଲଡରଙ୍କ ପରଚିୟ ଦେଖି ଘର କିଣନ୍ତି । ଇନଫ୍ରାଷ୍ଟ୍ରକ୍ଟର ଉନ୍ନତି ଓ ଟ୍ଯାକ୍ସ ବେନିଫିଟ ମିଳିଲେ ଏହା ଅଧିକ ଉନ୍ନତି ହେବ ବୋଲି ସେ ମତ ଦେଇଥିଲେ ।

ସେହିପରି ଭୁବନେଶ୍ବରରେ ଯେଉଁ ସୁବିଧା ମିଳୁଛି ତାହା ଅନ୍ଯ ସବୁ ସହରର ଅପେକ୍ଷା ଅଧିକ ସୁବିଧାଜନକ ବୋଲି କହିଥିଲେ SPD କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଚିରାଗ ଖଇତାନ । ଏଠାରେ ସୁଲଭ ମୂଲ୍ଯରେ ଘର ମିଳିପାରୁଛି । ପୂର୍ବ ସରକାରଙ୍କ ପ୍ରୟାସରୁ ଏଠାରୁ କଞ୍ଚାମାଲ ମଧ୍ଯ ଅତି କମ ଦରରେ ମିଳି ପାରୁଛି ବୋଲି ସେ କହିଥିଲେ ।

ଏହି ଅବସରରେ ସମସ୍ତଙ୍କୁ ସମ୍ମାନୀତ କରିଥିଲେ ନନ୍ଦିଘୋଷ ଟିଭିର ଅଧ୍ଯକ୍ଷ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଏହାପରେ ସାଂସଦ ସୁଲତା ଦେଓ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଉପସ୍ଥିତ ରହି ରିୟଲ ଇଷ୍ଟେଟ କ୍ଷେତ୍ରରେ କୃତିତ୍ବ ଲାଗି କିଛି ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ ।

ନନ୍ଦିଘୋଷ ଟିଭି ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ୍ସ

ଭୁବନେଶ୍ବର: ସ୍ବପ୍ନର ଘର ପାଇଁ ସମସ୍ତଙ୍କ ଥାଏ ଇଚ୍ଛା । ଖାସ କରି ଭୁବନେଶ୍ବରରେ ଘରଟିଏ ପାଇଁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି । ଚଣ୍ଡିଗଡ଼ ସିଟି ପରି ଗୋଟିଏ ପ୍ଲାନ ସିଟି ହୋଇଥିଲା ଭୁବନେଶ୍ବର । ମାତ୍ର ୪୦ ହଜାର ଲୋକଙ୍କ ପାଇଁ ସେତେବେଳେ ହୋଇଥିଲା ପ୍ଲାନ । ୟୁନିଟ୍ ୧ରୁ ୟୁନିଟ୍ ୯  ଯାଏଁ ହୋଇଥିଲା ସିଟିପ୍ଲାନ । ଏବେ ଏହାର କଳେବର ବଢି ୧୮୬ ବର୍ଗ କିଲୋମିଟରରେ ପହଞ୍ଚିଛି । ୧୫ ଲକ୍ଷ ଲୋକ ବଢିଛନ୍ତି । ଆଖପାଖ ପଞ୍ଚାୟତ ମଧ୍ଯ ଭୁବନେଶ୍ବର ସହ ମିଶି ସମସ୍ତ ସୁବିଧା ପାଇବାକୁ ଚାହୁଁଛନ୍ତି । ହେଲେ ଅନେକ ସମୟରେ ଠକି ଯାଉଛନ୍ତି । ଆଜି ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ତେବେ ସାଧାରଣ ଲୋକ କିପରି ସୁବିଧା ପାଇବ ସେଥିପାଇଁ ବିଏମସି ସବୁବେଳେ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

କାର୍ଯ୍ଯକ୍ରମରେ ସାମିଲ ହୋଇ ଓରେରା ସଦସ୍ଯ ପ୍ରଦୀପ ବିଶ୍ବାଳ ନନ୍ଦିଘୋଷ ଟିଭିକୁ ଏପରି ଏକ କାର୍ଯ୍ଯକ୍ରମ ପାଇଁ ଧନ୍ଯବାଦ ଜଣାଇବା ସହ ଏ କ୍ଷେତ୍ରରେ ସରକାରଙ୍କ ଭୂମିକା ଅପରିହାର୍ଯ୍ଯ ବୋଲି ମତ ଦେଇଛନ୍ତି । ଏହାସହ ବିଲଡରମାନଙ୍କୁ ଏଥିକାଲ ବିଜନେସ ପାଇଁ ପରାମର୍ଶ ଦେଇଛନ୍ତି । ରିଏଲ ଇଷ୍ଟେଟ ସେକ୍ଟର ଆମ ଅର୍ଥନୀତିର ଏକ ମୁଖ୍ଯ ଅଂଶ । ୨୦୨୧ରେ ଏଥିରୁ ଆମ ସାମଗ୍ରୀର ଘରୋଇ ଉତ୍ପାଦନ ଡିଜିପିର ୭ ପ୍ରତିଶତ ଆସୁଥିଲା । ୨୦୨୫ ସୁଦ୍ଧା ଏହା ୧୩ ପ୍ରତିଶତ ଆଶା କରାଯାଉଥିବାବେଳେ ୨୦୩୦ ବେଳକୁ ଏହା ୧୫ ପ୍ରତିଶତରେ ପହଞ୍ଚିବ ବୋଲି କହିଛନ୍ତି ପ୍ରଦୀପ । କୃଷି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରିଏଲ ଇଷ୍ଟେଟ ଅଧିକ ଅନ୍ନ ସଂସ୍ଥାନ ଯୋଗାଉଛି । ତେବେ ଏହାକୁ ଯେପରି ପ୍ରାଧାନ୍ଯ ଦେବା କଥା ତାହା ଦିଆଯାଇ ପାରୁନାହିଁ । ଜମିଜମା ସମସ୍ଯା ଓ ସ୍ମାଲ ହୋଲଡିଂ ଯୋଗୁଁ ଓଡ଼ିଶାରେ ଏହି ଶିଳ୍ପ ପ୍ରଗତି କରିପାରୁ ନାହିଁ । ତେଣୁ ସରକାର ଯଦି ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତେବେ ଏହା ଅଧିକ ଉନ୍ନତି ହୋଇପାରନ୍ତା ବୋଲି କହିଛନ୍ତି ପ୍ରଦୀପ ।

କାର୍ଯ୍ଯକ୍ରମରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ସୁଲତା ଦେଓ, ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ପନୱର, ମୁଖ୍ଯ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକଙ୍କ ସହ ରିୟଲ ଇଷ୍ଟେଟର ଅନେକ ବ୍ଯକ୍ତିତ୍ବ ସାମିଲ ହୋଇଛନ୍ତି । ଜ୍ଯୋତିକଳା ପରିଷଦ ପକ୍ଷରୁ ଓଡ଼ିଶୀରୁ ଆରମ୍ଭ ହୋଇଥିଲା କାର୍ଯ୍ଯକ୍ରମ ।

ଭୁବନେଶ୍ବର ଚନ୍ଦକା ଶିଳ୍ପାଞ୍ଚଳରେ ଗ୍ୟାସ୍ ଲିକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚନ୍ଦକା ଶିଳ୍ପାଞ୍ଚଳରେ ଗ୍ୟାସ୍ ଲିକ୍ । ଏକ ପରିତ୍ୟକ୍ତ ଗ୍ଯାସ୍ ଫ୍ଯାକଟ୍ରିରୁ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡ଼ିଛି । ଏକ ସିଲିଣ୍ଡରରେ ଥିବା ସୋଡିୟମ ହାଇପୋକ୍ଲୋରାଇଟ୍ ଲିକ୍ ହୋଇଛି ।

ଅଗ୍ନିଶମ ବିଭାଗର କର୍ମଚାରୀ ସେହି ସିଲିଣ୍ଡରକୁ ଚିହ୍ନଟ କରିଥିଲେ । ଲିକ୍ ବନ୍ଦ କରିବା ପାଇଁ ସେହି ସିଲିଣ୍ଡରକୁ ଖାଲି ସ୍ଥାନକୁ ନିଆଯାଇଛି । ସତର୍କତାମୂଳକ ପଦକ୍ଷେପ ସ୍ଵରୂପ ପାଣି ସହିତ ଚୂନପଥର ଦ୍ରବଣ ସ୍ପ୍ରେ କରାଯାଇଛି । ଲିକ୍ ହୋଇଥିବା ଗ୍ୟାସ୍ ସ୍ଥାନୀୟ ଅଞ୍ଚଳ ପାଇଁ କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି କୁହାଯାଇଛି । ନିଜେ ଅଗ୍ନିଶମ ଡିଜି ପୂରା ଅପରେସନର ତଦାରଖ କରିଥିଲେ ।

ପିଜି ଆଡମିସନ୍ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ: ପିଜି ଆଡମିସନ୍ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା। ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ। ଓ୍ବେଟିଂ ଲିଷ୍ଟର ତଳ ପିଲାଙ୍କୁ ଆଡମିସନ୍ କରିବାକୁ ସୁଯୋଗ ଦିଆଯାଇଥିବା ଅଭିଯୋଗ। ମେରିଟ୍ ଲିଷ୍ଟ ଆଗରେ ଥିବା ଛାତ୍ରଙ୍କୁ ମିଳିଲାନି ଆଡମିସନ୍। ରାଜନୈତିକ ଚାପରେ ମେରିଟ୍ ଲିଷ୍ଟ ତଳେ ଥିବା ଛାତ୍ରଙ୍କୁ ଆଡମିସନ୍ ଦିଆଯାଇଥିବା ଅଭିଯୋଗ। ଛାତ୍ର ବିଜୟ କୁମାର ସାହୁଙ୍କ ଡକୁମେଣ୍ଟ ନେଇ ବି ଆଡମିସନ୍ କଲେନାହିଁ କର୍ତ୍ତୃପକ୍ଷ। ପିଜି କାଉନସିଲ୍ ହଲରେ ଫସି ରହିଛନ୍ତି ଛାତ୍ରଛାତ୍ରୀ। ସନ୍ଧ୍ୟା ୬ଟା ସୁଦ୍ଧା ଆଡମିସନ୍ ନହେଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।

 

ନବୀନ ଯେଉଁ ନିଷ୍ପତ୍ତି ନେଇଥିଲେ, ମୋହନ ସରକାର ନିଜ ନାଁରେ କରି ବାହାବ ନେଉଛନ୍ତି : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାର ଆଜି ଯେଉଁ କନିଷ୍ଠ ଯୋଜନାଭିତ୍ତିକ ଶିକ୍ଷକ ନିଯୁକ୍ତି ବିଜ୍ଞାପନ ଦେଇଛନ୍ତି ତାର ପୋଲ ଖୋଲିଛି ବିଜେଡି । ନବୀନ ଯେଉଁ ନିଷ୍ପତ୍ତି ନେଇଥିଲେ ତାକୁ ମୋହନ ସରକାର ନିଜ ନାଁରେ କରି ବାହାବା ନେବାକୁ ଉଦ୍ୟମ କରୁଛି ବୋଲି କହିଛି ବିଜେଡି । ୨୦୨୩ରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପିଲା ଚୟନ ହେଲା ପରେ ବି ସେମାନେ ବିରୋଧ କଲେ ।  ହାଇକୋର୍ଟ ଗଲା ମାମଲା । ହାଇକୋର୍ଟ କହିଲେ ସେହି ନିଯୁକ୍ତି ବୈଧ । ବିରୋଧୀ ଆସନରେ ଥାଇ ନୂତନ ନିଯୁକ୍ତି ଦେବେ କହିଥିଲେ । ଏହା କଣ ନୂତନ ନିଯୁକ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ନବୀନଙ୍କ ନିଯୁକ୍ତିକୁ ନେଇ ବିଜ୍ଞାପନ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ଡିଣ୍ଡିମ ପିଟୁଛନ୍ତି । ନୂତନ ନିଷ୍ପତ୍ତି କହି ଶ୍ରମିକ ମଜୁରୀ ବୃଦ୍ଧି କଲେ ବୋଲି କହିଲେ । ଏହା ଛଅ ମାସ ପୂର୍ବରୁ ହୋଇଥିଲା ।  ଆଜି ହାସ୍ୟାସ୍ପଦ ଭାବେ ନୂତନ ନିଯୁକ୍ତି କଥା କହୁଛନ୍ତି । ରାଜ୍ଯ ସରକାରଙ୍କ କିଛି ନୂଆ କରିବାକୁ ଇଛା ନାହିଁ । ନଭେମ୍ବରରୁ ସାରିଥିବା ନିଯୁକ୍ତିକୁ ବିରୋଧ କଲେ କାହିଁକି ? ଏକ ବର୍ଷ କାହିଁକି ଅପେକ୍ଷା କରାଇଲେ? ବିଜେପି ଏପରି ଚଞ୍ଚକତା ନ କରୁ । ଲୋକଙ୍କ କଥା ଚିନ୍ତା କରନ୍ତୁ । ଗୋଟେ ପରେ ଗୋଟେ ମିଛ ଖସଡ଼ା କରୁଛି ବିଜେପି । ବିଜେପି ମାହାଙ୍ଗା ଘଟଣାକୁ ବିକି ମତିଭ୍ରମ କରୁଥିଲେ । ହେଲେ ସତ ଫୁଟି ବାହାରିଲା । ଆଜି ଖବରକାଗଜରେ ଵିଜ୍ଞାପନ ବାହାରିଛି ଶିକ୍ଷକ ନିଯୁକ୍ତି ପାଇଁ । ନବୀନଙ୍କ ନିଷ୍ପତ୍ତିକୁ ସେମାନେ କାର୍ଯ୍ୟକାରୀ କରୁଛନ୍ତି । ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି କହିଛି ବିଜେଡି । ମଲା ମିରିଗରେ ପାହାର ପକାଇ ବିଜେପି କହୁଛି ଶିକାର କରିଛି । ଯେଉଁ ଯୋଜନା ନବୀନ ପଟ୍ଟନାୟକ କରିଛନ୍ତି ତାକୁ ହାତେଇବାକୁ ଚେଷ୍ଟା କରିବା ଛଡା ବିଜେପିକୁ ଆଉ କିଛି ଜଣା ନାହିଁ ବୋଲି କହି ବର୍ଷିଛି ବିଜେଡି ।

 

 

ରାଜ୍ଯପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ ମାରିଲେ କିନ୍ତୁ ଏଯାବତ କାହିଁକି ଆସିଲାନି ରିପୋର୍ଟ : ସାରଦା ନାୟକ

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ ମାରିଲେ । ହେଲେ ଏପର୍ଯ୍ୟନ୍ତ ତାର ରିପୋର୍ଟ ଆସିଲାନି । ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସାରଦା ନାୟକ । ଆଇନ ଆଗରେ ସମସ୍ତେ ସମାନ । ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ଯବହାର କଲେ । ଜିଲାପାଳ ତଦନ୍ତ କରିବେ ବୋଲି ସରକାରଙ୍କ ପକ୍ଷରୁ ବିବୃତି ଆସିଲା । ଯଦି ତଦନ୍ତ କଲେ ଜିଲ୍ଲାପାଳଙ୍କ ରିପୋର୍ଟ ଆସିଲାନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସାରଦା  । ଆଇନ ସବୁବେଳେ ସମସ୍ତଙ୍କ ଲାଗି ସମାନ ବୋଲି ଆମେ ସବୁବେଳେ କହିଛୁ । ଯେଉଁ ଘଟଣା ହୋଇଥିଲା ତାହା ଓଡିଶାର ସମ୍ମାନ ଓ ରାଜଭବନର ସମ୍ମାନକୁ ଆଞ୍ଚ ଲାଗିଥିଲା । ତେଣୁ ଜନସାଧାରଣ ତାହାର ବିଚାର କରିବେ ବୋଲି କହିଛନ୍ତି ସାରଦା ।

ଫିକା ପଡ଼ିଲା ନୂଆଦିଲ୍ଲୀ ନିବେଶକ ସମ୍ମେଳନ, ପୁଞ୍ଜି ନିବେଶକ ଓ ଶିଳ୍ପ ମୁଖ୍ୟଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ!

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଉତ୍ସାହିତ କରୁଥିଲେ ନବୀନ ପଟ୍ଟନାୟକ। ସ୍ବତନ୍ତ୍ର ଶିଳ୍ପ ନୀତି, ଏକକ ବାତାୟନ, ଭୂ-ବ୍ୟାଙ୍କ ସ୍ଥାପନ ଦ୍ବାରା ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ଯେଉଁଥି ପାଇଁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ନିବେଶକ। ଏବେ ସେହି ଧାରାକୁ ବଜାର ରଖି ଆସନ୍ତ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ସ୍ବପ୍ନ ଦେଖୁଛନ୍ତି ମୋହନ ସରକାର। ଆସନ୍ତ ଜାନୁଆରୀ ମାସରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ଉତ୍କର୍ଷ ଓଡ଼ିଶା ନିବେଶକ ସମ୍ମେଳନ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଦିଲ୍ଲୀର ନିବେଶକ ସମ୍ମେଳନରେ ଘଟିଥିବା ଘଟଣାକୁ ନେଇ ଏବେ ନିରାଶ ହୋଇଛନ୍ତି ନିବେଶକ।

ଏପରିକି ଓଡ଼ିଶାରେ ନିବେଶ କରିବାକୁ ନିବେଶକ ଚାହୁଁନଥିବା କିଛି ନିବେଶକ ମତ ରଖିଛନ୍ତି। ସମ୍ମେଳନରେ ପୁଞ୍ଜି ନିବେଶକ ଓ ଶିଳ୍ପ ମୁଖ୍ୟଙ୍କୁ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଧମକ ଦେଇଥିବା ଅଭିଯୋଗ ହୋଇଛି। ଶିଳ୍ପ ସଂସ୍ଥାର ମୁଖ୍ୟଙ୍କୁ ଜୁଏଲ ଯେପରି ନିଶାନା କଲେ ତାହା ରାଜ୍ୟରେ ନିବେଶ ରାସ୍ତାକୁ ବନ୍ଦ କରିଦେଇଥିବା କୁହାଯାଉଛି। ଜୁଏଲ କହିଥିଲେ ଯେ, ରାଜ୍ୟକୁ ଶିଳ୍ପ ସ୍ଥାପନ ନେଇ ଆସୁଥିବା କମ୍ପାନୀ କର୍ତ୍ତୃପକ୍ଷ କେବଳ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ସଚିବ ଓ ବାଭାଗୀୟ ସଚିବଙ୍କୁ ଖାଲି ଭେଟୁଛନ୍ତି। କିନ୍ତୁ ଜନ ପ୍ରତିନିଧିଙ୍କୁ ଭେଟୁ ନାହାନ୍ତି କି ଗୁରୁତ୍ବ ଦେଉନାହାନ୍ତି। କମ୍ପାନୀ ନିଜ ଇଚ୍ଛା ଅନୁସାରେ କାରଖାନା ବସାଇବାକୁ ସ୍ଥାନ ବାଛିବେ ନାହିଁ।

କେଉଁଠି କାରଖାନା ବସାଯିବ, ତାହା ଆମେ କହିବୁ ବୋଲି କହିଥିଲେ ଜୁଏଲ। ଆମର ଟର୍ମ ଆଣ୍ଡ କଣ୍ଡିସନ କମ୍ପାନୀମାନଙ୍କୁ ମାନିବାକୁ ପଡ଼ିବ। ଏହା ନକଲେ ଯେତେ ବୁଝାମଣାପତ୍ର ସ୍ବାକ୍ଷର କଲେ ବି କାରଖାନା ବସିପାରିବ ନାହିଁ। କମ୍ପାନୀ ଗୁଡ଼ିକ ସିଏସଆର ପାଣ୍ଠି କେଉଁଠି ଖର୍ଚ୍ଚ କରିବେ, ସେ ସମ୍ପର୍କରେ ଲୋକ ପ୍ରତିନିଧିଙ୍କୁ ଅବଗତ କରାଇବେ। ଏପରି କହି ଶିଳ୍ପ ସଂସ୍ଥାକୁ ପରୋକ୍ଷରେ ଚେତାଇ ଦେଇଥିଲେ ଜୁଏଲ ଓରାମ। ତେବେ ଜୁଏଲଙ୍କ ଏଭଳି ମନ୍ତବ୍ୟ ପରେ ନିରାଶ ହୋଇଛନ୍ତି ନିବେଶକ। ଏପରି ଅସ୍ଥିର ପରିବେଶରେ ରାଜ୍ୟରେ ନିବେଶ କରିବାକୁ ଅନାଗ୍ରହ ପ୍ରକାଶ କରିଛନ୍ତି ନିବେଶକ।

ଓଡିଶା ରାଜଭବନ ଏବେ ରାଜନୀତି ପ୍ଲାଟଫର୍ମ : ଜୟଦେବ ଜେନା

ଭେଙ୍କେୟା ନାଇଡୁଙ୍କ ଟୁଇଟ ନେଇ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା । ଓଡିଶା ରାଜଭବନ ଏବେ ରାଜନୀତି ପ୍ଲାଟଫର୍ମ ସାଜିଛି l  ବିଜେପି ନେତାମାନେ ବସି ଏଠି ଆଲୋଚନା କରୁଛନ୍ତି l ଓଡିଶା ରାଜଭବନ ଏବେ  ରାଜନୈତିକ ଚର୍ଚ୍ଚା ଭବନ ପାଲଟିଛି  l ଝାଡ଼ଖଣ୍ଡ ନିର୍ବାଚନ ପାଇଁ ହେମନ୍ତ ଶର୍ମା ଓଡ଼ିଶା ରାଜଭବନରେ ରଣନୀତି ପ୍ରସ୍ତୁତ କରୁଛନ୍ତି l ସେ ଝାଡ଼ଖଣ୍ଡ ନିର୍ବାଚନ ଦାୟିତ୍ବରେ ଅଛନ୍ତି l ତେଣୁ ରାଜନୀତି ଆଲୋଚନା ହେଉନାହିଁ ବୋଲି କହିବା ଠିକ୍ ନୁହେଁ l ରାଜନୀତି ଆଲୋଚନା ନିଶ୍ଚୟେ ହେଉଛି ବୋଲି କହିଛନ୍ତି ଜୟଦେବ । ଓଡିଶାର ରାଜ୍ୟପାଳ ଝାଡ଼ଖଣ୍ଡ ପାଇଁ ବିଜେପି ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  l କାହିଁକି ରାଜଭବନ ନେଇ ଅଭିଯୋଗକୁ ଖଣ୍ଡନ କରୁନାହାନ୍ତି ରାଜ୍ୟପାଳ ବୋଲି କହିଛନ୍ତି ଜୟଦେବ ଜେନା।

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀର କୁପୱାଡ଼ାରେ ଅପରେସନ ଗୁଗଲଧାର। ନିରାପତ୍ତା ବାହିନୀର ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୨ ଆତଙ୍କୀ। ସେପଟେ ଘଟଣାସ୍ଥଳରୁ ଜବତ ହୋଇଛି ବିପୁଳ ଅସ୍ତ୍ରଶସ୍ତ୍ର। କୁପୱାଡାରେ ବ୍ଯାପକ ସର୍ଚ୍ଚ ଅପରେସନ ଜାରି ରହିଛି। ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ କାର୍ଯ୍ଯକଳାପ ଠାବ ହେବା ସହ ଆତଙ୍କୀମାନଙ୍କ ଆଡୁ ଗୁଳିମାଡ ହେବାରୁ ଏହାର ଜବାବ ଦେଇଛି ଆର୍ମି। ଏକ ଅନୁପ୍ରବେଶ ଉଦ୍ଯମ ସମ୍ପର୍କରେ ଗୁଇନ୍ଦା ତଥ୍ଯ ଆଧାରରେ ଗତକାଲି ଖବର ଆସିବା ପରେ ଭାରତୀୟ ସେନା ଓ ଜାମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ କୁପୱାଡାର ଗୁଗଲଧାରରେ ଆରମ୍ଭ ହୋଇଥିଲା ଅପରେସନ। ଆଜି ସକାଳେ କୁପୱାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ହୋଇଥିବା ଅନୁପ୍ରବେଶ ଉଦ୍ଯମକୁ ବି ପଣ୍ଡ କରାଯାଇଛି। ଗତକାଲି ନିୟନ୍ତ୍ରଣ ରେଖାରେ ଏକ ଲ୍ଯାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ଯବାନ ଆହତ ହୋଇଥିଲେ।