spot_img

Latest Posts

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ: କୋହଲି କଲେ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଆକଲ୍ୟାଣ୍ଡର ଇଡେନ୍ ପାର୍କରେ ଭାରତ – ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟିକିଆ ଦିନିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ଯାହାକୁ ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ କରିଛନ୍ତି ଭାରତୀୟ  ବୋଲର୍ସ।ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୮୫ ରନ୍ କରି ଅଲ୍ ଆଉଟ୍ ହୋଇଛି। କିୱି ବ୍ୟାଟସମ୍ୟାନ୍‌ଙ୍କୁ କୌଣସି ବଡ଼ ଭାଗିଦାରୀ କରିବାକୁ ଦେଇ ନାହାନ୍ତି ଭାରତୀୟ ବୋଲର୍‌। ଦଳ ପକ୍ଷରୁ ଅର୍ଶଦୀପ ସିଂହ ୪ଟି ୱିକେଟ୍ ନେଇଥିବାବେଳେ, ଗୁରୁନୁର ବ୍ରାର ୩ଟି ଏବଂ ଅଂଶୁଲ କମ୍ବୋଜ ୨ଟି ୱିକେଟ୍ ଦଖଲ କରିଛନ୍ତି।ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସେଇଫର୍ଟ ସର୍ବାଧିକ ୩୮ ରନ୍ କରିଥିବାବେଳେ ଗ୍ଲେନ୍ ଫିଲ୍ଲିପ୍‌ସ ୩୦ଏବଂ ଶେଷ ଭାଗରେ ବ୍ଲେଆର ଟିକନର ୩୪ ରନ୍ କରିଛନ୍ତି। ଏବେ ଭାରତକୁ ବିଜୟ ପାଇଁ ମାତ୍ର ୧୮୬ ରନ୍ ଆବଶ୍ୟକ ରହିଛି।

ସେପଟେ ବର୍ଷା ସତ୍ତ୍ବେ ଦମଦାର ପ୍ରଦର୍ଶନ କରିଛନ୍ତି ବିରାଟ କୋହଲି । ଏକଦୀବସିୟ ମ୍ୟାଚ୍ ରେ ତିନି ନମ୍ବରରେ ବ୍ୟାଟିଂ କରି ସର୍ବାଧିକ ୧୩,୦୦୦ ରନ୍ କରି ବିଶ୍ବର ପ୍ରଥମ ବ୍ୟାଟ୍ସମାନ ହୋଇଯାଇଛନ୍ତି ।

Latest Posts

Don't Miss