spot_img
Home Blog Page 1558

ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ : ଉଦ୍ଧାର ହେଲାଣି ୩୧ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନରେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଛି ୩୧ ମୃତଦେହ। ନାରାୟଣପୁର-ଦାନ୍ତୱାଡା ସୀମାନ୍ତର ମାଦ୍ ଇଲାକାରେ ଡିଆରଜି ଦାନ୍ତେୱାଡା ଓ ଏସଟିଏଫ ନାରାୟଣପୁରର ହୋଇଥିବା ମିଳିତ ଅପରେସନ ପରେ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଏହି ଅପରେସନ ବେଳେ ଜଣେ ଡିଆରଜି ଯବାନ ଆହତ ହୋଇଥିଲେ। ଆଡ୍ଡାସ୍ଥଳୀରୁ ଏଲଏମଜି ରାଇଫଲ, ଏକେ ୪୭, ଏସଏଲଆର ରାଇଫଲ, ଇନସାସ ରାଇଫଲ, କାଲିବର, ୩୦୩ ରାଇଫଲ ଓ ଅନ୍ଯାନ୍ଯ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ବୋଲି କହିଛନ୍ତ ବସ୍ତର ଆଇଜି ପି. ସୁନ୍ଦରରାଜ। ଗତକାଲି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଥିଲେ। ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲାର ସୀମାନ୍ତରେ ହୋଇଥିଲା ଏହି ଏନକାଉଣ୍ଟର।

ମାଓ ବାଦୀମାନେ କ୍ୟାମ୍ପ କରିଥିବାର ଗୁଇନ୍ଦା ସୂଚନା ପରେ ଗୁରୁବାରରୁ  ଅପରେସନ ଆରମ୍ଭ ହୋଇଥିଲା। ଛୋଟ ଛୋଟ ଟିମରେ ବିଭକ୍ତ ହୋଇ ଆଖପାଖ ଗାଁରେ ପହଞ୍ଚିଥିଲେ ଡିଷ୍ଟ୍ରିକ ରିଜର୍ଭ ଗାର୍ଡ- DRG ଓ ସ୍ପେସାଲ ଟାସ୍କ ଫୋର୍ସର ମିଳିତ ଟିମ। ଗୁରୁବାରରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଗତକାଲି ଦିନ ସାଢ଼େ ବାରଟାରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷା କର୍ମୀ ଓ ନକ୍ସଲ। ଲାଲବାହିନୀ ମୁକାବିଲା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ସେଠାରୁ ଫେରାର ଥିବା ନକ୍ସଲକୁ ଧରିବାକୁ କମ୍ଵିଂ ଜାରି ରହିଛି। ଚଳିତ ବର୍ଷ କେବଳ ବସ୍ତର ଅଞ୍ଚଳରେ ୧୬୦ରୁ ଅଧିକ ମାଓବାଦୀ ନିହତ ହେଲେଣି।

ଭରତପୁର ଥାନାରେ କ୍ଯାପଟେନ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା, ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଆହ୍ବାନ

ନନ୍ଦିଘୋଷ ବ୍ୟୁରୋ: ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ନିର୍ଯାତନା  ମାମଲା । ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟାପଠ ଦାଖଲ ପାଇଁ ଆହ୍ବାନ କରାଯାଇଛି । ଘଟଣାରେ ପ୍ରତକ୍ଷ କିମ୍ବା ପରୋକ୍ଷରେ ଜଡିତ ଥିଲେ ସତ୍ୟାପାଠ ଦାଖଲ କରିବାକୁ କୁହାଯାଇଛି । ଏଥି ସହିତ ସାଧାରଣ ଜନତା, ଅବସରପ୍ରାପ୍ତ ଅମଲାତନ୍ତ୍ର, ସଚେତନ ନାଗରିକ, ପୋଲିସ ଅଧିକାରୀ, ଆଇନଜୀବୀ ଓ ଅନ୍ଯ କୌଣସି ବର୍ଗର ଲୋକ ସତ୍ଯପାଠ ଦାଖଲ ପାଇଁ ଏଥିରେ ଅନୁରୋଧ କରାଯାଇଛି। କ୍ୟାପଟେନ ଓ ତାଙ୍କ ବାନ୍ଧବୀ ମଧ୍ୟ ସତ୍ୟପାଠ ଦାଖଲ କରିପାରିବେ । ନିଲମ୍ବିତ ପୋଲିସ କର୍ମଚାରୀ ବି ସତ୍ୟାପଠ ଦାଖଲ କରିପାରିବେ ।  ବିଜ୍ଞପ୍ତି ପ୍ରକାଶ ର ୨୧ ଦିନ ମଧ୍ଯ ରେ ସତ୍ଯପାଠ ଦାଖଲ କରିହେବ । ସତ୍ୟପାଠ ଦାଖଲ ପରେ କମିଶନ ସମସ୍ତଙ୍କୁ ସମନ କରି ତଦନ୍ତ କରିବେ । ସତ୍ଯପାଠ ଦାଖଲ କରୁଥିବା ବ୍ୟକ୍ତିବିଶେଷ ନିଜର ସଂପୂର୍ଣ୍ଣ ଡାକଠିକଣା, ଇ-ମେଲ ଠିକଣା ଓ ହ୍ବାଟସ ଅପ ନମ୍ବର ଦେବାକୁ ବିଜ୍ଞପ୍ତିରେ ଅନୁରୋଧ କରାଯାଇଛି।

କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା

ନନ୍ଦିଘୋଷ ବ୍ୟୁରୋ: କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟି ପ୍ରସ୍ତାବ ଦୋଇଛନ୍ତି । ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା ୧୦ ତାରିଖ ଭିତରେ ଯୋଗାଇଦେବାକୁ ସିଏମସି, ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ପରିଚାଳନା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ।

ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ। ପରୀକ୍ଷା ତାରିଖ ଘୋଷଣା କରିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା। ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ। ଇଣ୍ଟରନାଲ ଓ ମେନ ପରୀକ୍ଷା। ଇଣ୍ଟରନାଲ ଡ଼ିସେମ୍ବର 26 ରୁ 30 ଯାଏଁ ହେବ ପରୀକ୍ଷା। ଜାନୁଆରୀ 2 ରୁ 12 ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଫେବୃଆରୀ 15 ରୁ ମାର୍ଚ୍ଚ 20 ଭିତରେ ମେନ ପରୀକ୍ଷା ହେବ। ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର 45 ଦିନ ଭିତରେ ବାହାରିବ। ଫର୍ମ ଫିଲ ଅପ ଚାଲିଛି। ଯେଉଁମାନେ କରି ନାହାନ୍ତି, ଫାଇନ ଡେଟରେ କରିବେ. 75% ଉପସ୍ଥାନ ନଥିଲେ, ମିଳିବନି ଆଡମିଟ କାର୍ଡ. କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ।

ମନ୍ଦିରର କବାଟ ଭାଙ୍ଗି ନେଇଗଲେ ଠାକୁରଙ୍କ ଅଳଙ୍କାର

ନନ୍ଦିଘୋଷ ବ୍ୟୁରୋ: ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର । ଶେଷରେ ମନ୍ଦିର କବାଟ ଭାଙ୍ଗି ମନ୍ଦିର ଭିତରୁ ସିଦ୍ଧ ମହାବୀରଙ୍କ ଅଳଙ୍କାର ଚୋରି କଲେ ଲୁଟେରା । ପୁରୀ ଜିଲ୍ଲା ନୟାହାଟ ଫାଣ୍ଡି ଅନ୍ତର୍ଗତ ଜଙ୍ଗଲବୋରି ପଂଚାୟତ ମଧୁବନ ଗାରେ ଥିବା ସିଦ୍ଧ ମହାବୀର ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟ ହୋଇଛି ।  ଲୁଟେରା ମନ୍ଦିର ଫାଟକ ଭାଙ୍ଗି ହନୁମାନଙ୍କ ରୂପା ମୁକୁଟ ୩ଟା, ହାର ୩ଟା, ଗଦା ୧ଟା, ଠାକୁରଙ୍କ ଛତ୍ରୀ ୧ଟା, ଠାକୁରଙ୍କ ପାଦ ୨ଟା, ରୂପାଆଖି ୨ଟା, ଘଣ୍ଟ, ଝାଞ୍ଜ ଶହ ମନ୍ଦିର ଭିତରେ ଥିବା  ୨୦ହଜାର ଟଙ୍କା ଚୋରି କରିନେଇଛନ୍ତି । ଆଗକୁ ପାର୍ବଣ ଥିବାରୁ ଲୁଟେରାଙ୍କ ଟାର୍ଗେଟ ବିଭିନ୍ନ ମନ୍ଦିର ରହିଛି । ଆଜି ସକାଳୁ ପୂଜକ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ଏଭଳି ଚୋରି ହୋଇଥିବା ଦେଖି ସ୍ଥାନୀୟ ଲୋକଙ୍କୁ କହିବା ପରେ ନୟାହାଟ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛଇ ।

ଭବାନୀପାଟଣାରେ ଫରେଷ୍ଟର ସଞ୍ଜୟ ନାଏକଙ୍କ ମୃତ୍ଯୁ ଘଟଣା : ୩ ବନ ବିଭାଗ ଅଧିକାରୀଙ୍କୁ ଜେରା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଭବାନୀପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ଯୁ ଘଟଣାରେ ତନାଘନା। ୩ ବନ ବିଭାଗ ଅଧିକାରୀଙ୍କୁ ଜେରା ଆରମ୍ଭ କରିଛି ଟାଉନ ଥାନା ପୋଲିସ। ଗତ ୧୮ ତାରିଖରେ ଭବାନୀପାଟଣା ସ୍ଥିତ ସରକାରୀ କ୍ୱାଟର୍ସରୁ ଫରେଷ୍ଟର ସଞ୍ଜୟ ନାଏକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ସିଲଭି କଲଚର DFO ଦେବେନ୍ଦ୍ର ବେହେରାଙ୍କ ନାଁରେ ଅଭିଯୋଗ ଆଣିଥିଲେ। ଘଟଣାରେ କଳାହାଣ୍ଡି ପୋଲିସ ଟାଉନ ଥାନାରେରେ ରାୟଗଡା ଆରିଆ  ରେଞ୍ଜର ପ୍ରକାଶ ରଥ, DFO ଦେବେନ୍ଦ୍ର ବେହେରା ଓ ACF  ରଜନିକାନ୍ତ ରାଉତରାୟଙ୍କୁ ଜେରା କରୁଛି ପୋଲିସ। ମୃତକଙ୍କ ପରିବାର ଆଣିଥିବା ଅଭିଯୋଗ କେତେ ସତ । ସୁଇସାଇଡ ନୋଟରେ ଲେଖାଥିବା କଥାର ଗୁରୁତ୍ବ କେତେ। ଡିଏଫଓଙ୍କୁ ମୃତ ସଞ୍ଜୟଙ୍କୁ ଚାପ ପକାଉଥିଲେ କି ନାହିଁ । ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିଛି ପୋଲିସ ।

ତ୍ରିପୁରା ମୋହିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ରାମଚଣ୍ଡୀ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ସମସ୍ତ ଶକ୍ତି ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି । କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀଙ୍କୁ ଆଜି ତ୍ରିପୁରା ମୋହିନୀ ବେଶରେ ସଜ୍ଜିତ କରାଯାଇଛି । କୋଣାର୍କ ପୁରୀ ବେଳା ମାର୍ଗସ୍ଥିତ ପବିତ୍ର କୁଶଭଦ୍ରା ନଦୀର ମୁହାଣ ନିକଟରେ ଅବସ୍ଥିତ ରାଜ୍ୟର ଅଷ୍ଠଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ମା ରାମଚଣ୍ଡୀଙ୍କ ପୀଠ । ମା ରାମଚଣ୍ଡୀଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ରାଜ୍ୟର ବହୁ ପ୍ରାଚୀନ ଶକ୍ତି ପୀଠ ମାନଙ୍କ ମଧ୍ୟରେ ଅନ୍ୟତନ ମା ରାମଚଣ୍ଡୀ । ସାରଳା ମହାଭାରତ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଲଙ୍କାକୁ ସେତୁ ବାନ୍ଧିବା ପୂର୍ବରୁ ଏହି ପୀଠରେ ମାଙ୍କ ପୂଜାର୍ଚନା କରି ଚଣ୍ଡୀପାଠ କରିଥିଲେ  । ତ୍ରେତୟା ଯୁଗରୁ ଏହି ଶକ୍ତିପୀଠ ମା ରାମଚଣ୍ଡୀ ଭାବେ ନାମିତ ହୋଇ ପୂଜିତ ହେଉଛନ୍ତି ।  ମା ରାମଚଣ୍ଡୀ ଆଜି ତ୍ରିପୁରା ମୋହିନୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ପାର୍ବଣର ଏହି ମହାର୍ଘ୍ୟ ସମୟରେ ମାଙ୍କୁ ଦର୍ଶନ କରି କରୁଣା ଲାଭ କରିବା ପାଇଁ ମାଙ୍କ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଛି ।

ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ବ୍ୟବହୃତ ଘିଅର ମାନ ନେଇ ପ୍ରଶ୍ନ ଉଠାଇଲେ ସେବାୟତ

ନନ୍ଦିଘୋଷ ବ୍ୟୁରୋ: ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ବ୍ୟବହୃତ ଘିଅର ମାନ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ ନୃସିଂହ ପ୍ରସାଦ ପତ୍ରି। ଗୁରୁବାର ଦିନ ଦ୍ଵିପ୍ରହର ଧୂପ ପାଇଁ ପ୍ରସ୍ତୁତ ପ୍ରସାଦରେ ବ୍ୟବହାର ହୋଇଥିବା ଘିଅରୁ ଦୁର୍ଗନ୍ଧ ବାହାରିଥିବା ନେଇ ଦେବୋତ୍ତର କାର୍ଯ୍ୟାଳୟରେ ସେ ଅଭିଯୋଗ କରିଥିଲେ l କେବଳ ସେତିକି ନୁହେଁ ଓମଫେଡ ଘିଅ ଟିଣରେ ମାନୁଫାକଚରିଂ ଓ ଏକ୍ସପାଏରୀ ଡେଟ ମଧ୍ୟ ଲେଖା ନଥିବା ଜଣାପଡ଼ିଥିଲା l ଏ ନେଇ ଅଭିଯୋଗ କରାଯିବା ପରେ ତୁରନ୍ତ ମହଜୁଦ ଥିବା ଘିଅ ଫେରାଇ ନେଇଥିଲେ ମନ୍ଦିର କର୍ତ୍ତୃପକ୍ଷ l ପରେ ଦେବୋତ୍ତର କାର୍ୟାଳୟ ପକ୍ଷରୁ ନୂଆ ଘିଅ ଯୋଗାଇ ଦିଆଯାଇଥିଲା l ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି l

ଆଜି ହରିୟାଣା ନିର୍ବାଚନ, ଆସନ୍ତୁ ନଜର ପକାଇବା କେଉଁ ଆସନରୁ ଲଢ଼ୁଛନ୍ତିୁ କେଉଁ ହେବିଓ୍ବେଟ୍ ନେତା

ନନ୍ଦିଘୋଷ ବ୍ୟୁରୋ: ଆଜି ହରିୟାଣା ନିର୍ବାଚନ । ୯୦ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ନେତା । ତେବେ ଆଜି ବହୁ ହେବିଓ୍ବେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି ।  ଆସନ୍ତୁ ନଜର ପକାଇବା କେଉଁ ଆସନରୁ କିଏ ଲଢୁଛନ୍ତି। ବହୁଚର୍ଚ୍ଚିତ ଗଡ଼ି-ସାମ୍ପଲା କିଲୋଇ ଆସନରେ କଂଗ୍ରେସରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ମଞ୍ଜୁ ହୁଡ୍ଡା।

() ତୋଷମ ଆସନରୁ ଲଢୁଛନ୍ତି କଂଗ୍ରେସର ଅନିରୁଦ୍ଧ ଚୌଧୁରୀ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ଶ୍ରୁତି ଚୌଧୁରୀ। ପୂର୍ବତନ ମୁଖ୍ଯମନ୍ତ୍ରୀ ବଂଶୀଲାଲଙ୍କ ବଂଶଧର ଅନିରୁଦ୍ଧ ଓ ଶ୍ରୁତି। ବିସିସିଆଇର କୋଷାଧ୍ଯକ୍ଷ ଥିଲେ ଅନିରୁଦ୍ଧ।

() ଅମ୍ବାଲା କାଣ୍ଟନମେଣ୍ଟ ଆସନରେ ଲଢୁଛନ୍ତି କଂଗ୍ରେସ ପରିବିନ୍ଦର ସିଂ ପରୀ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ତଥା ବିଜେପି ନେତା ଅନିଲ ଭିଜ। ୬ ଥରର ବିଧାୟକ ଅନିଲ ଭିଜ।

() ଲଡୱାରେ ଲଢୁଛନ୍ତି ମୁଖ୍ଯମନ୍ତ୍ରୀ ନାଏବ ସିଂ ସାଇନି। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମେବା ସିଂ। ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ସାଇନି ହୋଇଥିଲେ ସିଏମ।

() ବଦଲିରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି କୁଳଦୀପ ଭାଟସ ତାଙ୍କ ବିରୋଧରେ ଲଢେଇ କରୁଛନ୍ତି ବିଜେପିର ଓ. ପି. ଧନକର। ହରିୟାଣାର ପୂର୍ବତନ ବିଜେପି ସଭାପତି ଧନକର।

() ହୋଡଲରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିୱେଟ ଉଦୟଭାନ। ହୋଡାଲ ଆସନରୁ ୪ ଥର ବିଜୟୀ ହୋଇଛନ୍ତି ଉଦୟ ଭାନ। ପିସିସି ସଭାପତି ଅଛନ୍ତି ଉଦୟ ଭାନ।

() ହିସାରରେ କଂଗ୍ରେସର ରାମ ନିବାସ ରାଡ଼ା, ବିଜେପିର କମଲ ଗୁପ୍ତା ଓ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲଙ୍କ ମଧ୍ଯରେ ହେଉଛି ଲଢେଇ। ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ। ତାଙ୍କ ସ୍ବାମୀ ଓମ ପ୍ରକାଶ ଜିନ୍ଦଲ ହିସାରରୁ ଜିତିଥିଲେ ୩ ଥର

() କୈଥଲରେ ପ୍ରାର୍ଥୀ ଅଛନ୍ତି

ଆଦିତ୍ଯ ସୂର୍ଯେୱାଲା, କଂଗ୍ରେସ ହେଭିୱେଟ ରଣଦୀପ ସୂର୍ଯେୱାଲାଙ୍କ ପୁଅ ଆଦିତ୍ଯ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଲୀଲା ରାମ।

() ବହୁଚର୍ଚ୍ଚିତ ଆସନ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ରେସଲର ଭିନେଶ ଫୋଗଟ। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ପରମିନ୍ଦର ସିଂ ଗୁଲ। ରେସଲର ଭାବେ ଖ୍ଯାତି ଅର୍ଜନ କରିଛନ୍ତି ଭିନେଶ।

() ଉଚାନାରେ କଂଗ୍ରେସର ବ୍ରିଜେନ୍ଦ୍ର ସିଂ, ବିଜେପିର ଦେବେନ୍ଦ୍ର ଅତ୍ରି, ଓ ଜେଜେପିର ଦୁଶ୍ଯନ୍ତ ଚୌଟାଲାଙ୍କ ମଧ୍ଯରେ ଲଢେଇ ହେଉଛି। ପୂର୍ବତନ ଉପମୁଖ୍ଯମନ୍ତ୍ରୀ ତଥା ଜେଜେପି ନେତା ଦୁଶ୍ଯନ୍ତ।

() ସିରସାରେ କଂଗ୍ରେସର ଗୋକୁଳ ସେଟିୟା, ଏଚଏଲପିର ଗୋପାଳ ଗୋୟଲ କାଣ୍ଡା ଓ ଆଇଏନଏଲଡିର ଅଭୟ ସିଂଙ୍କ ମଧ୍ଯରେ ହେଉଛି ଲଢେଇ।

() କର୍ଣ୍ଣଲରେ କଂଗ୍ରେସର ସୁମିତା ବିର୍କ, ବିଜେପିର ଜଗମୋହନ ଆନନ୍ଦଙ୍କ ମଧ୍ଯରେ ହେଉଛି ଟକ୍କର।

ଆଜି ନନ୍ଦିଘୋଷ ଟିଭିର ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ

ନନ୍ଦିଘୋଷ ବ୍ୟୁରୋ: ଖାଦ୍ୟ, ବସ୍ତ୍ର ପରେ ମଣିଷର ଅନ୍ୟତମ ମୌଳିକ ଆବଶ୍ୟକତାଟି ହେଉଛି ଘର । ଏ ସ୍ବପ୍ନ ଯେବେ ପୂରଣ ହୁଏ ଲାଗେ ଜୀବନ ସାର୍ଥକ ହୋଇଛି ।  ଆଜିର ଜନବହୁଳ ସହରୀ ସଭ୍ୟତା ଭିତରେ ପାଖରେ ପଇସା ଥିଲେ ମଧ୍ୟ ଅନେକ ସମୟରେ ନିଜର ଘରଟିଏ କରିବା ସମ୍ଭବ ହୋଇପାରେନି । ଏଥିପାଇଁ ବିଭିନ୍ନ କାରଣ ରହିଛି । ରିଅଲ ଇଷ୍ଟେଟ କ୍ଷେତ୍ରରେ ଅନେକ ସମସ୍ୟା ଓ ସମାଧାନକୁ ନେଇ ଆଜି ନନ୍ଦିଘୋଷ ଟିଭି ତରଫରୁ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ । ଆଜି ସନ୍ଧ୍ଯା ୫ଟାରୁ କାର୍ଯ୍ଯକ୍ରମ ଆରମ୍ଭ ହେବ । କାର୍ଯ୍ଯକ୍ରମରେ ବହୁ ଉଦ୍ଯୋଗୀ ଯୋଗଦେଇ ଆଲୋଚନା କରିବେ । ଦୁଇଟି ଆଲୋଚନା ଚକ୍ରରେ ସମସ୍ଯା ଓ ସମାଧାନ ନେଇ ବିସ୍ତୃତ ଆଲୋଚନା କରିଯିବ । ଏହି ଅବସରରେ ବିଭିନ୍ନ ବର୍ଗରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ।