spot_img
Home Blog Page 1556

ହବିଷ୍ୟାଳିମାନଙ୍କ ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ

ପୁରୀ: ହବିଷ୍ୟାଳିଙ୍କ ପାଇଁ ଆସିଲା ବଡ ଖବର ଆଜିଠାରୁ କରିପାରିବେ ପଞ୍ଜୀକରଣ। ଚଳିତ ବର୍ଷ ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ଆଜି ଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତଚାଲିବାକୁ ଥିବା ବେଳେ  ଅନଲାଇନ ମାଧ୍ୟମରେ ହବିଷ୍ୟାଳିମାନ ପଞ୍ଜିକରଣ କରିପାରିବେ । ଏହାସହିତ ଏହି ବର୍ଷ କୌଣସି ସ୍ପଟ୍ ପଂଜୀକରଣ ହୋଇପାରିବନି । ତେବେ କେବଳ ୨୫୦୦ ହାବିଷ୍ୟାଳି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ।

ଯୋଗ୍ୟ ହବିଷ୍ୟାଳି ମାଆ ମାନେ ଆସନ୍ତା ୧୭ ତାରିଖ ଠାରୁ ପୁରୀରେ ପହଞ୍ଚି ହବିଷ୍ୟାଳି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ତେବେ ଚାରି ଗୋଟି ଶିବିରରେ ମା’ ମାନଙ୍କର ମାଗଣାରେ ରହିବା, ମହାପ୍ରସାଦ ସେବନ, ଦର୍ଶନ ଓ ପୂଜାପାଠର ବ୍ୟବସ୍ଥା ସହ ଆନୁସଙ୍ଗିକ କାର୍ଯ୍ୟ ପ୍ରଶାସନ ପକ୍ଷରୁ କରାଯିବା ନେଇ ଧାର୍ଯ୍ୟ କରାଯାଇଅଛି ।

ଶୋଇଥିବା ବେଳେ ହଠାତ ଲାଗିଲା ନିଆଁ; ଗୋଟିଏ ପରିବାରର ୭ଜଣ ଜୀବନ୍ତ ଦଗ୍ଧ

ମୁମ୍ବାଇ: ହଠାତ୍ ଲାଗିଲା ଭୟଙ୍କର ନିଆଁ, ଗୋଟିଏ ପରିବାରର ଜଳିଗଲେ ୭ଜଣ ସଦସ୍ୟ । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମୁମ୍ବାଇର ଚେମ୍ବୁର ଅଞ୍ଚଳରେ । ମୃତକଙ୍କ ମଧ୍ୟରେ ଦୁଇ ନିରୀହ ପିଲା ମଧ୍ୟ ଅଛନ୍ତି । ଦୋକାନରେ ସର୍ଟସର୍କିଟ ହେଇ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ରବିବାର ସକାଳେ ମୁମ୍ବାଇର ଚେମ୍ବୁରର ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା। ଯେଉଁଠାରେ ଅଗ୍ନିକାଣ୍ଡ ଘଟିଥିଲା ​​ସେହି କୋଠାର ତଳ ମହଲାରେ ଏକ କିରାଣୀ ଦୋକାନ ଥିବାବେଳେ ଉପର ମହଲାରେ ପରିବାର ଲୋକ ରହୁଥିଲେ। ଅଗ୍ନିଶମ ଅଧିକାରୀଙ୍କ କହିବାନୁସାରେ, ସେ ସକାଳ ୫.୨୦ସମୟରେ ନିଆଁ ଲାଗିବା ବିଷୟରେ ସୂଚନା ପାଇଥିଲେ। ଘଟଣାସ୍ଥଳରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି  ଅନେକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ପୂରା ଘରେ ବ୍ୟାପି ଯାଇଥିଲା। ନିଆଁ ଲାଗିବା ସମୟରେ ପୂରା ପରିବାର ଗୋଟିଏ ରୁମ୍‌ରେ ଶୋଇଥିଲେ। ପରେ ନିଆଁରେ ପୁୁରା ପରିବାର ପୋଡିହୋଇ ମୃତ୍ୟୁବରଣ କରିଥିଲେ ।ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଗୀତାଦେବୀ ଗୁପ୍ତା (୬୦ ବର୍ଷ), ଅନୀତା ଗୁପ୍ତା (୩୯ ବର୍ଷ), ପ୍ରେମ ଗୁପ୍ତା (୩୦ ବର୍ଷ), ମଞ୍ଜୁ ପ୍ରେମ ଗୁପ୍ତା (୩୦ ବର୍ଷ), ବିଦୀ ଗୁପ୍ତା (୧୫ ବର୍ଷ), ନରେନ୍ଦ୍ର ଗୁପ୍ତା (୧୦ ବର୍ଷ) ଏବଂ ପ୍ରେସି ଗୁପ୍ତା (୬ ବର୍ଷ)  ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସକାଳ ୪ଟାରେ ନିଆଁ ଲାଗିଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ଘର ଭିତରକୁ ଯାଇଥିଲେ। କିନ୍ତୁ ସେତେବେଳକୁ ବହୁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ଘରର ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଗଲା ଏବଂ ଲୋକମାନେ ବାହାରକୁ ଯିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। ଡିସିପି ହେମରାଜ ରାଜପୁତଙ୍କ ସମେତ ଅଗ୍ନିଶମ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳର ଯାଞ୍ଚ କରିଥିଲେ। ସ୍ଥାନୀୟ ଲୋକ କହିଛନ୍ତି ଏହା ବସ୍ତି ଅଞ୍ଚଳ ହୋଇଥିବାରୁ ବାହାରକୁ ଯିବାର କୌଣସି ଉପାୟ ନଥିଲା  । ପରିବାର ଲୋକ ଉପର ମହଲାରେ ଫସି ରହି ନିଆଁ ଆଁ କୁ ଚାଲିଯାଇଥିଲେ ।

 

 

ବ୍ରହ୍ମପୁର ରାଗିଂ ଘଟଣା, ୧୭ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ। ୧୭ ଜଣ ଛାତ୍ରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ରାଗିଂରେ ସମ୍ପୃକ୍ତ ଥିବା ୪ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି। ଏଥିସହ ୧୩ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ସମୟସୀମା ଦିଆଯାଇଛି। ଗତ ୨୧ ତାରିଖରେ ନୂତନ ହଷ୍ଟେଲରେ ରହୁଥିବା ପ୍ରଥମ ବର୍ଷର ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷର ଛାତ୍ରମାନେ ମାନସିକ ନିର୍ଯାତନା ଦେବା ସହ ରାଗିଂ କରିଥିଲେ ।

ରାଗିଂ ହୋଇଥିବା ନେଇ ପ୍ରଥମ ବର୍ଷର ଛାତ୍ର ମାନେ ୟୁଜିସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରିଥିଲେ ୧୨ ଜଣିଆ ଆଣ୍ଟିରାଗିଂ କମିଟିର ସଦସ୍ୟ ଓ ଜଣେ ଡିଏସପି । ସିସିଟିଭି ଫୁଟେଜକୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରାଯାଇଥିଲା ।

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ଗର୍ଭବତୀଙ୍କୁ ଦିଆଯାଇଛି ଏକ୍ସପାୟେରୀ ଔଷଧ

ଯାଜପୁର: ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର | ଗର୍ଭବତୀ ମହିଳାଙ୍କୁ ଦିଆ ଯାଇଛି ଏକ୍ସପାୟେରୀ ଔଷଧ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ପଞ୍ଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏକ୍ସପାୟେରୀ ଔଷଧ ଖାଇବା ପରେ ପେଟରେ ଥିବା ପିଲା ପାଇଁ ଭୟଭୀତ ଅବସ୍ଥାରେ ଅଛନ୍ତି ମହିଳା ଜଣକ  । ଆଶା କର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି ଏହି ସରକାରୀ ଔଷଧ  । ଦୁଇ ମାସ ପୂର୍ଵରୁ ଏହି ଔଷଧ ଗୁଡିକ ଏକ୍ସପାୟେରୀ ହୋଇ ସାରିଛି  । ସ୍ୱାସ୍ଥ୍ୟ ବିଭାଗର ଏଭଳି ଖାମଖିଆଲି ମନୋଭାବକୁ ନେଇ ଉଠିଛି ପ୍ରଶ୍ନ । ଅଭିଯୋଗ ଅନୁଯାୟୀ ଲେଙ୍କାସାହି ଗାଁର କୃଷ୍ଣଚନ୍ଦ୍ର ନାଥଶର୍ମାଙ୍କ ସ୍ତ୍ରୀ ସୁଭଦ୍ରା ନାଥଶର୍ମା ଛଅ ମାସର ଗର୍ଭବତୀ ଥିବା ବେଳେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉ ଥିବା ଔଷଧ ସେବନ କରୁଛନ୍ତି।

ଦୁଇ ମାସ ପୂର୍ବରୁ ଏକ୍ସପାୟେରୀ ହୋଇଯାଇଥିବା ଔଷଧ ଖାଇଦେକୁ ଦେଇଛନ୍ତି ସ୍ଥାନୀୟ ଆଶାକର୍ମୀ  । ଔଷଧ ଗୁଡିକୁ ଖୋଲିବା ପରେ ଔଷଧ ଗୁଡିକ ଫାଟି ଯାଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଖୋଳ ଉପରେ ଲେଖା ଥିବା ତାରିଖ ଦେଖିବା ପରେ ଏକ୍ସପାୟେରୀ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ଆଶା କର୍ମୀରୁ ପଚାରିବାରୁ ସେ ଭୁଲରେ ଏ ଔଷଧ ପ୍ରଦାନ କରିଥିବା କହିଛନ୍ତି | ତେଣୁ ମା ଓ ପିଲା ଉଭୟଙ୍କ ଜୀବନ ପ୍ରତି ବିପଦ ଥିବାରୁ ପାରିବାର ଲୋକେ ଏନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ତେବେ ଏ ସମ୍ପର୍କରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ନାହିଁ  ।

ଇସ୍ରାଏଲ ବିରୋଧରେ ପୁଟିନ ନେବେ ବଡ ପଦକ୍ଷେପ !

ନନ୍ଦିଘୋଷ ବ୍ୟୁରୋ: ସିରିଆ ସୀମାରେ ଆକ୍ରମଣ ପରେ ରକ୍ତମୁଖା ହୋଇଯାଇଛନ୍ତି ରୁଷିଆ ଏବଂ ଇରାନ। ଏହି ଆକ୍ରମଣ ଯୋଗୁ ତୃତୀୟ ବିଶ୍ବ ଯୁଦ୍ଧର ଆଶଙ୍କା ଦେଖା ଦେଇଛି।  ଇସ୍ରାଏଲ ଧ୍ୱଂସ କରିଥିବା ରାଜପଥ ରୁଷିଆ ଏବଂ ଇରାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ଥିଲା। ଏଭଳି ପରିସ୍ଥିତିରେ ରୁଷିଆ ବର୍ତ୍ତମାନ ସିରିଆ ସୀମାରୁ ଇସ୍ରାଏଲ ବିରୁଦ୍ଧରେ ହିଜବୁଲ୍ଲା ସଦସ୍ୟମାନଙ୍କୁ ନିୟୋଜିତ କରିବାକୁ ଯୋଜନା କରିଛି । ସିରିଆ-ଲେବାନନ୍ ସୀମାରେ ଇସ୍ରାଏଲ୍ ଯାହା କରିଛି ତାହା ବିଶ୍ବର ବିନାଶ ହେବାର ଆଶଙ୍କା ବଢାଇଦେଇଛି। ହିଜବୁଲାର ଅସ୍ତ୍ରଶସ୍ତ୍ର ଯୋଗାଣ ଲାଇନକୁ କାଟିଦେବା ପାଇଁ ଇସ୍ରାଏଲ ସିରିଆ ସହିତ ଲିବାନିଆ ସୀମାରେ ଏକ ବଡ଼ ବିମାନ ଆକ୍ରମଣ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଏବଂ ତାଙ୍କ ସୈନ୍ୟମାନଙ୍କ ମଧ୍ୟରେ ଏନେଇ ଆକ୍ରୋଶ ପ୍ରକାଶ ପାଇଛି। ଆଗାମୀ ସମୟରେ ରୁଷ ସିରିଆରୁ ଇସ୍ରାଏଲ ବିରୋଧରେ ଏକ  ନୂଆ ମୋର୍ଚ୍ଚା ଖୋଲିପାରେ ବୋଲି ସୂଚନା ମିଳୁଛି  । ଯଦି ଏହା ଘଟେ ତେବେ ଆରବରେ ଏକ ବଡ଼ ବିପର୍ଯ୍ୟୟ ଘଟିବ ବୋଲି ଆଶଙ୍କା କରାଯାଉଛି  ।

ସିରିଆ ନିକଟରେ ଥିବା ଲେବାନନ୍ ସୀମାରେ ବ୍ୟାପକ ବିସ୍ଫୋରଣ କରି ଆଇଡିଏଫ୍ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବନ୍ଦ କରିଦେଇଛି। ଲେବାନନକୁ ସିରିଆ ସହିତ ସଂଯୋଗ କରୁଥିବା ଏକମାତ୍ର ମସନା କ୍ରସିଂ ଉପରେ ଇସ୍ରାଏଲ୍ ସେନା ବୋମା ପକାଇ ଧ୍ୱଂସ କରିଛି। ଏହି ଆକ୍ରମଣ ସହିତ ଇସ୍ରାଏଲ ସିରିଆରୁ ହିଜବୁଲାର ଅସ୍ତ୍ରଶସ୍ତ୍ର ଯୋଗାଣ ରାସ୍ତାକୁ ବନ୍ଦ କରିଦେଇଛି।

ମସନା କ୍ରସିଂ କାହିଁକି ସ୍ୱତନ୍ତ୍ର?

ଏକ ରିପୋର୍ଟ ଅନୁଯାୟୀ, ମସନା ହେଉଛି ସେହି କ୍ରସିଂ ଯାହା ମାଧ୍ୟମରେ ସିରିଆରୁ ହିଜବୁଲ୍ଲାଙ୍କୁ ଇରାନ ଅସ୍ତ୍ର ଯୋଗାଇ ଦିଆଯାଇଥାଏ । ଏହି ଆକ୍ରମଣ ଦ୍ବାରା ସିରିଆରୁ ହିଜବୁଲ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ହୋଇଯାଇଛି, କେବଳ ଏତିକି ନୁହେଁ, ଇସ୍ରାଏଲ ବାୟୁସେନା ମଧ୍ୟ ୨ କିଲୋମିଟର ଲମ୍ବା ଟନେଲକୁ ଧ୍ୱଂସ କରିଦେଇଛି  । ଏହି ଆକ୍ରମଣରେ ଲେବାନନକୁ ସିରିଆ ସହିତ ସଂଯୋଗ କରୁଥିବା ଟନେଲ ମଧ୍ୟ ନଷ୍ଟ ହୋଇଯାଇଛି। ଏହି ଟନେଲ ମାଧ୍ୟମରେ ଇରାନର ଅସ୍ତ୍ର ହିଜବୁଲ୍ଲାକୁ ପଠାଯାଇଥାଲ । ଏହି ଟନେଲ ଉପରେ କେବଳ ହିଜବୁଲାର ନିୟନ୍ତ୍ରଣ ଥିଲା  ।

ଟନେଲ ଭିତରେ ଅନେକ ଅସ୍ତ୍ରଶସ୍ତ୍ର ଗୋଦାମ ରହିଥିଲା, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏହି ଅସ୍ତ୍ରଶସ୍ତ୍ର ଗୋଦାମ ମଧ୍ୟରେ ନଷ୍ଟ ହେଇଯାଇଛି । ଇସ୍ରାଏଲ ଲେବାନନକୁ ସିରିଆ ସହିତ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଏବଂ ଟନେଲକୁ ଧ୍ୱଂସ କରିଦେଇଥିବାରୁ ବର୍ତ୍ତମାନ ସିରିଆ ଦେଇ ଯୋଗାଣ ପାଇଁ ହିଜବୁଲାର କେବଳ ତିନୋଟି ମାର୍ଗ ବାକି ଅଛି। ଏହି ମାର୍ଗଗୁଡ଼ିକ ହେଉଛି ମାର୍ ବାଉନ୍, ନାହର ଅଲ କବୀର, ଶିବା ଫାର୍ମ  । କିନ୍ତୁ ଏଗୁଡିକ ମୁଖ୍ୟ ରାସ୍ତା ନୁହେଁ, ଏଗୁଡ଼ିକ ଜଙ୍ଗଲ କିମ୍ବା ପାହାଡ ଦେଇଯାଇଥିବା ରାସ୍ତା  । ଟ୍ରକ୍ ଏହା ଉପରେ ଯାଇପାରିବ ନାହିଁ, ତେଣୁ ଅସ୍ତ୍ରଶସ୍ତ୍ରଗୁଡିକ ବଡ଼ ଆକାରରେ ଏବଂ ଦ୍ରୁତ ଗତିରେ ହିଜବୁଲକୁ ହସ୍ତାନ୍ତର କରାଯିବ ନାହିଁ  । ଇସ୍ରାଏଲ ଏଥିରୁ ସିଧାସଳଖ ଲାଭବାନ ହେବେ।

ଇସ୍ରାଏଲ ପାଇଁ ବଡ ସମସ୍ୟା

ଇସ୍ରାଏଲ ପାଇଁ ବର୍ତ୍ତମରନ ବଡ ସମସ୍ୟା ହେଉଛି ସିରିଆ ସୀମାରେ ଆକ୍ରମଣ ପରେ ରୁଷ ଏବଂ ଇରାନ ସୈନ୍ୟ ଅସନ୍ତୋଷ ଅଛନ୍ତି। ଇସ୍ରାଏଲ ଧ୍ୱଂସ କରିଥିବା ରାଜପଥ ରୁଷିଆ ଏବଂ ଇରାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ଥିଲା | ଏଭଳି ପରିସ୍ଥିତିରେ ରୁଷିଆ ବର୍ତ୍ତମାନ ସିରିଆ ସୀମାରୁ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିପାରେ ।

ବିଶ୍ୱଯୁଦ୍ଧର ଆଶଙ୍କା ବଢିଯାଇଛି !

ଇସ୍ରାଏଲର ଏହି ଆକ୍ରମଣକୁ ରୁଷିଆ ଏବଂ ଚୀନ୍ ଆପତ୍ତି ଜଣାଇଛନ୍ତି । ଏଭଳି ପରିସ୍ଥିତିରେ ଆରବରେ ବିଶ୍ୱଯୁଦ୍ଧର ଦେଖାଦେଇଛି। ସିରିଆ ହେଉଛି ଏକ ଦେଶ ଯାହାକି ଅନେକ ଶକ୍ତିର କେନ୍ଦ୍ର ବିନ୍ଦୁ  । ସିରିଆ ମଧ୍ୟ ରୁଷ ସେନାର ଗଡ଼ ଅଟେ। ଇରାନର ଆଇଆରଜିସିର ମୁଖ୍ୟାଳୟ ଏବଂ ସିରିଆରେ ଅନେକ ବେସ ଅଛି, ଆମେରିକାର ମଧ୍ୟ ସିରିଆରେ ଏକ ବେସ ଅଛି  । ସିରିଆରେ ଆଇଏସଆଇଏସର ଉପସ୍ଥିତି ସହିତ ଅନେକ ଇରାନ ପ୍ରକ୍ସି ସକ୍ରିୟ ଅଛନ୍ତି। ଏଭଳି ପରିସ୍ଥିତିରେ ଇସ୍ରାଏଲର ଏହି ଆକ୍ରମଣ ସିରିଆରେ ଅଶାନ୍ତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ଇସ୍ରାଏଲ କେବଳ ହିଜବୁଲାର ଭୂମି ଯୋଗାଣ ମାର୍ଗକୁ ନଷ୍ଟ କରିନାହିଁ ବରଂ ଏହାର ବାୟୁ ଅସ୍ତ୍ର ଯୋଗାଣକୁ ମଧ୍ୟ ବନ୍ଦ କରିଦେଇଛି  । ତେଜରାନରୁ ଏକ ମାଲବାହୀ ବିମାନ ହିଜବୁଲକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ବେରୁଟକୁ ଆସୁଥିଲା, କିନ୍ତୁ ଇସ୍ରାଏଲ ସୈନ୍ୟମାନେ ଏହାକି ରୋକିବା ସହିତ ଧ୍ବଂସ କରିବାକୁ ଧମକ ଦେଇଥିଲେ ।

ହିଜବୁଲ୍ଲା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ୩୦୦ରୁ ଅଧିକ ରକେଟ୍ ମାଡ କରିଛନ୍ତି  । ହିଜବୁଲ୍ଲାର ଆକ୍ରମଣ ହେତୁ ଗୋଲାନ ହାଇଟ୍ସରେ ଥିବା IDF ତାଲିମ କେନ୍ଦ୍ରରେ ନିଆଁ ଲାଗିଯାଇଥିଲା। ହିଜବୁଲ ମଧ୍ୟ ଅନେକ ବିସ୍ଫୋରଣ କରି ଇସ୍ରାଏଲର ସେଫେଡକୁ ଥରାଇ ଦେଇଛି। ହିଜବୁଲ ଆକ୍ରମଣ ପରେ ଗାଲିଲୀର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବାର ଖବର ରହିଛି। ଇସ୍ରାଏଲ ହିଜବୁଲ୍ଲା ଉପରେ ଅତର୍କିତ ଆକ୍ରମଣ କରିଥିବା ବେଳେ ଏହାର ସାମରିକ ଶକ୍ତି ପ୍ରାୟ ନଷ୍ଟ ହୋଇଯାଇଛି। ତାଙ୍କର ଅସ୍ତ୍ରଶସ୍ତ୍ର ସରିଯାଇଛି।

ଦାଦାବଟି ମାଗିବା ପଡିଲା ମହଙ୍ଗା, ବନ୍ଧାହେଲେ ଦାଦା

ଭୁବନେଶ୍ବର: ଦାଦାବଟି ମାଗି ବନ୍ଧାହେଲେ ଦାଦା । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଦାଦାବଟି ମାଗୁଥିବା ବେଳର Exclusive ସିସିଟିଭି । ନିଜକୁ ଭାଇ ବୋଲି କହି ଭାଇଗିରି ଦେଖାଉଥିବା ରଘୁନାଥ ବାରିକ ଓରଫ ରଘୁଆକୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ସୂଚନା ମୁତାବକ ଏୟାରଫିଲ୍ଡ ଚଣ୍ଡୀ ବଜାର ନିକଟରେ କିଛିଦିନ ତଳେ ଜଣେ ଯୁବକ ମିଠା ଦୋକାନ କରିଥିଲେ । ଏକ କଣ୍ଟେନର ପକାଇ ନିଜ ବ୍ୟବସାୟ ଚଳାଉଥିଲେ । କିନ୍ତୁ ରଘୁଆ ଓ ତାର ୩ ସହଯୋଗୀ ସେଠାରେ ପହଞ୍ଚି ଦୋକାନ ପକାଇବାକୁ ୫ ଲକ୍ଷ ଟଙ୍କା ବଟି ମାଗିଥିଲା । ଦୋକାନୀ ବଟି ଦେବାକୁ ମନା କରିବାରୁ ଏକ ଟ୍ରକରେ  ଦୋକାନ ଆଗରେ ପଥର ଗଦାଇଥିଲା ଅଭିଯୁକ୍ତ ।

ଯାହାକୁ ନେଇ ଦୋକାନ ମାଲିକ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ରଘୁଆକୁ ଗିରଫ କରାଯାଇଛି । ପୂର୍ବରୁ ରଘୁଆ ନାଁରେ ହତ୍ୟା ଅଭିଯୋଗ ରହିଛି। କିଛିବର୍ଷ ତଳେ ଅମରେଶ ନାୟକ ନାମକ ଯୁବକଙ୍କୁ ହତ୍ୟା କରିଥିଲା ରଘୁଆ । ହତ୍ୟା ମାମଲାରେ ଜାମିନରେ ଆସି ପୁଣି ବଟି ମାଗିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ସନ୍‌ ଡେ’ ଡବଲ ଧମାକା; ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଭାରତର ମହା-ମୁକାବିଲା

ନନ୍ଦିଘୋଷ ବ୍ୟୁରୋ:  କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଜି ଏକ ବ୍ଲକ୍‌-ବଷ୍ଟର ଡେ । ଆଜି ଭାରତୀୟ ଦଳର ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ମଇଦାନକୁ ଓହ୍ଲାଇବେ । ସୁପର ସଣ୍ଡେରେ ଆଜି ଡବଲ ମ୍ୟାଚ ଦେଖିବାକୁ ମିଳିବ । ମହିଳା ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଭେଟିବାକୁ ଥିବା ବେଳେ ଭାରତୀୟ ପୁରୁଷ ଦଳ ବାଂଲାଦେଶ ବିପକ୍ଷ ଟି -୨୦ ସିରିଜ ଆରମ୍ଭ କରିବ।

ପୁରୁଷ ଦଳ ଅକ୍ଟୋବର ୬ ରୁ ବାଂଲାଦେଶ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବା ଏଥି ସହିତ, ଭାରତୀୟ ମହିଳା ଦଳ ବର୍ତ୍ତମାନ ଦୁବାଇରେ ଚାଲିଥିବା ଟି -୨୦ ବିଶ୍ୱକପ ୨୦୨୪ ରେ ଖେଳ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳ ଆଜି ପଡ଼ିଆରେ ନଜର ଆସିବେ। ଆଜି କ୍ରିକେଟ୍ ପ୍ରେମୀଙ୍କ ପାଇଁ ସୁପର ସଣ୍ଡେ ହେବାକୁ ଯାଉଛି। ଗୋଟିଏ ଦିନରେ ପାକିସ୍ତାନ ଏବଂ ବାଂଲାଦେଶର ଦଳକୁ ପରାସ୍ତ କରିବାକୁ ଭାରତ ସୁଯୋଗ ପାଇବ।

କ୍ରିକେଟ ପ୍ରେମୀଙ୍କ ପାଇଁ ସୁପର ସଣ୍ଡେ

ଆଇସିସି ମହିଳା ଟି-୨୦ ବିଶ୍ବକପ୍‌ର ସପ୍ତମ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ପାକିସ୍ତାନ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଲଢ଼ିବ । ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ୬ ଅକ୍ଟୋବର (ରବିବାର) ଅପରାହ୍ନ ୩.୩୦ରୁ ଖେଳାଯିବ ।  ଯେଉଁଠାରେ ପୁରୁଷ ଭାରତୀୟ ଦଳ ମଧ୍ୟପ୍ରଦେଶର ଗ୍ୱାଲିଅରସ୍ଥିତ ଶ୍ରୀମନ୍ତ ମାଧବରାଓ ସିନ୍ଧିଆ କ୍ରିକେଟ୍ ଷ୍ଟାଡିୟମରେ ୬ ଅକ୍ଟୋବର (ରବିବାର) ସନ୍ଧ୍ୟା ୭.୦୦ରୁ ଖେଳାଯିବ ।

ଭାରତୀୟ ମହିଳା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍

ଭାରତୀୟ ମହିଳା କ୍ରିକେଟ୍ ଦଳ ଆଇସିସି ମହିଳା ଟି-୨୦ ବିଶ୍ବକପ୍‌ ୨୦୨୪ର ଦ୍ବିତୀୟ ମ୍ୟାଚ୍‌ରେ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ପାକିସ୍ତାନ ବିପକ୍ଷରେ ମୈଦାନକୁ ଓହ୍ଲାଇବାକୁ ଯାଉଛି  । ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାରି ଯାଇଥିଲା। ଏଭଳି ପରିସ୍ଥିତିରେ ସେମିଫାଇନାଲ ଦୌଡରେ ରହିବାକୁ ଟିମ୍ ଇଣ୍ଡିଆକୁ ଯେକୌଣସି ମୂଲ୍ୟରେ ପାକିସ୍ତାନକୁ ପରାସ୍ତ କରିବାକୁ ପଡିବ। ଏଥି ସହିତ ପାକିସ୍ତାନ ଦଳ ପ୍ରଥମ ମ୍ୟାଚ ଜିତିବା ପରେ ଏଠାକୁ ଆସୁଛି। ପାକିସ୍ତାନ ମୁହାଁମୁହିଁ ହେବା ପରେ ଟିମ୍ ଇଣ୍ଡିଆକୁ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ପଡିବ। ଏଭଳି ପରିସ୍ଥିତିରେ ସେମିଫାଇନାଲକୁ ଯିବା ତାଙ୍କ ପାଇଁ ସହଜ ହେବ ନାହିଁ।

ବାଂଲାଦେଶକୁ ଭେଟିବ ଭାରତ

ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜରେ ବାଂଲାଦେଶକୁ ଏକ ସ୍ୱଚ୍ଛ ସୁଇପ୍ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧିନ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ମଧ୍ୟପ୍ରଦେଶର ଗ୍ବାଲିୟରରେ ବାଂଲାଦେଶକୁ ଧୂଳି ଚଟାଇବାକୁ ପଡ଼ିଆକୁ ଓହ୍ଲାଇବ । ଆଇପିଏଲରେ ନିଜର ଚିହ୍ନ ଛାଡିଥିବା ଅନେକ ଯୁବ ଖେଳାଳି ଏହି ସିରିଜରେ ଭାରତୀୟ ଦଳର ଅଂଶ ଅଟନ୍ତି। ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୧୪ଟି  ଟି -୨୦ ମ୍ୟାଚ୍ ଖେଳାଯାଇଛି। ଭାରତୀୟ ଦଳ ବାଂଲାଦେଶକୁ ୧୩ ଥର ପରାସ୍ତ କରିଥିବା ବେଳେ ବାଂଲାଦେଶ ଦଳ କେବଳ ଥରେ ଜିତିବାରେ ସକ୍ଷମ ହୋଇଛି ।

ମା’ କାଳୀଙ୍କୁ ପ୍ରସନ୍ନ କରିବାକୁ କଇଁଚିରେ ଗଳା କାଟିଦେଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ: ଅନ୍ଧବିଶ୍ବାସ ! ଗଭୀର ଯୁକ୍ତିହୀନ ବିଶ୍ବାସ, ଯାହା ବିଜ୍ଞାନସମ୍ମତ ନୁହେଁ । ଯଦିଓ ଶିକ୍ଷା, ସଂସ୍କାର ଓ ବିଜ୍ଞାନର ପ୍ରଭାବରେ ମଣିଷ ଧୀରେ ଧୀରେ ଏଇ ଅର୍ଗଳିରୁ ବାହାରିବାକୁ ଚେଷ୍ଟା କରୁଛି, ତଥାପି ମଣିଷ ମନରେ ଅନେକ ଅନ୍ଧବିଶ୍ବାସ ବସା ବାନ୍ଧି ତା’କୁ ପଛକୁ ଟାଣୁଛି। ଅନ୍ଧବିଶ୍ବାସର ଅଡୁଆ ସୂତାରେ ସେ ଛନ୍ଦି ହୋଇପଡୁଛି। ଉଡୁଡ଼ି ଯାଉଛି ସୁନାର ସଂସାର। କେଉଁଠି ନା କେଉଁଠି ଗଡୁଛି ମୁଣ୍ଡ। ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଛତିଶଗଡର ରାୟପୁରରୁ । ଜଣେ ଯୁବକ ଦେବୀ କାଳୀଙ୍କୁ ଖୁସି କରିବା ପାଇଁ ନିଜକୁ ବଳି ଦେଇଛନ୍ତି। ଘଟଣା ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି ।  ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । 

କଇଁଚିରେ କାଟିଥିଲେ ଗଳା

ସେ ୪୮ ଘଣ୍ଟା ଧରି ନିରନ୍ତର ପୂଜା କରିବା ସତ୍ତ୍ବେ ଯେତେବେଳେ ମା କାଳୀ ଦର୍ଶନ ଦେଇନଥିଲେ, ସେତେବେଳେ ଭୁନେଶ୍ୱର କଇଁଚି ଉଠାଇ ତାଙ୍କ ଗଳା କାଟି ମାଙ୍କୁ ଖୁସୀ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସେ ଗଳା କାଟିବା ପରେ କୋଠରୀ ରକ୍ତରେ ଭିଜି ଯାଇଥିଲା। ତାଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ଆସିବା ବେଳକୁ ବହୁତ ଡେରି ହୋଇଯାଇଥିଲା। ଘଟଣା ସମ୍ପର୍କରେ ପୋଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳକୁ ଯାଞ୍ଚ କରି ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ଘଟଣା ପରେ ଉତ୍ତେଜନା ପ୍ରକାଶ 

ମୃତଦେହକୁ ପୋଷ୍ଟମର୍ଟମ ପଠାଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି ଯେ ଏହି ଘଟଣା ଶନିବାର ସକାଳ ୧୧ଟାରେ ଘଟିଛି। ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭୁନେଶ୍ୱର ଦେବୀ କାଳୀଙ୍କୁ ଖୁସି କରିବା ପାଇଁ ନିଜକୁ ବଳି ଦେବାକୁ ଚେଷ୍ଟା କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ କେବଳ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇ ନାହାଁନ୍ତି  ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଦେଶରେ ଅନ୍ଧବିଶ୍ୱାସ ଏବଂ ବଳିଦାନ ବିରୋଧରେ କଠୋର ନିୟମ ପ୍ରଣୟନ କରାଯାଇଥିଲେ ମଧ୍ୟ ଦେଶରେ ଅନ୍ଧବିଶ୍ୱାସର ମାମଲା ହ୍ରାସ ହେଉନାହିଁ କିମ୍ବା ବଳିପ୍ରଥା ବନ୍ଦ ହେଉନାହିଁ। 

ଆସିଲା ଏକଜିଟ୍‌ ପୋଲ୍‌: ପଲଟିଗଲା ବାଜି ଏଥର ଏହି ଦଳ ଗଢିବ ସରକାର ..

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ଓ ଜାମ୍ମୁ କାଶ୍ମୀରରେ କଂଗ୍ରେସ ସରକାର। ଏକଜିଟ ପୋଲରେ ଏହି ଦୁଇ ରାଜ୍ୟରେ କଂଗ୍ରେସ ସରକାର ଗଠନ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ହରିୟାଣାରେ କଂଗ୍ରେସକୁ ଏକଜିଟ ପୋଲରେ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ମିଳିଛି। ଧ୍ରୁବ ରିସର୍ଚ୍ଚ ପକ୍ଷରୁ କଂଗ୍ରେସକୁ ୫୦ରୁ ୬୪, ବିଜେପିକୁ ୨୨ରୁ ୩୨ ଆସନ, ଜେଜେପିକୁ ଶୂନ, ଆଇଏନଏଲଡିକୁ ୨ରୁ ୩ ଆସନ ଦେଇଛି। ସେହିପରି ପିପୁଲ୍ସ ପଲ୍ସ ସର୍ଭେ ଅନୁସାରେ କଂଗ୍ରେସକୁ ୪୯ରୁ ୬୧ ଆସନ ମିଳିବ। ବିଜେପିକୁ ୨୦ରୁ ୩୨ ଆସନ, ଜେଜେପି ଶୂନରୁ ଗୋଟିଏ ଆସନ ମିଳିପାରେ। ଆଇଏନଏଲଡି ୨ରୁ ୩ ଆସନ ପାଇପାରେ। ମାଟ୍ରିଜର ସର୍ଭେ ଅନୁସାରେ କଂଗ୍ରେସରୁ ୫୫ରୁ ୬୨ ଆସନ ବିଜେପିକୁ ୧୮ରୁ ୨୪ ଆସନ, ଜେଜେପିକୁ ଶୂନରୁ ୩ ଆସନ, ଆଇଏନଏଲଡି ୩ରୁ ୫ ଆସନ ପାଇପାରନ୍ତି। ଦେନିକ ଭାସ୍କରର ସର୍ଭେ ଅନୁସାରେ କଂଗ୍ରେସକୁ ୪୪ରୁ ୫୪, ବିଜେପି ୧୫ରୁ ୨୯, ଜେଜେପି ୦ରୁ ୧, ଆଇଏନଏଲଡି ୧ରୁ ୫ ଆସନ ପାଇବେ।

ସେହିପରି ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସ ମେଣ୍ଟକୁ ବହୁମତ ମିଳିପାରେ ବୋଲି ଆକଳନ କରିଛି ସି-ଭୋଟର ସର୍ଭେ। ସି ଭୋଟର ସର୍ଭେ ଅନୁସାରେ କଂଗ୍ରେସ ମେଣ୍ଟକୁ ୪୦ରୁ ୪୮ ଆସନ ମିଳିବ। ମ୍ଯାଜିକ ନମ୍ବର ୪୬ ହୋଇଥିବାବେଳେ କଂଗ୍ରେସ ମେଣ୍ଟକୁ ୪୦ରୁ ୪୮ ଆସନ ମିଳିପାରେ। ସେହିପରି ବିଜେପିକୁ ୨୭ରୁ ୩୨, ପିଡିପିକୁ ୬ରୁ ୧୨ ଆସନ ଏବଂ ଅନ୍ୟାନ୍ୟକୁ ୬ରୁ ୧୧ ଆସନ ମିଳିବ। କଂଗ୍ରେସକୁ ବହୁମତ ମିଳିବ ବୋଲି ଆକଳନ କରିଛି ଧ୍ରୁବ ରିସର୍ଚ୍ଚ।ପିପୁଲ୍ସ ପଲସର ସର୍ଭେ ଅନୁସାରେ କଂଗ୍ରେସ ୪୬ରୁ ୫୦, ବିଜେପି ୨୩ରୁ ୨୭, ପିଡିପି ୭ରୁ ୧୧ ଆସନ ପାଇପାରେ। ଦୈନିକ ଭାସ୍କରର ସର୍ଭେ ଅନୁସାରେ କଂଗ୍ରେସ ୩୫ରୁ ୪୦, ବିଜେପି ୨୦ରୁ ୨୫, ପିଡିପି ୪ରୁ ୭ ଓ ଅନ୍ଯମାନେ ୧୨ରୁ ୧୬ ଆସନ ପାଇପାରନ୍ତି।

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଦୁଇ ବର୍ଷ ଧରି ଅଭିଯୁକ୍ତ ଦେଉଥିଲା ନିର୍ଯାତନା

ରାଉରକେଲା: ରାଉରକେଲା ସହରରେ ପୁଣି ଲଜ୍ଜା । ଜଣେ ୧୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଜଣେ ୪୯ ବର୍ଷୀୟ ଵ୍ୟକ୍ତି ଦୁଇଵର୍ଷ ଧରି ନାବାଳିକାକୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ସହ ବିଭିନ୍ନ ଧମକ ଦେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ଵ୍ୟକ୍ତି ଫେରାର ଥିବାରୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।