spot_img

Latest Posts

ନିର୍ବାଚନରେ ହାରିବା ପରେ ବାଟକୁ ଆସିଲେ ଟ୍ରମ୍ପ: ଇରାନ ପାଇଁ କଲେ ବଡ ଘୋଷଣା !

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନରେ ହାରିବା ପରେ ବାଟକୁ ଆସିଲେ ଟ୍ରମ୍ପ । ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ପରାଜୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଟି ବଡ ଘୋଷଣା କରିଛନ୍ତି । ଇରାନ ଉପରେ ଆକ୍ରମଣ କରିବାକୁ ଏବେ କୌଣସି ଯୋଜନା ନଥିବା ସେ କହିଛନ୍ତି । ଏହାସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ହେବ, ଯାହାର ତାରିଖ ଖୁବଶୀଘ୍ର ସ୍ଥିର କରାଯିବ । ଏହା ପୂର୍ବରୁ ଟ୍ରମ୍ପ ଇସ୍ରାଏଲକୁ ମିଳୁଥିବା ବାର୍ଷିକ ୪ ବିଲିୟନ ଡଲାର ସହାୟତା ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ । ଫାଇନାନ୍ସିଆଲ୍ ଟାଇମ୍ସ ସହିତ କଥାବାର୍ତ୍ତା ସମୟରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ସାମ୍ବାଦିକଙ୍କୁ ଟ୍ରମ୍ପ କହିଛନ୍ତି, ‘‘ଆମେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇଛୁ । ଆମେ ଇସ୍ରାଏଲକୁ ଆଉ କୌଣସି ଆର୍ଥିକ ସହାୟତା ପ୍ରଦାନ କରିବୁ ନାହିଁ । ହେଲେ ଆମେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବିକ୍ରି ଜାରି ରଖିପାରୁ ।

ସୂଚନା ମୂତାବକ, ସୋମବାର ନଭେମ୍ବର ୨ ତାରିଖରେ ଆମେରିକା ଇରାନର କେଶମ ଦ୍ବୀପ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ନିର୍ଦ୍ଧାରିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ହୋଇଥିଲା । ତଥାପି ଆମେରିକାକୁ ଏହାର କୌଣସି ଫାଇଦା ମିଳିଲା ନାହିଁ । ଟ୍ରମ୍ପଙ୍କ ଦଳ କଂଗ୍ରେସ ଏବଂ ସିନେଟ୍ ଉଭୟରେ ଏକ ବଡ ପରାଜୟ ବରଣ କରିଛି ।

ତେବେ ନିର୍ବାଚନ ହାରିବା ପରେ ଟ୍ରମ୍ପଙ୍କର ହଠାତ ଏଭଳି ଦୁଇ ବଡ ଘୋଷଣା ପଛର କାରଣ କଣ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ରିପୋର୍ଟ ମୁତାବକ, ପରାଜୟର ଏକ ପ୍ରମୁଖ କାରଣ ହେଉଛି ବୃଦ୍ଧି ପାଉଥିବା ମୁଦ୍ରାସ୍ପିତୀ । ଇରାନ ସହ ଯୁଦ୍ଧ ଯୋଗୁଁ ଆମେରିକାର ଲୋକମାନେ ବର୍ତ୍ତମାନ ମୁଦ୍ରାସ୍ପିତୀରେ ଜୁଝି ହେଉଛନ୍ତି ।  ଯାହାକୁ ଟ୍ରମ୍ପ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଛନ୍ତି । ଯଦି ଦେଖିବା କଂଗ୍ରେସରେ ଏବେ ଟ୍ରମ୍ପଙ୍କ ପାର୍ଟି ପାଖରେ ଆଉ ବହୁମତ ନାହିଁ । ତେଣୁ, ଏକ ନୂତନ ଯୁଦ୍ଧ ଆରମ୍ଭ କରିବା ତାଙ୍କ ପାଇଁ କଷ୍ଟକର ହେବ। ସେଥିପାଇଁ କଂଗ୍ରେସ ଟ୍ରମ୍ପଙ୍କ ନିଷ୍ପତ୍ତି ସମୀକ୍ଷା କରିପାରେ । ସେପଟେ ଇସ୍ରାଏଲର ରାଜନୈତିକ ପରିସ୍ଥିତି ବର୍ତ୍ତମାନ ଅନିଶ୍ଚିତ। ନିର୍ବାଚନରେ ​​ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରି ନାହିଁ। ଗାଦି ଆଇଜେନକୋଟ ଗଠବନ୍ଧନ ମାଧ୍ୟମରେ ସରକାର ଗଠନ କରିପାରନ୍ତି। ତେଣୁ ଇସ୍ରାଏଲଠାରୁ ଟ୍ରମ୍ପଙ୍କ ଦୂରତା ପାଇଁ ଏହା ଏକ କାରଣ ହୋଇପାରେ ।

 

Latest Posts

Don't Miss