spot_img
Home Blog Page 1554

ଅକ୍ଟୋବର ୨୪ ରାତିରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ସ୍ଥଳ ଭାଗ ଛୁଇଁବ ଘୂର୍ଣ୍ଣିଝଡ଼ ‘ଦାନା’

ଭୁବନେଶ୍ବର : ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିଝଡ଼ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶା ଉପକୂଳ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା ମଧ୍ୟରେ କୌଣସି ଏକ ସ୍ଥାନରେ ଘୂର୍ଣ୍ଣିଝଡ଼ ‘ଦାନା’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ମଙ୍ଗଳବାର ସକାଳେ ଅବପାତର ରୂପ ନେଇଥିବା ବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ମଙ୍ଗଳବାର ସକାଳ ୮.୩୦ ସୁଦ୍ଧା ଏହା ପାରାଦ୍ୱୀପର ଦକ୍ଷିଣ ପୂର୍ବ ଦିଗରେ ୭୦୦ କିମି ଦୂରରେ ରହିଥିବା ସେ କହିଛନ୍ତି।

ଏହା ଘନୀଭୂତ ହୋଇ ଅକ୍ଟୋବର ୨୩ ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିଝଡ଼ ଆଗାମୀ ୨୪ ଘଂଟା ପର୍ଯ୍ୟନ୍ତ ପଶ୍ଚିମ ଉତର ପଶ୍ଚିମ ଦିଗ ଆଡ଼କୁ ଗତି କରିବା ସହ ପରବର୍ତୀ ସମୟରେ ଉତର ପଶ୍ଚିମ ଦିଗ ମୁହାଁ ହୋଇ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ସେ କହିଛନ୍ତି।

ଅକ୍ଟୋବର ୨୪ ଅପରାହ୍ନରେ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୧୨୦ କିମି ରହିବ। ତେବେ ଓଡ଼ିଶା ଉପକୂଳ ଦେଇ ଗତି କରିବା ସମୟରେ ଏହାର ବେଗ ହ୍ରାସ ପାଇ ଘଂଟା ପ୍ରତି ୮୫ ରୁ ୧୧୦ କିମି ମଧ୍ୟରେ ରହିବ ବୋଲି ଜଣାପଡ଼ିଛି।

ଅକ୍ଟୋବର ୨୪ ରାତିରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ପବନର ବେଗ ଘଂଟା ପ୍ରତି ୫୫ ରୁ ୭୦ କିମି ହେବାର ସମ୍ଭାବନା ଥିବା ବେଳେ ବ୍ରହ୍ମପୁରରେ ୪୫ ରୁ ୫୫ କିମି ରହିବ। ଏହି ପବନର ପ୍ରଭାବ ବ୍ରହ୍ମପୁରରେ ୨୫ ତାରିଖ ରାତି ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି।

ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ଥିବା ବେଳେ ଏହା ପରବର୍ତୀ ଦିନ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ଅକ୍ଟୋବର ୨୪ ତାରିଖ ଅପରାହ୍ନରୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହାର ପ୍ରଭାବ ଅକ୍ଟୋବର ୨୫ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ରହିବ ବୋଲି ଡକ୍ଟର ସାହୁ କହିଛନ୍ତି।

ଓଡ଼ିଶା ଉପକୂଳ ଦେଇ ଗତି କରିବା ପରେ ଏହା ଦୁର୍ବଳ ହୋଇ ଦକ୍ଷିଣ-ଦକ୍ଷିଣପଶ୍ଚିମ ମୁହାଁ ହେବା ସହ କୋରାପୁଟ ଜିଲ୍ଲା ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିବ ବୋଲି ସେ କହିଛନ୍ତି।

ରାଜ୍ଯ କ୍ଯାବିନେଟରେ ୬ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର : ରାଜ୍ଯ କ୍ଯାବିନେଟରେ ୬ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସମୃଦ୍ଧ କୃଷକ ଯୋଜନାକୁ ମଞ୍ଜୁରୀ ମିଳିଥିବାବେଳେ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା ନିମନ୍ତେ ଖାଦ୍ଯ ଓ ଧାନ ସଂଗ୍ରହଣ ନୀତି ୨୦୨୪-୨୫କୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ସେହିପରି ଓଡ଼ିଶା ନୂତନ ବାୟୁ ସଂଯୋଗ ନୀତିକୁ ଅନୁମୋଦନ ଦିଆଯାଇଛି । ଏହି ନୀତି ଅନୁସାରେ ରାଜ୍ଯରେ ବାୟୁ ସଂଯୋଗୀକରଣକୁ ଉନ୍ନତ କରିବାକୁ ଲକ୍ଷ୍ଯ ରଖାଯାଇଛି । ବିମାନ ସଂସ୍ଥା ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେଇ ନୂତନ ଘରୋଇ ଓ ଅନ୍ତର୍ଜାତୀୟ ବାୟୁ ମାର୍ଗ ଆରମ୍ଭ କରିବାକୁ ପ୍ରୋତ୍ସାହିତ କରାଯିବ । ଘରୋଇ ମାର୍ଗ ପାଇଁ ପ୍ରତି ଟ୍ରିପରେ ୫ ଲକ୍ଷ ଓ ଆନ୍ତର୍ଜାତିକ ମାର୍ଗ ପାଇଁ ୧୦ ଲକ୍ଷ ସହ ୭୫୦ କିଲୋମିଟର ମାର୍ଗ ବୃଦ୍ଧି ପାଇଁ ଲକ୍ଷ୍ଯ ରଖାଯାଇଛି । ଏହାଦ୍ବାରା ରାଜ୍ଯର ଆର୍ଥିକ ବୃଦ୍ଧି ସହ ପର୍ଯ୍ଯଟନ କ୍ଷେତ୍ରର ବିକାଶ ହେବ ବୋଲି ଆଶା କରାଯାଉଛି । ସେହିପରି ଦ୍ରବ୍ଯ ଓ ସେବା କର ପରିଷଦର ସୁପାରିସ କ୍ରମେ କରଦାତାମାନଙ୍କର ଅଧିକ ସୁବିଧା ଲାଗି ଓଡ଼ିଶା ଦ୍ରବ୍ଯ ଓ ସେବା କର ଅଧିନିୟମ ୨୦୧୭କୁ ସଂଶୋଧନ କରିବା ପ୍ରସ୍ତାବ ପାରିତ ହୋଇଛି । ସେହିପରି ସୁଭଦ୍ରା ଅନ୍ତର୍ଗତ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନକୁ ଅନୁମୋଦନ ମିଳିଛି । ଏହାଛଡ଼ା ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ ଅଧ୍ଯକ୍ଷ ପଦବୀରେ ନିଯୁକ୍ତି ଦେବା ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଛି ।

ଆରମ୍ଭ ହେଲା ବାତ୍ଯା ଦାନାର ପ୍ରଭାବ , ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା

ଭୁବନେଶ୍ବର :   ଆରମ୍ଭ ହୋଇଗଲାଣି ବାତ୍ଯା ଦାନାର ପ୍ରଭାବ । ପାରାଦୀପରୁ ଚାନ୍ଦବାଲି ପର୍ଯ୍ଯନ୍ତ ଆରମ୍ଭ ହୋଇଗଲାଣି ବର୍ଷା । ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଛି ।  ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ପବନ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି । ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ଏପଟେ ଭୁବନେଶ୍ବରରେ ପାଗ ମେଘୁଆ ସହ ହାଲୁକା ପବନ ବି ହେଉଛି ।

‘ଅତି ଭୟଙ୍କର ରୂପ ନେଉଛି ବାତ୍ଯା ଦାନା’

ଭୁବନେଶ୍ବର :  ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି ‘ଦାନା’ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ଯାରେ ପରିଣତ ହେବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ । ପୁରୀ ଲାଗି ବିପଦସଙ୍କେତ ନମ୍ବର ୧୦  ଓ ଗୋପାଳପୁର ଲାଗି ବିପଦସଙ୍କେତ ୮ ଜାରି ହୋଇଛି । ଅତି ଭୟଙ୍କର ରୂପ ନେଉଛି ବାତ୍ଯା ଦାନା । ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିବ ଲ୍ଯାଣ୍ଡଫଲ ପ୍ରକ୍ରିୟା । କାଲି ରାତିରୁ ୨୫ ତାରିଖ ସକାଳ ମଧ୍ଯରେ ହେବ ଲ୍ଯାଣ୍ଡଫଲ । ସ୍ବାଭାବିକଠାରୁ ଦୁଇ ମିଟର ଅଧିକ ଉଚ୍ଚରେ ଆସିବ ଜୁଆର । କୂଳ ଲଂଘିବ ସମୁଦ୍ର । ସମୁଦ୍ରରେ ପବନର ବେଗ ରହିଛି ୬୫ରୁ ୭୦ କିମି । ଆଜିଠାରୁ ବର୍ଷା ଆରମ୍ଭ ହୋଇଛି । ଉପକୂଳ ଛୁଇଁବାରେ ଲାଗିଛି ବାଦଲ । କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା । ଆଜି କେନ୍ଦ୍ରାପଡ଼ା ଓ ଭଦ୍ରକରେ ୩୦ରୁ ୪୦ କିମି ବେଗରେ ପବନ ବହିବ । ଉପକୂଳ ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ ରହିବ । ଆସନ୍ତାକାଲି ଠାରୁ ବର୍ଷାର ବିସ୍ତୃତି ବଢ଼ିବ । କଟକ, ଯାଜପୁର, ଭଦ୍ରକ, ବାଲେଶ୍ବରରେ କିଛି ସ୍ଥାନରେ ବର୍ଷା । ୨୫ ତାରିଖ ଲାଗି କିଛି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭୟ କରନ୍ତୁ ନାହିଁ, ସଜାଗ ରୁହନ୍ତୁ : ନବୀନ ପଟ୍ଟନାୟକ

ଭୁବନେଶ୍ବର : ଓଡ଼ିଶା ଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’ । ବାତ୍ୟାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରିଛନ୍ତି । ସେ କହିଛନ୍ତି, ବାତ୍ୟା ଆସୁଥିବା ଖବର ପାଇ ସମସ୍ତେ ଚିନ୍ତିତ । ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ । ଆମର ଏକ ବହୁତ Effective Disaster Management Policy ଅଛି । ତେଣୁ ସେ ଭୟଭୀତ ନ ହୋଇ ସଜାଗ ସହ ନିରାପଦ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ । ବିପଦ ସମୟରେ ଲୋକଙ୍କ ସହ ରହିବା ପାଇଁ  ସବୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନବୀନ ଅନୁରୋଧ କରିଛନ୍ତି ।  ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା ବୋଲି  ନବୀନ କହିଛନ୍ତି ।

କୁଚିଣ୍ଡାରେ ଗଣଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ବଲପୁର : କୁଚିଣ୍ଡାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା। ବିଜେପି କର୍ମୀ ହରିହର ପାଣିକୁ ଗିରଫ କରିଛି କୁଚିଣ୍ଡା ପୋଲିସ। ଅଭିଯୁକ୍ତକୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରେସମିଟରେ ପ୍ରଶ୍ନ ଉଠାଇଥିଲା ବିଜେଡି।    ଅନୁଧ୍ଯାନ କରିବା ଲାଗି କୁଚିଣ୍ଡା ଯାଇଛି ବିଜେଡି ତଥ୍ଯ ଅନୁସନ୍ଧାନକାରୀ ଟିମ୍।  ଦୁଷ୍କର୍ମ ଘଟଣା ନେଇ ପରିବାର ଲୋକ ଆଣିଥିଲେ ସାଙ୍ଘାତିକ ଅଭିଯୋଗ l କୁଚିଣ୍ଡାରୁ ନାବାଳିକା ଝିଅକୁ ଉଠାଇ ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲେକ। ଏପରିକି ଏ କଥା ଘରେ କହିଲେ ପୂରା ପରିବାରକୁ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ l ଏହା ସହିତ ସେମାନେ ମନ୍ତ୍ରୀଙ୍କ ଅତି ନିଜର ଲୋକ ବୋଲି ମଧ୍ୟ କହି ନାବାଳିକା ଝିଅକୁ ଧମକ ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ହରିହର ପାଣିକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲା ବିଜେଡି।

‘ଧାମରା ଓ ଭିତର କନିକା ନିକଟରେ ଲ୍ଯାଣ୍ଡଫଲ, ଆଜି ସନ୍ଧ୍ଯାରୁ ହେବ ବର୍ଷା’

ଭୁବନେଶ୍ବର : ଧାମରା ଓ ଭିତର କନିକା ନିକଟରେ ଲ୍ଯାଣ୍ଡଫଲ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତହେବ । ପାରାଦୀପଠାରୁ ୫୨୦ କିଲୋମିଟର ଦୂରରେ ରହିଛି ବାତ୍ଯା । ସାଗର ଦ୍ବୀପଠାରୁ ୬୦୦ କିଲୋମିଟର ଦୂରରେ ରହିଛି । ୨୪ ଓ ୨୫ ତାରିଖରେ ରହିବ ସର୍ବାଧିକ ପ୍ରଭାବ । ୨୪ ମଧ୍ଯରାତ୍ରିରୁ ୨୫ ସକାଳ ମଧ୍ଯରେ ଲ୍ଯାଣ୍ଡଫଲ । ଆଜି ସନ୍ଧ୍ଯା ପରଠାରୁ ଉପକୂଳ ଜିଲ୍ଲାରେ ବର୍ଷା ହେବ । ଧାମରା ଓ ଭିତର କନିକା ନିକଟରେ ଲ୍ଯାଣ୍ଡଫଲ । ଧାମରା ଓ ପାରାଦୀପ ବନ୍ଦରକୁ ୪ ନମ୍ବର ବିପଦ ସଙ୍କେତ । ଗୋପାଳପୁରରେ ୨ ନମ୍ବର ବିପଦ ସଙ୍କେତ । ଅନ୍ୟପଟେ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ନେଇ ୩ଟି ସ୍ଥାନକୁ ସତର୍କ ସୂଚନା ଜାରି କଲା ଆଇଏମଡି। ବାଲେଶ୍ବର କୁମ୍ଭୀରଗଡ଼ିରେ     ୦.୫ ମିଟରରୁ ୧.୫ ମିଟର ଉଠିପାରେ ଜୁଆର। ଭଦ୍ରକ     ମୋହନପୁରରେ ୦.୮ ମିଟରରୁ ୧.୪ ମିଟର ଓ କେନ୍ଦ୍ରାପଡ଼ା   ଟିକାୟତନଗରରେ ୦.୨ ମିଟରରୁ ୦.୯ ମିଟର ଉଠିପାରେ ଜୁଆର।

ହାଡିପାଲିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା, କୁଚିଣ୍ଡା ଯିବ ବିଜେଡି ତଥ୍ଯ ଅନୁସନ୍ଧାନକାରୀ ଟିମ୍

ସମ୍ବଲପୁର : କୁଚିଣ୍ଡା ହାଡିପାଲିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା। ଆଜି  ଅନୁଧ୍ଯାନ କରିବା ଲାଗି କୁଚିଣ୍ଡା ଯିବ ବିଜେଡି ତଥ୍ଯ ଅନୁସନ୍ଧାନକାରୀ ଟିମ୍।  ଦୁଷ୍କର୍ମ ଘଟଣା ନେଇ ପରିବାର ଲୋକ ଆଣିଥିଲେ ସାଙ୍ଘାତିକ ଅଭିଯୋଗ  । କୁଚିଣ୍ଡାରୁ ନାବାଳିକା ଝିଅକୁ ଉଠାଇ ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲେକ। ଏପରିକି ଏ କଥା ଘରେ କହିଲେ ପୂରା ପରିବାରକୁ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ  । ଏହା ସହିତ ସେମାନେ ମନ୍ତ୍ରୀଙ୍କ ଅତି ନିଜର ଲୋକ ବୋଲି ମଧ୍ୟ କହି ନାବାଳିକା ଝିଅକୁ ଧମକ ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ହରିହର ପାଣିକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେଡି।

‘ପାରାଦୀପ ଠାରୁ ୫୬୦ କିଲୋମିଟରରେ ରହିଛି ବାତ୍ଯା’

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ଯା। ସାଗର ଦ୍ବୀପଠାରୁ ୬୩୦ କିଲୋମିଟର, ଖେପୁପଡାରୁ ୬୬୦ କିଲୋମିଟର ଦକ୍ଷିଣରେ ବାତ୍ଯା ରହିଛି। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହା ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ କାଲି ସକାଳ ସୁଦ୍ଧା ପହଞ୍ଚିବ  । ଏନେଇ ଭୁବନେଶ୍ବର ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।  ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କାଲି ସକାଳ ସୁଦ୍ଧା ପହଞ୍ଚିବ । ପୁରୀ ଓ ସାଗର ଦ୍ବୀପରେ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳେ ପ୍ରବେଶ କରିବ। ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ପବନର ଗତି ରହିବ ୧୦୦ରୁ ୧୧୦ କିଲୋମିଟର। ଝଟକା ପବନର ବେଗ ରହିବ ୧୨୦ କିଲୋମିଟର। ସମୁଦ୍ରରେ ଜୁଆର ରହିବ । ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ଯିବା ପାଇଁ ବାରଣ କରାଯାଇଛି

ଭୁଶୁଡିଲା ନିର୍ମାଣାଧିନ କୋଠା, ଜଣେ ମୃତ, ପାଞ୍ଚ ଜଣ ନିଖୋଜ

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଙ୍ଗାଲୁରୁରେ  ଭୁଶୁଡ଼ିଲା ନିର୍ମାଣାଧୀନ କୋଠା । ଏହି ଅଘଟଣ ବେଙ୍ଗାଲୁରୁର ବାବୁସାପାଲିଆ ଅଞ୍ଚଳରେ ଘଟିଛି । ଦୁର୍ଘଟଣା ସମୟରେ ଶ୍ରମିକମାନଙ୍କ ସହିତ ସେଠାରେ ୨୦ ଜଣ ଲୋକ ଉପସ୍ଥିତ ଥିଲେ। ଉଦ୍ଧାରକାରୀ ଦଳ ୧୪ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଏପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଛି । ନିଖୋଜ ଥିବା ଅନ୍ୟ ୫ ଜଣଙ୍କ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ବେଙ୍ଗାଲୁରୁରେ ଏହି ଅଘଟଣ ଏମିତି ସମୟରେ ଘଟିଛି, ଯେଉଁ ସମୟରେ ବର୍ଷା ହେତୁ ସହରର ଅବସ୍ଥା ବିଗିଡି ଯାଇଛି । NDRF ଏବଂ SDRF ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି |

ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ପରେ ଆତଙ୍କ ଖେଳିଯାଇଛି  । ଘଟଣା ପରେ ଦୃହତ୍ ବେଙ୍ଗାଲୁରୁ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗତ ଚାରି ଦିନ ହେଲା ବେଙ୍ଗାଲୁରୁରେ ବର୍ଷା ହୋଇଛି । ଏହି କାରଣରୁ ଉତ୍ତର ବେଙ୍ଗାଲୁରୁର ଅନେକ ଅଞ୍ଚଳରେ ପାଣି ଜମି ରହିଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ NDRF ଏବଂ SDRF ର ସହାୟତା ନିଆଯାଉଛି  ।