spot_img

Latest Posts

ଶେଷରେ ନଇଁଲେ ନିର୍ବାଚନ କମିଶନ !

ନନ୍ଦିଘୋଷ ବ୍ୟୁରୋ: ଚାପରେ ନଇଁଲେ ନିର୍ବାଚନ କମିଶନ। ଚିଠା ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କୁ ଆଶ୍ବସ୍ତି। ଫର୍ମ ୬ ଜରିଆରେ ସେମାନେ ପୁନଃଆବେଦନ କରିପାରିବେ। ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଇସିଆଇ। ଏସଆଇଆର ପରେ ପ୍ରକାଶିତ ଚିଠା ଭୋଟର ତାଲିକାରୁ ବାଦ୍ ପଡିଥିବା ଭୋଟରମାନେ ଏହି ସୁଯୋଗ ନେଇପାରିବେ।

ସେପଟେ ପଶ୍ଚିମବଙ୍ଗରେ ଏସଆଇଆରକୁ ନେଇ ନୂଆ ବିବାଦ ଦେଖାଦେଇଛି। ଭୋଟରଙ୍କ ଅପିଲର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଟ୍ରିବ୍ୟୁନାଲର ବିଚାରପତି ଓ ନିର୍ବାଚନ କମିଶନଙ୍କ ମଧ୍ୟରେ ମତଭେଦ ତୀବ୍ର ହୋଇଛି। ବିଚାରପତିମାନଙ୍କୁ ନିଜର ପରିଚୟ ପ୍ରମାଣ ପାଇଁ ପାନ୍‌ କାର୍ଡ ଓ ସରକାରୀ ପରିଚୟପତ୍ର ଦାଖଲ କରିବାକୁ କମିଶନ କହିଛି। ଏହାକୁ ବିରୋଧ କରି ବିଚାରପତିମାନେ ନିର୍ବାଚନ କମିଶନଙ୍କ ପୋର୍ଟାଲ୍‌ରେ କାମ କରିବାକୁ ମନା କରିଦେଇଛନ୍ତି। ଫଳରେ ସେପ୍ଟେମ୍ବର ୨୧ରୁ ଅପିଲ୍‌ ଗୁଡ଼ିକର ଅନଲାଇନ ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଅଚଳ ହୋଇପଡ଼ିଛି। ସୁପ୍ରିମକୋର୍ଟରେ ନିର୍ବାଚନ କମିଶନ ଦାଖଲ କରିଥିବା ତଥ୍ୟ ଅନୁସାରେ, ମୋଟ ୩୮.୩୧ ଲକ୍ଷ ଅପିଲ୍‌ ମଧ୍ୟରୁ ମାତ୍ର ୧.୨୬ ଲକ୍ଷ ମାମଲାର ବିଚାର ହୋଇପାରିଛି। ଏକ ମାସରୁ ଅଧିକ ସମୟ ଧରି ବିଚାରପତିମାନେ ପୋର୍ଟାଲ୍‌ରେ ଲଗ୍‌ଇନ୍‌ କରିନାହାନ୍ତି। ସେମାନେ କେବଳ ଅଫ୍‌ଲାଇନ୍‌ରେ କାମ କରୁଛନ୍ତି। ଫଳରେ ଭୋଟର ତାଲିକାରେ ନାମ ସାମିଲ କିମ୍ବା ବାଦ୍‌ ଦେବା ସମ୍ପର୍କିତ ନିଷ୍ପତ୍ତିକୁ ଲକ୍ଷ ଲକ୍ଷ ଆବେଦନକାରୀ ଅପେକ୍ଷା କରିଛନ୍ତି ।

ପ୍ରକାଶିତ ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନଙ୍କ ପୋର୍ଟାଲ୍‌ରେ ଆଧାର ଅଥେଣ୍ଟିକେସନ୍‌ ବାଧ୍ୟତାମୂଳକ କରାଯିବା ପରେ ବିଚାରପତିମାନେ ଲଗଇନ୍ କରିବାକୁ ମନା କରିଥିଲେ। ଏହାର ଏକ ମାସରୁ ଅଧିକ ସମୟ ପରେ ଗତ ସପ୍ତାହରେ କମିଶନ ସେମାନଙ୍କୁ ପାନ୍‌ କାର୍ଡ ଓ ସରକାରୀ ପରିଚୟପତ୍ର ଆଧାରରେ ଡିଜିଟାଲ୍‌ ସିଗନେଚର୍ ସାର୍ଟିଫିକେଟ୍‌ ପ୍ରସ୍ତୁତ କରିବାକୁ କହିଛି। ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନକୁ ନେଇ ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କ ମଧ୍ୟରେ ପୂର୍ବରୁ ମତଭେଦ ଦେଖାଦେଇଥିଲା। ଏହି ପରିସ୍ଥିତିରେ ଚଳିତବର୍ଷ ଫେବ୍ରୁଆରୀ ୨୦ରେ ସୁପ୍ରିମକୋର୍ଟ ଭୋଟରଙ୍କ ଯୋଗ୍ୟତା ଯାଞ୍ଚ ପାଇଁ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Latest Posts

Don't Miss